spot_img
Home Blog Page 7656

ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ, ଲୋକେ ଆର୍‌ଟିଓ କୁ ଡାକି ୨୫ ହଜାର ଟଙ୍କାର ଫାଇନ କଟାଇଲେ

0

ରାୟଗଡ଼ା: ପୁଅ ପାଇଁ ବାପାଙ୍କୁ କାଟିବାକୁ ପଡ଼ିଲା ୨୫ ହଜାର ଟଙ୍କାର ଚାଲାଣ । ନୂଆ ଟ୍ରାଫିକ୍‌ ନିୟମର ଶିକାର ହେଲେ ଏହି ବ୍ୟକ୍ତି । ୧୩ ବର୍ଷର ବାଳକ ରାସ୍ତା ଉପରେ ଦ୍ରୁତଗତିରେ କାର ଚଳାଇବାକୁ ଯାଇ କାଟିବାକୁ ପଡ଼ିଛି ଚାଲାଣ । ଏଭଳି ଘଟଣା ଦେଖିବକୁ ମିଳିଛି ରାୟଗଡା ସଦର ରିଂ ରୋଡ଼ଠାରେ ।

ସୂଚନା ଅନୁଯାୟୀ, ଆଜି ଦୁଇଜଣ ନାବାଳକ  ଏକ ସେଣ୍ଟ୍ରୋ କାର ଯୋଗେ ସଦର ରିଂ ରୋଡ଼ରେ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକେ କାରଟିକୁ ଅଟକାଇ ଆର୍‌ଟିଓ ଏବଂ ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଆର୍‌ଟିଓ ଏବଂ ପୋଲିସ ପହଞ୍ଚିବାପରେ ନାବାଳକଙ୍କ ପରିବାର ଲୋକେ ପହଞ୍ଚିଥିଲେ । କାର ସହିତ ନାବାଳକ ଚାଳକ ଏବଂ ବାପାଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ  ନାବାଳକ ଚାଳକଙ୍କ ବାପା ୨୫ ହଜାର ଟଙ୍କା ଜରିମାନା ଦେଇଥିଲେ ।

୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ତା’ପରେ ବଢ଼ିବ ଶୀତ

0

ଭୁବନେଶ୍ୱର: ଆସନ୍ତା୨୬ରୁ ଆରମ୍ଭ ହେବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା । ଏହା ପରେ ସାରା ରାଜ୍ୟରେ ବଢ଼ିପାରେ ଶୀତର ଲହରୀ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା କାଲି ସୁନ୍ଦରଗଡ଼, କେନ୍ଦୁଝରରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏଥିସହ ୨୬ ତାରିଖ ପରେ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରି ପଯ୍ୟନ୍ତ ତାପମାତ୍ରାରେ ହ୍ରାସ ଘଟିବ  । ଯାହା ଫଳରେ ଶୀତ ବଢିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ଥିଲା ୧୧ଂ,  ଦାରିଗିବାଡି ରେ ୧୧.୫ଂ ରେକର୍ଡ କରାଯାଇଛି ।

ବିଜେଇଏମ-୨ ସ୍କୁଲର ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ପାଳିତ

0

ଭୁବନେଶ୍ୱର: ଭିବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଚତୁର୍ଦଶ ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବ ଦୁଇଦିନ ଧରି ଚାଲିଥିବା ବେଳେ ଏଥିରେ ଜୟଦେବ ନିର୍ବାଚନମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲି କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ଉନ୍ନତି କାମନା କରିଥିଲେ । ଦ୍ୱିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇ.ପି.ଏସ୍. ଶିଶିର କୁମାର ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ ।

 

ପ୍ରାରମ୍ଭରେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ୱିନୀ କୁମାର ତିୱାରୀ, ପରିଚାଳକ ପ୍ରତାପ କୁମାର ଜେନା , ସହପରିଚାଳକ ଚିତ୍ତରଞ୍ଜନ ବରିସଲ୍, ଅଧ୍ୟକ୍ଷା  କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବେଶ୍ୱର ସାମଲ ଓ ବି.ଜେ. ଶିକ୍ଷା ପରିଷଦର ସଦସ୍ୟଗଣ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ତେବେ ଏଥିରେ ଅନେକ ସଫଳ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଅନ୍ତର୍ଜାତୀୟ ୬୪ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ

0

ବାଲିଆପାଟଣା: ତ୍ରୟୋଦଶତମ ଆନ୍ତର୍ଜାତୀୟ ୬୪ ଯୋଗିନୀ ମହୋତ୍ସବ ଉଦ୍‌ଘାଟିତ । ମହୋତ୍ସବକୁ ଉଦ୍‌ଘାଟନ କଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । କାର୍ଯ୍ୟକ୍ରମରେ ଗୁରୁ ରାମହରି ଦାସଙ୍କୁ ୬୪ ଯୋଗୀନି ସଂଗୀତ ସମ୍ମାନ, ଧିରେନ୍ଦ୍ରନାଥ ମଲ୍ଲିକଙ୍କୁ ୬୪ ଯୋଗୀନି ନାଟ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି ।

ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ଦିଲ୍ଲୀର ଗୁରୁ ଶାନ୍ତନୁ ଚକ୍ରବର୍ତ୍ତି ଏବଂ ସାଥିଙ୍କ ଦ୍ୱାରା ପ୍ରସ୍ତୁତ ଭାରତନାଟ୍ୟମ । ଏହା ସମସ୍ତଙ୍କ  ହୃଦୟକୁ ଛୁଇଁ ପାରିଥିଲା । ଏବଂ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ସମସ୍ତ କଳାକାର ଓ ଦର୍ଶକ ।

ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା: ଗଣିତ ପାଇଁ ମିଳିବ ୧୫ ମିନିଟ ଅଧିକ ସମୟ

କଟକ: ଫ୍ରେବ୍ରୁଆରୀ ୧୯ରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ  । ୧୯ ତାରିଖରେ ପ୍ରଥମ ଭାଷା ପରୀକ୍ଷା, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ତୃତୀୟ ଭାଷା, ୨୬ରେ ଗଣିତ, ୨୮ରେ ବିଜ୍ଞାନ, ୧ ତାରିଖ ଅର୍ଥାତ ରବିବାର ଭିଜୁଆଲ୍‌ ଆର୍ଟ (ପ୍ରାକ୍ଟିକାଲ) ପରୀକ୍ଷା ଓ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତ୍ୟେକ ଦିନ ୧୦ଟାରୁ ଆରମ୍ଭ ହେବ ୧୨ଟା ୩୦ଯାଏଁ ଚାଲିବ ପରୀକ୍ଷା । କେବଳ MTH ପରୀକ୍ଷା ୧୨.୪୫ରେ ଶେଷ ହେବ ।

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

0

ଦାରିଙ୍ଗିବାଡ଼ି: ପାରିବାରିକ କଳହର କରୁଣ ପରିଣତି । ପିଜୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ମୃତକ ଦାରିଙ୍ଗିବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗିବାଡି ପୋଲିସ ପହଞ୍ଚି ଶବ ଜବତ କରିଥିଲା । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ମନାନ୍ତର ଲାଗିରହିଥିଲା । ଗତକାଲି ରାତିରେ କୌଣସି କାରଣରୁ ଗଜିନ୍ଦ୍ର ଘର ନିକଟରେ ଥିବା ଏକ ପିଜୁଳି ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଥିଲେ । ତେବେ ଗଜିନ୍ଦ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ବିଳମ୍ବିତ ହେଲା ସଭାପତି ନିର୍ବାଚନ ପ୍ରକ୍ରିୟା, ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିପାରେ ନୂଆ ସଭାପତି

0

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଘୂଞ୍ଚିଛି l ଡିସେମ୍ବର ନୁହେଁ, ଜାନୁୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି l ଖୁବଶୀଘ୍ର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ନିର୍ବାଚନ ସରିବ । ଏହାପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ତେବେ ପୂର୍ବରୁ ଡିସେମ୍ବର ୨୦ ସୁଦ୍ଧା ପ୍ରକ୍ରିୟା ଶେଷ କରିବାର ଥିଲା ।

https://nandighoshatv.comnew-bjp-state-president-name-will-be-declare-soon/

ଏବେ ସଭାପତି ନିର୍ବାଚନ ପ୍ରକ୍ରିୟା ଘୂଞ୍ଚିବା ନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସଭାପତି ଦୌଡ଼ର ଆଗରେ ଥିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଏବଂ ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡା ।