spot_img
Home Blog Page 6686

ୟୁଜଭେନ୍ଦ୍ର ଚହଲଙ୍କ ନିର୍ବଦ୍ଧରେ ସରପ୍ରାଇଜ ହେଲେ ଫ୍ୟାନ୍ସ, ସୋସିଆଲ ମିଡିଆରେ ଘୁରୁଛି ମଜାଳିଳା ମିମ୍

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ତାଙ୍କ ଜୀବନରେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ୟୁଜବେନ୍ଦ୍ର ଚହଲ ତାଙ୍କ ଗର୍ଲଫ୍ରେଣ୍ଡ ଧନଶ୍ରୀ ଭର୍ମାଙ୍କ ସହ ନିର୍ବଦ୍ଧ କରିଛନ୍ତି ।

https://twitter.com/yuzi_chahal/status/1292049597360033794

ଚହଲଙ୍କ ପ୍ରେମିକା ଧନଶ୍ରୀ ବର୍ମା ମୁମ୍ବାଇରେ ବାସ କରନ୍ତି । ଚାହଲ ଏବଂ ଧନଶ୍ରୀ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଚହଲ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ତାଙ୍କ ନିର୍ବଦ୍ଧର ଖୁସି ଖବର ଦେଇଛନ୍ତି ।

ୟୁଜବେନ୍ଦ୍ର ଚହଲଙ୍କ ନିର୍ବଦ୍ଧ ଖବର ଆସିବାପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଲା । ଚାହଲଙ୍କ ନିର୍ବଦ୍ଧକୁ ନେଇ ପ୍ରଶଂସକମାନେ ଟ୍ୱିଟରରେ କିଛି ମଜାଳିଆ ମିମ୍ ସେୟାର କରୁଛନ୍ତି । ଏହି ମଜାଳିଆ ମିମରେ ଦର୍ଶାଯାଇଛି ଯେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା କିପରି ଚହଲଙ୍କ  ନିର୍ବଦ୍ଧ ଖବର ଜାଣିବା ପରେ ନିଜକୁ ସମ୍ଭାଳି ପାରୁନାହାନ୍ତି ।

ଏହି ମଜାଳିଆ ମିମରେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ଇଂଲଣ୍ଡ ମହିଳା କ୍ରିକେଟର ଡେନି ଭାବୁଛନ୍ତି ଯେ ଅନ୍ୟ ଜଣେ ଭାରତୀୟ କ୍ରିକେଟର ହାତଛଡା ହୋଇଗଲେ ।

ପୂର୍ବତନ ଓପନର୍ ବିରେନ୍ଦର ସେହୱାଗ ପିଏମ ମୋଦୀଙ୍କ ଫଟୋ ସେୟାର କରିଛନ୍ତି ଏବଂ ଚହଲଙ୍କୁ ଏକ ନିଆରା ଢଙ୍ଗରେ ନିର୍ବଦ୍ଧ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେହୱାଗ କହିଛନ୍ତି- ‘ଚାହଲ, ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କଲା | ଅଭିନନ୍ଦନ। ‘

ଜଣାଇ ରଖୁଛୁ ଯେ, ଯେତେବେଳେ ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ବିଷୟରେ ଯଦି କହିବା ତେବେ ସେ ଜଣେ ଦନ୍ତ ଚିକିତ୍ସକ, କୋରିଓଗ୍ରାଫର ଏବଂ ବୃତ୍ତି ଅନୁଯାୟୀ ୟୁଟ୍ୟୁବର୍ ମଧ୍ୟ ଅଟନ୍ତି । ଦୀର୍ଘ ଦିନ ଧରି ପରସ୍ପର ସହ ସମୟ ବିତାଇବା ପରେ ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ସହ ନିର୍ବଦ୍ଧ କରିଛନ୍ତି ।

ଧନଶ୍ରୀ ବର୍ମା ମଧ୍ୟ ଜଣେ ୟୁଟ୍ୟୁବର୍ ଏବଂ ତାଙ୍କର ନୃତ୍ୟ ସହ ଜଡିତ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ (ଧନଶ୍ରୀ ବର୍ମା ୟୁଟ୍ୟୁବ୍ ଚ୍ୟାନେଲ୍) ଅଛି, ଏହି ଚ୍ୟାନେଲର ୧.୫ ମିଲିୟନ୍ ରୁ ଅଧିକ ସବ୍ସକ୍ରାଇବର ଅଛନ୍ତି।

ଧନଶ୍ରୀ ବଲିଉଡ ଗୀତଗୁଡ଼ିକୁ ରିକ୍ରିଏଟ କରନ୍ତି । ଏହା ବ୍ୟତୀତ ସେ ହିପ୍-ହପ୍ ଟ୍ରେନିଂ ମଧ୍ୟ ପ୍ରଦାନ କରନ୍ତି । ସେ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କ ଡ୍ୟାନ୍ସ ଏକାଡେମୀର ଭିଡିଓ ଅପଲୋଡ୍ କରନ୍ତି ।

