spot_img
Home Blog Page 6689

ଧୂମପାନକାରୀଙ୍କୁ ସଜାଗ କରିଛି WHO: ଆଇସିଏମ୍‌ଆର ମଧ୍ୟ ଧୂମପାନକୁ କରିଛି ବାରଣ

ଭୁବନେଶ୍ୱର(ଅନୁଜ ଦାସ) : ଧୂମପାନକାରୀଙ୍କୁ ସଜାଗ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- WHO । ଧୂମପାନ କଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଅଛି । ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ ତମାଖୁଜାତ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଧୂମପାନ ଛାଡ଼ନ୍ତୁ, ଜୀବନ ବାଛନ୍ତୁ । ଧୂମ ପାନକାରୀଙ୍କୁ ସଜାଗ କଲା WHO  । ଧୂମପାନ ନ ଛାଡ଼ିଲେ ହୋଇପାରେ କରୋନା  । ବିଶ୍ୱରେ କାୟା ବିସ୍ତାର କରିଚାଲିଛି ଭୂତାଣୁ । ପ୍ରତିଦିନ ଗଡୁଛି ହଜାର ହଜାର ମୁଣ୍ଡ ।

ଏହି ସମୟରେ ଧୂମ ପାନକାରୀଙ୍କୁ ସଜାଗ କରିଛି WHO । ଧୂମପାନ ଯୋଗୁ ପ୍ରତିବର୍ଷ ୮ ମିଲିଅନ ଲୋକଙ୍କ ଜୀବନ ଯାଉଛି ।  ଧୂମପାନ କରୁଥିବା ଲୋକଙ୍କ ଫୁସ୍‌ଫୁସ୍‌ ନଷ୍ଟ ହେବା ସହ ଅନ୍ୟ ଅଙ୍ଗ ଧୀରେଧୀରେ ନଷ୍ଟ ହୁଏ ।

ଧୂମପାନ କଲେ କରୋନା ଆକ୍ରାନ୍ତ ହେବାକୁ ବେଶୀ ସମୟ ଲାଗିବନି ବୋଲି WHO କହିଛି । ଧୂମପାନ ଛାଡିଦେଲେ କରୋନାର ମୁକାବିଲା କରିହେବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।  ବିଶେଷଜ୍ଞ ବି ସମାନ ମତ ଦେଇଛନ୍ତି ।

Indian Council of Medical Research- ICMR ମଧ୍ୟ ଧୂମପାନ ଏବଂ ଅନ୍ୟ ତମାଖୁଜାତ ଦ୍ରବ୍ୟ- ଗୁଟ୍‌ଖା, ପାନ, ଖଇନି ଇତ୍ୟାଦିର ବ୍ୟବହାର ବାରଣ କରିଛି । ଏଣେତେଣେ ଛେପ ନପକାଇ ଏସବୁ ବାରଣ କଲେ କରୋନା ସଂକ୍ରମଣ ରୋକିବା  ସହଜ ହେବ ବୋଲି ICMR କହିଛି । ବର୍ତ୍ତମାନ ପରିସ୍ଥିତିରେ ଦେଶରେ ନିଶାଦ୍ରବ୍ୟ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଶା ବିରୋଧୀ କର୍ମୀ ନିବେଦନ କରିଛନ୍ତି ।

ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ବିଶେଷଜ୍ଞ କହୁଛନ୍ତି । ତେବେ ଧୂମପାନ ତଥା ତମାଖୁକୁ ସଂପୂର୍ଣ୍ଣ ନିଷେଧ ବା ବର୍ଜନ କଲେ କରୋନା ସଂକ୍ରମଣକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିହେବ   ।

ନେପାଳୀ ଝିଅ ପ୍ରତିଷାଙ୍କୁ ବିବାହ କଲେ ଓଡ଼ିଆ ପୁଅ କ୍ଷୀରୋଦ

ସୋର (ତପୋଧନ ବାରିକ): ପ୍ରେମ ମାନେନା ସୀମା ସରହଦ । କାହାକୁ କେତେବେଳେ କେଉଁଠି କାହା ସହିତ ପ୍ରେମ ହେବ ତାହା କେହି କହିପାରିବେ ନାହିଁ  । ତେଣିକି ସେ ବିଦେଶୀନୀ ହେଉ କି ଆଉ କିଏ  ।  ସେମିତି ଏକ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁରେ । ନେପାଳ ଝିଅ ସାଜିଛନ୍ତି ଓଡ଼ିଆ ବୋହୂ  ।

