spot_img
Home Blog Page 6601

‘କ୍ୟାନ୍ସର ଆକ୍ରାନ୍ତ ପରେ ଭାଙ୍ଗିପଡ଼ିଥିଲି, ସଚିନ୍‌ଙ୍କ ପାଇଁ ଫେରିଥିଲି କ୍ରିକେଟ୍‌କୁ’

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଅନେକ ଥର ଦଳକୁ ନିଜ ଦମ୍‌ରେ ଜିତାଇଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ୍‌ ହେଉ କିମ୍ବା ୨୦୧୧ ବିଶ୍ୱକପ୍‌, ଉଭୟ ଟୁର୍ଣ୍ଣାମେଣ୍ଟରେ ଯୁବରାଜଙ୍କ ପ୍ରମୁଖ ଭୂମିକା ରହିଥିଲା । ହେଲେ ଦୁଃଖର କଥା ୨୦୧୧ ବିଶ୍ୱକପ୍‌ ପରେ ଯୁବରାଜଙ୍କୁ କର୍କଟ ରୋଗ ସହ ଲଢ଼ିବାକୁ ପଡ଼ିଥିଲା । କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ । ଆଉ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ କି ନାହିଁ ସେନେଇ ନିଷ୍ପତ୍ତି ନେଇ ପାରୁନଥିଲେ ।

Sachin Yuvraj

ତେବେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସେ ନିଜକୁ ସମ୍ଭାଳୁଥିବା ବେଳେ କ୍ରିକେଟ୍‌ ଜଗତର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ତାଙ୍କୁ‌ ଶକ୍ତି ପ୍ରଦାନ କରିଥିଲେ । ଯୁବରାଜଙ୍କ ମନୋବଳ ବୃଦ୍ଧି କରିବା ସହ ତାଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ଆମନ୍ତ୍ରଣ କରିଥିଲେ । ଅସୁସ୍ଥ ଥିବା ବେଳେ ମଧ୍ୟ ସଚିନ୍‌ଙ୍କ ସହ ଯାେଗାଯୋଗରେ ଥିଲେ ଯୁବରାଜ ।

Sachin Yuvraj

ନିକଟରେ ଯୁବରାଜ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ସାରିବା ପରେ, ସେ ଘରୋଇ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଯୁବରାଜଙ୍କ ଭଳି ଜଣେ ଆନ୍ତର୍ଜାତୀୟ କ୍ରିକେଟ୍‌ରଙ୍କୁ ଘରୋଇ ମ୍ୟଚ୍‌ ଖେଳିବା କେତେ କଷ୍ଟ ସାଧ୍ୟ ଥିଲା ? ଏଭଳି ପ୍ରଶ୍ନର ଉତ୍ତରରେ ଯୁବରାଜ କହିଛନ୍ତି, ଯେତେବେଳେ ସେ ଭାଙ୍ଗିପଡ଼ିଥିଲେ ସଚିନ୍‌ଙ୍କ ସହ କଥା ହେବାରୁ ତାଙ୍କ ଭିତରେ ଆତ୍ମବଳ ବୃଦ୍ଧି ପାଇଥିଲା ।

Sachin Yuvraj

ସଚିନ୍‌ କହିଥିଲେ ଆମେ କ୍ରିକେଟ୍‌ କାହିଁକି ଖେଳୁ ? ଏହା ସତ ଯେ, ଆମକୁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଅଛି କିନ୍ତୁ ଆମେ କ୍ରିକେଟ୍‌ ଖେଳୁ କାରଣ ଏଥିପ୍ରତି ଆମର ଭଲ ପାଇବା ରହିଛି । ଯଦି ଆପଣଙ୍କର ଖେଳ ପ୍ରତି ଭଲପାଇବା ଅଛି ତେବେ ନିଶ୍ଚୟ ଖେଳିବା ଉଚିତ୍‌ । ସଚିନ୍ ଆହୁରି କହିଛନ୍ତି ଯେ, ଯଦି ମୁଁ‌ ଏଭଳି ପରିସ୍ଥିତିରେ ଥାନ୍ତି ତେବେ କ’ଣ କରିଥାନ୍ତି ତାହା ଜାଣିନି । କିନ୍ତୁ ଯଦି ଖେଳ ପ୍ରତି ଭଲପାଇବା ରହିଛି, ତେବେ ନିଶ୍ଚୟ ଖେଳିବା ଉଚିତ୍‌ ଏବଂ ଖେଳିବା ପରେ ହିଁ ରିଟାୟର୍‌ମେଣ୍ଟର ନିଷ୍ପତ୍ତି ନେବା କଥା ଚିନ୍ତା କରିବ ।

