spot_img
Home Blog Page 6665

୧୦୦ ବର୍ଷ ତଳର ଏହି ଫଟୋ ସବୁରେ ଆପଣ ଦେଖିବେ କରୋନାର ଚିହ୍ନ !

ଲକ୍ ଡାଉନ୍ ସଟ୍ ଡାଉନ୍ ଭିତରେ ଦୁନିଆ ବନ୍ଦି । ସାମାଜିକ ଦୂରତା,କ୍ୱାରେଣ୍ଟାଇନ୍ ଆମ ଡିକ୍ସନାରୀ ଭିତରକୁ ଧସେଇ ପସିଛନ୍ତି । ମାର୍ଚ୍ଚ ମାସ ପୂର୍ବରୁ ଆମେ ଏହି ଶବ୍ଦ ସହ ବିଶେଷ ପରିଚିତ ନଥିଲେ । କିନ୍ତୁ ଏବେ ଏହା ଆମ ନିତିଦିନିଆ କଥାବାର୍ତ୍ତାର ଅଙ୍ଗ । ତେବେ କ’ଣ ପ୍ରଥମ ଥର ପାଇଁ ବିଶ୍ୱ ଇତିହାସରେ ଏମିତି କିଛି ଦେଖିବାକୁ ମିଳିଛି? ପ୍ରଥମ ଥର ପାଇଁ ବିଶ୍ୱର ଅନେକ ଦେଶ କ’ଣ ନିଜ ନାଗରିକଙ୍କୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି କହୁଛନ୍ତି ? ଉତ୍ତର ହେଉଛି ନା । ୧୯୧୮ ମସିହାରେ ଦୁନିଆ ଏମିତି ଲକଡାଉନ ଦେଖିଥିଲା । ଲୋକଙ୍କୁ ଘରେ ରହିବାକୁ ସରକାର କହୁଥିଲେ । ମୁହଁରେ ମାସ୍କ ପିନ୍ଧି ବାହାରକୁ ବାହାରିବା ପାଇଁ ପ୍ରଚାର ହେଉଥିଲା ।

ତେବେ ୧୯୧୮ରେ କ’ଣ ହୋଇଥିଲା ? କାହିଁକି ଦୁନିଆର ସବୁ ସରକାର ବିଶେଷକରି ଆମେରିକା ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିଲା ? ଉତ୍ତର ହେଉଛି ସେତେବେଳେ ବି ସ୍ପାନିସ ଫ୍ଲୁ ନାମକ ଭାଇରସର ଶିକାର ହୋଇଥିଲେ କୋଟିକୋଟି ଲୋକ । ଏକ ହିସାବ ଅନୁସାରେ ସ୍ପାନିସ ଫ୍ଲୁ ୫ କୋଟିରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ପ୍ରଥମ ବିଶ୍ୱଯୁଦ୍ଧର ଆରମ୍ଭ ୧୯୧୪ ମସିହାରେ ହୋଇଥିଲା । ସରିଥିଲା ୧୯୧୮ ମସିହାରେ । ପ୍ରଥମ ବିଶ୍ୱଯୁଦ୍ଧରେ ଯେତିକି ଲୋକ ମରିଥିଲେ,ତାଠାରୁ ଅଧିକ ଜୀବନ ନେଇଥିଲା ସ୍ପାନିସ୍ ଫ୍ଲୁ । ସ୍ପାନିସ ଫ୍ଲୁ କବଳରେ ପୀଡିତ ମାନବ ସମାଜ ପାଖରେ ଜୀବନ ବଂଚାଇବା ପାଇଁ ଗୋଟିଏ ରାସ୍ତା ଥିଲା-ସାମାଜିକ ଦୂରତା । ଲୋକଙ୍କୁ ଘରେ ରହିବାକୁ ରୀତିମତ କୁହାଯାଉଥିଲା । ଏନେଇ ପ୍ରଚାର ଚାଲିଥିଲା । ଦେଖନ୍ତୁ ସେହି ସମୟର କିଛି ଚିତ୍ର,ଯାହା ହୁଏତ ଆପଣଙ୍କୁ ଚମକାଇ ଦେବ । ଏହି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫଟୋ ୧୦୨ ବର୍ଷ ପୁରୁଣା ନହୋଇ ୨୦୨୦ର ବୋଲି ଆପଣ ଭାବି ପାରନ୍ତି..

୧୯୧୮ ମସିହାରେ ଆମେରିକା ସରକାର ଦ୍ୱାରା ଜାରି ପୋଷ୍ଟରରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ନାରା ଆଜିକୁ ୧୦୨ ବର୍ଷ ତଳେ ମଧ୍ୟ ଗୋଟିଏ ମହାମାରୀ ବିରୋଧରେ ଥିଲା ସବୁଠୁ ବଡ ମାରକ ଅସ୍ତ୍ର ।

