spot_img
Home Blog Page 6628

ରାତି ଅଧରେ ପଞ୍ଜୁରୀ ଭିତରେ ଫସିଲା ନାଗ, ଚଢେଇ ଓ ଅଣ୍ଡା ଖାଇବା ପରେ ଏମିତି ହେଲା ହାଲ

ଭୁବନେଶ୍ୱର: ପଞ୍ଜୁରୀ ଭିତରୁ ସାଢେ ୩ ଫୁଟ ଲମ୍ବର ନାଗସାପ ଉଦ୍ଧାର । କଟକ ଜିଲ୍ଲା ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରୁ ନାଗସାପ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ପୋଷା ଚଢେଇଙ୍କ ବିକଳ ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ ଦେଖିବାକୁ ପାଇଥିଲେ ରଞ୍ଜନ । ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରାଯାଇଥିଲା । ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି ।

ନାଗଟି ତିନିଟି ଚଢେଇ ଓ ଅଣ୍ଡା ଖାଇବା ପରେ ବାନ୍ତି କରିଦେଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ହୁକ୍‌ ଦ୍ୱାରା ସାପଟିକୁ ବାହାରକୁ ଟାଣିବା ପାଇଁ ଚେଷ୍ଟା କଲା ବେଳେ ନାଗସାପଟିର ମୁଣ୍ଡକୁ ଚଢେଇମାନେ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ। ଯାହା ଫଳରେ ସାପଟି ଆଉ ବାହାରି ନଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରୀ ଭିତରେ ହାତ ଭର୍ତ୍ତି କରି ଚଢେଇଙ୍କୁ ସ୍ଥାନାନ୍ତର କରିଥିଲେ ।

ଏହାପରେ ସାପଟି ଆପେ ଆପେ ବାହାରି ଆସିଥିଲା । ତାକୁ ଗାଁଠାରୁ ଦୂର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ପଞ୍ଜୁରୀ ତଳ ଭାଗରେ କଳଙ୍କି ଲାଗି ସୃଷ୍ଟି ହେଇଥିବା ଫାଙ୍କ ଦେଇ ନାଗସାପଟି ଭିତରେ ପଶିଥିଲା ବୋଲି ଅନୁମାନ କରାଯାଉଛି ।

(ଅରୁଣ କୁମାର ସାହୁ)

ରାଜଧାନୀ ଭୁବନେଶ୍ୱରରେ ଦିନକରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ୧୭ ଶହ ପାର ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ରାଜଧାନୀରେ କରୋନାକୁ ନେଇ ପରିସ୍ଥିତି ଜଟିଳ ରୂପ ନେବାରେ ଲାଗିଛି । ଶୁରୁବାର ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ଏହା ସହ ଭୁବନେଶ୍ୱରରେ ମଧ୍ୟ ଦିନକରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୨୪୮ ଜଣ କରୋନା ସଂକ୍ରମି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ୨୦୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧ ଜଣଙ୍କର ଲୋକାଲ କଣ୍ଟାକ୍ଟ ରହିଛି । ଶୁକ୍ରବାର ୨୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।  ଭୁବନେଶ୍ୱରରେ ଏବେ ମୋଟ ୧୭୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ କରୋନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୭୦ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

