spot_img
Home Blog Page 6669

୫୦ ହଜାରରୁ ଅଧିକ ଚେକ୍ ପେମେଣ୍ଟ୍ କରୁଛନ୍ତି କି ? ତେବେ ଜାନୁଆରୀ ୧ ରୁ RBIର ନୂଆ ନିୟମ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଭଳି ଏକ ନିଷ୍ପତ୍ତି ଯେଉଁଥିରେ ବ୍ୟାଙ୍କରେ ଚେକ୍‌କୁ ନେଇ ହେଉଥିବା ଠକେଇକୁ ରୋଯାଇପାରିବ ।  ଆରବିଆଇ କହିଛି ଯେ ୨୦୨୧ ଜାନୁୟାରୀ ୧ ଠାରୁ ଚେକ୍‌ରେ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥାକୁ ଆରମ୍ଭ କରାଯିବ । ଏହି ପଜିଟିଭ ପେ ସିଷ୍ଟମ କଣ ଆସନ୍ତୁ ଜାଣିବା ..

ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ ୫୦,୦୦୦ରୁ ଅଧିକ ପେଡ୍ ହେଉଥିବା ଚେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେମାନଙ୍କୁ ଚେକକୁ ନେଇ ଦୁଇଥର ନିଶ୍ଚିତ କରିବା ଆବଶ୍ୟକ ରହିଛି । ଏହି ସିଷ୍ଟମରେ, ଚେକ୍ ପ୍ରଦାନକାରୀଙ୍କୁ ଏସ୍‌ଏମ୍‌ଏସ୍‌, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଚେକ୍ ବିଷୟରେ କିଛି ସର୍ବନିମ୍ନ ବିବରଣୀ ଦେବାକୁ ପଡିବ ।

ଏଥିରେ ତାରିଖ, ହିତାଧିକାରୀଙ୍କ ନାମ, ଦେୟ ଏବଂ ପରିମାଣ ବିଷୟରେ ସୂଚନା ଦେବାକୁ ପଡିବ । ଚେକ୍ ଉପସ୍ଥାପନ କରିବା ପୂର୍ବରୁ ଏହି ବିବରଣୀଗୁଡିକୁ ମ୍ୟାଚ କରାଯିବ । ଯଦି ଚେକ୍‌ ସମ୍ବନ୍ଧରେ କୌଣସି ତୃଟି  ଦେଖାଯାଏ ତେବେ ପେମେଣ୍ଟ ବ୍ୟାଙ୍କ ଏବଂ ଉପସ୍ଥାପନାକାରୀ ବ୍ୟାଙ୍କକୁ ସୂଚନା ଦିଆଯିବ । ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ।

ଆରବିଆଇ ଅନୁଯାୟୀ, ଏହି ସୁବିଧା ପାଇବା ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭର କରିବ । ତେବେ ୫ ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ପରିମାଣର ଚେକ୍ ପାଇଁ ବ୍ୟାଙ୍କଗୁଡିକ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରିବେ । ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ବ୍ୟବସ୍ଥା ୨୦୨୧ ଜାନୁୟାରୀ ୧  ରୁ କାର୍ଯ୍ୟକାରୀ ହେବ ।

ଗ୍ରାହକମାନଙ୍କୁ ଏସଏମଏସ ମାଧ୍ୟମରେ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି । ଏହା ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଶାଖା, ଏଟିଏମ୍ ଏବଂ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ।

NCB ଟାର୍ଗେଟରେ ବଲିଉଡ: ଗିରଫ ହେଲେ ଧର୍ମା ପ୍ରଡକସନର ଏକ୍ସ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ୍ ମାମଲାରେ ପଚରାଉଚରା ଓ ଗିରଫଦାରୀ ଜାରି ରହିଛି । ଡ୍ରଗ୍ସ ଲିଙ୍କରେ ବଡ଼ ବଡ଼ ସେଲିବ୍ରିଟିଙ୍କ ନାମ ଆସିବା ପରେ ସେମାନଙ୍କୁ ଜେରା ଉପରେ ଜେରା କରାଯାଉଛି । ଜେରା ପରେ ଅଧିକ ପ୍ରମାଣ ମିଳିଲେ ଗିରଫ କରାଯାଉଛି । ଶନିବାର ମୁମ୍ବାଇର ଏନସିବି ଟିମ ବଲିଉଡ ସହ ଜଡିତ ଥିବା କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି । ଧର୍ମା ପ୍ରଡକସନରେ କ୍ଷିତିଜ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ଥିଲେ । ତାଙ୍କୁ କିଛି ଦିନ ପୂର୍ବରୁ ଏନସିବି ଦ୍ୱାରା କ୍ରମାଗତ ଭାବରେ ପଚରାଉଚରା କରାଯାଇଥିଲା । ଏବଂ ବର୍ତ୍ତମାନ କ୍ଷିତିଜଙ୍କୁ ଗିରଫ କରାଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ କ୍ଷିତିଜ ପ୍ରସାଦଙ୍କୁ ଏନସିବି ଡକାଇ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା । ଅଭିଯୋଗ ହୋଇଛି ଯେ କ୍ଷିତିଜ ଜଣେ ଡ୍ରଗ୍ ଡିଲରଙ୍କଠାରୁ ଡ୍ରଗ୍ସ ନେଉଥିଲେ ।