ବାଲେଶ୍ୱର ଖଇରା ବ୍ଲକ ଗାଲିହା ଗାଁର କ୍ଷୀରୋଦ ଓ ନେପାଳ ଝିଅ ପ୍ରତିଷା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ୫ ବର୍ଷ ତଳେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରିବା ବେଳେ ପ୍ରତିଷାଙ୍କ ସହିତ କ୍ଷୀରୋଦଙ୍କ ହୋଇଥିଲା ଭେଟ  । ଆଉ ସେଇଠୁ ଉଭୟଙ୍କ ଭିତରେ ଗଢି ଉଠିଥିଲା ଭଲପାଇବା ।

ରୋନା କଟକଣା ବିବାହରେ ପ୍ରତିବନ୍ଧକ ସାଜିଥିବା ବେଳେ ଉଭୟ ମୁମ୍ବାଇରୁ ଓଡ଼ିଶା ଚାଲିଆସିଥିଲେ  । କୋଭିଡ ନିୟମମାନି ସଂଗରୋଧ କେନ୍ଦ୍ରରେ ରହିବା ପରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି  ।  ଉଭୟଙ୍କ ବିବାହରେ ସରପଞ୍ଚ ପୁଷ୍ପଲତା ଘଢ଼ାଇ ସହଯୋଗ କରିବା ସହିତ କନ୍ୟା ପକ୍ଷରୁ ରହି ବିବାହ କାର୍ଯ୍ୟ କରିଥିଲେ  ।

ସେପଟେ ପଡ଼ୋଶୀ ଦେଶର ଝିଅକୁ ବୋହୂ ଭାବରେ ପାଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି  । ବର୍ତ୍ତମାନ ଭାରତ-ନେପାଳ ଭିତରେ ବିବାଦ ଉପୁଜିଥିବା ବେଳେ ଉଭୟଙ୍କ ପ୍ରେମ ଓ ବିବାହ ସବୁ ବିବାଦକୁ ଭୁଲାଇ ପୁରୁଣା ସମ୍ପର୍କକୁ ମନେପକାଇ ଦେଇଛି  ।

ସେବାୟତଙ୍କୁ ଦିଆଯିବ ୫ ହଜାର ଟଙ୍କାର ଆର୍ଥିକ ସହାୟତା

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଜୁଲାଇ ଓ ଅଗଷ୍ଟ ମାସ ପାଇଁ ସେବାୟତମାନଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ । ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ବୖଠକରେ ନିଷ୍ପତ୍ତି  । ପୂର୍ବରୁ ୨ଟି କିସ୍ତିରେ ସହାୟତା ଯୋଗାଇ ଦିଆଯାଇଥିଲା  । ସେବାୟତ କଲ୍ୟାଣ ପାଇଁ ୨୫୦ରୁ ଅଧିକ ଆବାସିକ ଗୃହ ନିର୍ମାଣ କରି ପ୍ରଦାନ କରାଯିବାକୁ ରହିଛି ଲକ୍ଷ୍ୟ । ଶ୍ରୀମନ୍ଦିର ଗର୍ଭଗୃହ ରତ୍ନବେଦୀର ପଦ୍ମ ପାଖୁଡ଼ା ପଥର ନେଇ ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗର୍ଭଗୃହର ସଂପୂର୍ଣ୍ଣ ଫଟୋଗ୍ରାଫି ଡକୁମେଣ୍ଟେସନ କରାଯିବା ନେଇ ବୈଠକରେ ଆଲୋଚନା  ।

