spot_img
Home Blog Page 6614

ରାଜ୍ୟରେ ଆଉ ୧୫୦୩ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ୧୦୦୨ ଓ ଲୋକାଲ୍ କେସ୍ ୫୦୧ ରହିଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରନୋ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି ।

ଏଥିସହ ଅନଗୁଳରୁ ଜଣେ, ବାଲେଶ୍ୱରରୁ ୧୯, ବରଗଡରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗିରରୁ ୨୧, ବୌଦ୍ଧରୁ ଜଣେ, ଢେଙ୍କାନାଳରୁ ୩୨, ଗଜପତି ୭୩, ଜଗତସିଂହପୁରରୁ ୬, ଯାଜପୁରରୁ ୫୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯, କେନ୍ଦଦୁଝରରୁ ୪୩, କୋରାପୁଟ ଓ ମାଲକାନଗିରିରୁ ୩୪, ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡରୁ ୮, ପୁରୀରୁ ୪, ରାୟଗଡାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪ ଓ ସୁନ୍ଦରଗଡରୁ ୫୭ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ୯୯୧୯ ଆକ୍ଟିଭ୍ କେସ ରହିଛି । ରାଜ୍ୟରେ ନୂଆ ୮୬୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬୭୯୨କୁ ବୃଦ୍ଧି ପାଇଛି ।

କରୋନାକୁ ମାତ୍ ଦେବାକୁ ରାଉରକେଲା ମହାନଗର ନିଗମର ପ୍ରୟାସ

ରାଉରକେଲା: ଚିନ୍ତା ବଢାଉଛି କରୋନା ମହାମାରୀ । କରୋନାର ଟେଷ୍ଟିଂ ଯେତେ ବଢୁଛି ସେତେ ସଂକ୍ରମିତଙ୍କ ସଂଖ୍ୟା ସେତେ ବଢିବାର ଲାଗିଛି । କରୋନା ସଂକ୍ରମିତଙ୍କ ଏଭଳି ବୃଦ୍ଧିକୁ ନେଇ ଚିନ୍ତାରେ ପ୍ରଶାସନ । ତେଣୁ ବିଭିନ୍ନ ସହରର କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି । ଭୁବନେଶ୍ୱର କଟକ ପରେ ତତ୍ପର ହୋଇଛି ରାଉରକେଲା ମହାନଗର ନିଗମ । ସହରରେ ଜାରି ରଥିବା ୧୪ ଦିନିଆ ଲକଡାଉନ ମଧ୍ୟ ଲୋକଙ୍କ ସୁରକ୍ଷାର ଚିନ୍ତା କରିଛି ପ୍ରସାଶନ ।

ସେପଟେ ସହରରେ କରୋନା ଟେଷ୍ଟ ଏବେ ଦୈନିକ ପାଖାପାଖି ୫୦୦ କରାଯାଉଥିବା ବେଳେ ଏହାକୁ ଦୈନିକ ୭୦୦ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଯେହେତୁ କରୋନାକୁ ମାତ ଦେବାକୁ ପ୍ଲାଜମା ଚିକିତ୍ସା ଏକ ରାମବାଣ ଭଳି କାର୍ଯ୍ୟ କରିଛି ତେଣୁ ଲୋକଙ୍କ ଆରୋଗ୍ୟ କାମନ କରି ଆସନ୍ତା ବୁଧବାରଠାରୁ IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ସହ ପ୍ଲାଜମା ସଂଗ୍ରହ କରିବାର ଯୋଜନା ରହିଛି ।

କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଉରକେଲା ସହରରେ ହାଇଟେକ କୋଭିଡ ହସ୍ପିଟାଲରେ ୨ଶହ ଶଯ୍ୟାର ଵ୍ୟଵସ୍ଥା ରହିଥିବା ବେଳେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିପିୟୁଟି ପରିସରରେ ୭୮୦ଶଯ୍ୟା ବିଶିଷ୍ଚ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏହି ସଂଖ୍ୟା ଵୃଦ୍ଧି କରାଯାଇ ୧୭୮୦ କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି।

 

କନ୍ଧମାଳରେ ଅଭାବନୀୟ ଘଟଣା: ଗାଡି ପାଇଁ ମାଆ, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