ସୂଚନା ଅନୁଯାୟୀ, ଏନ୍‌ସିବି ପାଖରେ ଏକ ଫଟୋ ହସ୍ତଗତ ହୋଇଥିଲା । ଯେଉଁଥିରେ ଧର୍ମା ପ୍ରଡକସନର ଏକ୍ସ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦ ଜଣେ ଡ୍ରଗ୍ ବେପାରୀଙ୍କ ସହ ଠିଆ ହୋଇଥିବା ଦେଖାଯାଇଥିଲା । ଡ୍ରଗ୍ସ ମାମଲାରେ ଲିଙ୍କ ଏହି ଚିତ୍ରକୁ କ୍ଷିତିଜ ପ୍ରସାଦଙ୍କ ବିରୋଧରେ ସବୁଠାରୁ ବଡ ପ୍ରମାଣ ଭାବରେ ନିଆଯାଇଛି । ତେବେ ଏହି ଡ୍ରଗ୍ ବେପାରୀଙ୍କ ନାମ ହେଉଛି ଅଙ୍କୁଷ ଅରେଞ୍ଜା । ଏନସିବି କେବଳ ପଚରାଉଚରା ଏବଂ ପ୍ରମାଣ ପାଇବା ପରେ କ୍ଷିତଜଙ୍କୁ ଗିରଫ କରିଛି । ନିକଟରେ ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଥିଲା । ତେବେ କ୍ଷିତିଜଙ୍କ ଘରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ କିମ୍ବା ପାର୍ଟି ମୁମ୍ବାଇ କିମ୍ବା ଦିଲ୍ଲୀରେ ଡ୍ରଗ୍ ବେପାରୀଙ୍କୁ ରୋଜଗାର ଦେଉଥିଲା । କାରଣ ତାଙ୍କ ଘରେ ହେଉଥିବା ପାର୍ଟିରେ ବ୍ୟବହାର ହେଉଥିଲା ବିପୁର ପରିମାଣର ଡ୍ରଗ୍ସ । କ୍ଷିତଜ ପ୍ରସାଦ କରଣ ଜୋହରଙ୍କ ଅତି ନିକଟତର ବୋଲି ଜଣାପଡ଼ିଛି ।

ରାଜଧାନୀରେ ଜବରଦଖଲ ଭାଙ୍ଗିଲା ବିଏମସି, ପ୍ରତିବାଦ ସତ୍ତ୍ୱେ ଉଚ୍ଛେଦ ହେଲା ୨୭ ଦୋକାନ

ଭୁବନେଶ୍ୱର: ବିଡିଏ ଓ ବିଏମସି ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି । ଏହି କ୍ରମରେ ଆଜି ୟୁନିଟ-୨ ନିକଟ ରାସ୍ତାକଡରୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପୂର୍ବରୁ ବାରମ୍ବାର ନୋଟିସ ଓ ଡ଼ାକବାଜି ଯନ୍ତ୍ର ଯୋଗେ ତାଗିଦ ସତ୍ତ୍ୱେ ଜବର ଦଖଲକାରୀ ଶୁଣିନଥିଲେ  । ଏବେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ରାସ୍ତା କଡ଼ରେ ଥିବା ମୋଟ ୨୭ଟି ଦୋକାନକୁ ଉଚ୍ଛେଦ କରିଛି । ଉଚ୍ଛେଦ ବେଳେ କ୍ଷତିଗ୍ରସ୍ତ ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ବିରୋଧ କରି ରାସ୍ତାରୋକ କରିଥିଲେ ।

ପରେ ପୋଲିସର ହସ୍ତକ୍ଷେପ କରିବା ପରେ ରାସ୍ତାରୋକ ହଟିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଉଲ୍ଲେଖଯୋଗ୍ୟ ଯେ, ସମ୍ପୃକ୍ତ ସ୍ଥାନରେ ସ୍ମାର୍ଟ ସିଟି ପକ୍ଷରୁ ବହୁତଳ କୋଠା ନିର୍ମାଣ ଜାରି ରହିଛି । କୋଠା ସମ୍ମୁଖରେ ଦୀର୍ଘ ଦିନ ଧରି ଜବରଦଖଲ କରି ନୂତନ ମାର୍କେଟ ଖୋଲାଯାଇଥିଲା। ଏହାଦ୍ୱାରା ଟ୍ରାଫିକ ଓ ସାଧରଣ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲା।