Sachin Yuvraj

ଯୁବି ଆହୁରି ମଧ୍ୟ କହିଛନ୍ତି ଯେ, କର୍କଟ ଚିକିତ୍ସା ପରେ ତାଙ୍କ ଶରୀର ପୂର୍ବ ଭଳି ସୁସ୍ଥ ନଥିଲା । ସଚିନଙ୍କ ସହ କିଛି ଭଲ କଥାବାର୍ତ୍ତା ହୋଇଥିଲା ଏବଂ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳିଥିଲି ବୋଲି କହିଛନ୍ତି ଯୁବି । ମୁଁ ଏହି ସମୟରେ ଭାରତୀୟ ଦଳରେ ସାମିଲ ହେଉଥିଲି ଏବଂ ବାହାର ହେଉଥିଲି । ସମସ୍ୟା ଥିଲା ଯେ, ଟି-୨୦ ବିଶ୍ୱକପ୍‌ ଖେଳିବା ପରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲି କିନ୍ତୁ ରୋଗ କାରଣରୁ ପୂର୍ବ ଭଳି ଶରୀର ସୁସ୍ଥ ନଥିଲା ।

Sachin Yuvraj

ଯୁବରାଜ କହିଛନ୍ତି ‘ଶରୀର ଅସୁସ୍ଥତା ସତ୍ତ୍ୱେ ଦଳକୁ ଫେରି ଆସିଥିଲି । ୱାନ ଡେ ଇଣ୍ଟରନ୍ୟାସନାଲରେ ମୋର ସର୍ବାଧିକ ସ୍କୋର କରିଥିଲି । ମୁଁ କେବଳ ମୋ ଜୀବନରେ ଖୁସି ହେବାକୁ ଚାହୁଁଥିଲି । ମୁଁ ଶାନ୍ତିରେ ବଞ୍ଚିବାକୁ ଚାହୁଁଥିଲି ଏବଂ କହାକୁ ଦୁଃଖି କରିବାକୁ ଚାହୁଁ ନଥିଲି । ତେଣୁ ମୁଁ ଆଗକୁ ଆଗେଇ ଚାଲିଲି ।’

ସାଲେପୁରରେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି ହୋମିଓପାଥି ମେଡିକାଲ, ଲୋକେ ହନ୍ତସନ୍ତ

ସାଲେପୁର: ଅବ୍ୟବସ୍ତା ଘେରରେ ହୋମିଓପାଥିକ ମେଡିକାଲ । ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ମେଡିକାଲ ଏବେ ପାଲଟିଛି ଭୁତ କୋଠି  । ନା ଡାକ୍ତର ଅଛନ୍ତି ନା ଚିକିତ୍ସା ପାଇଁ ଏଠାକୁ ରୋଗୀ ଆସୁଛନ୍ତି । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଏ ହେଉଛି ଖୋଦ କଟକ ଜିଲ୍ଲାର ଚିତ୍ର । ୧୯୮୮ ମସିହାରେ ପ୍ରତିଷ୍ଠା ହୋଇଥିଲା ସରକାରୀ ହୋମିଓପାଥି ମେଡିକାଲ । ମାତ୍ର ଏହି ମେଡ଼ିକାଲ ପ୍ରାୟ ଦୀର୍ଘ ଦିନ ହେବ ତାଲା ପଡ଼ି ରହୁଛି ।

ସୂଚନା ଅନୁଯାୟୀ, କେତେବେଳେ ଡାକ୍ତରଖାନା ଖୋଲେ ତ ଆଉ କେତେବେଳେ ବନ୍ଦ ହୁଏ । ସେକଥା କିନ୍ତୁ ଗାଁ ଲୋକେ ଜାଣନ୍ତି ନାହିଁ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ହୋମିଓପାଥି ମେଡିସିନର ଆବଶ୍ୟକତା ରହିଥିବା ବେଳେ ଡ଼ାକ୍ତର ଖାନାରେ ତାଲା ଝୁଲୁଛି । ଯାହାକୁ ନେଇ ରାଜ୍ୟରେ କରୋନା ସ୍ଥିତି ବଢ଼ୁଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆଖପାଖ ଅଞ୍ଚଳର ଲୋକେ । ଗାଁ ଲୋକଙ୍କ ସୁବିଧା ପାଇଁ ସରକାର ତିଆରି କରିଛନ୍ତି ହୋମିଓପାଥି ମେଡିକାଲ ।

ହେଲେ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ଉପରିସ୍ଥ ଅଧିକାରୀ ମାନଙ୍କୁ ଗୁହାରି ମଧ୍ୟ କରିଛନ୍ତି ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ନାହିଁ ନ ଥିବାର ଅସୁବିଧାର ସଂମ୍ବୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

କରୋନା ପାଇଁ ବ୍ରହ୍ମାସ୍ତ୍ର ପ୍ଲାଜମା ଥେରାପି, ଗଞ୍ଜାମରେ ପ୍ରୟୋଗ ପରେ ସୁସ୍ଥ ହେଲେ ୩ ସଂକ୍ରମିତ

ଗଞ୍ଜାମ: ରାଜ୍ୟ ସହ ଗଞ୍ଜାମରେ ଦିନକୁ ଦିନ କରେନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଗଞ୍ଜାମରୁ ଦିନକରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩୨ ଜଣ କରୋନା ପଜିଟିଭ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ଭୟ ଭିତରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ଖବର । କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏବେ ରାମ ବାଣ ହୋଇ ଉଭା ହୋଇଛି ପ୍ଲାଜମା ଥେରାପି ।

କରୋନା ସଂକ୍ରମିତଙ୍କ ପାଇଁ  ସଂଜୀବନୀ ହେଉଛି ପ୍ଲାଜମା । ପ୍ଲାଜମା ନେବା ପରେ ଗଞ୍ଜାମ ଜିଲ୍ଲାରେ ୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ଲାଜମା ନେବା ପରେ ଟାଟା ହସପିଟାଲରେ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏଥିସହ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବାକୁ ଗଞ୍ଜାମ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ସେପଟେ ୧୨ ଜଣ କନେଷ୍ଟବଳ ସମେତ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ କନେଷ୍ଟବଳ ରାୟଗଡା ସଦରମହକୁମାର । କୋଭିଡ ଡ୍ୟୁଟିରେ ନିୟୋଜିତ ଥିଲେ କନେଷ୍ଟବଳ ମାନେ । କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ କନେଷ୍ଟବଳଙ୍କୁ ନିକଟସ୍ଥ କୋଭିଡ କେୟାରକୁ ପଠାଯାଇଛି । ତେବେ ଆଜି ରାୟଗଡ଼ାରୁ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

ବିନା କରୋନା ଟେଷ୍ଟରେ ଥଇଥାନ କେନ୍ଦ୍ରରେ ରହିପାରିବେ ନାହିଁ ଭିକାରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରୁ ୧୨୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଭିକାରୀ ମାନଙ୍କ କ୍ଷେତ୍ରରେ ନୂଆ ଗାଇଡ଼ ଲାଇନ ଜାରି କରାଯାଇଛି । ଏଣିକି ଭିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବିନା କରୋନା ଟେଷ୍ଟରେ ରହିବାକୁ ଅନୁମତି ମିଳିବନି । ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିଲେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ।

କରୋନା ଟେଷ୍ଟ ରିପୋର୍ଟ ନଆସିବା ଯାଏ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନ୍‌ଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମ୍‌ରେ ରଖିବାର ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ସାର୍ଟିଫିକେଟ ଥିବା ବା ସଂଗରୋଧ ନିୟମ ପାଳନ କରିଥିବେ, ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ତେବେ ରାଜ୍ୟରେ ଚିନ୍ତା ବଢାଉଛି କରୋନା । ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିବା ବେଳେ ଏବେ ଦିନକରେ ୪୬୨ ସ୍ଥାନୀୟ ସଂକ୍ରମଣ ନିଦ ହଜାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨୧୫ଜଣ । ଏମଧ୍ୟରୁ ୭୫୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୪୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ସଞ୍ଜନା ଫିଲ୍ମ ଫଟୋ ପୋଷ୍ଟ କରି କହିଲେ ଏହି ସିନ୍ ପଛର କାହାଣୀ..

ମୁମ୍ବାଇ: ବିଲିଉଡ଼ର ଲୋକପ୍ରିୟ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ରିଲିଜ ହୋଇଯାଇଛି । ୨୪ ଜୁଲାଇରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମରେ ସୁଶାନ୍ତଙ୍କ ହିରୋଇନ ଥିଲେ ସଞ୍ଜନା ସାଂଘି । ସଞ୍ଜନା ଏହି ଫିଲ୍ମରେ ବଲିଉଡ଼ରେ ଏଣ୍ଟ୍ରି ମାରିଛନ୍ତି । ତେବେ ଫିଲ୍ମଟି ହଲିଉଡ଼ ଫିଲ୍ମ ‘ଦି ଫଲ୍ଟ ଇନ୍ ଆୱାର ଷ୍ଟାର୍ସ’ର ଅଫିସିଆଲ ହିନ୍ଦି ରିମେକ୍ ।

