spot_img
Home Blog Page 6611

ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା, ଚିନ୍ତାରେ ଚାଷୀ..

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ, କେନ୍ଦୁଝର  ଏବଂ  ମୟୁରଭଞ୍ଜ ଭଳି  ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୩୦ ଏବଂ ୩୧  ତାରିଖରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ ।

୩୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର ଏବଂ  ମୟୁରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରଯାଇଛି । ସେହିଭଳି ଅଗଷ୍ଟ ପହିଲାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ୧ ଜୁନ୍‌  ରୁ ୨୮ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୬୪.୧  ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫୨୬.୬ ମିମି ଠାରୁ ୧୨ ପ୍ରତିଶତ କମ୍‌ ବୋଲି ଜଣାପଡ଼ିଛି ।

୧ ଜୁନ ରୁ ୨୮  ଜୁଲାଇ ମଧ୍ୟରେ ଓଡ଼ିଶାର  ୧୨ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୋନପୁର ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ୍‌ରୁ ୨୮ ଜୁଲାଇ ମଧ୍ୟରେ ଓଡ଼ିଶାର ଝାରସୁଗୁଡା ଏବଂ ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌, ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ତେବେ ଚଳିତ ଥର ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିବା ବେଳେ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଲକ୍‌ଡାଉନ୍‌ ସମୟରେ କାମ ଧନ୍ଦା ଛାଡ଼ି ଘରେ ବସିଥିବା ଚାଷୀ ପରିବାର, ଚାଷ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ବେଳେ ସ୍ୱଳ୍ପ ବର୍ଷା ଏବେ ସେମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ସତ ହୋଇଥିଲେ ଶୁଭ : ଭାରତରେ ୧୮ କୋଟି ଲୋକଙ୍କ ମଧ୍ୟରେ ଅଛି କରୋନା ପ୍ରତିଶେଧକ ଶକ୍ତି !

ମୁମ୍ବାଇ: ଭାରତୀୟଙ୍କ ମଧ୍ୟରେ ପ୍ରାକୃତିକ ଭାବେ କରୋନା ଭାଇରସ ବିରୋଧରେ ଲଢିବାର ରୋଗ ପ୍ରତିରୋଧକ ଶକ୍ତି ରହିଛି କି ? ମୁମ୍ବାଇର ଏକ ଘରୋଇ ଲାବ୍ ଦ୍ୱାରା ଦେଶର ବିଭିନ୍ନ ସହରରେ ୨୦ ଦିନ ଧରି କରାଯାଇଥିବା ଟେଷ୍ଟରୁ ସକରାତ୍ମକ ତଥ୍ୟ ଆସିଛି । ଲାବର ବିଭିନ୍ନ ସହରରେ ଥିବା ପରୀକ୍ଷାଗାରରେ ୨୦ ଦିନ ମଧ୍ୟରେ ହୋଇଥିବା ଲୋକଙ୍କ କରୋନା ଟେଷ୍ଟରୁ ଜଣା ପଡିଛି ଯେ, ଦେଶର ୧୮ କୋଟି ଲୋକଙ୍କ ମଧ୍ୟରେ ନଭେଲ କରୋନା ଭାଇରସ ବିରୋଧୀ ଆଣ୍ଟିବଡି ରହିଛି ।

ଥାୟୋକେୟାର ପକ୍ଷରୁ ଏଭଳି ଦାବି କରାଯାଇଛି । ଥାୟୋକେୟାର ଏହି ତଥ୍ୟ ୬ଶହ ପିନକୋଡରେ ୨୦ ଦିନ ମଧ୍ୟରେ ୬୦ ହଜାର ଲୋକଙ୍କ ଉପରେ ହୋଇଥିବା ଟେଷ୍ଟରୁ ପାଇଛି । ଲାବ୍ ଅନୁସାରେ ଦେଶର ପାଖାପାଖି ୧୫ ପ୍ରତିଶତ ବା ୧୮ କୋଟି ଲୋକଙ୍କ ମଧ୍ୟରେ କରୋନା ବିରୋଧୀ ଆଣ୍ଟିବଡି ରହିଛି । ଏହି ସଂଖ୍ୟାରେ ୩ ପ୍ରତିଶତ ଏପଟ ସେପଟ ହୋଇପାରେ ବୋଲି ଥାୟୋକେୟାର କହିଛି ।

ଥାୟୋକେୟାର ଟେକ୍ନୋଲୋଜିର ଅଧ୍ୟକ୍ଷ ଡ.ଏ ଭେଲୁମନି ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଆମର ଏହା ତଥ୍ୟ ଆଧାରିତ ଭବିଷ୍ୟବାଣୀ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଏହା ଯେତିକି ପ୍ରଚାରିତ ହେବା କଥା ସେତିକି ହେଉନାହିଁ । ଯଦିଓ ଏହା ସରକାରୀ ସର୍ଭେ ନୁହେଁ କିନ୍ତୁ ଥାୟୋକେୟାର ତଥ୍ୟ ଆଇସିଏମଆର ଦ୍ୱାରା କରାଯାଇଥିବା ସେରୋ ପ୍ରିଭେଲାନ୍ସ ଷ୍ଟଡିର ତଥ୍ୟ ସହ ମେଳ ଖାଉଛି । ଆଇସିଏମଆର ଦ୍ୱାର ଜୁନ୍ ମାସରେ କରାଯାଇଥିବା ସେରୋ ସର୍ଭେର ଆଧିକାରିକ ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ କିନ୍ତୁ ଲିକ୍ ରିପୋର୍ଟରୁ ଜଣାପଡୁଛି ଯେ, ଦେଶରେ ୧୫ରୁ ୨୦ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ବିରୋଧରେ ଆଣ୍ଟିବଡି ରହିଛି ।

ଥାୟୋକେୟାର ଡାଟା ଅନୁସାରେ ଯେଉଁ ସବୁ ପିନକୋଡରେ ଲୋକ ନିଜର କରୋନା ଟେଷ୍ଟ କରିଛନ୍ତି ତାହା ମଧ୍ୟରୁ ମୁମ୍ବାଇର ଭିୱାଣ୍ଡି ସର୍ବାଧିକ ସଂକ୍ରମିତ ଅଂଚଳ । ଭିୱାଣ୍ଡି ପରେ ଥାନେ ରହିଛି । ଥାନେର ବିଭିନ୍ନ ଥାୟୋକେୟାର ଲାବରେ ଯେତିକି ଲୋକ ଟେଷ୍ଟ କରିଛନ୍ତି ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ କରୋନା ସଂକ୍ରମିତ ହୋଇଛନ୍ତି । ବେଙ୍ଗାଲୁରୁର ପିନ୍ୟା ଦାସରାହାଲିରେ ମଧ୍ୟ ୪୪ ପ୍ରତିଶତ ପଜିଟିଭ୍ ରହିଛନ୍ତି ବୋଲି ଥାୟୋକେୟାର ଦାବି କରିଛି ।

 

କରୋନ ମୁକାବିଲା : ପ୍ଲାଜମା ଦାନ ପାଇଁ ଜିଲ୍ଲା ଗସ୍ତ କରି ଲୋକଙ୍କୁ ଉତ୍ସାହିତ କରୁଛନ୍ତି ମନ୍ତ୍ରୀ….

ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ତାର ଭୟାବହତା ଦେଖାଇବାରେ ଲାଗିଛି । ତେବେ ଟିକା ନ ଆସିବା ପର୍ଯ୍ୟନ୍ତ ବର୍ତ୍ତମାନ ପ୍ଲାଜମା ଥେରାପି କରୋନା ପାଇଁ ରାମବାଣ ଭଳି କାର୍ଯ୍ୟକରୁଛି । ଫଳରେ ରାଜ୍ୟ ସରକାର ବର୍ତ୍ତମାନ ପ୍ଲାଜମା ଚିକିତ୍ସା ଉପରେ ଅଧିକ ଜୋର ଦେଉଛନ୍ତି । ଏବଂ ପ୍ଲାଜମା ଚିକିତ୍ସାକୁ ଆହୁରି ସଶକ୍ତ ସୁଦୃଢ କରିବା ପାଇଁ ଲୋକ ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି । ସାରା ରାଜ୍ୟ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ପ୍ଲାଜମା ଦାତାଙ୍କୁ ଉତ୍ସାହିତ କରିବେ ।

ଏହି ପରିପ୍ରେକ୍ଷୀରେ ଆଜି ଶକ୍ତି, ଶିଳ୍ପ ଗୃହରାଷ୍ଟ୍ର ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱ । ତେଣୁ ଆଜି ମନ୍ତ୍ରୀ ଢେଙ୍କାନାଳ ଗସ୍ତରେ ଯାଇଛନ୍ତି । ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରି ଜିଲ୍ଲା ପ୍ରଶାସନ ସହ ମଧ୍ୟ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏନେଇ ବିଭିନ୍ନ ଲୋକ ପ୍ରତିନିଧିଙ୍କ ପରାମର୍ଶ ମାଗି ଜିଲ୍ଲାରୁ କିଭଳି ମହାମାରୀ ଲୋପ ପାଇବ ସେନେଇ ଆଲୋଚନା ହେବ । ଏବଂ ଯେଉଁ ଆକ୍ରାନ୍ତମାନେ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀ ଉର୍ତ୍ସାହିତ କରିବେ । ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କୁ ପ୍ଲାଜମା ଦାନ କରିବା ସହ ସରକାରଙ୍କ ନିୟମ ମାନିବାକୁ ଆହ୍ୱାନ ଦେଇଛନ୍ତି ।

ଅନଲାଇନ ପାଠପଢା : କାନଫୁଲ ଓ ଗାଈ ବିକି ଝିଅ ପାଇଁ ମୋବାଇଲ କିଣିଲେ, ଜାଣନ୍ତୁ ପୁରା କାହାଣୀ….

0

ସାମାଜିକ ଦୂରତ୍ୱ ପାଇଁ ସ୍କୁଲ କଲେଜ୍ ସବୁ ବନ୍ଦ । ଅବାଧ୍ୟ କରୋନା ସଭିଁଙ୍କୁ ବାଧ୍ୟ କରିଛି । ତେବେ ପିଲାଙ୍କ ପାଠପଢା କରୋନା କାଳରେ ଅନେକ ମାତ୍ରାରେ ପ୍ରଭାବିତ ହେବା ପରେ ଶେଷରେ ସରକାର ଅଇନଲାଇନ କ୍ଲାସ କଥା କହିଲେ । ଅନଲାଇନରେ ଭିଡିଓ କଲିଂ ମାଧ୍ୟମରେ ପିଲା ପାଠ ପଢିବେ, ଶିକ୍ଷକ ଓ ଅଧ୍ୟାପକ ସ୍କୁଲ-କଲେଜରେ ବସି ପଢେଇବେ । ତେବେ ଏଭିତରେ ଏକ ପ୍ରମୁଖ ସମସ୍ୟା ପିଲାଙ୍କ ପାଠପଢାରେ ବାଧକ ସାଜିଛି । ପିଲାଙ୍କ ପାଖରେ ଅନଲାଇନ୍ କ୍ଲାସ୍ ପାଇଁ ମୋବାଇଲ କିମ୍ୱା ଲାପଟପର ସୁବିଧା ନାହିଁ । ସ୍ୱଚ୍ଛଳ ପିଲାମାନେ ମୋବାଇଲରେ ପାଠ ପଢୁଛନ୍ତି ବାକି ଗରିବୀ ସହ ଜୁଝୁଥିବା ପରିବାର ଭୋକକୁ ପ୍ରାଥମିକତା ଦେଇ ପିଲାଙ୍କ ପାଠ ପଢାକୁ ପଛକୁ ଠେଲୁଛନ୍ତି । ଏଭଳି ଘଟଣା ସବୁ ଜିଲ୍ଲାର, ସବୁ ଗାଁରେ ଦେଖିବାକୁ ମିଳୁଛି ।

ତେବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସାଲେପୁରରେ ।  ଗରିବ ପରିବାର ଏବେ କରୋନା କାଳରେ ଭୋକ ଉପାସ ଦାଉ ସହି କଷ୍ଟେମଷ୍ଟେ ବଞ୍ଚୁଥିଲେ ମଧ୍ୟ ପିଲାର ପାଠପଢାକୁ ଗୁରୁତ୍ୱ ଦେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସାଲେପୁର ଓ ମହାଙ୍ଗାରେ । ପିଲାଙ୍କ ପାଠ ପାଇଁ  ଜଣେ ମା’ ନିଜ କାନଫୁଲକୁ ବିକ୍ରି କରି  ମୋବାଇଲା କିଣିଛି ଓ ମୋବାଇଲରେ ପାଠ ପଢୁଛି ଝିଅ । ସେହିଭଳି ମହାଙ୍ଗାରେ ଏକ ପରିବାର ନିଜ ଘରେ ଥିବା ଗାଈକୁ ବିକ୍ରି କରି ଝିଅ ପାଇଁ ମୋବାଇଲ କିଣିଛନ୍ତି । ତେବେ ଝିଅକୁ ଶିକ୍ଷୟତ୍ରୀ କରାଇବା ସ୍ୱପ୍ନରେ ସେମାନେ ପିଲାଙ୍କୁ ପାଠ ପଢାଉଛନ୍ତି  ବୋଲି କହିଛନ୍ତି ।

ପିଲାକୁ ପଢାଇବା ପାଇଁ ଯାହା କରିବାକୁ ପଡିବ ସେସବୁ କରିବାକୁ ପ୍ରସ୍ତୁତ ଥିବା ମମତା ଦାସ କହିଛନ୍ତି । ଅନ୍ୟପକ୍ଷରେ ନିଜ କାନଫୁଲ ବିକି ଝିଅ ପାଇଁ ମୋବାଇଲ କିଣିବା ପରେ ମା’ ଗୀତା ଭୋଇ କହିଛନ୍ତି ମୋବାଇଲ ନଥିବା ହେତୁ ଝିଅ ଅନଲାଇନ କ୍ଲାସରେ ବସିପାରୁନଥିଲା । ଝିଅର ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଘରର ସ୍ଥିତି ଦେଖି ସେ କେବେ ମୋବାଇଲ ପାଇଁ ଦାବି ମଧ୍ୟ କରିନି । ତେବେ ତା’ ପାଠପଢା ଚାଲୁ ରଖିବା ପାଇଁ ମୋବାଇଲ ଯୋଗାଡ କଲୁ ଏବେ ସେ ଓ ପରିବାର ସମସ୍ତେ ଖୁସି ଅଛୁ ।

