spot_img
Home Blog Page 6698

ମୁଖ୍ୟମନ୍ତ୍ରୀ ଭବନରେ ଏକାଥରେ ୮୦ଜଣ କରୋନା ପଜିଟିଭ୍

ପାଟନା: ବିହାରରେ କରୋନା ସଂକ୍ରମଣରେ ଅନେକ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହି କ୍ରମରେ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ପଜିଟିଭ୍ ଥିବା ଜଣାପଡିଥିଲା । ଏବଂ ସେଠାରେ ହିଁ ୨ ନର୍ସ ମଧ୍ୟ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି । ଏହା ସହିତ PMCHରେ କୋଭିଡ୍ ପଜିଟିଭ୍ କର୍ମଚାରୀଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ପାଟନା AIIMSରେ ମଧ୍ୟ ଜଣେ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ଜଣ ଡାକ୍ତର ପଜିଟିଭ୍ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଏହାକୁ ମିଶାଇ AIIMSରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭବନରେ ସଂକ୍ରମଣ

ବିହାରର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଭବନରେ ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଏଠାରେ ୮୦ରୁ ଅଧିକ ଲୋକ କରୋନା  ସଂକ୍ରମିତ ହୋଇଛନ୍ତି । ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର କ୍ୟାଣ୍ଟିନରେ ନିୟୋଜିତ ଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ଡ୍ରାଇଭର ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ସୁରକ୍ଷା କର୍ମୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର କର୍ମଚାରୀଙ୍କ ମଧ୍ୟ ନମୁନା ମଧ୍ୟ ପରୀକ୍ଷା ପାଇଁ ନିଆଯାଇଛି।

ପାଟନାରେ ବଢିଚାଲିଛି ସଂକ୍ରମଣ

ଆପଣଙ୍କୁ କହି ରଖୁଛୁ ଯେ, ଗୁରୁବାରରୁ ଶୁକ୍ରବାର ମଧ୍ୟରେ ପାଟନାରେ ୨୪ ଘଣ୍ଟାରେ ସର୍ବାଧିକ ୩୮୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ପିଏମସିର ମେଡିକାଲ୍ ଅଫିସର ୨୮କର୍ମୀ ଏବଂ ୨୩ ଅଗ୍ନିଶମ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ପାଟନାରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୧୮୮୮ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୮୦ ଜଣଙ୍କୁ ବିଭିନ୍ନ ଆଇସୋଲେସନରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ବିହାରରେ ସଂକ୍ରମିତ ସଂଖ୍ୟା ୧୪୩୩୦

ସୂଚନା ଅନୁସାରେ, ଶୁକ୍ରବାର ଦିନ ବିହାରରେ ୩୫୨ଟି ନୂଆ କରୋନାଭାଇରସ୍ ମାମଲା ରୁଜୁ ହୋଇଥିଲା । ଏହା ସହିତ କରୋନାଭାଇରସ୍ ସଂଖ୍ୟା ୧୪୩୩୦କୁ ବୃଦ୍ଧି ପାଇଛି  । ଭାଗଲପୁରରେ ସର୍ବାଧିକ ୮୪ ରୋଗୀ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସଂଖ୍ୟା ହେଉଛି ରାଜଧାନୀ ପାଟନା, ଯେଉଁଠାରେ ୭୩ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଶୁକ୍ରବାର ପର୍ଯ୍ୟନ୍ତ ବିହାରରେ ୧୦୨୫୧ ରୋଗୀ ସୁସ୍ଥ ହୋଇଯାଇଛନ୍ତି ।

ରାଉରକେଲା ସହରରେ ଦୁଇ ଦିନିଆ ସଟଡାଉନ୍

ରାଉରକେଲା: ରାଉରକେଲା ସହରରେ ଆଜି ଓ ଆସନ୍ତା କାଲି ଦୁଇ ଦିନିଆ ସଟଡାଉନ୍ । ସହରରେ ସାପ୍ତାହିକ ସଟଡାଉନ୍ ଆରମ୍ଭ ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଟ ଡାଉନ ଘୋଷଣା କରାଯାଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନସିପ ଓ କଲୁଙ୍ଗା ଶିଳ୍ପାଞ୍ଚଳ ସଟଡାଉନ୍ ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନ୍। ସଟଡାଉନ୍ ପାଇଁ ରାଉରକେଲା ସହରର ଵିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ । ଯାଞ୍ଚ ବ୍ୟବସ୍ଥା କଡାକଡି ହୋଇଛି। ଵିରମିତ୍ରପୁର ପୌରପରିଷଦ ଅଞ୍ଚଳ ତିନି ଦିନିଆ ସଟଡାଉନ୍ ହୋଇଛି । ପୂର୍ବରୁ ମଧ୍ୟ ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇଥିଲା । କୋଭିଡ୍ ସଂକ୍ରମିତ ବାହାରୁଥିବା ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।

ଏବେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସାପ୍ତାହିକ ସଟଡାଉନ୍ ର ନିଷ୍ପତ୍ତି ନେଇଛି । ସୁନ୍ଦରଗଡ଼ ପୌରପରିଷଦ ଅଞ୍ଚଳରେ ଆଜି ଠାରୁ ଦୁଇ ଦିନିଆ ସଟ ଡାଉନ ହୋଇଛି । ସଟଡାଉନ୍ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିଛି । ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିଛି । ରାସନ ଦୋକାନ ଓ ମିଲ୍କ ବୁଥ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା ହୋଇଛି ।

କଂଗ୍ରେସ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ରାଜନୈତି ଦଳର ଚିନ୍ତା ବଢୁଛି । କରୋନାର ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ସଟଡାଉନ ଲାଗି ରହିଛି । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଦେଶର ଆର୍ଥିକ ସ୍ଥତି । କରୋନା ତା ବିସ୍ତାରର ଯେତିକି ସମୟ ନେଉଛି ସେତିକି ଦୁର୍ବଳ ହେବାରେ ଲାଗିଛି ଦେଶରେ ଆର୍ଥିକ ସ୍ଥିତି ।

ଏନେଇ ଆଜି ଦଳର ସମସ୍ତ ସାଂସଦଙ୍କ ସହ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି । କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । କରୋନା ଲକଡାଉନ ଯୋଗୁଁ ଦେଶର ଆର୍ଥୀକ ସ୍ଥିତି ଓ ଚୀନ ସୀମା ବିବାଦକୁ ନେଇ ଲଗାତାର ମୋଦୀଙ୍କୁ ଟାର୍ଗେଟ୍ କରି ଆସୁଛି କଂଗ୍ରେସ । ଏହାସହ ଲଗାତାର ପେଟ୍ରୋଲିୟମ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରି ପାରନ୍ତି କଂଗ୍ରେସ ଅଧ୍ୟକ୍ଷା ।

କେବଳ ସେତିକୁନୁହେଁ ପୂର୍ବରୁ ଏସବୁ ବିଷୟ ଉପରେ ସରକାର କୌଣସି ଆଲୋଚନା ନକରି କିପରି ନୀତିଗତ ନିଷ୍ପତ୍ତି ନେଉଛନ୍ତି ବୋଲି ସୋନିଆ ବାରମ୍ବାର ଅଭିଯୋଗ ଆଣୁଛନ୍ତି । କୁହାଯାଉଛି ସୋନିଆ ଡକାଇଥିବା ଏହି ବୈଠକରେ ଏସମସ୍ତ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେଣୁ ଆଜିର ବୈଠକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହାସହ ୧୦ ଅଗଷ୍ଟରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି । ଏହାକୁ ବଢାଇବାକୁ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ହେବ । ବୈଠକ ପରେ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟକାଳ ବଢାଇବା ନେଇ ଅବଗତ କରାଇବା ସମ୍ଭାବନା ରହିଛି ।

ଆଜି ଅନଲକ ୨.୦ ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ… ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆରୋଗ୍ୟ ଖବର ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗୋଟିଏ ପଟେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ସେଥିପାଇଁ ସପ୍ତାହରେ ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଅନଲକ ୨.୦ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ । ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ସବୁ ବନ୍ଦ ରହିଛି । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି ।

