ଗଞ୍ଜେଇର ମୂଳୋତ୍ପାଟନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ୍: ୧୯ ମାମଲାରେ ୩୯ ଗିରଫ
ପାରଳାଖେମୁଣ୍ଡି: ନୀଳ ଜହରର ଭୂସ୍ୱର୍ଗ ପାଲଟିଛି ଗଜପତି ଜିଲ୍ଲା । ଏହି ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ମୂଳ ପୋଛ କରିବା ପାଇଁ ଆକ୍ଟିଭ୍ ହୋଇଛି ଜିଲ୍ଲା ପୋଲିସ। ଯାହାର ନେତୃତ୍ୱ ନେଇଛନ୍ତି ଏସପି ତପନ କୁମାର ପଟ୍ଟନାୟକ । ଆକ୍ସନମୋଡରେ ଥିବା ପୋଲିସ ମାଫିଆଙ୍କ ସମସ୍ତ ଯୋଜନା କରୁଛି ପଣ୍ଡ । ଜବତ ହେଉଛି ରେକର୍ଡ ସଂଖ୍ୟକ ଗଞ୍ଜେଇ । ମାତ୍ର କିଛି ଦିନ ମଧ୍ୟରେ ମିଳିଛି ଅଭୁତପୂର୍ବ ସଫଳତା ।
ଗଜପତିରେ ଗଞ୍ଜେଇର ହେବ ମୂଳୋତ୍ପାଟନ । ଦୁର୍ଗମ ଅଞ୍ଚଳରେ ଦୂର ହେବ ମାଫିଆ ରାଜ । ଏ ନେଇ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ୍ । ଏଣିକି ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ କମିବ ଗଞ୍ଜେଇ ମାଫିଆଙ୍କ ରାଜ୍ । ଜିଲ୍ଲାରେ ଗଞ୍ଜେଇର ମୂଳୋତ୍ପାଟନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ ପ୍ଲାନ୍ । ପୋଲିସ ଏହି ସ୍ୱତନ୍ତ୍ର ଅଭିଯାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାତ୍ର ୨୦ ଦିନ ମଧ୍ୟରେ ୧୯ଟି ମାମଲାରେ ୩୯ଜଣ ଗିରଫ ହୋଇଥିବା ବେଳେ ୮କ୍ୟୁଣ୍ଟାଲ ୮୭୩ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବଦ ହୋଇଛି । ଏଥିସହ ଗୋଟିଏ କଣ୍ଟେନର, ୪ଟି ଟ୍ରକ୍ ୧୪ଟି କାର ସହ ୧ ଲକ୍ଷ ୨୪ ହଜାର ୭ଶହ ଟଙ୍କା ଜବତ କରିଛି ପୋଲିସ ।
ଗଜପତି ଜିଲ୍ଲା ମୋହନା, ଅଡ଼ବା, ରାୟଗଡ, ଉଦୟଗିରି, ରାମଗିରି, ଛେଳିଗଡ, ଆଦି ପାହାଡିଆ ଅଞ୍ଚଳରେ ଏକର ଏକର ଜମିରେ ଗଞ୍ଜେଇ ଚାଷ ହୋଇଥାଏ । ବେଆଇନ ଭାବରେ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ । କିନ୍ତୁ ପ୍ରତ୍ୟେକ ସିଜନରେ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜଙ୍ଗଲ, ଅବକାରୀ ଓ ପୋଲିସର ମିଳିତ ଅପରେସନରେ ନଷ୍ଟ କରାଯାଉଛି । ତଥାପି ବର୍ଷ ତମାମ ଵିଭିନ୍ନ ଉପାୟରେ ଚୋରା ଚାଲାଣ ହେଉଛି କୋଟି କୋଟି ଟଙ୍କାର ଏହି ମାଦକ ଦ୍ରବ୍ୟ । ତେବେ ଜିଲ୍ଲାରେ ନୂତନ ଏସପି ଦାୟୁତ୍ବ ନେବା ପରେ ଏହା ଉପରେ ସାମାନ୍ୟ ରୋକ୍ ରାଗିଥିବା କହିଛନ୍ତି ବୁଦ୍ଧିଜୀବୀ ଓ ଆଉନଜୀବୀ । ଆଦିବାସୀଙ୍କ ଆର୍ଥିକ ଦୁର୍ବଳତା ଓ ନୀରହିତାର ସୁଯୋଗ ନେଇ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ରାଜ ଚାଲୁଥିବା ବେଳେ ଏହାର ମୂଳୋତ୍ପାଟନ କରିବା ପାଇଁ ଆକ୍ସନ ପ୍ରସ୍ତୁତ କରିଛି ପୋଲିସ ।