ୟୁଜବେନ୍ଦ୍ର ଚହଲ ଖୁବ ଶୀଘ୍ର ଆଇପିଏଲ ପାଇଁ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗଦେବେ। ଚହଲଙ୍କ ପ୍ରେମିକା ଧନଶ୍ରୀ ବର୍ମା ଜଣେ ଦନ୍ତ ଚିକିତ୍ସକ। ଧନଶ୍ରୀ ୨୦୧୪ରେ ଡି.ୱାଇ ପାଟିଲ ଡେଣ୍ଟାଲ କଲେଜ ନୂଆ ମୁମ୍ବାଇରୁ ଅଧ୍ୟୟନ କରିଥିଲେ ।

ଚହଲଙ୍କୁ ଅଭିନନ୍ଦନ ଜଣାଇ ସଚିନ ତେନ୍ଦୁଲକର ଟ୍ୱିଟରରେ ଲେଖିଛନ୍ତି, ଚାହଲ ଏବଂ ଧନଶ୍ରୀଙ୍କୁ ଅଭିନନ୍ଦନ। ନୂଆ ଇନିଂସ ପାଇଁ ଉଭୟଙ୍କୁ ଶୁଭେଚ୍ଛା । ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଚାହଲଙ୍କ ଟ୍ୱିଟର ପୋଷ୍ଟରେ ମନ୍ତବ୍ୟ ଦେଇ ମୁବାରକା ଲେଖିଛନ୍ତି।

ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଚାହଲଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ‘ଉଭୟଙ୍କୁ ଅଭିନନ୍ଦନ। କିଙ୍ଗ୍ସରୁ ଯୁଜିଙ୍କୁ ବ୍ୟକ୍ତିଗତ ପରାମର୍ଶ: କ୍ୱିନଙ୍କ ଆଗରେ ସର୍ବଦା ନଇଁକି ରହିବ, ନଚେତ୍ ସବୁବେଳେ ପରାସ୍ତ ହେବ ।

କଟକ ସହରାଞ୍ଚଳ ସମସ୍ୟା ବଢାଉଛି , ମାଲଗୋଦାମ ଯିବା ପାଇଁ ମନା କଲେ ସିଏମସି କମିଶନର….

କଟକ: କଟକ ଜିଲ୍ଲା ଓ ସହରାଞ୍ଚଳର ସ୍ଥିତିକୁ ନେଇ ଜିଲ୍ଲାପାଳ ଓ ସିଏମସି କମିଶନର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଉଭୟ ଜିଲ୍ଲାର କରୋନା ସ୍ଥିତିର ବିଶ୍ଲେଷଣ କରି କଟକ କ୍ରମାଗତ ଭାବେ ଭଲ ସ୍ଥିତିକୁ ଫେରୁଥିବା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାରେ ଏବେ ୯୮୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ଗ୍ରାମାଞ୍ଚଳରୁ ସଂକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୨୧୬ । ଅଧିକାଂଶ ସଂକ୍ରମିତ କଟକ ମହାନଗର ନିଗମ ଅଟନ୍ତି । କଟକ ସହରାଞ୍ଚଳରେ ୭୭୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗ୍ରାମାଞ୍ଚଳରେ ୧୮୨୧ କୋଭିଡ୍ ପରିଚାଳନା କମିଟି ପ୍ରସ୍ତୁତ ହୋଇଛି ।  ତେବେ ସୂଚନାଯୋଗ୍ୟ ଯେ ରାଜ୍ୟରେ ଅଦ୍ୟାବଧି ୨୯୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗ୍ରାମାଞ୍ଚଳ ମଧ୍ୟରେ ବଡମ୍ୱା, ଆଠଗଡ଼ ଓ ନରସିଂହପୁର ଅଞ୍ଚଳରେ ସବୁଠାରୁ ଅଧିକ ସଂକ୍ରମିତ ଦେଖା ଦେଇଛନ୍ତି ।

ସେହିଭଳି ଜିଲ୍ଲାରେ ଦୈନିକ ହାରାହାରି ୯୮୩ ନମୁନା ପରୀକ୍ଷା ହେଉଛି, କୋଭଡ୍ କେୟାର ହୋମରେ ୧୨୩୦ ବେଡର ବ୍ୟବସ୍ଥା ରହିଥିବା ବେଳେ ଏବେ ୪୫୦ ବେଡ୍ ଖାଲି ରହିଛି । ସେହିଭଳି ଖୁବ୍ ଶୀଘ୍ର ଏକ ନୂଆ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଯାବତ୍ ୭୯ ଜଣଙ୍କଠାରୁ ଶହେରୁ ଅଧିକ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଛି  । ମିଳିଥିବା ୧୩୮ ୟୁନିଟରୁ ୧୦୪ ୟୁନିଟ୍ ବ୍ୟାବହାର ହୋଇ ସାରିଲାଣି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କଟକର ଜନ ସାଧାରଣଙ୍କୁ ସତର୍କ ରହିବା ପାଇଁ ଅପିଲ କରିବା ସହ ଜିଲ୍ଲାବାସୀଙ୍କ ଜୀବିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା କଥା କହିଛନ୍ତି  । ତାଙ୍କ କହିବା କଥା ଯେ ଜୀବନ ବଞ୍ଚାଇବା ପାଇଁ ସରକାରଙ୍କୁ ଜୀବିକା ସହ ସାଲିସ କରିବାକୁ ପଡ଼ୁଛି, ଏହା ଏବେ ଏକପ୍ରକାରର ବାଧ୍ୟତା । ସାମାଜିକ ଦୂରତ୍ୱକୁ ରକ୍ଷା କରିବାକୁ ଏଭଳି କରିବାକୁ ପଡ଼ୁଛି ।