NEWYORK POLICE

୨୦୨୦ରେ ଆପଣ ପୋଲିସକୁ ପ୍ରୋଆକ୍ଟିଭଲି ରାସ୍ତାରେ ଦେଖୁଥିବେ । କରୋନା ବିରୋଧ ଯୁଦ୍ଧରେ ଫ୍ରଣ୍ଟଲାଇନରେ ରହୁଥିବା ପୋଲିସ ୧୦୦ ବର୍ଷ ତଳେ ମଧ୍ୟ ସ୍ପେନିସ ଫ୍ଲୁ ଲଢେଇରେ ଆଗରେ ଥିଲା । ରାସ୍ତା ଉପରେ ମାକ୍ସ ସହ ସେମାନଙ୍କୁ ଆକ୍ସନରେ ଦେଖିବାକୁ ମିଳୁଥିଲା ।

NURSE IN 1918

୧୯୧୮ର ଏହି ପ୍ରଚାରପତ୍ରରେ ଜଣେ ନର୍ସଙ୍କୁ ଦେଖିବାକୁ ମିଳୁଛି । ମାସ୍କ ପିନ୍ଧିଥିବା ଏହି ନର୍ସ ଜଣକ ଇନଫ୍ଲୁଏଂଜାରୁ କେମିତି ବଂଚିବେ ସେ ବାବଦରେ କହୁଛନ୍ତି ।

1918 public notice

କାନାଡର କେଲୱାନା ସହରର ମେୟରଙ୍କ ଦ୍ୱାରା ସହରର ସମସ୍ତ ସ୍କୁଲ,କଲେଜ୍ ଓ ସିନେମା ହଲ ବନ୍ଦ ନେଇ ନୋଟିସ । ଏହି ନୋଟିସ ଗୋଟିଏ ଖବର କାଗଜରେ ନଭେମ୍ବର ୭ ତାରିଖ ୧୯୧୮ରେ ପ୍ରକାଶିତ ହୋଇଥିଲା । ଏହି ଫଟୋ ଦେଖିଲା ପରେ ବି ଯଦି ଆପଣ ଭାବୁଛନ୍ତି ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ କଲେଜ୍ ବନ୍ଦ ହୋଇଛି ,ତେବେ ନିଜ ଇତିହାସ ଜ୍ଞାନକୁ ସୁଧାରି ନିଅନ୍ତୁ ।

people in mask

୨୦୨୦ ଭଳି ୧୯୧୮ରେ ମଧ୍ୟ ମାସ୍କ ଜୀବନର ଅଙ୍ଗ ହୋଇଯାଇଥିଲା । ଏହି ଫଟୋରେ ଆମେରିକାର ଗୋଟିଏ ପରିବାରକୁ ମାସ୍କ ସହ ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି ।

friends in talk

ମାସ୍କ୍ ଭିତରୁ ହାଲୋ ହାଏ : ୧୯୧୮ର ସେହି ମହାମାରୀ କାଳରେ ସାମାଜିକ ସମ୍ବନ୍ଧ ପୁରାପୁରି ଭୁଷୁଡି ପଡିନଥିଲା । ରାସ୍ତାରେ ଏମିତି ଦୃଷ୍ୟ ବି ଦେଖିବାକୁ ମିଳୁଥିଲା । ଯେଉଁଥିରେ ରାସ୍ତାଘାଟରେ ପରିଚିତଙ୍କ ସହ ମାସ୍କ ପିନ୍ଧି ଗପ ମାରୁଥିଲେ କିଛି ବ୍ୟକ୍ତି ।

1918 advt

ମହାମାରୀ ଭିତରେ ବ୍ୟବସାୟ : ୧୯୧୮ ଓ ୨୦୨୦ ମଧ୍ୟରେ ଗୋଟିଏ ଫରକ ଥିଲା । ସେତେବେଳେ ମୋବାଇଲ ନଥିଲା । ସେତେବେଳେ ଥିଲା ଟେଲିଫୋନ୍ । ଆଉ ମହାମାରୀକୁ ଆମେରିକାର ଟେଲିଫୋନ୍ କମ୍ପାନୀ ମାନେ ବ୍ୟବସାୟର ସୂବର୍ଣ୍ଣ ସୁଯୋଗ ଭାବେ ନେଇଥିଲେ ।  ବେଲ୍ ଟେଲିଫୋନ୍ କମ୍ପାନୀ ଦ୍ୱାରା ଜାରି ଏହି ବିଜ୍ଞାପନ ଦେଖନ୍ତୁ । ଏଥିରେ କୁହାଯାଉଛି ଯେ, କ୍ୱାରେଣ୍ଟାଇନରେ ଥିବା ବେଳେ ବେଲ୍ ଟେଲିଫୋନ୍ ଥିଲେ ଲୋକ ନିଜକୁ ଏକଲା ବୋଲି ଭାବନ୍ତି ନାହିଁ । ବେଲ୍ ଟେଲିଫୋନ୍ ରୁଗଣଙ୍କ ମନରେ ଖୁସୀ ଆଣେ ବୋଲି ବିଜ୍ଞାପନରେ ଦାବି କରାଯାଇଥିଲା । ଏହି ବିଜ୍ଞାପନ ଦେଖିଲେ ଲାଗୁଛି,୧୦୦ ବର୍ଷ ଭିତରେ ସବୁକିଛି ବଦଳିଛି କିନ୍ତୁ ବ୍ୟବସାୟର ମୁଳଫଣ୍ଡା ବଦଳିନାହିଁ । ତାହା ହେଉଛି ଆପଦକୁ ସୁଯୋଗ କରାଯାଉ ।