ରେକର୍ଡ କରୁଛି କରୋନା, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ନୂଆ ରେକର୍ଡ କରୁଛି ମହାମାରୀ ଭୂତାଣୁ କରୋନା  । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୭ହଜାର ୧୧୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ପଜିଟିଭ୍ ସଂଖ୍ୟା ୮ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୮୩ହଜାର ୪୦୭ । ସେହିଭଳି ଗତ ୨୪ ଘଣ୍ଟାରେ ୫୧୯ ଜଣଙ୍କ ମୁଣ୍ଡ ନେଇଛି କେରାନା । ଏପର୍ଯନ୍ତ ସୁସ୍ଥ ହେଲେଣି ୫ଲକ୍ଷ ୧୫ହଜାର ୩୮୬ଜଣ । ଦେଶରେ ମୋଟ୍ ୨୨ହଜାର ୧୨୩ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତରପ୍ରେଦଶରେ ଆଜି ସର୍ବାଧିକ ଏକ ହଜାର ୪୦୩ଟି ମାମଲା ଚିହ୍ନଟ ହୋଇଛି  । ଏହାକୁ ମିଶାଇ ୩୩ ହଜାର ୭୦୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା  । ସହିଭଳି ମହାରାଷ୍ଟ୍ରରେ ୨ଲକ୍ଷ ୩୮ ହଜାର ୪୬୧ ଆକ୍ରାନ୍ତ ହୋଇଥିବା ବେଳେ ୯ହଜାର ୮୯୩ଜଣଙ୍କ ମୃତ୍ୟୁ ହୋଇଛି ।

ତାମିଲନାଡୁରେ ଲକ୍ଷେ ୩୦ ହଜାର ୨୬୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮ଶହ ୨୯ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ୩୩ଶହ ଜଣ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଥିଲେ ।

Coronavirus vaccine latest news: PM Modi reviews India's progress ...

ବ୍ୟକ୍ତିଗତ ଭାବେ ସଫାସୁତୁରା ରହିବା ସହ କରୋନା ନିୟମ ମାନିବା ଓ ସାଧାରଣ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି । ମହାମାରୀକୁ ରୋକିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Photo Gallery | Media | Building and other Construction Worker's ...

ଏହି ବୈଠକରେ ଅହମ୍ମଦାବାଦ ମଡେଲକୁ ‘ଧନଭନ୍ତ୍ରି ରଥ’ ମାଧ୍ୟମରେ ଗୃହର ଯତ୍ନ ଏବଂ ଏହି ରୋଗର ସଫଳତା ପାଇଁ ବିଶେଷ ପ୍ରଶଂସା କରାଯାଇଥିଲା । ଉକ୍ତ ମଡେଲକୁ ଅନ୍ୟ ସ୍ଥାନରେ ଅନୁକରଣ କରବିକୁ ମଧ୍ୟ କୁହାଯାଇଛି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ଥିଲେ ।

https://www.facebook.com/NandighoshaTV/videos/268525097765579/

ଆତ୍ମହତ୍ୟା ପରେ ଲେଖି ଦେଇ ଗଲେ ଏମିତି କଛି, ଯାହା ପଢ଼ିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ଆତ୍ମହତ୍ୟା ପରେ ଫଟୋ ନଛାପିବାକୁ ଅନୁରୋଧ । ମରିବା ପରେ ପାଖରେ ଛାଡ଼ିଦେଇ ଗଲେ ଶେଷ ହାତ ଲେଖା ଚିଠି । ୩ ଭାଇ ଭଉଣୀ ଏକାଥରକେ କରିଛନ୍ତି ଆତ୍ମହତ୍ୟା। ଉତ୍ତରପ୍ରଦେଶର ଲାକ୍ଷୀମପୁର ଖେରୀ ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଦୁଇ ଭାଇ ଓ ଭଉଣୀ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ସେମାନଙ୍କଠାରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ଜବତ କରିଛି । ଏଥିରେ ସେ ଲେଖିଛନ୍ତି ଯେ, ତିନି ଭାଇଭଉଣୀ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି । ସେ ନିଜ ମାଆଙ୍କ ମୃତ୍ୟୁକୁ ଭୁଲି ପାରିବେ ନାହିଁ । ଆମେ ମରିଗଲା ପରେ ଆମ ଫଟୋକୁ ଆପଣ ମାନେ ନ୍ୟୁଜରେ ଭାଇରାଲ କରିବେ ନାହଁ । ସୂଚନାନୁସାରେ, ତାଙ୍କ ମାଙ୍କର ୮ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ଘରର କବାଟ ଭାଙ୍ଗିବା ପରେ ମିଳିଥିଲା ୩ ଭାଇ ଭଉଣୀଙ୍କର ଝୁଲନ୍ତା ମୃତ ଦେହ । ମୃତକ ମାନଙ୍କର ନାମ ହେଉଛି ୩୫ ବର୍ଷର ପୁଅ ନାଗେଶ୍ୱର, ୨୮ ବର୍ଷର ପୁଅ ବିବେକ ଏବଂ ୨୫ ବର୍ଷର ଝିଅ ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଲକ୍ଷୀମପୁର ଖେରୀ ଜିଲ୍ଲାରେ ବାପା ଆଦିତ୍ୟଙ୍କ ସହ ଦୁଇ ଭାଇ ଏବଂ ଭଉଣୀ ରହୁଥିଲେ । ୮ ମାସ ପୂର୍ବରୁ ୩ ସନ୍ତାନଙ୍କୁ ଛାଡ଼ି ତାଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ । ଯାହାଫଳରେ ଏମାନେ ତାଙ୍କ ମାଆଙ୍କ ଚିନ୍ତାରେ ଗଭିର ଦୁଃଖରେ ରହୁଥିଲେ । ଆଦିତ୍ୟ ମଧ୍ୟ ତାଙ୍କ ବଡ଼ ପୁଅକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ମା’ଙ୍କ ମୃତ୍ୟୁ ପରେ ବିବାହ କରିବାକୁ ମନା କରିଦେଇଥିଲେ ତାଙ୍କ ବଡ଼ ପୁଅ ।

