spot_img
Home Blog Page 6645

ପୁଣି ଉଠିଲା ବିଜୁଙ୍କୁ ଭାରତ ରତ୍ନ ଦାବି

ରାଉରକେଲା: ଓଡ଼ିଶା ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ନେଇ ପୁଣି ଦାବି ଉଠିଛି । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଵିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରିଵା ପାଇଁ ଦାବି ହୋଇଛି । ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି, ରାଉରକେଲା ଓକିଲ ସଂଘ, ବିଜୁ ଫାଉଣ୍ଡେସନ ସହ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଜୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।

ରାଉରକେଲା ସହରର ପାନପୋଷ ଜନତା ଧର୍ମଶାଳାଠାରେ ମହାତ୍ମାଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭାରେ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରାଯାଇଛି । ସଭାପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ଡକ୍ଟର ଗଣେଶୀଲାଲ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯିବ ।

ରାହୁଲଙ୍କ ସହ ପୋଲିସର ଦୁର୍ବ୍ୟବହାରକୁ ସଞ୍ଜୟ ରାଉତଙ୍କ ସମାଲୋଚନା: କହିଲେ, ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ

ମୁମ୍ୱାଇ: କଂଗ୍ରେସ ସାଂସଦ ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୋଲିସର ଦୁର୍ବ୍ୟବହାର ଘଟଣାକୁ ସମାଲୋଚନା ସଞ୍ଜୟ ରାଉତ । ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ରାଉତ କହିଛନ୍ତି ଯେ, ହାଥ୍‌ରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ପୋଲିସ ଯେଉଁ ଭଳି ଦୁର୍ବ୍ୟବହାର କରିଛି ତାକୁ ଦେଶରେ କେହିଁ ବି ସମର୍ଥନ କରିବେନାହିଁ । ରାହୁଲ ଗାନ୍ଧୀଙ୍କ ଗସ୍ତ ସମୟରେ ତାଙ୍କୁ ଯମୁନା ଏକ୍ସପ୍ରେସ ନିକଟରେ ପୋଲିସ ଦ୍ୱାରା ଅଟକା ଯାଇଥିଲା । ଆଉ ସେ ପିନ୍ଧିଥିବା ପୋଷାକର କଲର ଧରିବା ସହ ତାଙ୍କୁ ତଳେ ପକାଇଦେଇଥିଲା । ଦେଶର ଏକ ରାଜନୈତିକ ଦଳର ଶୀର୍ଷ ନେତାଙ୍କ ସହ ଏଭଳି ବ୍ୟବହାର ଗଣତନ୍ତ୍ର ସହ ଦୁଷ୍କର୍ମ । ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ  । ସେ ଆହୁରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁତ୍ର । ଉଭୟ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏ କଥାକୁ ଆମେ ଭୁଲିଯିବା ଉଚିତ୍ ନୁହେଁ ।

            ରାହୁଲ ଗାନ୍ଧୀଙ୍କ ସହିତ ହୋଇଥିବା ଦୁର୍ବ୍ୟବହାର ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳିଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିବା ସହ ଆଗାମୀ ଦିନରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଓଡ଼ିଶାରେ ପୂରାଇ ଦେବୁନି ବୋଲି ଚେତାବନୀ ଦେଇଛି ଦଳ ।

ଗ୍ରେଟର ନୋଏଡ଼ାରେ ରାହୁଲ, ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ୨୦୩ ନେତାଙ୍କ ବିରୋଧରେ ଏତଲା

 

ୟୁପି ଗଣଦୁଷ୍କର୍ମ ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସର ଡେମୋ, ପୀଡିତାଙ୍କ ପ୍ରତି ଦରଦ ନା ରାଜନୀତିର ଡେମୋ ?

