spot_img
Home Blog Page 6675

କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଆଣ୍ଟିଜେନ ଟେଷ୍ଟଂର କ୍ଷମତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ସେଥିପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେଉଛନ୍ତି । କିଛି ଦିନ ହେବ ଟେଷ୍ଟିଂ କାପାସିଟି ବଢ଼ିବା ଦ୍ୱାରା ରାଜ୍ୟରେ କରୋନା ସଂକ୍ରମିତ ଅଧିକ ପରିମାଣରେ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବହୁତ ଜଲଦି କରୋନା ସଂକ୍ରମିତ ମଧ୍ୟ ସୁସ୍ଥ ହେଉଛନ୍ତି । କରୋନା ସଂକ୍ରମିତଙ୍କୁ ଅଧିକ ପରିମାଣରେ ଚିହ୍ନଟ କରିବା ପାଇଁ ରାଜ୍ୟରେ ବଢିବ ଟେଷ୍ଟିଂ କ୍ୟାପାସିଟି । ଦୈନିକ ୧ ଲକ୍ଷ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଆଣ୍ଟିଜେନ ଟେଷ୍ଟ ଆହୁରି ବଢିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନ ରେ ଟେଷ୍ଟ ହେବ । ଟେଷ୍ଟିଂ ଟ୍ରେସିଂ କୁ ଗୁରୁତ୍ୱ ଦିଆଯାଉଛି । ଆଗୁଆ ଟେଷ୍ଟ କରି ଚିହ୍ନଟ କରାଯାଇପାରୁଛି । ଆଗାମୀ ଦିନରେ ପ୍ରତିଦିନ ଲକ୍ଷେ ଟେଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ଶୀଘ୍ର ଆକ୍ରାନ୍ତକୁ  ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ । ରାପିଡି ଆଣ୍ଟିଜେନଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି ।  ଏବେ ଅଧିକାଂଶ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟ ର ଆଉ ଅଭାବ ନାହିଁ ବୋଲି କହିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା ।

ଦାଦାବଟି ଆଦାୟ ପାଇଁ ବାଧ୍ୟ କରୁଥିଲେ, ଗିରଫ ହେଲେ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ

କଟକ: କୁଖ୍ୟାତ ଅପରାଧୀ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଗିରଫ କଲା କମିଶନରେଟ ପୋଲିସ । ଦାଦାବଟି ଆଦାୟ ପାଇଁ ଉଦ୍ୟମ କରୁଥିଲେ ଅଭିଯୁକ୍ତ । ଏହା ସହ ନିଜ ଗ୍ୟାଙ୍ଗରେ ସାମିଲ ପାଇଁ ଉଦ୍ୟମ ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଥିଲା । ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ ମୋଟର ସାଇକେଲ, ଦୁଇଟି ପିସ୍ତଲ ଓ ୬୯ଟି ଗୁଳି ସହ, ୩ଟି ମାଗାଜିନକୁ ଜବତ କରାଯାଇଛି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ହେଉଛି ଡ୍ୟାନି ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ରନିଆ । ଏହି ଦୁଇଜଣ କଟକ ବାସିନ୍ଦା । ତେବେ ଡ୍ୟାନିଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ରହିଛି ।

ସୂଚନା ଅନୁଯାୟୀ, କଟକର ବାସିନ୍ଦା ରିଆଜ ବକ୍ସ (ପପୁ) ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପପୁଙ୍କୁ ଗିରଫ ଦୁଇ ଯୁବକ ଦାଦା ବଟି ଆଦାୟ ପାଇଁ ପ୍ରବର୍ତ୍ତାଉଥିଲେ । ବାଲିଘାଟରୁ ଦାଦାବଟି ଆଦାୟ କରିବା ପାଇଁ କହୁଥିଲେ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ । ଖାଲି ସେତିକି ନୁହେଁ ପପୁଙ୍କୁ ତାଙ୍କ ଗ୍ରୁପରେ ସାମିଲ ହେବା ପାଇଁ କହୁଥିଲେ । କିନ୍ତୁ ପପୁ ଏଥିରେ ଅମଙ୍ଗ ହେବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ତେବେ ହୋହଲା ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖି ସେଠାରୁ ପଳାଇଥିଲେ ଦୁଇ ଅଭିଯୁକ୍ତ । ପରେ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସୁଶାନ୍ତ ତାଙ୍କ ପରିବାର ଲୋକଙ୍କ ସହ କମ୍‌ କଥା ହେଉଥିଲେ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଚାଳାଇଛି । ମଙ୍ଗଳବାର ରିୟାଙ୍କ ବିରୋଧରେ ପାଟନାରେ ଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ସଂରକ୍ଷିତ ରଖାଯାଇଛି । ଏବେ ଏହି ମାମଲାର ଶୁଣାଣି ଅଗଷ୍ଟ ୧୩ ରେ ହେବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ, ମଙ୍ଗଳବାର ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ମିତୁଙ୍କୁ ୯ ଘଣ୍ଟା ଧରି ଜେରା କରିଛି ଇଡି । ସୁଶାନ୍ତଙ୍କ ମାମଲାରେ ଇଡି ରିୟା ଏବଂ ତାଙ୍କ ପରିବାର, ସିଦ୍ଧାର୍ଥ ପିଠାନି, ଶ୍ରୁତି ମୋଦିଙ୍କୁ ମଧ୍ୟ ଜେରା କରି ସାରିଛି ।

