spot_img
Home Blog Page 6568

Navratri 2020: ଆଜି ମାତା ଶୈପୁତ୍ରୀଙ୍କ ପୂଜା ଉପାସନା, ଜାଣନ୍ତୁ ପ୍ରଥମ ଦିନର ଶୁଭ ମୂହୁର୍ତ୍ତ

ନୂଆଦିଲ୍ଲୀ: ଆଶ୍ୱିନ ଶୁକ୍ଲ ପକ୍ଷର ଶାରଦିଅ ନବରାତ୍ରୀ ୧୭ ଅକ୍ଟୋବର ତଥା ଆଜିଠାରୁ ଆରମ୍ଭ ହେଉଛି । ନବରାତ୍ରୀରେ ପ୍ରଥମ  ମାଆ ଶୈଳପୁତ୍ରୀଙ୍କ ପୂଜା ନିୟମ ରହିଛି। ନବରାତ୍ରୀ ପୂଜା-ପାଠର ପ୍ରଥମ ଦିନରେ ଅନେକ ବିଶେଷ ଜିନିଷଗୁଡିକୁ ଧ୍ୟାନ ଦେବାକୁ ପଡ଼ିଥାଏ । ଏହା ଚଳିତ ମାସ ୨୪ ତାରିଖରେ ଶେଷ ହେବ । ଏଥର ନବରାତ୍ରୀ ଆଠ ଦିନର ହେବ । ଏଥର ୨୫ ତାରିଖରେ ଦଶହରା ପାଳନ ହେବ ।

ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ସ୍ୱରୂପ ପୂଜା କରାଯାଏ । ହିମାଳୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ସେ ସତୀ ନାମରେ ପରିଚିତ ଥିଲେ । ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ । ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ ।  ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ।ଏହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ମିଳିଥାଏ ।

ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ଫଟୋକୁ ଲାଲ କିମ୍ୱା ଧଳା ବସ୍ତ୍ରରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଏ । ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ ହେବା ସହ କନ୍ୟାମାନଙ୍କୁ ଉତ୍ତମ ବର ମିଳିଥାଏ । ମଆଙ୍କ ଆର୍ଶିବାଦରୁ କଲ୍ୟାଣ ହୋଇଥାଏ ଓ ମନ ଶାନ୍ତ ରହେ ।

ନବରାତ୍ରୀର ପ୍ରଥମ ଦିନରେ, ମାଆଙ୍କୁ ପୂଜା କରି ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧ ପ୍ରାପ୍ତ ହୋଇଥାଏ । ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । କଳଶ ସ୍ଥାପନା କରି ଆଶ୍ୱିନ ଶୁକ୍ଲା ପ୍ରତିପଦାରେ ମାଆଙ୍କର ପୂଜା ଆରମ୍ଭ କରାଯାଏ । ଏଥର ପ୍ରତୀପଦା ସମୟ ରାତି ୯୦:୮ ପର୍ଯ୍ୟନ୍ତ ରହିବ । ୯୦:୮ ପୂର୍ବରୁ କଳଶ ସ୍ଥାପନା କରାଯିବ । ଏହାର ଚାରୋଟି ଶୁଭ ସମୟ ରହିଛି । ସକାଳ ୭:୩୦ ରୁ ୯:୦୦, ତା’ପରେ ଦୁଇପହର ୧:୩୦ରୁ ରାତି ୩:୦୦ ପର୍ଯ୍ୟନ୍ତ । ଏହା ପରେ, ରାତି ୩:୦୦ରୁ ୦୪:୩୦ ପର୍ଯ୍ୟନ୍ତ । ଏହା ସହିତ ରାତି ୬ଟା ରୁ ୭:୩୦ ପର୍ଯ୍ୟନ୍ତ ରହିଛି ।

 

କୃଷକଙ୍କ ପର୍ବ ଗର୍ଭଣା ସଂକ୍ରାନ୍ତି

ଭଦ୍ରକ: ଓଡିଶାର ବାର ମାସର ତେର ପର୍ବ । ସେଥିମଧ୍ୟରୁ ଓଡିଶାର ପୁରପଲ୍ଲୀରେ ପାଳନ ହେଉଛି କୃଷି ଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି । ବାସୁଦେବପୁର କୃଷକ ଭାଇମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି ଗର୍ଭଣା ସଂକ୍ରାନ୍ତି ।