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହାଥରସ କାଣ୍ଡ ପୁରା ଦେଶର ଆତ୍ମାକୁ ଖୀନଭିନ୍ କରିଛି । ଦେଶବ୍ୟାପୀ ଏହାକୁ ନେଇ ପ୍ରତିବାଦ ହେଉଛି । ବିଜେପି ଓ ଏହାର ଉତ୍ତରପ୍ରଦେଶ ଶାସନମୁଖ୍ୟ ଏବେ ସମାଲୋଚନାର ସେଣ୍ଟରଷ୍ଟେଜରେ ଅଛନ୍ତି । କିନ୍ତୁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେଲାଣି । ଭୁବନେଶ୍ୱରରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଯେଉଁଭଳି ପ୍ରତିବାଦ କରାଯାଇଛି, ତାହା ଅତିକମରେ ସେଇଆ ହିଁ କହୁଛି । ଏହି ପ୍ରତିବାଦରେ ପୀଡିତାଙ୍କ ପ୍ରତି ଦରଦ କମ ଅଧିକ ରାଜନୀତି ଥିଲା ଭଳି ଲାଗୁଛି । ପ୍ରତିବାଦ ନାଁରେ ରାଜ୍ୟ କଂଗ୍ରେସ ଷ୍ଟ୍ରିଟ୍ ପ୍ଲେକୁ ଓହ୍ଲାଇ ଆସିଛି । ଷ୍ଟ୍ରିଟ୍ ପ୍ଲେ ପୁଣି ନିଜ ନେତାଙ୍କୁ ସେଣ୍ଟର ଷ୍ଟେଜକୁ ଆଣିବାକୁ । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା କମ ନିଜ ନେତାଙ୍କ ଦିନକୁ ଦିନ କମୁଥିବା ରାଜନୈତିକ ଗ୍ରାଫକୁ ଉପରକୁ ଉଠାଇବାର ଉଦ୍ୟମ ଅଧିକ ଥିବା ଭଳି ପ୍ରତୀତ ହୋଇଥିଲା ।

CONGRESS_RALLY 3

ଭୁବନେଶ୍ୱରରେ ଆଜି କଂଗ୍ରେସ ଅଭିନବ ପ୍ରତିବାଦ ନାମରେ ଯାହା କରିଛି ତାହା ଏକରକମ ମୁଳ ପ୍ରସଙ୍ଗରୁ ଓହରି ଯିବା ଭଳି । ଏଥିରେ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ରାହୁଲ ଗାନ୍ଧୀଙ୍କୁ ପୋଲିସର ଦୁର୍ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ ଭବନରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିବା ଶୋଭାଯାତ୍ରାରେ ଉତ୍ତର ପ୍ରଦେଶ ପୋଲିସର ନକଲି ଡ୍ରେସ ପିନ୍ଧା କର୍ମୀ ସାମିଲ ଥିଲେ । ସେମାନେ କଂଗ୍ରେସ କର୍ମୀଙ୍କୁ ଅଟକାଉଥିଲେ । ନୋଏଡା ଏକ୍ସପ୍ରେସ ୱେରେ ଯେଉଁ ଢଙ୍ଗରେ ରାହୁଲଙ୍କୁ ଅଟକାଯାଇଥିଲା,ଠିକ୍ ସେଇଭଳି । ଏଥିରେ ରାହୁଲଙ୍କ ଭୂମିକାରେ କିଏ ଅବତୀର୍ଣ୍ଣ ହୋଇଥିଲେ ତାହା ତ ଜଣା ନାହିଁ କିନ୍ତୁ ଜଣେ କର୍ମୀ ନକଲି ପୋଲିସ ଧକ୍କାରେ ତଳେ ପଡୁଥିବା ଦେଖାଯାଇଥିଲା । ଏସବୁ ଦେଖି ଲାଗୁଥିଲା,କଂଗ୍ରେସ ପୀଡିତାଙ୍କ ପାଇଁ ନୁହେଁ ରାହୁଲଙ୍କ ପାଇଁ ବିକ୍ଷୋଭ କରୁଥିଲା । ରାହୁଲଙ୍କୁ କେମିତି ସେଣ୍ଟରଷ୍ଟେଜକୁ ଆଣିବା ତାହା ଥିଲା ଦଳର ଲକ୍ଷ୍ୟ ।

ଅବଶ୍ୟ ହଥରସ କାଣ୍ଡକୁ ଯେତିକି ବିରୋଧ କରାଯିବ ସେତିକି କମ । କିନ୍ତୁ ବିରୋଧ ନାଁରେ ଏଭଳି ସୋ’ବାଜି ବିରୋଧକୁ ହାଲୁକା କରିଦେଉନି କି ? କଂଗ୍ରେସର ଡେମୋ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ ହୋଇଥିଲା । ଦୋଷୀଙ୍କୁ ଦଣ୍ଡ ସହ ଆକ୍ରମଣକାରୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ, ଆନ୍ଦୋଳନ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦିଆଯାଇଥିଲା ।

 CONGRESS_RALLY 3

ସୂଚନାଯାେଗ୍ୟ, ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଦିଲ୍ଲୀରୁ ବାହାରିଥିଲେ । ଗ୍ରେଟର ନୋଏଡ଼ା ଏକ୍ସପ୍ରେସରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା । ଫଳରେ ସେଠାରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ପେଲାଠେଲା ମଧ୍ୟରେ ରାହୁଲ ତଳେ ପଡ଼ିଯାଇଥିଲେ । ସେଠାରୁ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା ଏବଂ ପରେ ଛାଡ଼ି ଦେଇଥିଲା ।

କଳାହାଣ୍ଡି ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ, ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ୍‌ ପାଇବେ ୧୨୦ ଗାଁ

କଳାହାଣ୍ଡି: କଳାହାଣ୍ଡିରେ ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡ଼ିହେଲା ନୂଆଫର୍ଦ୍ଦ । ବାନେରଠାରେ ନବନିର୍ମିତ ବିଦ୍ୟୁତ୍ ଗ୍ରୀଡ୍‌କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ରୀଡ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ୧୨୦ଟି ଗାଁର ୨୭ ହଜାର ଲୋକ ଉପକୃତ ହେବେ ।

Kalahandi GRID_INAGURATION 5

ଗ୍ରୀଡ୍‌ ଦ୍ୱାରା କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଭାବେ ଇନ୍ଦ୍ରାବତୀ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପନ୍ନ ବିଦ୍ୟୁତ୍‌କୁ ବ୍ୟବହାର କରିପାରିବ । ପୂର୍ବରୁ ଇନ୍ଦ୍ରାବତୀରୁ ଥିରୁଭାଲିକୁ ବିଦ୍ୟୁତ୍ ପରିବହନ ହେଉଥିଲା । ସେଠାରୁ କଳାହାଣ୍ଡିକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଥିଲା । ଏବେ ଏହାକୁ ୨୨୦କେଭିକୁ ଉନ୍ନୀତ କରାଯାଇ ଲଡୁଗାଁ ଓ ବଡୁକୁଟ୍‌ରୁକୁ ୩୩ କେଭି ଲାଇନ୍‌ରେ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

Kalahandi GRID_INAGURATION 5

ସୂଚନାଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଆଜିଠୁ କଳାହାଣ୍ଡିବାସୀ ବିଜୁଳି ପାଇବେ । ଏଥି ନିମନ୍ତେ ସଂଯୋଗ ସ୍ଥାପନ କରୁଥିବା ଜୟପାଟଣା ବ୍ଲକର ବାନେର ଗ୍ରୀଡ଼କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରି ଜିଲ୍ଲବାସୀଙ୍କ ବହୁ ଦିନର ସ୍ୱପ୍ନକୁ ସାକାର କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ଶକ୍ତିମନ୍ତ୍ରୀ ଭାବେ ସ୍ଥାନ ପାଇଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ଯୋଗୁଁ ବହୁ ପ୍ରତିକ୍ଷତ ଦାବି ପୁରଣ ହୋଇଛି । ଏଥିପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

Kalahandi GRID_INAGURATION 5

ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପରୁ ଥେରୋବାଲି ଗ୍ରୀଡ଼କୁ ୧୩୨ କେଭିର ବିଦ୍ୟୁତ ପରିବହନ ହେଉଥିଲା । ସେଠାରୁ ବିଦ୍ୟୁତ ଆସିବା ପରେ ଜିଲ୍ଲାବାସୀ ବିଦ୍ୟୁତ ପାଉଥିଲେ । ବର୍ତ୍ତମାନ ଜୟପାଟଣା ବ୍ଲକର ବାନେର ଗ୍ରୀଡ଼ ଠାରେ ୨୨୦ କେଭିକୁ ଉନ୍ନୀତ କରାଯାଇ ଲଡୁ ଗାଁ ଏବଂ ବଡ଼କୁଟରୁକୁ ୩୩ କେଭି ଲାଇନରେ ବିଦ୍ୟୁତ ପ୍ରଦାନ କରାଯିବ । ଏହାଦ୍ୱାରା କୋକସରା ବ୍ଲକର ଲଡୁ ଗାଁ ସବଷ୍ଟେସନରୁ ୫୧ଟି ଗାଁ ଓ ଜୟପାଟଣା ବ୍ଲକର ୨୫ ଟି ଗାଁର ୧୬ ହଜାର ବିଦ୍ୟୁତ ଗ୍ରାହକ ଉପକୃତ ହେବେ ।
Kalahandi GRID_INAGURATION 5