ସୁଶାନ୍ତ ସିଂ ରାଜପୁତ ତାଙ୍କ ଭଉଣୀ ଏବଂ ପିତାଙ୍କୁ କରିଥିବା ଫୋନ୍ କଲ୍ର ପୁରା ବିବରଣୀ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ, ସୁଶାନ୍ତ ତାଙ୍କ ପିତା କେ.କେ ସିଂଙ୍କ ସହ ୧୮, ୧୯ ମେ’ ୨୦୨୦ ରେ କଥା ହୋଇଥିଲେ । ଏହାସହ ଅକ୍ଟୋବର ଏବଂ ନଭେମ୍ବର ୨୦୧୯ ରେ, ଉଭୟଙ୍କ ମଧ୍ୟରେ କଥା ବର୍ତ୍ତା ହୋଇଥିବା ଜଣାପଡ଼ିଛି । ସୁଶାନ୍ତ ଓ ଭଉଣୀ ମିତୁଙ୍କ ମଧ୍ୟରେ ଜାନୁଆରୀ, ଫେବୃଆରୀ, ମେ ଏବଂ ଜୁନ୍ ୮, ୨୦୨୦ ରେ କଥାବର୍ତ୍ତା ହୋଇଥିବା ଜଣାପଡ଼ିଛି ।

ଜାନୁଆରୀ, ଫେବୃଆରୀ, ମେ, ୧୦ ଜୁନ୍ ୨୦୨୦ ଏବଂ ୨୦୧୯ ରେ ସୁଶାନ୍ତ ଭଉଣୀ ରାନୀଙ୍କ ସହ ଫୋନରେ କଥା ହୋଇଥିଲେ । ଚଳିତ ବର୍ଷ ଜାନୁଆରୀ, ଫେବୃଆରୀ ଏବଂ ମେ’ ମାସରେ ସୁଶାନ୍ତ ଏବଂ ଓପି ସିଂଙ୍କ ମଧ୍ୟରେ କଥା ବର୍ତ୍ତା ହୋଇଥିବା କଲ୍ ଡିଟେଲ୍ସରୁ ଜଣାପଡ଼ିଛି । ୨୫ ଡିସେମ୍ବର ୨୦୧୯ରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଫୋନ୍ରେ କଥାବାର୍ତ୍ତା ହୋଇଥିଲା । ନଭେମ୍ବର ୨୦୧୯ ରେ ସୁଶାନ୍ତ ଏବଂ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ଫୋନ୍ କଲ ହୋଇଥିଲା ।

ଏହି କଲ୍ ଡିଟେଲ୍ସ୍ରୁ ସ୍ପଷ୍ଟ ଯେ, ଗତ ୧ ବର୍ଷରେ ସୁଶାନ୍ତ ତାଙ୍କ ପିତାଙ୍କ ସହ ଖୁବ୍ କମ୍ କଥାବାର୍ତ୍ତା ହୋଇଛନ୍ତି । ମେ’ ୨୦୨୦ରେ ତାଙ୍କ ସହ ଦୁଇଥର କଥା ହୋଇଥିଲେ । ଏଥି ସହିତ, ଗତ ବର୍ଷ ନଭେମ୍ବରରେ, କିଛି ବିଶେଷ ଉତ୍ସବ ସମୟରେ ସୁଶାନ୍ତ ତାଙ୍କ ପିତାଙ୍କ ସହ ଫୋନ୍ ଯୋଗେ ବାର୍ତ୍ତାଳାପ କରିଥିଲେ । ନଭେମ୍ବର ୨୦୧୯ ପରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ କଥାବାର୍ତ୍ତା ହୋଇନଥିଲା । ଏହା ରିୟା ସେୟାର କରିଥିବା ମେସେଜ୍ ସହିତ ଜଡିତ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