କନ୍ଧମାଳ: ମାଆକୁ ମାରିବାକୁ ପଛାଇଲାନି ପୁଅ । ପୁଅର ଛୁରା ମାଡ଼ରେ ମା’ର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବିଶିପଡ଼ା ବେହେରା ପଦର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଗାଁର ଭାଗୀରଥୀ ବେହେରା ଗାଡ଼ି ଭାଙ୍ଗିବା ନେଇ ମାଆ ଓ ଭଉଣୀଙ୍କ ସହ ଝଗଡ଼ା କରିଥିଲା। ସଂଧ୍ୟାରେ ପୁଣି ନିଶାଗ୍ରସ୍ତ ଅବସ୍ଥାରେ ଏକ ଧାରୁଆ ଛୁରୀରେ ଭଉଣୀ ଓ ଭଣଜାକୁ ଆକ୍ରମଣ କରିଥିଲା । ଆକ୍ରମଣ କରୁଥିବା ବେଳେ ମାଆ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଅଟକାଇବା ବେଳେ ମାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ଭାଗିରଥୀ ।

ଗତ କାଲି ସନ୍ଧ୍ୟାରେ ସାମାନ୍ୟ ଏକ ଗାଡିକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି । ଭାଗିରଥୀ ଗାଡି ଭାଙ୍ଗିବା ନେଇ ନିଜ ଭଉଣୀକୁ ଟଙ୍କା ମାଗିଥିଲା । ଭଉଣୀ ଟଙ୍କା ଦେବାକୁ ରାଜି ହୋଇଥିବାବେଳେ ସେ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ଭଉଣୀ ସହ ଭଣଜାକୁ ମଧ୍ୟ ଆକ୍ରମଣ କରିଥିଲା ଅଭିଯୁକ୍ତ । ମାଆ ଉର୍ମିଳା ଝିଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଥିଲେ । ନିଶାରେ ପୁଅ ଉଗ୍ରରୂପ ଧାରଣ କରି ମାଆକୁ ମଧ୍ୟ ମାରିବାକୁ ପଛାଇନଥିଲା । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ସେଠାରେ ମାଆ ଉର୍ମିଳାଙ୍କର ମୃତ୍ୟୁ ହୋଇଛି । ଭଉଣୀ, ତାଙ୍କ ଦୁଇ ପୁଅ ଓ ଝିଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତକୁ ଧରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

 

ନନ୍ଦିଘୋଷ ବ୍ୟୁରୋ

ରେହମାନଙ୍କ ବିରୋଧରେ ଗ୍ୟାଙ୍ଗ୍: ବଲିଉଡରେ କାମ ନମିଳିବାକୁ ନେଇ କଣ କହିଲେ, ଜାଣନ୍ତୁ

ମୁମ୍ବାଇ: କଙ୍ଗନାଙ୍କ ପରେ ଏବେ ଓସ୍କାର-ୱିନିଂ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନଙ୍କର ବଲିଉଡ ନେଇ ବଡ ବୟାନ ସାମ୍ନାକୁ ଆସିଛି । ରେହମାନ କହିଛନ୍ତି ଯେ, ତାଙ୍କୁ ଏବେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଧିକ କାମ ମିଳୁନାହିଁ କାରଣ ତାଙ୍କ ବିରୋଧରେ ଏକ ଗ୍ୟାଙ୍ଗ କାମ କରୁଛି। ରେହମାନ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ପାଇଁ ନଅଟି ଗୀତ ରଚନା କରିଥିଲେ । ଯାହା ଗତ ୨୪ତାରିଖରେ ହଟଷ୍ଟାର ଡିଜନି + ରେ ପ୍ରିମିୟର୍ ହୋଇଥିଲା। ତେବେ ଦିଲ ବେଚେରା ରିଲିଜ ହେବା ପରେ ଏକ ସାକ୍ଷାତକାରେ ସେ କହିଛନ୍ତି ଯେ, ବଲିଉଡର କିଛି ଲୋକେ ତାଙ୍କ ବିଷୟରେ “ମିଥ୍ୟା ଗୁଜବ” ପ୍ରଚାର କରୁଛନ୍ତି।

