କୋରାନା ଭ୍ୟାକ୍ସିନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ… ଯୋଗ ଦେବେ ନୀତି ଆୟୋଗ ଏକ୍ସପୋର୍ଟ କମିଟି ଅଧ୍ୟକ୍ଷ
ବିଭ୍ରାନ୍ତିକର ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ମୁଖା ଖୋଲିଲେ ହରିନଗର ବସ୍ତି ବାସିନ୍ଦା
ବିଭ୍ରାନ୍ତିକର ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ମୁଖା ଖୋଲିଲେ ହରିନଗର ବସ୍ତି ବାସିନ୍ଦା
ସଞ୍ଜୟ ଦତ୍ତଙ୍କୁ କ୍ୟାନସର୍ , କରୋନା ରିପୋର୍ଟ ନେଗେଟିଭ୍
ମୁମ୍ୱାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଫୁସଫୁସ କର୍କଟ ରୋଗ ହୋଇଥିବା ଜଣାପଡିଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁଁ ସେ ଲିଲାଭାଟୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିନେତାଙ୍କୁ ସୋମବାର ମେଡିକାଲରୁ ଡିସଚାର୍ଜ କରାଯାଇଛି। ଏହାପୂର୍ବରୁ ଆଜି ଅଭିନେତା ଟ୍ୱିଟରରେ ଏକ ବିବୃତ୍ତି ପୋଷ୍ଟ କରି ଘୋଷଣା କରିଛନ୍ତି ଯେ ଡାକ୍ତରୀ ଚିକିତ୍ସା ଉପରେ ଧ୍ୟାନ ଦେବା ପାଇଁ ସେ ବୃତ୍ତିଗତ କାର୍ଯ୍ୟରୁ “ସ୍ୱଳ୍ପ ବିରତି” ଗ୍ରହଣ କରିବେ। ଏଥିସହ ସେ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତା ନକରିବାକୁ କିମ୍ବା ଅନାବଶ୍ୟକ କଳ୍ପନା ନକରିବାକୁ ଅନୁରୋଧ କରି କହିଛନ୍ତି ଯେ ଲୋକଙ୍କ ପ୍ରେମ ଏବଂ ସମର୍ଥନ ସହିତ ସେ ଶୀଘ୍ର ଫେରିବେ।

“ମୁଁ କିଛି ଚିକିତ୍ସା ପାଇଁ କାମରୁ ଅଳ୍ପ ସମୟ ବିରତି ନେଉଛି। ମୋର ପରିବାର ଏବଂ ବନ୍ଧୁମାନେ ମୋ ସାଥିରେ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଚିନ୍ତା କର ନାହିଁ କିମ୍ବା ଅନାବଶ୍ୟକ କଳ୍ପନା କର ନାହିଁ। ତୁମର ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରି ଆସିବି!” ଗତ ୮ ତାରିଖରେ ଲୀଳାବତୀ ହସପିଟାଲରେ ଭର୍ତ୍ତି ହୋଇଥିଲେସଞ୍ଜୟ କରୋନା ସଂକ୍ରମିତ ହୋଇଥିବା ଡାକ୍ତର ସନ୍ଦେହ କରୁଥିଲେ ସଞ୍ଜୟଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି ।
Odisha Corona Updates : ଆଜି ସୁସ୍ଥ ହେଲେ ୧୭୮୫, ୩୫ ହଜାର ପାଖେଇଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ ୧୭୮୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ତେବେ ସୁସ୍ଥ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଥିବା ବେଳେ ଆଜି ୪୦୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ୨୬୩, କଟକର ୧୨୬, ସମ୍ୱଲପୁରର ୧୨୬, କେନ୍ଦୁଝରର ୧୦୧, ମାଲକାନଗିରିର ୯୧, କନ୍ଧମାଳର ୮୪, ରାୟଗଡ଼ା ୮୧, ଗଜପତି ୮୦, ଢେଙ୍କାନାଳର ୬୦, ମୟୂରଭଞ୍ଜର ୫୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଯାଜପୁରର ୪୯, କଳାହାଣ୍ଡିର ୪୮, ବାଲେଶ୍ୱରର ୩୨, ନୟାଗଡ଼ର ୩୧, ସୁନ୍ଦରଗଡ଼ର ୩୦, ଭଦ୍ରକର୨୮, କେନ୍ଦ୍ରାପଡ଼ା ୨୪, ପୁରୀର ୨୨, ବରଗଡ଼ର୧୦, ନୂଆପଡ଼ାର ୧୦, ନବରଙ୍ଗପୁରର୮, ଜତଗସିଂହପୁର ଓ କୋରାପୁଟର ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗିରର ୫, ବୌଦ୍ଧର ୪, ଝାରସୁଗୁଡ଼ାର ୩ ଓ ଦେଓଗଡ଼ର ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣର ମାତ୍ରା ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ଏଯାବତ୍ ରାଜ୍ୟରେ ୩୪ ହଜାର ୮୦୫ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।
ଭୁବନେଶ୍ୱର କୋଭିଡ୍ ଅପଡେଟ୍ : ୧୦୯ ନୂଆ ସଂକ୍ରମିତ, ୧୩୪ ସୁସ୍ଥ
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୧୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଚାଇନ ସେଣ୍ଟରରୁ ୬୦ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି । ରାଜଧାନୀରେ ଗତ କିଛି ଦିନ ହେବ ସଂକ୍ରମଣର ମାତ୍ରା କମିଥିବା ନଜରକୁ ଆସୁଛି ।

ଅନ୍ୟପକ୍ଷରେ ସୁସ୍ଥତା ହାର ସହରରେ ବଢୁଛି । ଗତ ଦୁଇ ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ଆଜି ଭୁବନେଶ୍ୱରରେ ୧୩୪ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱରରେ ଏଯାବତ୍ ସମୁଦାୟ ୪୧୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୮୦୭ ସୁସ୍ଥ ହୋଇ ସାରିଲେଣି । ୧୩୩୯ ଜଣ ସକ୍ରିୟ ସଂକ୍ରମିତ ଭୁବନେଶ୍ୱର ମହାନଗର ନିଗମରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୨ ଜଣ ବ୍ୟକ୍ତି ମୃତ୍ୟୁ ହେଲେଣି ।
ଏଥର କଟକଣାରେ ସ୍ୱାଧୀନତା ଦିବସ, ଉପସ୍ଥିତ ରହିବେ କୋଭିଡ୍ ଯୋଦ୍ଧା
ଭୁବନେଶ୍ୱର: କରୋନା କଟକଣାରେ ପାଳନ ହେବ ସ୍ଵାଧୀନତା ଦିବସ । ଏ ନେଇ ଆଜି ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ପରେଡ଼ ରିହରସେଲ ଆୟୋଜିତ ହୋଇଛି । ଏହି ରିହରସେଲରେ ଏସଏସବି, ଓଡ୍ରାଫ , ଓଏସଏପି, ଏବଂ ୭ମ ବଟାଲିୟନ ବ୍ରାସବ୍ୟାଣ୍ଡ ଭାଗ ନେଇଛନ୍ତି । ଏହି ରିହରସେଲରେ ଭୁବନେଶ୍ଵର କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଉମାଶଙ୍କର ଦାସ, ଏସଓଜି ବଟାଲିୟନ କମାଣ୍ଡାଣ୍ଟ ଅଜୟ ପ୍ରଧାନ , ୭ମ ବଟାଲିୟନର ବିଜୟ ସାହୁଙ୍କ ଭଳି ଅନେକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥର କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେ ନେଇ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଗୋଟିଏ କିମ୍ବା ଦୁଇଟି ପୋଲିସ ବାହିନୀ ମୁଖ୍ୟ ଅତିଥିଙ୍କ ସ୍ୱାଗତ ପାଇଁ ନିୟୋଜିତ ହେବେ । ଚଳିତବର୍ଷ ମହାମାରୀ ସ୍ଥିତିକୁ ନଜରରେ ରଖି ପରେଡ ହେବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଚଳିତବର୍ଷ ସ୍ୱାଧିନତା ଦିବସ ପାଳନରେ ସାଧାରଣ ଲୋକେ ସାମିଲ ହେବେ ନାହିଁ ।

