spot_img
Home Blog Page 6605

ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଖରା ଛାଇର ଲୁଚକାଳି ଭିତରେ ପୁଣି ଭିଜିବ ଓଡ଼ିଶା । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ  ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ  । ଅନ୍ୟ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଭାଗ  ।

ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ,  ଢେଙ୍କାନାଳ,  କଟକ, ବାଲେଶ୍ୱର,  ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ  ବିଜୁଳି-ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା  ।ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

ଅନ୍ୟପଟେ ୨୯ ଏବଂ ୩୦ ତାରିଖରେ ବର୍ଷାର ପରିମାଣ  କମିବାର ସମ୍ଭାବନା ରହିଛି । ୩୧ରେ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ର ସମ୍ଭାବନା ଥିବାରୁ ଦକ୍ଷିଣ-ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ ଏବଂ  କଳାହାଣ୍ଡି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ଗତ ୨୪ ଘଣ୍ଟାରେ ଦକ୍ଷିଣ-ଉପକୂଳ ଓଡ଼ିଶାର କିଛି-କିଛିସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ସର୍ବାଧିକ ୪୩.୦ ମିମି ବର୍ଷା ରେକର୍ଡ କରାଯାଇଛି  ।

ଭୂମିପୂଜନ ପାଇଁ ଏବେ ଏମିତି ଦିଶୁଛି ଅଯୋଧ୍ୟା, ଦେଖିଲେ ଆପଣଙ୍କ ମନବି ଖୁସି ହୋଇଯିବ

ଅଯୋଧ୍ୟା: ରାମଲଲାଙ୍କ ପାଇଁ ତିଆରି ହେବ ଭବ୍ୟ ମନ୍ଦିର । ଆଉ ସେଥିପାଇଁ ଦିନ ମଧ୍ୟ ପୂର୍ବରୁ ଧାର୍ଯ୍ୟ ହୋଇସାରିଛି । ଅଗଷ୍ଟ ୫ ରେ ହେବ ଭୂମିପୂଜନ । ଭୂମିପୂଜାକୁ ନେଇ ସବୁ କାର୍ଯ୍ୟ ଏବେ ଚୁଡ଼ାନ୍ତ ପର୍ଯ୍ୟାୟରେ । ସେଥିପାଇଁ ତ ନବବଧୂ ପରି ସଜେଇ ହୋଇଛି ପୁରା ଅଯୋଧ୍ୟା । ରଙ୍ଗ ଏବଂ ଆଲୋକ ମାଳାରେ ନିଜକୁ ସଜଉଛି ଅଯୋଧ୍ୟା ।  ସମଗ୍ର ଅଯୋଧ୍ୟାରେ ସୌନ୍ଦର୍ଯ୍ୟକରଣ ଏବଂ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆରମ୍ଭ ହୋଇଛି । ସମଗ୍ର ସହରକୁ ସୁନ୍ଦର ବୋହୁଟିଏ ପରି ରଙ୍ଗରେ ସଜାଯାଇଛି । ରାମଙ୍କ ଜୀବନ ସହ ଜଡ଼ିତ କଳାକୃତି ଏବଂ ଚିତ୍ର ସବୁ ସ୍ଥାନରେ ତିଆରି କରାଯାଉଛି ।

ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ଫ୍ଲାଏ ଓଭର, ପାର୍କ ଏବଂ ମରାମତି କାର୍ଯ୍ୟ କରାଯାଉଛି । ଯାହାଫଳରେ ଯେତେବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ସେତେବେଳେ ଏହାର ମହାନତା ସମଗ୍ର ଲୋକଙ୍କୁ ଆକର୍ଷିତ କରିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ଦିନ ପୂର୍ବରୁ ତାଙ୍କ ଗସ୍ତ ସମୟରେ ସ୍ପଷ୍ଟ କରିଛନ୍ତି ଯେ ଏହି ଘଟଣାର ପ୍ରଥମ ୩ ଦିନ ପୂର୍ବରୁ ଅଯୋଧ୍ୟାରେ ଦୀପାବଳି ପରି ପରିବେଶ ରହିବ । ଅର୍ଥାତ୍ ଲୋକମାନେ ଲଗାତାର ୩ ଦିନ ନିଜ ଘରେ ଦୀପ ଜାଳି ଦୀପାବଳୀ ପାଳନ କରିବେ ।