ତିନି ଜଣ ପ୍ରତିଦିନ ନିଜ ମା’ଙ୍କୁ ମନେ ପକାଇବା ସହ ଘଣ୍ଟା ଘଣ୍ଟା ଧରି କାନ୍ଦୁଥିଲେ । ସେମାନଙ୍କ ସ୍ମୃତିରେ ପିଲାମାନେ ଖାଇବା ପିଇବା ଛାଡି ଦେଇଥିଲେ ବୋଲି ତାଙ୍କ ବାପା କହିଛନ୍ତି । ତେବେ ସମସ୍ତେ ସକାଳେ ମିଶି ଜଳଖିଆ ଖାଇଥିଲେ । ଖାଇବା ପରେ ତାଙ୍କ ଆଦିତ୍ୟ ବାହାରକୁ କାମ ପାଇଁ ପଳାଇଥିଲେ । କିନ୍ତୁ କୌଣସି କାରଣ ପାଇଁ ପୁଣି ଘରକୁ ଲେଉଟ ଆସିଥିଲେ । ଘରେ ପହଞ୍ଚିବା ପରେ ଭିତରପଟୁ କବାଟ ବନ୍ଦ ରହିଥିଲା। ତେବେ କେହି କବାଟ ନଖୋଲିବା କାରଣରୁ ପୋଲିସକୁ ଖବର ଦିଆଯାଇଥିଲା ।

ତେବେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗି ୩ ଜଣଙ୍କର ମୃତଦେହକୁ ଉଦ୍ଧାର କରିଛି । ସେମାନଙ୍କ ପାଖରେ ଏକ ନୋଟ ଜବତ ହୋଇଥିଲା  । ଏଥିରେ ସେ ଲେଖିଛନ୍ତି ଯେ, ତିନି ଭାଇଭଉଣୀ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି । ସେ ନିଜ ମାଆଙ୍କ ମୃତ୍ୟୁକୁ ଭୁଲି ପାରିବେ ନାହିଁ । ଆମେ ମରିଗଲା ପରେ ଆମ ଫଟୋକୁ ଆପଣ ମାନେ ନ୍ୟୁଜରେ ଭାଇରାଲ କରିବେ ନାହଁ । ତେବେ ଆତ୍ମ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 

କମିଶନରେଟ୍ ପୋଲିସ ପକ୍ଷରୁ କଟକଣା କଡ଼ାକଡ଼ି: କିନ୍ତୁ ବେଲଗାମ୍‌ ଅମାନିଆ

ଭୁବନେଶ୍ୱର: ସାପ୍ତାହିକ ଦୁଇ ଦିନିଆ ସଟଡାଉନ୍‌ର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ସ୍ମାର୍ଟସିଟିରେ ସଟଡାଉନ୍‌ର ଅଧିକ ପ୍ରଭାବ ପଡିଥିବା ବେଳେ ଅପରପକ୍ଷେ ରାଜରାସ୍ତାରେ ଦେଖିବାକୁ ମିଳିଛନ୍ତି ଅନେକ ଅମାନିଆ । ସେପଟେ ସଟଡାଉନ୍‌ର ସୁଯୋଗ ନେଇ ବିଶୋଧନ କରାଯାଇଛି ପୋଲିସ ସେବା ଭବନକୁ ।