ବିଭିନ୍ନ ସ୍ଥାନରେ ପୋଲିସ୍ ପ୍ରହରା ଥିବାବେଳେ ଜରୁରୀ କାମଥିଲେ ଲୋକେ ପଦାକୁ ବାହାରୁଛନ୍ତି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ପାସ୍ କିମ୍ବା କାର୍ଡ ଦେଖି ପୋଲିସ୍ ସେମାନଙ୍କୁ ଯିବାକୁ ସୁଯୋଗ ଦେଉଛି । ସେପଟେ କରୋନା ସ୍ଥିତିକୁ ଦେଖି ଆଜିଠାରୁ ଭୁବନେଶ୍ୱର ପୋଲିସ ସେବା ଭବନକୁ ବନ୍ଦ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୩ ଜୁଲାଇ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ବିଲ୍ଡିଂକୁ ସାନିଟାଇଜ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନଲକ ୨.୦ରେ  ଲକଡାଉନ ପ୍ରଥମ ସପ୍ତାହର ସଟଡାଉନ ସମୟରେ ନିୟମ କଡାକଡି ଥିଲା । ଏକାଠି ହୋଇ ଖଟି କରିବା କିଛି ଜଣଙ୍କୁ ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା  ମଧ୍ୟ ଆଦାୟ କରିଥିଲା କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।

ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ମୁକସାକ୍ଷୀ ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଏବେ ଅବହେଳିତ  । ଏହା ବିଷୟରେ ଆଜି ବି ଅନେକ ଜାଣି ନାହାନ୍ତି  ।  ଏହାର ପୁନରୁଦ୍ଧାର କରି ବ୍ୟବହାର କରାଯାଇପାରିବ  । ଐତିହାସିକ ଗୌରବ ଉଦ୍‌ଜୀବିତ ହେବା ସହ ଯୁଦ୍ଧ ସମୟରେ ମଧ୍ୟ ଏହି ଏୟାରଷ୍ଟ୍ରିପ୍‌କୁ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି  । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ରେ ରହିଛି ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌  । ଏହାକୁ ୬୦୦ ଏକର ଜମିରେ ୩କୋଟି ଟଙ୍କାରେ ଇଂରେଜମାନେ ନିର୍ମାଣ କରିଥିଲେ  ।

ଭୌଗୋଳିକ ଦୃଷ୍ଟିରୁ ଏହା ଏକ ଷ୍ଟ୍ରାଟେଜିକ୍‌ ପଏଣ୍ଟ  । ହେଲେ ଦୂରଦୃଷ୍ଚି ଅଭାବରୁ ଏହା ଏବେ ଅବହେଳିତ ଅବସ୍ଥାରେ ପଡିରହିଛି  । ସମଗ୍ର ଦେଶରେ ଏଭଳି ସାମରିକ ଭିତ୍ତିଭୂମି ନାହିଁ । ଏହି ଏୟାରଷ୍ଟ୍ରିପ ଇତିହାସର ଗାଥାକୁ ବହନ କରୁଛି  । ଏକକାଳୀନ ୨ଟି ବଡ ଯୁଦ୍ଧ ବିମାନ ଅବତରଣ କରିବାର କ୍ଷମତା ରଖିଛି ଏହି ଏୟାରଷ୍ଟ୍ରିପ୍  । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଭାଙ୍ଗିରୁଜି ଯିବାକୁ ବସିଛି  । ଏବେ ରହିଛି କେବଳ୧୧ହଜାର ଫୁଟ ଲମ୍ବର ରନ୍‌ୱେ  । ସ୍ୱାଧୀନତା ପରେ ଏହି ଏୟାରଷ୍ଟ୍ରିପ ଭାରତ ସରକାରଙ୍କ DRDO ଅଧୀନରେ ରହିଛି  । ହେଲେ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆନଯିବାରୁ ଏହା ଅକାମୀ ହୋଇ ପଡିରହିଛି । ଅମର୍ଦ୍ଦା ଏୟାରଷ୍ଟ୍ରିପର ପୁନରୁଦ୍ଧାର କରାଗଲେ ଏହା ଦେଶର ଗୌରବ ବଢାଇବା ସହ ଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ  ।

 

ସାପ୍ତାହିକ ସଟ୍‌ଡାଉନ୍‌ ପୂର୍ବ ପ୍ରସ୍ତୁତି: ୨ ଦିନ ପାଇଁ ଆମିଷ କିଣିଲେ ଲୋକେ, ଭୁଲିଗଲେ ସାମାଜିକ ଦୂରତା

