spot_img
Home Blog Page 6617

କୋଭିଡ଼ ଯୋଦ୍ଧା ପରିବାରକୁ ସହାୟତା ପ୍ରସଙ୍ଗ, କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଛନ୍ତି । ବିଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମର ପ୍ରତିଟି କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିଛନ୍ତି । ଏଥି ସହିତ ସହିଦ୍‌ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।


ସେହିପରି ଏହି ମହାସଂଗ୍ରାମରେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍‌ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇସାରିଛନ୍ତି । କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍‌ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।  ତେଣୁ ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ବର୍ତ୍ତମାନ କୋଭିଡ ପ୍ରୋଟୋକଲ୍‌କୁ ଅଧିକ standardised କରାଯାଇଛି । ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ୱାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ ଆରୋପ କରାଯାଇଛି ଏହାସହିତ ରାଜ୍ୟରେ ବର୍ତ୍ତମାନ ୭୮ ପ୍ରତିଶତ ଲୋକ ଗୃହ ସଂଗରୋଧରେ ଅଛନ୍ତି । ତେଣୁ ଗୃହ ସଂଗରୋଧରେ ଥିବା ରୋଗୀ ଏବଂ କୋଭିଡ ହସ୍‌ପିଟାଲରେ ରହିଥିବା ରୋଗୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏତ୍‌ଦ ବ୍ୟତୀତ ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ  ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିବାବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତ ପହଞ୍ଚିଛି ବୋଲି ଜଣାଯାଇଛି। ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬.୭୫ ପ୍ରତିଶତ ପଜିଟିଭ କେସ୍ ବାହାରିଛି ।

ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡିକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏତଦ୍‌ବ୍ୟତୀତ କୋଭିଡ ନିୟମାବଳୀ ଏବଂ ଔଷଧ ସେବନ ସଂକ୍ରାନ୍ତରେ ନିୟମିତ ସଚେତନତା ଅଭିଯାନ (IEC campaign) ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚପ୍ରଶଂସା କରିଥିଲେ।

ମୋ ସରକାରରେ ଲୋକଙ୍କ ଠାରୁ ନିଆଯାଇଥିବା feedback ଅନୁଯାୟୀ ଟେଷ୍ଟିଂ, ଟେଷ୍ଟିଂ ରିପୋର୍ଟ, ରୋଗୀଙ୍କୁ ସୂଚନା ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥାକୁ ଆହୁରି ଦକ୍ଷତାର ସହ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୃହ ସଂଗରୋଧରେ ଥିବା ରୋଗୀ ମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ। କଟକ, ପୁରୀ ଓ ଭୁବନେଶ୍ବରରେ ଏକ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍‌ ଦିଆଯାଇଛି ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ଏହା ରୋଗୀଙ୍କୁ ଦିଆଯିବ ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର କହିଥିଲେ ଯେ, ରାଜ୍ୟରେ ମୃତ୍ୟୁ ହାର ୦.୪ ପ୍ରତିଶତ ରହିଛି ଯାହାକି ଭାରତର ସବୁ ବଡ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ। ସେହିପରି ସୁସ୍ଥତା ହାରରେ ମଧ୍ୟ ଓଡିଶା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। ସେ କହିଥିଲେ ଯେ ରାଜ୍ୟରେ ICU, ହସ୍‌ପିଟାଲ ଶଯ୍ୟା ଆଦି ବ୍ୟବସ୍ଥା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଅଛି । କଟକ-ଭୁବନେଶ୍ବରର ପାଇଁ ଅଧିକ ବ୍ୟବସ୍ଥା କରାଯାଉଛି । ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ବର୍ତ୍ତମାନ ପୋଲିସ କର୍ମଚାରୀମାନଙ୍କ ଦ୍ବାରା ପ୍ଲାଜମା ଦାନ ଅଧିକ ପରିମାଣରେ କରାଯାଉଛି ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମଧ୍ୟ କମୁଛି ବୋଲି ସେ ସୂଚନା ଦେଇଥିଲେ ।


ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ କହିଲେ ଯେ,  ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିତ ଭାବରେ ଗୃହ ସଂଗରୋଧ ଏବଂ ଆଣ୍ଟି ଭାଇରାଲ ଡ୍ରଗ୍‌ ଥେରାପୀ ପାଇଁ ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ କରାଯାଇଛି। ବିଭିନ୍ନ ଟେଲିଭିଜନ ଚ୍ୟାନେଲ, All India Radio ତଥା ସ୍ଥାନୀୟ ଚ୍ୟାନେଲ ମାନଙ୍କ ଜରିଆରେ ଏହାର ପ୍ରଚାର ପ୍ରସାର କରାଯାଉଛି । ଏହାସହିତ ୪୦ଟି Web Media Channelରେ ଏବଂ ଉଭୟ ବିଭାଗର ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ଏହାର ପ୍ରଚାର କରାଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମୋତେ ଗିରଫ କର: ତେଜସ୍ୱୀ

ପାଟନା : ‘ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୋତେ ଗିରଫ କରିପାରନ୍ତି । ହତ୍ୟା ମାମଲାର ସମ୍ପର୍କରେ ଡାକି ପଚାରିପାରନ୍ତି । ଯଦି ହେବ ଆପଣ ଏହି ହତ୍ୟା ମାମଲା ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରୀୟ ଏଜେନ୍ସି ଦ୍ୱାରା ତଦନ୍ତ କରାଇପାରନ୍ତି’’ ଏହା କହିଛନ୍ତି ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖି ବୁଧବାର ତେଜସ୍ୱୀ ଏହି ଅନୁରୋଧ କରିଛନ୍ତି ।