ଫିଲ୍ମକୁ ନେଇ ନିକଟରେ ସଞ୍ଜନା ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଫିଲ୍ମ ‘ଦିଲ ବେଚାରା’ର ସୁଟିଂ ସମୟର କିଛି  ସ୍ମୃତିକୁ ମନେ ପକାଇଛନ୍ତି । ସେ ପୋଷ୍ଟରେ ଦେଇଥିବା ଫଟୋରେ ସୁଶାନ୍ତ, ସଞ୍ଜନାଙ୍କ କାନ୍ଧରେ ଶୋଇଥିବାର ଦେଖିବାକୁ ମିଳିଛି । ସଞ୍ଜନା ଲେଖିଛନ୍ତି ଯେ, ଏହି ଫଟୋ ସକାଳ ପ୍ରାୟ ସାଢେ ୪ଟା ସମୟର । ଯେତେବେଳେ ଆମେ ସମସ୍ତେ ‘ତାରେ ଗିନ୍’ ଗୀତର ସୁଟିଂ କରୁଥିଲୁ ।

ଫିଲ୍ମର ସୁଟିଂ ସମୟରେ ସଞ୍ଜନା ସୁଶାନ୍ତ ସିଂ ରାଜପୁତଙ୍କ ସହ ଭଲ ସମ୍ପର୍କ ତିଆରି କରିଥିଲେ । ସେ ସୁଟିଂ ସମୟକୁ ମନେପାକାଇ କହିଛନ୍ତି ଯେ, ସୁଶାନ୍ତ ଫିଲ୍ମ ସୁଟିଂର ଶେଷ ଦିନରେ ସଞ୍ଜାନାଙ୍କୁ ପ୍ରଂଶସା କରିଥିଲେ ଏବଂ ସେ ଫିଲ୍ମରେ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିଥିଲେ ।  ସୁଶାନ୍ତଙ୍କ ମୃତ୍ୟୁ ଏବେ ସଞ୍ଜନା ବିଶ୍ୱାସ କରିପାରୁ ନାହାଁନ୍ତି । ସେ କହିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ଗ୍ରହଣ କରିବାକୁ ତାଙ୍କୁ ସମୟ ଲାଗିବ ।

https://www.instagram.com/p/CDIkbCCFnHh/?utm_source=ig_embed

ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବଡ଼ା । ନିର୍ଦ୍ଦେଶକ ହିସାବରେ ଏହା ଥିଲା ତାଙ୍କ ପ୍ରଥମ ଫିଲ୍ମ । ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କ ଚର୍ଚ୍ଚାର ବିଷୟ ପାଲଟିଛି ସୁଶାନ୍ତଙ୍କ ଏହି ଶେଷ ଫିଲ୍ମ ।

ବଲିଉଡ୍‌ରେ ଥମୁନି ବିବାଦ, କଙ୍ଗନାଙ୍କୁ ଟାର୍ଗେଟ୍‌ କଲେ ସୋନୁ ! କହିଲେ…

ମୁମ୍ବାଇ: ବଲିଉଡ୍‌ରେ ଥମୁନି ବିବାଦ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ବି ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାରେ ନୂଆ ଯୋଡ଼ି ହୋଇଛନ୍ତି ସୋନୁ ସୁଦ୍ । ରିଲ୍‌ ଲାଇଫ୍‌ରେ ଭିଲେନ୍‌ ଓ ରିଅଲ୍‌ ଲାଇଫରେ ହିରୋ ଭାବେ ଏବେ ବେଶ ଲୋକ ପ୍ରିୟତା ହାସଲ କରିଥିବା ସୋନୁ ସୁଦ୍ ପରୋକ୍ଷରେ ପଙ୍ଗା କୁଇନ୍‌ଙ୍କ ସହ ନେଇଛନ୍ତି ପଙ୍ଗା ।‌

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ କହିବାନୁଯାୟୀ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସୁଯୋଗ ନେଇ ଅନେକ ଲୋକ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରିଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପାଟନାରେ ସୁଶାନ୍ତଙ୍କ ପରିବାର ଉପରେ କ’ଣ ବିତୁଥିବ ତାହା ବୁଝିବାକୁ ନାରାଜ । କିନ୍ତୁ ଚର୍ଚ୍ଚାରେ ରହିବା ପାଇଁ ଆଗଭର । ଖାଲି ସେତିକି ନୁହେଁ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ସହ ଦିନେ ବି ଭେଟ ହୋଇନଥିବା କି କଥା ହୋଇନଥିବା ଲୋକ ଆସି ବସୁଛନ୍ତି ବିତର୍କ କରିବାକୁ । ଏଥିରେ କୌଣସି ସମବେଦନା ନାହିଁ ବରଂ କେବଳ ଚର୍ଚ୍ଚାରେ ରହିବାର ପ୍ରୟାସ ।