୪୧ ଜଣ ଲୋକାଲ କଣ୍ଟାକ୍ଟ ମଧ୍ୟରୁ ପଳାଶୁଣିରୁ ୧, ଆଇଆରସି ଭିଲେଜରୁ ୩, ଖଣ୍ଟଗିରି ବରିରୁ , ୟୁନି ୯ରୁ ୧, ସରୁଲଗଡ଼ର ସବର ସାହିରୁ୧, ସାସ୍ତ୍ରୀ ନଗରରୁ ୧, ଭିମଟାଙ୍ଗିରୁ୧, ନିଳାଦ୍ରୀ ବିହାରରୁ ୧, ବରମୁଣ୍ଡାରୁ ୧, ଅଲଗା ଜିଲ୍ଲାରୁ ଆସିଥିବା ୨ ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହିପରି ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନାରୁ ୨, ଖଣ୍ଡଗିରି ସୀତାରମ ବସ୍ତିରୁ ୨, ନୟାପଲ୍ଲୀ ୧, ରସୁଲଗଡ଼ ପାଲାମଣ୍ଡପରୁ ୧, ଲକ୍ଷ୍ମୀସାଗରୁ ୨, ପାତ୍ରପଡ଼ାରୁ ୧, ସାଲିଆ ସାହିରୁ ୧, ମଞ୍ଚେଶ୍ୱରର ଇଡ଼କୋ କଲୋନୀରୁ ୧, ନୟାପଲ୍ଲୀ ନୂଆ ସାହିରୁ ୧, ନୟାପଲ୍ଲୀ ଗାନ୍ଧି ମାର୍କେଟରୁ ୧, ଝାରପଡ଼ାରୁ ୨, ବିଜେବି ନଗରରୁ ୧, ୟୁନିଟ ୪ରୁ୧, ଗାଡ଼କଣରୁ ୧, ବରମୁଣ୍ଡା ଏଚ୍‌ବି କଲୋନୀରୁ ୧, ଚକେଇସିଆଣିରୁ ୧, ଗ୍ୟାରେଜ ଛକରୁ ୧, ଚନ୍ଦ୍ରଶେଖରପୁରରୁ ୧, ପଟିଆ ଶିଶୁ ବିହାରରୁ ୧, ନୟାପଲି ତ୍ରୀନାଥ ସାହିରୁ ୧, ଡ଼ୁମୁଡ଼ୁମା ରଘୁନାଥ ନଗରରୁ ୧, ଆଇଗିଣିଆ ଆଳୁଗଦିରୁ ୧, ଡ଼ୁମୁଡ଼ୁମାରୁ ୧ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ଗତ ୨୪ ଘଣ୍ଟାର ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୩ ତାରିଖରେ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ । ତେବେ ସବୁଦିନ ଭଳି ବୁଧବାରର ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି ।

ସରକାରଙ୍କ ଠାରୁ ଆସିଛି ଭଲ ଚାଉଳ: ସନ୍ଦେହ ଘେରରେ ଡିଲର

ରାଉରକେଲା: ଗରିବ ହିତାଧିକାରୀଙ୍କୁ ଦିଆଯାଉଛି ପୋକ ସାଲୁ ବାଲୁ ପିଡିଏସ ଚାଉଳ । ରାଉରକେଲା ପ୍ଲାଣ୍ଟ ସାଇଟ ଅଞ୍ଚଳରେ ଆସିଛି ଏଭଳି ଅଭିଯୋଗ । କଣ୍ଟ୍ରୋଲ ଦୋକାନରେ ଦିଆଯାଉଛି ଏଭଳି ଅଭିଯୋଗ କରିଛନ୍ତି ହିତାଧିକାରୀ । ଏବଂ ତୁରନ୍ତ ଚାଉଳ ଫେରସ୍ତ ନେଇ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା ।

ହିତାଧିକାରୀ କଣ୍ଟ୍ରୋଲ ଦୋକାନରୁ ଚାଉଳ ଘରକୁ ନେଇ ଯିବା ପରେ ପୋକ ସାଲୁବାଲୁ ହେଉଥିବା  ଦେଖିବାକୁ ପାଇଥିଲେ । ପରେ ଚାଉଲ ସବୁକୁ ଫେରସ୍ତ କରିବା ସହ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।  ତେବେ ସରକାର ଗରିବ ହିତାଧିକାରୀଙ୍କୁ ଉନ୍ନତମାନର ଚାଉଳ ଯୋଗାଇ ଦେଉଥିବାବେଳେ ପୋକରା ଚାଉଳ କଣ୍ଟ୍ରୋଲ ଦୋକାନକୁ କିପରି ଆସିଲା ସେନେଇ ତଦନ୍ତ କରିବାକୁ ଦାବି ହୋଇଛି ।

ସେପଟେ ଅଭିଯୋଗ ପାଇବା ପରେ ରାଉରକେଲା ଯୋଗାଣ ବିଭାଗରେ ଦେଖାଦେଇଛି ତପ୍ତରତା । ମାର୍କେଟିଙ୍ଗ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୋକାନକୁ କିପରି ପୋକ ସାଲୁବାଲୁ ଚାଉଳ ଆସିଲା ସେନେଇ ତଦନ୍ତ କରାଯିବ ବୋଲି ଯୋଗାଣ ବିଭାଗ ମାର୍କେଟିଙ୍ଗ ଇନସପେକ୍ଟର କହିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