ଏକର ଏକର ଜମି ଛାରଖାର୍: ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ
ଚଣ୍ଡିଖୋଲ: ବନ୍ୟା ଛାଡିଛି ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । କେଉଁଠି ନଦୀ ବନ୍ୟା ପଶି ବ୍ୟାପକ କ୍ଷୟକ୍ଷତି କରିଛି ତ ଆଉ କେଉଁଠି ନଦୀ ବନ୍ଧରେ ଘାଇ ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଛି । ଆଉ ଏହି ଦୁର୍ଦ୍ଦଶା ଭିତରେ ବନ୍ୟା ପୀଡ଼ିତ ନିଜର ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ଦେଖିବା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ଏହି ରିପୋର୍ଟ ।

ବନ୍ୟା ଆଣି ଦେଲା ଦୁଃଖ । ଭାଙ୍ଗିଗଲା ଘର, ଉଜୁଡ଼ିଲା ଚାଷ । ଏକର ଏକର ଜମି ହେଲା ଛାରଖାର । ଆଉ ଦୁର୍ଦ୍ଦାଶା ଭିତରେ ଭଙ୍ଗା କୁଡ଼ିଆ ସଜାଡ଼ିବାରେ ଲାଗି ବନ୍ୟା ପୀଡ଼ିତ । ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦେକୁଡ଼ି ଗାଁର । ବନ୍ୟା ଛାଡିବା ପରେ ଏଠାରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । କେଉଁଠି ଘର ମାଟି ମିଶି ଯାଇଛି ତ କେଉଁଠି କାନ୍ଥ ଭଙ୍ଗି ନଇଁ ପଡିଛି ଚାଳ ଘର । ଏହାରି ଭିତରେ ନିଜର ଭଙ୍ଗା କୁଡିଆକୁ ସଜାଡିବା ଲାଗି ପଡିଛନ୍ତି ବନ୍ୟା ପୀଡିତ । ଆଉ କିଏ ଭାଙ୍ଗା କାନ୍ଥ ପୁଣି ଥରେ ସଳଖେଇବାକୁ ଚେଷ୍ଟା କରୁଛି ତ କିଏ କୌଣସି ଉପାୟ ନପାଇ ଭଙ୍ଗା ନୁଆଣିଆ ଘରେ ସାହାରା ନେଉଛି ।

କେବଳ ଏତିକି ନୁହେଁ ବନ୍ୟା ଯୋଗୁଁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଏକର ଏକର ଚାଷ ଜମିରେ ବନ୍ୟା ପାଣି ପଶିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଫଳରେ ଚାଷୀର ଦୁଃଖ ଦ୍ୱିଗୁଣିତ ହୋଇଛି । ଏସବୁ ଭିତରେ ପାଣି ଛାଡ଼ିବା ପରେ ବର୍ଷକର ଆହର ପାଇଁ ଜମିରେ ପୁଣି ଥରେ ବେଉସଣ ଆରମ୍ଭ କରିଛି ଚାଷୀ । ଏପଟେ ବନ୍ୟା ପୀଡିତଙ୍କୁ କୌଣସି ରିଲିଫ ସାମଗ୍ରୀ କି ଚାଷୀଙ୍କୁ ସରକାରୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ତେବେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦର୍ପଣ ଅତିରିକ୍ତ ତହସିଲଦାର । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସହାୟତା ଦେବା ଜରୁରୀ ହୋଇ ପଡିଛି ।