ସୋନୁ ସୁଦଙ୍କ ଏଭଳି ବିବୃତ୍ତି ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ କଙ୍ଗନା ରାଣାଓ୍ୱତ କହିଛନ୍ତି, ସେ କେବେ ବି ସୁଶାନ୍ତଙ୍କ ସହ ଭେଟ ହୋଇନାହାନ୍ତି । କିନ୍ତୁ ସେ ତାଙ୍କର ବହୁତ ନିକଟତର ଥିଲେ । ସୁଶାନ୍ତ ସିଂ ରାଜପୁତ ଥରେ କଙ୍ଗନାଙ୍କ ଜନ୍ମଦିନକୁ ଆସିଥିଲେ, କିନ୍ତୁ ଦୁହେଁ କଥାବାର୍ତ୍ତା ହୋଇ ପାରିନଥିଲେ ବୋଲି ଖୋଦ୍ କଙ୍ଗନା ସ୍ୱୀକାର କରିଛନ୍ତି ।

କଙ୍ଗନା ଆହୁରି କହିଥିଲେ ଯେ, ସେ ମାଣିକର୍ଣ୍ଣିକା ଚଳଚ୍ଚିତ୍ରର କୋ-ଷ୍ଟାର ଅଙ୍କିତା ଲୋଖଣ୍ଡେଙ୍କଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ଅପ୍‌ଡେଟ୍‌ ନେଉଥିଲେ । ୨୦୧୬ ପର୍ଯ୍ୟନ୍ତ ସୁଶାନ୍ତ ଏବଂ ଅଙ୍କିତା ପରସ୍ପରକୁ ୬ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିଥିଲେ ।

ସୂଚନା ଯୋଗ୍ୟ, ସୋନୁ ସୁଦଙ୍କୁ ମାଣିକର୍ଣ୍ଣିକାରେ କାମ କରିବାରୁ ହଟାଇ ଦିଆଯାଇଥିଲା । କାରଣ ସୋନୁ ଜଣେ ମହିଳା ଡାଇରେକ୍ଟରଙ୍କ ସହ କାମ କରିବେ ନାହିଁ ବୋଲି କହିଥିଲେ । ତେବେ ସୋନୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଦୁର୍ବୃତ୍ତଙ୍କ ଡ଼କାୟତି ପ୍ଲାନ ବେଳେ ପହଞ୍ଚିଲା ପୋଲିସ, ଗିରଫ ହେଲେ ୨ ଡ଼କାୟତ

ଭୁବନେଶ୍ୱର: ଲକଡାଉନ ସମୟରେ ସକ୍ରିୟ ହୋଇଛନ୍ତି ଡକାୟତି ଗ୍ୟାଙ୍ଗ। ଗତ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଉଛନ୍ତି । କେତେବେଳେ ସାଧାରଣ ଲୋକଙ୍କ ଠାରୁ ଚେନ ଝାମ୍ପିଲେଣି ତ ପୁଣି କେତେବଳେ ଖୋଦ ପୋଲିସକୁ ବନ୍ଧୁକ ଦେଖାଇ କଲେଣି ଲୁଟ । ତେବେ ଏଭଳି ପରିସ୍ଥିତିରେ ପୋଲିସକୁ ଏକ ସଫଳତା ମିଳିଛି । ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଡକାୟତି ଉଦ୍ୟମ ବେଳେ ୨ ଡକାୟତଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ୨ଜଣ ହେଲେ ଭରତପୁରର ଦୁଃଖୀଶ୍ୟାମ ଗୋଛି  ଓ କେଶୁରାର ସାଗର ବଳିଆର ସିଂ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି ।

ଖଣ୍ଡଗିରି ପାହାଡ଼ ତଳେ ୫ ଜଣ ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିଲେ । ହାଇୱେରେ ଲୁଟ ପାଇଁ ପ୍ରସ୍ତୁତ କରୁଥିଲେ ମାଷ୍ଟର ପ୍ଲାନ । ସେହି ସମୟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ତାଙ୍କ ଉପରେ ଆଟାକ କରିଥିଲା । ତେବେ ଘଟଣା ସ୍ଥଳରୁ ୩ ଜଣ ଫେରାର ହୋଇଯାଇଥିବା ବେଳେ ୨ ଜଣ ଧରାପଡ଼ିଥିଲେ । ଗିରଫ ହୋଇଥିବା ଦୁଇଜଣକୁ ମଧ୍ୟ ପଚରାଉଚରା କରାଯାଉଛି ।