ସ୍ୱାସ୍ଥ୍ୟ ସ୍କ୍ରିନିଂ ଯୋଗୁ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: କୁଲାଙ୍ଗେ

ବ୍ରହ୍ମପର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗତ ସପ୍ତାହ ମଧ୍ୟରେ ଗଞ୍ଜାମରେ ଅଧିକ ପଜିଟିଭ ଚିହ୍ନଟ ହୋଇଇଛନ୍ତି । ଘରକୁ ଘର ବୁଲି ହେଲ୍ଥ ସ୍କ୍ରିନିଂ କରାଯିବାରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଟେଷ୍ଟିଂ ଅଧିକ କରାଯାଉଥିବାରୁ ପଜିଟିଭ ସଂଖ୍ୟା ବି ବଢ଼ୁଛି ।

COVID-19 cases rising due to intensive door-to-door screening ...

ରେଡ୍ ଜୋନରେ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି । ହୋମ କ୍ୱାରେଣ୍ଟାଇନ ଓ ସରକାରୀ କ୍ୱାରେଣ୍ଟାଇନ ଯୋଗୁ ଗ୍ରାମାଞ୍ଚଳରେ ୮୩% ଲୋକ କରୋନା ମୁକ୍ତ ରହିଛି । ତେବେ ଚିକିତ୍ସା ଭିତ୍ତିଭୂମୀକୁ ନେଇ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି କୁଲାଙ୍ଗେ । ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଚାଲିଛି, କରୋନାକୁ ନେଇ ସମସ୍ତ ପଦେକ୍ଷପ ନିଆଯାଇଛି, ଡରିବାର କିଛି ନାହିଁ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । କରୋନା ବିରୋଧରେ ଲଢେଇ ପାଇଁ ସବୁ ପ୍ରକାର ପ୍ରସ୍ତୁତ ଜାରି ରହିଛି ।

ରେଡ୍ ଓ ଗ୍ରୀନ୍ ଜୋନ ନେଇ କାମ କରାଯାଉଛି । ଆମ ପାଖରେ ଏବେ ୧୫୦ଟି ଆମ୍ବୁଲାନ୍ସ ରହିଛି । ତେବେ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ, ନିଜେ ଆସି ଜଣାନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏହାସହ କରୋନାର ରାମବାଣ ପ୍ଲାଜମା ଦାନ କରିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ । ବ୍ରହ୍ମପୁର ମେଡିକାଲରେ ଏପର୍ଯ୍ୟନ୍ତ ୩ ଜଣ ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ରେଡ୍ ଜୋନଙ୍କୁ ଗ୍ରୀନ୍ ଜୋନକୁ ଆଣିବାକୁ ପ୍ରୟାସ କରାଯାଉଛି, କରୋନାକୁ ନେଇ ସମସ୍ତ ଗାଇଡଲାଇନ ପାଳନ କରନ୍ତୁ । କରୋନା ହାରିବ ଗଞ୍ଜାମ ଜିତିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

କରୋନାକୁ ରୋକିବା ପାଇଁ ଆସିଲା ସବୁଠାରୁ କମ ମୂଲ୍ୟର ଔଷଧ, ଜାଣନ୍ତୁ ଔଷଧର ମୂଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ ବିଭିନ୍ନ ପ୍ରକାରର ଔଷଧ ତିଆରି କରିଛନ୍ତି । କିନ୍ତୁ ଏସବୁ ମଧ୍ୟରୁ କିଛି ଔଷଧକୁ ବଜାରରେ ବିକ୍ରି କରିବା ପାଇଁ ଅନୁମତି ମିଳିଛି । କହିବାକୁ ଗଲେ ଏପର୍ଯ୍ୟନ୍ତ କରୋନାର ପ୍ରତିଷେଧକ ଟିକା ବାହାରି ପାରିନାହିଁ । ବୈଜ୍ଞାନିକ ମାନେ ପ୍ରତିଟି ସମୟରେ କରୋନା ପ୍ରତିଷେଧକ ଖୋଜିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତେବେ ଆଉ ଏକ କମ୍ପାନୀ କରୋନା ଭାଇରସ୍‌ର ସବୁଠାରୁ କମ ମୂଲ୍ୟର ଆଣ୍ଟି ଭାଇରସ ପ୍ରସ୍ତୁତ କରିଛି  ।

