spot_img
Home Blog Page 6704

ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସମାଲୋଚନା,ବିଜେଡିର କଡା ଉତ୍ତର

କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ କଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ  । ନିଜ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ପୃଥ୍ୱିୀରାଜ କିନ୍ତୁ ରାଜ୍ୟ ସରକାରଙ୍କ ନିବେଦନକୁ ସମାଲୋଚନା କରିଛନ୍ତି  । ତାଳି, ଥାଳି ଓ ଘଣ୍ଟପିଟାକୁ ସମର୍ଥନ  । କିନ୍ତୁ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ । ପୃଥ୍ୱିୀରାଜ କହିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ । କୋଭିଡ ଯୋଦ୍ଧାଙ୍କ ସମ୍ମାନ ପାଇଁ ଯଦି ନିରବ ପାର୍ଥନା କରାଯାଉଛି ତେବେ ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ବେଳେ ତାଙ୍କୁ ସମ୍ମାନ ଦିଆଯାଉନି । କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଲାଗି ଆଜି ପର୍ଯ୍ୟନ୍ତ ଚିନ୍ତା କରାଯାଉନି । ରାଜ୍ୟ ସରକାର ନିଜର ନୈତିକ ଦାୟିତ୍ବ ଭୁଲି ଯଦି ଏଭଳି କରିବେ ତେବେ ଏହାଠୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ । ଶପଥ ପାଠ ନାଁରେ କେବଳ କର୍ତ୍ତବ୍ୟ ସାରିଦେବାକୁ ଚେଷ୍ଟା କରୁଛନ୍ତି ସରକାର ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ  ।

ଅନ୍ୟପକ୍ଷରେ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ମିନିଟ ନିରବ ପ୍ରାର୍ଥନା କରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ସେ କହିଛନ୍ତି କୋଭିଡ ଯୋଦ୍ଧାମାନଙ୍କୁ ଯଦି ସମ୍ମାନ ଦେବାର ଅଛି ତା ହେଲେ ସମସ୍ତେ ଏକ ହେବା ଉଚିତ  । ବିକାଶର କ୍ଷେତ୍ରରେ ଆମେ ସମସ୍ତେ ଏକ ଅଛୁ  । ବିକାଶ ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ଉର୍ଧ୍ୱରେ ରହି କାମ କରିବାର ଅଛି ବୋଲି କହିଛନ୍ତି  ।  ବିକାଶର କୌଣସି ଦଳ ନଥାଏ । ଯଦି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଦେବା ପାଇଁ ଏହି କାର୍ଯ୍ୟ ତେବେ ଏଥିରେ ସମସ୍ତେ ସାମିଲ ହେବାକୁ କହିଛନ୍ତି ଅପରାଜିତା  । ସେପଟେ ପୃଥ୍ୱୀରାଜଙ୍କର ଏପରି ଆଭିମୂଖ୍ୟକୁ ନ ନେଇ କଡ଼ା ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର  । ମୁଖ୍ୟମନ୍ତ୍ରୀ କୈଣସି ଦଳର ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ଏଭଳି କୋରନା ସମୟରେ କୋରନା ଯୋଦ୍ଧାଙ୍କ ମନୋବଳ ବଢେଇବା ପାଇଁ ଏବଂ ସମ୍ମାନ ଜଣାଇବା ପାଇଁ ଶପଥ ପାଠ ଓ ନିରବ ପ୍ରାଥନା କଲେ କିଛି ଅସୁବିଧା ନାହିଁ । ଏଥିରେ କୈଣସି ରାଜନୀତି ନାହିଁ । ଯିଏ ଯେଉଁ ଦଳର ହୁଅନ୍ତୁ ସମସ୍ତ ଙ୍କୁ ଆହ୍ଵାନ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ତାଳି, ଥାଳି ଘଣ୍ଟ ବାଡେଇବାକୁ ସେ ସମର୍ଥନ କରି ପାଳନ କରିଥିଲେ  । ଏବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅଯଥାର୍ଥ କହିବା କେତେଦୂର ଠିକ ? କରୋନା ମହାମାରୀ ବେଳେ କରୋନା ମହାମାରୀ ବେଳେ କାହିଁକି ରାଜନୀତି କରୁଛନ୍ତି ପୃଥ୍ୱୀରାଜ? ଏହା ପଛରେ କଣ ରହିଛି ସ୍ୱାର୍ଥ ? ନିଜ ଦଳର ଆଭିମୁଖ୍ୟକୁ ପରୋକ୍ଷରେ ବିରୋଧ କରୁଛନ୍ତି କି ପୃଥ୍ୱୀରାଜ? କରୋନା ସହ ଲଢୁଛନ୍ତି ଯୋଦ୍ଧା  । ସେମାନଙ୍କୁ ସମ୍ମାନ ଦେବାରେ ଅସୁବିଧା କେଉଁଠି? ଯୋଦ୍ଧାଙ୍କ ମନୋବଳ ବଢାଇବା ବଦଳରେ କାହିଁକି କରୁଛନ୍ତି ହତୋତ୍ସାହିତ? ଯୋଦ୍ଧାମାନେ ପୃଥ୍ୱୀରାଜଙ୍କୁ କ୍ଷମା ଦେବେ ତ ? କୋଭିଡ୍ ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବିଭିନ୍ନ ବ୍ୟବସ୍ଥା ? ପୃଥ୍ୱୀରାଜଙ୍କ ପାଖରେ ରହୁନି କି ତଥ୍ୟ ? ମୋଦିଙ୍କ ଘଣ୍ଟ ପିଟା ଆହ୍ୱାନକୁ ବିରୋଧ କରିଥିଲେ କି ପୃଥ୍ୱୀରାଜ ? କରୋନା ସଂକଟ ବେଳେ ଏ କି ପ୍ରକାର ରାଜନୀତି ?