ତାଙ୍କର ପରବର୍ତ୍ତି ପ୍ଲାନ କଣ ଥିଲା । ସେ କେମିତି ଲୁଟପାଲ କରୁଥିଲେ । ଆଉ କେଉଁଠି କେଉଁଠି ଅପରାଧ ଘଟାଇଛନ୍ତି । ଏଇ କିଛି ଦିନରେ ହୋଇଥିବା ଅପରାଧରେ ତାଙ୍କର ହାତ ଅଛି କି ନାହିଁ । ଏହି ଭଳି ଦିଗକୁ ନେଇ ପଚରାଉଚରା କରୁଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ସଙ୍ଗିନ ମାମଲା ମଧ୍ୟ ରହିଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

ରାଫେଲ ସେହି ବିମାନ ଘାଟିରେ ରହିବ,ଯେଉଁଠାରୁ ଭାରତ ୪ ଯୁଦ୍ଧ ଲଢିଥିଲା ! ଜାଣ‌ନ୍ତୁ କେଉଁଠି…

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଭାରତକୁ ଯେଉଁ ସମୟର ଅପକ୍ଷା ଥିଲା, ସେହି ସମୟ ଏବେ ଆସିଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବିମାନ ରାଫେଲ୍ ଭାରତ ମାଟିରେ ପହଞ୍ଚିଯିବ । ରାଫେଲକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ନିୟୋଜିତ କରାଯିବ ।

ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ଉଠୁଛି ଯେ, ଯୁଦ୍ଧ ବିମାନର ‘ରାଜା’ କୁହାଯାଉଥିବା ରାଫେଲକୁ ଭାରତୀୟ ବାୟୁସେନାର ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ କାହିଁକି ନିଯୁକ୍ତ କରାଗଲା ? ତେବେ ଅମ୍ବାଲାରେ ରାଫେଲକୁ ରଖାଯିବାର ମୁଖ୍ୟ କାରଣ ହେଉଛି ଯେ, ଇତିହାସରେ ଭାରତ ଅନେକ ବଡ଼ ବଡ଼ ଯୁଦ୍ଧ ମଇଦାନକୁ ଓହ୍ଲାଇଛି ଏବଂ ବିଜୟ ଲାଭ କରିଛି । ଆଉ ସବୁ ଯୁଦ୍ଧ ଏହି ଅମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରୁ ହିଁ ଲଢ଼ିଛି ଭାରତ ।

ଅମ୍ବାଲା ଏୟାରଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ପଶ୍ଚିମ ଏୟାର୍‌ କମାଣ୍ଡ ଅଧୀନରେ ରହିଛି । ୧୯୬୫ର ଯୁଦ୍ଧ ହେଉ କି ୧୯୭୧ର ଯୁଦ୍ଧ ଏମିତିକି ପାକିସ୍ତାନ ସହ କାର୍ଗିଲ ଯୁଦ୍ଧ ହେଉ କିମ୍ବା ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ସବୁବେଳେ ଭାରତୀୟ ବାୟୁସେନା ଏହି ଏୟାରଫୋର୍ସ ଷ୍ଟେସନ୍‌ରୁ ହିଁ ଉଡ଼ାଣ ଆରମ୍ଭ କରିଛି ଏବଂ ଶତ୍ରୁଙ୍କୁ ବିନାଶ କରିଛି ।

ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଯେତେବେଳେ ଅମ୍ବାଲାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଗଲା, ସେତେବେଳେ ପ୍ରଥମ ଥର ପାଇଁ ଜାଗୁଆର ଫାଇଟର ଜେଟର ସ୍କ୍ୱାଡନ୍ ୫ ଏବଂ ସ୍କ୍ୱାଡନ୍ ୧୪କୁ ଏଠାରେ ନିୟୋଜିତ କରାଯାଇଥିଲା । ଏହା ପରେ ଏଠାରେ ମିଗ୍ -୨୧ ବାଇସନ୍‌କୁ ମଧ୍ୟ ରଖାଯାଇଥିଲା । ଅମ୍ବାଲା ବାୟୁସେନା ଷ୍ଟେସନର ସର୍ବଦା ଗୁରୁତ୍ୱ ରହିଆସିଛି, କାରଣ ଏହା ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନଠାରୁ ମାତ୍ର ୨୨୦ କିଲୋମିଟର ଦୂରରେ ରହିଛି । ଶତ୍ରୁର ଯେକୌଣସି ଗତିବିଧି ଭାରତ ବିରୋଧରେ ହେଉଥିଲେ, ଭାରତୀୟ ବାୟୁସେନାର ଏହି ଯୁଦ୍ଧ ବିମାନ ସେମାନଙ୍କୁ ଧ୍ୱଂସ କରିବାକୁ ଆଖି ପିଛୁଳାକେ ପହଞ୍ଚିଯାଆନ୍ତି ।

ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ମିରାଜ ଫାଇଟର ଜେଟ୍‌ ମଧ୍ୟ ଏହି ଅମ୍ବାଲା ଷ୍ଟେସନ୍‌ରୁ ହିଁ ଉଡ଼ାଣ ଭରିଥିଲା । ଆଉ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଶତ୍ରୁଙ୍କ ବିନାଶ କରି ଭାରତ ସୀମାକୁ ଫେରି ଆସିଥିଲା ।

୧.୧୯୪୭-୪୮ରେ ଅମ୍ବାଲା ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ହିଁ କାଶ୍ମୀରରେ ଅନେକ ଅପରେସନ୍ କରାଯାଇଛି ।

୨.୧୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନାର ସବୁ ଯୁଦ୍ଧ ବିମାନ ଅମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରୁ ବାହାରିଥିଲା ।

୩.୧୯୬୫ ଓ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ଏହି ଷ୍ଟେସନ୍‌ରୁ ଯୁଦ୍ଧ ବିମାନ ଉଡ଼ାଣ ଭରିଥିଲା ଏବଂ ଶତ୍ରୁଙ୍କୁ ବିନାଶ କରିଥିଲା ।

ଅକ୍ସଫୋର୍ଡ ଟିକାର ଦେଶର ୫ଟି ସ୍ଥାନରେ ହେବ ମାନବ ପରୀକ୍ଷଣ,ଜାଣନ୍ତୁ କେମିତି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ଦୃଷ୍ଟି ରଖୁଥିବା ୱେବସାଇଟ୍ ୱାର୍ଲ୍ଡମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପୂରା ବିଶ୍ୱରେ ଏକ କୋଟି ୬୬ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୃତ୍ୟୁସଂଖ୍ୟା ସାଢେ ୬ ଲକ୍ଷ ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ୬ ଲକ୍ଷ ୫୫ ହଜାରରୁ ଅଧିକ ଲୋକ କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ସମୟରେ ସବୁଠୁ ବଡ଼ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସୀରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅକ୍ସଫୋର୍ଡ ଏବଂ ଏହାର ସହଯୋଗୀ ଆଷ୍ଟ୍ରା ଜେନେକା ଏହି ଟିକା ପ୍ରସ୍ତୁତ କରିବାକୁ ଚୟନ କରିଛନ୍ତି ।

ଭାରତରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା, କୋଭିଡ -୧୯ ଟିକା ମାନବ ପରୀକ୍ଷଣର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ଅଛି । ଏଥିପାଇଁ ଭାରତରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହା ଉପରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୁପ କହିଛନ୍ତି ଯେ ଏହା ଏକ ଆବଶ୍ୟକୀୟ ପଦକ୍ଷେପ କାହିଁକି ନା ଭାରତୀୟମାନଙ୍କୁ ଟିକା ଦେବା ପୂର୍ବରୁ ଦେଶ ଭିତରେ ଏନେଇ ତଥ୍ୟ ରହିବା ଆବଶ୍ୟକ।

ଟିକା ତିଆରି କରୁଥିବା କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଅକ୍ସଫୋର୍ଡ ଏବଂ ଏହାର ସହଯୋଗୀ ଆଷ୍ଟ୍ରାଜେନେକା ଟିକା ଉତ୍ପାଦନ କରିବାକୁ ଚୟନ କରିଛନ୍ତି । ତେବେ ଏନେଇ ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପ୍ରଥମ ଦୁଇଟି ପର୍ଯ୍ୟାୟର ପରୀକ୍ଷଣର ଫଳାଫଳ ଏହି ମାସ ଆରମ୍ଭରେ ହିଁ ପ୍ରକାଶିତ ହୋଇଥିଲା । ରେଣୁ ସ୍ୱରୂପଙ୍କ ଅନୁଯାୟୀ, ବାୟୋଟେକ୍ନୋଲୋଜି ବିଭାଗ, ଭାରତରେ କୌଣସି ବି କରୋନା ଟିକା ପ୍ରୟାସର ଏକ ଅଂଶ ହେବ ।