ମାତ୍ର ସରକାର ଓ ଜିଲ୍ଲା ପ୍ରଶାସନ ଲୋକଙ୍କର ଜୀବିକାକୁ ସ୍ୱାଭାବିକ କରିବାର ପ୍ରଚେଷ୍ଟାରେ ରହିଛନ୍ତି । ସେହିଭଳି କରୋନା ଲଢେଇ ପାଇଁ ଜିଲ୍ଲା ପ୍ରସ୍ତୁତ ରହିଛି । ୩୭୩ଟି  କୋଭିଡ୍ କେୟାର ସେଣ୍ଟର ସାରା ଜିଲ୍ଲାରେ ରହିଛି । ସେହିଭଳି ଏସସିବି ମେଡିକାଲ  କୋଭିଡଜନିତ ସବୁ ପ୍ରକାର ଚିକିତ୍ସା ପାଇଁ ସମର୍ଥ ଓ ସରଞ୍ଜାମ ନେଇ କୌଣସି ସମସ୍ୟା ନାହିଁ । ସାରା ରାଜ୍ୟର ପ୍ରାୟ ୧୮ ଜିଲ୍ଲାର ୧ ଲକ୍ଷ ୨୦ ହଜାର ଟେଷ୍ଟିଂ ଏସସିବିରେ ହୋଇ ସାରିଛି । ଅନ୍ୟପକ୍ଷରେ କଟକ ସହରାଞ୍ଚଳରେ ଚିହ୍ନଟ ହେଉଥିବା ପଜିଟିଭ୍ ମାନଙ୍କ ମଧ୍ୟରେ ପ୍ରାୟ ୪୬ ପ୍ରତିଶତ କଣ୍ଟେନମେଣ୍ଟ ଜୋନର ବାସିନ୍ଦା । ମାଲଗୋଦାମ ଅଞ୍ଚଳରୁ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ବେହେରା ସାହି ଓ  ତେଲୁଗୁ ସାହି ଭଳି ଅଞ୍ଚଳ ଏବେ ସବୁଠାରୁ ଅଧିକ ସମ୍ୱେଦନଶୀଳ ରହିଛି । ବେହେରା ସାହିର ୧୨ଶହ ଲୋକଙ୍କ ମଧ୍ୟରୁ ୨୮୦ ପଜିଟିଭ୍, ତେଲୁଗୁ ସାହିରୁ ୮୧ ପଜିଟିଭ୍ ଓ ଜଲୱା ସାହିରୁ ୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସମସ୍ତ ଅଞ୍ଚଳ ଏବେ କଣ୍ଟେନମେଣ୍ଟ ଜୋନରେ ରହିଛି । ସେହିଭଳି ଗୋଦାମ ଅଞ୍ଚଳକୁ ନଯିବା ପାଇଁ କଟକ ସହରବାସୀଙ୍କ ମହାନଗର ନିଗମ ପରାମର୍ଶ ଦେଇଛି ।

ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ବାପାଙ୍କ ଦ୍ୱିତୀୟ ବିବାହରେ ଖୁସି ନଥିଲେ ସୁଶାନ୍ତ, ପରିବାର ସହ ନଥିଲା ଭଲ ସଂପର୍କ’

ମୁମ୍ବାଇ:  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଏହି ମାମଲାକୁ ନେଇ ମୁମ୍ବାଇ ଏବଂ ବିହାର ପୋଲିସ ମଧ୍ୟରେ ବିବାଦ ଲାଗି ରହିଛି । ବର୍ତ୍ତମାନ ଏହି ପ୍ରସଙ୍ଗ ମହାରାଷ୍ଟ୍ର ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଶିବସେନାର ମୁଖପାତ୍ର ଏକ ସମ୍ପାଦକୀୟରେ ବିହାର ପୋଲିସ ଏବଂ କେନ୍ଦ୍ର ସରକାର ଉପରେ ଆରୋପ ଲଗାଇଛନ୍ତି କି ସେ ମିଳିମିଶି ମହାରାଷ୍ଟ୍ର ସରକାର ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି। ସେ ବିହାର ଡିଜିପିଙ୍କୁ ବିଜେପି କର୍ମୀ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ସେ ସୁଶାନ୍ତଙ୍କ ପିତାଙ୍କ ଦ୍ୱିତୀୟ ବିବାହ ବିଷୟରେ ମଧ୍ୟ କହିଛନ୍ତି ଏବଂ ପିତା-ପୁତ୍ରଙ୍କ ସମ୍ପର୍କ ଭଲ ନଥିବା କଥା ମଧ୍ୟ କହିଛନ୍ତି ।

ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ, ‘ସୁଶାନ୍ତଙ୍କ ପରିବାରର ଅର୍ଥାତ ତାଙ୍କ ବାପା ପାଟନାରେ ରୁହନ୍ତି । ତାଙ୍କ ପିତାଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ବାପା ପୁନର୍ବାର ବିବାହ କରିଥିଲେ, ଯାହାକୁ ସୁଶାନ୍ତ ଗ୍ରହଣ କରିନଥିଲେ । ପିତାଙ୍କ ସହ ତାଙ୍କର ଭାବପ୍ରବଣତା ସମ୍ବନ୍ଧ ଛାଡିଯାଇଥିଲା ।’

ସୁଶାନ୍ତଙ୍କ ମୃତ୍ୟୁ କାହାଣୀ ପୂର୍ବରୁ ଲେଖାଯାଇଥିଲା

ସଞ୍ଜୟ ରାଉତ କହିଛନ୍ତି ଯେ, ‘ମୁମ୍ବାଇ ପୋଲିସକୁ ଦୋଷାରୋପ କରି ବିହାର ସରକାର କେନ୍ଦ୍ରରୁ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏହି ଦାବି ୨୪ ଘଣ୍ଟା ମଧ୍ୟରେ ଗ୍ରହଣ କରାଯାଇଥିଲା | ଏହା ହେଉଛି ରାଜ୍ୟର ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ । ଯଦି ସୁଶାନ୍ତଙ୍କ ମାମଲା ଆଉ କିଛି ସମୟ ମୁମ୍ବାଇ ପୋଲିସ ହାତରେ ରହିଥାନ୍ତା ତେବେ କିଛି ଅସୁବିଧା ହୋଇନଥାନ୍ତା । କିନ୍ତୁ ଏହା ରାଜନୈତିକ ପୁଞ୍ଜି ବିନିଯୋଗ ଏବଂ ଚାପର ରାଜନୀତି। ସେ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ କାହାଣୀ ପୂର୍ବରୁ ରଚାଯାଇଥିଲା ।’

ମୁମ୍ବାଇ ପୋଲିସର ଅପମାନ ହୋଇଛି-

ଶିବସେନା ସାଂସଦ କହିଛନ୍ତି ଯେ, ‘ମୁମ୍ବାଇ ପୋଲିସ ହେଉଛି ବିଶ୍ୱର ସର୍ବୋଚ୍ଚ ତଦନ୍ତ ବ୍ୟବସ୍ଥା । ମୁମ୍ବାଇ ପୋଲିସ ଚାପର ଶିକାର ନୁହେଁ। ଏହା ସଂପୂର୍ଣ୍ଣ ବୃତ୍ତିଗତ | ଶିନା ବୋରା ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ୨୬/୧୧ ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ଏହାର ଜବାବ ଦେଇଛି। ଦୃଢ଼ ପ୍ରମାଣ ସଂଗ୍ରହ କରି କସାବଙ୍କୁ ଫାଶୀ ଦିଆଯାଇଥିଲା । ସୁଶାନ୍ତଙ୍କ ପରି ମାମଲାରେ କେନ୍ଦ୍ରକୁ ହସ୍ତକ୍ଷେପ କରିବା ମୁମ୍ବାଇ ପୋଲିସ ପାଇଁ ଅପମାନ ।’

ସୁପ୍ରିମ କୋର୍ଟ ଉପରେ ମଧ୍ୟ ଉଠାଇଲେ ପ୍ରଶ୍ନ

ସଞ୍ଜୟ ରାଉତ ସିବିଆଇ ଉପରେ ଅଭିଯୋଗ ଆଣିଛନ୍ତି ଯେ, ‘ସିବିଆଇ ମୁକ୍ତ ଏବଂ ନିରପେକ୍ଷ ନୁହେଁ। ଯାହାର ସରକାର କେନ୍ଦ୍ରରେ ରହିଥାଏ, ସିବିଆଇ ସେମାନଙ୍କ ନିର୍ଦ୍ଦେଶରେ କାମ କରେ । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସୁପ୍ରିମକୋର୍ଟରୁ ଇଡି ଏବଂ ସିବିଆଇ ଭଳି ସଂଗଠନ ଉପରେ ପ୍ରଶ୍ନ ଉଠିଛି ।  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାରକୁ ହଟାଇବାକୁ ବିଜେପି ଚେଷ୍ଟା କରୁଛି । ସରକାର ପତନ କରିବାରେ ସକ୍ଷମ ହୋଇପାରୁନାହାନ୍ତି ବୋଲି ଏହାକୁ ବଦନାମ କରାଯାଉଛି ।

ବିଜେପିରୁ ନିର୍ବାଚନ ଲଢ଼ିବା ପାଇଁ ବିହାର ଡିଜିପି ଟିକେଟ ମାଗୁଛନ୍ତି

ବିହାରର ଡିଜିପିଙ୍କ ବିଷୟରେ ସଞ୍ଜୟ ରାଉତ କହିଛନ୍ତି ଯେ ୨୦୦୯ ମସିହାରେ ସେ ଜଣେ ଡିଜି ଥିବାବେଳେ ପୋଲିସ ସେବାରୁ VRS ନେଇ ସିଧା ରାଜନୀତିରେ ପ୍ରବେଶ କରିଥିଲେ । ବିଧାନସଭା ନିର୍ବାଚନରେ ​​ସେ ଭାରତୀୟ ଜନତା ପାର୍ଟି ଟିକେଟରେ ବକ୍ସର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଠିଆ ହୋଇଥିଲେ, କିନ୍ତୁ ବିଜେପି ସାଂସଦ ଲାଲମୁନି ଚୌବେ ବିଦ୍ରୋହ କରିବାକୁ ଧମକ ଦେଇଥିବାରୁ ଚୌବେଙ୍କ ପ୍ରାର୍ଥୀ ପୁନଃସ୍ଥାପିତ ହୋଇଥିଲା ।