କିଛିଦିନ ତଳେ ବିହାର ରାଜ୍ୟର ଆରଜେଡି ଏସସିଏସଟି ସେଲର ଅଧ୍ୟକ୍ଷ ଶକ୍ତି ମଲ୍ଲିକଙ୍କ ହତ୍ୟା ହୋଇଥିଲା । ଦୁବୁର୍ତ୍ତ ଶକ୍ତିଙ୍କୁ ତାଙ୍କ ଘରେ ପଶି ଗୁଳି ମାରି ଚାଲିଯାଇଥିଲେ । ଏହାର କିଛିଦିନପୂର୍ବରୁ ଶକ୍ତି ତେଜସ୍ୱୀଙ୍କୁ ଭେଟିବାକୁ ଆସିଥିଲେ । ଗୋଟିଏ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ । ହେଲେ ତେଜସ୍ୱୀ କୁଆଡେ ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହ ଜାତିଆଣ ଆକ୍ଷେପ କରିଥିଲେ । କିଛିଦିନ ହେବ ଶକ୍ତିଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଆସୁଥିଲା । ତେଣୁ ଏହାକୁ ଆଧାର କରି ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବଙ୍କ ନାଁରେ ଏକ ମାମଲା ମଧ୍ୟ କରାଯାଇଛି । ଏପରିକି ଶକ୍ତିଙ୍କ ପରିବାର ଲୋକ ଖୋଲାଖୋଲି ତେଜସ୍ୱୀ ଏବଂ ଅନ୍ୟ କେତେକ ନେତାଙ୍କୁ ଦାୟୀ କରିଛନ୍ତି । ଏହି ମାମଲା ତେଜସ୍ୱୀଙ୍କୁ ବ୍ୟାକଫୁଟ୍ ରେ ରଖିଥିଲା ।

ହେଲେ ତେଜସ୍ୱୀ ନିଜେ ସେହି ହତ୍ୟା ମାମଲା ତଦନ୍ତ ଦାବି କରି ତାଙ୍କୁ ଗିରଫ କରିବା ପାଇଁ ଖୋଲା ଚିଠି ଲେଖିଛନ୍ତି । ଯାହା ଘଟଣାକୁ ନୂଆ ମୋଡ଼ ଦେଇଛି । ତେଜସ୍ୱୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ପୂର୍ଣ୍ଣିଆ ଜିଲ୍ଲାର ହୋଇଥିବା ଜଣେ ରାଜନେତାଙ୍କ ହତ୍ୟାରେ ସେ ଜେଡିୟୁର ଗଣମାଧ୍ୟମ ପରିଚାଳନାକୁ ଅନୁଧ୍ୟାନ କରିଛନ୍ତି ।  ଏହାକୁ ନେଇ ଜେଡିୟୁ ନେତା ଆଧାରବିହୀନ କଥା କହୁଛନ୍ତି । ଅତୀତରେ ଜାଣିଶୁଣି ବିହାର ଶୀର୍ଷ ନେତୃବୃନ୍ଦ ଏପରି କରିଥିବା ତେଜସ୍ୱୀ କହିଛନ୍ତି । ଏହା ବିହାର ପୋଲିସର ଛବିକୁ ମଳିନ କରିଛି । ତେଣୁ ଏହି ମାମଲାର ତୁରନ୍ତ ସଠିକ୍ ତଦନ୍ତ କରି କ୍ଷୀରନୀରକୁ ଅଲଗା କରାଯାଉ ବୋଲି କହି ତେଜସ୍ୱୀ ଛିଗୁଲେଇଛନ୍ତି।’

ରାଜ୍ୟରେ ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୩୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୧୩ ହଜାର ୬୭୨ ଜଣ ସୁସ୍ଥ ହୋଇସାରିଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ଦ୍ୱିତୀୟ ସର୍ବାଧିକ ୨୯୨ ଜଣ ଓ ପୁରୀରୁ ୨୫୪ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି ଅନୁଗୁଲରୁ ୧୭୫ ଜଣ ସୁସ୍ଥ ହୋଇଥିବା ବେଳେ ଯାଜାପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ୱରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରରୁ ୧୦୪, କେନ୍ଦୁଝରରୁ ୧୦୧,  କେନ୍ଦ୍ରାପଡ଼ାରୁ ୯୯, ଝାସୁଗୁଡ଼ାରୁ ୮୪, ନୁଆପଡ଼ାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୭୦, ଢ଼େଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡ଼ରୁ ୫୪, କଳାହାଣ୍ଡିରୁ ୪୧, ରାୟାଗଡ଼ାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେଓଗଡ଼ରୁ ୧୩ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍‌ ପୁଲରୁ ୨୪୩ ଜଣ ସୁସ୍ଥ ହୋଇଛନ୍ତି ।

ବିଜନେସ୍ ୱାର୍ଲ୍ଡର ୪ ଠକଙ୍କ କଳା କାରନାମା ଉପରେ ତିଆରି ହେଉଛି ୱେବ୍ ସିରିଜ୍

ନୂଆଦିଲ୍ଲୀ: ବିଜୟ ମାଲ୍ୟା, ନିରବ ମୋଦି, ସୁବ୍ରତ ରାୟ ଅବା ରାମଲିଙ୍ଗା ରାଜୁ । ସମସ୍ତେ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ ‘ଫ୍ରଡ୍’ । ଏହି ସମସ୍ତେ ଠକେଇ କରିଛନ୍ତି । ଏମିତି ଛୋଟମୋଟ ଠକେଇ ନୁହେଁ । ଠକେଇ କରିଛନ୍ତି ହଜାର କୋଟି କୋଟି ଟଙ୍କାର । ଏମାନଙ୍କ ମଧ୍ୟରୁ କିଏ ଧରାପଡ଼ିଛି ତ ଆଉ କିଏ ଗିରଫ ହେବା ପୂର୍ବରୁ ଦେଶ ଛାଡ଼ି ପଳାଇ ଯାଇଛି । ଏମାନଙ୍କ ଠକେଇ ଏତେ ବଡ଼ ଯେ- ଦେଶରେ ଏମିତି କେହି ନଥିବେ ଯାହାଙ୍କୁ ଏ ବିଷୟରେ ଜଣାନଥିବ । ଏମାନଙ୍କ ଠକେଇକୁ ନେଇ ତିଆରି ହେବାକୁ ଯାଉଛି ୱେବ୍ ସିରିଜ୍ । ଏବେ ଯାଏଁ ସୁବ୍ରତ ରାୟ, ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ଠକାମୀର ପର୍ଦ୍ଦାଫାସ ହୋଇସାରିଛି । ଯେତେବେଳେ କି ରାମଲିଙ୍ଗା ରାଜୁଙ୍କ ଠକେଇର କଳା ପେଡ଼ିର ଚିଠା ଏଯାଏଁ ଖୋଲିନାହିଁ ।