ଏହା ସହିତ ପ୍ରତ୍ୟେକ ମନ୍ଦିର-ମଠରେ ରାମଲଲାଙ୍କ ଜୀବନ ସହ ଜଡ଼ିତ । ସେଥିପାଇଁ ସେହି ମଠ ଗୁଡ଼ିଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । କେବଳ ଏତିକି ନୁହେଁ, ପୁରା ଅଯୋଧ୍ୟାକୁ ଆଲୋକିତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଦ୍ୱାରା ପୁରା ଅଯୋଧ୍ୟ ଜକମକ ହୋଇ ଜଳିବ । ସମଗ୍ର ଅଯୋଧ୍ୟାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିସହ ଏଥର ରାମଲଲା ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ ।

ରାମଲଲାଙ୍କ ପୋଷାକ ଏକ ସ୍ୱତନ୍ତ୍ର ସବୁଜ ରଙ୍ଗର ପୋଷାକ ପରିଧାନ କରାଯିବେ । ଯେଉଁଥିରେ ସମଗ୍ର ରାମ ପରିବାର ସବୁଜ ରଙ୍ଗର ପୋଷାକ ପିନ୍ଧିବେ, ସେମାନଙ୍କର ପରଦା, ସିଟ୍, ତକିଆ ସବୁକିଛି ସବୁଜ ହେବ । କାରଣ ଅଗଷ୍ଟ ୫ ବୁଧବାରକୁ ସବୁଜ ରଙ୍କ ବୋଲି ବିଶ୍ୱାସ ରହିଛି । ଏହା ବ୍ୟତୀତ ସମଗ୍ର ଅଯୋଧ୍ୟାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅମାନିଆଙ୍କ ପାଇଁ ଲକ୍‌ଡାଉନ୍‌ ନାହିଁ ! ଅଟୋରେ ଯାଉଛନ୍ତି ୧୪, ଧରିଲା ପୋଲିସ…

ସଂକ୍ରମଣକୁ ମାତ୍ ଦେବାକୁ ରାଜ୍ୟ ସରକାର ଲକଡାଉନ କରିଛନ୍ତି । ଅତି ଦରକାର ନଥିଲେ ଘରୁ ବାହାରିବାକୁ ମନା କରିଛନ୍ତି । କିନ୍ତୁ ଏବେବି ରାସ୍ତାରେ ବୁଲୁଛନ୍ତି ଅନେକ ଅମାନିଆ । ପୋଲିସ ଧରୁଛି, ଜୋରିମାନା ବି ନେଉଛି କିନ୍ତୁ ଅମାନିଆ ନିୟମ ମାନିବାକୁ ନାରାଜ ।

Lock Down

ପୋଲିସର ଅନୁମତି ପତ୍ରକୁ ବି କଲେ ଜାଲିଆତି

ଲକଡାଉନ୍‌ ନିୟମ ଭାଙ୍ଗୁଥିବାର ଅମାନିଆଙ୍କ ଠାରୁ ପ୍ରତିଦିନ ଜୋରିମାନା ଆଦାୟ ହେଉଛି କିନ୍ତୁ ଅମାନିଆଙ୍କ ମୌଜ କମୁନି । ଭୁବନେଶ୍ୱର ଏଜି ଛକରେ ପୋଲିସ ହାବୁଡ଼ରେ ପଡିଥିବା ଜଣେ ଯୁବକ ଅଜବ ଯୁକ୍ତି ବାଢ଼ିଛନ୍ତି । ଲକ୍‌ଡାଉନ୍‌ ସମୟରେ ମିଠା ଖାଇବାକୁ ତାଙ୍କର ଇଛା ହେଲା । ଘର ପାଇଁ ରସଗୋଲା ଓ ଛେନା ପୋଡ଼ କିଣିବାକୁ ବଜାରକୁ ଆସିଥିଲେ । ୧୫୦ ଟଙ୍କାର ମିଠା କିଣି ଘରକୁ ଯିବା ସମୟରେ ୧୦୦ ଟଙ୍କା ଫାଇନ୍ ବି ଦେଇଥିଲେ ।

ସେପଟେ ଜୟଦେବ ବିହାରରେ ଚେକିଂ ଚାଲିଥିବା ସମୟରେ ପୋଲିସ ହାବୁଡ଼ରେ ପଡିଥିଲା ଏକ ଅଟୋ ରିକ୍ସା । ଅଟୋରେ ୧୪ ଜଣ ବସିଥିବା ଦେଖି ପୋଲିସ ବି ଚିନ୍ତାରେ ପଡିଯାଇଥିଲା । ଆଗରେ ଡ୍ରାଇଭର ସମେତ ଦୁଇ ଜଣ ଥିବାବେଳେ ମଝି ସିଟରେ ପୁରୁଷ ମହିଳା ଓ ଶିଶୁଙ୍କୁ ମିଶାଇ ୯ ଜଣ ଓ ପଛ ସିଟରେ ୩ ଜଣ ପୁରୁଷ ବସିଥିଲେ । ନିୟମ ଉଲଂଘନ କରିଥିବାରୁ ୧୦୦ ଟଙ୍କା ଜରିମାନା ଦେଲେ । ପୋଲିସକୁ ଦେଖି କିଛି ଲୋକ ଅଟୋରୁ ଓହ୍ଲାଇ ଆଗକୁ ପଳାଇଥିଲେ ।