two friends

ମାସ୍କଠାରୁ ଆଗକୁ  । ଏହି ଚିତ୍ରରେ ଦୁଇ ଜଣ ମହିଳାଙ୍କୁ ନିଜ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ରଖି କଥା ହେଉଥିବା ଦେଖିବାକୁ ମିଳେ । ତେବେ ସେମାନେ କ’ଣ କଥା ହେଉଥିବେ ମହାମାରୀ ଭିତରେ ? ଶହେ ବର୍ଷ ପରେ କିଏ ଜାଣେ ସେମାନେ ପାଗକୁ ନେଇ କଥା ହେଉଥିଲେ କି ପତିଙ୍କୁ ନେଇ !

hospital

କଳାଧଳା ଏହି ଫଟୋରେ ଗୋଟିଏ ବିରାଟ ହଲ ଭିତରେ ଅନେକ ରୋଗୀଙ୍କୁ ଦେଖିବାକୁ ମିଳୁଛି । ଯେମିତି ଏବେ ଚୀନ୍ ,ଭାରତ କିମ୍ବା ଓଡ଼ିଶାର କୋଭିଡ୍ ହସ୍ପିଟାଲ । କୋଭିଡ୍ ହସ୍ପିଟାଲ ଫଟୋ ଓ ଏହି ପୁରୁଣା ଫଟୋକୁ ଦେଖିଲେ ଟାଇମ୍ ଟ୍ରାଭେଲ କରିବା ଭଳି ଲାଗୁଛି କି ? କାରଣ ରଙ୍ଗ ଅଲଗା କିନ୍ତୁ ଦୃଷ୍ୟ ସମାନ ।

ମାଲକାନଗିରି ଜିଲ୍ଲାର ଅମ୍ରିତଙ୍କୁ ଶୁଭେଚ୍ଛା ଜଣାଇଲେ 5T ସଚିବ

ମାଲକାନଗିରି: ସିବିଏସ୍‌ଇ ଜିଲ୍ଲା ଟପ୍ପରଙ୍କ ସହ କଥା ହୋଇଛନ୍ତି 5-T ସଚିବ । ମାଲକାନଗିରି ଜିଲ୍ଲା ଖଇରପୁଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପ୍ପରଙ୍କ ସହ କଥା ହୋଇଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍ । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ ପାତ୍ର ୯୫.୪ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି ।

5T_Secretary talks to Malakanigiri CBSE Topper

ତେବେ ତାଙ୍କର ଏହି ସଫଳତା ପାଇଁ  5-T ସଚିବ ଭିକେ ପାଣ୍ଡିଆନ୍‌ ଅମ୍ରିତଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅମ୍ରିତ୍ 5-T ସଚିବ ଭିକେ ପାଣ୍ଡିଆନ୍‌ ଫୋନ୍‌ରେ କଥା ହୋଇଥିବାରୁ ସେ ଓ ତାଙ୍କ ପରିବାର ଖୁସିବ୍ୟକ୍ତ କରିଛନ୍ତି ।

କରୋନା ସଂକ୍ରମଣ ପରେ ସୁସ୍ଥ ହୋଇ ଫେରିଲେ ୮୫ ବର୍ଷୀୟ କ୍ୟାନସର୍ ପିଡ଼ୀତ ଓ ତାଙ୍କ ପତ୍ନୀ…

କେନ୍ଦ୍ରାପଡା: ବୃଦ୍ଧ ଜଣଙ୍କୁ ବୟସ ୮୫  । ସେ ପୁଣି କ୍ୟାନସରରେ ପୀଡିତ । ଏସବୁ ବାଦ ମଧ୍ୟ କରୋନା ସଂକ୍ରମଣ ଶୀକାର ହୋଇ ଯୋଦ୍ଧା ଭାବେ ସଂକ୍ରମଣ ସହ ଲଢି ଘରକୁ ଫେରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ସୁରେନ୍ଦ୍ର ପତି । ତେବେ କେବଳ ସେ ନୁହେଁ ତାଙ୍କ ପତ୍ନୀ ସାବିତ୍ରୀ ପତି ମଧ୍ୟ ୭୮ ବର୍ଷ ବୟସରେ କରୋନା ସଂକ୍ରମିତ ହୋଇ ଏବେ ସୁସ୍ଥ ହୋଇଛନ୍ତି ।  ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଥିବା ବେଳେ କରୋନା ବେଳେ ଲୋକଙ୍କୁ ଅଧିକ ଶକ୍ତ ଭାବେ କରୋନା ମୁକାବିଲା କରିବାରେ ଏହି ଦମ୍ପତି ପ୍ରେରଣା ବୋଲି ସେ ଟ୍ୱିଇଟରେ ଲେଖିଛନ୍ତି ।