ଭୁବନେଶ୍ୱର: ଆସନ୍ତାକାଲିଠୁ ଦୁଇ ଦିନିଆ ସଟଡାଉନ୍  । ଏଥିପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼ । ସାମାଜିକ ଦୁରତା ଭୁଲି ଲୋକେ ଆସନ୍ତା ଦୁଇ ଦିନ ପାଇଁ ମାଛ ମାଂସ କିଣୁଛନ୍ତି  । ରାଜଧାନୀ ଭୁବନେଶ୍ୱର ସହ ବାଲେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି  । ଆଜି ଏଭଳି କିଛି ଦୃଶ୍ୟ ରାଜଧାନୀର ମାଛ ବଜାରେ ଦେଖିବାକୁ ମିଳିଛି  । ପ୍ରବଳ ଭିଡ ସହ କରୋନା କଟକଣାକୁ ବେଖାତିର କରିଦେଇଛନ୍ତି  ।

ଲୋକେ ଯେମିତି କରୋନାକୁ ଭୁଲି ଯାଇଯାଇଛନ୍ତି  । ସଟଡାଉନ ପୂର୍ବରୁ ଲୋକେ କେମିତି ଦୁଇ ଦିନ ପାଇଁ ମାଛ, ମାଂସ କିଣି ଘରକୁ ନେଉଛନ୍ତି  । ଶନିବାର ଓ ରବିବାର  ସଟଡାଉନ ହେବା ପୂର୍ବରୁ ସ୍ମାର୍ଟ ସିଟିରେ ଜନତା ସାମାଜିକ ଦୂରତାକୁ ଫୁ କରିଦେଇଛନ୍ତି  ।

ବାଲେଶ୍ବର ଜିଲ୍ଲାରେ ବି ସମାନ ଆବସ୍ଥା  । ଜିଲ୍ଲାରେ ଧୀରେ ଧୀରେ କରୋନା ରେଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଲୋକେ ସବୁକଟକଣା କୁ ଭୁଲିଯାଇଛନ୍ତି  । ସକାଳ ଆରମ୍ଭରୁ ଦିନ ସାରା ମାର୍କେଟରେ ପ୍ରବଳ ଗହଳି ଦେଖିବା କୁ ମିଳିଛି  । ଯାହାକୁ ଆଖି ଆଗରେ ରଖି ବାଲେଶ୍ବର ପୋଲିସ ପ୍ରଶାସନ ସହରର ସବୁ ଛୋଟ ବଡ ବଜାରରେ ଚଢାଉ କରି ଫାଇନ ଆଦାୟ କରିଛି  ।

ଖୁବ୍ ଶୀଘ୍ର ଚାଲୁ ହେବ ହରିଦାସପୁର-ପାରାଦୀପ ରେଳପଥ

ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳପଥ ନିର୍ମାଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ଏଚ୍‌. ଡି. ଦେବେଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ । ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ୍ୟ ବିଜୁ ବାବୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିଭାଇ ଥିଲେ । ଏହି ପ୍ରକଳ୍ପ ନିର୍ମାଣରେ କେନ୍ଦ୍ରାପଡାବାସୀଙ୍କ ବଳିଷ୍ଠ ସହଯୋଗ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।

Haridaspur-paradip railway line

ଏଥିସହିତ ଜଗତସିଂହପୁର, ଯାଜପୁର ଜିଲ୍ଲା ପ୍ରଶାସନ, ପାରାଦୀପ ପୋର୍ଟ ଟ୍ରଷ୍ଟ ଏବଂ ରେଳବାଇର ମଧ୍ୟ ସହଯୋଗ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଏହି ପ୍ରକଳ୍ପ କାମର ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବହୁ ବାଧାବିଘ୍ନ ଯୋଗୁ ପ୍ରକଳ୍ପ ନିର୍ମାଣ ବିଳମ୍ବ ହୋଇଥିଲା। ଏବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ଦଳମତ ନିର୍ବିଶେଷରେ ସମସ୍ତେ ଏହି ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ କେହି ଏକା ଶ୍ରେୟ ନେବା ଉଚିତ ନୁହେଁ ବୋଲି କହିଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଖୋର୍ଦ୍ଧା ସଦର ହସ୍ପିଟାଲରେ ୨ ଡାକ୍ତରଙ୍କୁ ଆକ୍ରମଣ

