spot_img
Home Blog Page 6593

ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ଦିନକରେ ୬୬ ହଜାରରୁ ଅଧିକ ଆକ୍ରାନ୍ତ, ୮୧୬ ମୃତ ।

ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ଦିନକରେ ୬୬ ହଜାରରୁ ଅଧିକ ଆକ୍ରାନ୍ତ, ୮୧୬ ମୃତ ।

ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ହତ୍ୟା ପାଇଁ ୫୦ ହଜାର ଟଙ୍କା ହୋଇଥିଲା ଡିଲ୍ ।

ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ହତ୍ୟା ପାଇଁ ୫୦ ହଜାର ଟଙ୍କା ହୋଇଥିଲା ଡିଲ୍ ।

ମାତ୍ର ଟଙ୍କାଟେରେ ମିଳୁଛି ପେଟପୁରା ଆହାର, ଦିନକୁ ଏକ ହଜାରରୁ ଅଧିକ ଗ୍ରାହକ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଅନେକ ଲୋକେ କେତେ ଯେ ରାତି ଖାଲି ପେଟରେ ଶୋଇଛନ୍ତି ତାହା କଳ୍ପନା କରିହେବ ନାହିଁ । କାମ ଓ ଟଙ୍କା ଅଭାବ ଯୋଗୁଁ ଅନେକ ହନ୍ତସନ୍ତ ହୋଇଛନ୍ତି । କେତେକ ପରିବାର ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ଏକ ନୂଆ ଅଭିଯାନ । ଏକ ଟଙ୍କାରେ ମିଳୁଛି ପେଟ ପୁରା ଖାଇବା । ବିଶ୍ୱାସ ନହେଲେ ବି ଏହା ସତ । ଯେମିତି ଆଉ କେହି ଭୋକିଲା ପେଟରେ ଶୋଇବେ ନାହିଁ । ସେଥିପାଇଁ ଆୟୋଜକ ପ୍ରବୀଣ ଗୋଏଲ ଆରମ୍ଭ କରିଛନ୍ତି “ଶ୍ୟାମ ରୋଷେଇ” । ତାଙ୍କର ଅଭିଯାନକୁ ସଫଳ କରିବା ପାଇଁ ଅନେକ ଲୋକ ଦାନ ମଧ୍ୟ କରୁଛନ୍ତି ।

ଦିନକୁ ଏକ ହଜାରରୁ ଅଧିକ ଲୋକ ସେଠାକୁ ଖାଇବାକୁ ଯାଉଛନ୍ତି । ଦିଲ୍ଲୀର ନାଙ୍ଗୋଲି ସ୍ଥିତ ଶ୍ୟାମ ରୋଷେଇରେ ଏଭଳି ଆୟୋଜନ କରାଯାଇଛି । “କେହି ଭୋକରେ ରହିବେନି” ଏହି ଳକ୍ଷ୍ୟ ନେଇ ଆୟୋଜକ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି । ଗୋଟେ ମିଲ୍ ରେ ଭାତ, ଡାଲି, ତରକାରି, ପଲଉ ସବୁ କିଛି ଖାଇବାକୁ ମିଳୁଛି । ଖାଦ୍ୟର ସ୍ୱାଦ ମଧ୍ୟ କିଛି କମ୍ ନୁହେଁ । କେବଳ ମଧ୍ୟାନ ଭୋଜନ ନୁହେଁ ଏହା ବ୍ୟତୀତ ସକାଳ ଚା’ ମଧ୍ୟ ସେଠାରେ ପିଇବାକୁ ମିଳେ । ଏତେ ସବୁ ଖାଇବା ଆଇଟମ ପାଇଁ ଦେବାକୁ ପଡୁଛି ମାତ୍ର ଟଙ୍କାଏ । ଟଙ୍କାଏ ବି ପାଖରେ ନଥିଲେ ଏଠି ଖାଇବାକୁ ମିଳୁଛି । ଏତେ ଶସ୍ତାରେ ଏପରି ସ୍ୱାଦିଷ୍ଟ ଖାଦ୍ୟ ମିଳୁଛି । ସେଠାକୁ ଖାଇବାକୁ ଯାଉଥିବା ଲୋକେ ବି ଖାଇବା ଖାଇ ବେଶ ଖୁସି ଅଛନ୍ତି ।

