spot_img
Home Blog Page 6641

ରାମ ମନ୍ଦିର ନିର୍ମାଣକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ମତାମତ ସୃଷ୍ଟି କଲା ଝଡ଼, ଜାଣନ୍ତୁ କଣ ଏମିତି କହିଲେ ଜଗଦଗୁର…

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ସୁଦ୍ଧା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଶୁଭ ମୁହୂର୍ତ୍ତ ଉପରେ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜା ପ୍ରଶ୍ନ ଉଠାଇଛନ୍ତି । ଶଙ୍କରାଚାର୍ଯ୍ୟ ଦାବି କରିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଜନତାଙ୍କ ରାୟ ନିଆଯାଉ ।

ଆପଣଙ୍କୁ କହି ରଖୁଛୁ ଯେ, ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର  ତିଆରି ପାଇଁ  ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରର ନିର୍ମାଣ ପାଇଁ ରାମଲଲା  ଟ୍ରଷ୍ଟ ତାରିଖ ସ୍ଥିର କରିସାରିଛନ୍ତି । ଅଗଷ୍ଟ ୫ରେ ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଇ ଦିଆଯାଇଛି । କିନ୍ତୁ ଏବେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ  ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜା ପ୍ରଶ୍ନ ଉଠାଇଛନ୍ତି ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମନ୍ଦିରର ଶୁଭ ମୁହୂର୍ତ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏହି ସମୟକୁ ଅଶୁଭ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି ଯେ, ଆମେ ତ ରାମଙ୍କ ଭକ୍ତ ରାମ ମନ୍ଦିର କିଏ ବି ତିଆରି କରୁ ଆମେ ଖୁସି ହେବୁ କିନ୍ତୁ  ଏଥିପାଇଁ ଉଚିତ୍ ତିଥି ଓ ଶୁଭ ମୁହୂର୍ତ୍ତ ହେବା ଆବଶ୍ୟକ । ଯେତେବେଳେ ରାମଲାଲାଙ୍କ ଭବ୍ୟ ମନ୍ଦିର ଜନସାଧାରଣଙ୍କ ଟଙ୍କାରେ ହିଁ ତିଆରି ହେଉଛି ସେତେବେଳେ ମନ୍ଦିର କେମିତି ହେବା ଆବଶ୍ୟକ ତାହା ଉପରେ ସେମାନଙ୍କ ମତାମତ ମଧ୍ୟ ନେବା ଦରକାର  । ସେ ଦାବି କରିଛନ୍ତି ଯେ, ଭଗବାନ ରାମଙ୍କ ମନ୍ଦିର କମ୍ବୋଡ଼ିଆର ଆଙ୍କୋରବାଟ ଭଳି ବଡ଼ ଏବଂ ଭବ୍ୟ ହେଉ ।

ଅନ୍ୟପକ୍ଷରେ ଏହାକୁ ନେଇ ଅଯୋଧ୍ୟାର ସନ୍ଥ ସମଜା ଶଙ୍କରାଚାର୍ଯ୍ୟଙ୍କୁ ନିଶାନାକୁ ନେଇଛନ୍ତି । ସେମାନେ   ସିଧା ଶଙ୍କରାଚାର୍ଯ୍ୟଙ୍କୁ ଶାସ୍ତ୍ରର୍ଥର ଆହ୍ୱାନ ଦେଇଛନ୍ତି ।  ହନୁମାନ ଚାଳିଶାଠାରୁ ଆରମ୍ଭ କରି ଋକ୍ ବେଦ ପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କୁ ସବୁର ଜ୍ଞାନ ଯଦି ଅଛି ତେବେ ଏଠାରେ ଆସି ସାବ୍ୟସ୍ତ କରନ୍ତୁ ଯେ, ୫ ଅଗଷ୍ଟରେ ଭୂମି ପୂଜା କରିବା କାହିଁକି ଅଶୁଭ ବୋଲି ଅଯୋଧ୍ୟା ସନ୍ଥ ସମାଜ କହିଛି ।