ଖୋର୍ଦ୍ଧା: କରୋନା ଯୋଦ୍ଧାଙ୍କୁ ଆକ୍ରମଣ  । ଖୋର୍ଦ୍ଧା ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କ ଉପରକୁ ଆକ୍ରମଣ ଅଭିଯୋଗ ହୋଇଛି  । ଡାକ୍ତର ଦୁଇଜଣ ଡ୍ୟୁଟିରେ ଥିବା ବେଳେ ଦୁଇ ଜଣ ଯୁବକ ହଠାତ୍ ପଶିଆାସିଥିଲେ  । ଲୁହା ପାଇପରେ ଡାକ୍ତରଙ୍କ ଉପରକୁ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ବେଳେ ଉଭୟ ଗୁରୁତର ଆହତ ହୋଇଛନ୍ତି  । ଆହତ ଡାକ୍ତର ଦୁଇଜଣ ହେଲେ ଡାକ୍ତର ଶ୍ୟାମା ପ୍ରସାଦ ମିତ୍ର ଓ ଡାକ୍ତର ଶୁଭ୍ରାଂଶୁ ଶେଖର ସାହୁ  । ସେପଟେ ମାଡ ମାରିବାର ଭିଡିଓ ସିସିଟିଭିରେ କଏଦ ହୋଇଛି  । ଏହାର ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି  । ବାରମ୍ବାର ଡାକ୍ତରଙ୍କ ଉପରକୁ ଆକ୍ରମଣ ଘଟଣାରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ସୁରକ୍ଷା ଦାବି କରିଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡାଣ୍ଟ  ।

https://www.facebook.com/NandighoshaTV/videos/706847083447695/?v=706847083447695

ଡାକ୍ତରଙ୍କୁ ମାଡ଼ ମାରିଲେ ପୋଲିସ କର୍ମଚାରୀ

ଘନଘନ କମ୍ୱିଂରେ ମାଓବାଦୀଙ୍କ ଛତ୍ରଭଙ୍ଗ: ମାଓ ଉପଦ୍ରୁତ ତାଲିକାରୁ ବାଦ୍ ପଡ଼ିଲା ଆଉ ୫ ଜିଲ୍ଲା

ସମ୍ୱଲପୁର/ ବୌଦ୍ଧ/ ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓ କାର୍ଯ୍ୟକଳାପ । ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ ସାଙ୍ଗକୁ ପୋଲିସ୍‌ର ଦୃଢ଼ ଜବାବି ପଦକ୍ଷେପ ପାଇଁ ମାଓହିଂସା କମିଛି । ଏଥିପାଇଁ ଆଜି ୫ଟି ଜିଲ୍ଲାକୁ ରାଜ୍ୟ ସରକାର ମାଓମୁକ୍ତ ଘୋଷଣା କରିଛନ୍ତି । ମୋଟ୍ ୧୯ଟି ଜିଲ୍ଲାକୁ ମାଓ ଉପଦ୍ରୁତ ଘୋଷଣା କରାଯାଇଥିବା ବେଳେ ପୂର୍ବରୁ ୬ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିଲା  ।

ବାକି ୮ ଜିଲ୍ଲାରେ ମାଓବାଦୀମାନେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ଡିଜି ଅପିଲ କରିଛନ୍ତି  । ଦୁର୍ବଳ ହେଉଛି ଲାଲ୍‌ବାହିନୀ  । ଘନଘନ କମ୍ବିଂ ଫଳରେ ମାଓବାଦୀଙ୍କ ଛତ୍ରଭଙ୍ଗ  । କମୁଛି ମାଓହିଂସା। ମାଓମୁକ୍ତ ରାଜ୍ୟ ପାଇଁ ପୋଲିସ ଡିଜିଙ୍କ ଷ୍ଟ୍ରାଟେଜି  । ମାଓ ଉପଦ୍ରୁତ ତାଲିକାରୁ ବାଦ୍ ପଡିଲା ଆଉ ୫ ଜିଲ୍ଲା  ।

ରାଜ୍ୟରେ କମିବାରେ ଲାଗିଛି ମାଓବାଦୀ କାର୍ଯ୍ୟକଳାପ । ଗତ ୫ ବର୍ଷରେ ୫ ଜିଲ୍ଲାରେ ଘଟିନାହିଁ ମାଓହିଂସା । ଏଥିପାଇଁ ସିକ୍ୟୁରିଟି ରିଲେଟେଡ୍‌ ଏକ୍ସପେଣ୍ଡିଚର ବା ଏସ୍‌ଆରଇ ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼ ଜିଲ୍ଲାକୁ ରାଜ୍ୟ ସରକାର ମାଓମୁକ୍ତ ଘୋଷଣା କରିଛନ୍ତି । ୨୦୧୫ ମସିହାରୁ ବୌଦ୍ଧ ଏବଂ ସମ୍ବଲପୁରରେ କୌଣସି ମାଓହିଂସା ଘଟିନାହିଁ  ।

