spot_img
Home Blog Page 6670

ଜଗିଙ୍କ ବିରୋଧରେ ଜମି ହଡପ ଅଭିଯୋଗ : ଭୟ ଦେଖାଇ ଜମି ନେଲେ, ଏବେ ପ୍ରତିବାଦ କରିବାରୁ ହତ୍ୟା ଧମକ

ଭୁବନେଶ୍ୱର:  ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଠାକାଠିରେ ପଡ଼ିଥିବା ଓଟିଭି ଏବଂ ଏହାର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆସିଛି । ଗରିବ ଚାଷୀ ଓ ସାଧାରଣ ଲୋକଙ୍କ ଉପରେ ଓଟିଭି ଦାଦାଗିରି ଚଳାଇଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଭାତହାଣ୍ଡି ଭାଙ୍ଗୁଥିବା ଓ ପ୍ରତିବାଦ କଲେ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସଂପୃକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଗାଁର ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଏହି ଅଭିଯୋଗ କରିବା ସହିତ ନିଜ ସୁରକ୍ଷା ଦାବି କରିଛନ୍ତି । କିଛିବର୍ଷ ତଳେ ସାରୁଅ, ଜୟ ମଙ୍ଗଳ, ଗୌଡ଼ପୁଟ ଆଦି ଗାଁର ଚାଷୀଙ୍କୁ ଓଟିଭି ନେଟ୍‌ୱର୍କ ବିଭିନ୍ନ ଲୋଭ ଦେଖାଇ ସେମାନଙ୍କ ଜମି କିଣିଥିଲା । ସେହି ଜମିରେ ଓଟିଭି ନେଟ୍‌ୱର୍କ ପକ୍ଷରୁ ବଡ଼ବଡ଼ ଘର, ପାଚେରି, ପୋଖରୀ, ରାସ୍ତା ଆଦି କରାଯାଇଛି । ଫଳରେ ନିଜ ଚାଷଜମିକୁ ଚାଷୀ ଯାଇ ପାରୁନାହାନ୍ତି ।

ତେବେ ଏହାକୁ ପ୍ରତିବାଦ କରିବାରୁ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଗୁଣ୍ଡା ଓ ସମ୍ପର୍କୀୟମାନେ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏପରିକି ଜମି ଜବରଦଖଲ କରିବାକୁ ଧମକ ଦେଉଥିବାରୁ ଚାଷୀ ଭୟଭୀତ ହୋଇପଡ଼ିଛନ୍ତି । ଭୟରେ ଶାଗମାଛ ଦରରେ ଓଟିଭିକୁ ଜମି ବିକୁଛନ୍ତି ସ୍ଥାନୀୟ ଲୋକ । ଜଗି ମଙ୍ଗତ ପଣ୍ଡାଙ୍କ ବାପା ଏସବୁ ଗାଁକୁ ଯାଇ ଧମକ ଦେଉଥିବା ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକ । ନଚେତ୍‌ ଆତ୍ମହତ୍ୟା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ଗାଁଲୋକ କହିଛନ୍ତି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁହଁତୋଡ଼ ଦେଖାଉଥିବା ଓ କୌଣସି ମତେ ଖସି ଯିବାକୁ ଉଦ୍ୟମ କରୁଥିବା ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ଜମି କେଳେଙ୍କାରୀ ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଦେଇଛି  ।

ରାଜ୍ୟରେ ଆଉ ୪ ହଜାର ୩ ଶହ ୫୬ କରୋନା ପଜିଟିଭ୍ ଚିହ୍ନଟ, ୧୬ମୃତ । ଖୋର୍ଦ୍ଧାରେ ସର୍ବାଧିକ ୯ଶହ ୨ ଆକ୍ରାନ୍ତ ।

ରାଜ୍ୟରେ ଆଉ ୪ ହଜାର ୩ ଶହ ୫୬ କରୋନା ପଜିଟିଭ୍ ଚିହ୍ନଟ…16ମୃତ … ଖୋର୍ଦ୍ଧାରେ ସର୍ବାଧିକ 9ଶହ 2 ଆକ୍ରାନ୍ତ

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି । ବିଧାନସଭା ପରିସରରେ ଆରମ୍ଭ ହେଲା କୋଭିଡ୍ ଟେଷ୍ଟ ।

ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି … ବିଧାନସଭା ପରିସରରେ ଆରମ୍ଭ ହେଲା କୋଭିଡ୍‌ ଟେଷ୍ଟ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫସିଥିବା ଓଟିଭି ଓ ଏହାର ଏମଡି ଜଗି ପଣ୍ଡାଙ୍କ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫସିଥିବା ଓଟିଭି ଓ ଏହାର ଏମ୍‌ଡି ଜଗି ପଣ୍ଡାଙ୍କ ବିରୋଧରେ ଜମି କେଳେଙ୍କାରୀ ଅଭିଯୋଗ

ଖୋର୍ଦ୍ଧାରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟ କରୋନା ପରୀକ୍ଷଣ ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ପାର୍ ହୋଇଯାଇଛି । ରାଜ୍ୟର ୩୦ ଜିଲ୍ଲାରୁ ଆଉ ୪ହଜାର ୩ ଶହ ୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୫ ଶହ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାରା ୮ ଶହ ୨୭ ଲୋକାଲ କେସ ରହିଛି । ସେହିପରି ଆଉ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୯ ଶହ ୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୫ ହଜାର ୪ ଶହ ୫୨କୁ ବୃଦ୍ଧି ପାଇଛି ।

ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୯୦୨ ଓ କଟକରୁ ୪୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୯୭ , ବାଲେଶ୍ୱରରୁ  ୧୯୪ , ବରଗଡ଼ରୁ ୧୦୬, ଭଦ୍ରକରୁ ୧୨୪, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୪୯, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୮୪, ଗଜପତିରୁ ୨୦, ଗଞ୍ଜାମରୁ ୬୨, ଜଗତସିଂହପୁରରୁ ୧୭୧ , ଯାଜପୁରରୁ ୧୩୬, ଝାରସୁଗୁଡ଼ାରୁ୧୨୦, କଳାହାଣ୍ଡିରୁ ୭୧ , କନ୍ଧମାଳରୁ ୯୧, କେନ୍ଦ୍ରାପଡ଼ାରୁ ୧୧୯ , କେନ୍ଦୁଝରରୁ ୫୫, କୋରାପୁଟରୁ ୮୨, ମାଲକାନଗିରିରୁ ୨୮, ମୟୁରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୫୮, ନୟାଗଡ଼ରୁ ୫୧, ନୂଆପଡ଼ାରୁ ୧୭୩, ପୁରୀରୁ ୨୬୮ , ରାୟଗଡ଼ାରୁ ୧୨୧, ସମ୍ବଲପୁରରୁ ୮୧, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୧୪,ଷ୍ଟେଟ ପୁଲ୍ ୧୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫ ହଜାର ୪ ଶହ ୫୨ରେ ପହଞ୍ଚିଛି । ଶନିବାର ରାଜ୍ୟରେ ଆଉ ୧୬ମୁଣ୍ଡ ନେଇଛି କରୋନା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୮୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଲକ୍ଷେ ୬୫ ହଜାର ୪୩୨ସୁସ୍ଥ ହୋଇଥିବା ବେଳେ ୩୯ ହଜାର ୧୮୪ଟି ସକ୍ରିୟ ମାମଲା ରହିଛି ।

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

ଖୋର୍ଦ୍ଧା: କ୍ରୋଧରେ ନୃଶଂସ ହେଲା ସ୍ୱାମୀ । ଆଉ କ୍ରୋଧର ଶୀକାର ହେଲା ସ୍ତ୍ରୀ । ସବୁ ପରିସ୍ଥିତିକୁ ନିଜ ଭିତରେ ସମାଧାନ କରିବା ପରିବର୍ତ୍ତେ ସ୍ତ୍ରୀର ରକ୍ତମୁଖା ହୋଇଗଲା ନୃଶଂସ ସ୍ୱାମୀ । ଆଉ ଅକାରଣରେ ଚାଲିଗଲା ସ୍ତ୍ରୀର ଜୀବନ । ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପି.ଏନ.କଲେଜ ରୋଡ଼ ପାଖରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହରୁ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିବା ହୋଇଛି ଅଭିଯୋଗ ।