ସାକ୍ଷାତକାରରେ ରେହମାନ ପ୍ରକାଶ କରିଛନ୍ତି ଯେ, ଦିଲ୍ ବେଚରା ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କୁ ବଲିଉଡର କିଛି ଲୋକେ ତାଙ୍କ ବିଷୟରେ ଅନେକ ମିଥ୍ୟା କଥା କହିଥିଲେ  । ଏବଂ ତାଙ୍କର ଡେବ୍ୟୁ ଫିଲ୍ମର ସଙ୍ଗୀତ ରଚନା ପାଇଁ ରେହମାନ ଭଲ ଅପସନ୍ ନୁହଁନ୍ତି ବୋଲି କୁହାଯାଇଥିଲା। “ଯେତେବେଳେ ମୁକେଶ ଛାବ୍ରା ତାଙ୍କ ପାଖକୁ ଯାଇଥିଲେ, ରେହମାନ ତାଙ୍କୁ ଦୁଇ ଦିନରେ ଚାରିଟି ଗୀତ ଦେଇଥିଲେ । ଛାବ୍ରାଙ୍କୁ ଅନେକ ଲୋକେ ରେହମାନଙ୍କ ବିରୋଧରେ କାହାଣୀ ଉପରେ କାହାଣୀ ଶୁଣାଇଥିଲେ। ସେ ସବୁ କାହାଣୀ ଶୁଣିଥିଲେ ସତ କିନ୍ତୁ ନିଜର କୌଣସି ମତାମତ ଦେଇନଥିଲେ । ଜଣେ ନିର୍ଦ୍ଦେଶକ ଭାବେ ସେ ବୁଝିପାରିଥିଲେ ଯେ, କାହିଁକି ତାଙ୍କ ପାଖକୁ କୌଣସି କାମ ଆସୁନାହିଁ । ତାଙ୍କ ବିରୋଧରେ ମଧ୍ୟ ନିହାତିଭାବେ ଏକ ଗ୍ୟାଙ୍ଗ କାମ କରୁଥିବେ । ଯାହା ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି ।

ଗୁରୁ, ରକଷ୍ଟାର, ଦିଲ୍ ସେ, ରୋଜା, ଲାଗାନ୍, ରାଞ୍ଝଣା ଏବଂ ସ୍ୱେଦେଶ୍ ଭଳି ଚଳଚ୍ଚିତ୍ର ପାଇଁ ସାଉଣ୍ଡଟ୍ରାକ୍ ରଚନା କରିଥିଲେ । ରେହମାନ ଜାଣିଛନ୍ତି ଯେ, ସମସ୍ତ ଦର୍ଶକ ତାଙ୍କଠାରୁ କଣ ଆଶା କରନ୍ତି । ହେଲେ ବଲିଉଡର ଏହି ଗ୍ୟାଙ୍ଗ ପାଇଁ ସେ କୌଣସି ଆଶା ପୂରଣ କରିବାରେ ସଫଳ ହୋଇପାରୁନାହାନ୍ତି । ସେ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି । ସେ ବିଶ୍ୱାସ କରନ୍ତି ଯେ, ସବୁକିଛି ଭଗବାନଙ୍କ ପାଖରୁ ଆସେ । ତେଣୁ ରେହମାନଙ୍କ ପାଖକୁ ଯେବେ ଯାହା କାମ ଆସେ ସେ ଭଲ ଭାବେ କରନ୍ତି । କିନ୍ତୁ ସେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ସେ ଚାହାନ୍ତି ଭଲ ଭଲ  ଚଳଚ୍ଚିତ୍ର ବଲିଉଡରେ ନିର୍ମାଣ ହେଉ । କିନ୍ତୁ ବଲିଉଡର କିଛି ଲୋକଙ୍କ ପାଇଁ ସବୁକିଛି ଖରାପ ହୋଇଚାଲିଛି ।

ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ଆହତ ହେଟାବାଘ ଉଦ୍ଧାର…

ସମ୍ବଲପୁର: ସମ୍ବଲପୁର ବାମରା ବନଖଣ୍ଡ କେଶେଇବାହାଲରୁ ହେଟାବାଘ ଉଦ୍ଧାର କରାଯାଇଛି । ଜଙ୍ଗଲ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଆହତ ଅବସ୍ଥାରେ ଏକ ହେଟାବାଘ ଉଦ୍ଧାର କରାଯାଇଛି । ହେଟାବାଘ ଆହତ ଥିବାରୁ ତାକୁ ଚିକିତ୍ସା କରି ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ, ବାମରା-କୁଚିଣ୍ଡା ରାଜ୍ୟ ରାଜପଥ କେଶେଇବାହାଲ ପଡିଆର କଲେଜ ନିକଟରେ ବାଘଟି ରାସ୍ତାପାର ହେଉଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବାମରା ଫରେଷ୍ଟ ଡିଭିଜନ ନିକ୍ତିମାଲ ଫରେଷ୍ଟର ସଞ୍ଜୟ ପଟେଲ କିଛି ଫରେଷ୍ଟଗାଡ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସେମାନେ ଗ୍ରାମବାସୀଙ୍କ ସହିତ ମିଶି ଜାଲ ସାହାଯ୍ୟରେ ହେଟାବାଘକୁ ଧରିଥିଲେ। ଧରିବା ପରେ ହେଟାବାଘ ଆହତ ଥିବା ଜାଣିବାକୁ ପାଇଥିଲେ। ରାସ୍ତା ପାର କରୁଥିବାବେଳେ କୌଣସି ଅଜଣା ଗାଡି ତାକୁ ଧକା ଦେଇଥିଲା । ସେଥିପାଇଁ ହେଟାବାଘଟି ଆହତ ହୋଇଥିଲା । ଆହତ ଅବସ୍ଥାରେ ସେ ଘୁଶୁଡି ଘୁଶୁଡି ରାସ୍ତା ପାର କରି ଜଙ୍ଗଲରେ ପହଞ୍ଚିଥିଲା । ଏହା ପରେ ବାଘକୁ ଉଦ୍ଧାର କରିବା ପାଇଁ ଟିମ୍ ପଠାଯାଇଥିଲା । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ଫରେଷ୍ଟଗାଡ ମିଶି ତାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତାର ଗୋଡରୁ ରକ୍ତସ୍ରାବ ହେଉଥିବାରୁ ତାକୁ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସା କରିବା ପରେ ବାମରା ଫରେଷ୍ଟ ଡିଭିଜନକୁ ହସ୍ତାନ୍ତର କରାଯାଇଛି ।

 

ନନ୍ଦିଘୋଷ ବ୍ୟୁରୋ

ଭାରତ ପରେ ଚୀନକୁ ବଡ଼ ଝଟକା ଦେଲା ଋଷ୍ ! ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଭାରତ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଦିନକୁ ଦିନ ସୀମାରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶ ଗୁଡ଼ିକ ମଧ୍ୟ କରୋନା କାରଣରୁ ଚୀନ୍ ଉପରେ ଖୁସି ନାହାଁନ୍ତି ଏବଂ କରୋନା ପାଇଁ ଚୀନକୁ ହିଁ ଦାୟୀ କରିଛନ୍ତି । ଦକ୍ଷିଣ ଚୀନ ସାଗରେ ଯେଉଁଠି ଆମେରିକା ନାବି ତାର ସୈନ ଶକ୍ତିକୁ କଡ଼ାକଡ଼ି କରିଛି ତ ଅନ୍ୟପଟେ ଋଷ ତରଫରୁ ଚୀନକୁ କଡ଼ା ଜବାବ୍ ମିଳିଛି । ଋଷ ଚୀନକୁ ଦିଆଯାଉଥିବା S400 ମିସାଇଲର ଡେଲିଭରୀ ବନ୍ଦ କରିଦେଇଛି ।

ଏହି ଘଟଣା ଉପରେ ଚୀନର ଏକ ଖବର କାଗଜରେ ଉଲ୍ଲେଖ କରାଯାଇଥିଲା ଯେ, ଋଷ S400ର ଡେଲିଭରୀ ସମୟକୁ ଆଗକୁ ବଢାଇ ଦେଇଛି । ଯାହା ବହୁ ଗମ୍ଭୀର ମାମଲା । ଋଷ ଲଗାତାର ମିସାଇଲ ସିଷ୍ଟମକୁ କିଣିବାକୁ ଦାବି କରି ଆସୁଥିଲା । କିନ୍ତୁ ମହାମାରୀ ସମୟରେ ଅସ୍ତ୍ରଶସ୍ତ୍ର କିଣିବା କରୋନା ବିରୁଧରେ ପିପୁଲସ ଲିବରେସନ ଆର୍ମୀଙ୍କୁ ଦୁର୍ବଳ କରିପାରେ ବୋଲି କୁହା ଯାଇଛି ।