 

ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କିନ୍ତୁ ସେହି ଅନୁଯାୟୀ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି । ରାଜ୍ୟରେ ଏପର୍ଯ୍ୟନ୍ତ ୫୦ ଜହାର ୬୭୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୮ଶହ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର କଡ଼ା ପଦକ୍ଷେପ ନେଉଛନ୍ତି । କିନ୍ତୁ ଟଙ୍କା ଅଭାବରୁ କିଛି ବ୍ୟକ୍ତି ଏବଂ ପରିବାର କରୋନା ଟେଷ୍ଟ କରୁନାହାନ୍ତି ବୋଲି ସୂଚନା ମିଳିଛି । ଟେଷ୍ଟିଂ ପରେ କରୋନା ଚିକିତ୍ସାରେ ଟଙ୍କା ଖର୍ଚ୍ଚକୁ ଡ଼ରି ଏଭଳି କରୁଥିବା ଖବର ସାମ୍ନାକୁ ଆସୁଛି ।

ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଟଙ୍କା ଅଭାବରୁ କେହି ଜଣେ ବି କୋଭିଡ୍‌ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବୁଧବାର ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି କୋଭିଡ୍‌ ଚିକିତ୍ସା ପାଇଁ ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । କରୋନା ଚିକିତ୍ସା କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ତେବେ ରାଜ୍ୟର ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି  । ଅଧିକାଂଶ ବ୍ୟକ୍ତି ଲକ୍ଷଣ ଥାଇ ମଧ୍ୟ ନିଜର କରୋନା ଟେଷ୍ଟିଂ କରାଉନାହାନ୍ତି । ସେଥିପାଇଁ ସ୍ୱେଚ୍ଛାକୃତ ଭାବରେ ଆସି କରୋନା ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ୱେଚ୍ଛାକୃତ ଭାବରେ ଟେଷ୍ଟିଂ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଉଁଭଳି ସାହସର ସହ ଲଢେଇ ଜାରି ରଖିଛନ୍ତି ତାହା ଆମକୁ ଉତ୍ସାହଜନକ ସଫଳତା ଦେଇଛି । ଏଥିପାଇଁ ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କାରିଛନ୍ତି । ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ପାଞ୍ଚଟି ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇପାରିଛି ଏବଂ ଏହି ଚିକିତ୍ସା ଜରିଆରେ ରୋଗୀମାନେ ଭଲ ଫଳ ପାଇପାରୁଛନ୍ତି  ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ତଥା ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ସ୍ପୁଟନିକ୍-ଭି ଭ୍ୟାକ୍ସିନ ସହ ଯୋଡି ହେବ ଭାରତ,ଦେଶରେ ହେବ ଋଷ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ: ଋଷ କରୋନା ବିରୋଧରେ ବାଜି ମାରିଛି ବୋଲି ଦାବି କରୁଛି । ଆମେରିକା କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମସ୍କୋ ଦାବିକୁ ଗମ୍ଭୀରତାର ସହ ନେଉ ନାହାନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ ସ୍ପୁଟନିକ୍-ଭିକୁ ବାକି ଦେଶ ବିଶ୍ୱାସ କରୁନାହାନ୍ତି ।ଏଭଳି ଅନେକ ଦେଶ ଅଛନ୍ତି ଯେଉଁମାନେ ସ୍ପୁଟନିକ୍-ଭିକୁ ନେଇ ଉତ୍ସାହ ଦେଖାଇଛନ୍ତି । ସେହି ଦେଶଙ୍କ ତାଲିକାରେ ଭାରତ ମଧ୍ୟ ରହିଛି ।

sputnikv website

ଭାରତରେ ଏହି ଋଷୀୟ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ ବୋଲି ଜଣା ପଡିଛି । ଭାରତ ସମେତ ସାଉଦି ଆରବ,ମିଳିତ ଆରବ ଏମିରତ,ବ୍ରାଜିଲ ଓ ଫିଲିପାଇନ୍ସରେ ଏହାର ଥାର୍ଡ ଫେଜ୍ ପରୀକ୍ଷା ହେବ । ଏହି ସବୁ ଦେଶ  ଏଥିପାଇଁ ସବୁଜ ସଂକେତ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ସ୍ପୁଟନିକର ବ୍ୟାପକ ଉତ୍ପାଦନ ଆରମ୍ଭ ହେବ ।

ଋଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ (RDIF) ସିଇଓ କିରିଲି ଦିମିତ୍ରିଭ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଚିହ୍ନଟ ହୋଇଥିବା ଦେଶ ହେଉଛନ୍ତି ଭାରତ,ଦ.କୋରିଆ,ବ୍ରାଜିଲ,ସାଉଦି ଆରବ,ତୁର୍କି ଓ କ୍ୟୁବା । ୨୦୨୦ ଶେଷ ସୁଧା ଦୈନିକ ୨୦ କୋଟି ଭ୍ୟାକ୍ସିନ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଋଷ ପାଇଁ ୩୦ କୋଟି ଭ୍ୟାକ୍ସିନ ଡୋଜ୍ ସଂରକ୍ଷିତ ରଖିବା ପରେ ବାକି ବିଶ୍ୱର ଅନ୍ୟ ଦେଶଙ୍କୁ ଦିଆଯିବ । ଭାରତ ସେହି ୨୦ ଦେଶଙ୍କ ମଧ୍ୟରୁ ଅନ୍ୟତମ ଯିଏ ସ୍ପୁଟନିକ୍-ଭି ନେଇ ନିଜ ଇଛା ଜାହିର କରିଥିଲା । ଦିମିତ୍ରିଭଙ୍କ ଅନୁସାରେ ପ୍ରଥମ ଦୁଇ ପର୍ଯ୍ୟାୟର ଟେଷ୍ଟ ରିପୋର୍ଟକୁ ଆସନ୍ତା ମାସରେ ପ୍ରକାଶ କରାଯିବ ।

sputnik

ଭାରତ ଓ ଆମେରିକା ମଧ୍ୟରେ ଟିକା ତଥା ଅନ୍ୟ ଔଷଧ ବିତରଣକୁ ନେଇ ପୂର୍ବ ଅଭିଜ୍ଞତା ରହିଛି । ତେବେ ଋଷର ଏହାକୁ ନେଇ ସେତେଟା ଅଭିଜ୍ଞତା ନାହିଁ  । ତେଣୁ ଋଷ ଭାରତର ସାହାଯ୍ୟ ନେବାର ସମ୍ଭାବନା ରହିଛି ।  ଭାରତର ସିରମ ଇନଷ୍ଟିଚ୍ୟୁଟ୍,ପାନେକା ବାୟୋଟେକ୍,ଶାନ୍ତା ବାୟୋଟେକ୍ ଓ ବାୟୋଲଜିକାଲ-ଇ ଲିମିଟେଡ୍ ଋଷ କରୋନା ଭ୍ୟାକ୍ସିନ୍ ତିଆରି ଅର୍ଡର ନେବା ପାଇଁ ପ୍ରତୀକ୍ଷାରେ ଥିବା କୁହାଯାଉଛି ।

 

ନିର୍ବାଚନ ଜିତିବା ପାଇଁ ଘୋଡ଼ା ଦୌଡ଼, ଡେମୋକ୍ରାଟିକ ପାର୍ଟିର ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାର ଉପ-ରାଷ୍ଟ୍ରପତି ପଦ ପାଇଁ ଟିକେଟ୍‌

ଅନୂଆଦିଲ୍ଲୀ: ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏକ ସର୍ଭେରୁ ଜଣା ପଡ଼ିଛି ପ୍ରବାସୀ ଭାରତୀୟ ମାନେ ଏହି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ଏହାକୁ ନଜରରେ ରଖି ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଏକ ମାଷ୍ଟର ଷ୍ଟ୍ରୋକ ପଦକ୍ଷେପ ନିଆଯାଇଛି । ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଥିବା ଜୋ ବିଡେନ, ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଟିକେଟ ଦେଇଛନ୍ତି ।

ସେ ହେଉଛନ୍ତି କମଳା ହ୍ୟାରିଶ । ତାଙ୍କ ମା ଜଣେ ଭାରତୀୟ । କମଳା ହ୍ୟାରିଶଙ୍କ ଜନ୍ମ ତାମିଲନାଡୁ ରେ । ହ୍ୟାରିଶଙ୍କ ବାପା ଜଣେ ଆଫ୍ରିକାନ । ଆମେରିକାରେ କମଳାଙ୍କ ପରିଚୟ ଜଣେ ଭାରତୀୟ ଆଫ୍ରିକାନ ଭାବେ ରହିଛି । କମଳା ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିଲେ ଡେମୋକ୍ରାଟିକ ଦଳକୁ ବହୁତ ଫାଇଦା ମିଳିବ ବୋଲି ଚର୍ଚ୍ଚା ହେଉଛି । କମଳା ବର୍ତମାନ ସିନେଟର ସଦସ୍ୟ ଅଛନ୍ତି ।