ଅନ୍ୟପକ୍ଷରେ  ଦୁହେଁ ସୁସ୍ଥ ହେବା ନେଇ ଖବରକୁ ପ୍ରକାଶ କରି କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା । ଅଫିସିଆଲ୍ ଟ୍ୱିଇଟରେ ସେ ଲେଖିଛନ୍ତି ଯେ, କରୋନାକୁ ପରାଜିତ କରିବା ଦିଗରେ ଦୁହେଁ ପ୍ରେରଣା, ଆମ ଶୁଭେଚ୍ଛା ସେମାନଙ୍କ ସହ ଅଛି । ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକ ଭୟଭୀତ ହୋଇ ପଡୁଥିବା ବେଳେ େହି ଦମ୍ପତି ଅନ୍ୟମାନଙ୍କ ପ୍ରେରଣା ବୋଲି ସବୁ ବର୍ଗରେ ଆଲୋଚନା ହେଉଛି ।

Kendrapara Couple

ସୂଚନା ଅନୁଯାୟୀ, ଜୁନ ୮ ତାରିଖରେ ସୁରେନ୍ଦ୍ର ପତି ଆଚାର୍ଯ୍ୟ ହରିହର କ୍ୟାନସର୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କ ପତ୍ନୀ ଡାକ୍ତରଖାନାରେ ତାଙ୍କ ସହଯୋଗୀ ଭାବେ ରହୁଥିଲେ । ପରେ ଜୁନ ୨୯ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ କରୋନା ସଂକ୍ରମଣର ଶୀକାର ହୋଇଥିବା ଜଣାପଡିଥିଲା ।

ଏହାପରେ ତାଙ୍କୁ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ମାତ୍ର ୧୦ ଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହୋଇ ଫେରିଛନ୍ତି । ବୟସର ଅପରାହ୍ଣରେ କରୋନାକୁ ପରାଜିତ କରିଥିବା ଏହି ଦମ୍ପତିଙ୍କ ଚର୍ଚ୍ଚା ଏବେ କେନ୍ଦ୍ରାପଡାରେ ବେଶ ହେଉଛି । ଜିଲ୍ଲାପାଳ ଟ୍ୱିଇଟ୍ ଯୋଗେ ଏଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

NIAର ବଡ଼ ଖୁଲାସା: ଆଇଏସ୍‌ର ନେତୃତ୍ୱ ନେଉଛନ୍ତି ମେଟ୍ରୋ ସହର ମହିଳା, ଆକ୍ରମଣ ପାଇଁ ପଠାଉଛନ୍ତି ବିସ୍ଫୋରକ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି ଏକ ବଡ଼ ଖୁଲାସା କରିଛି । ଏନ୍‌ଆଇଏ କହିଛି ମେଟ୍ରୋ ସହରରେ ରହୁଥିବା ମହିଳାମାନଙ୍କୁ ଭାରତରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଦ୍ୱାରା ନିର୍ଦ୍ଦେଶ ଦିଆଯାଉଛି । ଏହି ମହିଳାମାନେ ସୋସିଆଲ ମିଡିଆ ମାଧ୍ୟମରେ ଇସଲାମିକ ଷ୍ଟେଟର ଆଦର୍ଶକୁ ପ୍ରୋତ୍ସାହିତ କରୁଛନ୍ତି । କେବଳ ଏତିକି ନୁହେଁ, ସେ ଆକ୍ରମଣ ପାଇଁ ବିସ୍ଫୋରକ ସାମଗ୍ରୀ ଉଠାଇବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ପ୍ରସଙ୍ଗରେ NIA ଆଉ ଏକ ବଡ଼ ସଫଳତା ପାଇଛି । ପୁନେରୁ ସାଦିଆ ଅନୱାର ଶେଖ ନାମକ ଜଣେ ମହିଳାଙ୍କୁ ଏଜେନ୍ସି ଗିରଫ କରିଛି । ଏହା କୁହାଯାଉଛି ଯେ ସାଦିଆ ଏକ ଅତ୍ୟନ୍ତ କଟ୍ଟରବାଦୀ ଚିନ୍ତାଧାରର ।

ସୂଚନା ଅନୁଯାୟୀ, ଏ ହେଉଛନ୍ତି ସେହି ସାଦିଆ ଯିଏ ଆତଙ୍କବାଦୀ ଜାକିର ମୁସାଙ୍କୁ ବିବାହ କରିବା ପାଇଁ ଜାମ୍ମୁ କାଶ୍ମୀରରେ ପହଞ୍ଚି ଯାଇଥିଲେ । ଯାହା ପରେ ସେ ୨୦୧୮ ମସିହାରେ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଧରାପଡିଥିଲେ । ଅବଶ୍ୟ, ପରେ ତାଙ୍କୁ ଡି-ରେଡିକାଲାଇଜ୍ କରି ଛାଡ଼ିଦିଆଯାଇଥିଲା । ଏଥି ସହିତ ଯେତେବେଳେ ଆତଙ୍କବାଦୀ ଜାକିର ମୁସା ସାଦିଆଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ସେତେବେଳେ ସେ ଜାମ୍ମୁ କାଶ୍ମୀର ଆଇଏଏସର ମୁଖ୍ୟ ବକାରଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ଦେଇଥିଲେ । ବକାର ମଧ୍ୟ ସେତେବେଳେ ସାଦିଆଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।ୟ