 

ଆସ୍ଥା ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଅଯୋଧ୍ୟାରେ ରାମମନ୍ଦିର ପାଇଁ ହେଲା ଭୂମି ପୂଜା… ଶୁଭ ମୁହୁର୍ତ୍ତରେ ମନ୍ଦିର ନିର୍ମାଣ ଅନୁକୂଳ କଲେ ପ୍ରଧାନମନ୍ତ୍ରୀ

ଆସ୍ଥା ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଅଯୋଧ୍ୟାରେ ରାମମନ୍ଦିର ପାଇଁ ହେଲା ଭୂମି ପୂଜା… ଶୁଭ ମୁହୁର୍ତ୍ତରେ ମନ୍ଦିର ନିର୍ମାଣ ଅନୁକୂଳ କଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ସଂଗ୍ରାମ ସହ ତୁଳନା କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅନେକ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟାରେ ହିନ୍ଦୁଙ୍କ ଆରାଧ୍ୟ ଶ୍ରୀରାମଙ୍କ ପାଇଁ ନିର୍ମାଣ ହେବ ବିଶାଳ ମନ୍ଦିର । ମନ୍ଦିରର ଭୂମିପୂଜା କରି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଆନ୍ଦୋଳନକୁ ଦେଶର ସ୍ୱାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି । ରାମ ମନ୍ଦିରର ଆଧାର ଶୀଳା ୧୨.୪୪ ମିନିଟ୍ ୮ ସେକେଣ୍ଡରୁ ୧୨.୪୪ ମିନିଟ ୪୦ ସେକେଣ୍ଡ୍ ମଧ୍ୟରେ ପ୍ରଧାନମନ୍ତ୍ରୀ ରଖିଥିଲେ । ଏହାପରେ ସେ ନିଜ ବକ୍ତବ୍ୟ ରଖିଥିଲେ ।

ଜୟ ଶ୍ରୀରାମ ନୁହେଁ ଜୟ ସିୟା ରାମରୁଆରମ୍ଭ

ପ୍ରଧାନମନ୍ତ୍ରୀ ମୋଦି ଜୟ ଶ୍ରୀରାମରୁ ନୁହେଁ ଆଜି ଜୟ ସିୟାରାମରୁ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ । ସେ କହିଥିଲେ ଯେ, ଆଜି ଏଠାରେ ଉପସ୍ଥିତ ରହିବା ମୋର ସୋଭାଗ୍ୟ । ସେ କହିଥିଲେ ଯେ, ଆଜି ଶ୍ରୀରାମଙ୍କ ଜୟଘୋଷ କେବଳ ସିୟାରାମଙ୍କ ମାଟି ନୁହେଁ ପୁରା ବିଶ୍ୱରେ ଶୁଣାଯାଉଛି । ସମଗ୍ର ବିଶ୍ୱର କୋଟି କୋଟି ରାମଭକ୍ତଙ୍କୁ ଏହି ମୁହୂର୍ତ୍ତର  କୋଟି କୋଟି ଶୁଭେଛ ।

ram mandir silanyas

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ଷ ବର୍ଷ ଧରି ତମ୍ବୁ ତଳେ ରହିଥିବା ରାମଲାଲାଙ୍କ ପାଇଁ ଏବେ ଏକ ଭବ୍ୟ ମନ୍ଦିରର ନିର୍ମାଣ ହେବ । ଭାଙ୍ଗିବା ଓ ପୁଣି ଛିଡା ହେବା ,ଶହ ଶହ ବର୍ଷ ଧରି ଚାଲିଥିବା ଏହି ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତ ହୋଇଛି । ଶତାବ୍ଦୀର ଅପେକ୍ଷାର ଆଜି ଅନ୍ତ ହୋଇଛି ।

ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ଆନ୍ଦୋଳନ ସହ କଲେ ତୁଳନା

ପ୍ରଧାନମନ୍ତ୍ରୀ ରାମ ମନ୍ଦିର ଆନ୍ଦୋଳନକୁ ସ୍ୱାଧିନତା ସଂଗ୍ରାମ ସହ ତୁଳନା କରିଛନ୍ତି ।ସେ କହିଥିଲେ ଯେ, ଆମର ସ୍ୱାଧିନତା ସଂଗ୍ରାମ କାଳରେ ଅନେକ ପୀଢି ନିଜର ସବୁକିଛି ସମର୍ପଣ କରିଥିଲେ । ଦାସତାର କାଳଖଣ୍ଡରେ ଏମିତି କୌଣସି ସମୟ ନଥିଲା ଯେତେବେଳେ ସ୍ୱାଧିନତା ପାଇଁ ଆନ୍ଦୋଳନ ହୋଇନଥିଲା ।  ଦେଶର କୌଣସି ଭୂଭାଗ ଏମିତି ନଥିଲା ଯେଉଁଠି ସ୍ୱାଧିନତା ପାଇଁ ଆନ୍ଦୋଳନ ହୋଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ , ରାମମନ୍ଦିର ପାଇଁ ଚାଲିଥିବା ଆନ୍ଦୋଳନରେ ଅର୍ପଣ ବି ଥିଲା ତର୍ପଣ ବି ଥିଲା । ସଂଘର୍ଷ ମଧ୍ୟ ଥିଲା । ସଂକଳ୍ପ ମଧ୍ୟ ରହିଥିଲା ।  ଯେଉଁମାନଙ୍କ ତ୍ୟାଗ,ବଳିଦାନ ଓ ସଂଘର୍ଷ ପାଇଁ ଆଜି ଏହି ସ୍ୱପ୍ନ ସାକାର ହୋଇଛି,ଯେଉଁମାନଙ୍କ ତପସ୍ୟା ପାଇଁ ରାମ ମନ୍ଦିର ଆଜି ନିର୍ମାଣ ହେବାକୁ ଯାଉଛି ମୁଁ ସେ ସମସ୍ତଙ୍କୁ ଆଜି ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ନମନ କରୁଛି ।  ରାମ ଆମ ମନରେ ଅଛନ୍ତି । ରାମ ଆମ ଭିତରେ ଅଛନ୍ତି । କୌଣସି କାମ କରିବା ନିମନ୍ତେ ପ୍ରେରଣା ପାଇଁ ଆମେ ରାମଙ୍କୁ ଦେଖୁ । ଭଗବାନ ରାମଙ୍କ ଅପାର ଶକ୍ତିକୁ ଦେଖନ୍ତୁ, ମନ୍ଦିର ଭାଙ୍ଗି ଦିଆଗଲା,ଅସ୍ତିତ୍ୱ ଲୋପ କରିବାକୁ ଅନେକ ପ୍ରୟାସ ହୋଇଥିଲା କିନ୍ତୁ ରାମ ଆଜି ମଧ୍ୟ ଆମ ମନରେ ଅଛନ୍ତି । ଆମ ସଂସ୍କୃତିର ଆଧାର ହେଉଛନ୍ତି ରାମ । ଶ୍ରୀରାମ ଭାରତର ମର୍ଯ୍ୟଦା । ଭାଷଣ ମଝିରେ ପ୍ରଧାନମନ୍ତ୍ରୀ ଭାରତର ଚାରିଧାମକୁ ମନେ ପକାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ମଧ୍ୟ ନେଇଥିଲେ ।