କାଲିଫର୍ଣ୍ଣିଆରେ ଆଟର୍ଣ୍ଣି ଜେନେରାଲ ମଧ୍ୟ ଥିଲେ । କିନ୍ତୁ ରାଷ୍ଟ୍ରପତି ପ୍ରାଥୀ ଜୋ ବିଡେନଙ୍କ ସହ କମଳାଙ୍କ ସମ୍ପର୍କ ଠିକ ନାହିଁ ବୋଲି ଜଣାପଡିଛି । କେବଳ ରାଜନୈତିକ ଫାଇଦା ପାଇଁ ଏପରି କରାଯାଉଛି ବୋଲି କୁହାଯାଉଛି । ଯାହାର ଫାଇଦା ନେବା ଆରମ୍ଭ କଲେଣି ଟ୍ରମ୍ପ ସରକାର ।

ଚାର୍ଲି ପାଙ୍ଗ୍, ସେଇ ଚାଇନିଜ୍ ଭାଇରସ ଯିଏ ଭାରତରେ ଚଲାଉଥିଲା ୧ ହଜାର କୋଟିର ହାୱାଲା ରାକେଟ୍

ନୂଆଦିଲ୍ଲୀ: ଭାରତରେ ହେଉଛି ହାୱାଲା କାରବାର। ଆଉ ଏ କାରବାର ସମ୍ପୃକ୍ତ ଅଛନ୍ତି ଚାଇନା କମ୍ପାନୀ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ ଭାରତୀୟ ଆୟକର ବିଭାଗ ଗତ ମଙ୍ଗଳବାର ଚଢଉ ଆରମ୍ଭ କରିଛି । ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଏବଂ ଗାଜିଆବାଦର ୨୧ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ କରାଯାଇଛି ଚଢଉ । ପ୍ରାଥମିକ ଭାବେ କରାଯାଇଥିବା ଏକ ଆକଳନ ଅନୁଯାୟୀ, ଆୟକର ବିଭାଗ ପକ୍ଷରୁ ପ୍ରାୟ ୩୦୦ କୋଟି ହାୱାଲ କାରବାର ଠାବ କରାଯାଇଛି । ଯଦି ତଦନ୍ତ ହୁଏ ତେବେ ଏହି କାରବାର ୧୦୦୦ କୋଟି ଟଙ୍କାକୁ ଟପିଯାଇପାରେ ବୋଲି କୁହାଯାଉଛି ।
ଏ ସମ୍ପର୍କରେ ସୂଚନା ଦେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସ(ସିବିଡିଟି) ଅଧିକାରୀ କୁହନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ହାୱାଲ କାରବାରରେ ଚାଇନିଜ୍ ନାଗରିକମାନଙ୍କ ସଂପୃକ୍ତି ରହିଛି । ସାରା ଦେଶରେ ଏହି କାରବାର କରିବା ପାଇଁ ୪୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିବା ଜଣାପଡିଛି । ଏହି କାରବାରରେ କ୍ରେକିଟ୍ ରାଶି ସଂଖ୍ୟା ପ୍ରାୟ ୧୦୦୦ କୋଟି ହେବ ବୋଲି କୁହାଯାଇଛି । ସେହିପରି ଗୋଟିଏ ସବସିଡାରୀ ଚାଇନିଜ୍ କମ୍ପାନୀ ଏବଂ ଏହାର ସହଯୋଗୀ ୧୦୦ କୋଟିର ବୋଗସ ଆଡଭାନ୍ସ ଗ୍ରହଣ କରିଛନ୍ତି । ଏହି ରାଶିରେ ଭାରତରେ ଖୁଚୁରା ରିଟେଲ ସପ୍ ଖୋଲିବାର ଯୋଜନା କରାଯାଇଥିବା ତଦନ୍ତରୁ ଜଣାପଡିଛି । କେବଳ ଚାଇନିଜ୍ କମ୍ପାନୀ ନୁହେଁ, କେତେକ ଭାରତୀୟ ବ୍ୟାଙ୍କ୍ ଅଧିକାରୀ ଏବଂ ଚାଟାର୍ଜ ଆକାଉଣ୍ଟାଣ୍ଟମାନେ ମଧ୍ୟ ଏଥିରେ ସଂପୃକ୍ତ ରହିଥିବା ଜଣାପଡିଛି । କେବଳ ଭାରତୀୟ ମୁଦ୍ରା ଏବଂ ଚାଇନିଜ ଅର୍ଥ ନୁହେଁ, ବିଦେଶୀ ଲିଙ୍କ୍ ରେ ଏପରି ହାୱାଲା କରାବାରର ଚେର ହକଂ ଏବଂ ୟୁଏସ୍ ଏ କୁ ବ୍ୟାପିଥିବା ଜଣାପଡିଛି ।
ଆୟକର ବିଭାଗ ଦ୍ୱାରା ଧରାହୋଇଥିବା ଚାଇନିଜ୍ ବ୍ୟକ୍ତିଙ୍କ ନାଁ ହେଉଛି-ଲୁଓ ସାଙ୍ଗ । ସେ ଚାର୍ଲି ପାଙ୍ଗ ନାମରେ ଏହି କାରବାର କରୁଥିବା ଜଣାପଡିଛି । ତା ନିକଟରେ ଏକ ନକଲି ଭାରତୀୟ ପାସପୋର୍ଟ ମଧ୍ୟ ରହିଛି । ଏହି ବ୍ୟକ୍ତି ଜଣଙ୍କ ଉତ୍ତର-ପୂର୍ବ ରାଜ୍ୟର ମଣିପୁରରୁ ନିଜ ପାସପୋର୍ଟ ପ୍ରସ୍ତୁତ କରିଛି । ବିଭିନ୍ନ ନାମରେ ସାରା ଦେଶରେ ଏହି ବ୍ୟକ୍ତି ଜଣଙ୍କ ୮ରୁ ୧୦ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର କରୁଥିବା ଜଣାପଡିଛି । ଚାର୍ଲି ପାଙ୍ଗ ହାୱାଲ କାରବାର ପାଇଁ ଭାରତରେ ଏକାଧିକ ଚାଇନିଜ କମ୍ପାନୀଙ୍କ ପ୍ରତିନିଧିଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ପୂର୍ବରୁ ପାଙ୍ଗ ୨୦୧୮ରେ ଦିଲ୍ଲୀ ପୋଲିସ ଦ୍ବାରା ଏକ ହାୱାଲ କାରବାର ପାଇଁ ଗିରଫ ହୋଇଥିବା ଜଣାପଡିଛି । ହେଲେ ପରବର୍ତ୍ତୀ ସମୟରେ କୋର୍ଟ ଦ୍ବାରା ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତା ପରେ ପୁନର୍ବାର ପାଙ୍ଗ ଚାଇନିଜ କମ୍ପାନୀ ପାଇଁ ହାୱାଲ କାରବାର ଆରମ୍ଭ କରିଥିବା ଆୟକର ବିଭାଗ ସୂଚନା ଦେଇଛି ।