ଅନିୟନ୍ତ୍ରିତ ସଂକ୍ରମଣ: କରୋନାକୁ ନେଇ WHO ଦେଲା ଏମିତି ତଥ୍ୟ,ଯାହା ଭୟାନକ

ନୂଆଦିଲ୍ଲୀ: ପୂରା ବିଶ୍ୱରେ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । WHO କହିଛି ଯେ ଗୋଟିଏ ସଫଳ ଟିକା ମିଳିବା ଏବଂ ତାହା ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । ସେ ପର୍ଯ୍ୟନ୍ତ ପ୍ରାୟ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି ।

WHO କହିଛି ଯେ, ଆମେ ବର୍ତ୍ତମାନ ଏ ମାହାମାରୀ କବଳରୁ କୌଣସି ପ୍ରକାରେ ବାହାରି ପାରିବା ନାହିଁ  । ସେ ଏହା ମଧ୍ୟ କହିଛନ୍ତି ଯେ, ନୂଆ ମାମଲାକୁ ନେଇ ଯୁବମାନଙ୍କୁ ଦୋଷ ଦେବା ଉଚିତ୍ ନୁହେଁ । ଏହାସହ ସେ ଆସା କରିଛନ୍ତି ଏଭଳି ପରିସ୍ଥିତିକୁ ନେଇ ଆମେ ପରସ୍ପରକୁ ଦୋଷ ଦେଇପାରିବା ନାହିଁ । ଏବଂ ବିଶେଷଜ୍ଞ ଏନେଇ କହିଛନ୍ତି ଯେ, ଘରମାନଙ୍କରେ ହେଉଥିବା ଉତ୍ସବ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି ।

କରୋନା ଭାଇରସ୍ କାରଣରୁ ଆମେରିକାରେ ୨ଲକ୍ଷ ୮ହଜାରରୁ ଅଧିକ , ଭାରତରେ ୯୩ ହଜାରରୁ ଅଧିକ ବ୍ରାଜିଲରେ ୪୦ହଜାରରୁ ଅଧିକ ଏବଂ ଋଷରୁ ୨୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସବୁଠୁ ଅଧିକ ସଂକ୍ରମିତ ଦେଶ ଭାବରେ ଆଗରରେ ରହିଛି ଆମେରିକା  । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୭୨ଲକ୍ଷ ପାର୍ କରିଛି ଏବଂ ଭାରତ ୨ୟ ସ୍ଥାନରେ ରହିଛି  ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ୨୦ଲକ୍ଷ ମୃତ୍ୟୁ କେବଳ ଆକଳନା ନୁହେଁ କାରଣ ଏମିତି ହେବାର ଆଶଙ୍କା ସବୁଠୁ ଅଧିକ ରହିଛି । କରୋନା ଭାଇରସ୍ ସାମ୍ନାକୁ ଆସିବାର ୯ମାସ ପରେ ସମୁଦାୟ ୯ଲକ୍ଷ ୯ଶହ ୩୦ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

 

ଅଯୋଧ୍ୟା ପରେ ଏବେ ମଥୁରା: ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ‘ମୁକ୍ତି’ ପାଇଁ ଅଦାଲତରେ ମାମଲା

ମଥୁରା: ବହୁ ବାଦ ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଏବେ ପୁରା ହୋଇଛି । ରାମ ମନ୍ଦିର ପାଇଁ ଭୂମି ପୂଜନ ପରେ ଏବେ ନିର୍ମାରଣ କାର୍ଯ୍ୟ ଚାଲିଛି । ଏଇ ଭିତରେ ଆଉଗୋଟିଏ ବିବାଦ ସାମ୍ନାକୁ ଆସିଛି । ମଥୁରାରେ କୃଷ୍ଣ ଜମ୍ନ ଭୂମିକୁ ନେଇ ଏକ ମାମଲା କୋର୍ଟରେ ପହଞ୍ଚିଛି । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଥୁରା କୋର୍ଟରେ ଏକ ସିଭିଲ ମକଦ୍ଦମା ଦାୟର କରାଯାଇଛି । ଏଥିରେ ୧୩.୩୭ ଏକର ଜମିରେ ମାଲିକାନା ଦାବି କରାଯାଇଛି । ଏବଂ ସାହି ଇଦ୍‌ଗା ମସଜିଦ ହଟାଇବାକୁ ଏହି ମକଦମାରେ ଦାବି କରାଯାଇଛି ।

ଭଗବାନ ଶ୍ରୀକୃଷ୍ଣ ସେଠାରେ ବିରଜାମନ ବୋଲି ରଂଜନା ଅଗ୍ନିହୋତ୍ରୀଙ୍କ ନାମରେ ସୁପ୍ରିମକୋର୍ଟର ଓକିଲ ବିଷ୍ଣୁ ଶଙ୍କର ଜୈନ ଏକ ପିଟିସନ ଦାଖଲ କରିଛନ୍ତି । ୧୯୬୮ ମସିହାରେ ହୋଇଥିବା ଚୁକ୍ତିନାମାକୁ ମିଥ୍ୟା ବୋଲି ଆବେଦନ କରାଯାଇଛି । ପ୍ରଭୁ ଶ୍ରୀକୃଷ୍ଣ ବିରଜାମନ, କାଟ୍ରା କେଶବ ଦେବ ଖେବତ, ମୌଜା ମଥୁରା ବଜାର ସହର ପକ୍ଷରୁ ରଂଜନା ଅଗ୍ନିହୋତ୍ରୀ ଏବଂ ଅନ୍ୟ ୬ ଜଣ ଭକ୍ତଙ୍କ ଦ୍ୱାରା ଏହି ମାମଲା ଦାୟର କରାଯାଇଛି ।

