ନନ୍ଦିଘୋଷ ବ୍ୟୁରୋ: ଅହମ୍ମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା । ମେଘାନୀ ନଗର ନିକଟରେ ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଛି । ବିମାନ ଦୁର୍ଘଟଣା ପରେ ଆକାଶରେ ଘୋଟିଗଲା କଳାଧୂଆଁ । ଘଟଣାସ୍ଥଳରେ ପହଞ୍ଚିଲା ୩ଟି ଅଗ୍ନିଶମ ବାହିନୀ ଗାଡ଼ି । ବିମାନରେ ଥିଲେ ୨୪୨ ଜଣ ଯାତ୍ରୀଥିବା ସୂଚନା ମିଳିଛି । ମେଘାନୀ ନଗରର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣା । ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏହି ବିମାନ । ତେବେ ଏହି ବିମାନରେ ୩୦୦ରୁ ଅଧିକ ଯାତ୍ରୀ ବସିବାର କ୍ଷମତା ରହିଛି ।
ମୁଖା ପିନ୍ଧି ଆସିଲେ, ବ୍ୟାଙ୍କରୁ ଲୁଟିନେଲେ..
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ଯୋଡ଼ା ଥାନା ଯୋଡା ବୈତରଣୀ ଗ୍ରାମ୍ୟବ୍ୟାଙ୍କରୁ ଡକାୟତି । ବାଇକରେ ଆସି ଡକାୟତି କରିଛନ୍ତି ୫ ମୁଖାପିନ୍ଧା ଦୁର୍ବୃତ୍ତ। ବ୍ୟାଙ୍କ ଖୋଲୁ ଥିବାବେଳେ ବାଇକରେ ପାଞ୍ଚ ଜଣ ଡକାୟତ ମୁହଁରେ କଳା କପଡା ବାନ୍ଧି ଲୁଟ କରିଥିବା ସୂଚନା । ବନ୍ଧୁକ ଦେଖାଇ ବ୍ୟାଙ୍କ ରୁ ଆନୁମାନିକ ୧୧ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଲୁଟିନେଇ ଫେରାର ହେଇ ଯାଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଯୋଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜନଗହଳିପୂର୍ଣ ଅଞ୍ଚଳରୁ ଦିନ ଦିପହରେ ଡକାୟତି କରି ପୁଲିସକୁ ଖେlଲା ଚ୍ୟାଲେଞ୍ଚ ଦେଇଛନ୍ତି ଡକାୟତ।
ବୁମରାଙ୍କ ଗୁମର ଖୋଲିଲେ ସ୍ତ୍ରୀ, କହିଲେ ପୁଅ ହେବା ପରେ..
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଷ୍ଟାର ବୋଲର ହେଉଛନ୍ତି ଜଶପ୍ରିତ୍ ବୁମରା । ଇଂଲଣ୍ଡ ଗସ୍ତରେ ବୁମରାଙ୍କ ଉପରେ ଅନେକ ଭରସା ରଖିଛନ୍ତି ଭାରତୀୟ ପ୍ରଂଶସକ । ତେବେ ଏହାରି ଭିତରେ ବୁମରାଙ୍କ ଏକ ଗୁମର ଖୋଲିଛନ୍ତି ସ୍ତ୍ରୀ ସଞ୍ଜନା ଗଣେଷନ । ମୋମେଣ୍ଟ ଅଫ୍ ପୋଡକାଷ୍ଟରେ ବସି ସ୍ବାମୀଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି ସଞ୍ଜନା । ସେ କହିଛନ୍ତି ବୁମରା ଜଣେ ଭଲ ଖେଳାଳି । କ୍ୟାରିୟର ସାଙ୍ଗକୁ ସେ ନିଜ ପରିବାର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି । ପୁଅ ଅଙ୍ଗଦର ଜନ୍ମ ହେବା ପରେ ସେ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି । ପରିବାର କଥା ବୁଝିବା ସହ ନିଜର ଖେଳରେ ଧ୍ୟାନ ଦେଇଆସୁଛନ୍ତି । ପାରିବାରିକ ଶାନ୍ତି ପାଇଁ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଥିବା କହିଛନ୍ତି ସଞ୍ଜନା । କହି ରଖୁଛୁ କି, ବୁମରା ୨୦୨୧ ମସିହାରେ ସଞ୍ଜନାଙ୍କୁ ବିବାହ କରିଥିବାବେଳେ ୨୦୨୩ ମସିହାରେ ପୁଅ ଅଙ୍ଗଦ ଜନ୍ମ ହୋଇଛନ୍ତି ।
ଭୁବନେଶ୍ବରରୁ ଆବୁଧାବିକୁ ଆରମ୍ଭ ହେଲା ବିମାନ ସେବା