କରୋନା ପାଇଁ ସବୁଠାରୁ ସସ୍ତା ଔଷଧ ତିଆରି ହୋଇ ସାରିଛି । ଏହି ଔଷଧକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମଧ୍ୟ ଅନୁମତି ପାଇଛି । ଏହି ଔଷଧକୁ ବଜାରକୁ ଆଣିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଙ୍କ ଠାରୁ ଅନୁମତି ପାଇଛି । ଏହି ଔଷଧର ଗୋଟିଏ ଟାବଲେଟ୍ କେବଳ ୫୯ ଟଙ୍କା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି ।

ଏହି ଔଷଧର ନାମ ହେଉଛି ଫାଭିଟନ୍ । ଏହା ବ୍ରିଣ୍ଟନ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ ହୋଇଛି । କମ୍ପାନୀ ଦାବି କରିଛି ଯେ ଏକ ଆଣ୍ଟିଭାଇରାଲ୍ ଔଷଧ ଯାହା କରୋନା ରୋଗୀଙ୍କୁ କରୋନା ଭୂତାଣୁର ମୁକାବିଲା କରିବାରେ ସାହାଯ୍ୟ କରିବ । ଏହି ଔଷଧ ବଜାରରେ ଫାଭିପିରାଭିର ନାମରେ ମଧ୍ୟ ବିକ୍ରି ହୁଏ । ବ୍ରିଣ୍ଟନ୍ ଫାର୍ମା କହିଛନ୍ତି ଯେ ଫେଭିଟନ୍ ୨୦୦ ମିଲିଗ୍ରାମ ଟାବଲେଟରେ ଆସିବ । ଏକ ଟାବଲେଟର ମୂଲ୍ୟ ମାତ୍ର ୫୯ ଟଙ୍କା ହେବ ।

ବ୍ରିଣ୍ଟନ୍ ଫାର୍ମା ସିଏମଡି ରାହୁଲ କୁମାର ଦର୍ଡା କହିଛନ୍ତି ଯେ ଆମେ ଚାହୁଁଛୁ ଯେ ଏହି ଔଷଧ ଦେଶର ପ୍ରତ୍ୟେକ କରୋନା ରୋଗୀଙ୍କୁ ଦିଆଯାଉ। ଆମେ ଏହାକୁ ପ୍ରତ୍ୟେକ କୋଭିଡ୍ କେନ୍ଦ୍ରରେ ପହଞ୍ଚାଇବୁ । ଆମର ଔଷଧର ମୂଲ୍ୟ ମଧ୍ୟ ସ୍ଥିର ହୋଇଛି । ଏହା ଏକ ଶସ୍ତା ଔଷଧ । କମ୍ପାନୀ କହିଛି ଯେ ଏହି ସମୟରେ ସମସ୍ତଙ୍କୁ ଫାଭିପିରାଭିର ଔଷଧ ଦରକାର । ଏହି ଔଷଧ ସେହି ରୋଗୀଙ୍କ ପାଇଁ ସର୍ବୋତ୍ତମ, ଯେଉଁମାନଙ୍କର କରୋନାର ସାମାନ୍ୟ କିମ୍ବା ମଧ୍ୟମ ସଂକ୍ରମଣ ଥାଏ । କରୋନାଭାଇରସର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ DCGI ଦ୍ୱାରା ଫାଭିପିରାଭିର ଅନୁମୋଦନ କରାଯାଇଥିଲା । ବର୍ତ୍ତମାନ ଏହାକୁ ବଜାରକୁ ଆଣିବାକୁ ଅନୁମତି ଦିଆଯାଇଛି ।

କଳାହାଣ୍ଡିର ୨ ପଞ୍ଚାୟତ ସଟ୍‌ଡାଉନ୍‌: ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

କଳାହାଣ୍ଡି: ୭୨ ଘଣ୍ଟା ସଟଡାଉନରେ କଳାହାଣ୍ଡିର ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ପଞ୍ଚାୟତ  । କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଞ୍ଜିଗଡ ସରପଞ୍ଚ ଏଭଳି ନିଷ୍ପତି ନେଇଛନ୍ତି  । ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପୂରା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

ଆଜିଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ୍ ସଟଡାଉନ କଟକଣା ବଳବତ୍ତର ରହିବ  । କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସେବାକୁ ଏଥିରୁ ବାଦ ଦିଆଯାଇଛି। ତେବେ ବର୍ତ୍ତମାନ ରାଜ୍ୟର ୪ ଜିଲ୍ଲାରେ ଲକ୍‌ଡାଉନ୍ ଜାରି ରହିଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ।

ଏହି ସବୁ ଅଞ୍ଚଳରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ନୂଆକରି ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ସବୁ ଅଞ୍ଚଳ ଅପେକ୍ଷା  କଳାହାଣ୍ଡି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଏହି ୨ ପଞ୍ଚାୟତରେ କରୋନା ସ୍ଥିତିକୁ ଲକ୍ଷ୍ୟରେ ରଖି ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ ସମ୍ପୃକ୍ତ ଅଞ୍ଚଳକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ।

 

ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: ସିସିଟିଭି ଫୁଟେଜ୍ ହସ୍ତଗତ ପରେ ବି ପୋଲିସର ହାତ ଖାଲି

ସମ୍ୱଲପୁର: ସମ୍ବଲପୁରରେ ସକ୍ରିୟ ଅପରାଧୀ ଗୋଷ୍ଠୀ । ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାର ୮ ଦିନ ପରେ ବି ପୋଲିସ ହାତ ଖାଲି । ଗତ ୧୭ ତାରିଖରେ ସମ୍ବଲପୁର ସହରର ଚେରୁଆପଡା ଠାରେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଦେବାଶିଷଙ୍କୁ କିଛି ଦୁର୍ବୁତ୍ତ ଦାଦାବଟି ମାଗିଥିଲେ ।

ହେଲେ ଦେବାଶିଷ ତାଙ୍କ କଥା ଶୁଣିନଥିଲେ। ପରବର୍ତ୍ତୀ ସମୟରେ ଦେବାଶିଷଙ୍କୁ ପୁଣି ଟଙ୍କା ମାଗିଥିଲେ ଆଉ ଧମକ ମଧ୍ୟ ଦେଇଥିଲେ । ଦେବାଶିଷ ପୁଣି ଏହି ଧମକକୁ ଖାତିର ନକରି  ଦୁର୍ବୃତ୍ତଙ୍କୁ ଦାଦା ବଟି ନଦେବାରୁ ଏହି ଆକ୍ରମଣ ହୋଇଛି ।  ନିଜ ମାର୍କେଟ କମ୍ପ୍ଲେକ୍ସରେ ଥିବା ତାଙ୍କ ଅଫିସକୁ ଯାଇଥିବା ବେଳେ ଚାରି ଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ଏକ ଷ୍ଟିଲ  ରଡରେ ଦେବାଶିଷଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ଆଉ ଜଣେ  ବ୍ୟବସାୟୀ ସେଠାରେ ପହଞ୍ଚି ଦେବାଶିଷଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।  ହେଲେ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିଲେ  । ଘଟଣା ବେଳର ସମସ୍ତ ଦୃଶ୍ୟ ଏକ ସିସିଟିଭିରେ ରେକର୍ଡ ହୋଇଛି  ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଦେବାଶିଷଙ୍କ ଦୁଇ ହାତ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି  । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ରେ ଭର୍ତି କରାଯାଇଛି । ସେପଟେ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପ ବସିବା ସମସ୍ତ ବ୍ୟବସାୟୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

ମଶା କାହିଁକି ମଣିଷ ମାନଙ୍କର ରକ୍ତ ପିଅନ୍ତି, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି ? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ ? ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି । ବୈଜ୍ଞାନିକମାନେ ଏହା କାରଣ ଖୋଜିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବିଶ୍ୱ ଆରମ୍ଭରେ ମଶା ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ । ମଶା ମାନଙ୍କର ପ୍ରକୃତି ଧୀରେ ଧୀରେ ବଦଳି ଯାଇଛି । ମଶାମାନେ ଶୁଖିଲା ଅଞ୍ଚଳରେ ରହୁଥିବାରୁ ମଣିଷ ଏବଂ ଅନ୍ୟ ପ୍ରାଣୀମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ । ଯେତେବେଳେ ବି ପାଗ ଶୁଖିଲା ଥାଏ ଏବଂ ମଶାମାନେ ସେମାନଙ୍କର ପ୍ରଜନନ ପାଇଁ ପାଣି ପାଆନ୍ତି ନାହିଁ, ସେତେବେଳେ ସେମାନେ ମଣିଷ କିମ୍ବା ପଶୁମାନଙ୍କର ରକ୍ତ ଶୋଷିବା ଆରମ୍ଭ କରନ୍ତି ।

ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭରସିଟିର ବୈଜ୍ଞାନିକମାନେ ଆଫ୍ରିକାର ଏଡିସ୍ ଏଜିପ୍ଟିର ମଶା ମାନଙ୍କ ଉପରେ ଅଧ୍ୟୟନ କରିଥିଲେ । ଏମାନେ ହେଉଛନ୍ତି ସେହି ମଶା ଯେଉଁ ମାନଙ୍କ ଦ୍ୱାରା ଜିକା ଭାଇରସର ବିସ୍ତାର ହୁଏ । ଯେଉଁଥିପାଇଁ ଡେଙ୍ଗୁ ଏବଂ ହଳଦିଆ ଜ୍ୱର ହୁଏ । ନ୍ୟୁ ସାଇଣ୍ଟିଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଫ୍ରିକାର ମଶାମାନଙ୍କରେ ଅନେକ ପ୍ରଜାତିର ଏଡିସ୍ ଏଜିପ୍ଟି ମଶା ଅଛନ୍ତି । ସମସ୍ତ ପ୍ରଜାତିର ମଶାମାନେ ରକ୍ତ ପିଅନ୍ତି ନାହିଁ । ସେମାନେ ଅନ୍ୟାନ୍ୟ ଜିନିଷ ଖାଇବା ଏବଂ ପିଇ ବଞ୍ଚନ୍ତି । ପ୍ରିନ୍ସଟନ୍ ୟୁନିଭରସିଟିର ଗବେଷକ ନୌହା ରୋଜ କହିଛନ୍ତି ଯେ ଏପର୍ଯ୍ୟନ୍ତି ବିଭିନ୍ନ ପ୍ରଜାତିର ମଶା ମାନଙ୍କର ଖାଦ୍ୟ ଏପର୍ଯ୍ୟନ୍ତ କେହି ଅଧ୍ୟୟନ କରିନାହାଁନ୍ତି । ଆଫ୍ରିକାର ୨୭ ଟି ସ୍ଥାନରୁ ଏଡିସ୍ ଏଜିପ୍ଟି ମଶା ମାନଙ୍କର ଅଣ୍ଡାରେ ପରୀକ୍ଷା କରାଯାଇଥିଲା ।

ଅଣ୍ଡାରୁ ମଶା ମାନଙ୍କୁ ବାହାର କରାଯାଏ । ତା’ପରେ ମଣିଷ, ଅନ୍ୟ ଜୀବ, ଗିନି ଘୁଷୁରୀ ପରି ସେମାନଙ୍କୁ ଲ୍ୟାବରେ ବନ୍ଦ କୋଠରୀରେ ଛାଡି ଦିଆଯାଇଥିଲା ।  ଯାହା ଦ୍ୱାରା ପରୀକ୍ଷାରୁ ଜଣା ପଡ଼ିଥିଲା କି ମଶାର ରକ୍ତ ପିଇବାର ପଦ୍ଧତି । ଏହା ପରେ ବିଭିନ୍ନ ପ୍ରଜାତିର ଏଡ୍ସ ଏଜିପ୍ଟି ମଶାର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଗଲା । ନେହା କହିଛନ୍ତି ଯେ ଭୁଲ ପ୍ରମାଣିତ ହୋଇଛି ଯେ ସମସ୍ତ ମଶା ରକ୍ତ ପିଉଛନ୍ତି ।

ରକ୍ତ ସେହି ଅଞ୍ଚଳ ମାନଙ୍କର ପିଉଛନ୍ତି ଯେଉଁ ସ୍ଥାନରେ ମରୁଥି, ଗରମ, କିମ୍ବା ପାଣିର ମାତ୍ରା ବହୁତ କମ ରହିଛି । ଏବଂ ସେହି ସମୟରେ ମଶା ମାନେ ପ୍ରଜନନ କରିବା ପାଇଁ  ଏହା ଆର୍ଦ୍ରତା ଆବଶ୍ୟକ କରନ୍ତି । ଯେଉଁଥି ପାଇଁ ଜଳର ଅଭାବକୁ ପୂରଣ କରିବା ପାଇଁ ମଶାମାନେ ମଣିଷ ଏବଂ ଅନ୍ୟ ଜୀବମାନଙ୍କର ରକ୍ତ ପିଇବା ଆରମ୍ଭ କରନ୍ତି ।