ଜୁଲାଇ ମାସର ଦ୍ବିତୀୟ ସାପ୍ତାହିକ ଦୁଇ ଦିନିଆ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ଦୋକାନ ବଜାର ସବୁ ବନ୍ଦ । ରାସ୍ତାଘାଟ ଶୁନ୍‌ଶାନ୍‌ । ଖାଁ ଖାଁ ଲାଗୁଛି ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ବର । ପୋଲିସ ସେବା ଭବନକୁ କର୍ମଚାରୀ ଓ ଜନସାଧାରଣଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା ।

ସକାଳୁ ସକାଳୁ କଳ୍ପନା ଛକ ସ୍ଥିତ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଓ କର୍ମଚାରୀ ବାହାରି ପହଁଚିଥିଲେ କମିଶନରେଟ୍‌ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ । ସଟ୍‌ଡାଉନ୍‌ର ସୁଯୋଗ ନେଇ ପୋଲିସ ସେବା ଭବନକୁ କରାଯାଇଛି ସମ୍ପୂର୍ଣ୍ଣ ବିଶୋଧନ । ସେପଟେ ଭୁବନେଶ୍ବର ଷ୍ଟେସନରେ ପିଲାଛୁଆଙ୍କୁ ସାଙ୍ଗରେ ଧରି ହଇରାଣ ହରକତ ହୋଇଛନ୍ତି ପ୍ରବାସୀ ।

ସେପଟେ ସଟ୍‌ଡାଉନ୍‌ ଯୋଗୁଁ ଭୁବନେଶ୍ବରର ପ୍ରମୁଖ ଛକମାନଙ୍କରେ ନିୟୋଜିତ ଥିଲେ ପୋଲିସ କର୍ମଚାରୀ । ତନତନ କରି ଯାଞ୍ଚ କରୁଥିଲେ ରାସ୍ତାକୁ ଆସିଥିବା ଲୋକଙ୍କ ପରିଚୟ ପତ୍ର ଓ ପାସ୍‌ । ତଥାପି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ସ୍ମାର୍ଟସିଟିର ଅମାନିଆଙ୍କୁ ।

କିଏ ସାଇକେଲରେ ସପରିବାରକୁ ଧରି ବୁଲୁଛି ତ ଆଉ କିଏ ଗାଡିରେ କଟକଣାକୁ ଖୋଲାଖୋଲି ଉଲଂଘନ କରି ୮ ଜଣଙ୍କୁ ଧରି ବୁଲୁଛି । ସବୁଠାରୁ ବଡ କଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ପିଣ୍ଡଦାନ କରିବାକୁ ବାହାରିଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଟାଣ ଦେଖିବାର କଥା  । ଦିନକୁ ଦିନ ଭୁବନେଶ୍ବରର ସ୍ଥିତି ସଙ୍ଗୀନ୍‌ ହେଉଥିବା ବେଳେ ଅମାନିଆଙ୍କ ଏଭଳି ମନମାନି ସମସ୍ତଙ୍କୁ ବିଚଳିତ କରିଛି ।.

 

ରାଜ୍ୟର ୧୬ ଜିଲ୍ଲାରେ ସାପ୍ତାହିକ ସଟ୍‌ଡାଉନ୍‌: ୩ ଜିଲ୍ଲାକୁ ଯିବାଆସିବା ଉପରେ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟର ୧୬ ଜିଲ୍ଲାକୁ ସାପ୍ତାହିକ ସଟ୍‌ଡାଉନ୍‌ କରାଯାଇଛି । ସେପଟେ ଅନୁଗୁଳ, ଢେଙ୍କାନାଳ ଓ ମାଲକାନଗିରିକୁ ଅନ୍ୟ ଜିଲ୍ଲାର ଲୋକ ଯିବାଆସିବା ଉପରେ କଟକଣା ଲାଗୁ କରିଛି ପ୍ରଶାସନ ।