ଏହାଦ୍ୱାରା ଗୁପ୍ତେଶ୍ୱର ପାଣ୍ଡେ ମଝିରେ ହିଁ ଝୁଲିଗଲେ । ଏହିପରି, ରାଜନୀତିରେ ପ୍ରବେଶ କରିବା ତାଙ୍କର ମିଶନ ବିଫଳ ହେଲା । ଏହା ପରେ ସେ ପୁନର୍ବାର ସେବାକୁ ଫେରିବା ପାଇଁ ଆବେଦନ କରିଥିଲେ। ଏବେ ସେ ଆଗାମୀ ବିଧାନସଭା ନିର୍ବାଚନରେ ​​ନିଜ ହାତ ଚେଷ୍ଟା କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ମିଥ୍ୟା ଖବର ପ୍ରସାରଣ ମାମଲା : ଥାନାରେ ହାଜର ହେଲେ ସମ୍ପୃକ୍ତ ଚ୍ୟାନେଲର ଜଣେ କର୍ମଚାରୀ, ୬ଦିନ ସମୟ ମାଗିଲେ….

କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ମିଛ ଓ ଆତଙ୍କ ସୃଷ୍ଟିକାରୀ ଖବର ପ୍ରସାରଣ ମାମଲାରେ ଆଜି ବି ଥାନାରେ ହାଜର ହେଲେନି ସଂପୃକ୍ତ ଓଡ଼ିଆ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ର ସମ୍ପାଦକ  । ଗତକାଲି ଏହି ଚ୍ୟାନେଲ ଥାନାରେ ହାଜର ହେବାକୁ  ୭ଦିନ ସମୟ ମାଗିଥିଲା  । ହେଲେ ପୋଲିସ ଏହାକୁ ଅଗ୍ରାହ୍ୟ କରିବା ସହିତ ଆଜି ସଂପାଦକ ଓ ୨ଜଣ କର୍ମଚାରୀ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।

ପୋଲିସର ନୋଟିସ ସତ୍ତ୍ୱେ ଆଜି ହାଜର ହୋଇନାହାନ୍ତି ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲ୍‌ର ସଂପାଦକ । ତେବେ ଜଣେ କର୍ମକର୍ତ୍ତା ହାଜର ହୋଇଛନ୍ତି । ଚ୍ୟାନେଲ ଆଉ ୬ଦିନ ସମୟ ମାଗିଥିବା ସୂଚନା ମିଳିଛି  ।

ଶୁକ୍ରବାର ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା ଭୁବନେଶ୍ୱର ମହାନଗର ନିଗମ । ଏହା ସହ ନ୍ୟୁଜ୍‌ ଚ୍ୟାନେଲକୁ ବିଏମ୍‌ସି କାରଣ ଦର୍ଶାଅ ନୋଟିସ ଜାରି କରିଛି  ।

୮୪ ବର୍ଷ ପରେ ଏହି ଅଞ୍ଚଳରେ ଦେଖିବାକୁ ମିଳିଲା ଲାଲ ରଙ୍ଗର ବିରଳ ସାପ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୈନିତାଲରେ ଏକ ବିରଳ ପ୍ରଜାତୀର ସାପକୁ ଏକ ଘରୁ ଉଦ୍ଧାର କରାଯାଇଛି । ଏହି ବିରଳ ସାପକୁ କୋରଲ କୁକରୀ କୁହାଯାଏ ଏବଂ ସବୁଠୁ ବିଶେଷ କଥା ହେଉଛି ଏହା ଏକ ଲାଲ ରଙ୍ଗର ସାପ ଅଟେ । ନୈନିତାଲର ଏକ ଘର ଭିତରୁ ଏହି ସାପ ଲୁଚି ରହିଥିଲା ଯାହାକୁ ବନ ବିଭାଗର ଟିମ୍ ଏହାକୁ ଉଦ୍ଧାର କରିଛି ।

 

ବନ ଅଧିକାରୀଙ୍କ ସୁଚନା ଅନୁଯାୟୀ ଏହି ଦୁର୍ଲଭ ସାପକୁ ପ୍ରଥମ ଥର ପାଇଁ ୧୯୩୬ ମସିହାରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରର କ୍ଷୀରୀ  କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏହା ପରେ ଏହାର ବୈଜ୍ଞାନିକ ନାମ ‘ ଅଲିଗୋଡୋନ ଖେରିଏନ୍ସିସ’ ରଖାଯାଇଥିଲା । ଏହି ସାପକୁ କୁକରୀ ଏଥି ପାଇଁ କୁହାଯାଏ କାରଣ ଏହା ଗୋରଖାଓର କୁଖରୀ (ଛୁରୀ) ଭଳିଆ ଦେଖିବାକୁ । ଏହି ସାପର ଦାନ୍ତ କୁଖରୀର ବ୍ଲେଡ ଭଳିଆ ଧାର ହୋଇଥାଏ ।