ପୁଣି ୧୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଶୁକ୍ରବାର ରାଜ୍ୟରେ ୩୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼ରୁ ୩, କଟକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଏବଂ ବରଗଡ, ଜଗତସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ପୁଣି ୩୬୦୦ ନୂଆ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର: ରାଜ୍ୟରେ ଆଉ ୩୬୦୦ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୦୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଅନୁଗୁଳରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୭, ବରଗଡ଼ରୁ ୧୦୬, ଭଦ୍ରକରୁ ୮୨, ବଲାଙ୍ଗିର ୯୯, ବୌଦ୍ଧରୁ ୪୭, କଟକରୁ ୩୫୮, ଦେଓଗଡ଼ରୁ ୧୧, ଢ଼େଙ୍କାନାଳରୁ ୪୭, ଗଜପତିରୁ ୧୯, ଗଞ୍ଜାମ ୩୧, ଜଗତସିଂହପୁରୁ ୭୩, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୪୧, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୯୭, କେନ୍ଦ୍ରାପଡ଼ାରୁ ୧୨୯, କେନ୍ଦୁଝରରୁ ୧୦୬, ଖୋର୍ଦ୍ଧାରୁ ସର୍ବାଧିକ ୭୬୬, ମୟୂରଭଞ୍ଜରୁ ୧୫୬, ନୟାଗଡ଼ରୁ ୭୪, ପୁରୀରୁ ୧୧୫, ରାୟଗଡ଼ାରୁ ୩୨, ସମ୍ବଲପୁରରୁ ୧୨୬, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ପୁଲ୍‌ରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏହି କ୍ରମରେ ରାଜ୍ୟରେ ୪୩୮୦ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୩୩ ଲକ୍ଷ ୪୮ ହଜାର ୮୬୧ ଜଣଙ୍କର ଟେଷ୍ଟିଂ କରାଯାଇଛି । ସେଥିମଧ୍ୟରୁ ୨ ଲକ୍ଷ ୨୬ ହଜାର ୩୩୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ସୁଦ୍ଧା ମୋଟ ସୁସ୍ଥ ହେଲେଣି ୧ ଲକ୍ଷ ୯୦ ହଜାର ୮୦ ଜଣ । ରାଜ୍ୟରେ ଏବେ ୩୫ ହଜାର ୩୨୬ ମାମଲା ଏବେ ସକ୍ରିୟ ରହିଛି ।

ହାଥରସ୍‌ ଗଣଦୁଷ୍କର୍ମ ଘଟଣା: ଡରିବିନି କି ନଇଁବିନି କହିଲେ ରାହୁଲ…

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ଘଟଣା ନେଇ ବଢୁଛି ରାଜନୈତିକ ପାରା । ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ସେ କାହାକୁ ଡରିବେନି କି ଅନ୍ୟାୟ ଆଗରେ ନଇଁବେନି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି ।

ଗତକାଲି ହାଥ୍‌ରସ ଘଟଣାକୁ ନେଇ ରାଜନୈତିକ ଘମାସନ ଦେଖିବାକୁ ମିଳିଥିଲା । ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ହାଥରସ ଯାଉଥିଲେ । ତେବେ ପୋଲିସ ଅଟକାଇବାରୁ ଗ୍ରେଟର ନୋଏଡା ଆଗକୁ ବଢିପାରିନଥିଲେ । ଏହାପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ୨ଶହରୁ ଅଧିକ ନେତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି ।