Lock Down

ଜରୁରୀ କାମ ପାଇଁ ପୋଲିସ ଗୋଟିଏ ଦିନର ପାସ ଦେଉଛି । ହେଲେ ପାସରେ ତାରିଖ ବଦଳାଇ ଅନେକ ଅମାନିଆ ମନ ଇଛା ବୁଲୁଥିବାର ଦେଖିବାକୁ ମିଳିଛି ।

(ରିପୋର୍ଟର- ଅନୁଜ ଦାସ)

ପୁରୀ ଜିଲ୍ଲା ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତି ବୈଠକ, ଯୋଗ ଦେଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା….

0

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଭୁବନେଶ୍ୱର ସେଚ୍ଚ ସଦନଠାରେ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ମୁକାବିଲା ବୈଠକ କରିଛନ୍ତି । ନଦୀବନ୍ଧ ନିର୍ମାଣ ଓ ଡ୍ରେନେଜ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏନେଇ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ କିଭଳି ଭାବେ ସଠିକ ଭାବେ ବନ୍ୟା ପୂର୍ବରୁ ଶତ ପ୍ରତିଶତ ପ୍ରସ୍ତୁତ ରହି ହେବ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉପରେ ମଧ୍ୟ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇ ବିଭିନ୍ନ ଦିଗରେ ଆଲୋଚନା କରିଛନ୍ତି । ତେବେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଜରୁରୀକାଳୀନ ସ୍ଥିତିରେ ନିଆଯିବ ବୋଲି ଉପାଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ।

ମଙ୍ଗଳାନଦୀ ଜଳ ନିଷ୍କାସନ ପାଇଁ ମୁହାଣ ଖୋଲାଯିବ । ଭାର୍ଗବୀ, ଦୟା, ଲୁଣା ଓ ରତ୍ନତିରାର ଜଳ ସମୁଦ୍ରକୁ କିଭଳି ଭାବେ ଅନାୟଶରେ ଯାଇପାରିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଦକ୍ଷିଣ କଣିଆ ନଦୀର ଖନନ କାର୍ଯ୍ୟ ତ୍ୱାରାନ୍ୱିତ ହେବ । ଏହି ବୈଠକରେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ, ପୁରୀ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ରାଜଧାନୀରେ ପୁଣି ଚାଞ୍ଚଲ୍ୟ, ନାବାଳିକାର ହାତ ଗୋଡ଼ ବାନ୍ଧା ଥିବା ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ନାବାଳିକାର ସନ୍ଦେହ ଜନକ ମୃତଦେହ ଉଦ୍ଧାର । ହାତ ଗୋଡ଼ ବନ୍ଧା ଥିବା ବେଳେ ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳ ଫେଜ୍‌ ୨ରେ ।

ତେବେ ଏହି ଘଟଣାକୁ ନେଇ କିଛି ସ୍ଥାନୀୟ ଲୋକ ହତ୍ୟା କରାଯାଇଥିବା ସନ୍ଦେହ କରୁଥିବା ବେଳେ କିଛି ଲୋକ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଝୁଲନ୍ତା ମୃତଦେହ ନିକଟରେ ନାବାଳିକାର କ୍ଲିପ୍‌ ଓ ଚପଲ ପଡ଼ିଥିବା ଦେଖାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକଙ୍କ ସହ ତା’ର ପ୍ରେମ ସମ୍ପର୍କ ଥିବା ମଧ୍ୟ ସୂଚନା ମିଳିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଓ ଲୋକଙ୍କ ବୟାନକୁ ଦେଖାଗଲେ ଏହା ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ତେଣୁ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ମଧ୍ୟ କରୁଛି ।