ପୂର୍ବରୁ ୧୦ଟଙ୍କାରେ ପେଟପୁରା ଖାଇବା ମିଳୁଥିଲା । ଏବେ ଦାନ ଟଙ୍କା ବଢିଥିବାରୁ ଖାଇବା ମୁଲ୍ୟ ଏକ ଟଙ୍କାକୁ ହ୍ରାସ କରାଯାଇଛି ବୋଲି ଆୟୋଜକ କହିଛନ୍ତି । ଆଗକୁ ସାରା ଦେଶରେ ଏହି ରୋଷେଇ ଖୋଲିବା ପାଇଁ ଆୟୋଜକ ଲକ୍ଷ୍ୟ ରଖିଛନ୍ତି । ଏହି ବିଶେଷ କାର୍ଯ୍ୟକ୍ରମ ସହ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନେ ମଧ୍ୟ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

୧୨ ଘଣ୍ଟା ଗଭୀର ଅବପାତର ରୂପ ନେବ ଲଘୁଚାପ ! ଏହିସବୁ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଲଘୁଚାପ । ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ  । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତିକରୁଛି ଅବପାତ  ।  ଆନ୍ଧ୍ର ପ୍ରଦେଶର ନର୍ସାପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିବ  । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାରେ ଆସନ୍ତକାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି  ।

ଏନେଇ ୟେଲୋ ଓ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜିଲ୍ଲାର ଜିଲ୍ଲାପାଳଙ୍କୁ କରାଯାଇଛି ସତର୍କ  । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସ୍ଥିତି ସୃଷ୍ଟି ହୋଇପାରେ  । ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ସର୍ବାଧିକ ୭୦ କିମି ବେଗରେ ପବନ ବହିପାରେ  । ଏନେଇ ସତର୍କ ରହିବାକୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି ।

ତେବେ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି  । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ନୂଆପଡ଼ା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଭଦ୍ରକ ଜିଲ୍ଲାରେ ୟଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି  ।

 

ପିସ୍ତା ବାଦାମ ଶରୀର ପାଇଁ ହୋଇପାରେ କ୍ଷତିକାରକ, ସୁସ୍ଥ ରହିବା ବଦଳରେ ଭୋଗିବେ ଏମିତି…

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ । ଡ୍ରାଏ ଫ୍ରୁଟ୍ ମଧ୍ୟରେ ପ୍ରାୟତଃ ଲୋକେ ପିସ୍ତା ବାଦାମ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ବାଦାମ ସମସ୍ତଙ୍କ ପାଇଁ ସୁସ୍ଥ ନୁହେଁ? କାରଣ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା ହୋଇପାରେ କ୍ଷତିକାରକ । କାରଣ ଏହା ଦ୍ୱାରା କୌଣସି ଲାଭହୋଇନଥାଏ । ତେବେ କେଉଁ ଲୋକଙ୍କ ପାଇଁ ପିସ୍ତା ବାଦାମ ଖାଇବା କ୍ଷତିକାରକ ହୋଇପାରେ ଆସନ୍ତୁ ଜାଣିବା ।