ଏହି ସାପକୁ ନେଇ ପ୍ରଭାଗୀୟ ବନାଧିକାରୀ (DFO) ନୀତିଶ ମଣି ତ୍ରିପଠୀ କହିଛନ୍ତି ଯେ, ଗୌଲା ବନ ରେଞ୍ଜ୍ ଟିମ୍ କୁ ନୈନିତାଲ ଜିଲ୍ଲାର କୁରରିୟା ଖଟ୍ଟା ଗାଁର ନିବାସୀ କବିନ୍ଦ୍ର କୋରଙ୍ଗା ଶୁକ୍ରବାର ଦିନ ଏକ ସାପରୁ ରକ୍ଷା କରିବା ପାଇଁ ସାହାଯ୍ୟ ମାଗିଥିଲେ । ଆମେ ଯେତେବେଳେ ସେଠାକୁ ଗଲୁ , ସେତେବେଳେ ଗେରାମବାସୀ ସାପଟୁକୁ ଧରିସାରିଥିଲେ ଏବଂ ତାକୁ ପ୍ଲାଷ୍ଟିକ ବସ୍ତାରେ ପୁରାଇ ରଖିଥିଲେ ।

ସାପଟିକୁ ଉଦ୍ଧାର କରିବା ପରେ, ବନ ବିଭାଗ ଟିମ ଆଶ୍ଚର୍ଯ୍ୟଚକିତ ହୋଇଗଲେ କାରଣ ସେହି ସାପ ଏକ ବିରଳ ପ୍ରଜାତିର ସାପ ଥିଲା । ସାପଟିକୁ ଉଦ୍ଧାର କରିବା ପରେ ତାକୁ ଜଙ୍ଗଲରେ ଛାଡ଼ିଦେଇଥିଲେ ।

ଡେରାଡୁନ ସ୍ଥିତ ୱାଇଲ୍ଡଲାଇଭ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ( WII )ର ବନ୍ୟଜୀବ ବିଶେଷଜ୍ଞ ବିପୁଲ ମୌର୍ଯ୍ୟ କହିଛନ୍ତି ଯେ, ଲାଲ ରଙ୍ଗର ଏହି କୋରଲ କୁକରୀ ସାପ ଅତ୍ୟନ୍ତ ଦୁର୍ଲଭ ପ୍ରଜାତିର ସାପ ଅଟେ ଏବଂ ଏହା ଉତ୍ତରାଖଣ୍ଡରରେ ଏଯାବତ ଦୁଇ ଥର ଦେଖିବାକୁ ମିଳିଛି ।

ବୈତରଣୀ ନଦୀ ବନ୍ୟା ଜଳ ମୁଖ୍ୟ ରାସ୍ତା ଛୁଇଁଲା….

0

ଭଦ୍ରକ : ରାଜ୍ୟରେ ବନ୍ୟା ଆଶଙ୍କା ନଥିବା କଥା ସରକାର କହିଥିଲେ । ଲଗାଣ ବର୍ଷା ସତ୍ତ୍ୱେ ବନ୍ୟା ନେଇ ସରକାର ପ୍ରସ୍ତୁତ ଥିବା ଓ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇନି ବୋଲି କୁହାଯାଇଥିଲା । ହେଲେ ଏବେ ବୈତରଣୀ ନଦୀ ସୀମା ଲଙ୍ଘିଛି । ଗତ କିଛି ଦିନ ହେବ ବୈତରଣୀ ନଦୀ ଫୁଲୁଥିଲା । ନଦୀ ପାଇଁ ଥିବା ୧୦୦ଫୁଟର ସୁରକ୍ଷା ବନ୍ଧ ଧସିଛି । ଭଦ୍ରକର ବୋତକଠାରେ ନଦୀ ସୁରକ୍ଷା ବନ୍ଧରୁ ମାଟି ଅତଡା ଖସି ଆଖଣ୍ଡଳମଣି-ଯାଜପୁର ମୁଖ୍ୟ ରାସ୍ତାର ୧ଶହ ଫୁଟ ଧସି  ଯାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲିବା ସହ ଜୁଆର କୂଳ ଲଙ୍ଘୁଛି ।