Video Of Hathras DM And Victim Father Goes Viral

ଗୁରୁବାର କଂଗ୍ରେସର ବିରୋଧ ପ୍ରଦର୍ଶନ ପରେ ହାଥରସରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ପୀଡ଼ିତାଙ୍କ ଗାଁକୁ ସମସ୍ତ ରାସ୍ତା ସିଲ୍ କରାଯାଇଛି । ଶହ ଶହ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାର, ହାଥରସ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି ।

ନୋଟିସ୍‌ କରାଯିବା ଘଟଣାକୁ ସ୍ୱାଗତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୂରା ଦେଶ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗୁଛି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ଆଶାର କିରଣ ଆଣିଛି ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରଶ୍ନ ଘେରରେ ରହିଛି ହାଥରସ୍‌ ଜିଲ୍ଲାପାଳଙ୍କ ଭୂମିକା । ପୀଡ଼ିତାଙ୍କ ପରିବାରକୁ ସେ ଧମକାଇଥିବା ଅଭିଯୋଗ ହୋଇଛି ।

ଆଜି ସ୍ମାଇଲ୍‌ ଡେ’ ! କେମିତି ଆରମ୍ଭ ହୋଇଥିଲା ଏହି ଦିନ ? ଜାଣନ୍ତୁ…

ହସ, ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଏ । ଛୋଟ ପିଲାଟିର କଅଁଳ ଓଠରେ ହସ ଟିକେ ହେଉ କି ବୟସ୍କଙ୍କ ମୁହଁରେ, ଏହା ସମସ୍ତଙ୍କୁ ଆନନ୍ଦ ଆଣିଦିଏ । ଅନେକ ଦୁଃଖକଷ୍ଟ ଜୀବନ ଯନ୍ତ୍ରଣା ଭିତରେ ଏଇ ହସ ଟିକିଏ ପାଇଁ ସମସ୍ତେ ଚାହିଁଥାନ୍ତି । ହସର ମାଧୁର୍ଯ୍ୟ ଅନେକଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ନିଜ ସ୍ୱାସ୍ଥ୍ୟ ପାଇଁ ଏହା ବହୁ ଉପକାରୀ ଭାବେ ବିବେଚିତ ହୋଇଥାଏ । ଏମିତିକି ସୁସ୍ୱାସ୍ଥ୍ୟ, ସୁସ୍ଥ ମାନସିକତା ପାଇଁ ହସର ଆବଶ୍ୟକତା ଉପରେ ଚିକିତ୍ସକ ତଥା ସାଧୁସନ୍ଥମାନେ ସର୍ବଦା ପରାମର୍ଶ ଦେଇଆସିଛନ୍ତି ।

Smile

୧୯୯୯ ମସିହାରୁ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ଶୁକ୍ରବାର ଦିନଟିକୁ “ସ୍ମାଇଲ୍‌ ଡ଼େ” ଭାବେ ପାଳନ କରାଯାଉଛି । ଏହି ଦିବସର ଆରମ୍ଭ କରିଥିଲେ ହାରୱେ ବଲ । ବହୁତ ଖୁସି ହେଲା ପରେ ନିଜର ଖୁସିକୁ ସ୍ମାଇଲ୍‌ ଚିତ୍ର ମାଧ୍ୟମରେ ସାଙ୍ଗସାଥିଙ୍କୁ ପଠେଇ ଖୁସି ବ୍ୟକ୍ତ କରାଯାଇଥାଏ । ବର୍ଷରେ ଗୋଟିଏ ଦିନକୁ ସ୍ମାଇଲ ଦିବସ ଭାବେ ସମର୍ପିତ କରିବା ପାଇଁ ଏହାର ପରିକଳ୍ପନା ହୋଇଥିଲା ।

Smile

ଜୀବନ କାଳରେ ପ୍ରତ୍ୟେକ ମଣିଷ ଖୁସିରେ ରହିବାକୁ ଚାହାଁନ୍ତି । କେହିକେହି ସବୁବେଳେ ଖୁସି ରହିବାକୁ ନିଜେ ଅଭ୍ୟାସ ମଧ୍ୟ କରିଥାନ୍ତି । ତେବେ ମାନସିକ ସ୍ତରରେ ଖୁସି ରହିବା ପାଇଁ କେହିକେହି ପୂଜାପାଠ ପୁସ୍ତକ ଅଧ୍ୟୟନ, ପର୍ଯ୍ୟଟନ, ସାଙ୍ଗସାଥିଙ୍କ ସହ ଉତ୍ତମ ସମ୍ପର୍କକୁ ଆଦରି ନେଇଥାନ୍ତି । ମାନସିକ ସ୍ତରରେ ଖୁସି ରହିଲେ ଶାରିରୀକ ସ୍ତରରେ ସୁସ୍ଥ ରହି ହେବ, ଏହା ବିଭିନ୍ନ ସ୍ତରରେ ମତ ପ୍ରକାଶ ପାଇଛି । ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସି ରଖିବା ଦାୟୀତ୍ୱ ଆମ ସମସ୍ତଙ୍କର ।

