ଭୁବନେଶ୍ୱର: କରୋନାକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରିଥିବା ସମ୍ପୃକ୍ତ ଚ୍ୟାନେଲ ପାଇଁ ବଢିଲା ଅଡୁଆ । ସାଂସଦ ଅନୁଭବ ମହାନ୍ତି ସମ୍ପୃକ୍ତ ଚ୍ୟାନେଲ ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଠାଇଛନ୍ତି ଓକିଲ ନୋଟିସ । ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ୱିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଓଡିଶା ସିନେମା ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରଭାବଶାଳୀ ଅଭିନେତା ତଥା ସଂସଦରେ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରାଯାଇଛି । ଏଭଳି ଅଭିଯୋଗ କରିଛନ୍ତି ଅନୁଭବଙ୍କ ଓକିଲ ।
ଓଟିଭି ଓ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁଭବଙ୍କ ବିରୋଧରେ ହୀନ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ପଦମର୍ଯାଦା କ୍ଷୁର୍ଣ୍ଣ ହେଲା ଭଳି ଖବର ପ୍ରସାରଣ କରିଥିଲେ । ଅନୁଭବଙ୍କ ରେପୁଟେସନ କ୍ଷୁର୍ଣ୍ଣ କରିବାକୁ ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସାଂସଦଙ୍କ ବିରୋଧରେ ହୋଇଥିବା ଖବରରେ ସାଂସଦ ଜଣେ ଅଭ୍ୟାସଗତ ଅପରଧୀ ବୋଲି ପ୍ରସାରଣ କରାଯାଇଥିଲା, ଯାହାକି ସମ୍ପୁର୍ଣ୍ଣ ମିଛ । ଜଣେ ଜନପ୍ରତିନିଧିଙ୍କ ପ୍ରତିଷ୍ଠାକୁ ଉଦ୍ଦେଶ୍ୟମୂଳକ ଭାବେ କ୍ଷତି ପହଁଚାଇବାକୁ ଏଭଳି ଖବର ପ୍ରସାରଣ କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।
ତେବେ ଏଭଳି ମିଛ ଖବର ପ୍ରସାରଣ କରି କେନ୍ଦ୍ରାପଡାର ଏହି ଯୁବ ସାଂସଦଙ୍କୁ ଅପମାନିତ କରାଯାଇଛି ବୋଲି ନୋଟିସରେ କୁହାଯାଇଛି । ନୋଟିସରେ ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ୭ ଦିନ ମଧ୍ୟରେ ଭୁଲ ଖବର ପ୍ରସାରଣ ପାଇଁ ନିଜ ଟିଭି ଚ୍ୟାନେଲରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି । କ୍ଷମା ପ୍ରାର୍ଥନା ନକଲେ ଅନୁଭବ ଆଇନଗତ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବେ ।












ଗତ ୧୨ ଜୁଲାଇକୁ କରୋନା ପରୀକ୍ଷଣରେ ପଜିଟିଭି ଚିହ୍ନଟ ହେବାରୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗୁରୁଗ୍ରାମରେ ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଗଲା । ଡିଡିସିଏର ଜଣେ ଉଚ୍ଚ ଉଧିକାରୀଙ୍କ କହିବା ଅନୁସାରେ ପ୍ରଥମେ ଚେତନଙ୍କ କିଡନୀ କାମ କରିବା ବନ୍ଦ କରିଦେଲା ଏବଂ ପରେ କିଛି ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେଲା ।

କହିରଖୁଛୁ ଆରଡିଆଇଏଫ ଋଷର ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀ । ଏହି କମ୍ପାନୀ କରୋନା ଭ୍ୟାକସିନ ସ୍ପୁଟନିକ ବି’ର ରିସର୍ଚ ଏବଂ ଟ୍ରାଏଲର ଫଣ୍ଡିଂ । ଆରଡିଆଇଏଫ ନିକଟରେ ଏହି ଭ୍ୟାକସିନର ମାର୍କେଟିଙ୍ଗ୍ ଏବଂ ଏକ୍ସପୋର୍ଟ ଅଧିକାର ରହିଛି । ଭ୍ୟାକସିନ-ବି ଦୁନିଆର ପ୍ରଥମ ପଞ୍ଜିକୃତ କରୋନା ଭ୍ୟାକସିନ୍ । ଯଦି ଆରଡିଆଇଏଫ ସହିତ ଭାରତୀୟ କମ୍ପାନୀ ଗୁଡ଼ିକ କରିଥିବା ଆଲୋଚନାର ଉଦ୍ଦେଶ୍ୟ ସଫଳ ହୁଏ ତେବେ ଭାରତରେ ଏହି ଭ୍ୟାକସିନ ଉତ୍ପାଦନ ଆରମ୍ଭ ହୋଇପାରେ ।