ରାମ ମନ୍ଦିର ଭୂମିପୂଜା: ବିନ୍ଦୁସାଗର ସମେତ ଦେଶର ଏହି ସବୁ ସ୍ଥାନରୁ ଯାଇଛି ପବିତ୍ର ମାଟି ଓ ଜଳ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ସମ୍ପନ୍ନ ହୋଇଛି ଭବ୍ୟ ଭୂମିପୂଜା । ଏଥିପାଇଁ ଭୁବନେଶ୍ୱରର ବିନ୍ଦୁସାଗରରୁ ଜଳ ଯାଇଛି । ଏଥିପାଇଁ ଉତ୍ସବମୁଖର ରାଜଧାନୀ । ବିନ୍ଦୁସାଗର ପରିସରରେ ଉତ୍ସବର ମାହୋଲ ଦେଖିବାକୁ ମିଲିଛି । ବିନ୍ଦୁ ସାଗରର ଜଳ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ ରହିଛି । କାରଣ ଏଥିରେ ଭାରତର ପ୍ରତ୍ୟେକ ପବିତ୍ର ସରଭରରୁ ଗୋଟେ ବୁନ୍ଦା ଜଳ ରହିଥାଏ । ଏହି ଜଳ ସହିତ ଭୂମିପୂଜନ ସ୍ଥାନକୁ ଅଭିଷେକ କରିବା ପାଇଁ ପ୍ରତ୍ୟେକ ପବିତ୍ର ନଦୀ ଓ ପୋଖରୀରୁ ଜଳ ବ୍ୟବହାର କରାଯାଇଛି ।ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାରେ ସମଗ୍ର ଦେଶର ପ୍ରାୟ ଆଠ ହଜାର ପବିତ୍ର ସ୍ଥାନରୁ ମାଟି, ଜଳ ଏବଂ ବ୍ୟବହାର କରାଯାଇଛି। ପବିତ୍ର ସ୍ଥାନର ମାଟି ଓ ଜଳ ବ୍ୟବହାର କରିବାର ବିଶେଷ କାରଣ ରହିଛି । ଏହା ଦ୍ୱାରା ପରସ୍ପର ମଧ୍ୟରେ ଏକତା ଓ ଭାତୃଭାବ ବଜାୟ ରଖାଯାଇପାରିବ ।

ଝାରଖଣ୍ଡରେ’ ସରନା ସ୍ଥଳରେ ଆଦିବାସୀ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ପୂଜା ସ୍ଥଳ ରହିଛି । ଯେତେବେଳେ ସେହି ସ୍ଥାନର ମାଟି ସଂଗ୍ରହ କରିବାକୁ ଲୋକେ ଯାଇଥିଲେ ସେତେବେଳେ ଆଦିବାସୀ ସମାଜରେ ଅଦ୍ଭୁତପୂର୍ବକ ବାତାବରଣ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ “ରାମା ଏବଂ ସୀତା ଆମର”, ସେଥିପାଇଁ ଶାବରୀଙ୍କ କୁଡିଆକୁ ଆସି ତାଙ୍କ ଅଇଁଠା ବରକୋଳି ଖାଇଥିଲେ । ଏଥି ସହ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ର ମହାସଚିବ ମିଲିନ୍ଦ ପାରାଣ୍ଡେ କହିଛନ୍ତି ଯେ, ଭଗବାନ ରାମ ଏକତାର ସନ୍ଦେଶ ଦେଇଥିଲେ । ପାରାଣ୍ଡେ କହିଛନ୍ତି ଯେ, ଭଗବାନ ରାମଙ୍କ ଦ୍ୱାରା ଅହଲ୍ୟାଙ୍କ ଉଦ୍ଧାର, ଶବରୀ ଏବଂ ନିଶାଦରାଜଙ୍କ ସହ ପ୍ରେମ ଓ ବନ୍ଧୁତା ହେଉଛି ସାମାଜିକ ସଦଭାବର ଉଦହାରଣ । ତେଣୁ ସେମାନଙ୍କ ମନ୍ଦିର ନିର୍ମାଣର ଭୂମି ପୂଜାରେ ସାରା ଦେଶରେ ପବିତ୍ର ନଦୀ ଜଳ ଏବଂ ତୀର୍ଥସ୍ଥାନର ମାଟି ବ୍ୟବହାର କରାଯାଇଛି।

କାଶୀ ସ୍ଥିତ ସନ୍ତ ରବିଦାସଙ୍କ ଜନ୍ମସ୍ଥଳୀ, ବିହାରର ସୀତାମଢୀ ସ୍ଥିତ ମହର୍ଷି ବାଲ୍ମିକୀ ଆଶ୍ରମ, ମହାରାଷ୍ଟ୍ରର ପବିତ୍ର ଭୂମି,  ଝାଡ଼ଖଣ୍ଡର ରାମରେଖା ଧାମ, ପାଟଣାର ଶ୍ରୀହରମନ୍ଦିର ସାହେବ, ବାବାସାହେବ ଆମ୍ବେଦକରଙ୍କ ଜନ୍ମସ୍ଥାନ ମହୁ, ଦିଲ୍ଲୀର ଜୈନ ମନ୍ଦିର ଏବଂ ବାଲ୍ମିକୀ ମନ୍ଦିର ଭଳି ସ୍ଥାନରୁ ମାଟି ଓ ପବିତ୍ର ଜଳ ଭୂମି ପୂଜା ପାଇଁ ଯାଇଛି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର କାଲିଘାଟ, ଦକ୍ଷିଣେଶ୍ୱର, ଗଙ୍ଗାସାଗର ଏବଂ ମଦନ ମୋହନ ପରି ମନ୍ଦିରର ପବିତ୍ର ମାଟି ସହିତ ଗଙ୍ଗାସାଗର, ଭାଗୀରଥୀ, ତ୍ରିବେଣୀ ସଂଗମରୁ ଅଯୋଧ୍ୟାକୁ ଜଳ ପଠାଯାଇଛି ଯାହା ଭୂମି ପୂଜାରେ ବ୍ୟବହାର ହୋଇଛି । ଏହା ବ୍ୟତୀତ ପାଭାପୁରୀ ସ୍ଥିତ ଜଳମନ୍ଦିର, କମଲ ସରୋବର, ପ୍ରାଚୀନ ପୁଷ୍କରିଣୀ ପୋଖରୀ, ହିଲ୍ସର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଡିତ ପଖୋରୀର ମାଟି ଓ ଜଳ ମଧ୍ୟ ବ୍ୟବହାର ହୋଇଛି ।

 

ଜାଣନ୍ତୁ ସେହି ପାରିଜାତ ବୃକ୍ଷ କ’ଣ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରୋପଣ କଲେ …

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭୁମି ପୂଜାରେରେ ଅଂଶଗ୍ରହଣ କରିଛନ୍ତି, ସେଠାରେ ସେ ଏକ ପାରିଜାତ ଗଛ ଲଗାଇଛନ୍ତି । ହିନ୍ଦୁ ଧର୍ମରେ ଏହି ବୃକ୍ଷର ଏକ ବିଶେଷ ସ୍ଥାନ ରହିଛି । ଏହା ଏକ ପବିତ୍ର ବୃକ୍ଷ ଭାବରେ ବିବେଚନା କରାଯାଏ, ଯାହାର ଫୁଲ ଭଗବାନଙ୍କ ଉପାସନାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଥାଏ ।