ଋଷ ଚୀନ ସହ  S400 ମିସାଇଲ ସିଷ୍ଟମକୁ ଏମିତି ସମୟରେ ରଦ୍ଦ କରିଥିଲା ଯେତେବେଳେ ଦିନକ ପୂର୍ବରୁ ହିଁ ମସ୍କୋ ଦ୍ୱାରା ଚୀନ ଉପରେ ଗୁପ୍ତ ତଥ୍ୟ ନେଉଥିବା ଅଭିଯୋଗ ଲଗାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, କିଛି ବର୍ଷ ହେବ ଚୀନ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ବହୁ ସୁଧୁରିଛି । ସେଣ୍ଟ ପିଟସବର୍ଗରେ ଅବସ୍ଥିତ ଆର୍କଟିକ୍ ସୋସିଆଲ୍ ସାଇନ୍ସ ଏକାଡେମୀର ସଭାପତିଙ୍କୁ ଗିରଫ କରାଯାଇଛି । କାରଣ ସେ ଚୀନ୍ ସହିତ ଗୁପ୍ତ ସୂଚନା ବାଣ୍ଟିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ମାଆକୁ ମାରିଲା ପୁଅ… କନ୍ଧମାଳ ବେହେରା ପଦର ଗାଁରେ ଅଭାବନୀୟ ଘଟଣା… ଗାଡି ପାଇଁ ମା, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

ମାଆକୁ ମାରିଲା ପୁଅ… କନ୍ଧମାଳ ବେହେରା ପଦର ଗାଁରେ ଅଭାବନୀୟ ଘଟଣା… ଗାଡି ପାଇଁ ମା, ଭଉଣୀ ଓ ଭଣଜାଙ୍କୁ ଛୁରାମାଡ଼

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ପାଞ୍ଚ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳକ

ଯଶପୁର: ଛତିଶଗଡର ଯଶପୁର ଜିଲ୍ଲାରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ନାବାଳକ ଆରୋପି ଜଣକ ସଂପର୍କରେ ତାର ଭାଇ ଅଟେ, ଯାହାକୁ ଗିରଫ କରାଯାଇଛି । ଏ ଘଟଣା ନେଇ ରବିବାର ପୋଲିସ ସୂଚନା ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଜୁଲାଇ ୨୪ରେ ହୋଇଥିଲା, ଯେତେବେଳେ ଝିଅଟି ବଗିଚା ପୋଲିସ ଷ୍ଟେସନ ଅନ୍ତର୍ଗତ ତାଙ୍କ ଗାଁ ନିକଟ ଜଙ୍ଗଲରେ ଅଭିଯୁକ୍ତଙ୍କ ସହ ପଶୁ ଚରାଇବାକୁ ଯାଇଥିଲା।

ସେ କହିଛନ୍ତି ଯେ ଯେତେବେଳେ ଝିଅ ଘରକୁ ଫେରି ନଥିଲା, ତାଙ୍କ ସମ୍ପର୍କୀୟମାନେ ତାକୁ ଖୋଜିଥିଲେ।  ଝିଅ ନ ମିଳିବାରୁ ଘରଲୋକ ପୋଲିସକୁ ସୂଚନା ଦେଇଥିଲେ। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ବାଳକ ପୋଲିସକୁ କହିଛି ଯେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା ​​ଏବଂ ପରେ ପଥରରେ ତା ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ଏହା ପରେ ସେ ଝିଅର ମୃତଦେହକୁ ଝରଣାରେ ଫିଙ୍ଗି ଘରକୁ ଫେରି ଆସିଥିଲା।

ପୋଲିସ ସୂଚନା ଅନୁଯାୟୀ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଆଇପିସିର ସମ୍ପୃକ୍ତ ବିଭାଗରେ ଯୌନ ଅପରାଧରୁ ସୁରକ୍ଷା (ପକ୍ସୋ) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

 