ଟାଟା ପ୍ରୋଜେକ୍ଟସ ଲିମିଟେଡ ନିର୍ମାଣ କରିବ ନୂଆ ସଂସଦ ଭବନ, ମିଳିଛି ୮୬୧.୯୦ କୋଟି ଟଙ୍କାର କଣ୍ଟ୍ରାକ୍ଟ
ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟସ ଲିମିଟେଡ ୮୬୧.୯୦ କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବା ପାଇଁ କଣ୍ଟ୍ରାକ୍ଟ ପାଇଛି । ଟାଟା ନିର୍ମାଣ ପାଇଁ ପକାଯାଇଥିବା ଟେଣ୍ଡରରେ ଲାର୍ସନ ଆଣ୍ଡ ଟବ୍ରୋକୁ ପଛରେ ପକାଇଛି । ଲାର୍ସନ ୮୬୫ କୋଟିର ଟେଣ୍ଡର ପକାଇଥିଲା । Central Public Works Department ନୂଆ ସଂସଦ ନିର୍ମାଣ ପାଇଁ ବୁଧବାରକୁ ଟେଣ୍ଡର ଖୋଲିଲା । ଯେଉଁଥିରେ ଟାଟାକୁ ଏହି ଟେଣ୍ଡର ମିଳିଲା । ସୂଚନା ମୁତାବକ ଏହି ପ୍ରକଳ୍ପ ଏକ ବର୍ଷ ମଧ୍ୟରେ ନିର୍ମାଣ ହେବାର ସମ୍ଭାବନା ରହିଛି । CPWD ନୂଆ ସଂସଦ ଭବନ ନିର୍ମାଣ ପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ନେଇ ଅନୁମାନ କରୁଥିଲେ ।

ଖବର ଅନୁସାରେ ନୂଆ ବିଲଡିଙ୍ଗକୁ ତ୍ରିକୋଣ ଆକାରର ଡିଜାଇନରେ ନିର୍ମାଣ କରାଯିବ । ବର୍ତ୍ତମାନ ଥିବା ସଂସଦ ଭବନ ବ୍ରିଟିଶ ସମୟରେ କରାଯାଇଥିଲା ଏବଂ ଏହାର ଆକୃତି ବୃତ୍ତାକାର । ଯଦିଓ ଦେଶ ସ୍ୱାଧୀନ ହେବାର ୭୫ ବର୍ଷରେ ପଦାର୍ପଣ କରିବ ତଥାପି ସଂସଦ ଭବନ ଆଜି ମଧ୍ୟ ପୁରୁଣା । ଏଠାରେ ଭିନ୍ନ ଭିନ୍ନ ସମସ୍ୟା ସାମ୍ନାକୁ ଆସୁଛି । ତେବେ ୧୫ ଅଗଷ୍ଟ ୨୦୨୨କୁ ୭୫ ବର୍ଷ ସ୍ୱାଧୀନତା ଦିବସରେ ସାଂସଦମାନେ ନୂଆ ସଂସଦରେ ବସନ୍ତୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଛା ।
ସୂଚନାଯୋଗ୍ୟ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ନୂଆ ସଂସଦ ଭବନର ଆବଶ୍ୟକତାକୁ ନେଇ ପୂର୍ବରୁ କହି ସାରିଛନ୍ତି ।
ସଂସଦ ଭବନ ୧୯୧୧ରେ ନିର୍ମାଣ ଆରମ୍ଭ ହୋଇଥିଲା । ସେହି ସମୟରେ ବ୍ରିଟିଶ୍ ଶାସନରେ ଦିଲ୍ଲୀ ଭାରତର ରାଜଧାନୀ ହୋଇଥିଲା । ୧୯୨୭ରେ ସଂସଦ ଭବନର ଉଦଘାଟନ ହୋଇଥିଲା । ଏବେ ସଂସଦରେ ସଟ ସର୍କିଟିଙ୍ଗ ଭଳି ଅନେକ ସମସ୍ୟା ଦେଖା ଦେଉଛି । ତେଣୁ ନୂଆ ସଂସଦ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତି ହୋଇଛି ।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମହାରାଷ୍ଟ୍ରରେ ବିରୋଧ: ସ୍ଥଗିତାଦେଶକୁ ଭୁଲ ବୋଲି କହିଲେ ବିକ୍ଷୋଭକାରୀ