ସକାଳେ ଘରେ ଝୋଟି ଦେଇ ଘରକୁ ପବିତ୍ର କରିଥିଲେ । ବାଡ଼ିରୁ ବାଉଁଶ କଣି, ଅନକାବତା ଡାଳ, ନେଉଆ ଡାଳ, ପିଜୁଳି ଡାଳ, ଡିମ୍ବିର ଡାଳ ଓ ବିଲରୁ ଧାନ ଗଛ ଆଣି ଏକତ୍ର କରି ଧୂପ, ଝୂଣା ଓ ଭୋଗ ଦେଇ ପୂଜା କରିଥାନ୍ତି । ପ୍ରଥମେ ଘର ପାଖ ଖତଗଦାରେ ଖଡା ପୋତି ଶୁଭାରମ୍ଭ କରିଥାନ୍ତି । ପରେ ଧାନବିଲକୁ ଯାଇ ଖଡା ପୋତି ମାଆ ଲକ୍ଷ୍ମୀଙ୍କୁ ସ୍ମରଣ କରି ମୁଣ୍ଡ ଲଗାଇ ମାଟି ମାଆଙ୍କୁ ଜୁହାର କରିଥାନ୍ତି । ଏହି ପୂଜାରେ ତାଳ ମଞ୍ଜି ଭିତରେ ଥିବା ଖୁକୁଡି, କଦଳୀ, ଗୁଡ଼ ଓ ଦୁଗ୍ଧ ପକାଇ ପୂଜା କରିବା ପରେ ସାରୁ ପତ୍ରରେ ବାନ୍ଧି ଭୋଗ ପୁଡିଆ କରିଥାନ୍ତି । ଛୋଟ ପିଲା ଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ଏହି ପୂଜାରେ ସାମିଲ ହୋଇ ଜମିରେ ପୂଜା କରି ଖଡା ପୋତିଥାନ୍ତି ।

ପୁରୀ ଗୋଲ୍‌ଡେନ୍‌ ବିଚ୍‌ରେ ଯୋଗ ଶିବିର

ପୁରୀ: କରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଆସିଥିବା ୨୦୦ ଜଣଙ୍କୁ ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆୟୁଷ ମନ୍ତ୍ରାଳୟର ଗାଇଡଲାଇନକୁ ଅନୁପାଳନ କରି ପୁରୀର ବ୍ଲୁ ଫ୍ଲାଗ ବିଚ୍‌ରେ ଏକ ମୋ’ ବିଚ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

Puri golden Beach

ପାଇଲଟ ପ୍ରୋଗ୍ରାମ ମାଧ୍ୟମରେ ଏହି ଯୋଗ ଶିବର କରାଯାଉଥିଲା । ୧୦ଟି ପେଣ୍ଡାଲରେ ୨୦୦ ଜଣ ଉପସ୍ଥିତ ରହି ଏହି ଯୋଗ କରିଥିଲେ  । ସେବାୟତ ବର୍ଗ, ଗଣମାଧ୍ୟମ ବର୍ଗ, ପୋଲିସ ବର୍ଗ, ସରକାରୀ ବର୍ଗ ଓ ସାଧାରଣ ଲୋକ ଏହି  ଶିବିରରେ ଯୋଗଦାନ କରିଥିଲେ । ପାରମ୍ପରିକ ଓ ଯୋଗ ଶୈଳୀରେ କିଭଳି କରୋନାରୁ ମୁକ୍ତି ମିଳିବ ସେନେଇ ୧୦ଜଣ ତାଲିମ୍‌ପ୍ରାପ୍ତ ଯୋଗ ଶିକ୍ଷକ ଯୋଗ ଶିଖାଇଥିଲେ ।  ଭୋର ୫ଟା ରୁ ଏହି ଶିବିର ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଏହାର ଉଦଯାପନୀ ଦିବସ ।

ଆଜିଠୁ ନବରାତ୍ରୀ, ଉଗ୍ରତାରା ବେଶରେ ଦର୍ଶନ ଦେବେ ମା’ ଚଣ୍ଡୀ

କଟକ: ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ମାଆଙ୍କ ଷୋଡଶ ଉପଚାର ପୂଜା କ୍ରମରେ ନବରାତ୍ର ପୂଜା ଆରମ୍ଭ ହେଉଛି । ଦେଶର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେଉଛି ମାଆ ଜଗତ ଜନନୀଙ୍କ ପୂଜା । ସେପଟେ ନବରାତ୍ର ପୂଜାର ପ୍ରଥମ ଦିନରେ କଟକରେ ଉଗ୍ରତାରା ବେଶରେ ଦର୍ଶନ ଦେବେ ମାଆ ଚଣ୍ଡୀ ।

Cuttack Chandi

କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ବିଧି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା ଓ ବେଶ କରାଯାଉଛି । ଚଳିତ ବର୍ଷ ବିନା ଆଡମ୍ବରରେ ମାଆଙ୍କ ପୂଜା କରିବାକୁ ଅନୁମତି ଦିଆଯାଇଛି । ନିର୍ଦ୍ଧାରିତ ମୂର୍ତ୍ତି ଉଚ୍ଚତା ସହିତ ଅଳ୍ପ ସଂଖ୍ୟକ ଲୋକରେ କେବଳ ବିଧି ରକ୍ଷାକରିବାକୁ ଅନୁଷ୍ଠିତ ହେଉଛି ପୂଜା । ମାଆଙ୍କ ପୂଜା ଆରମ୍ଭ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଗତ ଜନନୀ ମାଆ ଜଗଦମ୍ବା ସମସ୍ତଙ୍କ ପରିବାରରେ ସୁଖ ଓ ସମୃଦ୍ଧି ଭରିଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।