ଏହି ଆବେଦନ ‘ଭଗବାନ ଶ୍ରୀକୃଷ୍ଣ ବିରଜମାନ’ ଏବଂ ‘ସ୍ଥାନ ଶ୍ରୀକୃଷ୍ଣ ଜନ୍ମ ଭୂମି’ ନାମରେ ଦାଖଲ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ଯେଉଁଠାରେ ସାହି ଇଦ୍‌ଗା ମସଜିଦ ଛିଡା ହୋଇଛି, ତାହା ହେଉଛି ପ୍ରକୃତ କାରାଗାର ଯେଉଁଠାରେ ଭଗବାନ କୃଷ୍ଣ ଜନ୍ମ ହୋଇଥିଲେ ।

ମଥୁରାର ସାହି ଇଦ୍‌ଗା ମସଜିଦ କୃଷ୍ଣ ଜନ୍ମ ଭୂମି ସହିତ ଲାଗିକି ଛିଡ଼ା ହୋଇଛି । ଇତିହାସ କହୁଛି ଯେ ଔରଙ୍ଗଜେବ ପ୍ରାଚୀନ କେଶବନାଥ ମନ୍ଦିରକୁ ଧ୍ୱଂସ କରି ସାହି ସ୍ଥାନରେ ଇଦ୍‌ଗା ମସଜିଦ ନିର୍ମାଣ କରିଥିଲା । ତେବେ ୧୯୩୫ ମସିହାରେ, ଆହ୍ଲାବାଦ ହାଇକୋର୍ଟ ମସଜିଦ ଯେଉଁ ଜମିରେ ଠିଆ ହୋଇଛି ସେହି ଜମିର ଆଇନଗତ ଅଧିକାର ବାରାଣାସୀର ହିନ୍ଦୁ ରାଜାଙ୍କୁ ଦେଇଥିଲେ ।

ତେବେ ୧୯୫୧ ମସିହାରେ ଶ୍ରୀକୃଷ୍ଣ ଜନ୍ମ ଭୂମି ଟ୍ରଷ୍ଟ ତିଆରି କରାଯାଇଥିଲା । ଟ୍ରଷ୍ଟ ପୁଣିଥରେ ସେଠାରେ ଭଙ୍ଗା ଜାଇଥିବା ମନ୍ଦିରକୁ ଆଉଥରେ ନିର୍ମାଣ କରାଯିବ ବୋଲି ଟ୍ରଷ୍ଟରେ ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟପଟେ ଟ୍ରଷ୍ଟ ସହ ଯୋଡ଼ି ହେବାକୁ ଚେଷ୍ଟା କରିଥିଲା ଆଉ ଗୋଟିଏ ସଂସ୍ଥା । ୧୯୫୮ ମସିହାରେ, ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂଘ ନାମକ ଏକ ସଂଗଠନ ଗଠନ ହୋଇଥିଲା । ଆଇନ ଅନୁଯାୟୀ ଏହି ସଂଗଠନକୁ ଜମି ମାଲିକାନାର ହକ ଦିଆଯାଇନଥିଲା । କିନ୍ତୁ ଚତୁରତାର ସହ ଏହି ସଂସ୍ଥା ଟ୍ରଷ୍ଟ ପାଇଁ ସମସ୍ତ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲା । ପରେ ଏହି ସଂଗଠନ ଟ୍ରଷ୍ଟକୁ ଧୋକା ଦେିଥିଲା ।

୧୯୬୪ ମସିହାରେ ଏହି ଅନୁଷ୍ଠାନ ସମଗ୍ର ଜମି ନିୟନ୍ତ୍ରଣ ପାଇଁ ଏକ ସିଭିଲ୍ କେସ୍ ଦାଖଲ କରିଥିଲା । ​​କିନ୍ତୁ ୧୯୬୮ ମସିହାରେ ଶ୍ରୀକୃଷ୍ଣ ଜନ୍ମ ସ୍ଥାନ ସେବା ସଂଘ  ନିଜେ ମୁସଲିମ୍ ପକ୍ଷ ସହ ବୁଝାମଣା କରିଥିଲା ।  ୧୯୬୮ ଚୁକ୍ତି ଅନୁଯାୟୀ ଶାହି ଇଦ୍ଗା କମିଟି ଏବଂ ଶ୍ରୀକୃଷ୍ଣ ଜନ୍ମ ଭୂମି ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା । ଯାହା ଅନୁଯାୟୀ ଜମି ଟ୍ରଷ୍ଟରେ ରହିବ ଏବଂ ମସଜିଦର ପରିଚାଳନା ଅଧିକାର ମୁସଲିମ କମିଟିକୁ ଦିଆଯିବ ।