Four Bad Boys Billionaires Of Business World A Web Series Made On Them

ରାମଲିଙ୍ଗା ରାଜୁ- ସ୍ପିନିଂ ମିଲରୁ ସତ୍ୟମ

ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ରାମଲିଙ୍ଗା ରାଜୁ । ସତ୍ୟମ କମ୍ପୁଟର ସର୍ଭିସେସ୍ ଆରମ୍ଭ ପୂର୍ବରୁ ରାଜୁ ହୋଟେଲ, ସ୍ପିନିଂ ମିଲ୍ ଓ ରିୟଲ ଇଷ୍ଟେଟରେ ବି ଭାଗ୍ୟ ପରୀକ୍ଷା କରିଥିଲେ । ରାଜୁ ବିଜୟୱାଡ଼ାର ଲୋୟଲ କଲେଡରୁ ବି.କମ୍ ପରେ ଆମେରିକାର ଓହିୟୋ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ । ପ୍ରଥମେ ରାଜୁ ସ୍ପିନିଂ ମିଲ୍ ଆରମ୍ଭ କରିଥିଲେ, ଯାହାର ନାଁ ରଖିଥିଲେ ଶ୍ରୀ ସତ୍ୟମ । ପରେ ଏହା ଟେକ୍ନୋଲଜି କମ୍ପାନୀ ଭାବେ ଛିଡ଼ା ହୋଇଥିଲା । ଯାହାପରେ ଆରମ୍ଭ ହୋଇଥିଲା ରାଜୁଙ୍କ ମିଛ ବ୍ୟବସାୟ ।

Ramalinga Raju

ଏମିତି ଥିଲା କାରନାମା

୨୦୦୯ ମସିହା ଜାନୁଆରୀ ୭ । ଗୋଟିଏ ଦିନରେ ସଫ୍ଟୱେର କମ୍ପାନୀ ସତ୍ୟମର ସେୟାର ୭୮ ପ୍ରତିଶତ ଖସି ଯାଇଥିଲା । କମ୍ପାନୀର ସଂସ୍ଥାପକ ଓ ଅଧ୍ୟକ୍ଷ ରାମଲିଙ୍ଗା ରାଜୁ, ଯିଏକି ନିଜ କମ୍ପାନୀରେ ୭୮୦୦ କୋଟି ଟଙ୍କାର ଦୁର୍ନୀତି କରିଥିଲେ । ନିବେଶକଙ୍କ ୧୪ ହଜାର କୋଟି ଟଙ୍କା ବୁଡ଼ି ଯାଇଥିଲେ । ଏଥିପାଇଁ ରାଜୁ ଏବେ ଅନ୍ୟ କିଛି ଅଧିକାରୀଙ୍କ ସହ ଜେଲରେ । ୧୯୮୭ ମସିହାରେ ସତ୍ୟମ କମ୍ପାନୀର ଆରମ୍ଭ କରିଥିଲେ ରାଜୁ । ସେତେବେଳେ ଇନଫୋସିସ୍, ଟିସିଏସ, ୱିପ୍ରୋ ଭଳି କମ୍ପାନୀ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ । ପଛରେ ପଡ଼ିଯିବା ଡରରେ ରାଜୁ ଆକାଉଣ୍ଟିଂକୁ ହାତ କରିଥିଲେ । କମ୍ପାନୀର ଲାଭକୁ ଏମିତି ଭାବେ ବଢ଼ାଇ ଚଢ଼ାଇ ଦେଖାଉଥିଲେ ଯେ ଟଙ୍କାଟିଏ ଲାଭ ହୋଇ ନଥିଲେ ମଧ୍ୟ ୪ ଟଙ୍କା ହୋଇଥିବା ଦାବି କରୁଥିଲେ କାଗଜପତ୍ରରେ । କମ୍ପାନୀ ଦାବି କରିଥିଲା ବ୍ୟାଙ୍କ ଖାତାର ୫ ହଜାର କୋଟି ଟହ୍କା ବ୍ୟାଙ୍କ ବାଲାନ୍ସ ରହିଛି । କିନ୍ତୁ କେହି ସତ ଜାଣିବାକୁ ଚେଷ୍ଟା କଲେନି । ପରେ ଜଣାପଡ଼ିଲା ରାଜୁଙ୍କ ନିକଟରେ କିଛି ଟଙ୍କା ହିଁ ନାହିଁ ।

Ramalinga Raju

କାଗଜରେ କୋଟିପତି

ରାଜୁଙ୍କ କଳା କାରନାମା ପର୍ଦ୍ଦାଫାସ ହେବା ପରେ ସେ ମନ ଇଚ୍ଛା ନିଷ୍ପତ୍ତି ଆରମ୍ଭ କରି ଦେଇଥିଲେ । ଯାହାର ବିରୋଧ କରିଥିଲେ ସେୟାର ହୋଲ୍ଡର୍ସ । ପ୍ରଥମେ ରାଜୁ ନିଜର ଅନ୍ୟ ୨ଟି କମ୍ପାନୀ ମେଟାସ୍ ଇନ୍ଫ୍ରା ଓ ମେଟାସ ରିୟଲ ଇଷ୍ଟେଟକୁ ସତ୍ୟମରେ ମିଶାଇବାକୁ ପ୍ରସ୍ତାବ ରଖିଥିଲେ । ଯେଉଁଥିରେ କମ୍ପାନୀର ଏଡିଆରରେ ୫୧ ପ୍ରତିଶତ ହ୍ରାସ ପାଇଥିଲା । ଯେତେବେଳେ ସ୍ଥିତି ହାତରୁ ଖସିଗଲା ତ ରାଜୁ ମାନିଗଲେ ସେ କିଭଳି ମିଛ ଭାବେ କମ୍ପାନୀର ଲାଭ ଦେଖାଉଥିଲେ । ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ତ ଦୂରର କଥା ତା ନିକଟରେ ବ୍ୟବସାୟ ଚଳାଇବାକୁ ଟଙ୍କା ନଥିଲା । ଏହାପରେ ରାଜୁକୁ ୨୦୧୫ରେ ୭ ବର୍ଷର ଜେଲ ସହ ୫ କୋଟି ଟଙ୍କା ଜରିମାନା କରାଯାଇଥିଲା ।