Cuttack Chandi

ସେହିଭଳି ଆଉ କିଛି ଦିନ ପରେ ଦୁର୍ଗା ପୂଜା । ଧରାପୃଷ୍ଠକୁ ଅବତରଣ କରତିବେ ମା’ ଜଗତଜନନୀ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମା’ଙ୍କ ପୂଜା କରିବା ସହ ମା’ଙ୍କ ମୂର୍ତ୍ତିକୁ ୪ ଫୁଟର ଉଚ୍ଚତା କରିବାକୁ ପ୍ରଶାସନର ନିର୍ଦ୍ଦେଶ ରହିଛି । ହେଲେ ପ୍ରଶାସନର ଏହି ନିଷ୍ପତ୍ତିକୁ ଭଦ୍ରକର କିଛି ପୂଜା କମିଟି ସଦସ୍ୟ ସ୍ୱାଗତ କରିଥିବା ବେଳେ କିଛି ଏହି କଟକଣାକୁ ନାପସନ୍ଦ କରିଛନ୍ତି ।

COVID-19କୁ କେମିତି ମାତ୍ ଦିଏ ଭିଟାମିନ୍-ଡି ? ଜାଣନ୍ତୁ

ନୂଆଦିଲ୍ଲୀ:କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଏଯାଏଁ କୌଣସି ଭ୍ୟାକ୍ସିନ୍ ଆସିନାହିଁ। କେବଳ ସୁରକ୍ଷା ଦୂରତା କରୋନାଭାଇରସ ମହାମାରୀଠୁ ରକ୍ଷା ପାଇବା ପାଇଁ ଲୋକମାନେ କେବଳ ସାମାଜିକ ଦୂରତା, ମାସ୍କ, ପରିଷ୍କାର ପରିଚ୍ଛନ୍ନତା ଭଳି ସତର୍କତା ଅବଲମ୍ବନ କରୁଛନ୍ତି । ଅନେକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଶରୀରେ ଭିଟାମିନ୍ ଡି ଅଭାବ ଥିଲେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି ।

ସାଧାରଣତଃ ବୃଦ୍ଧମାନଙ୍କ ଶରୀରରେ ଭିଟାମିନ୍ ଡି ଅଭାବ ଦେଖିବାକୁ ମିଳିଥାଏ । ସେହିଭଳି, ଅଧିକ ଓଜନ ଥିବା ଲୋକଙ୍କୁ ମଧ୍ୟ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ମୁଖ୍ୟ ଗବେଷକ ଡେଭିଡ୍ ଜୋଲିଫିଙ୍କ କହିଛନ୍ତି ଯେ ସମସ୍ତେ ଭିଟାମିନ୍ ଡି ସପ୍ଲିମେଣ୍ଟ ଖାଇବା ଜରୁରୀ । କାରଣ ଏହି ସପ୍ଲିମେଣ୍ଟ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୋଇଥାଏ । ଯଦି ଭିଟାମିନ୍ ଡି ପ୍ରଭାବଶାଳୀ ପ୍ରମାଣିତ ହୁଏ, ତାହେଲେ କରୋନା ଭୂତାଣୁ ସଂକ୍ରମଣଠୁ ବଞ୍ଚିବା ପାଇଁ ଏହା ସହାୟକ ହେବ ।

ଭିଟାମିନ୍ ଡି ଆମ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱ ଅଟେ । ତେବେ ପରୀକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ, ଭିଟାମିନ୍ ଡି ସ୍ୱାସ୍ଥ୍ୟ ଅବସ୍ଥାକୁ ମଜବୁତ କରିପାରିବ କି ନାହିଁ । ଶରୀରର ଇମ୍ୟୁନ୍ ସିଷ୍ଟମ ମଜବୁତ ଥିଲେ କୌଣସି ରୋଗ ହେବ ନାହିଁ । ଏହା ଶରୀରକୁ ସମ୍ଭାବ୍ୟ ରୋଗ ଏବଂ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ  । ଭିଟାମିନ୍ ଡି ଶରୀରକୁ ସୁସ୍ଥ ରଖେ । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁଁ ଭିଟାମିନ୍ ଡି ମଣିଷଙ୍କ ପାଇଁ ଆବଶ୍ୟକ ହୋଇଥାଏ । ଶରୀରରେ ଭିଟାମିନ୍ ଡି ର ଅଭାବ ଥିଲେ ରୋଗ, ସଂକ୍ରମଣ ଏବଂ ଶ୍ୱାସ ଜନିତ ସମସ୍ୟା ପାଇଁ ଅଧିକ ବିପଦ ହୋଇପାରେ । ସେଥିପାଇଁ ଶରୀରରେ ଭିଟାମିନ୍ ଡି ତତ୍ତ୍ୱ ରହିବା ନିହାତି ଜରୁରୀ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ସୁସ୍ଥ ରହିବାରେ ସହଯୋଗ କରିଥାଏ ।