ଅନ୍ୟପଟେ ଯେଉଁ ଗାମୁଛାରେ ନାବାଳିକାର ହାତ ବନ୍ଧା ଥିଲା ସେହି ଗାମୁଛା ତା’ ବାପାଙ୍କର ବୋଲି ଜଣାପଡ଼ିଛି । ତେଣୁ ତାର ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି  ସୂଚନା ମିଳିଛି । ନାବାଳିକା ଜଣକ ସେହି ଅଞ୍ଚଳରେ ଥିବା ଏକ ସଙ୍ଗୀତ ଶିକ୍ଷକଙ୍କ ପାଖକୁ ଯାଇଥାଏ ଏବଂ ଶିକ୍ଷା ଲାଭ କରିଥାଏ ବୋଲି ଜଣାପଡ଼ିଛି ।

ରାକ୍ଷୀ କେବଳ ସୂତା ନୁହଁ, ୟେ ହେଉଛି ସଂପର୍କର ଡୋରି; ଏହାକୁ ନେଇ ଭିନ୍ନକ୍ଷମଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ରାକ୍ଷୀ, ୟେ କେବଳ ସୂତା ନୁହଁ ୟେ ହେଉଛି ସଂପର୍କର ଡୋରି । ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ପାଇଁ କାମନା କରେ ଭଉଣୀ । କିନ୍ତୁ ଏହି ସଂପର୍କର ଡୋରିକୁ ମଜଭୁତ କରିବା ପାଇଁ ଭିନ୍ନକ୍ଷମ ବାଳକ କଲେ ନିଆରା ପ୍ରୟାସ । ଲକଡାଉନରେ ସମୟକୁ ନଷ୍ଟ ନକରି ଘରେ ବସି ତିଆରି କଲେ ରଙ୍ଗ ବେରଙ୍ଗର ରାକ୍ଷୀ ।

Rakhi

ରାଜା, ବୟସ ୨୬ । ବୟସ ବଢିଯ଼ାଇଛି ସତ ଅଟିଜମ୍‌ ଯ଼ୋଗୁଁ ମାନସିକ ସ୍ତରରେ ବିକାଶ ହୋଇନାହିଁ । କିନ୍ତୁ ରାଜାର ସୃଜନଶୀଳତା ଆଗରେ ହାର ମାନିଛି ଭିନ୍ନକ୍ଷମ । କାରଣ ସେ ଅକ୍ଷମ ନୁହଁ ବରଂ ଅନ୍ୟଙ୍କ ତୁଳନାରେ ସକ୍ଷମ । ଆଗକୁ ରାକ୍ଷୀ ପୂର୍ଣ୍ଣୀମା ଆସୁଥିବାରୁ ରାକ୍ଷୀ ତିଆରି କରିବାରେ ଲାଗିପଡିଛି ରାଜା । ଏଭଳି ଭଳିକି ଭଳି ରଙ୍ଗ ରାଜାଙ୍କୁ ଆକୃଷ୍ଟ କରେ । ସେଥିପାଇଁତ ଖୁସି ମନରେ ମା’ଙ୍କ ସାଥିରେ ରାକ୍ଷୀ ତିଆରି କରିଚାଲିଛି ରାଜା ।

Rakhi

ରାଜାଙ୍କ ଭଳି ସୌରଭଙ୍କର ସମୟ ବି ରାକ୍ଷୀ ତିଆରି କରିବାରେ ବିତୁଛି । ଆଉ ବାକି ସମୟ ପରିବାର ସହ ବିତାଉଛନ୍ତି ସୌରଭ । ଭିନ୍ନକ୍ଷମଙ୍କ ଉନ୍ନୟନ ପାଇଁ କାମ କରୁଥିବା ସାମାଜିକ ସଙ୍ଗଠନ ଓ୍ବି ଫର ୟୁ ଆବିଲିଟି ବଜାରର ବ୍ୟବସ୍ଥା କରିଛି । ଭିନ୍ନକ୍ଷମଙ୍କ ଠାରୁ ରାକ୍ଷୀ ଯୋଗାଡ଼ କରି ବିକ୍ରି କରୁଛି ଏହି ସଙ୍ଗଠନ । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଡୋର୍‌ ଟୁ ଡୋର୍‌ ବିକ୍ରି କରୁଛନ୍ତି ଅନୁଷ୍ଠାନର ସ୍ୱେଚ୍ଛାସେବୀ ।

ଲକ୍‌ଡାଉନ୍‌ରେ ଘରୁ ବାହାରିବା ମୁସ୍କିଲ, ସ୍ପେଶାଲ ସ୍କୁଲ ବି ବନ୍ଦ । ଏହି ସମୟରେ ଓ୍ବି ଫର ୟୁର ଏହି ନିଆରା ପ୍ରୟାସ ଏହି ପ୍ରତିଭାଙ୍କୁ ବ୍ୟସ୍ତ ରଖିବା ସହ ଏମାନଙ୍କ ମୁହଁରେ ଫୁଟାଇଛି ହସ ।

(ରିପୋର୍ଟର ଅନୁଜ ଦାସ)

କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ ପୁଣି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା

ଭୁବେନଶ୍ୱର: କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ ପୁଣି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ମିଳିଛି । କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୂରା ପ୍ରଶାସନିକ କଳ, ଡାକ୍ତର, ନର୍ସ, ପୋଲିସ କର୍ମଚାରୀ ଯେପରି ଦିନରାତି ଏକ ହୋଇ କାମ କରୁଛନ୍ତି, ସେଥିଲାଗି ଓଡ଼ିଶାକୁ ମିଳିଛି ପ୍ରଶଂସା । ଅନ୍ତରାଷ୍ଟ୍ରୀୟ ସଂସ୍ଥା ଓଡ଼ିଶାକୁ ପ୍ରଶଂସା କରିବା ପରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ ବୋଲି ଶାସକ ଦଳ କହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ରାଜ୍ୟ ସରକାର ନେଉଥିବା ପଦକ୍ଷପକୁ ସ୍ୱାଗତ କରିଛନ୍ତି ।

ଆମେରିକା ଓ ସ୍ୱିଜରଲାଣ୍ଡର ଗବେଷକମାନେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । କୋଭିଡ୍‌ ତଥ୍ୟ ପ୍ରଦାନରେ ଓଡ଼ିଶା ଆଗୁଆ । ୪ଟି ବର୍ଗ ପାଇଁ ମିଳିଛି ମାନ୍ୟ । କୋଭିଡ୍‌- ୧୯ ସଂକ୍ରାନ୍ତରେ ଅଧିକାଂଶ ତଥ୍ୟ ପ୍ରଦାନ, ନିର୍ଭୁଲ ପ୍ରଦର୍ଶନ, କରୋନା ଆକ୍ରାନ୍ତଙ୍କ ତଥ୍ୟ ଗୋପନ ରଖିବା ଓ ବିଭାଗୀକରଣ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାମକୁ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଓ ସ୍ୱିଜରଲାଣ୍ଡର ଏରୋସୋଲ ଇଣ୍ଡଷ୍ଟ୍ରିର ଗବେଷକମାନେ ପ୍ରଶଂସା କରିଛନ୍ତି ।

ଓଡ଼ିଶା ସରକାର କୋଭିଡ୍‌ ନେଇ ଉପଯୁକ୍ତ ତଥ୍ୟ ପ୍ରଦାନ କରିଥିବାରୁ ଏହି ମହାମାରୀ ନିୟନ୍ତ୍ରଣ ପାଇଁ ପ୍ରଶାସନ ସଠିକ ନୀତି ନିୟମ ନିର୍ଦ୍ଧାରଣ କରିପାରିଛି । କୋଭିଡ୍‌-୧୯ ଡାଟା ରିପୋର୍ଟିଂ ସ୍କୋର୍‌ରେ ଭାରତର ୪ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଓଡ଼ିଶାର ହାରାହାରି ସ୍କୋର ୦.୫୧ରହିଛି । ଗବେଷକମାନଙ୍କ ଏହି ରିର୍ପୋଟ ମେଡ୍‌ରିକସିଭରେ ପ୍ରକାଶିତ ହୋଇଛି ।

ରାଜ୍ୟ ସରକାରଙ୍କ କୋଭିଡ୍‌ ମୁକାବିଲା ପଦକ୍ଷେପକୁ ଏହି ପ୍ରଶଂସା ଆହୁରି ଶକ୍ତିଶାଳୀ କରିବ । ମୁଖ୍ୟମନ୍ତ୍ର, ମନ୍ତ୍ରୀ, ପ୍ରଶାସନିକ କଳ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସମସ୍ତ କରୋନା ଯୋଦ୍ଧାଙ୍କ ପରିଶ୍ରମ ଯୋଗୁ ଓଡ଼ିଶା ଅନ୍ତରାଷ୍ଟ୍ରୀୟ ସ୍ତରରେ ଏପରି ପ୍ରଶଂସା ପାଇଛି ବୋଲି ଶାସକ ଦଳ କହିଛି ।