କରୋନା ଭାଇରସ ଭ୍ୟାକ୍ସିନ ୱେବସାଇଟ୍ ଲଂଚ୍

ନୂଆଦିଲ୍ଲୀ: ଲମ୍ବା ପ୍ରତିକ୍ଷା ପରେ କରୋନା ଭାଇରସ ଭ୍ୟାକ୍ସିନ୍ ଲଂଚ୍ ହୋଇଛି । ଋଷ ଏହି ଭ୍ୟାକ୍ସିନ ଲଂଚ୍ କରିଛି ।  ଏହି ଭ୍ୟାକ୍ସିନକୁ ତିଆରି କରିବା ପାଇଁ ଋଷ ପ୍ରତ୍ୟକ୍ଷ ପୁଂଜି ନିବେଶ ଫଣ୍ଡ୍ ସାହାଯ୍ୟ କରୁଛି । ଏବେ Russian direct investment fund ଅର୍ଥାତ୍ RDIF କରୋନା ଭ୍ୟାକ୍ସିନର ୱେବସାଇଟ୍ ଲଂଚ୍ କରିଛି । ଋଷ ଏହି ଭ୍ୟାକ୍ସିନର ନାମ ସ୍ପୁଟନିକ୍ ଭି ରଖିଛି । ଆରଡିଆଇଏଫ୍ ଯେଉଁ ୱେବସାଇଟ୍ ଲଂଚ୍ କରିଛି ତାହାର ନାମ ହେଉଛି sputnikvaccine.com । ଭାରତରେ ଋଷ ଦୂତାବାସ ଏସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ।

ୱେବସାଇଟରେ କଣ ରହିଛି ?

sputnikv website

 

 