 

ଚଳିତ ବର୍ଷ ହାଡ଼ଭଙ୍ଗା ଶୀତ, ‘ଲା ନିନା’ ପ୍ରଭାବରେ ଉପକୂଳରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର: ଚଳିତ ବର୍ଷ ହାଡ଼ଭଙ୍ଗା ଶୀତ ହେବ । ଏନେଇ ପାଣିପାଗ ବିଭାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଅକ୍ଟୋବର ଓ ନଭେମ୍ବରରେ ବାତ୍ୟା ଆସୁଛି । ବଙ୍ଗୋପସାଗର ଉପକୂଳରେ ବାତ୍ୟା ତାଣ୍ଡବ ରଚିବ । ବାତ୍ୟା ସହ ଏଥରର ହାଡ଼ଭଙ୍ଗା ଶୀତ, ଯାହାକି ଲୋକଙ୍କୁ ସମସ୍ୟାରେ ପକାଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ ବର୍ଷା ପରେ ଏଥର ଖୁବ୍‌ ଶୀଘ୍ର ଶୀତ ଆସିବ । ସାରା ଦେଶ ଏଥର ହାଡ଼ ଭଙ୍ଗା ଶୀତରେ ଥରହର ହେବ ବୋଲି ପୂର୍ବାନୂମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏଥର ବହୁତ ଶୀଘ୍ର ଶୀତ ଆସିବା ସହ ଅଧିକ ଥଣ୍ଡା ରହିବ ବୋଲି ଅନୁମାନ କରିଛନ୍ତି । ବିଶେଷ କରି ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ଏବର୍ଷ ଭୟଙ୍କର ଥଣ୍ଡା ପଡ଼ିବ ।

ସେହିଭଳି ପ୍ରଶାନ୍ତ ମହାସାଗରରେ ସୃଷ୍ଟ ‘ଲା ନିନା’ ପ୍ରଭାବରେ ବଙ୍ଗୋପସାଗର ଉପକୂଳରେ ବାତ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ‘ଲା ନିନା’ ପ୍ରଭାବରେ ବଙ୍ଗୋପସାଗରେ ଜଳପତ୍ତନ ତାପମାତ୍ରା ଚାପରେ ତାରତମ୍ୟ ଦେଖାଦେବ, ଯାହା ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଥଣ୍ଡା ପବନ ପାଇଁ ‘ଲା ନିନା’ ଅନୁକୂଳ, କିନ୍ତୁ ‘ଏଲ୍ ନି ନୋ’ ଅନୁକୂଳ ନୁହେଁ । ପାଣିପାଗ ବିଭାଗ ଡିଜିଙ୍କ ଅନୁଯାୟୀ ରାଜସ୍ଥାନ, ୟୁପି ଏବଂ ବିହାର ହେଉଛି ସେହି ରାଜ୍ୟ ଯେଉଁଠାରେ ଶୀତଳ ପବନ ହେତୁ ଅଧିକ ମୃତ୍ୟୁ ଘଟିଥାଏ । ସେ ସୂଚନା ଦେଇଛନ୍ତି ଯେ ପ୍ରତିବର୍ଷ ନଭେମ୍ବରରେ ପାଣିପାଗ ବିଭାଗ ଦ୍ୱାରା ଏକ ଚାର୍ଟ ପ୍ରକାଶ ପାଇଥାଏ, ଯାହା ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ପାଗ ବିଷୟରେ ସୂଚନା ଦେଇଥାଏ ।

ଉଲ୍ଲେଖନୀୟ କଥା ହେଉଛି, ଲା ନିନା ଏକ ପ୍ରକ୍ରିୟା ଯାହାଦ୍ୱାରା ସମୁଦ୍ରର ପାଣି ଥଣ୍ଡା ହେବା ଆରମ୍ଭ କରେ । କହିବାର ମାନେ ହେଉଛି ସମୁଦ୍ର ଜଳ ପୂର୍ବରୁ ଥଣ୍ଡା ରହିଥାଏ, କିନ୍ତୁ ଏହି କାରଣରୁ ସମୁଦ୍ର ପାଣି ଅଧିକ ଥଣ୍ଡା ହୋଇଥାଏ । ଯାହାର ପ୍ରଭାବ ପବନକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ଏଲ୍ ନିନୋରେ, ଏହାର ବିପରୀତ ଘଟଣା ଘଟେ । ଉଭୟ କାର୍ଯ୍ୟ ସିଧାସଳଖ ଭାରତର ମୌସୁମୀ ଏବଂ ଶୀତ ରୂତୁକୁ ପ୍ରଭାବିତ କରିଥାଏ ।