ରାମଲଲାଙ୍କ ଭବ୍ୟ ମନ୍ଦିରର ନୂଆ ମଡେଲର ଡିଜାଇନ ମଧ୍ୟ ସାମ୍ନାକୁ ଆସି ସାରିଛି । ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ଏବେ ରାମ ମନ୍ଦିର ୩ ହଲାର ବିଶିଷ୍ଟ ହେବ ଯାହାର ଉଚ୍ଚତା ୨୬୮ଫୁଟ୍ ହେବ ଏବଂ ଚଉଡ଼ା ୧୬୧ ଫୁଟ୍ ହେବ । ଗର୍ଭଗୃହ, ସିଂହ ଦ୍ୱାର , ନୃତ୍ୟ ମଣ୍ଡପ ଏବଂ ରଙ୍ଗ ମଣ୍ଡପରେ କୌଣସି ପରିବର୍ତ୍ତନ ହେବା ନାହିଁ ।

କୋଭିଡ୍ ଗାଇଡଲାଇନ୍ ଉଲଙ୍ଘନ ପରେ ବିଏମସି ସିଲ୍ କଲା ରୋଲର୍ ମିଲ୍, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ…

ରାଜଧାନୀରେ କରୋନା ସଂକ୍ରମଣ ଉପରେ ରୋକ୍ ଲାଗୁନି । ଗଞ୍ଜାମ ପରେ ରାଜଧାନୀ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଆଗରେ ରହିଛି । ତେବେ ସଂକ୍ରମଣ ରୋକିବା ପାଇଁ ବିଏମସି ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛି । ହେଲେ କିଛି ଉଦ୍ୟାଗ କୋଭିଡ୍ ଗାଇଡଲାଇନ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି । ଏହିଭଳି ଏକ ଘଟଣା ମଞ୍ଚେଶ୍ୱରସ୍ଥିତ ଉଦ୍ୟୋଗରୁ ଦେଖିବାକୁ ମିଳିଛି ।

ମଞ୍ଚେଶ୍ୱର କୁଞ୍ଜ ରୋଲର୍ ମିଲ୍ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ନେଇଛି । ସଂପୃକ୍ତ ମିଲ୍ କୋଭିଡ୍ ଗାଇଡଲାଇନ୍ ଭାଙ୍ଗିଥିବା ଜଣାଇ ବିଏମସି କର୍ତ୍ତୃପକ୍ଷ ଏହାକୁ ସିଲ୍ କରିଛନ୍ତି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ମିଲ୍ ସିଲ୍ ରହିବା ସ୍ପଷ୍ଟ ହୋଇଛି ।   

ସାବଧାନ ! ଆପଣଙ୍କ ପାଖରେ ନାହିଁ ତ ଏହି ନୂଆ ଲକ୍ଷଣ, ବୈଜ୍ଞାନିକମାନେ କହିଲେ ସତର୍କ ହୁଅ !

ନୂଆଦିଲ୍ଲୀ: କରୋନା ଭାଇରସ୍ ଯେତେ ଯେତେ ବ୍ୟାପୁଛି ସେତେ ସେତେ ଏହାର ଲକ୍ଷଣର ପରିସର ମଧ୍ୟ ବଢିବାରେ ଲାଗିଛି । ସ୍ପେନର ମାଡ୍ରିଡରେ ଥିବା ରାମୋନ୍ ବାଇ କାଜଲ୍ ୟୁନିଭରସିଟି ହସ୍ପିଟାଲର ବିଶେଷଜ୍ଞମାନେ କହିଛନ୍ତି ଯେ ପାଟି ଭିତରେ ତାଳୁରେ ଘା ’ ବା ନାଲି ରଙ୍ଗର ଚିହ୍ନ ମଧ୍ୟ ସଂକ୍ରମଣର ଲକ୍ଷଣ ହୋଇପାରେ ।