ଶହେରୁ ୭୦ ବାଘ ଭାରତରେ, ବିଶ୍ୱ ସ୍ତରରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ଭାରତ

0

ଭାରତ ବାଘବହୁଳ ଦେଶ । ଦେଶରେ ଯଥେଷ୍ଟ ସଂଖ୍ୟାରେ ବାଘ ଦେଖିବାକୁ ମିଳନ୍ତି । ତେବେ ଶହେରୁ ୭୦ ଭାଗ ବାଘ ଦେଶରେ ଥିବା ହେତୁ ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟ ବ୍ୟାଘ୍ର ସଂରକ୍ଷଣ ପାଇଁ ଦେଶକୁ ସବୁ ପ୍ରକାର ସହଯୋଗ ଯୋଗାଉଛନ୍ତି । ସେହିଭଳି ପାଖାପାଖି ୩୦ ହଜାର ହାତୀ ଓ ୫ଶହ ସିଂହ ଅଛନ୍ତି  । ସେମାନଙ୍କ ସୁରକ୍ଷା ପାଇଁ ଅପେକ୍ଷାକୃତ ଅଧିକ ଯତ୍ନବାନ ହେବା ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସରକାର  ।

Tiger spotting in India

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଏଭଳି କହିଛନ୍ତି  । ବାଘ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଦେଶ ଭଲ ଅଗ୍ରଗତୀ କରୁଛି । ୧୯୭୩ ମସିହାରେ ଦେଶରେ ବାଘ ସଂରକ୍ଷଣ କେନ୍ଦ୍ର ସଂଖ୍ୟା ୭ରେ ଥିଲା । ଏବେ ୫୦ରେ ପହଁଚିଲାଣି  । ଉଲ୍ଲେଖ ଯୋଗ୍ୟ ଯେ ବିଶ୍ୱରେ ବର୍ତ୍ତମାନ ୧୩ଟି ଦେଶରେ ବାଘ ଦେଖିବାକୁ ମିଳୁଛନ୍ତି  । ଏମାନଙ୍କ ମଧ୍ୟ ଭାରତ ପ୍ରମୁଖ ଓ ସ୍ୱତନ୍ତ୍ର  ବୋଲି କେନ୍ଦ୍ରମନ୍ତ୍ରୀ ଜାବଡେକର କହିଛନ୍ତି ଉଲ୍ଲେଖଯୋଗ୍ୟ ଯେ ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେସନ୍ ରିପୋର୍ଟ ପ୍ରକାଶ ଅବସରରେ ମନ୍ତ୍ରୀ ପ୍ରକାଶ ଜାବଡେକର ଏଭଳି କହିଛନ୍ତି ।

ତେବେ ବାଘ ସୁରକ୍ଷା ପାଇଁ ସରକାର ଆହୁରି ସକ୍ରିୟ ଭାବେ କାର୍ଯ୍ୟକମ୍ର ହାତକୁ ନେଉଛନ୍ତି । ତେବେ ବାଘ ସଂରକ୍ଷଣ କ୍ଷେତ୍ରରେ ଏହ ପ୍ରମୁଖ ଆହ୍ୱାନ ହେଇଛି ସେମାନଙ୍କୁ ଯଥେଷ୍ଟ ଆହାର ଓ ଜଳ ମିଳି ନପାରିବା । ସରକାର ଏସବୁ କ୍ଷେତ୍ର ଉପରେ ଗୁରୁତ୍ୱ ଦେବା ନେଇ ବିଚାର କରୁଛନ୍ତି । କିଭଳି ଭାବେ ବାଘ ସଂରକ୍ଷଣ  କ୍ଷେତ୍ରରେ ଜଳ ଓ ଖାଦ୍ୟ ଶୃଙ୍ଖଳ ପରିବେଶକୁ ଭଲ କରିହେବ ସେ ନେଇ ମଧ୍ୟ ପ୍ରୟାସ କରାଯାଉଛି । ତେବେ ଖୁବ୍ କମେ ଦେଶରେ ବାଘ ଦେଖିବାକୁ ମିଳୁଛି ଓ ଏମାନଙ୍କ ମଧ୍ୟରେ ଭାରତର ସଂଖ୍ୟା ଉଲ୍ଲେଖନୀୟ ହୋଇଥିବା ହେତୁ ଭାରତ ବାଘ ସଂରକ୍ଷଣ କ୍ଷେତ୍ରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ଜଣାଇଛନ୍ତି । ଅନ୍ୟପକ୍ଷରେ ଜୈବ ବିବିଧତା କ୍ଷେତ୍ରରେ ଭାରତ ୧୨ ପ୍ରତିଶତ ଅଂଶର ସହଯୋଗୀତା ରଖିଛି ବୋଲି ସେ କହିଛନ୍ତି ।

ପୁଣି ବିଜେପି ବିଧାୟକଙ୍କ ଦାଦାଗିରି, ଧମକାଇ ପଶିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ! ଭିଡିଓ ଭାଇରାଲ..

ସମ୍ବଲପୁର: ସମ୍ବଲପୁର ବିଧାୟକଙ୍କ ଦାଦାଗିରି । ମହାମାରୀ ସମୟରେ କୋଭିଡ ନିୟମ ଉଲଂଘନ କରି ଜିଲ୍ଲାପାଳ ଅଫିସରେ ଧସେଇ ପଶିଲେ ଜୟନାରାୟଣ ମିଶ୍ର । ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ବିରାଟ ପଟୁଆରରେ ବାହାରିଥିଲେ ସମ୍ବଲପୁର ବିଜେପି ବିଧାୟକ ଓ ୨୦ରୁ ଅଧିକ ସମର୍ଥକ ।

Jayanarayan Mishra

ସେମାନଙ୍କ ମଧ୍ୟରେ ନା ଥିଲା ସମାଜିକ ଦୂରତା, ନା ଥିଲା କୋଭିଡ୍‌ କଟକଣାର ଭୟ । କୋଭିଡ୍‌ ନିୟମ ଅନୁସାରେ, ଏଭଳି କାର୍ଯ୍ୟକ୍ରମରେ ୭ରୁ ଅଧିକ ଲୋକ ଯାଇପରିବେ ନାହିଁ । ଏପରିକି ସମସ୍ତଙ୍କ ମଧ୍ୟରେ ୨ ହାତ ଦୂରତା ରଖିବାର ବି ନିୟମ ରହିଛି । ହେଲେ କୌଣସି ନିୟମକୁ ଖାତିର କରିନାହାନ୍ତି ବିଧାୟକ । ସବୁଠାରୁ ବଡ଼ କଥା ହେଲା ଏହି କୋଭିଡ୍‌ ନିୟମ ଖୋଦ୍‌ କେନ୍ଦ୍ର ସରକାର କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଓଡ଼ିଶାରେ ଖୋଦ ବିଜେପି ନେତା ହିଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନୁନଥିବା ଦେଖାଯାଇଛି ।