ଝିଅମାନେ ଲଙ୍ଗଳ ଧରି ଚାଷ କରୁଥିବା ଦେଖି ଏମିତି କଲେ ସୋନୁ ସୁଦ

ମୁମ୍ବାଇ: କରୋନା କାଳରେ ପୂରା ବିଶ୍ୱ ସମସ୍ତ ପ୍ରକାରର ସମସ୍ୟାରେ ପଡ଼ି ଆସିଥିବା ବେଳେ ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ଦେଶ ପ୍ରଶଂସା କରିଛି । ଦେଶର ଲୋକମାନେ ମଧ୍ୟ ସୋନୁ ସୁଦର ଏକ ଭିନ୍ନ ଚରିତ୍ର ଦେଖିଛନ୍ତି । ଲକଡାଉନରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରୁଥିବାରୁ ସୋନୁ ସୁଦ ଲାଇମଲାଇଟରେ ଅଛନ୍ତି । ନିକଟରେ ସେ ଆନ୍ଧ୍ରପ୍ରଦେଶର ଜଣେ ଗରିବ ଚାଷୀଙ୍କ ଘରକୁ ଟ୍ରାକ୍ଟର ପଠାଇଛନ୍ତି ।

ସୋନୁ ସୁଦ ଚିତ୍ତୁରର ଗରିବ କୃଷକ ନାଗେଶ୍ୱର ରାଓଙ୍କୁ ଏକ ନୂଆ ଟ୍ରାକ୍ଟର ପଠାଇଛନ୍ତି । ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ରହୁଥିବା ନାଗେଶ୍ୱରଙ୍କ ଘରେ ଏହି ଟ୍ରାକ୍ଟର ଦିଆଯାଇଛି । ଏହି ବିଶେଷ ଉପହାର ପାଇଁ ନାଗେଶ୍ୱରା ରାଓ ସୋନୁ ସୁଦଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସୋନୁ ରିଲ୍ ଜୀବନରେ ଜଣେ ଭିଲେନ୍ ହୋଇପାରନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଆମ ପାଇଁ ହିରୋ । ମୁଁ ଏବଂ ମୋ ପରିବାର ସୋନୁଙ୍କୁ ତାଙ୍କର ଦୟା ପାଇଁ ଅଭିବାଦନ ଜଣାଉଛି ।

ବାସ୍ତବରେ ନାଗେଶ୍ୱରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ନାଗେଶ୍ୱର ରାଓ ତାଙ୍କର ଦୁଇ ଝିଅ ଲଙ୍ଗଳ ଧରି କ୍ଷେତରେ ଚାଷ କରୁଛନ୍ତି । କାରଣ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା ଯେ ବଳଦ ଭଡ଼ାରେ ନେଇ ପାରିବେ । ଭିଡିଓରେ ଝିଅମାନେ କରୁଥିବା ଏଭଳି କଠିନ ପରିଶ୍ରମକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଇଥିଲା । ଏହି ଭିଡିଓ ଦେଖି ସୋନୁ ସୁଦ ତାଙ୍କର ପରିଚିତ ଶୈଳୀରେ ଏହି ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ବିଶେଷ କଥା ହେଉଛି ଏହି ଟ୍ରାକ୍ଟର ନାଗେଶ୍ୱରଙ୍କ ପାଖରେ ମଧ୍ୟ ପହଞ୍ଚିଛି।

ସୋନୁ ସୁଦ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି

ଆପଣଙ୍କୁ କହି ରଖୁଛୁ ଯେ, ସୋନୁ ସୁଦ କିଛି ସମୟ ପାଇଁ ଶ୍ରମିକ, ଛାତ୍ରଠାରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତ । ନିକଟରେ ସେ ଦଶରଥ ମାଝିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହା ବ୍ୟତୀତ ସୋନୁ ସୁଦ ବିଦେଶରେ ଫସି ରହିଥିବା ହଜାର ହଜାର ଛାତ୍ରଙ୍କ ଦେଶକୁ ଫେରୁଛନ୍ତି । ସମସ୍ତଙ୍କୁ ବିମାନ ମାଧ୍ୟମରେ ଭାରତକୁ ଆଣିବାର ମିଶନ ମଧ୍ୟ ଆରମ୍ଭ ହୋଇଛି। ଏହାପୂର୍ବରୁ ସେ ହଜାରେରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ଲକଡାଉନ ସତ୍ତ୍ୱେ ଘରକୁ ଫେରାଇ ଆଣିଥିଲେ । ଏହାପୂର୍ବରୁ ସେ ଡାକ୍ତରମାନଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ। ସୋନୁ ମଧ୍ୟ ଏହି ଅନୁଭୂତିଗୁଡ଼ିକୁ ଏକ ପୁସ୍ତକରେ ଉଲ୍ଲେଖ କରିବାକୁ ଯାଉଛନ୍ତି ।