ଜାମା ଡର୍ମାଟୋଲାଁଜିରେ ପ୍ରକାଶିତ ଅଧ୍ୟୟନରେ, ବୈଜ୍ଞାନିକମାନେ ମାର୍ଚ୍ଚ ୩୦ରୁ ଏପ୍ରିଲ ୮ ମଧ୍ୟରେ ୨୧ଜଣ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଅଧ୍ୟୟନ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଅଧ୍ୟୟନରେ ୬ ଜଣ ରୋଗୀଙ୍କ ପାଟି ଭିତରେ ଛୋଟ ଦାଗ ଦେଖାଯାଉଥିଲା ଯାହା ନାକ ଏବଂ ଗଳା ଭିତରେ ମଧ୍ୟ ରହିଥିଲା । ଏବଂ କରୋନାର ଏହି ଲକ୍ଷଣ ଦେଖାଇଯାଉଥିବା ରୋଗୀମାନଙ୍କ ବୟସ ୪୦ ରୁ ୬୯ ବର୍ଷ ମଧ୍ୟରେ ଥିଲା ।

ସଂକ୍ରମିତଙ୍କ ପାଟି ଯାଞ୍ଚ କରିବା ଜରୁରୀ

ଡାକ୍ତରମାନେ କହିଛନ୍ତି ଯେ, ସଂକ୍ରମିତଙ୍କ ପାଟି ପରୀକ୍ଷଣ କରିବା ଆବଶ୍ୟକ । ଯଦି ସତର୍କତାର ସହ ପାଟି ପରୀକ୍ଷା କରାଯାଉ ନାହିଁ କିମ୍ବା ଏହାକୁ ଅଣଦେଖା କରାଯାଉଛି ତେବେ ଏହି ସ୍ଥାନରେ ସଂକ୍ରମଣ ବିସ୍ତାର ହେବାର ସମ୍ଭାବନା ଅଧିକ ରହିଛି । ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରୋଟୋକଲରେ ENT ବିଶେଷଜ୍ଞ ରହିବା ଆବଶ୍ୟକ ଯାହା ଦ୍ୱାରା ଏହି ସମସ୍ୟାଗୁଡିକ ଠିକ ସମୟରେ ଚିହ୍ନଟ ହୋଇପାରିବ ।

ଲେହରୁ ଦିଲ୍ଲୀ ଆସିଲା ମା’ କ୍ଷୀର, କାରଗୋ ବିମାନରେ ହଜାର କିଲୋମିଟରୁ ପ୍ରତିଦିନ ପହଞ୍ଚୁଛି କ୍ଷୀର….

ଲେହରୁ ଦିଲ୍ଲୀ । ଦୂରତା ପ୍ରାୟ ୧ହଜାର କିଲୋମିଟର  । ତେବେ ମା’ର ମମତା ଆଗରେ ତୁଚ୍ଛ ହୋଇଛି ଦୂରତ୍ୱର ପ୍ରତିବନ୍ଧକ । ଏତେ ଦୂରରେ ଥାଇ ମଧ୍ୟ ମା’ ସ୍ତନାମୃତର ସ୍ପର୍ଶ ପାଇଛି ନବଜାତ ଶିଶୁ । କରୋନା କାଳରେ ରାଜଧାନୀ ସମେତ ସାରା ଦେଶରେ ଲାଗିଛି ଅଘୋଷିତ ରୋକ୍ । ତା ଉପରେ ପୁଣି ସରକାରଙ୍କ ଲକଡାଉନ୍ ଆଉ ସଟଡାଉନ୍ । ଏସବୁ ଭିତରେ ଏକ ନବଜାତ ଶିଶୁ ତା ମାଠାରୁ ବିଚ୍ଛ୍ୟେଦ ହୋଇ ଦିଲ୍ଲୀ ଡାକ୍ତରଖାନାରେ ରହିଛି ।