ମୃତକ ହେଉଛନ୍ତି ୨୮ ବର୍ଷୀୟ ସସ୍ମିତା ବେହେରା। ବିବାହ ପରେ ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିବା ବେଳେ କିଛିଦିନ ହେବ ସ୍ତ୍ରୀ ସସ୍ମିତା ବେହେରା ନିଜ ବାପଘରେ ଆସି ରହୁଥିଲେ । ତେବେ ସ୍ୱାମୀ ହରେକୃଷ୍ଣ ବେହେରା ବେଳବେଳେ ସସ୍ମିତାଙ୍କ ପାଖକୁ ଆସି ଗଣ୍ଡଗୋଳ କରୁଥିବା ଅଭିଯୋଗ କରାଯାଇଛି । 

ସୂଚନା ଅନୁସାରେ, ପୂର୍ବ ରାତିରେ ପାରିବାରିକ କଳହକୁ ନେଇ ସ୍ୱାମୀ ହରେକୃଷ୍ଣ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଗିଯାଇ ସ୍ୱାମୀ ପତ୍ନୀ ସସ୍ମିତାଙ୍କୁ ହତ୍ୟା କରି ଫେରାର ହୋଇଯାଇଛି  । ସସ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଲିଛି । ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ, ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇଛନ୍ତି।

ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କୋଭିଡ ପରୀକ୍ଷା

ଭୁବନେଶ୍ୱର: ନିଦ ହଜାଇଛି କରୋନା ସଂକ୍ରମଣ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ଜାରି ରହିଛି ପ୍ରୟାସ । କରୋନା କାୟାରେ ପୂରା ବିଶ୍ୱ ଏଭଳି ପରିସ୍ଥିତିରେ କରୋନାକୁ ମାତ୍ ଦେବାକୁ ଚାଲିଛି ପ୍ରୟାସ । ତେଣୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ କରାଯାଉଛି କୋଭିଡ଼ ପରୀକ୍ଷା ।

Odisha Assembly Monsoon Session All Party Meeting Endsଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭା ପରିସରରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । ବିଧାନସଭା କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ, ସାମ୍ବାଦିକଙ୍କର କୋଭିଡ ପରୀକ୍ଷା ଚାଲିଛି । କୋଭିଡ୍ ସମୟରେ ସଚେତନ ରହି ଗୃହ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ରହିବ ମୁଲତବୀ । ସେହିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପୁଣି ଚାଲିବ । ଅନ୍ୟ ଦିନମାନଙ୍କରେ ଗୃହକାର୍ଯ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି କହିଛନ୍ତି । ତେବେ ପ୍ରଶ୍ନକାଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଶ୍ନକାଳ ରହିବ କି ନାହିଁ ତାହା ଅଧିବେଶନ ଦିନ ହିଁ ନିଷ୍ପତ୍ତି ନିଆଯିବ ।

ହାଜର ହେଲେ ଦୀପିକା ପାଦୁକୋନ, ଧାଡିରେ ଅଛନ୍ତି ଶ୍ରଦ୍ଧା ଓ ସାରା

ମୁମ୍ବାଇ: ଖୋଲୁଛି ବଲିଉଡ୍ ବିୟୁଟିଙ୍କ ପେଡି । ଏନସିବିର ଛାନଭିନ ପରେ ଏବେ ସତ ସାମ୍ନାକୁ ଆସିବାରେ ଲାଗିଛି । ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସତ ଖୋଜୁ ଖୋଜୁ ବି-ଟାଉନର ବିୟୁଟିଙ୍କ କାରବାରର ପର୍ଦ୍ଦାଫାସ ହେଉଛି । ଡି ଲିଙ୍କ କାରବାର ନେଇ ଆଜି ଏନସିବିରେ ହାଜର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ ।  ଡ୍ରଗ୍ସ କାରବାର ନେଇ ହୋଇଥିବା ହ୍ୱାଟସାପ୍ ଚାଟ୍ ବିଷୟରେ ପଚରାଉଚରା କରିବ ଏନସିବି ।  ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ ମଧ୍ୟ ଆଜି ଏନସିବିରେ ହାଜର ହେବେ ।  ଗତକାଲି ଅଭିନେତ୍ରୀ ରକୁଲପ୍ରୀତି ସିଂଙ୍କୁ ଚାରି ଘଣ୍ଟା ଧରି ଜେରା କରିଥିଲା ଏନସିବି । ଏହି ସମୟରେ ଏନସିବିକୁ ଅନେକ ତଥ୍ୟ ଦେଇଛନ୍ତି ରକୁଲ । ଡ୍ରଗ୍ସ ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଥିବା ନେଇ ତଦନ୍ତକାରୀ ସଂସ୍ଥା ଆଗରେ କହିଛନ୍ତି ରକୁଲ ।