ନିରବ ମୋଦି- ହୀରା ବ୍ୟବସାୟରୁ କଳା କାରନାମା

Nirav Modi

ଗୁଜରାଟରେ ଜନ୍ମ ଗ୍ରହଣ କରିଥିବା ନିରବ ମୋଦି ବେଲଜିୟମରେ ପଢ଼ିଥିଲେ, ବଢ଼ିଥିଲେ । ତାଙ୍କ ପରିବାର ପିଢ଼ି ପିଢ଼ି ଧରି ହୀରା ବ୍ୟବସାୟ କରି ଆସୁଛନ୍ତି । ହୀରାର ଚମକ ଥିବା ଭିତରେ ନିରବ ପିଏନବିର କିଛି ଅଧିକାରୀଙ୍କ ସହ ମିଶି ବିଦେଶୀ ସପ୍ଲାୟର୍ସଙ୍କ ପାଇଁ ନକଲି ରସିଦ୍ ତିଆରି କରନ୍ତି । ଏମିତିକି ପିଏନବି ଅଧିକାରୀ ନିୟମର ଉଲ୍ଲଂଘନ କରି ନିରବ ମୋଦିଙ୍କୁ ୧୩ ହଜାର କୋଟି ଟଙ୍କା ଋଣ ଦେଇଥିଲେ । ଯେତେବେଳେ ଘୋଟାଲା ଜଣାପଡ଼ିଲା ତ ନିରବ ରାତାରାତି ଦେଶ ଛାଡ଼ି ପଳାଇଥିଲେ । ଆଉ ପରେ ପରେ ବାହାରିଥିଲା ନିରବଙ୍କ ଠକେଇର କଳା ପେଡ଼ିର ଲମ୍ବା ଚିଠା ।

ବିଜୟ ମାଲ୍ୟା- ମଦରୁ ବିମାନ

Vijay Mallya

ମଦ ସମ୍ରାଟ ବିଜୟ ମାଲ୍ୟା । ଭାରତୀୟ ଟେଷ୍ଟ ବ୍ୟାଙ୍କ ସମେତ କେତକ ବ୍ୟାଙ୍କରୁ ୯୦୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି । ସଦାବେଳେ ରଙ୍ଗୀନ ମିଜାରରେ ରହୁଥିବା ମାଲ୍ୟା ପାର୍ଟି ଓ ମଦରେ ଭାସୁଥିଲେ । ବିଜୟ ମାଲ୍ୟା ୨୦୦୫ରେ କିଙ୍ଗଫିଶର ଏୟାରଲାଇନ୍ ଆରମ୍ଭ କରିଥିଲେ । ପରେ ପରେ କିଙ୍ଗଫିଶର କଳେବର ବଢ଼ାଇବା ପାଇଁ ୨୦୦୭ରେ ଦେଶର ପ୍ରଥମ କମ୍ ଭଡ଼ା ବିମାନ କମ୍ପାନୀ ଡେକ୍କନକୁ ବି କିଣି ନେଇଥିଲା । ଯାହାକି ମାଲ୍ୟାଙ୍କ ଜୀବନର ସବୁଠୁ ବଡ଼ ଭୁଲ୍ । ୫ ବର୍ଷ ଭିତରେ ମାଲ୍ୟାଙ୍କ କିଙ୍ଗଫିଶର ଏୟାରଲାଇନ୍ ବନ୍ଦ ହୋଇ ଯାଇଥିଲା । ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଥିଲା । ସ୍ଥିତି ବିଗିଡ଼ିବା ଦେଖି ଗୋଟିଏ ଋଣ ଶୁଝିବାକୁ ଆଉ ୨ଟି ଋଣ ନେଇ ଚାଲିଥିଲେ ମାଲ୍ୟା । ଧୀରେ ଧୀରେ ଋଣଭାରରେ ବୁଡ଼ି ଯାଉଥିବା ମାଲ୍ୟା ଦେଶ ଛାଡ଼ି ପଳାଇଥିଲେ ।

ସୁବ୍ରତ ରାୟ- ନିଯୁକ୍ତିଦାତାରୁ ମିଛ ନିବେଶକ

Subrata Roy

ସହାରା ଇଣ୍ଡିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ସୁବ୍ରତ ରାୟ କେବେ ଦେଶର ଶକ୍ତିଶାଳୀ ବ୍ୟକ୍ତି ଥିଲେ । ଏମିତି କି ୨୦୧୨ରେ ଏକ ପତ୍ରିକା ତାଙ୍କୁ ଦେଶର ୧୦ ଜଣ ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ସ୍ଥାନିତ କରିଥିଲେ । ଭାରତୀୟ ରେଳବାଇ ପରେ ଦେଶରେ ଲୋକଙ୍କୁ ଅଧିକ ନିଯୁକ୍ତି ଦେଉଥିବା କମ୍ପାନୀ ଥିଲା ସୁବ୍ରତଙ୍କ ହାତରେ । ଏବେ ସେହି ସୁବ୍ରତ ଜେଲର ଚାରି କାନ୍ଥ ଭିତରେ । କାରଣ ସେ ଏକ ବଡ଼ ଠକାମୀ କରିଥିଲେ । ସାହାରା ଗ୍ରୁପର ଦୁଇ କମ୍ପାନୀ SIRECL ଓ SHICL ଜରିଆରେ କମ୍ପାନୀ ୨.୨୫ କୋଟି ନିବେଶକଙ୍କ ପ୍ରାୟ ୨୪ କୋଟି ଟଙ୍କା ଉଠାଇ ଥିଲା । ତେବେ, ଏହି ଟଙ୍କା କେଉଁଠି କେମିତି ଖର୍ଚ୍ଚ ହେଲା ତାର କୌଣସି ରେକର୍ଡ ନଥିଲା ।