ଭାରତ ଲକ୍‌ଡାଉନ୍‌ ହେବା ପୂର୍ବରୁ ଓଡ଼ିଶା ଲକ୍‌ଡାଉନ୍‌, ସ୍ୱତନ୍ତ୍ର କୋଭିଡ୍‌ ହସ୍ପପିଟାଲ ନିର୍ମାଣ, ପ୍ରବାସୀଙ୍କ ପାଇଁ ତୃଣମୂଳ ସ୍ତରରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବା ସହ ଆର୍ଥିକ ସହାୟତା ପ୍ରଦାନ, କରୋନା ଟେଷ୍ଟିଂ ବୃଦ୍ଧି, ପ୍ରତ୍ୟେକ ଦିନ ପ୍ରଶାସନ କରୋନ ତଥ୍ୟ ଦେବା, ଲୋକଙ୍କୁ ସଚେତନ କରିବା, କେନ୍ଦ୍ର ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ ସହ କରୋନା ରୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିଛି ।

କରୋନା ସଂକ୍ରମଣ ରୋକିବାକୁ ନୂଆନୂଆ ପଦକ୍ଷେପ ନେବାରେ ବି ଓଡ଼ିଶା ବେଶ୍‌ ଆଗରେ ଅଛି । ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବା ସହ ସୁସ୍ଥତା ମଧ୍ୟ ବଢିଚାଲିଛି । ରାଜ୍ୟ ସରକାରଙ୍କ ସଠିକ୍‌ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶା ଭଲ ସ୍ଥିତିରେ ଥିବା ସ୍ଥାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

କରୋନା ମୁକାବିଲା ଦିଗରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇ ସଂକ୍ରମଣ ହ୍ରାସ କରିବାକୁ ସଫଳ ରଣନୀତି ପ୍ରସ୍ତୁତ କରି କାମ କରିଚାଲିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ ସହ କେତେକ ଆଗୁଆ ପଦକ୍ଷେପ ନେଇ ସାରା ଦେଶକୁ ବାଟ ଦେଖାଇଛି ଓଡ଼ିଶା । କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କ ସାମାଜିକ ନିରାପତ୍ତା ଓ ଆର୍ଥିକ ସହାୟତା ରାଶି ଘୋଷଣା କରିବାରେ ଓଡ଼ିଶା ଆଗରେ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଦ୍ଧହସ୍ତ । ଯେଉଁଥି ପାଇଁ ସେ ସଭିଁଙ୍କ ପାଇଁ ରୋଲ ମଡେଲ ସାଜିଛନ୍ତି ।

 

(ରିପୋର୍ଟ- ଚିନ୍ମୟ ମହାପାତ୍ର)

ଅଭାବନୀୟ ଚିତ୍ର, ଆମ୍ବୁଲାନ୍ସ ଆସି ମଧ୍ୟ ନେଲାନି ରୋଗୀଙ୍କୁ ! ନେହୁରା ହେଉଥିଲା ପୁଅ ଚାଲିଗଲା ବାପାର ଜୀବନ…

ବ୍ରହ୍ମପୁର: କରୋନା ସଂକଟରେ ବ୍ରହ୍ମପୁର ଆସିଛି ଏକ ଅଭାବନୀୟ ଚିତ୍ର । ଯେଉଁଠି ଗୁରୁତର ବାପାଙ୍କୁ ହସପିଟାଲ୍‌ ନେବାକୁ ନେହୁରା ହେଉଛି ଜଣେ ୯ ବର୍ଷର ପୁଅ । ହେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମନମାନି ଆଗରେ ଚାଲି ଯାଇଛି ବାପାର ଜୀବନ । ଯଦିଓ ଘର ଆଗକୁ ଆମ୍ବୁଲାନ୍ସ ଆସିଲା, ମାତ୍ର ରୋଗୀଙ୍କୁ ନେବାକୁ ମନା କରିଦେଲା ।

  

ନିୟମର ଦ୍ୱାହି ଦେଇ ମୁହଁ ଫେରାଇ ନେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ପରିବାର ଲୋକଙ୍କଠୁ ଆରମ୍ଭ କରି ସାହି ପଡ଼ିଶା ସମସ୍ତଙ୍କ ନେହୁରା ପରେ ବି ଶୁଣିନଥିଲେ । ଆଜି ପୁରୁଣା ବ୍ରହ୍ମପୁର ଅଞ୍ଚଳର ମନୋଜ ପ୍ରହରାଜ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ବେଳେ, ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ମେଡିକାଲ ନେବାକୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ସମୟରେ ପହଞ୍ଚିଥିଲା । ମାତ୍ର କରୋନା ସନ୍ଦେହରେ ରୋଗୀଙ୍କୁ ନେବାକୁ ସଫା ସଫା ମନା କରିଦେଇଥିଲେ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆଗରେ ହିଁ ରୋଗୀ ପ୍ରାଣ ହରାଇଥିଲେ । ହୁଏତ ୧୦୮ ଆମ୍ବୁଲାନ୍ସ ପାଇଁ ନିୟମ ଥାଇ ପାରେ ହେଲେ ମାନବିକତାକୁ କିଭଳ ଜଣେ ବଳି ପକାଇ ପାରିବ । ଏଠି ପ୍ରଶ୍ନ 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ଏ କି ବ୍ୟବହାର ? ଆମ୍ବୁଲାନ୍ସ ବ୍ୟବସ୍ଥା କାହା ପାଇଁ ? ଗୁରୁତର ରୋଗୀଙ୍କୁ ଯଦି ନେବେନି ତ କାହାକୁ ନେବ ?