ପୁନେ: ସୁପ୍ରିମକୋର୍ଟଙ୍କ ଆଦେଶକୁ ମହାରାଷ୍ଟ୍ରରେ ବିରୋଧ । ଚଳିତ ବର୍ଷ ‘ମରାଠା କୋଟା’କୁ ଲାଗୁ କରାଯିବା ଉପରେ ସ୍ଥଗିତାଦେଶ ଜାରି କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଯାହାକୁ ନେଇ ଏବେ ପୁନେରେ ବିକ୍ଷୋଭ ଦେଖିବାକୁ ମିଳିଛି । କୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଭୁଲ ବୋଲି କହିଛି ମରାଠା କ୍ରାନ୍ତି ମୋର୍ଚ୍ଚା । ଗତ ୧୦ ବର୍ଷ ଧରି ମାମଲା ଚାଲିଆସୁଥିବା ବେଳେ ଏହି ମାମଲାରେ ନିଜ ମତ ରଖିବା ପାଇଁ ପ୍ରତିବାଦ ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିବା କହିଛନ୍ତି ବିକ୍ଷୋଭକାରୀ ।
ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖରେ ମରାଠା କୋଟା ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ଶୁଣାଣି ପରେ ନିଜ ନିଷ୍ପତ୍ତିରେ ଚଳିତ ବର୍ଷ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା କୋଟା ଲାଗୁକରାନଯିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ମାମଲା ଆଗାମୀ ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ଖଣ୍ଡପିଠ ଗଠନ ନେଇ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ସୁପାରିସ୍ କରିଥିଲେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ । କିନ୍ତୁ ମାନ୍ୟବର କୋର୍ଟଙ୍କ ଏଭଳି ନିଷ୍ପତ୍ତକୁ ନେଇ ଏବେ ପ୍ରତିବାଦ ଦେଖିବାକୁ ମିଳିଛି ।
Pune: Maratha Kranti Morcha protests against Supreme Court stay order on Maratha reservation.
"The stay order has been passed incorrectly & govt should vacate it soon. The issue has been going on for 10 years. Marathas have no other way but to stage a protest," says a dissenter. pic.twitter.com/29b2DeU0Xv
— ANI (@ANI) September 17, 2020
କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା
Ladakh LAC News : ଚୀନକୁ ରାଜନାଥଙ୍କ ରୋକଠୋକ, ବେଜିଂର କଥା ଗୋଟେ କାମ ଗୋଟେ
ନୂଆଦିଲ୍ଲୀ: ଲଦାଖ ସ୍ଥିତିକୁ ନେଇ ରାଜ୍ୟସଭାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ବକ୍ତବ୍ୟ ରଖିଛନ୍ତି । ଚୀନ୍ ବିରୋଧରେ ସେ ଦୋମୁହାଁ ନୀତିର ଅଭିଯୋଗ ଆଣିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଚୀନ୍ କହୁଛି ଗୋଟିଏ କଥା କିନ୍ତୁ କରୁଛି ଅଲଗା । ଚୀନ୍ ସହିତ ସଂପର୍କରେ ସୁଧାର ଆସି ପାରିବ କିନ୍ତୁ ସୀମା ବିବାଦର ପ୍ରଭାବ ନିଶ୍ଚିତ ଭାବେ ସଂପର୍କ ଉପରେ ପଡିବ । ଚୀନର ଗତିବିଧିରୁ ଜଣାପଡ଼ୁଛି ଏହା କହୁଛି ଗୋଟେ ଏବଂ କରୁଛି ଗୋଟେ । ଆଲୋଚନା ପରେ ମଧ୍ୟ ଚୀନ ଅଗଷ୍ଟ୨୯-୩୦ରେ ଉସୁକାଇବା ଭଳି କାମ କରିଥିଲା । ଏଥିରୁ ଚୀନର ଦୋମୁହାଁ ନୀତି କଥା ସାମ୍ନାକୁ ଆସୁଛି । ରାଜ୍ୟସଭାରେ ରାଜନାଥ ସିଂ ସ୍ପଷ୍ଟ କରି ଦେଇଛନ୍ତି ଯେ, ଲଦାଖରେ ଭାରତୀୟ ସେନାକୁ ପାଟ୍ରୋଲିଂ କରିବାରୁ କେହି ମଧ୍ୟ ରୋକିବାର ସାହାସ କରିପାରିବେ ନାହିଁ ।
ଚୀନ ସହ ସୀମା ବିବାଦକୁ ନେଇ ସେ କହିଥିଲେ ଯେ, ଲଦାଖର ୩୮ ହଜାର ବର୍ଗ କିମି ଅଂଚଳ ଚୀନ୍ ଅଧିନରେ ଅଛି । ସେହିଭଳି ପାକିସ୍ତାନ ଅବୈଧ ଭାବରେ ୫ ହଜାର ୧୮୦ କିଲୋମିଟର ଭାରତୀୟ ଅଞ୍ଚଳ ଚୀନକୁ ଦେଇଦେଇଛି । ଚୀନ ଅରୁଣାଚଳ ପ୍ରଦେଶରେ ୯୦ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ବୋଲି ଦାବି କରୁଥିବା କଥା ମଧ୍ୟ କହିଛନ୍ତି ରାଜନାଥ ସିଂ । ତେବେ ସୀମାକୁ ନେଇ ବିବାଦ ପୂର୍ବରୁ ମଧ୍ୟ ହୋଇଛି । ଏହାକୁ ନେଇ ଉଭୟ ଦେଶର ବୟାନ୍ ଭିନ୍ନ ଭିନ୍ନ । ମଇ ମାସରେ ଚୀନ ଗଲଓ୍ୱାନ ଠାରେ ଭାରତୀୟ ସୈନିକଙ୍କ ପେଟ୍ରୋଲିଂକୁ ଅଟକାଇଥିଲେ । ଯାହାପରେ ୧୫ ଜୁନରେ ପିଏଲଏକୁ କଡ଼ା ଜବାବ ଦେଲା ଭାରତୀୟ ସେନା ।
ରାଜନାଥ ରାଜ୍ୟସଭାରେ ଏହା ମଧ୍ୟ କହିଛନ୍ତି କି ଚୀନ ଯାହା କଲା ତାହା ଦ୍ୱିପାକ୍ଷିକ ଚୁକ୍ତିନାମାର ଉଲଙ୍ଘନ । ସୀମାରେ ଚୀନର ସେନା ମୃତୟନ ପ୍ରକ୍ରିୟା ୧୯୯୩ ଏବଂ ୧୯୯୬ ମସିହାରେ ହୋଇଥିବା ଚୁକ୍ତିନାମା ବିରୁଦ୍ଧରେ । ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପାଇଁ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲକୁ ସମ୍ମାନ ଦେବା ଖୁବ ଜରୁରୀ । ଭାରତୀୟ ସେନା ଏହାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛନ୍ତି । କିନ୍ତୁ ଚୀନ ପକ୍ଷରେ ଏଭଳି ନଜର ଆସୁନାହିଁ । ଆଲେଚନା ମାଧ୍ୟମରେ ଭାରତ ସମାଧାନ କରିବାକୁ ଚାହୁଁଥିବା କହିଛନ୍ତି ରାଜନାଥ ।