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରୁ ଆବୁଧାବିକୁ ବିମାନ ସେବା ଆରମ୍ଭ । କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ଏହି ବିମାନରେ ଆଜି ୧୮୦ଜଣ ଯାତ୍ରୀ ସିଧାସଳଖ ଭାବରେ ଭୁବନେଶ୍ୱରରୁ ଆବୁଧାବିକୁ ଯାତ୍ରା କରିଛନ୍ତି । ଏହି ବିମାନସେବା ଦ୍ୱାରା ଓଡ଼ିଶା ସିଧାସଳଖ ମିଡିଲ୍ ଇଷ୍ଟ ଦେଶଗୁଡ଼ିକ ସହ ଯୋଡ଼ି ହୋଇପାରିଛି । ଏହି ବିମାନସେବା ଦ୍ୱାରା ଓଡ଼ିଶାରେ ବାଣିଜ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା ଏବଂ ରାୟଗଡ଼ ଜିଲ୍ଲାରୁ ୫୦ ଟନ ଆମରପାଲି ଆମ୍ବ ଆଜି ଆବୁଧାବିକୁ ରପ୍ତାନି କରାଯାଇଛି । ଓଡ଼ିଶାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ିବା ପାଇଁ ଆମ ସରକାର ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି । ଝାରସୁଗୁଡ଼ାରୁ ମୁମ୍ବାଇ, ଲକ୍ଷ୍ନୌ ଏବଂ ରୟପୁରରୁ ବିମାନସେବା ଆରମ୍ଭ ହୋଇଛି । ଓଡ଼ିଶା ହେବ ଓଡ଼ିଶାର ଇଣ୍ଡିଗୋ ହବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସରକାରଙ୍କ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ନେତାଙ୍କୁ ଉଠାଇ ନେଲା ପୋଲିସ୍
ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡିର ପ୍ରତିବାଦ। ବିଜେଡିର ବରିଷ୍ଠ ନେତା, ବିଧାୟକ ତଥା ପ୍ରମୁଖ ମହିଳା ନେତ୍ରୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ପ୍ରଥମେ ମାଷ୍ଟର କ୍ୟାଣ୍ଟିନରୁ ବିକ୍ଷୋଭ ପ୍ରଦର୍ଶନ କରି ଲୋୟର ପିଏମଜି ଆଡ଼କୁ ଆସିଥିଲେ ବିଜେଡିର ନେତା ଏବଂ କର୍ମୀ । ଶାନ୍ତିପୂର୍ଣ୍ଣଭାବେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିବା ଉଠାଇ ନେଇଛି ପୋଲିସ । ମହାନଦୀ ପାଣି ଶୁଖି ଯାଇଛି, ଯୁବକଙ୍କ ଭବିଷ୍ୟତ ଅନ୍ଧକାର, ରଙ୍ଗ ମାରିବା, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା ଓ ଓଡିଶା ପ୍ରତି ଅବିଚାର, ଧାନରେ କଟନି ଛଟନୀ, ନାରୀ ନିର୍ଯାତନା ଆଦି ବହୁ ପ୍ରସଙ୍ଗକୁ ନେଇ ଏହି ପ୍ରତିବାଦ କରାଯାଇଥିଲା । ତେବେ ଲୋୟର ପିଏଜିରେ ଆଗକୁ ବଢ଼ିଥିଲେ ବିଜେଡିର ବରିଷ୍ଠ ନେତା ଏବଂ କର୍ମୀ ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
ନନ୍ଦିଘୋଷ ବ୍ୟୁରୋ: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ଗୁଳି ବିନିମୟ ହୋଇଛି। କୁକାନାର ଥାନା ଅଂଚଳରେ ଡିଆରଜି ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। କମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲୋ । ପାଲଟା ଜବାବରେ ଯବାନଙ୍କ ଗୁଳିର ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏହି ଗୁଳି ବିନିମୟରେ ଦୁଇଜଣ ମାଓବାଦୀ ନିହତ ହୋଇଥିବାବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁକୁମା ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛିା
ସେନା ଦିବସରେ ପାକିସ୍ତାନ ସେନା ମୁଖ୍ୟଙ୍କୁ ଡାକିଲା ଆମେରିକା, କଂଗ୍ରେସ କହିଲା ଟ୍ରମ୍ପ..