ସେପଟେ ଏ ସମ୍ବେଦନଶୀଳ ଘଟଣା ପରେ ଜିଲ୍ଲା ପ୍ରଶାସନ କଡ଼ା ନିର୍ଦ୍ଦେଶନାମା ଜାରି କରିଛି । ଜରୁରୀକାଳୀନ ସ୍ଥିତିରେ ୧୦୮ ଏବଂ ୧୦୪ ଆମ୍ବୁଲାନ୍ସ ବି କରୋନା ସନ୍ଦିଗ୍ଧଙ୍କୁ ମେଡିକାଲ୍‌ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । କୋଭିଡ୍‌ ନିୟମ ଅନୁସାରେ ଏହାର ପ୍ରାବଧାନ ଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ଆମ୍ବୁଲାନ୍ସ ଗୁଡ଼ିକରେ ପିପିଇ କିଟ୍‌ ଉପଲବ୍ଧ କରାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

https://www.facebook.com/NandighoshaTV/videos/290287628921142/

ଅନ୍‌ଲକ୍‌ ୩.୦ରେ କ’ଣ ରହିବ ସ୍ଥିତି ? ବିଜେପି କହୁଛି ଲକ୍‌ଡାଉନ୍‌ ବଢ଼ୁ, କଂଗ୍ରେସ ଚାହୁଁଛି ଶ୍ରମିକଙ୍କୁ ଟଙ୍କା !

ଭୁବନେଶ୍ୱର: ଜୁଲାଇ ୩୧ରେ ଦେଶରେ ସରୁଛି ଅନଲକ୍ ଇଣ୍ଡିଆ ୨.୦ । ଅଗଷ୍ଟ ୧ରୁ ଆରମ୍ଭ ହେବ ଅନଲକ୍ ୩.୦ । ଯାହାକୁ ନେଇ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । ଭୂତାଣୁ ବନ୍ଦୀରୁ ମୁକୁଳିବାର ରାହା ଦେଖୁଥିବା ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ଆଶ ଓ ଆଶଙ୍କା । କ’ଣ ରହିବ ଖୋଲା, କ’ଣ ବନ୍ଦ, କେନ୍ଦ୍ରର ନିଷ୍ପତ୍ତି ଉପରେ ନିର୍ଭର କରୁଥିବା ବେଳେ, ଚର୍ଚ୍ଚା ହେଉଛି କଟକଣା ଭିତରେ ଖୋଲିପାରେ ସିନେମା ହଲ ଓ ଜିମ୍‌ । ସେହିପରି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ପର୍ଯ୍ୟଟନ କ୍ଷେତ୍ରରେ ବି କଟକଣା କୋହଳ ହୋଇପାରେ । ତେବେ ମେଟ୍ରୋ ସେବା ଓ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ନାସ୍ତିବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର ।

 Corona

ଲକ୍‌ଡାଉନ୍‌ ବଢ଼ିବ ନା କଟକଣା ଭିତରେ ଚାଲିବ ଜୀବନ ଜୀବିକା ?  ନୂଆ ରୂପରେ ଆସିବ କି ଅନଲକ୍ 3.0 ? ତାଲାବନ୍ଦୀରେ ଘାଣ୍ଟି ହେଉଥିବା ଦେଶବାସୀଙ୍କ ନଜର ଏବେ କେନ୍ଦ୍ରର ନୂଆ ଘୋଷଣା ଉପରେ । ଆଶା କରାଯାଉଛି କଟକଣାରେ କିଛିଟା କୋହଳ କରିପାରନ୍ତି କେନ୍ଦ୍ର ସରକାର । ସିନେମା ହଲ୍‌ ଓ ଜିମ ଖୋଲିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ଖୁବଶୀଘ୍ର ଏସଓପି ଜାରି କରିପାରେ କେନ୍ଦ୍ର ।