ଏହି ପରିବର୍ତ୍ତନ ଅନେକ ହଜାର ବର୍ଷ ମଧ୍ୟରେ ମଶା ମାନଙ୍କ ଭିତରେ ଆସିଛି । ଏଡିସ୍ ଏଜିପ୍ଟି ମଶାମାନଙ୍କ ବିଷୟରେ ବିଶେଷ କଥା ହଉଛି ସହର ବଢ଼ୁଥିବା କାରଣରୁ ଜଳ ଅଭାବ ସହିତ ଲଢ଼ିବା ଆରମ୍ଭ କଲେ । ତା’ପରେ ସେମାନେ ମାଣିଷ ରକ୍ତ ଏକ ଉପଯୁକ୍ତ ପନ୍ଥା ଆପଣେଇଥିଲେ ।

ଅନଲାଇନ୍‌ କ୍ଲାସ ପାଇଁ ଗାଁରେ ନେଟ୍‌ୱର୍କ ନାହିଁ, ସେଥିପାଇଁ ପାହାଡ଼ ଉପରେ ଚାଲିଛି ପାଠପଢ଼ା

ରାଜସ୍ଥାନ: ପାହାଡ଼ ଉପରେ ଚାଲିଛି ଭବିଷ୍ୟତ ଗଢ଼ା । ଶିଖର ଉପରେ ବସି ଗ୍ରହଣ କରୁଛନ୍ତି ଶିକ୍ଷାର ପ୍ରକୃତ ମୂଲ୍ୟ ବୋଧକୁ । ଅନଲାଇନରେ ପ୍ରତ୍ୟେକ ଦିନ ଚାଲିଛି ଅଙ୍କ କସା ।  ପ୍ରତ୍ୟେକ ଦିନ ବସ୍ତାନିକୁ କାନ୍ଧରେ କାନ୍ଧେଇ ପାହାଡ଼ର ଶିଖରରୁ ଶିକ୍ଷାକୁ ଛୁଇଁବାର ଚାଲିଛି ପ୍ରୟାସ । ଏଭଳି ସଂଘର୍ଷ କେବଳ ନହାରିବା ପାଇଁ । କରୋନାକୁ ପଛରେ ପକାଇ ଆଗକୁ ବଢ଼ିବା ପାଇଁ । ଏବେ କରୋନା ପାଇଁ ଚାଲିଛି ଅନଲାଇନ୍ କ୍ଲାସ୍‌ । ଜଣେ ଛାତ୍ର ୨ କିଲୋମିଟର ଦୂରରେ ଥିବା ପର୍ବତକୁ ଯାଇ ସକାଳ ୮ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପଢ଼ୁଛନ୍ତି ପାଠ । ପାହାଡ଼ ଉପରେ ଘର ଭଳି ପଡ଼ିଛି ଚେୟାର ଏବଂ ଟେବୁଲ । ଟେବୁଲ ଉପରେ ରହିଛି ପାଠ ବହି ଆଉ ଚାଲିଛି ପାଠ ପଢ଼ା ।

କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱ ଦେଶ ରାଜ୍ୟ ଏଥିରେ କବଳିତ ହୋଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ପ୍ରତିଷେଧକ ବାହାରି ନାହିଁ । କରୋନା ସଂକ୍ରମଣ ଏଭଳି ଏକ ରୋଗ ଯାହା ଦେହରୁ ଦେହକୁ ବ୍ୟାପିଥାଏ । ଯଦି ଏହି ରୋଗରୁ ବଞ୍ଚିବାର ଅଛି ତେବେ କେବଳ ସାମାଜିକ ଦୂରତା ହିଁ ଏହାର ଏକମାତ୍ର ପ୍ରତିଷେଧକ । ଏଥିପାଇଁ ସାରା ଦେଶରେ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । କେବଳ ଅନଲାଇନରେ ହିଁ ଚାଲିଛି ପାଠ ପଢ଼ା । ସେଥିପାଇଁ ପୁରା ଦେଶରେ ଛାତ୍ରଛାତ୍ରୀ ଏବେ ନେଟ ଉପରେ ନିର୍ଭର କରିଛନ୍ତି । କାରଣ ଇଣ୍ଟରନେଟ ଦୁର୍ବଳ ହେଲେ ପାଠ ପଢ଼ା ହୋଇପାରିବ ନାହିଁ ।