ଏହି ୱେବସାଇଟରେ କରୋନା ଭାଇରସ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭି ବାବଦରେ ସବୁ ତଥ୍ୟ ରହିଛି । ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ କାହା ସହ ପାର୍ଟନରସିପ୍ କରାଯାଇଛି ସେ ବାବଦରେ ମଧ୍ୟ ଏଥିରେ ତଥ୍ୟ ରହିଛି । ଏଥିରେ ଯୋଗାଯୋଗ ବାବଦରେ ମଧ୍ୟ ତଥ୍ୟ ରହିଛି । ଏହାସହ ପ୍ରଶ୍ନୋତ୍ତର (FAQ)କୁ ନେଇ ଗୋଟିଏ କଲମ ମଧ୍ୟ ରହିଛି ।

୨୦ ବର୍ଷ ପରେ ତିଆରି ହୋଇଛି ଭ୍ୟାକ୍ସିନ୍

 sputnikv website

ଋଷର ଭ୍ୟାକ୍ସିନକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ବିଦେଶୀ ଫାର୍ମା କଂପାନୀ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ସେମାନଙ୍କ କହିବା ହେଉଛି ଋଷ ତଥ୍ୟ ଲୁଚାଉଛି । ଏହା ସହ ଖୁବ କମ ସମୟ ମଧ୍ୟରେ ଏହାର ମାନବ ପରୀକ୍ଷଣ ସରିଛି । ତେବେ ଋଷ ଗବେଷକଙ୍କ କହିବା ହେଉଛି ଏହି ଭ୍ୟାକ୍ସିନକୁ ତିଆରି କରିବାକୁ ସେମାନଙ୍କୁ ୨୦ ବର୍ଷ ଲାଗିଛି । ସେମାନଙ୍କ କହିବା ହେଉଛି ୨୦ ୦୦ ମସିହାରେ କରୋନା ଫ୍ୟାମିଲିର ପ୍ରଥମ ଭାଇରସ ଆସିବା ପରଠାରୁ ଭ୍ୟାକ୍ସିନକୁ ନେଇ କାମ ଚାଲିଥିଲା । ଏହାସହ ଋଷ ଗବେଷକଙ୍କ କହିବା ହେଉଛି ଭ୍ୟାକ୍ସିନରେ ଯେଉଁ ପାର୍ଟିକଲସ୍ ଅଛି ତାହା ନିଜକୁ ରେପ୍ଲିକେଟ୍ (କପି) କରିନଥାଏ । ଗବେଷଣାରେ ସାମିଲ ଥିବା ଅନେକ ବ୍ୟକ୍ତି ନିଜକୁ ଏହି ଟିକା ଦେଇଛନ୍ତି ।

ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ

ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛିଙ୍କୁ ହାଲୁକା ଜ୍ୱର ହୋଇଥାଏ । ପାରାସିଟାମଲ ଖାଇବା ଦ୍ୱାରା ଜ୍ୱର ଭଲ ହୋଇଯାଏ ବୋଲି ଗବେଷକ କହୁଛନ୍ତି ।

ସ୍ପୁଟନିକ୍ ନାମ କାହିଁକି ?

sputnik

ଋଷ ତା’ର କରୋନା ଭ୍ୟାକ୍ସିନ୍ ନାମ ସ୍ପୁଟନିକ୍ ଭି ରଖିଛି । ଏହାର କାରଣ କ’ଣ ? ଏହାର ସମ୍ପର୍କ ଶିତଳଯୁଦ୍ଧ ସହ ରହିଛି । ଶିତଳ ଯୁଦ୍ଧ କାଳରେ ଆମେରିକା ଓ ଋଷ ମଧ୍ୟରେ ମହାକାଶକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । କିଏ ମହାକାଶକୁ ପ୍ରଥମ କୃତ୍ରିମ ଉପଗ୍ରହ ପଠାଇବ,ତାକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା । ତେବେ ଋଷ ଆମେରିକାକୁ ଚମକାଇ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହକୁ ପଠାଇଥିଲା । ଅକ୍ଟୋବର ୪ ତାରିଖ ୧୯୫୭ରେ ସ୍ପୁଟନିକ୍ ଲଂଚ୍ କରି ଆମେରିକାକୁ ମାତ୍ ଦେଇଥିଲା ଋଷ ।  ଏବେ ଋଷ ପ୍ରଥମ କରୋନା ଭ୍ୟାକ୍ସିନ୍ ଲଂଚ୍ କରି ପୁଣି ଆମେରିକାକୁ ମାତ୍ ଦେଇଛି ବୋଲି ଅତିକମରେ ପୁଟିନ୍ ଭାବୁଛନ୍ତି । ସ୍ପୁଟିନିକ୍ ଭି(sputnikv)ରେ ଭି ଭ୍ୟାକ୍ସିନକୁ ବୁଝାଏ ।