୮୮ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ; ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା…

ଭୁବନେଶ୍ୱର: ବିଗତ ଦିନରେ ଦେଶର ପ୍ରଧାନମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି  ଡଃ ମନମୋହନ ସିଂ । ଆଜି ତାଙ୍କର ଜନ୍ମ ଦିବସ । ଭାରତୀୟ ଇତିହାସର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କର ପ୍ରଖର ଖ୍ୟାତି ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ନୂଆ ଦିଗନ୍ତ ଦେବା ଦିଗରେ ସେ ଯଥେଷ୍ଟ ପ୍ରଚେଷ୍ଟା କରି ସଫଳ ହୋଇଛନ୍ତି । ୧୯୯୧ ମସିହାରେ ତାଙ୍କ ଉଦାରୀକରଣର ପ୍ରଭାବରେ ଏକ ନୂଆ ଓ ଭିନ୍ନ ଭାରତ ତିଆରି ହୋଇଛି । ତେବେ ପ୍ରଧାନମନ୍ତ୍ରୀ ଭାବେ ଏକ ଦଶନ୍ଧୀର ଦାୟିତ୍ୱ ନେଇଥିବା ମନମୋହନ ସିଂ ଭାରତ ପାଇଁ ଅନେକ କଥା କରିଛନ୍ତି ।

ତେବେ ତାଙ୍କ ଜନ୍ମଦିନରେ ଆଜି ତାଙ୍କ ସମ୍ପର୍କରେ ଏମିତି ୫ଟି କଥା ଜାଣିବା ଯାହା ଖୁବ୍ କମ୍ ଆଲୋଚିତ ପ୍ରସଙ୍ଗ-

ହିନ୍ଦୀ ପଢ଼ିବା ଜାଣିନଥିଲେ-

ଭାରତରେ ଥିବା ଭାଷାଗତ ବିବିଧତାର ଏକ ବଡ଼ ଉଦାହରଣ ହେଲେ ମନମୋହନ ସିଂ । ଦେଶର ଅଧିକାଂଶ ରାଜ୍ୟ ହିନ୍ଦୀଭାଷୀ ହୋଇଥିଲେ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହିନ୍ଦୀ ପଢିବା ଜାଣିନଥିଲେ । ହିନ୍ଦୀ ଲିପିକୁ ପଢିବାରେ ତାଙ୍କୁ ବହୁ ସମସ୍ୟା ହେଉଥିଲା । ସେଥିପାଇଁ କାର୍ଯ୍ୟାଳୟରେ ତାଙ୍କ ପଠନ ବିଷୟବସ୍ତୁକୁ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ଏପରିକି ତାଙ୍କ ଭାଷଣକୁ ମଧ୍ୟ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ମନମୋହନ ହିନ୍ଦୀ ଓ ଇଂଗ୍ରାଜୀ ଭାଷାରେ ପଢ଼ିବାକୁ ପସନ୍ଦ କରୁଥିଲେ ।

ଲାଜକୁଳା ସ୍ୱଭାବରେ ବ୍ୟକ୍ତିତ୍ୱ ଥିଲେ –

ମନମୋହନ ପିଲାବେଳୁ ହିଁ ଜଣେ ଲାଜକୁଳା ସ୍ୱଭାବର ମଣିଷ ଥିଲେ । ଏପରିକି କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ବେଳେ ମଧ୍ୟ ସେ ନିଜ ସହପାଠୀଙ୍କ ସହ ମିଳାମିଶା କରୁଥିଲେ । ବ୍ୟକ୍ତିଗତ ଜୀବନରେ ତାଙ୍କ କମ୍ ବନ୍ଧୁ ମଧ୍ୟ ରହିଛନ୍ତି । ବିବିସି ନ୍ୟୁଜ ଚ୍ୟାନେଲକୁ ଏକ ସାକ୍ଷାତକାର ଦେବା ସମୟରେ ମନମୋହନ କହିଥିଲେ ଯେ ସେ ଆଦୌ ମେଳାପୀ ନୁହଁନ୍ତି ଓ ଛାତ୍ରାବାସରେ ସେ ଭୋରରୁ ଉଠି ନିଜ ନିତ୍ୟକର୍ମ ସାରନ୍ତି । ସକାଳ ଛାତ୍ରାବାସରେ ନିତ୍ୟକର୍ମ ପାଇଁ ଗହଳି ହେବା ପୂର୍ବରୁ ସେ ଏହିଭଳି କରିବା ପସନ୍ଦ କରନ୍ତି ।

ପିଲା ବେଳେ ମା’ଙ୍କୁ ହରାଇଥିଲେ –

ମନମୋହନ ଛୋଟ ଥିବା ବେଳେ ନିଜ ମାଆଙ୍କୁ ହରାଇଥିଲେ । ନିଜ ଜେଜେ ମାଆଙ୍କ ପାଖରେ ତାଙ୍କର ଲାଳନପାଳନ ହୋଇଥିଲା । ପଞ୍ଜାବର ଏକ ଗାଁରେ ସେ ନିଜ ଜେଜେ ମାଙ୍କ ସହ ରହୁଥିଲେ । ଏବେ ଉକ୍ତ ଗାଁଟି ପାକିସ୍ତାନର ଅଂଶବିଶେଷ ।