ଏହା ପରେ ସାଦିଆ ଆଇଏସ୍ ର ଖୁରାସାନ୍ ମଡ୍ୟୁଲ୍ ରେ ଯୋଗ ଦେଇଥିଲେ । ସାଦିଆ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅନ୍ୟ ଆତଙ୍କବାଦୀଙ୍କଠାରୁ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ଖୋଜିବାକୁ ଲାଗିଥିଲେ । କିନ୍ତୁ ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ ।  ଅନୁସନ୍ଧାନକାରୀ ସଂସ୍ଥା ସାଦିଆଙ୍କ ତାଙ୍କ ଚାଟ୍ ଧରିଥିଲେ । ସ୍ପେଶାଲ୍ ସେଲ୍ ଦ୍ୱାରା ଗିରଫ ହୋଇଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ମଡ୍ୟୁଲର ଆତଙ୍କବାଦୀମାନେ ହିନା ବଶୀର ଏବଂ ଜହାନଜେବ ସାମିଙ୍କୁ ଇଣ୍ଟୋରୋଗେସନ ରିପୋର୍ଟରେ ସାଦିଆଙ୍କ ବିଷୟରେ ଅନେକ ଖୁଲାସା ହୋଇଛି ।

ମଶା କାମୁଡ଼ିବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଛି କି ? ଜାଣନ୍ତୁ ସତ କ’ଣ

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ | ଏହି ଭାଇରସ୍ ବିଷୟରେ ପୃଥିବୀର ଅନେକ ସ୍ଥାନରେ ଗବେଷଣା କରାଯାଉଛି । କ୍ରମାଗତ ଭାବରେ ଏହା ବିଷୟରେ ନୂତନ ସୂଚନା ଆସେ | ବିଗତ ଅନେକ ମାସ ଧରି, ଲୋକମାନେ ପଚାରୁଛନ୍ତି କି ମଶା କାମୁଡ଼ିବା ଦ୍ୱାରା  କ’ଣ କରୋନାର ବିସ୍ତାର ହୁଏ କି?

Mosquitoes may just like some people better - The Verge

ବର୍ତ୍ତମାନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମଶା କାମୁଡ଼ିବା କାରଣରୁ କରୋନା ସଂକ୍ରମଣ ହେବାର ଆଶଙ୍କା ନାହିଁ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏଠାରେ ସମାନ କଥା କହିଛି।

Coronavirus Exposes Core Flaws, and Few Strengths, in China's ...

ଅନୁସନ୍ଧାନରୁ ଆଉ କେଉଁ କଥା ଜଣାପଡ଼ିଛି?

ଆମେରିକାର କାନସାସ୍‌ ୟୁନିଭରସିଟି ମଶା ଉପରେ ଗବେଷଣା କରିଥିଲା । ଏହାର ରିପୋର୍ଟ ଅନୁଯାୟୀ, କରୋନା ବିସ୍ତାର କରୁଥିବା SARS-CoV-2 ଭୂତାଣୁ ମଶା କାମୁଡ଼ିବା ଦ୍ୱାରା ବିସ୍ତାର ହୋଇପାରିବ ନାହିଁ। ବୈଜ୍ଞାନିକମାନେ ୩ଟି ପ୍ରଜାତିର ମଶା – ଏଡିସ୍ ଏଜିପ୍ଟି, ଏଡିସ୍ ଆଲବୋପିକ୍ଟସ୍ ଏବଂ କୁଲେକ୍ସ କ୍ୱିନାଫେସିସ୍ ଉପରେ ଗବେଷଣା କରିଥିଲେ। ସମସ୍ତ ତିନୋଟି ପ୍ରକାରର ମଶା ଚାଇନାରେ ଉପସ୍ଥିତ ଏବଂ ଚୀନ୍‌ରୁ କରୋନାର ଉତ୍ପତ୍ତି ହୋଇଛି ।

କଂଗ୍ରେସ ନେତାଙ୍କ ପ୍ରେସକ୍ରିପ୍ସନ: ରମ୍ ସହ ଦରସିଝା ଅଣ୍ଡା ଖାଆନ୍ତୁ, କରୋନା ଭଗାନ୍ତୁ

ପାରାଦୀପ ଆଇଓସିଏଲ ରିଫାଇନାରୀରେ ହେବ ମେଣ୍ଟେନାନ୍ସ କାର୍ଯ୍ୟ, ଘୋଷଣା ହେଲା ୨୧ ଦିନିଆ ସଟଡାଉନ୍

ପାରାଦୀପ: ୨୧ ଦିନ ପାଇଁ ପାରାଦୀପ ଆଓସିଏଲ୍ ତୈଳ ବିଶୋଧନାଗାର ସଟ୍‌ଡାଉନ୍‌ ହେବ । ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଉଭୟ ଜିଲ୍ଲା ପ୍ରଶାସନ ଓ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ସଟଡାଉନ୍ ସମୟରେ  ତୈଳ ବିଶୋଧନାଗାରର ମେଣ୍ଟେନାନ୍‌ସ କାମ କରାଯିବ ।