Jayanarayan Mishra

ବିଧାୟକ ଜୟନାରାଣ ମିଶ୍ର କିଭଳି କୋଭିଡ୍‌ ନିୟମ ଭାଙ୍ଗିଛନ୍ତି, ସେନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି, ବିଧାୟକଙ୍କ ଦାଦାଗିରି । ପ୍ରଥମେ ଏକ ପଟୁଆରରେ ଆସି ଜୟନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଆଉ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

Jayanarayan Mishra

ଏମିତିକି ସେଠାରେ ନିୟୋଜିତ ଡିଏସ୍‌ପି ତପନ ମହାନ୍ତିଙ୍କ ସହ ବିଧାୟକ ବଚସା କରୁଥିବେ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ଏହି ବଚସା ସମୟରେ ଗହଳି ଏପରି ହୋଇଗଲା, ସତେ ଯେପରି କରୋନା କଟକଣା ବୋଲି କିଛି ନାହିଁ । ଏହା ପରେ ଗେଟକୁ ଠେଲାପେଲା ସହ ଅନ୍ୟ ଜଣେ ପୋଲିସକୁ ଗାଳି କରି ଜିଲ୍ଲାପାଳଙ୍କ ଚ୍ୟାମ୍ବରରେ ପଶିଲେ ବିଜେପିର ଏହି ବରିଷ୍ଠ ନେତା । ତାଙ୍କ ସହ ଅନ୍ୟ ସମସ୍ତ ବିଜେପି ନେତା ବି ଜିଲ୍ଲାପାଳଙ୍କ ଅଫିସରେ ଗହଳି କଲେ । ସେମାନେ ଏପରି ପ୍ରବେଶ କଲେ ଯେ ଜିଲ୍ଲାପାଳ ଅଫିସର ଜଣେ ମହିଳା କର୍ମଚାରୀ ପଛରେ ଠିଆ ହୋଇ ଥରହର ହୋଇଥିଲେ ।

Jayanarayan Mishra

ଅନ୍ୟପଟେ କୋଭିଡ ନିୟମ ଉଲଂଘନ ଅଭିଯୋଗ ବିଜେପି ନେତାଙ୍କ ବିରୋଧରେ ନୂଆ ନୁହେଁ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିନା ମାସ୍କ ପଟୁଆରା ବା ସାମାଜିକ ଦୂରତା ଉଲଂଘନ ଭିଡିଓ ସବୁ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି ପୂର୍ବତନ କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରାଟ ବାଇକ ରାଲି ବି କରିବାକୁ ପଛାଇ ନଥିଲେ । ତେବେ ସମ୍ବଲପୁର ବିଧାୟକଙ୍କ ବିରୋଧରେ ନିୟମ ଭଙ୍ଗ ଅଭିଯୋଗ ନୂଆ ନୁହେଁ । ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇ ବିଧାୟକ ମହାଶୟ ବହୁ ବାର ଗିରଫ ବି ହୋଇଛନ୍ତି । ଏପରିକି ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଜଣେ ବିଜେଡି କର୍ମୀଙ୍କ ହତ୍ୟା ଅଭିଯୋଗରେ ଗିରଫ ବି ହୋଇଥିଲା ଜୟନାରାୟଣ । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡି ନିୟମ ପାଳନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ତାଙ୍କ ଦଳୀୟ ହେଭିଓ୍ୱେଟ୍‌ ନେତା ହି ଏହାକୁ ଉଲଂଘନ କରିବାରେ ବ୍ୟସ୍ତ ।

ରାମ ମନ୍ଦିର ତଳେ ଟାଇମ୍ କ୍ୟାପସୁଲ,ହଜାରେ ବର୍ଷେ ପରେ ହେବ ଡିକୋଡ୍ !

ଅଯୋଧ୍ୟା ରାମ ମନ୍ଦିରର ୨ଶହ ଫୁଟ ତଳେ ଏକ ଟାଇମ୍ କ୍ୟାପସୁଲ ରଖାଯିବ । ଏହି ଟାଇମ୍ କ୍ୟାପସୁଲ ଗୋଟିଏ ପ୍ରକାରର ଐତିହାସିକ ଦସ୍ତାବିଜ ହେବ । ତେବେ ମାଟିତଳେ ୨ଶହ ଫୁଟ ତଳେ କ’ଣ ପାଇଁ ଟାଇମ୍ କ୍ୟାପସୁଲ ରଖାଯିବ ? ଏହାର ଉତ୍ତର ହେଉଛି ଆଜିଠୁ ହଜାର ବର୍ଷ ତଳେ ଯଦି କେବେ କୌଣସି କାରଣରୁ ରାମ ମନ୍ଦିର ଉତଖନନ ହୁଏ ତେବେ ସେତେବେଳେ ଲୋକ ରାମ ଜନ୍ମଭୁମି ବାବଦରେ ଜାଣି ପାରିବେ । କାରଣ ଟାଇମ୍ କ୍ୟାପସୁଲ ଭିତରେ ରାମ ମନ୍ଦିରର ଇତିହାସଠାରୁ ଏହାକୁ ନେଇ ଥିବା ବିବାଦ ବାବଦରେ ତଥ୍ୟ ରହିଛି । ତେଣୁ ହଜାର ବର୍ଷ ତଳେ ଯଦି କେବେ ପୁଣିଥରେ ଖନନ ହୁଏ ତେବେ ରାମ ଜନ୍ମଭୂମିକୁ ନେଇ କୌଣସି ସନ୍ଦେହ ରହିବ ନାହିଁ ।

ଟାଇମ୍ କ୍ୟାପସୁଲ କହିବ ରାମ ମନ୍ଦିରର ଇତିହାସର କଥା  । ଖୋଲିବ ବିବାଦର ଫର୍ଦ । ଟାଇମ୍ କ୍ୟାପସୁଲରେ ରହିବ ହିନ୍ଦୁ ଆସ୍ଥା ଓ ସଂଘର୍ଷର କଥା ସବୁଦିନ ପାଇଁ  ।ତେବେ ପ୍ରଶ୍ନ ହେଉଛି ଟାଇମ୍ କ୍ୟାପସୁଲ କ’ଣ ? ଏହା କେମିତି କାମ କରିଥାଏ ? ଆଗରୁ କ’ଣ ଭାରତରେ କିମ୍ବା ଭାରତ ବାହାରେ ଏମିତି କିଛି ହୋଇଛି କି ? ଆସନ୍ତୁ ଜାଣିବା ଟାଇମ୍ କ୍ୟାପସୁଲ ବାବଦରେ । ଡିକୋଡ୍ କରିବା ଟାଇମ୍ କ୍ୟାପସୁଲର ରହସ୍ୟ ।

ଟାଇମ୍ କ୍ୟାପସୁଲ କ’ଣ ?