ଅତିଥି ସଂଖ୍ୟା ୫୦ରୁ ୭୫ ରହିବ । ସେମାନଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ୍ ଯୋଦ୍ଧା ରହିବେ । ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ । ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ । ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଅନଲାଇନ କୁଇଜ, ରଚନା ପ୍ରତିଯୋଗିତା ହୋଇପାରିବ। ବୃକ୍ଷ ରୋପଣ ବି ହୋଇପାରିବ। ଏହି ନିୟମ ରାଜ୍ୟ, ଜିଲ୍ଲା ତଥା ବ୍ଲକସ୍ତରରେ ଏହି ନିୟମ ଲାଗୁ ହେବା ନେଇ ସ୍ପଷ୍ଟ ହୋଇଛି।
ହରିଦାସପୁର-ପାରାଦୀପ ରେଳଲାଇନ : ମାଲବାହୀ ପରେ ଆରମ୍ଭ ହେବ ପାସେଞ୍ଜର ସେବା
କେନ୍ଦ୍ରାପଡ଼ା: ହରିଦାସପୁର ପାରାଦୀପ ରେଳ ଲାଇନରେ ମାଲବାହୀ ଟ୍ରେନ ଚଳାଚଳ ପରେ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ । ଏନେଇ ଆରସିଏଲର ନିର୍ଦ୍ଦେଶକ ରିଙ୍କେଶ ରାଏ ସୂଚନା ଦେଇଛନ୍ତି । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥନ ବର୍ମାଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ବୈଠକରେ ଏଚପିଆରସିଏଲର ନିର୍ଦ୍ଦେଶକ ରିଙ୍କେଶ ରାଏ , ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ , କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା , କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଜିଲ୍ଲାପାଳ ସାମର୍ଥ ବର୍ମା ଉପସ୍ଥିତ ଥିଲେ।

ମାଲଗାଡ଼ି ଚାଲିଲେ ଟ୍ରେନ୍ ଲାଇନର ସୁରକ୍ଷା ବା ଲାଇନ ସୁଦୃଢ ହେବ ବୋଲି ନିର୍ଦ୍ଦେଶକ ରିଙ୍କେଶ ରାଏ କହିଛନ୍ତି । ପାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି। ତେବେ କେବେ ପାସେଞ୍ଜର ଟ୍ରେନ୍ ଚାଲିବ ତାହା ମାଲଗାଡ଼ି ଚାଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ରିୟାଙ୍କ ବିରୋଧରେ ହୋଇଥିବା ମାମଲାକୁ ମୁମ୍ୱାଇ ପୋଲିସକୁ ସ୍ଥାନାନ୍ତରଣ ପ୍ରସଙ୍ଗରେ ରାୟ ସଂରକ୍ଷିତ କଲା ସୁପ୍ରିମକୋର୍ଟ………
ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମୋ କୋର୍ଟ ରାୟ ସଂରକ୍ଷିତ ରଖିଛି । ବିଚାରପତି ହୃଷିକେଶ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଅଭିଯୋଗର ଶୁଣାଣି କରୁଥିଲେ । ବରିଷ୍ଠ ଓକିଲ ମନିନ୍ଦର ସିଂହ ବିହାର ସରକାରଙ୍କ ତରଫରୁ, ଏଏମ୍ ସିଂଘବୀ ମହାରାଷ୍ଟ୍ର ସରକାରଙ୍କ ତରଫରୁ, ଶ୍ୟାମ ଦିଓ୍ୱାନ ରିୟାଙ୍କ ତରଫରୁ ଓ ବିକାଶ ସିଂହ ସୁଶାନ୍ତ ସିଂଙ୍କ ପରିବାର ତରଫରୁ ଓକିଲାତି କରୁଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗରେ ସୁଶାନ୍ତ ସିଂଙ୍କ ପରିବାରର ମାମଲାର ଦାୟିତ୍ୱ ବିହାର ପୋଲିସଠାରୁ ଆଣି ମୁମ୍ୱାଇ ପୋଲିସକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ସୁଶାନ୍ତଙ୍କ ବାପା ବିହାର ପୋଲିସରେ ମାମଲା ଦାୟର କରିବା ପରେ ରିୟା ଏଭଳି ଅଭିଯୋଗ କରିଥିଲେ ।

ତେବେ ବେଞ୍ଚ ଏବେ ମାମଲା ସ୍ଥାନାନ୍ତରଣ ନେଇ ନିଷ୍ପତ୍ତି ନେଇ ସାରିଛି ଓ ରାୟକୁ ସଂରକ୍ଷଣ କରିସାରିଛି । ସୁଶାନ୍ତଙ୍କ ପରିବାର ତରଫରୁ କେସ୍ ଲଢିଥିବା ଓକିଲ ନ୍ୟାୟଧିଶଙ୍କୁ କହିଥିଲେ ଯେ ସୁଶାନ୍ତଙ୍କ ପରିବାରର ବିହାର ପୋଲିସ ପାଖରେ ମାମଲା ଦାୟର କରିବାକୁ ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାବ୍ୟତୀତ ପରିବାରର ଅଭିଯୋଗ ଅନୁଯାୟୀ ମୁମ୍ୱାଇ ପୋଲିସ ନିରପେକ୍ଷ ତଦନ୍ତ କରୁନାହିଁ । ସୁଶାନ୍ତଙ୍କ ମୃତଦେହକୁ କିଏ ଦଳକୁ ଓହ୍ଲାଇଲେ ସେ ନେଇ ମୁମ୍ୱାଇ ପୋଲିସ ପାଖରେ ଉତ୍ତର ନାହିଁ ।

ସେହିଭଲି ବିହାର ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କ୍ୱାରେଣ୍ଟାଇନ କରାଗଲା । ଏହା ବ୍ୟତୀତ ସେ ମୁମ୍ୱାଇ ମୁନିସିପାଲିଟି କର୍ପୋରେସନ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ଅନ୍ୟପକ୍ଷରେ ମୁମ୍ୱାଇ ସରକାରର ପକ୍ଷ ରଖୁଥିବା ଓକିଲ ଏଭଳି ଆରୋପକୁ ଖାରଜ କରିଥିଲା । ତାଙ୍କ କହିବା କଥା ଯେ ଗତ ୪୦ ଦିନ ମଧ୍ୟରେ ମୁମ୍ୱାଇ ପୋଲିସ ୫୦ ଜଣ ବ୍ୟକ୍ତିଙ୍କୁ ଜେରା କରିଛି । ତେଣୁ ମୁମ୍ୱାଇ ପୋଲିସ ସହ ବିଚାର କରି ସିବିଆଇଙ୍କ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଯାଉ । ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ବେଞ୍ଚ ନିକଟରେ ମୁମ୍ୱାଇ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିଛି ।
ରାଜସ୍ଥାନ କଂଗ୍ରେସର ଅଭିଭାବକ ରହିବି,କ’ଣ ପାଇଁ ଏମିତି କହିଲେ ଗହଲୋତ ?
ରାଜସ୍ଥାନ: ସଚିନ ଦଳରେ ରହିବେ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା ସରିଛି । ହେଲେ କ’ଣ ପଦପଦବୀ ଦେଇ ତାଙ୍କୁ ସନ୍ତୁଷ୍ଟ କରାଯିବ ତା ଉପରେ ରାଜନୀତିକ ମହଲର ନଜର ରହିଛି । ଏଇ ଭିତରେ ଅଶୋକ ଗହଲୋତଙ୍କ ଏକ ମନ୍ତବ୍ୟ ଏକ ଭିନ୍ନ ଦିଗ ଆଡ଼କୁ ଇସାରା କଲାଣି । ସଚିନ ପାଇଲଟ କଂଗ୍ରେସରେ ରହିବା ନେଇ ଖବର ପ୍ରସାର ହେବା ପରେ ଗଣମାଧ୍ୟମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ପ୍ରତିକ୍ରିୟା ଲୋଡ଼ିଥିଲା । ପ୍ରତିକ୍ରିୟା ରଖି ଏକ ଅଡ଼ୁଆ ଓ ଅସମ୍ପୂର୍ଣ୍ଣ ମନ୍ତବ୍ୟ ଦେଲେ ଗହଲୋତ୍ । କହିଲେ, ଯେତେ ଦିନ ପର୍ଯ୍ୟନ୍ତ ଜୀବିତ ଅଛି ରାଜସ୍ଥାନ କଂଗ୍ରେସର ଅଭିଭାବକ ଭାବେ ରହିବି । ଦଳର ବିଧାୟକମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର କରିବାର ଦାୟିତ୍ୱ ମଧ୍ୟ ମୋର । ତେବେ ତାଙ୍କ ନେତୃତ୍ୱରେ ପାଞ୍ଚବର୍ଷ ସରକାର ଚାଲିବା ସମ୍ୱନ୍ଧୀତ ପ୍ରଶ୍ନର ଉତ୍ତର ରଖି ସେ କହିଥିଲେ ଯେ କଂଗ୍ରେସ ପାର୍ଟି ରାଜ୍ୟରେ ୫ବର୍ଷର ସରକାର ଚଳାଇବ ।