IOCL Refinery Paradip

୨୦୧୮ ମସିହାପରଠୁ କୌଣସି ମେଣ୍ଟେନାନ୍‌ସ କାର୍ଯ୍ୟ ହୋଇନାହିଁ ।  ତେବେ ସଟ୍‌ଡାଉନ୍‌ ସମୟରେ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ନେଇ ସୂଚନା ଦେଇଛନ୍ତି । ତେବେ ଏହି ରିଫାଇନାରୀର ବାର୍ଷିକ ଉତ୍ପାଦନ କ୍ଷମତା ୧୫ ମିଲିୟନ ଟନ୍ ହୋଇଥିବା ବେଳେ ଏହା ୨୦୧୬ ଫେବୃଆରୀ ୭ ତାରିଖରୁ କାର୍ଯ୍ୟରତ ରହିଛି ।

ବ୍ରିଟେନ୍‌ରୁ ଆସିଲା ଆଶ୍ୱସ୍ତିକର ଖବର: ଏହି ଔଷଧ କରୋନା ମୁକାବିଲାରେ ହୋଇପାରେ ଗେମଚେଞ୍ଜର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଆତଙ୍କ ଭିତରେ ବ୍ରିଟେନ୍‌ରୁ ଆସିଲା ଆଶ୍ୱସ୍ତିକର ଖବର ‘ଡେକ୍ସାମେଥାସୋନ ଷ୍ଟେରଏଡସ୍’ର’ ବଡ଼ ରାଣ୍ଡୋମାଇଜଡ୍ କ୍ଲିନିକାଲ୍ ଟ୍ରାଏଲ୍’ର ଅନ୍ତିମ ରିପୋର୍ଟ ପ୍ରକାଶ ପାଇଛି । ଶୁକ୍ରବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଏହି ଔଷଧ ଫଳରେ କରୋନା ସଂକ୍ରମିତ ରୋଗୀଙ୍କ ସ୍ଥିତିରେ ଉନ୍ନତିର ଫଳାଫଳ ପ୍ରକାଶ ପାଇଛି ।

ଶୁକ୍ରବାର ଦିନ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ଔଷଧ ଗୁରୁତର ସଂକ୍ରମିତ ରୋଗୀଙ୍କ ଉପରେ ଭଲ ପ୍ରଭାବ ପକାଇଛି । ଭେଣ୍ଟିଲେଟରରେ ପହଞ୍ଚିଥିବା କୋଭିଡ -୧୯ ରୋଗୀଙ୍କ ଅବସ୍ଥା ସୁଧାରିବାରେ ଏହି ଔଷଧ ଅତ୍ୟନ୍ତ ସହାୟକ ହୋଇଛି ।

ତେବେ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ରୋଗୀଙ୍କୁ ଏହି ଔଷଧ ଦିଆଯିବା ଉଚିତ ନୁହେଁ । ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହାର ବ୍ୟବହାର ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ଆସିପାରେ । ଏହି ଔଷଧ ଉପରେ ଅନୁସନ୍ଧାନ ପାଇଁ ମୋଟ ୨,୧୦୪ କୋଭିଡ -୧୯ ରୋଗୀଙ୍କୁ ଚୟନ କରାଯାଇଥିଲା, ସେମାନଙ୍କୁ ପ୍ରାୟ ୧୦ ଦିନ ପାଇଁ ପ୍ରତିଦିନ ୬ ମିଲିଗ୍ରାମ ଡୋଜ୍ ଦିଆଯାଇଥିଲା । ୪,୩୨୧ ରୋଗୀଙ୍କୁ ସାଧାରଣ କେୟାର ୟୁନିଟରେ ରଖାଯାଇଥିଲା । ଚାରି ସପ୍ତାହ ଅର୍ଥାତ୍ ୨୮ ଦିନ ପରେ ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ତୁଳନା କରାଯାଇଥିଲା ।

 

୨୮ ଦିନ ପରେ, ଅନୁସନ୍ଧାନକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଭେଣ୍ଟିଲେଟରରେ ଥିବା କୋଭିଡ -୧୯ ରୋଗୀଙ୍କଠାରେ ଡେକ୍ସାମେଥାସୋନରୁ ମୃତ୍ୟୁ ହେବାର ଆଶଙ୍କା ୩୬ ପ୍ରତିଶତ ହ୍ରାସ ପାଇଛି । ଅପରପକ୍ଷରେ ଭେଣ୍ଟିଲେଟରରେ ରହୁନଥିବା ରୋଗୀଙ୍କ ଠାରେ ମୃତ୍ୟୁ ଆଶଙ୍କା ୧୮ ପ୍ରତିଶତ କମ୍‌ ହୋଇଛି ।