Corona

ସିନେମା ହଲ୍‌ ମାଲିକ ନିୟମ ମାନି ହଲ ଖୋଲିବା ସପକ୍ଷରେ ଯୁକ୍ତି ବାଢିଥିବା ବେଳେ, ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଆରମ୍ଭ କରିବା ସପକ୍ଷରେ ଅଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ମାତ୍ର ମେଟ୍ରୋ ସେବା ଓ ସ୍କୁଲ ଖୋଲିବା ନେଇ ପୂର୍ବବତ କଟକଣା ଜାରି ରହିବ । ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଓ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ କଟକଣା ଭିତରେ ପରିଚାଳନା କରିବାକୁ କେନ୍ଦ୍ର ବିଚାର କରୁଥିବା ସୂଚନା ମିଳିଛି ।

Corona

ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ବୃଦ୍ଧି କରିବା ସପକ୍ଷରେ ଯୁକ୍ତି ବାଢିଛି ରାଜ୍ୟ ବିଜେପି । ବିଜେପି କହିଛି, ଜୀବନ ବଞ୍ଚାଇବା ପାଇଁ ଲକ୍‌ଡାଉନକୁ ଆଉ କିଛିଦିନ ବୃଦ୍ଧି କରାଯିବା ଉଚିତ୍‌ । ସେହିପରି କଂଗ୍ରେସ କହିଛି, ପ୍ରଥମେ ଗରିବ ଲୋକଙ୍କୁ ମାସିକ ୧୦ହଜାର ଟଙ୍କା ସହାୟତା ରାଶି ଦିଆଯାଉ ।

Corona

ତା’ ପରେ ଲକ୍‌ଡାଉନ୍‌ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ । ବିଜେଡି କହିଛି, ଲକ୍‌ଡାଉନ୍‌ ବୃଦ୍ଧି ହେବ କି ନାହିଁ, ସେନେଇ ବିଚାରବିମର୍ଶ ଚାଲିଛି । କେନ୍ଦ୍ର ସରକାର ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଠିକ୍‌ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

ଦୀର୍ଘ ୪ ମାସ ହେଲା ଭୂତାଣୁ ସହ ଚାଲିଛି ଯୁଦ୍ଧ । ସଟଡାଉନ୍‌, ଲକଡାଉନର ବନ୍ଦୀ ଭିତରୁ ମୁକୁଳି ଦେଶ ଏବେ ଜୀବନଜୀବିକା ସ୍ୱାଭାବିକ କରିବାକୁ ଜାରି ରଖିଛି ଅନ୍‌ଲକ୍‌ ଇଣ୍ଡିଆ । ପ୍ରଥମ ଦୁଇ ପର୍ଯ୍ୟାୟରେ କୋହଳ ସୀମା ବୃଦ୍ଧି କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ କଟକଣା ପରିସର ବୃଦ୍ଧି ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି ।

ରାଜ୍ୟରେ ଆଉ ୫୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ  ସୂଚନା ମିଳିଛି । ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ଭିତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ମଧ୍ୟ ଆସୁଛି । ଯାହାକି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଏହି ୫୮୧ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୧୭ ହଜାର ୩୭୩ରେ ପହଞ୍ଚିଛି ।

୫୮୧ଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୬୦ ଜଣ ଥିବା ବେଳେ ଖୋର୍ଦ୍ଧାର ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡ଼ର ୨୫, ଭଦ୍ରକର ୨୩, କେନ୍ଦୁଝରର ୧୯, ଅନୁଗୁଳର ୧୭, ଜଗତସିଂହପୁରର ୧୪, କନ୍ଧମାଳର ୧୭, ସମ୍ବଲପୁରର ୧୪, ମୟୂରଭଞ୍ଜର ୧୨, ରାୟଗଡ଼ାର ୧୨, ସୁନ୍ଦରଗଡ଼ର ୧୨, ବାଲେଶ୍ୱରର ୧୦, ଝାରାସୁଗୁଡ଼ାର ୯, କେନ୍ଦ୍ରାପଡ଼ାର ୯, ପୁରୀର ୯, ଢ଼େଙ୍କାନାଳର ୯, ଯାଜପୁରର ୭, ବଲାଙ୍ଗିରର ୬, ବୌଦ୍ଧର ୫, ଦେଓଗଡ଼ର ୩, ନବରଙ୍ଗପୁରର ୨ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ ନୟାଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଥିବା ବେଳେ ୧୬ ହଜାର ୭୯୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯ ହଜାର ୯୧୮ଟି ମାମଲା ଏବେ ସକ୍ରିୟ ରହିଛି ।