ସେପଟେ ଓଡ଼ିଶାରେ ଲଘୁଚାପ ବର୍ଷା ଏବେ ତାଣ୍ଡବ କରୁଥିବା ବେଳେ, ପୁଣି ୧୯ରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗପୋସାଗରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ୧୯ରୁ ୨୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ରୁ ୨୧ ତାରିଖ ସକାଳ ଯାଏଁ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଏନେଇ ଜଳ ସମ୍ପଦ ବିଭାଗ ଓ ମତ୍ସ୍ୟସମ୍ପଦ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।

କୋଭିଡ୍‌ କଟକଣା ଭିତରେ ମା’ ବିରଜାଙ୍କ ବିଜୟା ରଥଯାତ୍ରା

ଯାଜପୁର: ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବିଜୟା ରଥଯାତ୍ରା । ଏନେଇ ଚଳଚଞ୍ଚଳ ଯାଜପୁର ବିରଜା କ୍ଷେତ୍ର । ରଥଯାତ୍ରା ପାଇଁ ସେବାୟତଙ୍କ ସଂଖ୍ୟା ୬୦ ରେ ସୀମିତ ରଖିବା ସହ ରଥ ଚାଳନା ପାଇଁ ୧୮, ରଥ ଟାଣିବା ପାଇଁ ୬୦, ଲାଖବିନ୍ଧା କାର୍ଯ୍ୟ ସମ୍ପନ୍ନ ପାଇଁ ୯୯ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିସହ ମା’ଙ୍କ ମହାସ୍ନାନ ପାଇଁ ୨୦ ଜଣ ବୈତରଣୀ ବ୍ରାହ୍ମଣଙ୍କୁ ନିୟୋଜିତ କରାଯାଇଛି । ମନ୍ଦିର ଚତୃପାର୍ଶ୍ୱରେ ଏହି ୯ ଦିନ ରଥଯାତ୍ରା ମଧ୍ୟରେ ୧୪୪ ଧାରା ବଳବତ୍ତର ରହିବ ।

  Maa-Biraja-Temple-Jajpur-Odisha

ଏପଟେ ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯାଇଛି । ରଥଯାତ୍ରାରେ ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କ ୩ଟି ପର୍ଯ୍ୟାୟରେ କୋଭିଡ୍‌ ଟେଷ୍ଟ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେବାୟତ ମାନଙ୍କ କୋଭିଡ୍‌ ଟେଷ୍ଟ ହୋଇଛି । ବିରଜା କଲ୍ୟାଣ ମଣ୍ଡପ ଠାରେ ପାଖାପାଖି ୨୫୦ ସେବାୟତଙ୍କ ଟେଷ୍ଟ ହୋଇଛି । ସାମାଜିକ ଦୂରତା ରକ୍ଷା କରି ଏହି ଟେଷ୍ଟ କରାଯାଇଛି ।

Maa-Biraja-Temple-Jajpur-Odisha

ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା । ଏସମ୍ପର୍ତିକ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ ।

ଶାରଦୀୟ ଦୁର୍ଗା ପୂଜା ଅବସରରେ ମା’ ବିରଜାଙ୍କ ମନ୍ଦିରରେ ନବ ଦିନାତ୍ମକ ରଥଯାତ୍ରା କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି । ୯ ଦିନ ବ୍ୟାପୀ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି । ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

Maa-Biraja-Temple-Jajpur-Odisha

ଆବେଦନକାରୀ ଦର୍ଶାଇଥିଲେ ଯେ, ରଥଯାତ୍ରା ବନ୍ଦ ହୋଇଗଲେ ଦୀର୍ଘ ବର୍ଷର ପରମ୍ପରା ଭାଙ୍ଗିଯିବ । ଅନ୍ୟ କୌଣସି ଶକ୍ତି ପୀଠରେ ରଥଯାତ୍ରା ହେଉ ନଥିବା ବେଳେ କେବଳ ବିରଜାକ୍ଷେତ୍ରରେ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ପୁରୀରେ ରଥଯାତ୍ରା ଭଳି କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ ରଖିବା ପାଇଁ ସେମିତି ମା’ ବିରଜାଙ୍କ ରଥଯାତ୍ରା ପାଇଁ ମଧ୍ୟ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ଆବେଦନକାରୀ ।

ରାଜ୍ୟରେ ଲଘୁଚାପ ପ୍ରଭାବରେ ୨ ଦିନ ଧରି ଲାଗି ରହିବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଲଘୁଚାପ ବର୍ଷା ରାଜ୍ୟରେ ତାଣ୍ଡବ କରୁଥିବା ବେଳେ, ଚଳିତ ମାସ ୧୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । କେନ୍ଦ୍ରୀୟ ବଙ୍ଗପୋସାଗରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଯୋଗୁଁ ୧୯ ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