ପ୍ୟାରିଜାତକୁ ହରସିଙ୍ଗାର ମଧ୍ୟ କୁହାଯାଏ । ଏହାକୁ ପ୍ରାଜକ୍ତା, ପାରିଜାତ, ହରସିଙ୍ଗାର, ଶେଫାଳିକା, ଶେଫାଳୀ, ଗଙ୍ଗଶିଉଳୀ ମଧ୍ୟ କୁହାଯାଏ । ଉର୍ଦ୍ଦୁରେ ଏହାକୁ ଗୁଲଜଫରୀ ମଧ୍ୟ କୁହାଯାଏ ।

ପାରିଜାତ ଗଛ ବହୁତ ସୁନ୍ଦର । ଏହି ଗଛ ଖୁବ ସୁଗନ୍ଧିତ ଅଟେ । ଏଥିରେ ଆକର୍ଷଣୀୟ ଏବଂ ସୁଗନ୍ଧିତ ଫୁଲକୁ ଫୁଟିଥାଏ । ଏହାର ଫୁଲ, ପତ୍ର ଏବଂ ଗଛ ଅନେକ ଭିନ୍ନ ଉପାୟରେ ବ୍ୟବହୃତ ହୁଏ । ଏହା ସମଗ୍ର ଦେଶରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ । ଭାରତକୋଶ ଅନୁଯାୟୀ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ କେବଳ ପାରିଜାତ ଗଛକୁ ଛୁଇଁବା ଦ୍ୱାରା ଜଣେ ବ୍ୟକ୍ତିର କ୍ଲାନ୍ତ ଦୂର ହୋଇଥାଏ ।

କିପରି ଦିଶେ ଏହି ଗଛ…

ପାରିଜାତର ଗଛ ୧୦ରୁ ୧୫ ଫୁଟ ଉଚ୍ଚର ରହିଥାଏ । କୌଣସି ସ୍ଥାନରେ ଏହାର ଉଚ୍ଚତା ୨୫ରୁ ୩୦ ଫୁଟ ପର୍ଯ୍ୟନ୍ତ ମଧ୍ୟ ରହିଥାଏ । ବିଶେଷ ଭାବରେ, ଏହା ବଗିଚାମାନଙ୍କ ଶୋଭା ବୃଦ୍ଧି କରିଥାଏ । ଏହାର ଫୁଲ ବହୁତ ସୁନ୍ଦର ଏବଂ ସୁଗନ୍ଧିତ ଥାଏ । ଏହି ଗଛଟି ଫୁଲରେ ପରିପୂର୍ଣ୍ଣ ଥାଏ । ଏହା କେନ୍ଦ୍ରୀୟ ଭାରତ ଏବଂ ହିମାଳୟର ନିମ୍ନ ପାହାଡରେ ଅଧିକ ବଢ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ ପାରିଜାତଙ୍କୁ ମଧ୍ୟ ଉଲ୍ଲେଖ କରାଯାଇଛି ।

ପୁରାଣରେ କଣ ରହିଛି ଏହାର ମାନ୍ୟତା


‘ହରିବଂଶପୁରାଣ’ରେ ଏପରି ଏକ ବୃକ୍ଷର ଉଲ୍ଲେଖ ଅଛି, ଯାହାର ସ୍ପର୍ଶରେ ନୃତ୍ୟଶିଳ୍ପୀ ଉର୍ବଶୀଙ୍କ କ୍ଲାନ୍ତ ଦୂର ହୋଇଯାଉଥିଲା । ଥରେ ନାରଦ ମୁନି ଇନ୍ଦ୍ର ଲୋକରୁ ଏହି ଗଛରୁ କିଛି ଫୁଲ ଆଣି କୃଷ୍ଣଙ୍କ ପାଖକୁ ଆସିଥିଲେ | କୃଷ୍ଣ ସେହି ଫୁଲଗୁଡ଼ିକୁ ନେଇ ପାଖରେ ବସିଥିବା ପତ୍ନୀ ରୁକ୍ମିନିଙ୍କୁ ଦେଲେ ।

ଏହାପରେ ନାରଦ କୃଷ୍ଣହ୍କ ଦ୍ୱିତୀୟ ସ୍ତ୍ରୀ ସତ୍ୟଭାମା ପାଖକୁ ଗଲେ  । ତାଙ୍କୁ ଏ ସମସ୍ତ କଥା କହିଲେ । ସତ୍ୟଭାମାକୁ ନାରଦ କହିଲେ ଯେ, ଇନ୍ଦ୍ର ଲୋକର ଦିବ୍ୟ ଫୁଲକୁ କୃଷ୍ଣ ରୁକ୍ମିଣୀଙ୍କୁ ଦେଇଦେଲେ । ଏହା ଶୁଣିବା ପରେ ସତ୍ୟଭାମା କ୍ରୋଧି ହୋଇଥିଲେ । ସେ କୃଷ୍ଣଙ୍କୁ କହିଥିଲେ ଯେ, ତାଙ୍କୁପାରିଜାତର ବୃକ୍ଷ ଦରକାର ଏବଂ କୃଷ୍ଣ ଇନ୍ଦ୍ରଲୋକରୁ ଶୀଘ୍ର ସେହି ବୃକ୍ଷକୁ ଆମିବେ ବୋଲି କହିଥିଲେ ।

ନାପଦ କୃଷ୍ଣଙ୍କ ସ୍ତ୍ରୀ ମଦ୍ୟରେ ଝଗଡ଼ା ଲଗାଇ ଇନ୍ଦ୍ରଲୋକ ଗଲେ ଏବଂ ସେଠାରେ ଏହି ବୃକ୍ଷ ଇନ୍ଦ୍ରଲୋକର ଶୋଭା ଅଟେ ଏହାକୁ କୃଷ୍ଣଙ୍କୁ ନଦିଆଯାଉବୋଲି କହିଥିଲେ । ତମାମ ବିବାଦ ପରେ ମଧ୍ୟ ଇନ୍ଦ୍ର କୃଷ୍ଣଙ୍କୁ ପାରିଜାତ ଦେଇଥିଲେ କିନ୍ତୁ ସେ ପାରିଜାତକୁ ଅଭିଶାପ ଦେଇଥିଲେ ଯେ, ତାର ଫୁଲ କେବେ ଦିନରେ ଫୁଟିବ ନାହିଁ ।