ସୂଚନା ଅନୁଯାୟୀ, କୋଭିଡ -୧୯ କ୍ରମାଗତ ୪ ମାସ ଧରି ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ସମୟରେ ଦେଶରେ ଅନଲାଇନ୍ ଶିକ୍ଷା ଆରମ୍ଭ ହୋଇଛି । କିନ୍ତୁ ଅନଲାଇନ ପାଠପଢ଼ା ଦେଶରେ କେତେକ ଗ୍ରାମାଞ୍ଚଳ ପାଇଁ ଏକ ବଡ଼ ଆହ୍ୱାନ । କାରଣ ସେଠାରେ ଦିନ ଦିନ ଧରି କରେଣ୍ଟ ଆସେ ନାହିଁ ତ ମୋବାଇଲରେ ଭଲ ନେଟଓ୍ୱର୍କ ଆସିବ କେମିତି । ଏ ଘଟଣା ହେଉଛି ରାଜସ୍ଥାନର ବାରମର୍ ଜିଲ୍ଲାର ଦାରୁଦା ଗାଁର ।

ଯେଉଁଠାରେ କେବଳ ଅନଲାଇନ୍‌ କ୍ଲାସ ପାଇଁ ପ୍ରତିଦିନ ହରିଶଙ୍କୁ ପାହାଡ଼ ଉପରକୁ ଯିବାକୁ ପଡ଼େ । ଏବେ ଅନଲାଇନ୍ କ୍ଲାସ୍ ଚାଲିଛି କିନ୍ତୁ ଗାଁରେ କୌଣସି ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ । ତେଣୁ, ପ୍ରତିଦିନ ୨ କିଲୋମିଟର ଦୂରରେ ପର୍ବତ ଉପରକୁ ଚଢ଼ି ସକାଳ ୮ ରୁ ୧ଟା ପର୍ଯ୍ୟନ୍ତ ପାଟ ପଢ଼ିଥାନ୍ତି ହରିଶ । ଦାରୁଦା ଗାଁର ଜବାହର ନବୋଦୟ ବିଦ୍ୟାଲୟାରେ ସପ୍ତମ ଶ୍ରେଣୀରେ ପାଠ ପଢ଼ନ୍ତି ହରିଶ ।

ରାଜ୍ୟରେ ପୁଣି ଜଣେ ବିଧାୟକଙ୍କୁ କରୋନା…

ଗଞ୍ଜାମ: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁଦିନ ଏଥିରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨୨ ହଜାର ୬ଶହ ୯୩କୁ ବୃଦ୍ଧି ପାଇଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏଥିରେ ଦିନକୁ ଦିନ କରୋନା ଯୋଦ୍ଧାଙ୍କ ସହ ବିଭିନ୍ନ ରାଜନେତା ମାନେ ମଧ୍ୟ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ତେବେ ରାଜ୍ୟରେ ଆଉଜଣେ ବିଧାୟକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଖାଲି ସେତିକି ନୁହେଁ ବିଧାୟକଙ୍କ ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଦୁଇଦିନ ଜ୍ୱର ହେବା ପରେ ବିଧାୟକ ଭୁବନେଶ୍ଵରର ଏକ ଘରୋଇ ମେଡ଼ିକାଲରେ ନିଜର କରୋନା ପରୀକ୍ଷା କରାଇଥିଲେ । ତେବେ ବିଧାୟକଙ୍କର ପଜିଯିଭ ବାହାରିବା ପରେ ତାଙ୍କ ସ୍ତ୍ରୀଙ୍କ କରୋନା ପରୀକ୍ଷା ପରେ ପଜିଟିଭ ରିପୋର୍ଟ ଆସିଥିଲା । ସେ ଦୁହେଁ ଏବେ ଭୁବନେଶ୍ୱର କ୍ୱାଟରରେ ରହି ଚିକିତ୍ସିତ ହେଉଛନ୍ତି ।