Rain Forecast Yellow Alert Issued To Nine Districts

୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୦ ରୁ ୨୧ ତାରିଖ ସକାଳ ଯାଏଁ କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିରେ ବର୍ଷା ହୋଇପାରେ। ଏନେଇ ଜଳ ସମ୍ପଦ ବିଭାଗ ଓ ମତ୍ସ୍ୟସମ୍ପଦ ବିଭାଗ ଓ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରିଛି କେନ୍ଦ୍ର।

କର୍ମକ୍ଷେତ୍ରରେ ଅନ୍ୟମାନଙ୍କର କଥା ଆଜି ଏହି ରାଶିର ବ୍ୟକ୍ତିଙ୍କୁ କଷ୍ଟ ଦେଇପାରେ

ଆଜିର ପଞ୍ଚାଙ୍ଗ:

୧୭ ଅକ୍ଟୋବର, ୨୦୨୦, ଶନିବାର

୧୪୨୮ ସାଲ,୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ତୁଳା ୧ ଦିନ, ଆଶ୍ୱୀନ ଶୁକ୍ଳପକ୍ଷ ପ୍ରତିପଦ ତିଥି,

ରାତି ୯ ଟା ୦୮ ପରେ ୨ୟା ତିଥି

– ଚିତ୍ରା ନକ୍ଷତ୍ରରେ ଦିନ ୧୧ ଟା ୫୧ ପରେ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ

– ଘାତ ଚନ୍ଦ୍ର – ନାହିଁ

– ଘାତ ବାର – ବୃଷ, ସିଂହ, କନ୍ୟା ରାଶିର

– ପୁଷ୍କର ଦୋଷ – ୧ ପାଦ, କୃଷିହାନୀ,ଭୂମିଦାନ, ରାତି ୯ ଟା ୦୮ପରେ ୨ ପାଦ ରହିବ, କୃଷି ଓ ପଶୁହାନୀ, ଭୂମି ଓ ଅନ୍ନଦାନ

– ଶୁଭ ସମୟ –

ସକାଳ ୭ ଟା ୧୭ ରୁ ସକାଳ ୮ ଟା ୩୮

ଦିନ ୧୧ ଟା ୫୪ ରୁ ଅପରାହ୍ନ ୧୨ ଟା ୫୮

ଦିନ ୨ ଟା ୨୪ ରୁ ଅପରାହ୍ନ ୨ ଟା ୫୯

– ଅଶୁଭ ସମୟ –

ରାହୁକାଳ- ଦିନ ୮ ଟା ୩୮ ରୁ ଦିନ ୧୦ ଟା ୦୫

କାଳରାତ୍ରି- ସନ୍ଧ୍ୟା ୫ ଟା ୧୮ ରୁ ସନ୍ଧ୍ୟା ୬ ଟା ୫୧

 

ମେଷ ରାଶି –

ଅଶ୍ୱିନୀ ନକ୍ଷତ୍ର – ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବା ଭଲ

ଦ୍ୱିଜା ନକ୍ଷତ୍ର – ବିନା ବାଧାରେ ଦୀର୍ଘ ଦିନର ଆଶା ପୂରଣ ହୋଇପାରେ

କୃତ୍ତିକା ନକ୍ଷତ୍ର – ରୋଜଗାର ଠାରୁ ଖର୍ଚ୍ଚ ଅଧିକ ହୋଇପାରେ, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ

ଲାଲ ରଙ୍ଗର ମିଠା ଖାଇ ଘରୁ ବାହାରନ୍ତୁ

ବୃଷ ରାଶି –

କୃତ୍ତିକା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ଯୋଗୁ ମନ ଖୁସି ରହିବ,ବାଣିଜ୍ୟ,ପରିବହନ କ୍ଷେତ୍ରରେ ବିଶେଷ ଉନ୍ନତି ହେବ

ରୋହିଣି ନକ୍ଷତ୍ର – ଧାର,କରଜ କରି ନିଜର ଆବଶ୍ୟକତାକୁ ପୂରଣ କରିପାରନ୍ତି

ମୃଗଶିରା ନକ୍ଷତ୍ର – ଆଶା କରୁଥିବା ଦିଗରୁ ଅର୍ଥ ପାଇପାରନ୍ତି, ସାମାନ୍ୟ କଷ୍ଟ ବି ପାଇପାରନ୍ତି

ଶୁଭଫଳ ପାଇଁ ମହାଲକ୍ଷ୍ମୀଙ୍କର ପୂଜା ଓ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ ରାଶି –

ମୃଗଶିରା ନକ୍ଷତ୍ର – ପ୍ରତି କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ, ଅଧିକ ଖର୍ଚ୍ଚାନ୍ତ ବି ହୋଇପାରନ୍ତି

ଆର୍ଦ୍ରା ନକ୍ଷତ୍ର -କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡିପାରେ

ପୁନର୍ବସୁ ନକ୍ଷତ୍ର – ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ ଅସ୍ଥିରତା ଦେଖାଦେବ

ସବୁଜରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ

କର୍କଟ ରାଶି –

ପୁନର୍ବସୁ ନକ୍ଷତ୍ର – ସମସ୍ୟା ମଧ୍ୟରେ ପ୍ରତିଟି କାମକୁ ପୁରା କରିବା ପାଇଁ ଚେଷ୍ଟା କରନ୍ତୁ

ପୁଷ୍ୟା ନକ୍ଷତ୍ର – ଦୀର୍ଘ ଦିନର ସୁଚିନ୍ତିତ ବାଣିଜ୍ୟ ଯୋଜନାକୁ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ

ଅଶ୍ଳେଷା ନକ୍ଷତ୍ର- କିଛି ଆଶା ନେଇ କାମ କରିଲେ ବି ପ୍ରତିବଦଳରେ କିଛି ପାଇବେ ନାହିଁ

ଶୁଭ ଫଳ ପାଇଁ ଧଳା ବସ୍ତ୍ର ଧାରଣ କରନ୍ତୁ

ସିଂହ ରାଶି –

ମଘା ନକ୍ଷତ୍ର – କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟକୁ ନେଇ ମନ ଅଶାନ୍ତି ରହିବ

ପୂର୍ବାଫାଲଗୁନି ନକ୍ଷତ୍ର – ଯାତ୍ରା ସମୟରେ ସତର୍କ ରୁହନ୍ତୁ ନଚେତ ବିପଦ ହୋଇପାରେ

ଉତ୍ତରାଫାଲଗୁନୀ ନକ୍ଷତ୍ର – ପରିବହନ ଓ ବ୍ୟବସାୟ ପାଇଁ ଦିନଟି ଭଲ ରହିବ

ସୂର୍ଯ୍ୟଦେବଙ୍କୁ ଲାଲ ମନ୍ଦାର ଫୁଲରେ ପୂଜା କରନ୍ତୁ

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମକ୍ଷେତ୍ରରେ ଅନ୍ୟମାନଙ୍କର କଥା ଆପଣଙ୍କୁ କଷ୍ଟ ଦେଇପାରେ

ହସ୍ତା ନକ୍ଷତ୍ର – ବନ୍ଧୁଙ୍କ ପାଖରେ ନିଜର ଅସୁବିଧା କଥା ଜଣାନ୍ତୁ, କିଛି ଫାଇଦାରେ ରହିବେ

ଚିତ୍ରା ନକ୍ଷତ୍ର – ଅନ୍ୟ ମାନଙ୍କ ଦ୍ୱାରା କରାଯାଇଥିବା କାମ କୁ ନେଇ ବ୍ୟସ୍ତତା ଦେଖାଇବେ

ଶୁଭତ୍ୱ ପାଇଁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା ରାଶି –

ଚିତ୍ରା ନକ୍ଷତ୍ର – କର୍ମକ୍ଷେତ୍ରରେ ଅସନ୍ତୋଷ ବାତାବରଣ ପରିବାର ଉପରେ ପ୍ରଭାବ ପକାଇପାରେ

ସ୍ୱାତୀ ନକ୍ଷତ୍ର – ସାମ୍ବାଦିକତା,ସଂଗୀତ କ୍ଷେତ୍ରରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କର ଶୁଭ ଦିନ ରହିଛି

ବିଶାଖା ନକ୍ଷତ୍ର – କୌଣସି କଥା ବା କାମକୁ ହାଲକା ନିଅନ୍ତୁ ନାହିଁ, ବିପଦରେ ପଡିବେ

ସକାଳ ସମୟରେ ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ବିଛା ରାଶି –

ବିଶାଖା ନକ୍ଷତ୍ର – ଦୂର ଯାତ୍ରା କରିପାରନ୍ତି,ବନ୍ଧୁଙ୍କ ସହ ଆଲୋଚନାରେ ସଫଳ ହୋଇପାରନ୍ତି

ଅନୁରାଧା ନକ୍ଷତ୍ର – ଆଧ୍ୟାତ୍ମିକ ଭାବନା ଯୋଗୁ ମନ ଶାନ୍ତ ରହିବ

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ ଭୁଲ୍ ବୁଝାମଣା ଯୋଗୁ ମନରେ ଅସ୍ଥିରତା ଲାଗି ରହିବ

ଶ୍ରୀହନୁମାନଙ୍କୁ ପେଡା ଭୋଗ ଅର୍ପଣ କରନ୍ତୁ

ଧନୁ ରାଶି –

ମୂଳା ନକ୍ଷତ୍ର – କିଛି ସମସ୍ୟାର ସମାଧାନ ହୋଇପାରେ, ସ୍ଥାନ ଓ କାମ ପରିବର୍ତ୍ତନକୁ ନେଇ ଚିନ୍ତା ରହିବ