୨୦୧୭ ରୁ ବାକି ୩ଟି ଜିଲ୍ଲାରେ ମାଓବାଦୀଙ୍କ ପତ୍ତା ନାହିଁ । ଏଥିପାଇଁ ଏହି ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୋଲିସ୍‌ର ବଳିଷ୍ଠ ସୁରକ୍ଷା ବ୍ୟବସ୍ଥା ଯୋଗୂ ଧୀରେଧୀରେ ମାଓବାଦୀ ଆଦର୍ଶ ପ୍ରତି ଜନସାଧାରଣ ବିମୁଖ ହେଉଛନ୍ତି ।

ମାଓ ସଂଗଠନର ଜନବିରୋଧୀ କାର୍ଯ୍ୟ ପାଇଁ ୨୦୨୦ ମସିହାରେ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏବେ ଯେଉଁ ଅଞ୍ଚଳରେ ମାଓବାଦୀ ସକ୍ରିୟ ଅଛନ୍ତି ସେଠାରେ କମ୍ବିଂ ଜୋରଦାର କରାଯିବ  ।

ଅଧିକ ସୁରକ୍ଷା ବଳ ନିୟୋଜିତ କରାଯିବ ବୋଲି ପୋଲିସ୍ ଡିଜି କହିଛନ୍ତି । ମାଓବାଦୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାର ଲାଭ ଉଠାଇବାକୁ ଡିଜି ପରାମର୍ଶ ଦେଇଛନ୍ତି ।

ଓଡ଼ିଶାରେ ଗତ ୩ ଦଶନ୍ଧି ଧରି ଜୋରଦାର ମାଓହିଂସା ଜାରିରହିଥିଲା । ୨୦୧୨ ମସିହାରେ ରାଜ୍ୟର ୧୯ ଜିଲ୍ଲାକୁ ମାଓ ଉପଦ୍ରୁତ ଘୋଷଣା କରାଯାଇଥିବା ବେଳେ ୨୦୧୮ରେ ୬ ଓ ଏବେ ୫, ଦୁଇବର୍ଷରେ ୧୧ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି ।

ସଂଘର୍ଷ ପରର ସଫଳ ଲେଖିକା ଜେ କେ ରାଓଲିଙ୍ଗ୍

ଜେକେ ରାଓଲିଙ୍ଗ୍  । ମହିଳା ଜଣକ ଦାରିଦ୍ର, ଅଭାବ ଓ ବିବାହ ବିଚ୍ଛ୍ୟେଦ ଭଳି ଅନେକ ସଂଘର୍ଷମୟ ସମୟ ଦେଇ ଜୀବନ ବିତାଇଛନ୍ତି । ତାଙ୍କ ରଚନାକୁ ଯେତେ ଆଦୃତି ଓ ଲୋକ ପ୍ରିୟତା ମିଳିଛି, ବୋଧେ ତାଙ୍କ କ୍ଷେତ୍ରରେ ସେଭଳି ହେବା ସମ୍ଭବ ହୋଇ ନଥିବ । ଆଜି ପୂର୍ବରୁ ବୋଧ ହୁଏ ଆପଣ ଏ ମହିଳାଙ୍କ ନାମକୁ ଶୁଣିନଥାଇ ପାରନ୍ତି ହେଲେ ଏକଥା ଅସମ୍ଭବ ଯେ ଆପଣ ତାଙ୍କ କଳ୍ପନାର ଚରିତ୍ରକୁ ଭେଟିନାହାନ୍ତି । ଏହା ସମ୍ଭବ ହିଁ ନୁହେଁ ଯେ ଆପଣ ହ୍ୟାରିପୋର୍ଟରଙ୍କୁ ଶୁଣିନଥିବେ କିମ୍ୱା ଦେଖିନଥିବେ । ତାଙ୍କ ହ୍ୟାରିପୋର୍ଟର ପୁସ୍ତକ ୪୫୦ ମିଲିୟନ ସଂଖ୍ୟାରେ ମୁଦ୍ରିତ ହୋଇ ବିକ୍ରି ହୋଇ ସାରିଲାଣି ।