ଏପରି ବି ରହିଛି ମାନ୍ୟତା

ଅନ୍ୟ ଏକ ବିଶ୍ୱାସ ହେଉଛି ଯେ, ସେଠାରେ ‘ପାରିଜାତ’ ନାମକ ଜଣେ ରାଜକୁମାରୀ ଥିଲେ, ଯିଏ ଭଗବାନ ସୂର୍ଯ୍ୟଙ୍କ ପ୍ରେମରେ ପଡିଥିଲେ। ସମସ୍ତ ଚେଷ୍ଟା ସତ୍ତ୍ୱେ ପ୍ରଭୁ ସୂର୍ଯ୍ୟ ପାରିଜାତଙ୍କ ପ୍ରେମକୁ ଗ୍ରହଣ କରିନଥିଲେ, ଏହି କାରଣରୁ ରାଜକୁମାରୀ ପାରିଜାତ ଆତ୍ମହତ୍ୟା କରିଥିଲେ। ଯେଉଁ ସ୍ଥାନରେ ପାରିଜାତର ସମାଧି ନିର୍ମିତ ହୋଇଥିଲା, ସେହିଠାରୁ ପାରଜତ ନାମକ ଗଛ ଜନ୍ମ ହୋଇଥିଲା | ଏହି କାରଣରୁ, ପାରଜତ ଗଛକୁ ରାତିରେ ଦେଖିଲେ ଲାଗେ ସତେ ଯେମିତି ସେ କାନ୍ଦୁଛି । କିନ୍ତୁ ସୂର୍ଯ୍ୟ ଉଦୟ ହେବା ସହିତ ପାରିଜାତର ବୃକ୍ଷହର ଶାଖା ଏବଂ ପତ୍ର ଗୁଡ଼ିକ ସୂର୍ଯ୍ୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଥିବା ଦେଖାଯାଏ ।

ଲକ୍ଷ୍ମୀଙ୍କୁ ଏହି ଫୁଲ ଦ୍ୱାରା ଖୁସି କରାଯାଏ

ମାନ୍ୟତା ରହିଛି ଯେ, ଦେବୀ ଲକ୍ଷ୍ମୀଙ୍କୁ ପାରିଜାତ ଫୁଲ ଖୁବ ପସନ୍ଦ । ତାଙ୍କୁ ପ୍ରସନ୍ନ କରିବା ପାଇଁ ପାରିଜାତ ବୃକ୍ଷର ବ୍ୟବହାର କରାଯାଏ । ଏହି ତଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ପାରିଜାତ ଫୁଲର ସେହି ଫୁଲ ଗୁଡ଼ିକୁ ବ୍ୟବହାର କରାଯାଏ, ଯେଉଁ ଫୁଲ ଗୁଡ଼ିକ ଗଛରୁ ଝଡ଼ି ତଳେ ପଡ଼ିଯାଇଥାଏ । ଅର୍ଥାତ ଗଛରୁ ଫୁଲ ତୋଳିବା ସଂପୂର୍ଣ୍ଣ ଭାବରେ ନିଷେଧ ।

ଔଷଧିୟ ଗୁଣର ଭଣ୍ଡାର

ପାରିଜାତ ଔଷଧୀୟ ଗୁଣର ଏକ ଭଣ୍ଡାର । ପାଇଲସ୍ ରୋଗର ନିରାକରଣ ପାଇଁ ପାରିଜାତ ଏକ ଭଲ ଔଷଧ । ଏହାର ଫୁଲ ମଧ୍ୟ ହୃଦୟ ରୋଗ ପାଇଁ ସର୍ବୋତ୍ତମ ଔଷଧ ବୋଲି ବିବେଚନା କରାଯାଏ । ପାରିଜାତର ପତ୍ରକୁ ବାଟି ଏହାକୁ ମହୁ ସହିତ ମିଶାଇ ସେବନ କଲେ ଶୁଖିଲା କାଶ ଭଲ ହୋଇଥାଏ ।  ସେହିଭଳି, ପାରିଜାତର ପତ୍ରକୁ ବାଟି ଚର୍ମରେ ଲଗାଇଲେ ଚର୍ମ ରୋଗ ଭଲ ହୋଇଥାଏ ।

ପାରଜାତର ପତ୍ରରୁ ନିର୍ମିତ ହର୍ବାଲ ତେଲ ଚର୍ମ ରୋଗରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ | ଯଦି ମହିଳାମାନେ ପାରିଜାତର କମ୍ପୋଲକୁ ପାଞ୍ଚଟି ଗୋଲମରିଚ ସହିତ ଖାଆନ୍ତି, ତେବେ ମହିଳାମାନେ ସ୍ତ୍ରୀ ରୋଗରୁ ମୁକ୍ତି ପାଆନ୍ତି । ଏହାର ପତ୍ରର ରସ କ୍ରୋନିକ୍ ଜ୍ୱରକୁ ଭଲ କରିଥାଏ ।

ରାମଲାଲାଙ୍କୁ ସଷ୍ଟାଙ୍ଗ ଦଣ୍ଡବତ କଲେ ମୋଦି, ଦେଖନ୍ତୁ ଭୂମିପୂଜାର ଐତିହାସିକ ଚିତ୍ର…

ନୂଆଦିଲ୍ଲୀ: ଶୁଭ ମୁହୂର୍ତ୍ତରେ ହେଲା ରାମ ମନ୍ଦିରର ଶିଳାନ୍ୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି । ସବୁ ବାଧା ବିଘ୍ନକୁ ଏଡେଇ ଦେଇ ଆଜି ସମ୍ପନ୍ନ ହୋଇଛି ଭୂମିପୂଜା । ସାରା ଦେଶରେ ତାର ପ୍ରତିଫଳନ ଦେଖା ଦେଇଛି । ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ।

ଏହାକୁ ନେଇ ଚାଲିଥିବା ଅନେକ ଆଲୋଚନା ସମାଲୋଚନାର ଆଜି ଅନ୍ତ ହୋଇଛି । ଅଯୋଧ୍ୟାରେ ଭବ୍ୟ ସମାରୋହରେ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସଂପନ୍ନ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବୈଦିକ ରୀତିନୀତିରେ ପ୍ରଧାନମନ୍ତ୍ରୀ ରାମମନ୍ଦିରର ନିର୍ମାଣ ଅନୁକୂଳ କରିଛନ୍ତି ।

ଏହାପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ରାମଭକ୍ତ ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ ମୋଦି । ପରେ ଭୂମି ପୂଜା ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଭୂମି ପୂଜା ପାଇଁ ସଜେଇ ହୋଇଛି ଶ୍ରୀରାମ ନଗରୀ ।

ରାମମୟ ହୋଇଛି ପୂରା ଅଯୋଧ୍ୟା। ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଉଛି ରାମ ଜନ୍ମଭୂମି । ପ୍ରଧାନମନ୍ତ୍ରୀ ଭୂମି ପୂଜା କରୁଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହା ସହ ମୋଦି ହୋମ କରୁଥିବାର ମଧ୍ୟ ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ରାମଲାଲାଙ୍କୁ ସଷ୍ଟାଙ୍ଗ ପ୍ରଣାମ କରିଥିଲେ । ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହନୁମାନ ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗଦ୍ଦିନଶୀନ ପ୍ରେମାଦାସ ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଗଡି, ରୂପା ମୁକୁଟ ଏବଂ ପାରମ୍ପାରିକ ଉତ୍ତରୀୟ ପିନ୍ଧାଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମାସ୍କ ଏବଂ ସାମାଜିକ ଦୂରତା ଉପରେ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ହନୁମାନଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଦଣ୍ଡବତ କରିଥିଲେ ।