କଂଗ୍ରେସ ନେତାଙ୍କ ପ୍ରେସକ୍ରିପ୍ସନ: ରମ୍ ସହ ଦରସିଝା ଅଣ୍ଡା ଖାଆନ୍ତୁ, କରୋନା ଭଗାନ୍ତୁ

            ଅଧ୍ୟୟନ ଅନୁଯାୟୀ, ଏହା ସ୍ପଷ୍ଟ ଯେ କୋଭିଡ -୧୯ ରୋଗୀଙ୍କ ଉପରେ ଔଷଧର କୌଣସି ପ୍ରଭାବ ପଡ଼ିବ ନାହିଁ । ଯେଉଁମାନେ ଭେଣ୍ଟିଲେଟର କିମ୍ବା ଅମ୍ଳଜାନ ବ୍ୟବହାର କରନ୍ତି ନାହିଁ । ‘ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକ୍ସନ୍’ର ଡକ୍ଟର ଏଚ୍ କ୍ଲିଫୋର୍ଡ୍ ଲେନ୍ ଏବଂ ଡକ୍ଟର ଆନ୍ଥୋନୀ ଫୋସି କହିଛନ୍ତି,’ ଏହି ଅନୁସନ୍ଧାନର ଫଳାଫଳ ଏକ ଭଲ ଡିଜାଇନ୍ ଏବଂ ରାଣ୍ଡୋମାଇଜଡ୍ କଣ୍ଟ୍ରୋଲ୍ ଟ୍ରାଏଲର ଗୁରୁତ୍ୱକୁ ଦର୍ଶାଉଛି ।

ଜବରଦସ୍ତ କରାଇଲେ ମହିଳା ଏସଆଇଙ୍କ ଗର୍ଭନଷ୍ଟ, ପ୍ରେମ-ପ୍ରତିଶ୍ରୁତି-ପ୍ରତାରଣ.. ଜାଣନ୍ତୁ ପୁରା କାହାଣୀ…..

ଜଗତସିଂହପୁର: ବିବାହ ପ୍ରତିଶ୍ରୁତି ଦେଇ ଜନୈକ ପୋଲିସ ଏସଆଇ ମହିଳା ପୋଲିସ ଏସଆଇଙ୍କୁ ଗର୍ଭବତୀ କରି ପରବର୍ତ୍ତୀ ସମୟରେ ତାଙ୍କର ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଏସ ଆଇ ଓ ତାଙ୍କ ସମ୍ପର୍କୀୟ ବଟିକା ଦେଇ ମହିଳା ଏସଆଇଙ୍କ ଗର୍ଭ ନଷ୍ଟ କରିଛନ୍ତି । ପିଡୀତା ଏସ ଆଇ ଆଜି ଜଗତସିଂହପୁର ଏସ ପି ଙ୍କୁ ଭେଟି ଅଭିଯୋଗ କରିବା ସହ ଜଗତସିଂହପୁର ଥାନାର  ଦ୍ୱାରସ୍ଥ ହୋଇଛନ୍ତି । ଜଗତସିଂହପୁର ପୋଲିସ  ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହିଳା ଏସଆଇ ଜଣକ ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି ।

SI Cheated After being Pregnant

ସେ ଗଲା ଦୁଇ ବର୍ଷ ତଳେ ପୁରୀରେ ରଥଯାତ୍ରା ଡିଉଟି  ରେ ଯାଇଥିଲେ। ସେହି ସମୟରେ ତାଙ୍କ ବ୍ୟାଚର ଜଣେ ପୋଲିସ ଅଧିକାରୀଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା । ଉକ୍ତ ପୁଲିସ ଅଧିକାରୀ ଏବେ ପାରାଦୀପ ଥାନାରେ ଏସ ଆଇ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନାମ ରଘୁନାଥ  ବେହେରା । ପୁରୀ ରଥଯାତ୍ରା ସମୟରେ ଏମାନଙ୍କ ମଧ୍ୟରେ ଘନିଷ୍ଠତା ବଢିବା ପରେ ରଘୁନାଥ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମିଳମିଶା ଓ ଦେଖା ସାକ୍ଷାତ ମଧ୍ୟ ବଢିଥିଲା । ଗଜପତି, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନକୁ ସେମାନେ ଏକାଠି ବୁଲିବାକୁ ମଧ୍ୟ ଯାଇଛନ୍ତି । ତେବେ ଏହାମଧ୍ୟରେ ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ସେ ଗର୍ଭବତୀ ମଧ୍ୟ ହୋଇଥିଲେ ।

SI Cheated After being Pregnant

ଏକଥା ରଘୁନାଥ ଜାଣିବା ପରେ ତାଙ୍କୁ ଗର୍ଭନିରୋଧକ ବଟିକା ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ । ତେବେ ଏବେ ସେ ବିବାହ ପାଇଁ ମନା କରୁଛନ୍ତି ଓ ଧରା ଛୁଆଁ  ଦେଉନାହାଁନ୍ତି ।  ଏଭଳି ଅଭିଯୋଗ ମହିଳା ଏସଆଇ କରିଛନ୍ତି । ଅଭିଯୋଗ ଆସିବା ପରେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଅଭିଯୁକ୍ତ ରଘୁନାଥ ବେହେରାଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଛନ୍ତି।  ଅନ୍ୟପକ୍ଷରେ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି । ଘଟଣା ମଧ୍ୟରେ ଏକ ନୂଆ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଅଭିଯୋଗ ଏହା ଯେ ଏସଆଇ ରଘୁନାଥ  ଉକ୍ତ ମହିଳାଙ୍କୁ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ନେଇ ଧମକ ଦେଉଛନ୍ତି ।