ପୂର୍ବଷାଢା ନକ୍ଷତ୍ର – କିଛି ପ୍ରତିଶୃତି ଯୋଗୁ ଅନ୍ୟକୁ ଆପଣାଇପାରିବେ

ଉତ୍ତରାଷାଢା ନକ୍ଷତ୍ର –

ପ୍ରତି କ୍ଷେତ୍ରରୁ ଦିନଟି ଭଲ ରହିବ, ନିଜ ଲୋକମାନେ ଈର୍ଷା କରିବେ

ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ

ମକର ରାଶି –

ଉତ୍ତରାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ପୂଜାର୍ଚ୍ଚନା ପାଇଁ ଦିନଟି ଅନୁକୁଳ ରହିବ

ଶ୍ରବଣା ନକ୍ଷତ୍ର – ନିଜର ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ପ୍ରୟାସ କରିବେ

ଧନିଷ୍ଠା ନକ୍ଷତ୍ର – ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କିଛି ଦାୟିତ୍ୱ ଗ୍ରହଣ କରିପାରନ୍ତି

ଅସହାୟ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

କୁମ୍ଭ ରାଶି –

ଧନିଷ୍ଠା ନକ୍ଷତ୍ର – ଯାତାୟତ କ୍ଷେତ୍ରରେ କିଛି ସାବଧାନତା ଅବଲମ୍ବନ କରନ୍ତୁ

ଶତଭିଷା ନକ୍ଷତ୍ର – ବାହାର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ସ୍ୱାସ୍ଥ୍ୟ ଖରାପ ହେବ

ପୂର୍ବଭାଦ୍ର ନକ୍ଷତ୍ର -ପ୍ରୟାସ କରୁଥିବା କାମରେ ଶୁଭ ସଙ୍କେତ ମିଳିପାରେ

କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ

ମୀନ ରାଶି –

ପୂର୍ବଭାଦ୍ର ନକ୍ଷତ୍ର – ସାମାଜିକ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନେଇପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଫାଇଦା ମିଳିପାରେ

ରେବତୀ ନକ୍ଷତ୍ର – ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହେବ

ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

 

ଜ୍ୟୋତିର୍ବିଦ୍ ଇଂ ଦୀପକ ଆଚାର୍ଯ୍ୟ

ଯୋଗାଯୋଗ- 9861064469

ଓଟିଭିର ଦାଦାଗିରି; ପୋଲିସକୁ ଦେଲା ଖୋଲା ଚାଲେଞ୍ଜ…

ଭୁବନେଶ୍ୱର: ଆମ ସାମ୍ବାଦିକଙ୍କୁ ଆକ୍ରମଣ କଲେ ଆମେ କାହାକୁ ଛାଡ଼ିବୁନି । ଓଡ଼ିଶା ପୋଲିସକୁ ଖୋଲାଖୋଲି ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି ଓଟିଭି କର୍ତ୍ତୃପକ୍ଷ । ଆଜି ଏକ ପ୍ରେସ ରିଲିଜ ଜରିଆରେ ଓଟିଭି ନେଟୱର୍କର ଅପରେଟିଂ ଅଫିସର ଲିତିଶା ମଙ୍ଗତ ଏଭଳି ବୟାନ ଦେଇଛନ୍ତି । ଜନ ପ୍ରତିନିଧିଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଗତକାଲି କେନ୍ଦୁଝର ପୋଲିସ୍ ତଦନ୍ତ ପାଇଁ ଓଟିଭି ଅଫିସରେ ପ୍ରବେଶ କରିବାକୁ ଚାହିଁଥିଲା ।ହେଲେ ଓଟିଭି କର୍ତ୍ତୃପକ୍ଷ ଏହାକୁ ବିରୋଧ କରିଥିଲେ । ଏପରିକି ଆଜି ପ୍ରେସ ବିବୃତ୍ତି ଜରିଆରେ ଏହାକୁ ସ୍ବୀକାର କରିଛନ୍ତି ଯେ କୌଣସି ପରିସ୍ଥିତିରେ ପୋଲିସକୁ ଅଫିସ ଭିତରକୁ ଖୋଳତାଡ଼ କରିବାକୁ ଛାଡ଼ିବୁ ନାହିଁ ।

ଗଲା ଦୁଇତିନି ମାସ ମଧ୍ୟରେ ଓଟିଭି ଚାରିଟି ସାଂଘାତିକ ମାମଲାରେ ଛନ୍ଦି ହୋଇଯାଇଛି । ପ୍ରଥମେ ଏକ ଭାଇରାଲ୍ ଅଡିଓକୁ ପ୍ରସାରଣ କରି କୋଭିଡ୍ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।ଏହାପରେ ନାବାଳିକ ଗଣଦୁଷ୍କର୍ମ ମାମଲାରେ ଚ୍ୟାନେଲ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହାପରେ ସାରୁଅ ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ଆଉ ଏବେ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ପୁଣି ଚ୍ୟାନେଲର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସଂପୃକ୍ତି ଅଭିଯୋଗରେ କେନ୍ଦୁଝର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏ ସମସ୍ତ ମାମଲା ସାଧାରଣ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ହୋଇଛି ।