ମା ରହିଛି ଲଦାଖ ଲେହରେ  । ତେବେ ଶିଶୁକୁ ପାଉଡର କ୍ଷୀର ନରୁଚିବା ପରେ ବାପା ୱାଙ୍ଗୁଡୁଙ୍କୁ ଘାରିଥିଲା ଚିନ୍ତା । ତେବେ ବାଧ୍ୟ ହୋଇ ଲେହରୁ ମଗାଯାଇଥିଲା ମା କ୍ଷୀର । ଲେହରେ ଚିକିତ୍ସିତ ଥିବା ତାଙ୍କ ମା ପ୍ରତି ଦିନ କ୍ଷୀର ପଠାଉଛନ୍ତି ଦିଲ୍ଲୀ । ତେବେ କାରଗୋ ବିମାନ କ୍ଷୀର ନେଇ ଦିଲ୍ଲୀରେ ପହଞ୍ଚୁଛି । ଏଥିପାଇଁ ଟଙ୍କା ମଧ୍ୟ ବିମାନ ଟଙ୍କା ମଧ୍ୟ ନାହିଁ ।

କାରଗୋ ବିମାନ ପହଞ୍ଚିବା ପରେ ଶିଶୁ ପିତା ବିମାନ ବନ୍ଦରରେ ପହଞ୍ଚି କ୍ଷୀର ସଂଗ୍ରହ କରି ଦିଲ୍ଲୀସ୍ଥିତି ମେଡିକାଲରେ ପହଞ୍ଚାଇ ଥାଆନ୍ତି । ଏଭଳି ଏକ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ଶୀର୍ଷରେ ରହିଥିବା ବେଳେ ଲୋକେ ପିତାମାତାଙ୍କ ଅସ୍ଥିତ୍ୱର ମୂଲ୍ୟବୋଧକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସା ମିଳୁଛି ।

ବେଆଇନ ଗୋରୁ ଚାଲାଣ କରୁଥିବା ଟ୍ରକକୁ ଜବତ କଲା ପୋଲିସ, ୮୦ରୁ ଅଧିକ ଗୋରୁ ଉଦ୍ଧାର

ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବଢିଛି । ବାଲେଶ୍ଵର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ଖନ୍ତାପଡାରେ ୮ଟି ଗୋରୁ ବୁଝେଇ ଟ୍ରକ ଜବତ ହୋଇଛି । ପୋଲିସ୍ ୧୧ ଜଣଙ୍କୁ ଅଟକ ରଖିଛି ପଚରା ଉଚରା କରୁଛି । ଏହି ରାସ୍ତା ପ୍ରତିଦିନ ଶହଶହ ଗୋରୁ ବୋଝେଇ ଗାଡି ଯାତାୟାତ କରୁଥିବା ନେଇ ଆଗରୁ ଆଭିଯୋଗ ହୋଇ ଆସୁଥିଲା ।

ଖନ୍ତାପଡା ଆଇଆଇସି ସଂଜୟ କୁମାର ପରିଡାଙ୍କ ନେତୃତ୍ୱରେ ଏକ ଟିମ ପାଟ୍ରୋଲିଂ କରିଥିଲା । ଏହି ସମୟରେ ୮ଟି ଗାଡି ଜବତ ହୋଇଛି । ଗାଡ଼ି ଭିତରୁ ୮0ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ତେବେ ଗୋଚାଲାଣ ନେଇ ପୋଲିସ ସବିଶେଷ ତଥ୍ୟ ସଂଗ୍ରହ କରୁଛି ।