time capsule

ଟାଇମ କ୍ୟାପସୁଲ ଗୋଟିଏ ବକ୍ସ । ଯାହାର ଆକାର ଅଲଗା ଅଲଗା ପ୍ରକାରର ହୋଇଥାଏ । ସାଧାରଣତଃ ଏହାକୁ ତମ୍ବାରେ ତିଆରି କରାଯାଇଥାଏ । ତମ୍ବା ମାଟିତଳେ ରହିଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ । ତମ୍ବା ବକ୍ସ ମଧ୍ୟରେ ରଖାଯାଇଥିବା ଜିନିଶ ଅଧିକ ଦିନ ସୁରକ୍ଷିତ ରହିଥାଏ । ଅନ୍ୟପକ୍ଷରେ ଲୁହାରେ ତିଆରି ବକ୍ସ ମାଟି ତଳେ ରହିବା ଦ୍ୱାରା ଏଥିରେ ଜଂକ୍ ଲାଗିଥାଏ । ଲୁହା ବାକ୍ସରେ ଥିବା ସାମଗ୍ରୀ ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯାଇଥାଏ । କୌଣସି ପ୍ରକାରର କେମିକାଲ ରିଆକ୍ସନରୁ ସୁରକ୍ଷିତ ରହୁଥିବା ଟାଇମ୍ କ୍ୟାପସୁଲ ଏତେ ମଜବୁତ ହୋଇଥାଏ ଯେ, ଏହା ସବୁ ପ୍ରକାରର ପାଣିପାଗ ଓ ପରିସ୍ଥିତିରେ ମଧ୍ୟ ମାଟି ତଳେ ସୁରକ୍ଷିତ ରହିଥାଏ । ଅତିତରେ ମଧ୍ୟ ଟାଇମ୍ କ୍ୟାପସୁଲର ପ୍ରଚଳନ ଥିଲା । ସେତେବେଳେ କାଚ ବୋତଲକୁ ଟାଇମ୍ କ୍ୟାପସୁଲ ଭାବେ ବ୍ୟବହାର କରାଯାଉଥିଲା

ଟାଇମ୍ କ୍ୟାପସୁଲର ଉଦ୍ଦେଷ୍ୟ କ’ଣ ?

time capsule

ମାଟି ତଳେ ଗଭିରତା ଭିତରେ ଟାଇମ୍ କ୍ୟାପସୁଲ ରଖିବାର ଉଦ୍ଦେଷ୍ୟ ହେଉଛି ଶହ ଶହ-ହଜାର ହଜାର ବର୍ଷ ପରେ ମଧ୍ୟ ସେହି ସ୍ଥାନ ସହ ଜଡିତ ଇତିହାସ ବାବଦରେ ତଥ୍ୟ ସୁରକ୍ଷିତ ରହିବ । ଯେମିତି କି ଯଦି କୌଣସି ଭୟକଙ୍କର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ କିଛି ନଷ୍ଟ ହୋଇଯିବ ଓ ଅନେକ ବର୍ଷ ପରେ ପ୍ରତ୍ନତତ୍ୱବିତ୍ ,ଐତିହାସରିକ ଉକ୍ତସ୍ଥାନର ଖନନ କରି ସେହି ସ୍ଥାନ ବାବଦରେ ଜାଣିବାକୁ ଉଦ୍ୟମ କରନ୍ତି,ତେବେ ସେମାନଙ୍କୁ ଟାଇମ୍ କ୍ୟାପସୁଲ ମିଳିବ । ଟାଇମ୍ କ୍ୟାପସୁଲରେ ଥିବା ତଥ୍ୟରୁ ଜଣା ପଡିବ ଉକ୍ତ ସ୍ଥାନର ଇତିହାସ କ’ଣ ଥିଲା । ଅର୍ଥାତ ଭବିଷ୍ୟ ପାଇଁ ଇତିହାସକୁ ସୁରକ୍ଷିତ ଓ ସଂଗ୍ରହିତ କରି ରଖିବା ହେଉଛି ଟାଇମ୍ କ୍ୟାପସୁଲର ମୁଳ ଲକ୍ଷ୍ୟ ।

ଭାରତରେ ଆଗରୁ ଏମିତି କିଛି ହୋଇଛି କି  ?

indira time capsule

ତେବେ ରାମ ମନ୍ଦିରର ମାଟି ତଳେ ଟାଇମ୍ କ୍ୟାପସୁଲକୁ ସୁରକ୍ଷିତ କରିବା କ’ଣ ଭାରତ ଇତିହାସର ପ୍ରଥମ ଘଟଣା ? ଭାରତ କ’ଣ ପ୍ରଥମ ଥର ପାଇଁ ଭବିଷ୍ୟ ପୀଢି ଲାଗି ଇତିହାସକୁ ସୁରକ୍ଷିତ ରଖିବା ଉଦ୍ଦେଷ୍ୟରେ ଏମିତି କରାଯାଉଛି କି ? ଉତ୍ତର ହେଉଛି ନା । ଭାରତରେ ଆଗରୁ ଅନେକ ଥର ଟାଇମ୍ କ୍ୟାପସୁଲକୁ ମାଟି ତଳେ ପୋତା ଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲାଲକିଲ୍ଲା ତଳେ ଏକ ଟାଇମ୍ କ୍ୟାପସୁଲକୁ ସବୁଦିନ ପାଇଁ ରଖିଥିଲେ । ୧୯୭୦ ଦଶକର ଆରମ୍ଭରେ ଏହି ଘଟଣା ଘଟିଥିଲା । ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଲୋକପ୍ରିୟତା ଚରମରେ ଥିଲା । ଇନ୍ଦିରା ଲାଲକିଲ୍ଲାରେ ମାଟି ତଳେ ୩୨ ଫୁଟ ତଳେ ଟାଇମ୍ କ୍ୟାପସୁଲ ରଖିଥିଲେ । ଏହି ଟାଇମ୍ କ୍ୟାପସୁଲରେ ସ୍ୱାଧିନତା ପରଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ଘଟିଥିବା ଘଟଣା ବାବଦରେ ତଥ୍ୟ ରହିଥିଲା ।