ପୁରୀ ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ସୁନ୍ଦରଗଡ଼ରେ ୪ ଜଣ ଡାକ୍ତର ଓ ୪ଜଣ ନର୍ସ ପଜିଟିଭ୍ ଚିହ୍ନଟ ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଅନୁଗୁଳ, ଢେଙ୍କାନାଳ ଓ ମାଲକାନଗିରି ଜିଲ୍ଲାକୁ ବାହାର ଜିଲ୍ଲାର ଲୋକଙ୍କୁ ମନା । ଜରୁରୀ କାମ ନଥିଲେ ନ ଆସିବାକୁ କୁହାଯାଇଛି । ହଟସ୍ପଟ ଜିଲ୍ଲାଗୁଡିକରୁ କୌଣସି ବ୍ୟକ୍ତି ଆସିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ।

ସେପଟେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବାପରେ ୪ ଡାକ୍ତର ଓ ୪ ଜଣ ଷ୍ଟାଫନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ସଂପୃକ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ଆଜିଠାରୁ ପୁଣିଥରେ ସେବାୟତମାନଙ୍କର କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ୧୪ ତାରିଖ ଯାଏଁ ଏହା ଚାଲିବ । ୧୫ ତାରିଖରୁ ସହରରେ ଆଣ୍ଟିବଡି ଟେଷ୍ଟ ବା ସେରୋଲୋଜିକାଲ୍ ଟେଷ୍ଟ କରାଯିବ । ସେପଟେ କୋଭିଡ ନିୟମ ଉଲ୍ଲଘନ ଅଭିଯୋଗରେ ସତ୍ୟବାଦୀ ଗୋପୀନାଥ ନର୍ସିଂହୋମକୁ ପ୍ରଶାସନ ସିଲ୍ କରିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ୧୬ ଜିଲ୍ଲାକୁ  ସାପ୍ତାହିକ ଦୁଇଦିନିଆ ସଟଡାଉନ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ଜରୁରୀ ସେବାକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ଉପରେ କଟକଣା ଜାରି ହୋଇଛି ।

https://www.facebook.com/NandighoshaTV/videos/606398816973183/

 

ରିଲାଏନ୍ସ ଜିଓର ସବୁଠାରୁ ଅଧିକ ଡାଟା ଦେଉଥିବା ପ୍ୟାକ୍‌, ୭୪୦ ଜିବି ଡାଟା ସହ ଅନ୍‌ଲିମିଟେଡ୍‌ କଲ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଲକଡାଉନ୍ ସମୟରେ ଲମ୍ବା ବୈଧତା ଯୋଜନା ଆରମ୍ଭ କରିଛି । ଏବେ ଆପଣଙ୍କୁ ବାରମ୍ବାର ଦୋକାନକୁ ଦୌଡ଼ିବାକୁ ପଡ଼ିବ ନାହିଁ । କାରଣ ଜିଓ ଆପଣଙ୍କ ପାଇଁ ଆଣିଛି ଏପରି ଏକ ଅଫର ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଦେଇପାରିବ ଡାଟା । ଗ୍ରାହକମାନଙ୍କ ପାଇଁ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ କମ୍ପାନୀ ଜିଓ ଏହି ଯୋଜନାରେ ଅଧିକ ତଥ୍ୟ ପ୍ରଦାନ କରିଛି । ରିଲାଏନ୍ସ ଜିଓର ୨୫୯୯ ଟଙ୍କାର ଏକ ଯୋଜନା ରହିଛି । ଏହି ଯୋଜନାର ବିଶେଷତ୍ୱ ହେଉଛି କମ୍ପାନୀର ସର୍ବୋଚ୍ଚ ଡାଟା ଅଫର୍ ପ୍ୟାକ୍ । ଜିଓର ଏହି ପ୍ୟାକ୍‌ରେ ୭୪୦ ଜିବି ଡାଟା ପ୍ରଦାନ କରାଯାଉଛି ।

ରିଲାଏନ୍ସ ଜିଓର ୨୫୯୯ ଟଙ୍କା ପ୍ୟାକ୍ ର ବୈଧତା ହେଉଛି ୩୬୫ ଦିନ । ଏହି ରିଚାର୍ଜ ପ୍ୟାକ୍‌ରେ ପ୍ରତିଦିନ ୨ ଜିବି ଡାଟା ଅଫର ମିଳିଥାଏ । କେଉଁ ପ୍ୟାକରେ ମିଳୁନଥିବା ଅଫର ଏଥିରେ ମିଳୁଛି । ଉପଭୋକ୍ତାଙ୍କୁ ୨ ଜିବି ଡାଟା ପ୍ୟାକ୍‌ ବ୍ୟତୀତ ଏହି ପ୍ୟାକ୍‌ରେ ୧୦ ଜିବି ଡାଟା ମଧ୍ୟ ଉପଲବ୍ଧ ହେଉଛି । ଯାହାଫଳରେ ଗ୍ରାହକମାନେ ମୋଟ ୭୪୦ ଜିବିର ହାଇ ସ୍ପିଡ୍ ଡାଟାର ଲାଭ ଉଠାଇ ପାରିବେ ।