Smile

ଗାନ୍ଧିଜୀଙ୍କୁ କେମିତି ମିଳିଥିଲା ବାପୁଜୀ ଆଖ୍ୟା ? କ’ଣ ଥିଲା ତାଙ୍କ ଜୀବନୀ…

ନନ୍ଦିଘୋଷ ବ୍ୟୁରୋ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ମହାତ୍ମ ଗାନ୍ଧୀ ଥିଲେ ଅନେକଙ୍କ ଭିତରେ ଜଣେ । କୋଟି କୋଟି ଭାରତୀୟଙ୍କର ପ୍ରିୟ ନେତା । ସମୃଗ୍ର ବିଶ୍ୱକୁ ଅହିଂସା ଓ ସତ୍ୟର ବାର୍ତ୍ତା ଦେଇଥିବା ବିଶିଷ୍ଟ ସତ୍ୟାଗ୍ରହୀ ହେଉଛନ୍ତି ଶତାବ୍ଦୀର ଶ୍ରେଷ୍ଠ ପୁରୁଷ, ମହାନ୍‌ ଚିନ୍ତାନାୟକ, ଦେଶବାସୀଙ୍କର ପ୍ରିୟ ବାପୁଜୀ-ମହାତ୍ମାଗାନ୍ଧୀ ।

Gandhi Jayanti 2020 How Mahatma Gandhi Celebrate His Birthday

ଏହି ବିଶିଷ୍ଟ ଜନନାୟକ, ଜାତିର ପିତା ମହାତ୍ମାଗାନ୍ଧୀ ୧୮୬୯ ମସିହା ଅକ୍ଟୋବର ୦୨ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ପିତାଙ୍କର ନାମ ଥିଲା କରମଚାନ୍ଦ ଗାନ୍ଧୀ । ମାତାଙ୍କ ନାମ ଥିଲା ପୁତୁଲି ବାଇ । ମୋହନ ଦାସ ଥିଲେ ପିତାମାତାଙ୍କର ଷଷ୍ଠ ତଥା ସର୍ବକନିଷ୍ଠ ସନ୍ତାନ ।

Gandhi Jayanti 2020 How Mahatma Gandhi Celebrate His Birthday

ମାଟ୍ରିକ୍‌ ପାସ କଲାପରେ ସେ ୧୮୮୮ ମସିହାରେ ବିଲାତ ଯାତ୍ରା କରିଥିଲେ । ସେ ତିନି ବର୍ଷ ପରେ ବାରିଷ୍ଟରି ପାସ୍ କରି ଆଇନ୍‌ ବ୍ୟବସାୟରେ ମନୋନିବେଶ କରିଥିଲେ । ୧୮୯୩ରେ ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ସେଠାରେ ଥିବା ଭାରତୀୟ ଲୋକମାନେ ଗୋରା ଲୋକମାନଙ୍କ ଦ୍ଵାରା ଅତ୍ୟାଚାରର ଶିକାର ହେଉଥିଲେ । ଅନ୍ୟାୟର ପ୍ରତିରୋଧ କରିବା ପାଇଁ ସେ ସେଠାରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ଅନ୍ୟାୟର ପ୍ରତିବାଦ କରି ଗାନ୍ଧିଜୀ ସତ୍ୟାଗ୍ରହ ଆନ୍ଦୋଳନ ମଧ୍ୟ କରିଥିଲେ ।

ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ପରାମର୍ଶକ୍ରମେ ଗାନ୍ଧିଜୀ ୧୯୧୫ରେ ଭାରତକୁ ଫେରିଆସି ସ୍ୱାଧିନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୧୭ ମସିହାରେ ସାବରମତୀ ନଦୀ କୂଳରେ ଆଶ୍ରମ ସ୍ଥାପନ କଲେ । ଏହିଠାରୁ ଗାନ୍ଧିଜୀ ସ୍ୱାଧିନତା ପାଇଁ ଅହିଂସା ମାର୍ଗରେ ଅସହଯୋଗ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିଥିଲେ । ସାବରମତୀ ଆଶ୍ରମରେ ନିଜେ ସୂତା କାଟିଲେ ଓ ସଂଘ ଗଠନ କରି ସୂତା କାଟି ପିନ୍ଧିବା ଓ କୁଟି ଖାଇବା ପାଇଁ ବୁଲିବୁଲି ଲୋକଙ୍କୁ ବୁଝେଇଲେ । ରବୀନ୍ଦ୍ର ନାଥ ଠାକୁର ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ମୁଗ୍‌ଧ ହୋଇ ତାଙ୍କୁ ମହାତ୍ମା ଭାବରେ ସମ୍ବୋଧନ କରିଥିଲେ ।

Gandhi Jayanti 2020 How Mahatma Gandhi Celebrate His Birthday

୧୯୨୦-୨୧ରେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇ ଗାନ୍ଧିଜୀ କାରାବରଣ କରିଥିଲେ । ଏହାପରେ ଆଇନ୍‌ ଅମାନ୍ୟ ଆନ୍ଦୋଳନ ଓ ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦେଇ ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରିଥିଲେ । ମହାତ୍ମାଙ୍କ ଡାକରାରେ ସାରା ଦେଶ ହୋଇଥିଲା ଏକାଠି । ପରିଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱଧିନତା ଲାଭ କଲା । ସତ୍ୟ ଓ ଅହିଂସା ବଳରେ ଦୀର୍ଘ ୩୦୦ ବର୍ଷରୁ ଅଧିକ ଦିନ ପରାଧିନ ରଖିଥିବା ଗୋରା ସରକାରଙ୍କୁ ବିତାଡ଼ିତ କରିବାରେ ଗାନ୍ଧିଜୀ ସକ୍ଷମ ହୋଇଥିଲେ । ୧୯୪୮ ଜାନୁଆରୀ ୩୦ରେ ଏହି ମହାନ ଜନନାୟକଙ୍କ ମୃତ୍ୟୁ ହୋଇଥିଲା ।

Gandhi Jayanti 2020 How Mahatma Gandhi Celebrate His Birthday

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି କରୋନା ସଂକ୍ରମିତ

ଓ୍ୱାସିଂଟନ: ଯୁକ୍ତ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ଚିହ୍ନଟ । ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏ ନେଇ  ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଟ୍ରମ୍ପ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଏବଂ ସୁସ୍ଥ ହେବ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ । ପୂର୍ବରୁ ଟ୍ରମ୍ପଙ୍କ ନିକଟତମ ଉପଦେଷ୍ଟା ହୋପ୍ ହକ୍ସ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଟ୍ରମ୍ପଙ୍କ ସହ ଏୟାର ଫୋର୍ସର ବିମାନରେ ଯାତ୍ରା କରିଥିଲେ । ଏଥିସହିତ ହ୍ୱାଇଟ୍ ହାଉସର କିଛି ଶୀର୍ଷ ଅଫିସର ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ଠାରୁ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।  ତେବେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ କହିବା ହେଲା ଯେ, ଟ୍ରମ୍ପ ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି, ଏବଂ ସାମାଜିକ ଦୂରତ୍ୱ ରକ୍ଷା ସହ ବିନା କୌଣସି ବାଧାରେ ସେ ନିଜ କାର୍ଯ୍ୟ କରିପାରିବେ । ଅପରପକ୍ଷରେ ଆମେରିକୀୟ ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ୧୪ ଦିନ ଯାଏଁ ପୃଥକବାସରେ ରହିବାକୁ ପଡ଼ିଥାଏ । ଅର୍ଥାତ ଆସନ୍ତା ୧୫ ତାରିଖ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିବେ ଟ୍ରମ୍ପ । ଆଉ ଏହାର ଠିକ୍ ପର ଦିନ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ବିତର୍କରେ ଭାଗ ନେବେ ।