୧- ଯଦି ପ୍ରତିଦିନ ଆପଣ କୌଣସି ଔଷଧ ଖାଉଛନ୍ତି, ତେବେ ସେମାନଙ୍କୁ ପିସ୍ତା ବାଦାମ ଖାଇବା ଅନୁଚିତ୍ । ପିସ୍ତା ବାଦାମରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ତତ୍ତ୍ୱ ରହିଛି । ତିନିରୁ ଚାରିଟି ପିସ୍ତା ବାଦାମରେ ୦.୬mg ମାତ୍ରା ରହିଥାଏ । ତେବେ ଅନ୍ୟାନ୍ୟ ଔଷଧ ଖାଉଥିବା ଲୋକଙ୍କୁ ୧.୮ରୁ ୨mg ଆବଶ୍ୟକ । ତେବେ ଯଦି ଆପଣ ଅଧିକ ପିସ୍ତା ବାଦାମ ଖାଆନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ପ୍ରଭାବ ପକାଇପାରେ । ତେବେ ମ୍ୟାଗ୍ନେସିୟମ୍ ଆଣ୍ଟାସିଡ୍, ଲେକ୍ସାଟିଭ୍, ରକ୍ତଚାପ ଔଷଧ ଲୋକଙ୍କ ଶରୀରରେ ଅନେକ ଆଣ୍ଟିବାୟୋଟିକ୍ ଭଳି ଆଣ୍ଟିସାଇକୋଟିକ୍ ପ୍ରଭାବକୁ ହ୍ରାସ କରିପାରେ ।

୨- ପିସ୍ତା ବାଦାମରେ ଭିଟାମିନ-ଇ ଭରପୂର ମାତ୍ରାରେ ଥାଏ । ତେବେ ଯଦି ଆପଣ ଅଧିକ ପିସ୍ତା ବାଦାମ ଖାଆନ୍ତି, ତାହେଲେ ଏହା କେଶ ଏବଂ ସ୍କିନ୍ ପାଇଁ ଭଲ ଅଟେ। ଏହା ଆଣ୍ଟିଅକ୍ସିଡାଣ୍ଟକୁ ରକ୍ଷା କରିବା ପାଇଁ କାମ କରିଥାଏ। ପ୍ରତିଦିନ ତିନିରୁ ଚାରିଟି ବାଦାମ ଖାଇଲେ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଅଧିକ ପିସ୍ତା ବାଦାମ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।  ଅଧିକ ଏମଜିର ଭିଟାମିନ୍ ଇ ଶରୀର ପାଇଁ କ୍ଷତିକାରକ ହୋଇପାରେ ।

୩- ଯେଉଁମାନଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ରହିଥାଏ, ସେମାନଙ୍କୁ ଅଧିକ ପରିମାଣର ପିସ୍ତା ବାଦାମ ଖାଇବା ଅନୁଚିତ୍ ।  ପିସ୍ତା ବାଦାମରେ ଫାଇବର ତତ୍ତ୍ୱ ଥାଏ  । ତେବେ ପ୍ରତିଦିନ ୩ ରୁ ୪ ବାଦାମ ଖାଇଲେ ଶରୀରକୁ ୨୫ ରୁ ୪୦ ଗ୍ରାମ ଫାଇବର ମିଳିଥାଏ । ତେବେ ଅଧିକ ବାଦାମ ଖାଇଲେ, ପେଟ ଜଡ଼ିତ ସମସ୍ୟା ହୋଇପାରେ । ଅଧିକ ବାଦାମ ଖାଇଲେ କୋଷ୍ଠକାଠିନ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ ।

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା: ୬ଜଣଙ୍କ ପରେ ଗିରଫ ହେଲେ ଆଉ ୨ ଅଭିଯୁକ୍ତ

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀଙ୍କୁ ହତ୍ୟା ମାମଲା । ଆଉ ୨ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲାରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ । ମୁଖ୍ୟ ଅଭିଯୁକ୍ତ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତିଙ୍କୁ ଗିରଫ କରାଯାଇଛି। ଏଥିସହ ରକ୍ତ ଲଗା ଖଣ୍ଡା ଓ ଦୁଇଟି ବାଇକ ଜବତ କରାଯାଇଛି । ସେମାନଙ୍କୁ ହତ୍ୟାକାଣ୍ଡ ନେଇ ପଚରାଉଚରା କରାଯାଉଛି । ହତ୍ୟାକାଣ୍ଡରେ ସୁପାରୀ କାରବାର ହୋଇଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି ।