ଜିଓର ଏହି ଯୋଜନାରେ, ଜିଓ ନେଟୱାର୍କରେ କଥା ହେବା ପାଇଁ ଅନଲିମିଟେଡ୍‌ କଲ ରହିଛି । ସେହିପରି ଅଣ ଜିଓ ନେଟୱାର୍କକୁ କଲ କରିବା ପାଇଁ ୧୨ ହଜାର ମିନିଟ୍ ଉପଲବ୍ଧ ହେଉଛି । ଏହି ପ୍ୟାକ୍‌ରେ ସମୁଦାୟ ୧୦୦ ଟି ଏସ୍‌ଏମ୍‌ଏସ୍‌ ଦିଆଯାଇଛି । ଏହା ବ୍ୟତୀତ ଜିଓ ଆପ୍‌ର ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ଦିଆଯାଉଛି ।

ସୁସ୍ଥଙ୍କ ସଂଖ୍ୟା ୮୩୬୦, ଆଜି ସୁସ୍ଥ ହେଲେ ୩୮୮

ଆଜି ରାଜ୍ୟରେ ୩୮୮ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୮୭ ଜଣ ବ୍ୟକ୍ତି ରହିଛନ୍ତି । ସେହିଭଳି ଖୋର୍ଦ୍ଧାରୁ ୩୭ ଜଣ, କେନ୍ଦୁଝରରୁ ୩୧ ଜଣ, ଯାଜପୁରରୁ ୨୭ ଜଣ, କଟକରୁ ୨୬ ଜଣ, ନୟାଗଡରୁ ୧୮ ଜଣ, ପୁରୀରୁ ୧୬ ଜଣ, ସମ୍ୱଲପୁର ୧୪ ଜଣ, ବାଲେଶ୍ୱରରୁ ୧୧ ଜଣ, ଅନୁଗୁଳରୁ ୮ ଜଣ, କେନ୍ଦ୍ରାପଡାରୁ ୬ ଜଣ, ଗଜପତି ଓ ଝାରସୁଗୁଡାରୁ ୨ ଜଣ ଲେଖାଏଁ ଓ ବରଗଡ, ଦେଓଗଡ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

recovery tolls jump to 8360 ଉଲ୍ଲେଖଯୋଗ୍ୟ ଯେ ଏଯାବତ୍ ରାଜ୍ୟରେ ସର୍ବମୋଟ୍ ୮୩୬୦ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ସୁସ୍ଥତା ହାର ସନ୍ତୋଷଜନକ ହୋଇଥିବା ବେଳେ କରୋନା ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ସବୁ ପ୍ରକାର ପ୍ରଚେଷ୍ଟା କରୁଛନ୍ତି ।   

ସମୁଦ୍ରରୁ ମିଳିଲା ଏମିତି ମାଛ ଯାହାକୁ ଦେଖି ଲୋକ କହୁଛନ୍ତି….

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । କିଛି ଆମ ଆଖିକୁ ଦେଖାଯାଏ ଏବଂ କିଛି ଆଖିରୁ ଲୁଚି ରହିଥାଏ । ବେଳେ ବେଳେ ଏହି ଅଛପା ଜିନିଷ ଯଦି ଆମ ଆଗକୁ ଚାଲି ଆସେ ତେବେ ତାହା ସବୁ ଦିନ ପାଇଁ କ୍ୟାମେରାରେ କଏଦ ହୋଇ ରହିଯାଏ । ଆଗରୁ ଏମିତି ଅନକ ଅଦ୍ଭୁତ ଖେଳ ଆମ ସହ ହୋଇଛି । ଏବଂ ଆମେ ଏହାକୁ କ୍ୟାମେରାରେ କଏଦ ମଧ୍ୟ କରି ରଖିଛେ । ଯଦି ଆମେ କିଛି ସମୁଦ୍ର ପ୍ରାଣୀଙ୍କ ବିଷୟରେ ବିଚାର କରିବା ତେବେ ସେମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି । ଏହି ପରି ଆଶ୍ଚର୍ଯ୍ୟ କଲାଭଳି ଜିନିଷ ଆମ ସାମ୍ନାକୁ ବେଳେବେଳେ ଆସିଥାଏ । ଯେତେବେଳେ ଏହିପରି ସାମୁଦ୍ରିକ ଜୀବଗୁଡ଼ିକ ଆମକୁ ଦେଖିବାକୁ ମିଳିଥାଏ ସେତେବେଳେ ଆମକୁ ବହୁତ ଆଶ୍ଚର୍ଯ୍ୟ କରିଥାଏ ।