ବିନା ବିଦ୍ୟୁତରେ ୧୨ ବର୍ଷ-

ଜୀବନର ୧୨ ବର୍ଷ ବିନା ବିଦ୍ୟୁତ୍ ସେବାରେ କାଟିଛନ୍ତି ମନମୋହନ ସିଂ ।  ମନମୋହନଙ୍କ ଗ୍ରାମରେ ପିଇବା ପାଣି, ସ୍କୁଲ ଓ ବିଦ୍ୟୁତ୍ ସେବାର ସୁବିଧା ନଥିଲା । ଏପରିକି ପାଖରେ ସ୍କୁଲ ନଥିବା ହେତୁ ତାଙ୍କୁ ଦୁଇରୁ ତିନି ମାଇଲ ଚାଲିଚାଲି ଯିବାକୁ ପଡ଼ୁଥିଲା । ଜୀବନର ପ୍ରାରମ୍ଭରେ ଯଥେଷ୍ଟ ସଂଘର୍ଷ କରିଥିବା ଶ୍ରୀ ସିଂ ପିଲାବେଳେ ବିଦ୍ୟୁତ ନେଇ ସବୁଠାରୁ ଅଧିକ ସମସ୍ୟାରେ ଥିବା କଥା କୁହନ୍ତି । ସେ ନିଜ କହିଛନ୍ତି ଯେ ବିଦ୍ୟୁତ ବିନା ବଞ୍ଚିବା ସମ୍ଭବ ପର ନଥିଲେ ମଧ୍ୟ ସେ ସେହି ପରିସ୍ଥିତି ସହ ସାଲିସ କରିଥିଲେ । ମାତ୍ର ବିଦ୍ୟୁତ ବିନା ତାଙ୍କ ପାଠ ପଢାରେ ମଧ୍ୟ ଅବହେଳା ହୋଇଥିଲା, ଯାହା ତାଙ୍କୁ ସେ ସମୟରେ ମର୍ମାହତ କରୁଥିଲା ।

ପାକିସ୍ତାନ ଛାଡ଼ି ଭାରତ ଆସିଥିଲେ-

୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ବେଳେ ମନମୋହନଙ୍କ ପରିବାର ଭାରତରେ ମିଶିବାକୁ ପସନ୍ଦ କରିଥିଲେ । ସେତେବେଳେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା । ପରିବାର ସହ ସେ ପଞ୍ଜାବର ଅମୃତସରରେ ଆସି ରହିଥିଲେ ।

 

 

ବି-ଟାଉନରେ ଡ୍ରଗ୍ସ ଲିଙ୍କ: ଡ୍ରଗ୍ସ ନେଇ ହୋଇଥିବା ଚାଟ୍ କଥା ମାନିଲେ ମସ୍ତାନୀ ଗାର୍ଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କୁ ନେଇ ବି-ଟାଉନରେ ଚଡ଼କ ପଡ଼ିଛି । ଏହି ଲିଙ୍କରେ ଆସିଛି ବି-ଟାଉନର ବଡ଼ ବଡ଼ ଅଭିନେତ୍ରୀ ଏବଂ ଅଭିନେତାଙ୍କ ନାମ । ୫୦ ଜଣଙ୍କର ଜାତକ ରହିଛି ଏନ୍‌ସିବି ପାଖରେ । ଯାହାକୁ ନେଇ ଜଣଙ୍କ ପରେ ଜଣଙ୍କୁ ପଠାଉଛି ହାଜିରା ପାଇଁ ସମନ । ତେବେ ଦୀପିକାଙ୍କୁ ସମନ ପରେ ଦୀପିକା ପାଦୁକୋନଙ୍କୁ ପଚରାଉଚରା କରାଯାଉଛି । ଆଜି ସକାଳେ ଦୀପିକାଙ୍କୁ ଏନସିବି କାର୍ଯ୍ୟାଳୟକୁ ଡକାଯାଇଥିଲା । ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ତାଙ୍କର ଡ୍ରଗ୍ ଚାଟ୍ ମିଳିବା ପରେ ତାଙ୍କୁ ଜେରା ପାଇଁ ନେଟିସ କରାଯାଇଥିଲା ।