୨୦୧୭ରେ ଏହି ହ୍ୱାଟସଆପ୍ ଗ୍ରୁପରେ ଚାଟ୍ ହୋଇଥିବା କହିଛନ୍ତି ରକୁଲ । ସେ ନିଜେ କେବେ ବି ଡ୍ରଗ୍ସ ନେଉନଥିଲେ, କି କୌଣସି ଡ୍ରଗ୍ସ ମାଫିଆଙ୍କ ସମ୍ପର୍କରେ ନଥିଲେ । ତେବେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିବା ଓ ପାଖରେ ଡ୍ରଗ୍ସ ରଖିଥିବା କଥା ଏନସିବିକୁ କହିଛନ୍ତି ରକୁଲ । ସେପଟେ  କରଣ ଜୋହରଙ୍କ ଘରେ ହୋଇଥିବା ପାର୍ଟି ଉପରେ ରହିଛି ଏନସିବିର ନଜର  । ଭିଡିଓକୁ ନେଇ ଖୋଳତାଡ କରିପାରେ ତଦନ୍ତକାରୀ ସଂସ୍ଥା |

ଏମ୍ସ ଡାକ୍ତର ଦେଲେ କିଛି ଏମିତି ଭୟାନକ ତଥ୍ୟ, ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଲେ ଏମିତି କଥା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର । ସୁଶାନ୍ତଙ୍କ ମୃତ୍ୟୁ ପରେ ତଦନ୍ତ ବେଳେ ବଲିଉଡ଼ ଓ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । ଫଳରେ ତଦନ୍ତ ହେଉଛି ଦିଗହରା । ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ଉଠିନଥିବା ବେଳେ ଡ୍ରଗ୍ସ ଲିଙ୍କ ନେଇ ଚାଲିଛି ଘମାଘୋଟ ସମନ ଓ ଜେରା । ଫସୁଛନ୍ତି ଅନେକ ବି-ଟାଉନ ସେଲିବ୍ରିଟି । ସୁଶାନ୍ତଙ୍କୁ ଭୁଲି ଖୋଲତାଡ ଚାଲିଛି ଡ୍ରଗ୍ସ ଲିଙ୍କର ।

ସିବିଆଇ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ହତ୍ୟା ମାମଲା ରୁଜୁ କରିନାହିଁ । ଏନେଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ବିକାଶ ସିଂହ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏକଥା ବହୁ ଦିନ ପୂର୍ବରୁ ଏମ୍ସ ଡାକ୍ତର ତାଙ୍କୁ କହିଥିଲେ ବୋଲି ସେ କହିଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି, “ସିବିଆଇ ତଦନ୍ତକୁ ଦେଖି ମୁଁ ହତାଶ ଓ ବିରକ୍ତ ହୋଇଗଲିଣି। ଏମ୍ସ ଡାକ୍ତର ମୋତେ ବହୁଦିନ ପୂର୍ବରୁ କହିଥିଲେ ଯେ ସୁଶାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ମୁଁ ସେମାନଙ୍କୁ ସୁଶାନ୍ତ ମୃତ୍ୟୁ ବେଳର ଫଟୋ ପଠାଇଥିଲି । ଏହି ସମୟରେ ଏମ୍ସ ଟିମରେ ଥିବା ଡାକ୍ତରମାନେ ମୋତେ କହିଥିଲେ ଯେ ଫଟୋରୁ ଏହା ସ୍ପଷ୍ଟ ଯେ, ସୁଶାନ୍ତଙ୍କୁ ତଣ୍ଟି ଚପି ହତ୍ୟା କରାଯାଇଛି। ଏହା ଆଦୌ ଆତ୍ମହତ୍ୟା ନୁହେଁ। ତଥାପି ସିବିଆଇ ହତ୍ୟା ମାମଲା ରୁଜୁ ନ କରିବା ସମସ୍ତଙ୍କ ଭଳି ମୋତେ ମଧ୍ୟ ଆଶ୍ଚର୍ଯ୍ୟ କରୁଛି।”କେବଳ ସେତିକି ନୁହେଁ ତଦନ୍ତର ଦିଗକୁ ଦେଖି ନିଜକୁ ହେଲ୍ପଲେସ୍ ବୋଲି କହିଛନ୍ତି ସେ ।