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଅସ୍ତ୍ର ବିରତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ସେନା ଦିବସରେ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଡାକିଛି ଆମେରିକା । କିନ୍ତୁ ଭାରତୀୟ ସେନାମୁଖ୍ୟଙ୍କୁ କୌଣସି ନିମନ୍ତ୍ରଣ ନାହିଁ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି । ଯାହାକୁ ନେଇ କଂଗ୍ରେସ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି ।
खबर है कि पाकिस्तानी सेना प्रमुख जनरल असीम मुनीर को अमेरिका के सेना दिवस (14 जून) के मौके पर वॉशिंगटन डीसी में आयोजित कार्यक्रम में आमंत्रित किया गया है।
यह खबर भारत के लिए कूटनीतिक और सामरिक दृष्टि से एक बड़ा झटका है।
यह वही व्यक्ति हैं जिसने पहलगाम आतंकी हमले से ठीक पहले…
— Jairam Ramesh (@Jairam_Ramesh) June 12, 2025
ଆସନ୍ତା ଜୁନ୍ ୧୪ ତାରିଖରେ ଓ୍ବାଶିଂଟନରେ ଆମେରିକା ସେନା ପକ୍ଷରୁ ୨୫୦ତମ ବର୍ଷପୂର୍ତ୍ତି ଉତ୍ସବ କରିବାକୁ ଯାଉଛି । ଏହି ଅବସରରେ ପାକିସ୍ତାନର ସେନା ମୁଖ୍ୟ ଯୋଗଦେବେ । ଯାହାକୁ ନେଇ ନିଜର ଏକ୍ସ ଆକାଉଣ୍ଟରେ କଂଗ୍ରେସ ନେତା ଜୟରାମ ରମେଶ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଏହା ଭାରତର କୁଟନୈତିକ ଏବଂ ରଣନୈତିକ ଦୃଷ୍ଟିର ଏକ ବଡ଼ ଝଟକା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମଧ୍ୟ ଅସୀମ ବିଭିନ୍ନ ବିବାଦୀୟ ପ୍ରତିକ୍ରିୟାମାନେ ଦେଉଥିଲେ । ସେପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଏବେ ମଧ୍ୟ ଜାରି ରହିଛି ଅପରେସନ ସିନ୍ଦୂର । କିନ୍ତୁ ଏଭଳି ଏକ ସମୟରେ ଅସୀମଙ୍କ ଆମେରିକା ଗସ୍ତ ଭାରତ ପାଇଁ ଚିନ୍ତାଜନକ ହେବନି ତ ? ଏମିତି ପ୍ରଶ୍ନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାଜପୁରରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଡାଇରିଆ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଲାଣି । ଏହି ସୂଚନା ଦେଇନ୍ତି ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ଦୁଇ ଜୀବନ ଯାଇଛି। ଏହା ସହିତ ବହୁତ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ୫ ଶହରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ନିଜେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବି ଯାଇଥିଲେ। ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ ପହଞ୍ଚି ଚିକିତ୍ସା କରୁଛନ୍ତି। ଏକ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଥିଲା। ପରେ ସ୍ଵାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ, ଡାଇରିଆର ବ୍ୟାକଟେରିଆ ମିଳିଛି। ୩ ଦିନ ମଧ୍ୟରେ ବ୍ୟାସନଗର, ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଥିଲେ। ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି। ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି।