ପ୍ରକୃତି ପ୍ରାୟତଃ ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରିଥାଏ । ପ୍ରକୃତିରେ ଏମିତି ଅନେକ ଉପାଦାନ ଅଛି ଯାହା ଆମ ଚିନ୍ତା ଠାରୁ ବହୁତ ଦୂରରେ । ତେବେ ଆଶ୍ଚର୍ଯ୍ୟ କଲାଭଳି ଏକ ମାମଲା ମାଲେସିଆରୁ ସାମ୍ନାକୁ ଆସିଛି । ଯେଉଁଠାରେ ଏକ ମାଛ ବହୁତ ଲୋକପ୍ରିୟ ହେଉଛି ।  ଆପଣ  ବହୁତ ମାଛ ଦେଖିଥିବେ  । କିନ୍ତୁ ଏହି ମାଛକୁ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ଲୋକ ମାନଙ୍କ ମଧ୍ୟ ଏହି ମାଛ ବହୁତ ଆଲୋଡ଼ନ ସୃଷ୍ଟି କରିଛି । ଲୋକମାନେ ଏହି ମାଛକୁ ମଜା କରିବା ପାଇଁ ବହୁଳ ଭାବରେ ନେବାରେ ଲାଗିଛନ୍ତି । ଏଥି ସହିତ, ସେମାନେ ସେହି ମାଛକୁ ନେଇ ଅନେକ କାର୍ଟୁନ ମଧ୍ୟ କରୁଛନ୍ତି ।

ଏହି ମାଛ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପଛର କାରଣ ହେଉଛି ଏହାର ମୁହଁ ଠିକ ମଣିଷ ପରି । ଦାନ୍ତ ଏବଂ ଓଠ ଠିକ୍‌ ମଣିଷ ପରି । ଏହି ମାଛକୁ ଦେଖି ବୈଜ୍ଞାନିକମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ମାଛର ଓଠ କିପରି ମଣିଷ ପରି ହୋଇପାରେ ବୋଲି ଚିନ୍ତାରେ ପଡ଼ିଛନ୍ତି । ମାଛର ନାମ ଟ୍ରାଇଗରଫିସ୍‌ । ଏହା ସାଧାରଣତ ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ଦେଖାଯାଏ । ଏହାର ମୁହଁ ବହୁତ ଶକ୍ତିଶାକ୍ତ ।  । ତେବେ ଏହି ମାଛର ଫଟୋ କାହାକୁବି ଆଶ୍ଚର୍ଯ୍ୟ କରିପାରେ ।

ଜଣେ ବ୍ୟକ୍ତି ଏହି ଅସାଧାରଣ ମାଛର ଫଟୋ ଟ୍ୱିଟରରେ ପୋଷ୍ଟ କରିଥିଲେ । ଯାହା ପରେ ଏହା କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାର ବୈଶିଷ୍ଟ୍ୟ ଗୁଡିକୁ ଦେଖିଲେ, ଅନେକ ଲୋକ ଏହାକୁ ବିଭିନ୍ନ ଉପାୟରେ ଫଟୋ ଏଡିଟ କରୁଛନ୍ତି ଯାହା ଅତ୍ୟନ୍ତ ମଜାଦାର ରହିଛି । ଟ୍ୱିଟରରେ ପୋଷ୍ଟ ହେବା ମାତ୍ରେ ଏହି ଚିତ୍ରଗୁଡ଼ିକ ଅଧିକ ଭାଇରାଲ ହେବାରେ ଲାଗିଛି ।