ସେହିପରି ଗିରଫ ୨ ଅଭିଯୁକ୍ତ ସୁପାରୀକିଲର କି ନୁହେଁ ସେନେଇ ମଧ୍ୟ ତନାଘନା ଚାଲିଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ କୋର୍ଟରେ ଆତ୍ମସମପର୍ଣ କରିଥିଲା । ଘଟଣାରେ ମୋଟ ଆଠ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିଲା ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଘଟଣା ପରେ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏବଂ ଏମାନେ ପୋଲିସଠାରୁ ବଞ୍ଚିବାକୁ ଗୋଟେ ପରେ ଗୋଟେ ଜିଲ୍ଲାକୁ ସ୍ଥାନ ପରିବର୍ତ୍ତନ କରୁଥିଲେ । କିନ୍ତୁ ସେମାନଙ୍କର ସବୁ ପ୍ଲାନ ଫେଲ ମାରିଥିଲା ଏବଂ କମିଶନରେଟର ସ୍ପେସାଲ ସ୍କ୍ୱାର୍ଡ ଏମାନଙ୍କୁ ଧରିବାରେ ସଫଳ ହୋଇଛି ।  ଅଭିଯୁକ୍ତଙ୍କ ଘର ପୁରୁଣା ଭୁବନେଶ୍ୱର ବୋଲି ଜଣାପଡ଼ିଛି । ତେବେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ବେହେରାଙ୍କ ସମେତ ୫ଜଣ ଗିରଫ ହୋଇଥିଲେ ।

ଖୋକା ଭାଇଙ୍କ ସ୍ୱରର ଯାଦୁରେ ଏବେବି ମତୁଆଲା ସଂଗୀତପ୍ରେମୀ

କଟକ: ଆଜି ଓଲିଉଡ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ । ଦୀର୍ଘ ୧୮ ବର୍ଷ ହେଲାଣି ସେ ସ୍ୱର୍ଗାବାସ କରିଥିଲେ ସୁଦ୍ଧା ତାଙ୍କୁ ଆଜି ଯାଏଁ ଝୁରୁଛନ୍ତି ସଂଗୀତପ୍ରେମୀ । ତାଙ୍କର ଗୀତର ଯାଦୁ ଏବେବି ଲୋକଙ୍କୁ ମତୁଆଲା କରେ । ପ୍ରତିଟି ମୁହୂର୍ତ୍ତର ସ୍ମୃତିକୁ ସେ ତାଙ୍କ ସଂଗୀତର ଯାଦୁରେ ବାନ୍ଧି ରଖି ଜିଣିଥିଲେ ସଂଗୀତପ୍ରେମୀଙ୍କ ମନ ।

୧୮ ବର୍ଷ ହେଲାଣି ଆମ ଗହଣରେ ନଥିଲେ ବି ଅକ୍ଷୟ ମହାନ୍ତିଙ୍କ ସଂଗୀତ ଆଜି ବି ସ୍ମୃତିରେ ଉଜାଗର ରହିଛନ୍ତି । ଆଜି ସେହି ପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର ଖୋକା ଭାଇଙ୍କ ଜନ୍ମଦିନ । ସେ ଓଡ଼ିଆ କଥାଚିତ୍ର ହେଉ କି ପଲ୍ଲୀଗୀତ ବା ଭଜନ, ତାଙ୍କର କଣ୍ଠରେ ପ୍ରତ୍ୟେକଟି ଗୀତ ଥିଲା ବେଶ ହୃଦୟସ୍ପର୍ଷୀ । ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ଥିଲେ ଅକ୍ଷୟ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ସଙ୍ଗୀତ ସଂଯୋଜନା କରି ଆଜି ବି ଓଡିଆଙ୍କ ହୃଦୟରେ ରାଜ୍ କରୁଛନ୍ତି ।