ମେଡ଼ିକାଲ ଟିମ୍ ଦ୍ଵାରା ଖାଦ୍ୟ ଜନିତ କାରଣ ବା ଫୁଡ୍ ପୟୋଜନ ପାଇଁ ଏଭଳି ହୋଇଥିବା ଦର୍ଶାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଯାଜପୁର ରୋଡ଼ ମେଡିକାଲରେ ୨୬୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୫୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଦାନଗଦି ମେଡିକାଲରେ ୭୮ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୮୯ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ଏଠାରେ ୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। … ଅଭିଯୋଗ ଅନୁସାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଏହା କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। …
ଲର୍ଡସରେ ଇତିହାସ ରଚିଲେ ସ୍ମିଥ୍, ଭାଙ୍ଗିଲେ ଏହି ଖେଳାଳିଙ୍କ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଟେଷ୍ଟ ଚାମ୍ପିୟନ୍ସସିପ । ପ୍ରଥମେ ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ । ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ଧରାଶାୟୀ ହୋଇଛନ୍ତି କଙ୍ଗାରୁ ବ୍ୟାଟ୍ସମ୍ୟାନ । ତଥାପି ରେକର୍ଡ କରିଛନ୍ତି ସ୍ମିଭ୍ ସ୍କିଥ୍ । ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକୀୟ ପାଳି ଖେଳିଥିବାବେଳେ ନିଜ ନାମରେ ଯୋଡ଼ିଛନ୍ତି ଏକ ରେକର୍ଡ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇ ୨୧୨ ରନ କରିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ଏବଂ ଓ୍ବେବଷ୍ଟର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡା ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମାର୍କେ ୟାନସନ ୩ ଓ୍ବିକେଟ ନେଇଛନ୍ତି । ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ୨୨ ଓଭର ବ୍ୟାଟିଂ ମଧ୍ୟ କରିଛି । ଦଳ ୪୩ ରନରେ ୪ ଓ୍ବିକେଟ ହରାଇ ସାରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ପକ୍ଷରୁ ସ୍ମିଥ୍ ୬୬ ରନ କରିଛନ୍ତି । ବିଦେଶୀ ଖେଳାଳିଭାବେ ବଡ଼ ସ୍କୋର କରିବାର ରେକର୍ଡ ଲର୍ଡସରେ ସ୍ମିଥ୍ ନିଜ ନାମରେ କରିଛନ୍ତି । ଏଯାବତ ସ୍ମିଥ୍ ଲର୍ଡରେ ୫୯୩ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜର ସୋବର୍ସଙ୍କ ନାମରେ ରହିଥିଲା । ସେ ୫୭୧ କରିଛନ୍ତି । ବିଦେଶୀ ଖେଳାଳିଭାବେ ଲର୍ଡସରେ ଏହି ରେକର୍ଡ ସ୍ମିଥ୍ ଅର୍ଜନ କରିଥିବାବେଳେ ବାକି ଗୋଟିଏ ଇନିଂସ ରହିଛି ।
ଭଦ୍ରକରେ ୨୪ ଘଣ୍ଟା ପାଇଁ ବନ୍ଦ ରହିଲା ଇଣ୍ଟରନେଟ ସେବା ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ। ଆସନ୍ତା ୨୪ ଘଣ୍ଟା ପାଇଁ ବନ୍ଦ ରହିଲା ଇଣ୍ଟରନେଟ ସେବା। ଆଇନ ଶୃଙ୍ଖଳା କାରଣରୁ ଆଜି ସକାଳ ୬ରୁ କାଲି ସକାଳ ପର୍ଯ୍ୟନ୍ତ ଏହି ଇଣ୍ଟରନେଟ ସେବା ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଭଦ୍ରକ ମୁନିସିପାଲିଟି, ଭଦ୍ରକ ବ୍ଲକ, ଧାମନଗର ଏନଏସି, ଧାମନଗର ବ୍ଲକ ଓ ତିହିଡି ବ୍ଲକରେ ବନ୍ଦ ରହିଛି ଇଣ୍ଟରନେଟ। ଏହା ସହିତ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି।
ତିହିଡି ଥାନାରେ ଗତ ମେ ମାସ ୩୦ ତାରିଖରେ ରୁଜୁ ହୋଇଥିବା ମାମଲା 197/25କୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଘଟଣାରେ ସଂପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଓ ଜାରି ରଖିଛି। ତିହିଡି ଥାନା କଷଟି ଗୁଜିଦାରଡ଼ା ଅଞ୍ଚଳରେ ଏକ ବିବାଦକୁ ନେଇ ଜଣେ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