Harry potter

ତେବେ ହ୍ୟାରିପୋର୍ଟର କାହାଣୀ ରଚନା କରିବାର ସମୟ ଅନ୍ତରାଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ସଂଘର୍ଷର ଶଦ୍ଦ ସବୁବେଳେ ନୀରବ, ଠିକ୍ ଜେକେ ରାଓଲିଙ୍ଗ୍ ସଂଘର୍ଷ ଭଳି । ସଫଳତା ପରେ ସେ ନୀରବ କାହାଣୀର ଗର୍ଜନ ଆପଣ ଓ ଆମେ ସମସ୍ତେ ଶୁଣିଛେ ଓ ଶୁଣୁଛେ । ପ୍ରଥମେ ହ୍ୟାରିପୋର୍ଟର ଲେଖିବାକୁ ନେଇ ମନରେ ଭାବନା ଆସିବା ପରେ ସେ ନିଜ ଭାବନ କିଛି କାଗଜରେ ଉତାରି ଏକ ନାପକିନ୍ ପେପରରେ ଲିପିବଦ୍ଧ କରି ରଖିଥିଲେ । ହ୍ୟାରିପୋର୍ଟର ପ୍ରଥମ ଭାଗ ଲେଖିବା ବେଳେ ନିଜ ମା’ଙ୍କୁ ହରାଇଥିଲେ । ସେହିଭଳି ୧୯୯୨ରେ ପୁସ୍ତକ ଲେଖା ମଧ୍ୟରେ ତାଙ୍କର ବିବାହ ବିଚ୍ଛ୍ୟେଦ ହୋଇଥିଲା । ପୁସ୍ତକ ଲେଖା ମଝିରେ ଏଭଳି ଏକ ସମୟ ଥିଲା ଯେତେବେଳେ ସେ ହ୍ୟାରିପୋର୍ଟର ପୁସ୍ତକ ଲେଖା ବନ୍ଦ କରିବାକୁ ଚିନ୍ତା କରିଥିଲେ ।

Harry potter
Harry potter

ସେତେବେଳେ ମାନସିକ ଅବସାଦକୁ ଭୁଲିବା ପାଇଁ ପ୍ରେରଣା ଥିଲା ଦୁଇ ଜଣ । ତାଙ୍କ ଅତି ପ୍ରିୟ ଜେସିକା(ଝିଅ) ଓ ହ୍ୟାରିପୋର୍ଟର । ପୁସ୍ତକ ରଚନାର ଭୋକ ତାଙ୍କୁ ଏଡିନବର୍ଗକୁ ନେଇ ଯାଇଥିଲା । ସେଠାରେ ଏକ କାଫେରେ ସେ ନିଜ ଝିଅ ସହ ବସି ହ୍ୟାରିପୋର୍ଟର ଲେଖା ସାରିଛନ୍ତି । ହ୍ୟାରିପୋର୍ଟର ରଚନା କରିବାକୁ ତାଙ୍କୁ ଟାଇପ୍ କରିବାକୁ ପଡିଛି ପାଖାପାଖି ୯୦ ହଜାର ଶଦ୍ଦ  । ତେବେ ଜେ କେଙ୍କ ସଂଘର୍ଷ ଏଇଠି ସରିନଥିଲା । ପରେ ତାଙ୍କ କାହାଣୀକୁ ଛାପିବାକୁ ୧୨ଟି ପ୍ରକାଶନ ଛାପିବାକୁ ପ୍ରତ୍ୟଖ୍ୟାନ କରିଥିଲେ ।

ଏହାପରେ ଲଣ୍ଡନ ପ୍ରକାଶନୀ ସଂସ୍ଥା ବ୍ଲୁମବରଙ୍କ କନ୍ୟା ହ୍ୟାରିପୋର୍ଟର କାହାଣୀ ପଢିବା ପରେ ଏତେ ମାତ୍ରାରେ ଆକର୍ଷିତ ହେଲେ ଯେ ପୁସ୍ତକ ଛାପିବା ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ପୁସ୍ତକ ପ୍ରକାଶନ ପରେ ଜେ କେ ଏବେ ଐତିହାସକ ଲେଖିକା । ସଫଳ, ପ୍ରସିଦ୍ଧ ପୁଣି ଲକ୍ଷ ଲକ୍ଷଙ୍କ ପାଇଁ ପ୍ରେରଣା । ୨୦୧୧ରେ ଖବର ଆସିଲା ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ ଡଲାର ବୋଲି । ଏ ହେଉଛ ସଂଘର୍ଷ ପରର ସଫଳତା ।