ପ୍ରତିରକ୍ଷାମନ୍ତ୍ରୀ ଚୀନକୁ ଦେଇଥିବା ବାର୍ତ୍ତାରେ କହିଛନ୍ତି କି ଭାରତ ଆଲୋଚନାକୁ ସମର୍ଥନ କରୁଛି କିନ୍ତୁ ନଇଁବ ନାହିଁ । ଏହା ସହିତ ଚୀନ ସୀମାରେ ଚୀନ ବିପୁଳ ସୈନ୍ୟ ମୃତୟନ କରିଛି ବୋଲି ରାଜନାଥ କହିଛନ୍ତି ।
ଡ୍ରଗ୍ସ ମାମଲାକୁ ନେଇ ନାମ ଆସିବା ପରେ କୋର୍ଟରେ ପହଞ୍ଚିଲେ ରକୁଲପ୍ରୀତ ସିଂ
ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଖବର ସାମ୍ନାକୁ ଆସିବା ପରେ ରକୁଲପ୍ରୀତ ସିଂ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ତାଙ୍କ ବିରୁଦ୍ଧରେ ହୋଇଥିବା ମିଡିଆ କଭରେଜକୁ ରୋକିବା ପାଇଁ ସେ ନିବେଦନ କରିଛନ୍ତି । ଯେଉଁଥିରେ ତାଙ୍କ ଇମେଜ ଖରାପ କରିବା ପାଇଁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ତେବେ ଉକ୍ତ ମାମଲାକୁ ନେଇ କୋର୍ଟର ଶୁଣାଣି ଜାରି ରହିଛି ।

ରକୁଲ କୋର୍ଟରେ କହିଛନ୍ତି କି ରିୟାଙ୍କ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ମିଡିଆ ଟ୍ରାଏଲ ଜାରି ରହିଛି । ତାଙ୍କୁ ନେଇ କୌଣସି ମିଡିଆ କଭରେଜରୁ ସୁଯୋଗ ନଦେବା ପାଇଁ ପାଇଁ ଇଡିକୁ ନିର୍ଦ୍ଦେଶ ଦେବା ପାଇଁ ସେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ରକୁଲଙ୍କୁ ଜାଣିଶୁଣି ହାରାସ କରାଯାଉଥିବା କୋର୍ଟରେ କହିଛନ୍ତି ରକୁଲପ୍ରୀତଙ୍କ ଓକିଲ । ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ସମସ୍ତ ମିଡିଆ ଚ୍ୟାନେଲକୁ ସଂଯମତାର ସହିତ କାମ କରିବାକୁ କହିଛନ୍ତି । ମିଡିଆ ଚ୍ୟାନେଲ ଗୁଡ଼ିକୁ ଇଣ୍ଟରିମ ଡାଇରେକ୍ସନ ଦେବା ପାଇଁ ହାଇକୋର୍ଟ କେନ୍ଦ୍ର ସରକାର, ନ୍ୟାସନାଲ ବ୍ରଡକାଷ୍ଟର ଆସୋସିଏସନ, ପ୍ରସାର ଭାରତୀ ଏବଂ ପ୍ରେସ କାଉଂସିଲିଂକୁ କହିଛନ୍ତି ।
ସୂଚନାଯୋଗ୍ୟ ରିୟାଙ୍କ ଡ୍ରଗ୍ସ ସଂମ୍ପୃକ୍ତି ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ NCB ପଚରାଉଚରା ଆରମ୍ଭ କରିଥିଲା । ଯାହାପରେ ଜେଲରେ ଅଛନ୍ତି ରିୟା । ତେବେ ଏହା ମଧ୍ୟରେ ରିୟା ସାରା ଅଲି ଖାନ ଏବଂ ରକୁଲପ୍ରୀତଙ୍କ ନାମ ନେଇଥିବା ଖବର ସାମ୍ନାକୁ ଆସିଥିଲା ।