ଦୀପିକା ଏବଂ କରିସ୍ମାଙ୍କୁ ମୁହାଁମୁହିଁ ପ୍ରଶ୍ନ କରାଯାଉଛି । ଏନସିବି ଅଧିକାରୀମାନେ ଉଭୟଙ୍କ ଆଗରେ ଅନେକ ମାରାତ୍ମକ ପ୍ରଶ୍ନ ରଖିଛନ୍ତି । କୁହାଯାଉଛି ଯେ ଦୀପିକା କିଛି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏନ୍‌ସିବିକୁ ଦେଇନାହାଁନ୍ତି । ତେବେ ଡ୍ରଗ୍ସକୁ ନେଇ କିଛି ପ୍ରଶ୍ନର ଉପରେ ଦୀପିକା ପାଦୁକୋନ ନୀରବ ରହିଛନ୍ତି । ତେବେ ଏନ୍‌ସିବି ପାଖରେ ଥିବା ପ୍ରମାଣ ସହ ଦୀପିକାଙ୍କୁ ଜେରା ପରେ ସେ ଶେଷରେ ତାଙ୍କର ଡ୍ରଗ୍ସ ଲିଙ୍କରେ ହାତ ଥିବା ମାନିଛନ୍ତି । ଦୀପିକା ସ୍ୱୀକାର କରିଛନ୍ତି ଯେ ସେ ପ୍ରକାଶ ହୋଇଥିବା ଡ୍ରଗ୍ସ ଚାଟ୍ ହେଉଛି ତାଙ୍କର । ଏମିତିକି ତାଙ୍କ ସର୍କଲ ଭିତରେ ଚାଟ ସାହାର୍ଯ୍ୟରେ ଡୁବ୍ ଅର୍ଥାତ୍ ସିଗାରେଟ୍ ପ୍ୟାକେଟ୍  ମଗାଯାଉଥିବା ସେ କହିଛନ୍ତି । ଆଉ ଏମତି ଅନେକ ପ୍ରଶ୍ନର ଉତ୍ତର ନଦେଇ ଚୁପ୍ ରହିବାକୁ ପସନ୍ଦ କରିଛନ୍ତି ଦୀପିକା ।

NCB ଅଫିସରେ ପହଞ୍ଚିଲେ ଶ୍ରଦ୍ଧା କପୁର, ସାମ୍ନା କରିବେ ବି-ଟାଉନରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ପ୍ରଶ୍ନ

ମୁମ୍ବାଇ: ଡ୍ରଗ୍ସର ଦବଦବାରେ ପୁରା ବଲିଉଡ । ଡ୍ରଗ୍ସ ନିଶାରେ ମସଗୁଲ ପୁରା ବି-ଟାଉନ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରୁ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା ପରେ ଏବେ ବଲିଉଡର ପୋଲ ଖୋଲିଛି । ଆଉ ଏବେ ଏହି ଖୋଳତାଡ ଭିତର ଗୋଟିଏ ପରେ ଗୋଟିଏ ବଡ ନାଁ ପଦାକୁ ଆସିବାରେ ଲାଗିଛି । ଜଣେ ନୁହନ୍ତି କି ଦି’ ଜଣ, ପାଖାପାଖି ୫୦ ଜଣ ବଲିଉଡ ସେଲିବ୍ରିଟିଙ୍କୁ ଆଗକୁ ଡ୍ରଗ୍ସ ବାବଦରେ ନିଜ ପକ୍ଷ ରଖିବାକୁ ପଡିବ । କାରଣ କୁହାଯାଉଛି ଯେ, ଏନସିବିର ଯେଉଁ ତାଲିକା ତିଆରି କରିଛି ସେଥିରେ ୫୦ ଜଣ ସେଲିବ୍ରିଟିଙ୍କ ନାମ ରହିଛି । ତେବେ ଏନସିବି ଦ୍ୱାରା ଦୀପିକାଙ୍କୁ ସମନ ଜାରି ହେବା ପରେ ସେ ଏନ୍‌ସିବିରେ ହାଜିର ହୋଇଥିଲେ । ଯେଉଁଠାରେ ତାଙ୍କୁ ଏବେ ପର୍ଯ୍ୟନ୍ତ ଜେରା ଜାରି ରହିଛି ।  ତେବେ ଦୀପିକାଙ୍କ ଭଳି ଶ୍ରଦ୍ଧା ମଧ୍ୟ ଏଥିରେ ଲିପ୍ତ ଥିବା ଜାଣିବାକୁ ପାଇଥିଲା ଏନ୍‌ସିବି ।

ଡ୍ରଗ୍ସ ଉପରେ ଶ୍ରଦ୍ଧା କପୁରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପଚରାଉଚରା କରିବ । ତାଙ୍କୁ ମଧ୍ୟ ପଚରାଯାଇପାରେ କି ସେ ଡ୍ରଗ୍ସ ନେଉଛନ୍ତି କି ? ଯଦି ନେଉଛନ୍ତି କେତେ ପରିମାଣର ନଉଛନ୍ତି ? ଏହି ଡ୍ରଗ୍ସ ଆପଣଙ୍କୁ କିଏ ଦେଉଛି ? ଏହାର ଡିଲର କିଏ ? ଏଭଳି କିଛି ପ୍ରଶ୍ନର ସାମ୍ନା କରିବେ ଅଭିନେତ୍ରୀ ଶ୍ରଦ୍ଧାକପୁର ।