ସିବିଆଇ ତଦନ୍ତ ହଠାତ୍‌ ଶୀଥିଳ ହୋଇପଡ଼ିଛି। ତଦନ୍ତର ଦିଗ କେଉଁ ଆଡ଼େ ଯାଉଛି, କେହି ବି ଜାଣି ପାରୁନାହାନ୍ତି। ସାଧାରଣତଃ ସିବିଆଇ ଯେଉଁ ମାମଲାର ତଦନ୍ତ କରେ, ତା’ ଉପରେ ସାମ୍ବାଦିକ ସମ୍ମିଳନୀ କରେ। ହେଲେ ଏହି ମାମଲାରେ ଆଜି ଯାଏ ସିବିଆଇ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହିଁ। ଏଯାଏ ତଦନ୍ତ କରି ସିବିଆଇ କ’ଣ ପାଇଛି, ସେକଥା ବି ଜଣାନାହିଁ। ଏହା ଗୁରୁତ୍ୱର ପ୍ରସଙ୍ଗ ବୋଲି ସେ କହିଛନ୍ତି। ଗଲା ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ଼ଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା ।

ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ପରେ ଏବେ ବଜାରରେ ବୁଲୁଛି ନକଲି ସସ୍

କଟକ: ନକଲି ଖାଦ୍ୟ ପଦାର୍ଥ ପାଇଁ ଅସୁସ୍ଥ ହେଉଛନ୍ତି  ଲୋକେ । ତେଲଠୁ ଆରମ୍ଭ କରି ଲୁଣ ପର୍ଯ୍ୟନ୍ତ ସବୁଥିରେ କରାଯାଉଛି ଘୋଟାଲା । ଗତ କିଛିଦିନ ତଳେ ଘିଅର ନକଲି କାରଖାନା ଉଉରେ ଚଢାଉ କରାଯାଇଥିବା ବେଳେ ଆଜି ନକଲି ସସ୍ କମ୍ପାନୀରେ ରେଡ୍ ହୋଇଛି । ନକଲି ସସ୍ ପ୍ରସ୍ତୁତ କରାଯାଉଥିବା କମ୍ପାନୀ ଉପରେ ଯେତେବେଳେ ଚଢାଉ କରାଗଲା ସେଠାରେ ବୋତଲ ବୋତଲ ସସ୍ ଜବତ ସସ୍ ଜବତ କରାଯାଇଥିଲା । ଏହାସହ ଏହି ସସ୍ ଗୁଡ଼ିକରେ ଅପମିଶ୍ରଣ ହେଇଥିବା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା ।

କଟକ ଜଗତପୁର ଆଇବି ରୋଡ଼ରେ ଚୋରାରେ ଚାଲିଥିବା ଏକ ନକଲି ସସ କମ୍ପାନୀ ଉପରେ ଜଗତପୁର ପୋଲିସ ଅତର୍କିତ ଚଢାଉ କରିଛି । ଚଢାଉରେ ଲକ୍ଷାଧିକ ଟଙ୍କାର ସସ୍ ପ୍ରସ୍ତୁତକାରୀ  ସାମଗ୍ରୀ ଜବତ କରାଯିବା ସହିତ ମାଲିକ କର୍ମଚାରୀଙ୍କୁ ଅଟକ ରଖି ପଚାରାଉଚରା କରାଯାଉଛି।

ନିମ୍ନମାନର ଖାଦ୍ୟ ସାମଗ୍ରୀ ଓ କେମିକାଲ ମିଶାଇ ପ୍ରସ୍ତୁତ କରାଯାଉଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି  । ପୋଲିସ ତଦନ୍ତ ଜାରି ରହିଛି । ଏହା ପୂର୍ବରୁ ନକଲି ମହୁ, ଅଗୁର, ଗଙ୍ଗା ଜଳ , ଘିଅ ଆଦି କମ୍ପାନି ଉପରେ ପୋଲିସ ଚଢ଼ାଉ କରିସାରିଛି। ସହର ତଥା ଆଖପାଖ ଅଂଚଳରେ ଏହି କମ୍ପାନୀ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୋଲିସ ସେସବୁ ଉପରେ ଚଢ଼ାଉ ଜାରି ରଖିଛି ।