ତେବେ ଗହଲୋତଙ୍କ ଏଭଲି ବଙ୍କା ଉତ୍ତରକୁ ନେଇ ଅନେକ ରାଜନୀତିକ ଆକଳନ ହେଉଛି । ଗଣମାଧ୍ୟମର କହିବା କଥା, ଗହଲୋତ ଚାହିଁଥିଲେ ନିଜେ ପାଞ୍ଚ ବର୍ଷ ଶାସନ କରିବା କଥା କହି ପାରିଥାନ୍ତେ ମାତ୍ର ସେ ଏଭଳି ନକରି କଂଗ୍ରେସ ପାଞ୍ଚ ବର୍ଷ ଶାସନ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି । ଅର୍ଥାତ୍ କଂଗ୍ରେସ ସରକାରରେ ରହିବା ନେଇ ଦ୍ୱିମତ ନଥିଲେ ମଧ୍ୟ ସରକାରର ନେତୃତ୍ୱ ବଦଳିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ସେ ଆହୁରି କହିଛନ୍ତି, ବିଜେପି ସରକାର ଭାଙ୍ଗିବା ପାଇଁ ଯଥେଷ୍ଟ ପ୍ରୟାସ କଲା, କିନ୍ତୁ ଶେଷରେ ଗୋଟିଏ ହେଲେ ମଧ୍ୟ ଗୋଟିଏ ବିଧାୟକ ନେବାରେ ଅସମର୍ଥ ରହିଲା ।

ଅର୍ଥାତ୍ କଂଗ୍ରେସ କନ୍ଦଳକୁ ଅଶୋକ ଗହଲୋତ୍ ଏବେ ବିଜେପିର ଚକ୍ରାନ୍ତ ବୋଲି ପ୍ରମାଣ କରିବା ଆରମ୍ଭ କଲେଣି । ଅନ୍ୟପଟେ ସଚିନ ପାଇଲଟ୍ ସ୍ପଷ୍ଟ ଶଦ୍ଦରେ ଏକଥା କହିଛନ୍ତି ଯେ ଗହଲୋତ୍ ନିଜ ମନ ମୁତାବକ କାର୍ଯ୍ୟ କରୁଥିଲେ । ସରକାରରେ ତାଙ୍କ ଭୂମିକା ଓ ଗରୁତ୍ୱ ଏକ ସାଧାରଣ ବିଧାୟକଠାରୁ ଅଧିକ ନଥିଲା । ଏକଥା ସେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଜଣାଇ ରାଜସ୍ଥାନ ଫେରିଛନ୍ତି । ଅର୍ଥାତ୍ ଗହଲୋତ୍ ଏବେ ବ୍ୟାକଫୁଟରେ ରହି ଆରୋପ ବିଜେପି ଉପରେ ଲଦୁଥିଲେ ମଧ୍ୟ ସଚିନ ଗହଲୋତଙ୍କ ସପକ୍ଷରେ ମତ ରଖିବା ପାଇଁ ରାଜି ନାହାନ୍ତି । ସଚିନ ଦଳକୁ ଫେରୁଥିବା ହେତୁ କଂଗ୍ରେସ ତାଙ୍କୁ ,ସନ୍ତୁଷ୍ଟ କରିବା ସପକ୍ଷରେ ରହିବ । ଏପଟେ ଗହଲୋତ୍ ବି ମନ ବୁଝାଇସାରି ତଥାକଥିତ ନିକମ୍ମା ସଚିନଙ୍କୁ ଏବେ କୋଳେଇ ନେବାକୁ ଏକ ରକମର ବାଧ୍ୟ । ତେବେ ସଚିନ ଓ ତାଙ୍କ ସମର୍ଥିତ ବିଧାୟକଙ୍କ ଅଭିଯୋଗ ଶୁଣିବା ପାଇଁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ତିନିଜଣିଆ କମିଟି ଗଠନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କମିଟି ପାଖରେ ଅଭିଯୋଗ ଉପସ୍ଥାପିତ ହେବା ପରେ ଜଣାପଡ଼ିବ କ୍ଷତିପୂରଣ କେଉଁ ରାସ୍ତାରେ ହେବ । ଏକଥା ମଧ୍ୟ ଅନୁମାନ କରିବା କଷ୍ଟ ନୁହେଁ ଯେ ଦଳକୁ ପଶିବା ପୂର୍ବରୁ ସଚିନ ନିଜ ଦାବି ସ୍ପଷ୍ଟ କରିସାରିଥିବେ । ହେଲେ କଂଗ୍ରେସ ସଚିନଙ୍କ ଦାବି ପାଇଁ ଗହଲୋତଙ୍କୁ ବାଧ୍ୟ କରିବା ନାଁ ଗହଲୋତଙ୍କ ସପକ୍ଷରେ ସଂଖ୍ୟା ଗରିଷ୍ଠତାକୁ ସମ୍ମାନ ଦେଇ ସଚିନଙ୍କ ସହ ମୂଲଚାଲ କରିବ ତାହା ସମୟ କହିବ ।