ବନ୍ୟାଜଳ ମୁଖ୍ୟରାସ୍ତାକୁ ଆସିବା ପରେ ସାଧାରଣ ଲୋକେ ଆତଙ୍କିତ ହେଲେଣି । ବର୍ଷା ଆସନ୍ତା ୧୧ ଯାଏଁ ହେବ । ଏଣୁ ନଦୀ ଜଳ ରାସ୍ତା ଛାଡ଼ିବା ଭଳି ମନେ ହେଉନାହିଁ । ଏଭଳି ହେଲେ ଆଗାମୀ ଦିନରେ ସମସ୍ୟା ଆହୁରି ଜଟିଳ ହେବ । ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ଲୋକେ ବନ୍ୟାକୁ ମଧ୍ୟ ସାମ୍ନା କରିପାରନ୍ତି । ବିଗତ ଦିନରେ ନଦୀ ବନ୍ଧର ସୁଦୃଢୀକରଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ନିମ୍ନମାନର କାମ ଯୋଗୁଁ ବାରମ୍ବାର ନଦୀ ବନ୍ଧ ଧସୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଜନ୍ମାଷ୍ଟମୀରେ ଦୀର୍ଘ ୨୭ ବର୍ଷ ପରେ ହେବ ମହାସଂଯୋଗ: ଏହି ତିନୋଟି ରାଶି ଲୋକଙ୍କୁ ମିଳିବ ଶୁଭଫଳ

ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ଅଗଷ୍ଟ ୧୧ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଅବଶ୍ୟ ଚଳିତ ବର୍ଷ ଅଷ୍ଟମୀ ତିଥି ୧୧-୧୨ ଅଗଷ୍ଟ ଦୁଇଦିନ ଯାଏ ପାଳନ କରାଯିବ । ଏଥିପାଇଁ କିଛି ଅଞ୍ଚଳରେ ୧୨ ଅଗଷ୍ଟ ବୁଧବାର ଦିନ ମଧ୍ୟ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଚଳିତ ବର୍ଷ ଜନ୍ମାଷ୍ଟମୀ ଅତ୍ୟନ୍ତ ବିଶେଷ କାରଣ ପ୍ରଥମ ଥର ବୁଧାଷ୍ଟମୀ ଏବଂ ସର୍ବର୍ଥ ସିଦ୍ଧି ଯୋଗ ରହିଛି । ଜ୍ୟୋତିଷଙ୍କ କହିବା ଅନୁଯାୟୀ ତୁଳା, ମକର ଏବଂ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଜନ୍ମାଷ୍ଟମୀ ଦିନଟି ଅତନ୍ତ୍ୟ ଶୁଭଦାୟକ ରହିବ ।

ମେଷ- ମେଷ ରାଶିର ବ୍ୟକ୍ତିବିଶେଷ ମାନଙ୍କର ଦୀର୍ଘ ସମୟ ଧରି ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ । ପ୍ରେମ ସମ୍ବନ୍ଧରେ ଚାଲିଥିବା ଅସୁବିଧା ଗୁଡ଼ିକ ଦୂର ହେବ । ଗାଇ କ୍ଷୀରରେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ । ପଞ୍ଚାମୃତରେ ଶ୍ରୀକୃଷ୍ଣଙ୍କ ଉପାସନା କରନ୍ତୁ ଶୁଭଲାଭ ପ୍ରାପ୍ତ ହେବ ।

ବୃଷ- ବୃଷ ରାଶି ବ୍ୟକ୍ତିବିଶେଷ ମାନେ ଐଶ୍ୱର୍ଯ୍ୟରେ ବୃଦ୍ଧି ହେବ, ଘରେ ସୁଖଶାନ୍ତି ବାସ କରିବ । ଦହିରେ ବାଳ ଗୋପାଳଙ୍କ ଅଭିଷେକ କରନ୍ତୁ । ଏହି ରାଶିର ଲୋକମାନେ କୃଷ୍ଣ ଭଗବାନଙ୍କୁ ଧଳା ଲହୁଣୀ ଭୋଗ ଲଗାନ୍ତୁ । ଧଳା ରଙ୍ଗ ଶ୍ରୀକୃଷ୍ଣଙ୍କୁ ଖୁବ ପ୍ରିୟ ଏବଂ ଆପମଙ୍କ ରାଶିର ସ୍ୱାମୀ ଶୁକ୍ର ମଧ୍ୟ ଏହି ରଙ୍ଗରେ ଖୁବ ପ୍ରସନ୍ନ ହେବେ ।

ମିଥୁନ- ଦୀର୍ଘ ଦିନର ଇଚ୍ଛା ପୂରଣ ହେବ ।  ଆପଣଙ୍କ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ମିଥୁନ ରାଶିର ଲୋକମାନେ ଭଗବାନ କୃଷ୍ଣଙ୍କୁ ମିଶ୍ରି ଭୋଗ ଲଗାନ୍ତୁ । ପ୍ରଭୁଙ୍କୁ ଆଖୁ ରସରେ ଅଭିଷେକ କରନ୍ତୁ ।

କର୍କଟ- ଜୀବନରେ ଚାଲିଥିବା ଅସୁବିଧା ଦୂର ହେବ । ରୋଗରୁ ମୁକ୍ତି ପାଇବେ ଏବଂ ଯୋଜନାଗୁଡିକ ଲାଭ ଦେବ । କର୍କଟ ରାଶିର ଲୋକମାନେ କ୍ଷୀରରେ ତୁଳସୀ ପତ୍ର ପକାଇ ଭଗବାନଙ୍କୁ ଅର୍ପଣ କରନ୍ତୁ । କଞ୍ଚା କ୍ଷୀର ସହିତ ଭଗବାନ କୃଷ୍ଣଙ୍କ ଅଭିଷେକ କରନ୍ତୁ ।

ସିଂହ- ବିବାହରେ ବିଳମ୍ବ ହେବାର ସମସ୍ୟା ଶେଷ ହେବ । ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ଶ୍ରୀକୃଷ୍ଣଙ୍କୁ ଝୁଲଣା ଝୁଲାଇବେ । କେଶର ବର୍ଫି ଭୋଗ ଲଗାନ୍ତୁ ଏବଂ ପ୍ରଭୁଙ୍କୁ ଗୋଲାପ ସରବତରେ ଅଭିଷେକ କରନ୍ତୁ ।

କନ୍ୟା- କନ୍ୟା ରାଶି ଲୋକମାନଙ୍କର ଭାଗ୍ୟ ଉଦୟ ହେବ । ଆଚରଣରେ ସକରାତ୍ମକ ପରିବର୍ତ୍ତନ ଆସିବ । କନ୍ୟା ରାଶି ମାନେ ଶ୍ରୀକୃଷ୍ଣଙ୍କୁ ଲଡୁ ଭୋଗ ଅର୍ପଣ କରନ୍ତୁ । ଭଗବାନଙ୍କୁ ଆଖୁ ରସ ସହିତ ଅଭିଷେକ କରନ୍ତୁ ।

ତୁଳା- ତୁଳା ରାଶିର ଲୋକଙ୍କ ଧନ ସମ୍ବଦ୍ଧୀୟ ସମସ୍ୟା ଦୂର ହେବ । ଭଗବାନ କୃଷ୍ଣଙ୍କୁ ଧଳା ଲହୁଣୀ ଅର୍ପଣ କରନ୍ତୁ । ଦହିରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରନ୍ତୁ ।

ବିଛା- ଆପଣଙ୍କର ସମସ୍ତ କାର୍ଯ୍ୟ ଖୁବ୍ ଶୀଘ୍ର ସମାପ୍ତ ହେବ । ଶତ୍ରୁମାନଙ୍କର ଷଡଯନ୍ତ୍ର ବିଫଳ ହେବ । ବିଛା ରାଶିର ଲୋକମାନେ କୃଷ୍ଣଙ୍କୁ ଗାଇ କ୍ଷୀର ଭୋଗ ଅର୍ପଣ କରନ୍ତୁ । ପଞ୍ଚାମୃତ ସହିତ ଶ୍ରୀକୃଷ୍ଣଙ୍କର ଅଭିଷେକ କରନ୍ତୁ ।

ଧନୁ- ଧନୁ ରାଶି ଲୋକମାନେ ସମ୍ପର୍କୀୟଙ୍କଠାରୁ ଭଲ ଖବର ପାଇପାରିବେ । ପରିଚିତମାନଙ୍କ ସହିତ ବିତର୍କ ଶେଷ ହୋଇପାରେ | ଧନୁ ରାଶିର ଲୋକମାନେ ଶ୍ରୀକୃଷ୍ଣଙ୍କୁ ବେସନର ବର୍ଫି ବୋଗ ଲଗାନ୍ତୁ । କଦଳୀ କ୍ଷୀର ସହିତ ବାଳ ଗୋପାଳଙ୍କ ଅଭିଷେକ କରନ୍ତୁ ।

ମକର – ମକର ରାଶିର ଲୋକମାନେ ଶିକ୍ଷା କ୍ଷେତ୍ରରେ ଭଲ କରିବେ । ଏକାଗ୍ରତା ବୃଦ୍ଧି ପାଇବ ଏବଂ ବୃତ୍ତି ଅଗ୍ରଗତି କରିବ । ମକର ରାଶିର ଲୋକମାନେ କୃଷ୍ଣଙ୍କୁ ଝୁଲଣାରେ ଝୁଲାନ୍ତୁ । ଗଙ୍ଗାଜଳରେ କୃଷ୍ଣଙ୍କ ଅଭିଷେକ କରନ୍ତୁ ।

କୁମ୍ଭ- କୁମ୍ଭ ରାଶିର ଲୋକମାନଙ୍କର ସମସ୍ତ ବାଧା ଦୂର ହେବ । ଘରେ ସୁଖଶାନ୍ତି ରହିବ । ଘରର ସଦସ୍ୟମାନେ ଭାଗ୍ୟବାନ ହେବେ। କୁମ୍ଭ ରାଶିର ଲୋକମାନେ ଶୁଦ୍ଧ ଦେଶୀ ଘିରରେ ମିଠା ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାନ୍ତୁ । ତାଙ୍କୁ ପଞ୍ଚାମୃତ ସହିତ ଅଭିଷେକ କରନ୍ତୁ ।

ମୀନ- ମୀନ ରାଶିର ଲୋକମାନେ ବ୍ୟବସାୟରେ ସଫଳତା ପାଇବେ ଏବଂ ବଡ ଅସୁବିଧା ଦୂର ହେବ । ବେସନର ବର୍ଫି ପ୍ରସ୍ତୁତ କରି ଭୋଗ ଲଗାନ୍ତୁ । କେଶର କ୍ଷୀରରେ ପ୍ରଭୁଙ୍କ ଅଭିଷେକ କରନ୍ତୁ ।