ହନୁମାନଗରୀ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭୁମି ପୂଜନରେ ପହଞ୍ଚିଥିଲେ । ରାମ ଲଲାଙ୍କ ଆଗରେ ସେ ସଷ୍ଟାଙ୍ଗ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ପରିସରରେ ପାରିଜାତର ଏକ ବୃକ୍ଷମଧ୍ୟ ଲଗାଇଥିଲେ । ପୂଜା ସମୟରେ ରାମଙ୍କର କୁଳଦେବୀ କାଳୀ ମାତାଙ୍କୁ ମଧ୍ୟ ପୂଜା କରାଯାଇଥିଲା।

ଆଜି ଓଡ଼ିଶା ତା’ କରୋନା ଯୋଦ୍ଧାଙ୍କୁ ଦେବ ନୀରବ ସମ୍ମାନ

ଭୁବନେଶ୍ୱର:  କରୋନା ବିରୋଧରେ ଲଢେଇ ଚାଲିଛି । ଅଦୃଷ୍ୟ ଶତ୍ରୁ । ଅଦେଖା ଶକ୍ତି । ପୁରା ବିଶ୍ୱ ଭୟଭୀତ । ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ମାନବ ଇତିହାସର ସବୁଠୁ ବଡ ଶତ୍ରୁ ଭାବେ ଉଭା ହୋଇଛି । ଛାମୁଆଁ ମୋର୍ଚ୍ଚାରେ ଏହାର ମୁକାବିଲା କରୁଛନ୍ତି ଫ୍ରଣ୍ଟଲାଇନ୍ ଯୋଦ୍ଧା । ଡାକ୍ତର,ନର୍ସ,ପାରାମେଡିକ୍,ସଫେଇ କର୍ମଚାରୀ । ଏସମସ୍ତେ ନିଜ ଜୀବନକୁ ବାଜିରେ ଲଗାଇ ଏମିତି ଗୋଟିଏ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛନ୍ତି ଯିଏ ଟିକିଏ ଅସାବଧନତାରେ ନେଇ ପାରେ ଜୀବନ । ନିଜ ପରିବାରକୁ ପଛରେ ରଖି ସାଧାରଣ ଲୋକଙ୍କ ପାଇଁ ଅହରହ ଦିନରାତି କାମ କରୁଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆଜି ସଂଧ୍ୟା ୬ଟାରେ ସମ୍ପୂର୍ଣ୍ଣ ଓଡ଼ିଶା ଦୁଇ ମିନଟ୍ ପାଇଁ ନୀରବ ପ୍ରାର୍ଥନା କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ମଙ୍ଗଳବାର ଦିନ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି  । ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ। ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ  ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି।  ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।

ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବୁଧବାର ସଂଧ୍ୟା ୬ଟାରେ ଏକ ମିନଟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ସେହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯିଏ ଯେଉଁଠି ଥିଲେ ମଧ୍ୟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡ଼ିଆ ନିଜ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ । ସେମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିବେ । ଗୋଟିଏ ବଡ ଶତ୍ରୁ ବିରୋଧରେ ଏକତ୍ର ଯୁଦ୍ଧ ଲଢିଲେ ହିଁ ବିଜୟ ମିଳେ । ଓଡ଼ିଶା କରୋନା ବିରୋଧରେ ଯୁଦ୍ଧ ଜିତି ପାରିବ ଯଦି ଏହା ମିଳିତ ଭାବେ ଏହି ଅଦୃଷ୍ୟ ଶକ୍ତିର ମୁକାବିଲା କରିବ ।

ଚନ୍ଦ୍ରମାରେ ଦେଖାଦେଲା ଅଜ୍ଞାତ ଉଡନ୍ତା ବସ୍ତୁ, ବୈଜ୍ଞାନିକ ଚକିତ

ମନୁଷ୍ୟର ଚନ୍ଦ୍ରରେ ପହଞ୍ଚିବା କଥା ତ ଖୁବ ପୁରୁଣା ହୋଇସାରିଲାଣି । କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଣ ଆଜି ମଧ୍ୟ ଚନ୍ଦ୍ରରେ ଏଲିଏନ୍ ଅଛନ୍ତି କି । ସମଗ୍ର ବିଶ୍ୱରେ ବୈଜ୍ଞାନିକମାନଙ୍କ ମଧ୍ୟରେ ଏହି ବିଷୟରେ ଅନେକ ପ୍ରକାର ଥିଓରୀ  ଅଛି । କିନ୍ତୁ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେବା ପରେ ଯାହା ଜଣାପଡୁଛି ଯେ ଚନ୍ଦ୍ରରେ ଏଲିୟନ୍ସ ମାନଙ୍କ ଘର ରହିଛି ।

ଏହି ଭିଡିଓକି ଟ୍ୱିଟ କରିଛନ୍ତି ଫିଜିକ୍ସ ଆଷ୍ଟ୍ରୋନୋମି ନାମକ ଟ୍ୱିଟର ହ୍ୟାଣ୍ଡେଲ । ସେଥିରେ କୁହାଯାଇଛି ଯେ, ଚନ୍ଦ୍ରର ଏହି ୫୯ ସେକେଣ୍ଡ ଭିଡିଓକୁ କ୍ୟୁବେକ ସହରର ଜଣେ Amateur science photographer ପ୍ରସ୍ତୁତ କରିଛନ୍ତି । ଏଯାବତ ଏହାକୁ ୪୫୦୦ରୁ ଅଧିକ ଲୋକ ଦେଖିସାରିଛନ୍ତି । ଏଥରେ  ଚନ୍ଦ୍ରର ଉତ୍ତର ପୂର୍ବ ଅଂଶରେ ଦୁଇଟି ଅଜଣା ଜିନିଷ ଯାଉଥିବାର  ଦେଖିବାକୁ ମିଳୁଛି ।

ଯେତେବେଳେ ତାହା ଆଲୋକରୁ ଅନ୍ଧାର ଆଡ଼କୁ ଗତି କରୁଥିଲା ସେତେବେଳେ ତାର ଛାଇ ପଡ଼ୁଥିବା ଦେଖିବାକୁ ମିଳିଥିଲା । ଅନ୍ୟଟିର ଛାଇ ପଡ଼ିନଥିଲା । ଏହା ପରେ, ଉଭୟ ଉଡ଼ୁଥିବା ଜିନିଷର ଛାୟା ଚନ୍ଦ୍ର ପୃଷ୍ଠର ଆଲୋକିତ ଅଂଶରେ ଦେଖାଯିବା ଆରମ୍ଭ କରିଥିଲା । ତା’ପରେ ଯେତେବେଳେ ଏହି ଦୁଇଟି ଅଜ୍ଞାତ ବସ୍ତୁ ଅନ୍ଧକାର ଆଡକୁ ଆସେ, ସେତେବେଳେ ସେଗୁଡ଼ିକ ଉଜ୍ଜ୍ୱଳ ଧଳା ରଙ୍ଗର ଦେଖାଯାଉଥିଲା ।