Subrata Roy

ସେବିରେ ଅଭିଯୋଗ ହୋଇଥିଲା ସାହାରା ଗ୍ରୁପ୍ ୨ କମ୍ପାନୀ ଜରିଆରେ ବେଆଇନ୍ ଭାବେ ଟଙ୍କା ଉଠାଇଛି । ଅନିୟମିତତା ହୋଇଥିବା ଜାଣିବା ପରେ ସେବି ୨ କମ୍ପାନୀକୁ ବ୍ୟାନ୍ କରିବା ସହ ନିବେଶକଙ୍କ ଟଙ୍କାର ୧୫ ପ୍ରତିଶତ ସୁଧ ସହ ମୂଳଧନ ଫେରାଇ ଦେବାକୁ କହିଥିଲେ । ଯେତେବେଳେ ଯାଞ୍ଚ ହେଲା ତ ଜଣାପଡ଼ିଲା କମ୍ପାନୀରେ ନିବେଶକ ହିଁ ନାହାଁନ୍ତି । ଅର୍ଥାତ୍ ମିଛ ନିବେଶକ ଜରିଆରେ ମନି ଲଣ୍ଡ୍ରିଂ । ମାମଲା କୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ନିବେଶକଙ୍କ ଟଙ୍କା ଜମା କରିବାକୁ କହିଥିଲେ । ସେବିରେ ଗୋଟିଏ କିସ୍ତି ଜମା ଦେବା ପରେ ସାହାରା ଅନ୍ୟ କିସ୍ତି ଦେଇ ନଥିଲା । ଉଠାଇଥିବା ଟଙ୍କା କେମିତି ଖର୍ଚ୍ଚ ହେଲା ସେ ତଥ୍ୟ ବି ଦେଇନଥିଲା କମ୍ପାନୀ । ୨୦୧୪ରେ ସୁବ୍ରତ ରାୟଙ୍କୁ ଗିରଫ କରାଯାଇଥିଲା ସେ ଏବେ ଜେଲରେ ଅଛନ୍ତି ।

ପୁଣି କୋଭିଡ୍‌ ନିୟମ ଉଲଙ୍ଘନ, ଧୁମ୍‌ଧାମ୍‌ରେ ଆୟୋଜନ ହେଲା ଫୁଟ୍‌ବଲ୍‌ ମ୍ୟାଚ୍‌

ଢ଼େଙ୍କାନାଳ: ପୁଣି କୋଭିଡ ନିୟମକୁ ଖୁଲମଖୁଲ୍ଲା ଉଲଙ୍ଘନ । ଜୟପୁର ପରେ ଢେଙ୍କାନାଳରେ ଆୟୋଜିତ ହେଲା ଫୁଟବଲ୍ ମ୍ୟାଚ୍ । କଟକଣା ଭାଙ୍ଗି ଆୟୋଜିତ ହେଲା ଫୁଟବଲ୍ ମ୍ୟାଚ୍ । ଜୀବନକୁ ବାଜି ଲଗାଇ ଚାଲିଲା ମଉଜ ମସ୍ତି । ଏହେଉଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ବୁଢ଼ୀବିଲି ଗାଁର ଦୃଶ୍ୟ । ଗାଁର ବୁଢାମହାପାଟ ଫୁଟୁବଲ କ୍ଲବ ଆୟୋଜିତ କରିଥିଲା ଫୁଟବଲ୍ ଟୁର୍ନାମେଣ୍ଟ ।

ପଡିଆରେ ମ୍ୟାଚକୁ ଉପଭୋଗ କରିଥିଲେ ଶହଶହ ଦର୍ଶକ । କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ମଧ୍ୟ ନଥିଲା । ବଡ କଥାହେଲା ମ୍ୟାଚ୍ ଦେଖିବାକୁ ଛୋଟଛୋଟ ପିଲା ମଧ୍ୟ ରୁଣ୍ଡ ହୋଇଥିଲେ । ଫଳରେ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିଛି । ଏଠି ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ଏପରି ଫୁଟବଲ୍ ମ୍ୟାଚ୍ ଓ ଶହଶହ ସଂଖ୍ୟାରେ ଲୋକ ଏକାଠି ହେବାରୁ ଅନୁମତି କିଏ ଦେଲା ?

Football Match

ପ୍ରଶାସନର ବିନା ଅନୁମତିରେ ଆୟୋଜକ ମାନେ କିପରି ଫୁଟବଲ ମ୍ୟାଚ୍ ଆୟୋଜିତ କଲେ ଏବଂ ଏଥିପ୍ରତି କିପରି ପ୍ରଶାସନର ଦୃଷ୍ଟି ପଡିଲାନି ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହେଇଛି । ମ୍ୟାଚ୍ ହେଉଥିବା ନିକଟରେ କଙ୍କଡାହାଡ ଥାନା ଓ ତହସିଲ୍ କାର୍ଯ୍ୟାଳୟ ଥିଲେ ମଧ୍ୟ କିପରି ସେମାନଙ୍କର ଦୃଷ୍ଟି ପଡିଲାନି ସେଥିନେଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ବଡ ପ୍ରଶ୍ନ ଉଠୁଛ ।

ଉପନିର୍ବାଚନ ପୂବରୁ ବିଜେପିକୁ ବଡ଼ ଝଟକା, ଭଣ୍ଡୁର ହେଲା ମିଶ୍ରଣ ପର୍ବ..

ଜଗତସିଂହପୁର: ରମାକାନ୍ତଙ୍କ ଅନୁପସ୍ଥିତିକୁ ମ୍ୟାନେଜ କରିବାକୁ ବିଜେପିର ତିର୍ତ୍ତୋଲ ପ୍ଲାନ ଫେଲ୍‌ । ମିଶ୍ରଣ ପର୍ବରେ ସୃଷ୍ଟି ହେଲା ମହାଭାରତ । ଦଳ ପାଇଁ ଲଢ଼ି ଜେଲ ଯାଇଥିବା ନେତାଏ ଦଳର ଅଣଦେଖା ନେଇ କରିଛନ୍ତି ହୋ-ହଲ୍ଲା ।