ପାଇଲଟ ଫେରିବା ପରେ ରାଜସ୍ଥାନ ପ୍ଲେନ୍‌ରେ ବସୁନାହାନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ: ରାଜସ୍ଥାନରେ ଥମୁନି ରାଜନୈତିକ କ୍ଷମତା କନ୍ଦଳ । ସଚିନ ପାଇଲଟଙ୍କ କଂଗ୍ରେସକୁ ଫେରିବା ପରେ ସନ୍ତୁଷ୍ଟ ନୁହନ୍ତି ଦଳର କିଛି ନେତା । ଗତକାଲି ବସିଥିବା ଦଳୀୟ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ବୈଠକରେ ବାଗୀ ନେତା ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କ ଦଳକୁ ଫେରିବା ଘଟଣାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନେକ ନେତା । ବୈଠକରେ ସମସ୍ତ ବିଧାୟକଙ୍କ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।

ଏହି ରାଜନୈତିକ ସଂକଟ ସମୟରେ ତାଙ୍କ ସପକ୍ଷରେ ଠିଆ ହୋଇଥିବାରୁ ସେ ସମସ୍ତଙ୍କୁ ଆଭାର ବ୍ୟକ୍ତ କରିଥିଲେ । କେନ୍ଦ୍ର ହାଇକମାଣ୍ଡ ନିଷ୍ପତ୍ତିକୁ ସମର୍ଥନ କରି ବନ୍ଧୁତ୍ୱପୂର୍ଣ୍ଣ ଭାବେ ଦଳକୁ ଆଗକୁ ବଢାଇବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । କଂଗ୍ରେସର ତାଙ୍କ ସମର୍ଥକମାନେ ୧୧ ଦିନ ଧରି ଏକ ହୋଟେଲରେ ରହି ଆସୁଥିଲେ । ୧୪ ତାରିଖରେ ବିଧାନସଭା ଅଧିବେଶନ ହେବାକୁ ଯାଉଛି । ତେଣୁ ଏପରି ପରିସ୍ଥିତିରେ ସମସ୍ତଙ୍କ ଏକତା କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭିଜିଲାନ୍ସ ଜାଲରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ । ସକାଳୁ ସକାଳୁ ୫ଟି ଟିମ ରେଡ କରିଛି । ଅଜୟଙ୍କ ଘର ସମେତ ୬ ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ଟଙ୍କପାଣି ରୋଡ଼ ରତ୍ନାକର ବାଗ ଲେନରେ ଥିବା ପୈତୃକ ଓ ଆବାସିକ ଘରେ ଚଢ଼ାଉ କରିଛି । ସେହିପରି ପଟିଆରେ ଥିବା ଫ୍ଲାଟ, ନୂଆଗାଁରେ ଥିବା ଆଉଟ ହାଉସ, ବାଲେଶ୍ୱରରେ ଥିବା ଦୁଇ ମହଲା ଘରରେ ଚଢ଼ାଉ କରିଛି ଟିମ । ତାଙ୍କ ନାଁରେ ଥିବା ୩ ଟି ଫ୍ଲାଟକୁ ଠାବ କରିଛି ଭିଜିଲାନ୍ସ ।

ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟେ ଫ୍ଲାଟର ସୂଚନା ପାଇଛି ଟିମ୍ । ସେପଟେ ଏବେ ମଧ୍ୟ ସ୍ୱତନ୍ତ୍ର ସଚିବ ଅଜୟଙ୍କ ଘରେ ମଧ୍ୟ ଜାରି ରହିଛି ରେଡ । ବର୍ତ୍ତମାନ ଟିମ୍‌ ୩ଟି ଫ୍ଲାଟକୁ ଜବତ କରିଛି । ଭୁବନେଶ୍ୱରରେ ୨ ଫ୍ଲାଟ୍‌ ରହିଛି ଏବଂ  ପୁରୀରେ ଗୋଟିଏ ଫ୍ଲାଟ୍‌ ରହିଛି । ସେପଟେ ଆଉ ଦୁଇ ମାସପରେ ଅବସର ନେଇଥାନ୍ତେ । ତେବେ କେମିତି ସେ ଏତେ ଟଙ୍କାର ଅଧିକାରୀ ହେଲେ ତାକୁ ନେଇ ତଦନ୍ଦ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ବ୍ୟାଙ୍କ ଲକରକୁ ମଧ୍ୟ ନିଜ ତଦନ୍ତର ଅଧିନକୁ ନେଇଛି । ସଂଧ୍ୟା ସୁଧା ସବୁ ପର୍ଦାଫାସ ହେବ ବୋଲି ସୂଚନା ମିଳିଛି ।