ଇନ୍ଦିରାଙ୍କ ଟାଇମ୍ କ୍ୟାପସୁଲକୁ ନେଇ ହୋଇଥିଲା ବିବାଦ

indira modi time

ଇନ୍ଦିରା ଟାଇମ୍ କ୍ୟାପସୁଲକୁ ମାଟି ତଳେ କବର ଦେଇଥିଲେ । କିନ୍ତୁ ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ବିବାଦ । ଏମରଜେନ୍ସୀ ଲାଗୁ କରିବା ପରେ ଭାରତୀୟ ରାଜନୀତିର ଦୁର୍ଗା ପାଲଟିଯାଇଥିଲେ ସବୁଠୁ ବଡ ଖଳନାୟିକା । ୧୯୭୫ ପରେ ହୋଇଥିବା ନିର୍ବାଚନରେ ଇନ୍ଦିରାଙ୍କୁ କ୍ଷମତା ଛାଡିବାକୁ ପଡିଥିଲା । କଂଗ୍ରେସ ସ୍ଥାନରେ ଆସିଥିଲା ଜନତା ପାର୍ଟି ସରକାର । ଆଉ ଏହି ସମୟରେ ଇନ୍ଦିରା ଲାଲକିଲ୍ଲାରେ ପୋତିଥିବା ଟାଇମ୍ କ୍ୟାପସୁଲକୁ ପୁଣିଥରେ ବାହାର କରିବାକୁ ନିଷ୍ପତି ନିଆଯାଇଥିଲା । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କାହିଁକି ? ଉତ୍ତର ହେଉଛି ସେତେବେଳେ ବିରୋଧୀଙ୍କ ଅଭିଯୋଗ ଥିଲା ଯେ, ଏହି ଟାଇମ୍ କ୍ୟାପସୁଲରେ ଇନ୍ଦିରାଙ୍କ ପରିବାର ବାବଦରେ ହିଁ ତଥ୍ୟ ରହିଛି । ଗାନ୍ଧୀ-ନେହେରୁ ପରିବାରକୁ ମହିମା ମଣ୍ଡିତ କରିବା ସହ ଦେଶର ଅନ୍ୟ ନେତାଙ୍କ ଅବଦାନକୁ ଭବିଷ୍ୟ ପୀଢି ନଜରରୁ ଦୁରେଇ ରଖିବା ପାଇଁ କ୍ୟାପସୁଲରେ କେବଳ ଗୋଟିଏ ପରିବାରର ଯୋଗଦାନ କଥା ଉଲ୍ଲେଖ କରାଯାଇଛି ବୋଲି ଅଭିଯୋଗ ଉଠିଥିଲା । ଅଭିଯୋଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଆଦେଶରେ ଟାଇମ୍ କ୍ୟାପସୁଲକୁ ତା’ ସମୟ ଆଗରୁ ଖୋଳି ବାହାର କରାଯାଇଥିଲା । ତେବେ ଟାଇମ୍ କ୍ୟାପସୁଲରୁ ବାହାରିଥିଲା କ’ଣ ? ସେଥିରେ କ’ଣ କେବଳ ଗୋଟିଏ ପରିବାର କଥା କୁହାଯାଇଥିଲା ? ଏହାର ଉତ୍ତର କାହା ପାଖରେ ନାହିଁ  । କାରଣ ସେତେବେଳର ସରକାର କିମ୍ବା ତା’ ପରେ ଆସିଥିବା ସରକାର ଟାଇମ୍ କ୍ୟାପସୁଲରେ କ’ଣ ଥିଲା ତାକୁ ନେଇ କିଛି ମଧ୍ୟ କହିନଥିଲେ । ଇନ୍ଦିରାଙ୍କ ଟାଇମ୍ କ୍ୟାପସୁଲକୁ ନେଇ ବିରୋଧୀ ଓ ସମର୍ଥକଙ୍କ ମୁହଁ ଆଜି ମଧ୍ୟ ସିଲ୍ ଅଛି

ବିଦେଶରେ ମଧ୍ୟ ଟାଇମ୍ କ୍ୟାପସୁଲର ଚଳନ ରହିଛି

ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଟାଇମ୍ କ୍ୟାପସୁଲକୁ ନେଇ ମଝିରେ ମଝିରେ ଚର୍ଚ୍ଚା ହୋଇଥାଏ । ତେବେ ପ୍ରଥମ ଟାଇମ୍ କ୍ୟାପସୁଲ କେବେ ଓ କିଏ ତିଆରି କରିଥିଲା ତାକୁ ନେଇ ବିବାଦ ରହିଛି । ନିକଟରେ ପବନର ଚାପ ଓ ଦୀଗର ସୂଚନା ଦେଉଥିବା ଆକାରର ଏକ ଟାଇମ୍ କ୍ୟାପସୁଲ ଆବିଷ୍କୃତ ହୋଇଥିଲା । ଯାହାକୁ ୧୭୪୨ ମସିହାରେ ତିଆରି କରାଯାଇଥିଲା । ସେହିଭଳି ସ୍ପେନରୁ ୨୦୧୭ ମସିହାରେ ଜିଶୁଙ୍କ ଆକାରର ଗୋଟିଏ ଟାଇମ୍ କ୍ୟାପସୁଲ ମିଳିଥିଲା ।ଏଥିରେ ୧୭୭୭ରେ ସ୍ପେନର ଆର୍ଥିକ ଓ ସାମାଜିକ ସ୍ଥିତି କ’ଣ ଥିଲା ତାହା ବାବଦରେ ସୂଚନା ରହିଥିଲା ।

ଟାଇମ୍ କ୍ୟାପସୁଲର ତାରିଖ ନିର୍ଧାରଣ କରି ମଧ୍ୟ ପୋତା ଯାଇଥାଏ

 

ଏହା ଜୁରୁରୀ ନୁହେଁ ଯେ, ଟାଇମ୍ କ୍ୟାପସୁଲକୁ ଅନିଶ୍ଚିତ ସମୟ ପାଇଁ ମାଟି ତଳେ ପୋତି ଦିଆଯାଇଥାଏ । ଅନେକ ଥର ଗୋଟିଏ ନିର୍ଦ୍ଧିଷ୍ଟ ତାରିଖରେ ଟାଇମ୍ କ୍ୟାପସୁଲ ଖୋଲିବା ପାଇଁ ସିଡ୍ୟୁଲ କରାଯାଇଥାଏ । ଏହାପରେ ତାକୁ ପୋତା ଯାଇଥାଏ । ମାନେ ଟାଇମ୍ କ୍ୟାପସୁଲ ମାଟି ତଳେ ପୋତିବା ଆଗରୁ ଏହା ନିର୍ଧାରିତ କରାଯାଇଥାଏ ଯେ,ତାକୁ କେବେ ଖୋଲାଯିବ । ଉଦାହରଣ ଭାବେ ଜର୍ଜିଆର ଟାଇମ୍ କ୍ୟାପସୁଲକୁ ନିଆଯାଉ । ୧୯୪୦ ମସିହାରେ ଜର୍ଜିଆରେ ଟାଇମ୍ କ୍ୟାପସୁଲକୁ ମାଟିତଳେ ପୋତାଯାଇଥିଲା । ଆଉ ତାକୁ କେବେ ମାଟିତଳୁ ବାହାର କରାଯିବ ସେ ନେଇ ମଧ୍ୟ ବର୍ଷ ନିର୍ଧାରିତ କରାଯାଇଥିଲା । ଜର୍ଜିଆ ସରକାର ନିଷ୍ପତି ନେଇଥିଲେ ଯେ, ଯଦି ମାନବ ସଭ୍ୟତା ପୃଥିବୀରେ ତିଷ୍ଟିଥିବ ତେବେ ୮ହଜାର ୧୧୩ ମସିହାରେ ଏହି ଟାଇମ୍ କ୍ୟାପସୁଲକୁ ବାହାର କରାଯିବ । ଏହାର ଉଦ୍ଦେଷ୍ୟ ଥିଲା ଭବିଷ୍ୟ ପୀଢିକୁ ଏହି ସୂଚନା ଦେବା ଯେ, ଅତିତରେ ସଭ୍ୟତା କେମିତି ଥିଲା ଓ ପରେ କ’ଣ ହେଲା । ଏହାକୁ ସେଡ୍ୟୁଲ୍ଡ ଟାଇମ୍ କ୍ୟାପସୁଲ କୁହନ୍ତି । ସେହିଳି ଲେଖିକା ମାର୍ଗେରେଟ୍ ଆଟଉଡଙ୍କ କିଛି ଅପ୍ରକାଶିତ ଉପନ୍ୟାସ ମଧ୍ୟ ଟାଇମ୍ କ୍ୟାପସୁଲରେ ଅଛି । ଯାହା ୨୧୧୪ ମସିହାରେ ପ୍ରକାଶିତ ହେବ