ଖାକି ବର୍ଦ୍ଦି ନୁହେଁ, କରୋନାରୁ ବଞ୍ଚିବା ପାଇଁ ପୋଲିସ୍‌ ପିପିଇ କିଟ୍‌ ପିନ୍ଧି କରୁଛନ୍ତି ଯାଞ୍ଚ

ଭୁବନେଶ୍ୱର: କରୋନା ଭୟରେ ଭୟଭୀତ ସାରା ଦେଶ । କାହାକୁ ବି ଛାଡ଼ୁନି କରୋନା । ଦିନ ବଢିବା ସହ ତା କାୟା ବିସ୍ତାର କରୁଛି କରୋନା । କରୋନାଠୁ ନିଜକୁ ଦୂରେଇ ରଖିବାକୁ ଏକ ମାତ୍ର ପନ୍ଥା ହେଉଛି ସଚେତନତା । ତେଣୁ ରାଜ୍ୟରେ ୪ଜିଲ୍ଲାରେ ଗତକାଲି ରାତି ୯ଟାରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ବ୍ଲକିଂ କରି ତାର ଚେକିଂ ଆରମ୍ଭ କରିଛି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ବାରଣ କରାଯାଇଛି ।

ଏଭଳି ପରିସ୍ଥିତିରେ କେତକ ଅମାନିଆଙ୍କୁ ରୋକିବାକୁ ପୋଲିସ ତାପ ପ୍ରୟାସ ଜାରି ରଖିଛି । ସବୁ ସମୟରେ ସବୁ ପରିସ୍ଥିତିରେ ତାର ପାରିବା ପଣିଆ ଦେଖାଉଛି ପୋଲିସ । ଏହି ନିୟମ ପାଳନ କରୁ କରୁ କେତେକ କୋଭିଡ଼ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଛନ୍ତି । ଯାହା ପ୍ରଶାସନ ମୁଣ୍ଡ ବିନ୍ଧାର କାରଣ ପାଲଟି ଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ପାଇଁ ଅହରହ ପରିଶ୍ରମ କରୁଥିବା ପୋଲିସ ଭାଇଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେଇଛି କମିସନରେଟ ପୋଲିସ୍ ।

ତେବେ ପୋଲିସ୍ ଭାଇମାନେ ପିପିଇ କିଟ୍ ପିନ୍ଧି ବାହାରି ପଡ଼ିଛନ୍ତି ଜନସାଧାରଣଙ୍କ ସେବା ପାଇଁ । କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହେଉଥିବାରୁ ପୋଲିସ ନିଜ ସୁରକ୍ଷା ପାଇଁ ପିପିଇ କିଟ୍ ପିନ୍ଧି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଭୁବେନଶ୍ୱରରେ ବିଭିନ୍ନ ଛକରେ ପୋଲିସ ପିପିଇ କିଟ୍ ପିନ୍ଧି ଯାଞ୍ଚ କରୁଥିବା ଦେଖିବାକୁ ମିଲିଛି ।

ଶ୍ୱଶୁର-ବୋହୂ ଅନୈତିକ ସମ୍ପର୍କ, ବାପାକୁ ହତ୍ୟା କଲା ଡାକ୍ତର ପୁଅ !

ଭୁବନେଶ୍ୱର: ବାପାକୁ ହତ୍ୟା କଲା ପୁଅ । ଶ୍ୱଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ବାପାକୁ ହତ୍ୟା କରିଛି ପୁଅ । ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ । ହତ୍ୟା ଘଟଣା ପରେ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ ।

ତେବେ ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ଡାକ୍ତର ଜଣକ ହେଉଛନ୍ତି ରଂଜନ ମିଶ୍ର । ତାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ରଂଜନ ବାଣପୁରରେ ଆୟୁଷ ଡାକ୍ତର ଭାବେ କାମ କରୁଥିଲେ । ରଞ୍ଜନଙ୍କ ପତ୍ନୀ ଓ ତାଙ୍କ ବାପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ରଞ୍ଜନ ସନ୍ଦେହ କରିଥିଲେ । ଏହି ସନ୍ଦେହ ଧିରେ ଧିରେ ଘନିଭୂତ ହୋଇଥିଲା । ଶେଷରେ ସନ୍ଦେହ ଅତି ନିର୍ମମ ରୂପ ନେଇଥିଲା । ରାଗରେ ଜର୍ଜରିତ ପୁଅ ବାପାକୁ ଆକ୍ରମଣ କରିଥିଲା । ଆଉ ଏହି ଆକ୍ରମଣ ଫଳରେ ବାପାର ଜୀବନ ଚାଲିଯାଇଛି । ପ୍ରଥମେ ପୁଅର ଆକ୍ରମଣରେ ବାପା ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଉଥିଲା । ଏହି ସମୟରେ ଅଧା ରାସ୍ତରେ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରଥମେ ବୋହୂ ସହ ସମ୍ପର୍କକୁ ନେଇ ବାପ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତି ତର୍କ ଧିରେ ଧିରେ ଉଗ୍ର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ବାପାଙ୍କୁ ଆକ୍ରମଣ କରି ରକ୍ତାକ୍ତ ମଧ୍ୟ କରିଥିଲା ।