ଅପଦସ୍ତ ହେଲେ, ଲୁଚିକି ପଳାଇଲେ ରାଜ୍ୟ ଉପସଭାପତି ଓ ପ୍ରଭାରୀ । ବିଜେପି ଓ ବିଶୃଙ୍ଖଳା ପରସ୍ପରର ପରିପୂରକ, ଏକଥା କାହାକୁ ଅଛପା ନାହିଁ । କୋଭିଡ କଡ଼କଣା ଉଲ୍ଲଂଘନ କରି ପୂର୍ବରୁ ଅମାନିଆ ପଣରେ ରେକର୍ଡ କରିଥିଲେ ବିଜେପି ନେତା । ଏବେ ନିଜ ଦଳୀୟ କାର୍ଯ୍ୟକ୍ରମରେ ବି ଅନୁଶାସନହୀନ ମାନସିକତାର ପରିଚୟ ଦେଇଛନ୍ତି । ତିର୍ତ୍ତୋଲ ଉପନିର୍ବାଚନର ବାଜିମାତର ସ୍ୱପ୍ନ ନେଇ ସବୁ ଦଳ ବଳ ଗୋଟାଉଛନ୍ତି । ଏହି କ୍ରମରେ ବିଜେପି ବି ଆୟୋଜନ କରିଥିଲା ମିଶ୍ରଣ ପର୍ବ ।

ତିର୍ତ୍ତୋଲରେ ପାର୍ଟି ଅଫିସ ଖୋଲି ମିଶ୍ରଣ ପର୍ବ କରୁଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବିଜେପି କର୍ମୀ ଜାହିର କରିଥିଲେ ନିଜ ପୁଞ୍ଜିଭୂତ ଅସନ୍ତୋଷ । ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ଅପଦସ୍ତ କରିବାକୁ ମଧ୍ୟ ପଛାଇନଥିଲେ ବିଜେପି କର୍ମୀ ଓ ନେତା ।

ପୂର୍ବରୁ ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଦଳ ଛାଡିଥିଲେ । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ଏବେ ନେତୃତ୍ୱ ଖୋଜୁ ଥିବା ବିଜେପିକୁ ଏହି ବିରୋଧାଭାସ ଜୋରଦାର ଝଟକା ଦେଇଛି ।

ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଘୋଷଣା ହୋଇଛି ଉପନିର୍ବାଚନ । ତେବେ ସାଂପ୍ରତିକ ପରିସ୍ଥିତିରେ ବିଜେଡିର ପଲ୍ଲା ଭାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଗୋଟିଏ ପରେ ଗୋଟିଏ ରଣନୀତି ଭଣ୍ଡୁର ପରେ ଏବେ ଛାନିଆରେ ବିରୋଧୀଙ୍କ ଶିବିର ।

ଆସୁଛି ‘କରୋନା ଭାଇରସ୍ ପାସପୋର୍ଟ’, କ୍ୱାରେଣ୍ଟାଇନ୍ ନରହି ବୁଲିପାରିବେ ବିଦେଶ

ନୂଆଦିଲ୍ଲୀ: ଦୁନିଆର ପ୍ରଥମ ‘କରୋନା ଭାଇରସ୍ ପାସପୋର୍ଟ’ ବୁଧବାର ବ୍ରିଟେନ୍ ଲଞ୍ଚ କରିବାକୁ ଯାଉଛି । କରୋନା ଭାଇରସ୍ ପାସପୋର୍ଟ ରଖିଥିବା ଲୋକଙ୍କୁ ଗୋଟିଏ ଦେଶରୁ ଅନ୍ୟ ଦେଶ ଯିବାପାଇଁ ସ୍ୱାଧୀନତା ମିଳିବ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଗଲେ ସେଠାରେ ତାଙ୍କୁ କ୍ୱାରେଣ୍ଟାଇନ୍ କରାଯିବ ନାହିଁ । ବ୍ରିଟେନ୍ ଏଭଳି ଏକ ପାସପୋର୍ଟ ଆରମ୍ଭ କରିବାକୁ ଯାଉଛି । ଆମେରିକା ବ୍ରିଟେନର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ।

Coronavirus All Clear Passports Launched Air Travellers Bypass Quarantine

ପ୍ରଥମେ ୟୁନାଇଟେଡ୍ ଏୟାରଲାଇନ୍ସ ଓ କ୍ୟାଥେ ଫେସିଫିକ୍ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନୂଆ ପାସପୋର୍ଟ ଟ୍ରାଏଲ ବେସିସରେ ଦିଆଯିବ । ଟ୍ରାଏଲ୍ ବେଳେ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ଓ ନ୍ୟୁୟର୍କ ନେୱାର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯାଉଥିବା ଯାତ୍ରୀଙ୍କୁ ଏହାର ଲାଭ ମିଳିବ ।

Coronavirus All Clear Passports Launched Air Travellers Bypass Quarantine

ଭଲ୍ୟୁଣ୍ଟର ଯାତ୍ରୀଙ୍କୁ ନିଜର କରୋନା ଭାଇରସ୍ ଟେଷ୍ଟ ଫଳାଫଳ ଏକ ୱେବସାଇଟରେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅପଲୋଡ୍ କରିବାକୁ ପଡ଼ିବ । ଯଦି, ଏହି ‘କରୋନା ଭାଇରସ୍ ପାସପୋର୍ଟ’ ସ୍କିମ୍ ସଫଳ ହେଲେ ଏହାଦ୍ୱାରା ଅନ୍ୟ ଦେଶର ଯାତ୍ରୀଙ୍କୁ ମଧ୍ୟ ଲାଭ ମିଳିବ ।

Another 4014 Covid patients have recovered and are being discharged

ନୂଆ ଯୋଜନା ପ୍ରକାରେ ସରକାର ଓ ଏୟାରଲାଇନ୍ସ ଲୋକଙ୍କ କରୋନା ଭାଇରସ୍ ଟେଷ୍ଟ ରେଜଲ୍ଟ ଉପରେ ଭରସା କରି ପାରିବେ । ବୁଧବାର ଆରମ୍ଭ ହେବାକୁ ଯାଉଥିବା ‘କରୋନା ଭାଇରସ୍ ପାସପୋର୍ଟ’ ଟ୍ରାଏଲ୍ ଉପରେ ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂଗଠନ ସିଡିସି ନଜର ରଖିଛି ।

Coronavirus All Clear Passports Launched Air Travellers Bypass Quarantine

ନୂଆ ଡିଜିଟାଲ ପାସପୋର୍ଟରେ ଲୋକଙ୍କ କରୋନା ଭାଇରସ୍ ଟେଷ୍ଟ ସହିତ ଜଡ଼ିତ ସମସ୍ତ ତଥ୍ୟ ମହଯୁଦ୍ ରହିବ । ଯୋଜନାକୁ ବିସ୍ତାର କରିବା ପାଇଁ ଫାମନ୍ସ ପ୍ରୋଜେକ୍ଟ ନାମକ ସଂସ୍ଥା ଅନ୍ୟ କେତେକ ଦେଶ ସହିତ ଆଲୋଚନା ଆରମ୍ଭ କରିଛି । ଆସନ୍ତା ୩ ମାସ ମଧ୍ୟରେ ଅନ୍ୟ ଦେଶକୁ ମଧ୍ୟ ଏଥିରେ ଯୋଡ଼ା ଯାଇପାରେ ।

ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..