time capsule

ଟାଇମ୍ କ୍ୟାପସୁଲକୁ ନେଇ ବିଶେଷଜ୍ଞଙ୍କ ଆପତି

ତେବେ ଐତିହାସିକ ଓ ପ୍ରତ୍ନତତ୍ୱବିତଙ୍କ କହିବା ହେଉଛି ଅନେକ ସମୟରେ ଟାଇମ୍ କ୍ୟାପସୁଲରେ ଅଦରକାରୀ ତଥ୍ୟ ଦିଆଯାଇଥାଏ ।  ଯେମିତିକି କୌଣସି ଶାସକଙ୍କୁ ମହିମା ମଣ୍ଡିତ କଲା ଭଳି ତଥ୍ୟ । ଐତିହାସିକଙ୍କ କହିବା ହେଲା ଏଭଳି ତଥ୍ୟ ଭବିଷ୍ୟତର ଐତିହାସିକଙ୍କୁ ମିଳିଲେ କୌଣସି ଲାଭ ହେବ ନାହିଁ । ସେମାନଙ୍କର ଏହା ମଧ୍ୟ କହିବା ହେଉଛି ଟାଇମ୍ କ୍ୟାପସୁଲରେ ଥିବା ସାମଗ୍ରୀ ଯଦି କମ୍ପ୍ୟୁଟର ଭାଷାରେ ରହିବ ତେବେ ଏମିତି ବି ହୋଇପାରେ ଭବିଷ୍ୟତରେ ତାହା ବେକାର ହୋଇଯିବ । ଭବିଷ୍ୟତର ଟେକନିକ୍ ଏତେ ଆଗକୁ ଯାଇଥିବ ଯେ, ଆମ ଟେକନିକ୍ ପୁରୁଣା ଓ ଅଚଳ ହୋଇଯାଇଥିବ । ଏମିତିରେ ତଥ୍ୟକୁ ଡିକୋଡ୍ କରାଯାଇ ପାରିବ ନାହିଁ । ଭାଷା ସହ ମଧ୍ୟ ଏହି ସମସ୍ୟା ରହିଛି । ସେମାନଙ୍କ କହିବା ହେଉଛି ଲିଖିତ ଭାଷା ସାମଗ୍ରୀ ବଦଳରେ ଭିଡିଓ କିମ୍ବା ଚିତ୍ର ରଖାଯାଉ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଓ ଡିଜିଟାଲ ଉପାୟ ଉପରେ ହିଁ ଭରଷା କରାଯାଉଛି ।

‘କ୍ୟାନ୍ସର ଆକ୍ରାନ୍ତ ପରେ ଭାଙ୍ଗିପଡ଼ିଥିଲି, ସଚିନ୍‌ଙ୍କ ପାଇଁ ଫେରିଥିଲି କ୍ରିକେଟ୍‌କୁ’

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଅନେକ ଥର ଦଳକୁ ନିଜ ଦମ୍‌ରେ ଜିତାଇଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ୍‌ ହେଉ କିମ୍ବା ୨୦୧୧ ବିଶ୍ୱକପ୍‌, ଉଭୟ ଟୁର୍ଣ୍ଣାମେଣ୍ଟରେ ଯୁବରାଜଙ୍କ ପ୍ରମୁଖ ଭୂମିକା ରହିଥିଲା । ହେଲେ ଦୁଃଖର କଥା ୨୦୧୧ ବିଶ୍ୱକପ୍‌ ପରେ ଯୁବରାଜଙ୍କୁ କର୍କଟ ରୋଗ ସହ ଲଢ଼ିବାକୁ ପଡ଼ିଥିଲା । କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ । ଆଉ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ କି ନାହିଁ ସେନେଇ ନିଷ୍ପତ୍ତି ନେଇ ପାରୁନଥିଲେ ।

Sachin Yuvraj

ତେବେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସେ ନିଜକୁ ସମ୍ଭାଳୁଥିବା ବେଳେ କ୍ରିକେଟ୍‌ ଜଗତର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ତାଙ୍କୁ‌ ଶକ୍ତି ପ୍ରଦାନ କରିଥିଲେ । ଯୁବରାଜଙ୍କ ମନୋବଳ ବୃଦ୍ଧି କରିବା ସହ ତାଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ଆମନ୍ତ୍ରଣ କରିଥିଲେ । ଅସୁସ୍ଥ ଥିବା ବେଳେ ମଧ୍ୟ ସଚିନ୍‌ଙ୍କ ସହ ଯାେଗାଯୋଗରେ ଥିଲେ ଯୁବରାଜ ।

Sachin Yuvraj

ନିକଟରେ ଯୁବରାଜ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ସାରିବା ପରେ, ସେ ଘରୋଇ କ୍ରିକେଟ୍‌ ମ୍ୟାଚ୍‌ ଖେଳିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଯୁବରାଜଙ୍କ ଭଳି ଜଣେ ଆନ୍ତର୍ଜାତୀୟ କ୍ରିକେଟ୍‌ରଙ୍କୁ ଘରୋଇ ମ୍ୟଚ୍‌ ଖେଳିବା କେତେ କଷ୍ଟ ସାଧ୍ୟ ଥିଲା ? ଏଭଳି ପ୍ରଶ୍ନର ଉତ୍ତରରେ ଯୁବରାଜ କହିଛନ୍ତି, ଯେତେବେଳେ ସେ ଭାଙ୍ଗିପଡ଼ିଥିଲେ ସଚିନ୍‌ଙ୍କ ସହ କଥା ହେବାରୁ ତାଙ୍କ ଭିତରେ ଆତ୍ମବଳ ବୃଦ୍ଧି ପାଇଥିଲା ।

Sachin Yuvraj

ସଚିନ୍‌ କହିଥିଲେ ଆମେ କ୍ରିକେଟ୍‌ କାହିଁକି ଖେଳୁ ? ଏହା ସତ ଯେ, ଆମକୁ ଆନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଅଛି କିନ୍ତୁ ଆମେ କ୍ରିକେଟ୍‌ ଖେଳୁ କାରଣ ଏଥିପ୍ରତି ଆମର ଭଲ ପାଇବା ରହିଛି । ଯଦି ଆପଣଙ୍କର ଖେଳ ପ୍ରତି ଭଲପାଇବା ଅଛି ତେବେ ନିଶ୍ଚୟ ଖେଳିବା ଉଚିତ୍‌ । ସଚିନ୍ ଆହୁରି କହିଛନ୍ତି ଯେ, ଯଦି ମୁଁ‌ ଏଭଳି ପରିସ୍ଥିତିରେ ଥାନ୍ତି ତେବେ କ’ଣ କରିଥାନ୍ତି ତାହା ଜାଣିନି । କିନ୍ତୁ ଯଦି ଖେଳ ପ୍ରତି ଭଲପାଇବା ରହିଛି, ତେବେ ନିଶ୍ଚୟ ଖେଳିବା ଉଚିତ୍‌ ଏବଂ ଖେଳିବା ପରେ ହିଁ ରିଟାୟର୍‌ମେଣ୍ଟର ନିଷ୍ପତ୍ତି ନେବା କଥା ଚିନ୍ତା କରିବ ।