ସ୍କୁଲ ନଖୋଲିଲା ପର୍ଯ୍ୟନ୍ତ ଫି’ ଛାଡ,ଜାଣନ୍ତୁ କେଉଁଠି

ଗାନ୍ଧିନଗର: ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗୁଛି । ପ୍ରତ୍ୟେକ ଦିନ କରୋନା ଭାଇରସର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ କରୋନା ଭାଇରସ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ୍ ଲାଗି ରହିଛି । ଏବଂ ଏଥିପାଇଁ ସ୍କୁଲ ମଧ୍ୟ ସବୁ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଗୁଜୁରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଜୁରାଟ ସରକାର ବଡ଼ ନିଷ୍ପତ୍ତି ନେଇ ଅଭିଭାବକଙ୍କୁ ସ୍କୁଲ ଫିସ୍ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଜୁରାଟ ସରକାର ବିଜ୍ଞପ୍ତି ଜାରି କରି ଅଭିଭାବକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଗୁଜୁରାଟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଯେବେ ପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ୍ ଫିସ୍ ଦେବେ ନାହିଁ ଅଭିଭାବକ । ଅନ୍ୟପଟେ ଯଦି ସ୍କୁଲ ତରଫରୁ ଫିସ୍ ପାଇଁ ଦାବି କରାଯାଏ ତେବେ ଶିକ୍ଷା ଅଧିକାରୀ ତାଙ୍କ ଉପରେ ଆକ୍ସନ ନେବେ ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ଅଭିଭାବକମାନେ ପିଲାମାନଙ୍କର ସ୍କୁଲ ଫିସ୍ ଜମା କରିଛନ୍ତି, ସେମାନେ ସ୍କୁଲ ଖୋଲିବା ପରେ ସେମାନଙ୍କୁ ଫିସ୍ ଫେରସ୍ତ କରାଯାଉ କିମ୍ବା ସେହି ଫିକୁ ଆସନ୍ତା ମାସରେ ଚଢାଯାଉ । ତେବେ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଗୁଜୁରାଟର ଘରୋଇ ବିଦ୍ୟାଳୟଗୁଡ଼ିକ ପ୍ରତିବାଦ କରିଛନ୍ତି । ଗୁଜୁରାଟର ଘରୋଇ ସ୍କୁଲ ମଣ୍ଡଳ ବର୍ତ୍ତମାନଠାରୁ ଅନଲାଇନ୍ କ୍ଲାସ୍ ଦେବାକୁ ମନା କରିଦେଇଛି ।

ପ୍ରକୃତ ଘଟଣା କଣ?

ଆପଣଙ୍କୁ କହି ରଖୁଛୁ ଯେ, କରୋନା ପାଇଁ ଯୋଗୁଁ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ, ବିଦ୍ୟାଳୟ ଆରମ୍ଭ ନହେବା ସତ୍ତ୍ୱେ ଅନେକ ସ୍କୁଲ ଅଭିଭାବକଙ୍କଠାରୁ ଶୁଳ୍କ ଆଦାୟ କରୁଥିଲେ। ଏହି ମାମଲାରେ ପିଆଇଏଲ ଦାଖଲ କରାଯାଇଥିଲା। ପିଆଇଏଲ ପରେ ଗୁଜୁରାଟ ହାଇକୋର୍ଟଙ୍କୁ ଗୁଜୁରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଗୁଜୁରାଟ ସରକାର ଏ ବାବଦରେ ବିଜ୍ଞପ୍ତି ଜାରି କରିଛନ୍ତି।

୭ ଦିନ ପାଇଁ ବନ୍ଦ ରାୟଗଡା ଜିଲ୍ଲା, ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଅପିଲ୍ କଲା ପ୍ରଶାସନ…..