ଭୁବନେଶ୍ୱର: ଗଭର୍ଣ୍ଣର ହାଉସ୍‌ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ଏହାର ପ୍ରଭାବରେ ରାଜଭବନର କାଚ ଭାଙ୍ଗିଥିବା ଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟପକ କ୍ଷୟ କ୍ଷତି ହୋଇଛି । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକଙ୍କୁ କୌଣସି ପ୍ରକାର ନିଆଁ ଲଗାଇବା ପାଇଁ ମନା କରାଯାଇଛି । ଏହାସହ ସନ୍ଧ୍ୟା ଯାଏଁ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ପୁଣି ଥରେ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ତେଣୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

Petrol Pump Blast

ଏହି ବିସ୍ଫୋରଣରେ ଏବେ ସୁଦ୍ଧା ପ୍ରାୟ ୧୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ସେଥିମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି । ଦୁଇ ଜଣ ଗୁରୁତରଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ଅନ୍ୟମାନଙ୍କ ମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଗୁରୁତରଙ୍କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ।

Petrol Pump Blast

ତେବେ ଏହି ବିସ୍ଫୋରଣ ଆଜି ମଧ୍ୟାହ୍ନରେ ଘଟିଥିଲା । ଆଖାପାଖ ଅଞ୍ଚଳରେ ଥିବା ଘରର କାଚ ଭାଙ୍ଗିବା ସହ ଲୋକଙ୍କ ଗାଡ଼ି ମଟର ଭାଙ୍ଗିଯାଇଛି । ଘର ବହାରେ ତଥା ଘର ଭିତରେ ଥିବା କାର୍‌ କାଚ ମଧ୍ୟ ବିସ୍ଫୋରଣ ପ୍ରଭାବରେ ଭାଙ୍ଗିଯାଇଛି । ଖାଲି ସେତିକି ନୁହେଁ ବିସ୍ଫୋରଣ ସ୍ଥଳ ପୁରା ଛିନ୍‌ଛତ୍ର ହୋଇଛି ।

ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ପୋଲିସ ଫୋର୍ସ, ବଡ଼ ବଡ଼ ପୋଲିସ ଅଧିକାରୀ ଏମିତିକି ଆଇଓସିଏଲ୍‌ର ସ୍ୱତନ୍ତ୍ର ଟେକ୍‌ନିକାଲ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଏକ ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା ପରେ ଏହା ବିସ୍ଫୋରଣ ରୂପ ନେଇଥିଲା ।

ଶୀତ ଦିନେ ତ୍ୱଚା ଫାଟୁଛି କି ? ଘିଅ ଦ୍ୱାରା ଏପରି କରନ୍ତୁ ଉପଚାର

ଘିଅ ଏଭଳି ଏକ ଖାଦ୍ୟ ପଦାର୍ଥ ଯାହା ଘରେ ଘରେ ଅତି ସହଜରେ ଉପଲବ୍ଧ । ଘିଅରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ । ଖୁବ କମ ଲୋକ ଜାଣିଥିବେ ଯେ ଘିଅ ତ୍ୱଚା ପାଇଁ ଲାଭଦାୟକ । ଆୟୁର୍ବେଦରେ ଘିଅକୁ ଔଷଧ ରୂପରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ ଗ୍ଲୋ ଆଣିବା ପାଇଁ ଘିଅ କିପରି କାମ କରିଥାଏ ।

ଘିଅରେ ପ୍ରସ୍ତୁତ ମୋଶ୍ଚରାଇଜିଂ କ୍ରିମ

ଘିଅଠୁ ଉତ୍ତମ ମୋଶ୍ଚରାଇଜିଂ କ୍ରିମ ଆଉ କିଛି ହୋଇନପାରେ । ଘିଅ ସ୍କିନକୁ ହାଇଡ୍ରେଡ ରଖିବା ସହ ମୁହଁରେ ଥିବା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ ଯାହାଦ୍ୱାରା ତ୍ୱଚା ଗ୍ଲୋ କରିଥାଏ । ତ୍ୱଚାକୁ କୋମଳ କରିବା ପାଇଁ କଞ୍ଚା କ୍ଷୀରରେ ବେସନ ଏବଂ ଘିଅ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ନିଜ ତ୍ୱଚାରେ ଲଗାଇ ଧିରେ ଧିରେ ମାଲିସ କରନ୍ତୁ । ୧୫ ମିନିଟ ପରେ ଏହାକୁ ଧୋଇଦିଅନ୍ତୁ ।

ଓଠ ଫାଟୁଥିଲେ ଲଗାନ୍ତୁ ଘିଅ

ଶୀତ ଦିନରେ ପ୍ରାୟ ସମସ୍ତଙ୍କ ଓଠ ଫାଡ଼ିବା ସମସ୍ୟା ଦେଖାଦେଇଥାଏ । ଶୀତ ଦିନରେ ଘିଅ ଓଠକୁ ନରମ ରଖିବାରେ ସାହାଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ଓଠରେ ଅଳ୍ପ ମାତ୍ରାରେ ଘିଅ ଲଗାନ୍ତୁ ଏବଂ କିଛି ସମୟ ଧରି ମାଲିସ କରି ତାକୁ ସେମିତି ଛାଡ଼ିଦିଅନ୍ତୁ । ସକାଳେ ଓଠକୁ ପାଣିରେ ଧୋଇଦିଅନ୍ତୁ ।