ଆଧୁନିକ ଯନ୍ତ୍ର ନଥିଲେ ବି ଓଡ଼ିଆ ସଙ୍ଗୀତରେ ତାଙ୍କ ପରଖ ଓ ନୂଆ ନୂଆ ଶବ୍ଦର ଭେଳିକି, ସଂଗୀତ ପ୍ରେମୀଙ୍କ ଆକର୍ଷିତ କରିଥିଲା । ୭୫ଟି ଓଡ଼ିଆ କଥାଚିତ୍ରରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ୯୨ଟି କଥାଚିତ୍ରରେ ରହିଛି ତାଙ୍କ ସ୍ୱରର ଯାଦୁ । ଖାଲି ସେତିକି ନୁହେଁ ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ । ଆଜି ସେ ନାହାନ୍ତି ସତ ହେଲେ ତାଙ୍କ ସ୍ମୃତି ଚିରଦିନ ପାଇଁ ଲୋକଙ୍କ ହୃଦୟରେ ତାଜା ହୋଇ ରହିଛି ।

କୋଭିଡ କଟକଣା ମଧ୍ୟରେ ପରୀକ୍ଷା, ୧୯ ତାରିଖ ଯାଏଁ ଚାଲିବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ୧୯ ତାରିଖ ଯାଏଁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆସିଛି । କିଭଳି ଏହି ସଂକ୍ରମଣକୁ ଆହୁରି କମାଇ ହେବ ସେନେଇ ମଧ୍ୟ ତତ୍ପର ଅଛନ୍ତି ସରକାର । କରୋନା କଟକଣା ଭିତରେ ଜେଇଇ ମେନ୍ ଢାଞ୍ଚାରେ ସଂମ୍ପୂର୍ଣ ଅନଲାଇନ୍‌ରେ ହେଉଛି ପରୀକ୍ଷା । ଦିନକୁ ମୋଟ ତିନୋଟି ସିଫ୍ଟରେ ପରୀକ୍ଷା ହେଉଛି । ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ଥିବାରୁ ଏକାଧିକ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।

OJEE Exam From Tomorrow

ଚଳିତ ବର୍ଷ ୭୯ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି । ରାଜ୍ୟରେ ୨୧ଟି ସହରରେ ମୋଟ ୫୪ ଟି ଓ ରାଜ୍ୟ ବାହାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ପ୍ରତି ସିଫ୍ଟ ପରେ ବିଶୋଧନ କରାଯାଉଥିବା ବେଳେ ପରୀକ୍ଷାର୍ଥୀମାନଙ୍କୁ ମାସ୍କ, ସାନିଟାଇଜର ଓ ପାଣି ବୋତଲ ଆଣିବାକୁ କୁହାଯାଇଛି ।

ସୀମାରେ ଠୁଳ ହୋଇଛନ୍ତି ୬୦ ହଜାରରୁ ଅଧିକ ଚୀନ ସେନା, ଆଜି ସପ୍ତମ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଦୀର୍ଘ ଦିନ ପରେ ଆଜି ଉଭୟ ଦେଶର ଅଧିକାରୀ ଆଲୋଚନା କରିବେ । ଅକ୍ଟୋବର ୧୨ ତାରିଖରେ, ଭାରତ ଏବଂ ଚୀନ୍ ମଧ୍ୟରେ ସପ୍ତମ କମାଣ୍ଡରସ୍ତରୀୟ ବୈଠକ ହେବ । ଭାରତ ପକ୍ଷରୁ ଚୀନକୁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ । ସୀମାରେ ଅଧିକରୁ ଅଧିକ ସେନା ଠୁଳ କରି ଚାଲିଛି ଚୀନ୍ । ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଏଥିପାଇଁ ଖାସ କାରଣ, ଭାରତ ତରଫରୁ କଥାବାର୍ତ୍ତା କରୁଥିବା ଲେଫ୍ଟିନେଣ୍ଟ ଜେନେରାଲ୍ ହରିନ୍ଦର ସିଂଙ୍କ ନେତୃତ୍ୱରେ ଏହା ତାଙ୍କ ଶେଷ ଆଲୋଚନା ହେବ । ଏହି ବୈଠକରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ମଧ୍ୟ ଯୋଗ ଦେବେ । ଏଥିସହ ଚୀନ୍‌ର ସାମରିକ ଅଧିକାରୀଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରାଣଳୟର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହେବେ।