କରୋନା ସଂକ୍ରମଣ ଜିଲ୍ଲାରେ ସକ୍ରିୟ ହେବା ପରେ ରାୟଗଡା ଜିଲ୍ଲା ସପ୍ତାହେ ପାଇଁ ସଟଡାଉନ ହୋଇଛି । ଆଜିଠୁ ୭ଦିନ ରାୟଗଡ଼ା ଜିଲ୍ଲା ବନ୍ଦ ରହିବ । ଜିଲ୍ଲାରୁ ୯୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି ।  ତେବେ ସଟଡାଉନ୍ ନିୟମାବଳୀ ନେଇ ଜିଲ୍ଲା ପ୍ରଶାସନ ଘୋଷଣା ମଧ୍ୟ କରିଛି । ଏହି ସାତ ଦିନିଆ ବନ୍ଦରେ ସମସ୍ତ ସହରରେ ଦୋକାନ ବଜାର ବନ୍ଦ ରହିବ ।

Rayagada

କେବଳ ପେଟ୍ରୋଲ୍ ପମ୍ପ ଖୋଲା ରହିବା ସହ ଜରୁରୀ ସେବା ଜାରି ରହିବ । ଔଷଧ ଦୋକାନ୍, ମେଡିକାଲ ଖୋଲା ରହିବ। ଅତି ଜରୁରୀ ନଥିଲେ ଘରୁ ବାହାରିବାକୁ ବାରଣ କରିଛି ପ୍ରଶାସନ । ପ୍ରତି ଛକରେ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯାଉଛି । ସେହିଭଳି ନିର୍ଦ୍ଦେଶନାମାକୁ ବେଖାତିର କରି ଅଯଥା ବାହାରେ ବୁଲିବାର ଦେଖିବାକୁ ମିଳିଲେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି ।

ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ, ପଶ୍ଚିମ ଓଡିଶା ସଂକ୍ରମିତଙ୍କୁ ଆଶ୍ୱସ୍ତି…..

ଭୁବନେଶ୍ୱର ଓ ବ୍ରହ୍ମପୁର ପରେ ରାଉଲକେଲା ଆଇଜିଏଚରେ ମିଳିବ ପ୍ଲାଜମା  । ପଶ୍ଚିମ ଓଡ଼ିଶାର ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ଏହି ଥେରାପି ବରଦାନ ପାଲଟିବ ।  ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ।

IGH

ଏଥିରେ ରାଉରକେଲାର IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ରାଉରକେଲାର IGH ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭ଶହରୁ ୧୭ଶହକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Naveen Pattnaik

ଏହାସହ ସୁନ୍ଦରଗଡ ଜିଲ୍ଲାରେ କୋଭିଡ ଯୋଦ୍ଧା ମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତରେ ପହଞ୍ଚିଛି । ଏନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟପଟେ ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା DMFରୁ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ସେଣ୍ଟର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆଉ CMRFରୁ ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଫେଲ୍‌ ମାରିଛି ପାଣି ପ୍ରକଳ୍ପ: କାର୍ଯ୍ୟକ୍ଷମ ହେଉନି ପୁରୁଣା, ନୂଆକୁ ବିରୋଧ

 ଚଣ୍ଡିଖୋଲ: ଲୋକଙ୍କୁ ଜଳ ସଙ୍କଟରୁ ମୁକ୍ତି ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା  । ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ହୋଇଥିଲା ତାହା ଏବେ ସ୍ଥାଣୁ ପାଲଟିଯାଇଛି  । ସେପଟେ ପୁରୁଣା ପ୍ରକଳ୍ପ କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆ ଯାଉନଥିବାବେଳେ ନୂଆ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ୱର  । 

ପାଣି ସଙ୍କଟରୁ ମୁକ୍ତି ପାଇଁ ଯାଜପୁର ଜିଲ୍ଲା ବଡଘୁମୁରି ପଞ୍ଚାୟତରେ ତିଆରି ହୋଇଥିଲା ପାନୀୟ ଜଳ ପ୍ରକଳ୍ପ  । ବସୁଧା ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଆରମ୍ଭ ଦିନରୁ ଲୋକଙ୍କୁ ପାଣି ଟୋପାଏ ମିଳୁନଥିବା ଅଭିଯୋଗ ହୋଇଛି  । ରକ୍ଷଣାବେକ୍ଷଣ ଅଭାବରୁ ପାଣି ପାଇପ ଭାଙ୍ଗିବାକୁ ବସିଲାଣି  । ପରିତ୍ୟକ୍ତ ହୋଇ ପଡି ରହିଛି ଟ୍ରାନ୍ସଫରମର ।