କେବଳ ଏତିକି ନୁହେଁ, ଭିଡିଓରେ ଏହିପରି ତିନୋଟି ଉଡ଼ନ୍ତା ବସ୍ତୁ ସେମାନଙ୍କ ପଛରୁ ଆସୁଥିବା ଦେଖାଯାଉଛି ।  କିଛି ସମୟ ପରେ ଏହା ଅନ୍ଧାରରେ ଅଦୃଶ୍ୟ ହୋଇଯାଇଥିଲା ।

ମୋହନ ଭାଗବତଙ୍କ ଠାରୁ ଇକବାଲ ଅନସାରୀ ପର୍ଯ୍ୟନ୍ତ, ଇଏ ହେଉଛି ଭୁମିପୁଜନର ଅତିଥି ତାଲିକା…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୁମିପୁଜନ ହେଉଛି ।  ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଞ୍ଚି ପୂଜାରେ ବସିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କରୋନା କାଳରେ କେଉଁ ବିଶିଷ୍ଟ ଅତିଥି ଅଯୋଧ୍ୟାକୁ ଆସିଛନ୍ତି ? ନିମନ୍ତ୍ରିତଙ୍କ ମଧ୍ୟରେ ଅଛନ୍ତି  ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ । ସେ ହେଉଛନ୍ତି ଭୁମିପୁଜନ କାର୍ଯ୍ୟକ୍ରମର ବିଶେଷ ଅତିଥି ।

ବାବ୍ରି ମସଜିଦର ସମର୍ଥକ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି। ବହୁ ସାଧୁମାନେ ମଧ୍ୟ ଭୁମିପୁଜନ କାର୍ଯ୍ୟକ୍ରମରେ ଯୋଗଦେବେ । ଯେଉଁଥିରେ ସ୍ୱାମୀ ରାମଦେବ, ଚିଦାନନ୍ଦ ମୁନି, ସାଧ୍ୱୀ ଋତମ୍ଭରା, ପୂଜ୍ୟ ପରମାନନ୍ଦ ଜୀ ମହାରାଜ, ରାଘବାଚାର୍ଯ୍ୟ, ମହାମାଣ୍ଡଲେଶ୍ୱର ଅଖିଲେଶାନନ୍ଦ, ଡକ୍ଟର ଶ୍ୟାମଦେବ ଦେବଚାର୍ଯ୍ୟ, ଜଗଦଗୁରୁ ରାମାନନ୍ଦଚାର୍ଯ୍ୟ ସମେତ ଅନେକ ସାଧୁସନ୍ଥ ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପାଖାପାଖି ୧୩୫ ସାଧୁ ଉପସ୍ଥିତ ରହିବେ । ଅଯୋଧ୍ୟାର କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । କରୋନା ମହାମାରୀ ଯୋଗୁଁ କିଛି ଅତିଥି ଆସିପାରିବେ ନାହିଁ ବୋଲି କହିଛନ୍ତି । ଏଥି ସହିତ, ପ୍ରୟାଗରାଜଙ୍କ ଭାସୁଦେବାନନ୍ଦ ମହାରାଜ, ଯିଏ ଚର୍ତୁମାସ ନକ୍ଷତ୍ର ହେତୁ ତାଙ୍କ ସିଂହାସନ ଛାଡି ପାରିବେ ନାହିଁ । ଏହି କାର୍ଯ୍ୟକ୍ରମରେ ସେ ଭିଡିଓ କନଫରେନ୍ସିଂରେ ଯୋଗଦେବେ ।

ରାମ ମନ୍ଦିରର ଭୁମି ପୂଜନ ଏକ ସ୍ୱତନ୍ତ୍ର ମୁହୂର୍ତରେ ସମ୍ପନ୍ନ ହେବ । ଶୁଭ ମୁହୂର୍ତ୍ତରେ ଭୁମି ପୂଜନର କାର୍ଯ୍ୟ କରାଯିବ। ଭୁମି ପୂଜନ ପାଇଁ ସମଗ୍ର ରାମ ସହରକୁ ସଜାଯାଇଛି। ସମଗ୍ର ଅଯୋଧ୍ୟା ସହର ତ୍ରେତୟାଯୁଗ ଥିମ୍ ରେ ସଜାଯାଇଛି । ସମଗ୍ର ନଗରୀରେ ଖୁସିର ମାହୋଲ ରହିଛି । ରାମ ନଗରୀ ଉତ୍ସବମୁଖର ହୋଇଉଠିଛି । ଅଯୋଧ୍ୟରେ ଗତ କାଲିଠାରୁ ମଙ୍ଗଳ-କୀର୍ତ୍ତନ ଚାଲିଛି  ।

‘ମୋଦି ଦିନେ ପ୍ରଧାନମନ୍ତ୍ରୀ ହେବେ’, ଏମିତି ଭବିଷ୍ୟବାଣୀ କରିଥିଲେ ଶକୁନ୍ତଳା ଦେବୀ

ମୁମ୍ବାଇ: ଶକୁନ୍ତଳା ଦେବୀ ମ୍ୟାଥ ଜିନିଅସ ହେବା ସହିତ ଜ୍ୟୋତିଷ ଥିଲେ ? ସେ କ’ଣ ଜଣେ ବ୍ୟକ୍ତିଙ୍କୁ ଦେଖି ତାଙ୍କ ଭବିଷ୍ୟତ ଜାଣି ପାରୁଥିଲେ ? ସେ କ’ଣ ମୋଦି ପ୍ରଧାନମନ୍ତ୍ରୀ ହେବା ଆଗରୁ ଏକଥା ଜାଣି ପାରିଥିଲେ ? ଗଣିତଜ୍ଞ ଶକୁନ୍ତଳାଙ୍କୁ ନେଇ ଏଭଳି ପ୍ରଶ୍ନ ରହିଛି । ଆସନ୍ତୁ ଜାଣିବା ଶକୁନ୍ତଳା ଦେବୀ ସତରେ କ’ଣ ଭବିଷ୍ୟତ ଦେଖି ପାରୁଥିଲେ ?