ବୈଠକରେ ସୀମାରୁ ସେନା ହଟାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯିବ ବୋଲି ଜଣାପଡିଛି  । ପୂର୍ବ ଲଦାଖରେ ଚୀନ ପକ୍ଷରୁ ୬୦ ହଜାର ସେନା ମୁତୟନ କରାଯାଇଛି ବୋଲି ପୂର୍ବରୁ ଆମେରିକା କହିଥିଲା  । ଏନେଇ ମଧ୍ୟ ଆଜି ହେଉଥିବା ବୈଠକରେ ଆଲୋଚନା କରାଯିବ। ଚୀନ ପ୍ରଥମେ ସେନା ନହଟେଇଲେ ଭାରତ ସେନା ହଟାଇବ ନାହିଁ ବୋଲି କୁହାଯାଇଛି । ସେପଟେ ଚୀନ ମଧ୍ୟ ଶୀତ ଦିନ ସାରା ସୀମାରେ ସେନା ଜଗାଇବ ବୋଲି ଚେତାବନୀ ଦେଇଛି । ଭାରତୀୟ ସେନା ମଧ୍ୟ ଶୀତ ଦିନ ସାରା ସୀମାରେ ରହିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଲଦାଖରେ ଶୀତ ଦିନେ ମାଇନସ ଡିଗ୍ରିରେ ତାପମାତ୍ରା ରହୁଥିବା ବେଳେ ଚୀନ କିଛି ହରକତ କରିପାରେ ଆଶଙ୍କା କରାଯାଉଛି ।

ଜଙ୍ଗଲକୁ ଛାଡ଼ି ଜନବସତୀ ଆଡ଼କୁ ମାଡ଼ି ଆସୁଛନ୍ତି ବନ୍ୟଜନ୍ତୁ

କେନ୍ଦୁଝର: ଗାଁ ଓ ସହର ମୁହାଁ ହେଉଛନ୍ତି ଜଙ୍ଗଲୀ ବନ୍ୟ ଜନ୍ତୁ । ଜଙ୍ଗଲ ଛାଡ଼ି ଏମାନେ ଧାଉଁଛନ୍ତି ଜନବସତି ଆଡ଼କୁ । କେତେବେଳେ ଗାଁ ତ କେତେବେଳେ ରାଜରାସ୍ତାରେ ପହଞ୍ଚୁଛନ୍ତି ଏମାନେ । କିଛିଦିନ ତଳେ ଖୋର୍ଦ୍ଧା ଟାଉନରେ ହାତୀ ଦେଖିବାକୁ ମଳିଥିବା ବେଳେ ଏବେ ଗାଁରେ ପଶିଛି ଭାଲୁ । ଘଟଣାଟି ହେଉଛି କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ପୁରୁଣା ବାନ୍ଦୋଗଡା ଗାଁର ।

ବାନ୍ଦୋଗଡା ଗାଁର ଜଣଙ୍କ ଘରେ ଭାଲୁ ଘରେ ପଶିଥିବା ଦେଖିବାକୁ ମିଳିଛି  । ହଠାତ ଭାଲୁଟି ଘରେ ପଶିଯିବାରୁ ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ଗତକାଲି ରାତି ୯ଟାରେ ଭାଲୁଟି ଗାଁର ବୈକୁଣ୍ଠ ମହାନ୍ତିଙ୍କ ବାଡିପଟ ଦେଇ ଘର ଭିତରକୁ ପଶିଆସିଥିଲା  । ଭାଲୁକୁ ଦେଖି ପରିବାର ଲୋକେ ଭୟରେ ଘରୁ ପଦାକୁ ଦୌଡି ପଳାଇଥିଲେ । କିଛି ସମୟ ପରେ ଗାଁର କିଛି ଯୁବକ ଓ ଜଙ୍ଗଲ ବିଭାଗ ପହଁଞ୍ଚି ଭାଲୁକୁ ଘର ଭିତରୁ ବାହାର କରିଥିଲେ  ।