Sachin Yuvraj

ଯୁବି ଆହୁରି ମଧ୍ୟ କହିଛନ୍ତି ଯେ, କର୍କଟ ଚିକିତ୍ସା ପରେ ତାଙ୍କ ଶରୀର ପୂର୍ବ ଭଳି ସୁସ୍ଥ ନଥିଲା । ସଚିନଙ୍କ ସହ କିଛି ଭଲ କଥାବାର୍ତ୍ତା ହୋଇଥିଲା ଏବଂ ୩ରୁ ୪ ବର୍ଷ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳିଥିଲି ବୋଲି କହିଛନ୍ତି ଯୁବି । ମୁଁ ଏହି ସମୟରେ ଭାରତୀୟ ଦଳରେ ସାମିଲ ହେଉଥିଲି ଏବଂ ବାହାର ହେଉଥିଲି । ସମସ୍ୟା ଥିଲା ଯେ, ଟି-୨୦ ବିଶ୍ୱକପ୍‌ ଖେଳିବା ପରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲି କିନ୍ତୁ ରୋଗ କାରଣରୁ ପୂର୍ବ ଭଳି ଶରୀର ସୁସ୍ଥ ନଥିଲା ।

Sachin Yuvraj

ଯୁବରାଜ କହିଛନ୍ତି ‘ଶରୀର ଅସୁସ୍ଥତା ସତ୍ତ୍ୱେ ଦଳକୁ ଫେରି ଆସିଥିଲି । ୱାନ ଡେ ଇଣ୍ଟରନ୍ୟାସନାଲରେ ମୋର ସର୍ବାଧିକ ସ୍କୋର କରିଥିଲି । ମୁଁ କେବଳ ମୋ ଜୀବନରେ ଖୁସି ହେବାକୁ ଚାହୁଁଥିଲି । ମୁଁ ଶାନ୍ତିରେ ବଞ୍ଚିବାକୁ ଚାହୁଁଥିଲି ଏବଂ କହାକୁ ଦୁଃଖି କରିବାକୁ ଚାହୁଁ ନଥିଲି । ତେଣୁ ମୁଁ ଆଗକୁ ଆଗେଇ ଚାଲିଲି ।’

ସାଲେପୁରରେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି ହୋମିଓପାଥି ମେଡିକାଲ, ଲୋକେ ହନ୍ତସନ୍ତ

ସାଲେପୁର: ଅବ୍ୟବସ୍ତା ଘେରରେ ହୋମିଓପାଥିକ ମେଡିକାଲ । ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ମେଡିକାଲ ଏବେ ପାଲଟିଛି ଭୁତ କୋଠି  । ନା ଡାକ୍ତର ଅଛନ୍ତି ନା ଚିକିତ୍ସା ପାଇଁ ଏଠାକୁ ରୋଗୀ ଆସୁଛନ୍ତି । ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ଏ ହେଉଛି ଖୋଦ କଟକ ଜିଲ୍ଲାର ଚିତ୍ର । ୧୯୮୮ ମସିହାରେ ପ୍ରତିଷ୍ଠା ହୋଇଥିଲା ସରକାରୀ ହୋମିଓପାଥି ମେଡିକାଲ । ମାତ୍ର ଏହି ମେଡ଼ିକାଲ ପ୍ରାୟ ଦୀର୍ଘ ଦିନ ହେବ ତାଲା ପଡ଼ି ରହୁଛି ।

ସୂଚନା ଅନୁଯାୟୀ, କେତେବେଳେ ଡାକ୍ତରଖାନା ଖୋଲେ ତ ଆଉ କେତେବେଳେ ବନ୍ଦ ହୁଏ । ସେକଥା କିନ୍ତୁ ଗାଁ ଲୋକେ ଜାଣନ୍ତି ନାହିଁ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ହୋମିଓପାଥି ମେଡିସିନର ଆବଶ୍ୟକତା ରହିଥିବା ବେଳେ ଡ଼ାକ୍ତର ଖାନାରେ ତାଲା ଝୁଲୁଛି । ଯାହାକୁ ନେଇ ରାଜ୍ୟରେ କରୋନା ସ୍ଥିତି ବଢ଼ୁଥିବାରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ଆଖପାଖ ଅଞ୍ଚଳର ଲୋକେ । ଗାଁ ଲୋକଙ୍କ ସୁବିଧା ପାଇଁ ସରକାର ତିଆରି କରିଛନ୍ତି ହୋମିଓପାଥି ମେଡିକାଲ ।

ହେଲେ କୌଣସି ସୁଫଳ ମିଳି ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଛି । ଉପରିସ୍ଥ ଅଧିକାରୀ ମାନଙ୍କୁ ଗୁହାରି ମଧ୍ୟ କରିଛନ୍ତି ହେଲେ କୌଣସି ସୁଫଳ ମିଳିପାରି ନାହିଁ । ଯାହା ଫଳରେ ନାହିଁ ନ ଥିବାର ଅସୁବିଧାର ସଂମ୍ବୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ମଧ୍ୟ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

କରୋନା ପାଇଁ ବ୍ରହ୍ମାସ୍ତ୍ର ପ୍ଲାଜମା ଥେରାପି, ଗଞ୍ଜାମରେ ପ୍ରୟୋଗ ପରେ ସୁସ୍ଥ ହେଲେ ୩ ସଂକ୍ରମିତ

ଗଞ୍ଜାମ: ରାଜ୍ୟ ସହ ଗଞ୍ଜାମରେ ଦିନକୁ ଦିନ କରେନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ଗଞ୍ଜାମରୁ ଦିନକରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୩୨ ଜଣ କରୋନା ପଜିଟିଭ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ଭୟ ଭିତରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ଖବର । କରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏବେ ରାମ ବାଣ ହୋଇ ଉଭା ହୋଇଛି ପ୍ଲାଜମା ଥେରାପି ।

କରୋନା ସଂକ୍ରମିତଙ୍କ ପାଇଁ  ସଂଜୀବନୀ ହେଉଛି ପ୍ଲାଜମା । ପ୍ଲାଜମା ନେବା ପରେ ଗଞ୍ଜାମ ଜିଲ୍ଲାରେ ୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପ୍ଲାଜମା ନେବା ପରେ ଟାଟା ହସପିଟାଲରେ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏଥିସହ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବାକୁ ଗଞ୍ଜାମ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।

ସେପଟେ ୧୨ ଜଣ କନେଷ୍ଟବଳ ସମେତ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ କନେଷ୍ଟବଳ ରାୟଗଡା ସଦରମହକୁମାର । କୋଭିଡ ଡ୍ୟୁଟିରେ ନିୟୋଜିତ ଥିଲେ କନେଷ୍ଟବଳ ମାନେ । କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ କନେଷ୍ଟବଳଙ୍କୁ ନିକଟସ୍ଥ କୋଭିଡ କେୟାରକୁ ପଠାଯାଇଛି । ତେବେ ଆଜି ରାୟଗଡ଼ାରୁ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।