ଶ୍ରଦ୍ଧା କପୁରଙ୍କ ବ୍ୟତୀତ ସାରା ଅଲି ଖାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଏଜେନ୍ସି ପକ୍ଷରୁ ନୋଟିସ କରାଯାଇଛି । ଏହାପୂର୍ବରୁ ଦୀପିକା ପାଦୁକୋନ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

କୁହାଯାଉଛି ଯେ ସମୀର ୱାନଖେଡେ ଏବଂ ଜଣେ ମହିଳା କନଷ୍ଟେବଳ ଏବଂ ଅନ୍ୟ ଜଣେ ଅଧିକାରୀଙ୍କୁ ଶ୍ରଦ୍ଧା କପୁରଙ୍କ ସହ ପଚରାଉଚରା କରାଯାଇପାରେ । ଶ୍ରଦ୍ଧାଙ୍କୁ ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟିକୁ ନେଇ ପ୍ରଶ୍ନର ସାମ୍ନା କରିପାରନ୍ତି ।

ଏହାପୂର୍ବରୁ, ଏନସିବି ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ଧର୍ମା ପ୍ରଡକ୍ସନ୍ସର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ମାତା କ୍ଷିତିଜ ପ୍ରସାଦ ରବି ଏବଂ କରିସ୍ମାଙ୍କୁ ପ୍ରଶ୍ନ କରିଛି ।

ଆଉ ୩ ଦିନ ପରେ କମିବ ମୌସୁମୀ ପ୍ରଭାବ…

ଭୁବନେଶ୍ୱର: ମୌସୁମୀ ଉତ୍ତର ମୁହାଁ ହେବା ପରେ ରାଜ୍ୟରେ ବର୍ଷା ଆଶଙ୍କା କମିଛି । ଏବେ ମୌସୁମୀ ଟ୍ରଫ୍ ରାଜସ୍ଥାନରୁ ମଣିପୁର ଆଡ଼କୁ ଗତି କରୁଛି । ଏଣୁ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ମାତ୍ର ଦୁର୍ବଳ ହେବା ପାଇଁ ସମୟ ଲାଗିବ । ଆସନ୍ତା ୩ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଗଜପତି, ମ‌ାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଛଡା ରାଜ୍ୟର ଉତ୍ତର, ଉପକୂଳ, ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ‌ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସବୁ ଅଞ୍ଚଳରେ ରହୁଥିବା ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ସ୍ଥାନରେ ସବୁ ପ୍ରକାର ପୂର୍ବ ପ୍ରସ୍ତୁତି କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ଲକ୍ଷ ପାର୍, ଆଶ୍ୱସ୍ତି ଦେଉଛି ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୮୫ହଜାର ୩୬୨କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୮୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯ଲକ୍ଷ ୩୯ହଜାର ୩୩ଜଣ ସଂକ୍ରମିତ ହୋଇଥିବା ବେଳେ ୯ଲକ୍ଷ ୬୦ହଜାର ୯୬୯ ଆକ୍ଟିଭ କେସ୍ ରହିଛି । ୪୮ଲକ୍ଷ ୪୯ହଜାର ୫୮୫ଜଣ ସୁସ୍ଥ ହୋଇଛନ୍ତି ।

କରୋନାରେ ଦେଶରେ ମୋଟ୍ ୯୩ହଜାର ୩୭୯ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୩ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକା ତାମିଲନାଡୁ ଓ କର୍ଣ୍ଣାଟକରେ ୫ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶର ସୁସ୍ଥ ହାର ସବୁଠାରୁ ଅଧିକ ଏବଂ ମୃତ୍ୟୁ ହାର ସର୍ବନିମ୍ନ ରହିଛି- ହର୍ଷ ବର୍ଦ୍ଧନ

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର ଦିନ କହିଛନ୍ତି ଯେ କରୋନା ସଂକ୍ରମିତ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ସଠିକ୍ ଚିକିତ୍ସା କରାଯାଇଥିବାରୁ ଅଧିକ ସଂଖ୍ୟକ ଲୋକେ ସୁସ୍ଥ ହୋଇଛନ୍ତି ଏବଂ କମ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେ କହିଛନ୍ତି ଯେ ଦେଶରେ କୋଭିଡ-୧୯ ରୋଗୀଙ୍କ ପୁନରୁଦ୍ଧାର ହାର ଏବଂ ମୃତ୍ୟୁ ହାର ହ୍ରାସ ହେତୁ ସମସ୍ତ ରାଜ୍ୟ ଗ୍ରହଣ କରିଥିବା ନିଷେଧ ରଣନୀତିର ସଫଳ ପ୍ରମାଣିତ ହୋଇଛି । ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଆମେ ସଫଳତାର ସହ ଆମର ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରିଛୁ ଏବଂ ଆଜି ଏହା ପ୍ରାୟ ୧.୫ ମିଲିୟନ ସ୍ତରରେ ପହଞ୍ଚିଛି ଏବଂ ୧୮୦୦ରୁ ଅଧିକ ଲାବୋରେଟୋରୀ ସାରା ଦେଶରେ ରହିଛି ।