ରେଣୁ ସ୍ୱରୂପ କହିଛନ୍ତି ଯେ “DBT ବର୍ତ୍ତମାନ ୩ୟ ପର୍ଯ୍ୟାୟ  କ୍ଲିନିକାଲ୍ ସାଇଟର ସ୍ଥାପନା କରୁଛି । ଆମେ ସେମାନଙ୍କ ଉପରେ କାମ କରିବା ଆରମ୍ଭ କରିଦେଇଛୁ ଏବଂ ବର୍ତ୍ତମାନ ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପାଞ୍ଚଟି ସାଇଟ୍ ଉପଲବ୍ଧ ହେବା ପାଇଁ ପ୍ରସ୍ତୁତ ରହିଛି ।” ସ୍ୱରୂପଙ୍କ ଅନୁସରେ ପୁନେରେ ଥିବା SII ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)ରେ ସମ୍ଭାବ୍ୟ ଟୀକାକରଣର ମାନବ କ୍ଲିନିକାଲ ପରୀକ୍ଷଣର ଦ୍ୱିତୀୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମାଗିଛି।

୨୦  ଜୁଲାଇରେ ବୈଜ୍ଞାନିକମାନେ ଘୋଷଣା କରିଥିଲେ ଯେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିକଶିତ ହୋଇଥିବା କରୋନା ଭାଇରସ୍ ଟିକା ସୁରକ୍ଷିତ । ଏହାସହ ଏହି ଟିକାର ପରୀକ୍ଷଣରୁ ଜଣାଯାଇଥିଲା ଟିକା ସଂକ୍ରମିତଙ୍କ ପାଇଁ ରାମବାଣ ଭୋଳି କାର୍ଯ୍ୟ କରିବ । ଲ୍ୟାଂସେଟ୍ ମେଡିକାଲ୍ ଜର୍ନାଲରେ କୁହାଯାଇଛି ଯେ, ଟିକାର ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣର ଅନ୍ତର୍ଗତ ଏପ୍ରିଲ୍ ଏବଂ ମେ ମାସରେ ବ୍ରିଟେନର ପାଞ୍ଚଟି ଡାକ୍ତରଖାନାରେ, ୧୮ ରୁ ୫୫ ବର୍ଷ ବୟୟର ୧,୦୭୭ ସୁସ୍ଥ ବୟସ୍କଙ୍କୁ ଟିକା ଦିଆଯାଇଥିଲା। ଏହାର ଫଳାଫଳରେ କୁହାଯାଇଛି ଯେ, ଏହି ଟିକା ୫୬ ଦିନ ପାଇଁ ମଜବୁତ ଆଣ୍ଟିବଡି ଏବଂ ଟି-ସେଲ୍ ପ୍ରତିରକ୍ଷା ପ୍ରତିକ୍ରିୟାକୁ ପ୍ରେରିତ କରିଥିଲା ।​

ଖୋର୍ଦ୍ଧାରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଗୋଶାଳା ପଡ଼ିଆ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଏକ ପରିତ୍ୟକ୍ତ କୋଠାରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ବୟସ ୨୩ରୁ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତଗୋଡ଼ ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଟିମ ପହଞ୍ଚି ତାଙ୍କର ପ୍ରାଥମିକ ତଦନ୍ତ ଜାରି ରଖିଛି ।

ତେବେ ଏସପି ଏହା ଏକ ହତ୍ୟା କାଣ୍ଡ ବୋଲି ସୂଚନା ଦେଇଛନ୍ତି । ଅନ୍ୟ କୌଣସି ଜାଗାରେ ମହିଳାଙ୍କୁ ମରାଯାଇ ଏଠାରେ ପୋଡ଼ାଯାଇଛି ବୋଲି ପୋଲିସ ସନ୍ଦେହ କରୁଛନ୍ତି । ତେବେ ଏନେଇ ଖୋର୍ଦ୍ଧାର ସବୁ ଥାନାକୁ ଖବର ଦିଆଯାଇଛି । ମହିଳାଙ୍କର ପରିଚୟ ମିଳିନଥିବା ବେଳେ କୌଣସି ଥାନାରେ ମହିଳାଙ୍କୁ ନେଇ ଏଫଆଇଆର କରାଯାଇଛି କି ନାହିଁ ସେ ଦିଗରେ ତଦନ୍ତ କରୁଛି ପୋଲିସ । ଏଭଳି ଘଟଣା ବର୍ଡର ପାଖରରେ ହୋଇଥିବାରୁ ମହିଳାଙ୍କୁ ପାଖ ଅଞ୍ଚଳରୁ ଆଣି ଏଠାରେ ପୋଡ଼ିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଖୋର୍ଦ୍ଧା ଶୀଳ୍ପାଞ୍ଚଳ ଫାଣ୍ଡିରେ ଏହା ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ହାତରେ ଥିବା ବ୍ରତରୁ ଜଣା ପଡ଼ିଛି ମହିଳା ନବ ବିବାହିତା ବୋଲି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଛି ।

(ଖୋର୍ଦ୍ଧାରୁ ସୁଭ୍ରାଂଶୁଶେଖର ସାମନ୍ତରାୟ)