ନିକଟରେ ଶକୁନ୍ତଲା ଦେବୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ସିନେମା ଦେଖିସାରିଥିବା ଦର୍ଶକମାନେ ହୁଏତ ସୂଚନା ପାଇଥିବେ ଯେ, ଶକୁନ୍ତଳା ଦେବୀ ଗଣିତ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚେଷ୍ଟା କରିଥିଲେ । ଅବଶ୍ୟ ଚଳଚ୍ଚିତ୍ରରେ ଏହି ବିଷୟରେ ଅଧିକ ଦେଖାଯାଇନାହିଁ, କିନ୍ତୁ ଶକୁନ୍ତଳା ଦେବୀଙ୍କୁ ନେଇଏମିତି ଅନେକ ତଥ୍ୟ ରହିଛି ଯାହା ଅତ୍ୟନ୍ତ ଆକର୍ଷଣୀୟ ।

ଗଣିତରେ କମ୍ପ୍ୟୁଟକୁ ଟକ୍କର ଦେଉଥିଲେ ଶକୁନ୍ତଳା । ସେଥିପାଇଁ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟର ମଧ୍ୟ କୁହାଯାଉଥିଲା । ତାଙ୍କର ଗାଣିତିକ ପ୍ରତିଭା ଯୋଗୁଁ ସେ ବିଶ୍ୱବ୍ୟାପୀ ପ୍ରସିଦ୍ଧ ଥିଲେ । ଅନେକ ସମ୍ମାନ ଏବଂ ଧନ ଅର୍ଜନ କରିଥିବା ଶକୁନ୍ତଳା ଦେବୀ  ଗୋଟିଏ ଜୀବନରେ ଅନେକ ଚରିତ୍ରରେ ବଞ୍ଚିଛନ୍ତି । ସେ ନିଜ ଜୀବନକୁ ଖୁବ ଭଲ ଭାବେ ଅତିବାହିତ କରିଥିଲେ । କେବଳ ଗଣିତଜ୍ଞ, ଲେଖକ, ଫେମିନିଷ୍ଟ, ରାଜନେତ୍ରୀ ନଥିଲେ ଶକୁନ୍ତଳା ଦେବୀ । ସେ ଜଣେ ଜ୍ୟୋତିଷ ମଧ୍ୟ ଥିଲେ। ସେ ଜଣେ ସଫଳ ଜ୍ୟୋତିଷ ଭାବେ ଚର୍ଚ୍ଚିତ ନଥିଲେ । ସୂଚନାଯୋଗ୍ୟ ଯେ, ଶକୁନ୍ତଳା ଦେବୀଙ୍କର ଚମତ୍କାର ପୂର୍ବାଭାସ ଥିଲା । ସେ ଗୋଟେ ଦିନରେ ଅନେକ ଲୋକଙ୍କୁ ଭେଟୁଥିଲେ । କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ତାଙ୍କ ଜୀବନୀ ରହସ୍ୟ ବିଷୟରେ ମଧ୍ୟ ଜାଣିପାରୁଥିଲେ ।

ଶକୁନ୍ତଳା ଦେବୀଙ୍କ ଝିଅ ଅନୁପମାଙ୍କ ଅନୁସାରେ, ଗଣିତ ପରି ତାଙ୍କ ମାଆଙ୍କର ଏକ ଅଦ୍ଭୁତ ଦକ୍ଷତା ଥିଲା | ଅନୁପମା ନିଜେ ମଧ୍ୟ ଏହା ଅନୁଭବ କରିଥିଲେ। ସେ ସବୁକିଛି ପ୍ରଥମରୁ ଜାଣିପାରୁଥିଲେ । ଯେତେବେଳେ ଶକୁନ୍ତଳା ଦେବୀ ବାଙ୍ଗାଲୋରର ଏକ ପାର୍ଟିରେ ନିଜ ଝିଅ ସହିତ ପ୍ରଥମ ଥର ପାଇଁ ଅଜୟଙ୍କୁ ଭେଟିଥିଲେ, ସେତେବେଳେ ସେ କିଛି ଏମିତି କହିଥିଲେ ଯାହା ସତ ହୋଇଥିଲା । ଅଜୟ ହିଁ ତାଙ୍କ ଝିଅକୁ ବିବାହ କରିବେ ବୋଲି ଶକୁନ୍ତଳା ଦେବୀ କହିଥିଲେ । ବାୟୋପିକ୍ ରେ ମଧ୍ୟ ଏହି ଆକର୍ଷଣୀୟ ଦୃଶ୍ୟ ବିଷୟରେ ଦେଖାଯାଇଛି ।

ଶକୁନ୍ତଳା ଦେବୀଙ୍କ ଜ୍ୱାଇଁ ଅଜୟ ଅଭୟ କୁମାର ମଧ୍ୟ ଲଣ୍ଡନର ଜଣେ ବ୍ୟବସାୟୀ । ସେ କହିଛନ୍ତି ଯେ, ତାଙ୍କ ଶାଶୁ ଶକୁନ୍ତଳା ଦେବୀଙ୍କ ପାଖରେ ସବୁକିଛି ପୂର୍ବରୁ ଜାଣିପାରିବାର ପ୍ରାକୃତିକ ଶକ୍ତି ଥିଲା । ବ୍ୟକ୍ତିଗତ ଜୀବନ ଭବିଷ୍ୟବାଣୀ ବ୍ୟତୀତ ସାଧାରଣ ଜୀବନରେ ମଧ୍ୟ ତାଙ୍କର ଭବିଷ୍ୟବାଣି ସତ ହୋଇଥିଲା । ୨୦୧୩ ମସିହାରେ ଶକୁନ୍ତଳା ଦେବୀ ନିଜ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ, ନରେନ୍ଦ୍ର ମୋଦୀ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ।

ଅନ୍ୟମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୁଃଖ ଦୂର କରିବା ଶକୁନ୍ତଳାଙ୍କୁ ପସନ୍ଦ ଥିଲା । ଅନ୍ୟମାନଙ୍କ ଅଭିଯୋଗ ଶୁଣୁଥିଲେ ଏବଂ ସମାଧାନ ମଧ୍ୟ କରୁଥିଲେ । ଅନୁପମାଙ୍କ ଅନୁସାରେ ବୋଧହୁଏ ଏହି କାରଣ ଯୋଗୁଁ ଉଭୟ ମାଆ ଝିଅଙ୍କ  ସମ୍ପର୍କରେ ପରିବର୍ତ୍ତନ ଆସିଥିଲା । ନିସନ୍ଦେହରେ ତାଙ୍କ ମାଆଙ୍କର ଶୁଣିବା ଓ ବୁଝିବା ଶକ୍ତି ଅଧିକ ଥିଲା କିନ୍ତୁ ଯେତେବେଳେ ଏହି ଶକ୍ତି ପ୍ରାକୃତିକ ହୋଇଥାଏ ସେତେବେଳେ ଷଷ୍ଠ ଇନ୍ଦ୍ରୀୟ ଅଧିକ ଶକ୍ତିଶାଳୀ ହୋଇଥାଏ