ଗୋଟିଏ ପଟେ ପୁରୁଣା ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବାବେଳେ ନୂଆ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ୱର  । ଗୋଚର ଜମିରେ ନିର୍ମାଣ ହେଉଥିବା ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି  ।

ଖୁବଶୀଘ୍ର ମରାମତି ହେବ ପୁରୁଣା ପ୍ରକଳ୍ପ  । ଏବଂ ନୂଆ ପ୍ରକଳ୍ପ ସଠିକ ସ୍ଥାନରେ ହେଉଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ  । ଲୋକଙ୍କ ସମସ୍ୟାର ସମାଧାନ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ  ।

 

ରାଜଧାନୀରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁରୁବାର ରେକଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରାଜ୍ୟ ଏବଂ ରାଜଧାନୀରେ କମିବାର ନା ହିଁ ଧରୁନାହିଁ । ତେବେ ଗୁରୁବାର ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ରାଜଧାନୀରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୮୦୫ ଜଣ  । ସେପଟେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫୧ ଜଣ ଏବେ ରାଜଧାନୀରେ ସକ୍ରିୟ ରହିଛନ୍ତି ।

୩୩ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ ପଟିଆର ଏକ ଘରୋଇ ଡାକ୍ତରଖାନାରୁ ୧, ଆଇଆର୍‌ସି ଭିଲେଜରୁ ୧, ୟୁନିଟ ୧ରୁ ୨, ନୟାପଲି ନୂଆସାହିରୁ ୧, ଆଇଆରସି ଭିଲେଜରୁ ୧, ୟୁନିଟ ୯ ଗ୍ରିଡକୋ କଲୋନୀରୁ ୧, ୟଚନିଟ ୨ରୁ ୧, ୟୁନିଟ ୪ ଏମ୍‌ଏଲ୍‌ଏ କରୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ ୩ ଚନ୍ଦ୍ରମା ଆପାର୍ଟମେଣ୍ଟ ପାଖରୁ ୧, ପୋଖରୀପୁଟ ଲିଙ୍ଗରାଜ ଆପାର୍ଟମେଣ୍ଟରୁ ୧, ଚକେଇସିଆଣିରୁ ୧, ପଳାଶୁଣି ପ୍ରାଚି ବିହାରରୁ ୧, ସେଣ୍ଟ୍ରାଲ ସରକାରୀ ଡାକ୍ତରଖାନାରୁ ୧, ଲୁଇସ୍‌ ରୋଡରୁ ୧, ଏକ ଘରୋଇ ଡାକ୍ତରଖାନାରୁ ୪, ଭରତପୁରରୁ ୧, ବୁଧେଶ୍ୱରୀ କଲୋନୀରୁ ୧, ସହିଦ ନଗରରୁ ୧, ମଞ୍ଚେଶ୍ୱରରୁ ୨, ଅଶୋକ ନଗରରୁ ୧, ନ୍ୟୁ ଫରେଷ୍ଟା ପାର୍କ ଅଞ୍ଚଳରରୁ ୧, ଆଉ ଏକ ଘରୋଇ ଡାକ୍ତରଖାନାରୁ ୨, ଗୋପବନ୍ଧୁ ନଗର ବସ୍ତିରୁ ୧, ୟୁନିଟ ୮ ସିବିଆଇ କଲୋନୀରୁ ୧, ଭୋଇ ନଗରରୁ ୧ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୨ ତାରିଖରେ ୧୨୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୧୭ । ତେବେ ସବୁଦିନ ଭଳି ବୁଧବାରର ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….