କେଶକୁ କୋମଳ କରିଥାଏ

ଶୀତ ଦିନେ କେଶ ଶୁଷ୍କ ହୋଇଯାଇ ଥାଏ । ଘିଅରେ ଫୈଟୀ ଏସିଡ ରହିଥାଏ ଯାହା କେଶକୁ କୋମଳ କରିବାରେ ସାହାଯ୍ୟ କରିଥାଏ । ଘିଅ କେଶରେ ପ୍ରାକୃତିକ କଣ୍ଡିସନରର କାମ କରିଥାଏ । ଏକ ଚାମଚ ଘିଅକୁ ଗରମ କରି ଏହାକୁ କେଶରେ ମାଲିସ କରନ୍ତୁ ଏବଂ ୨ ଘଣ୍ଟା ପରେ ଶାମ୍ପୁ କରି ଧୋଇଦିଅନ୍ତୁ ।

ତ୍ୱଚାକୁ ଯବାନ ବନାଇଥାଏ

 

ମାତ୍ର ଅଳ୍ପ ମାତ୍ରାରେ ଘିଅ ବ୍ୟବହାର କରି ଆପଣ ଯବାନ ଦେଖାଯାଇପାରିବେ । ପ୍ରତିଦିନ ଘିଅ ବ୍ୟବହାର କଲେ ବୟସର ପ୍ରଭାବ ତ୍ୱଚାରେ ଧିରେ ଧିରେ ଅନୁଭବ ହୋଇଥାଏ । କିଛି ବୁନ୍ଦା ଘିଅକୁ ହାତରେ ନେଇ ନିଜ ମୁହଁରେ ମାଲିସ କରନ୍ତୁ ଏବଂ କିଛି ସମୟ ପରେ ତାକୁ ଧୋଇଦିଅନ୍ତୁ ।

ପ୍ରାକୃତିକ ଗ୍ୟାସ୍ ଓ ରେଲୱେକୁ ନେଇ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଗୁରୁବାର କୋଲକାତା ମେଟ୍ରୋର ନୂଆ କରିଡର, ପ୍ରାକୃତିକ ଗ୍ୟାସର ଇ-ବିଡିଂ ପ୍ରକ୍ରିୟା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛି । କୋଲକାତା ମେଟ୍ରୋ ଇଷ୍ଟ-ୱେଷ୍ଟ କରିଡର ପାଇଁ ୮ ହଜାର ୫୭୫ କୋଟି ଟଙ୍କା ମଞ୍ଜୁରି ଦିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି- ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ ଭଳି କେତକ ସମସ୍ୟା ଯୋଗୁଁ ପ୍ରକଳ୍ପ ଅଟକି ରହିଥିଲା । ଆଜି କ୍ୟାବିନେଟ୍ ୮ ହଜାର ୫୭୫ କୋଟି ଟଙ୍କା ଏହ ପ୍ରୋଜେକ୍ଟ ପାଇଁ ମଞ୍ଜୁରି ଦେଇଛି । ଏହି ପ୍ରକଳ୍ପ ୧୬.୬ କିଲୋମିଟର ଲମ୍ବା ହେବ ।

Cabinet Economic Decisions Calcutta Kolkata Metro Natural Gas Price (1)

ଗ୍ୟାସ୍ ପାଇଁ ଇ-ବିଡିଂ

କୋଇଲା, ସ୍ପେକ୍ଟ୍ରମ ଇତ୍ୟାଦି ଉପରେ ସରକାର ପ୍ରାକୃତିକ ଗ୍ୟାସ୍ ପାଇଁ ପାରଦର୍ଶୀ ବଜାର ମୂଲ୍ୟ ବ୍ୟବସ୍ଥା ଆରମ୍ଭ ପାଇଁ ଚେଷ୍ଟା କରୁଛନ୍ତି । ଗୁରୁବାର କେନ୍ଦ୍ର କ୍ୟାବିନେଟ ମାନକ ଇ-ବିଡିଂ ମୂଲ୍ୟ ପ୍ରକ୍ରିୟାକୁ ମଞ୍ଜୁରି ଦେଇଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ କହିଛନ୍ତି- ୨୦୧୪ରୁ ମୋଦି ସରକାର କ୍ଷମତାକୁ ଆସିବା ପରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟକୁ ନେଇ ବିବାଦରେ ଅଛନ୍ତି ।

ଜୀବାଶ୍ମ ଇନ୍ଧନ ଆମଦାନୀ କମ୍ ନିର୍ଭର କରିବାକୁ ସରକାରଙ୍କ ଦ୍ୱାରା ଅନେକ ପ୍ରୟାସ କରାଯାଉଛି । ୨୦୧୭ରେ ସିବିଏମ୍ ବ୍ଲକରେ ମାର୍କେଟିଂ, ମୂଲ୍ୟ ନିର୍ଦ୍ଧାରଣ ସ୍ୱାଧୀନତା ଅଧିକାର ଦିଆଯାଇଛି । ୨୦୧୮ରେ ନର୍ଥ-ଇଷ୍ଟ ପାଇଁ ଏହି ପ୍ରକାରର ମାର୍କେଟିଂ ଓ ଦର ନିର୍ଦ୍ଧାରଣ ସ୍ୱାଧୀନତା ନୀତି ତିଆରି କରାଯାଇଥିଲା । ୨୦୧୯ରେ କୁହାଯାଇଥିଲା ସମସ୍ତ ପ୍ରକାରର ଗ୍ୟାସ୍ ଉତ୍ପାଦନରେ ମାର୍କେଟିଂ ଓ ମୂଲ୍ୟ ନିର୍ଦ୍ଧାରଣକୁ ସ୍ୱାଧୀନତା ଦିଆଯିବ ।

ସାଇବର ସୁରକ୍ଷା ପାଇଁ ଚୁକ୍ତି

ଭାରତ ଓ ଜାପାନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଯେଉଁଥିରେ ସାଇବର ସିକ୍ୟୁରିଟି ଟେକ୍ନୋଲଜିର ଆଦାନ ପ୍ରଦାନ କରାଯିବ । ଏଥିସହ କ୍ୟାବିନେଟ ୭ଟି ଘାତକ ରସାୟନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।