ଭୁବନେଶ୍ୱର: କେନ୍ଦ୍ରୀୟ ଟିମ୍କୁ ସହାୟତା ପ୍ରଦାନ ଲାଗି ଦାବି ଜଣାଇଲା ରାଜ୍ୟ । ୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି ଜଣାଇଲା ରାଜ୍ୟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୩ ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିଥିଲା କେନ୍ଦ୍ରୀୟ ଟିମ୍ । ଏହାପରେ ଗୁରୁବାର ରାଜ୍ୟ ସଚିବାଳୟରେ କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବନ୍ୟା ଜନିତ କ୍ଷୟକ୍ଷତି ଓ ଏହା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କିତ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍ ନିକଟରେ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବନ୍ୟା ବରବର୍ତ୍ତୀ ପଦକ୍ଷେପକୁ ପ୍ରଶଂସା କରିଛି କେନ୍ଦ୍ରୀୟ ଟିମ୍ । ଏଥିସହିତ ଏସ୍ଡିଆରଏଫ୍ ନିୟମାନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ଟିମ୍ । ନଦୀବନ୍ଧ ନିର୍ମାଣ ଓ ମରାମତି, କ୍ଷତିଗ୍ରସ୍ତ ଗୃହ ଓ ଅନ୍ୟ ଭିତ୍ତିଭୂମି ସଜାଡ଼ିବା ନେଇ ସହାୟତା ଯୋଗାଇଦେବାକୁ ଦାବି କରିଛି ରାଜ୍ୟ । ସୂଚନା ଯୋଗ୍ୟ ଯେ, ବନ୍ୟାରେ ମୋଟ ୨.୨୫ ଲକ୍ଷ ହେକ୍ୱର ଚାଷ ଜମି ଓ ଫସଲ ପ୍ରଭାବିତ ହୋଇଥିବା ବେଳେ ୩୩ ପ୍ରତିଶତରୁ ଅଧିକା ନଷ୍ଟ ହୋଇଛି । ଏଥିସହିତ ୧.୨୦ ଲକ୍ଷ ବାସଗୃହ ମଧ୍ୟ ଭାଙ୍ଗିଯାଇଥିବା ସହ ରାସ୍ତାଘାଟ ମଧ୍ୟ କ୍ଷୟକ୍ଷତି ଘଟିଛି । ତେବେ ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ସ୍ଥାୟୀ ପଦକ୍ଷେପ ନେଇ ଆବଶ୍ୟକ ଅର୍ଥ ଚୂଡ଼ାନ୍ତ ସ୍ମାରକପତ୍ରରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ କୁମାର ଜେନା ।
ବଜାରରେ ହଠାତ୍ ସେଓ ଦାମ ପାଖାପାଖି ଅଧା କାହିଁକି ହେଲା ? ଜାଣନ୍ତୁ କାରଣ…
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ନିହାତି ଭାବରେ ଏହା ଏକ ଖୁସି ଖବର । ଭାରତୀୟ ବଜାରରେ ଚାଲିଛି ସେଓର ଅଭାବୀ ବିକ୍ରି । ଏହାର ଦାମ ପ୍ରକୃତ ମୂଲ୍ୟରୁ ହ୍ରାସ ହୋଇ ଅଧା ହୋଇ ଯାଇଛି । ଉତ୍ତମ ଗୁଣବତ୍ତା ଥିବା ସେଓର ଦାମ୍ ହ୍ରାସ ହୋଇ ୫୦ରୁ ୪୦ ଟଙ୍କାରେ ପହଞ୍ଚିଛି । ଗଣମାଧ୍ୟମକୁ All India Apple Growers Associationର ଅଧ୍ୟକ୍ଷ ରବିନ୍ଦ୍ର ଚୌହାନ କହିଛନ୍ତି କି ବର୍ତ୍ତମାନର ମୂଲ୍ୟ ୨୦୧୭ ଭଳି ରହିଛି । ଅବଶ୍ୟ ନିବେଶ ଏବଂ ଶ୍ରମିକ ମୂଲ୍ୟ ଦୁଇ ଗୁଣା ହୋଇ ଯାଇଛି । ଚଳିତ ବର୍ଷ ଫସଲ କମ ହୋଇଛି ଏବଂ ପୋକ କାରଣରୁ ଗୁଣବତ୍ତାରେ ହ୍ରାସ ଘଟିଛି । ନେପାଳଠାରୁ ଶ୍ରମିକଙ୍କ ସଂଖ୍ୟା କମ୍ ହେତୁ ଆମର ସଙ୍କଟ ବଢିଯାଇଛି ।

ବ୍ୟବସାୟୀଙ୍କ କହିବା ଅନୁସାରେ ହିମାଚଳ ପ୍ରଦେଶର ପ୍ରାୟ ୪ରୁ ୫ ଲକ୍ଷ ଟନରୁ ପ୍ରାୟ ଅଧା ଏବଂ କାଶ୍ମୀର ଉପତ୍ୟକାରୁ ଆସିବାକୁ ଥିବା ଆନୁମାନିକ୨୦ ଟନ ସେଓରୁ ୧୫ ପ୍ରତିଶତ ଦେଶର ବିଭିନ୍ନ ବଜାରରେ ପହଂଚି ପାରିଛି । ଦିଲ୍ଲୀର ଆଜାଦପୁର ଫଳ ବଜାରରେ ସେଓ ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୪୦ରୁ ୫୦ ଟଙ୍କା ରହିଛି । ଅଧିକ ଯୋଗାଣ ଏବଂ ଚାହିଦା କମ ଥିବାରୁ ଏହାର ମୂଲ୍ୟ ପ୍ରାୟ ୫୦ପ୍ରତିଶତ କମ ହୋଇଯାଇଛି ।
ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିଲା ଚୀନ୍ ଗୁଇନ୍ଦା ଜାହଜ, ତା ପରେ ଯାହା ହେଲା…..
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଚୀନ୍ ଭାରତ ମହାସାଗରରେ ପଛକୁ ଘୁଞ୍ଚିବାରେ ଲାଗିଛି । ଗତ ମାସରେ ମଲକା ଷ୍ଟ୍ରେଟ୍ ଦେଇ ଭାରତ ମହାସାଗରରେ ପ୍ରବେଶ କରିଥିଲା ଚୀନର ଉଆନ ଓ୍ୱାଙ୍ଗ ଶ୍ରେଣୀର ଅନୁସନ୍ଧାନ ଜାହଜ । ଭାରତୀୟ ସାମରିକ ଘାଟିର ଗୁଇନ୍ଦାଗିରି କରିବା ଥିଲା ଜାହଜର ଲକ୍ଷ୍ୟ । ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ଭାରତୀୟ ଯୁଦ୍ଧ ଜାହଜ ଦ୍ୱାରା ଏହାକୁ ଟ୍ରାକ କରାଯାଉଥିଲା । ଭାରତୀୟ ଯୁଦ୍ଧ ଜାହାଜ ରଡାରରେ ଥିବା ଜାଣିବା ପରେ ଡ୍ରାଗନ ଜାହଜ ଛୁ’ ମାରିଥିଲା ।
Chinese Yuan Wang-class research vessel had entered Indian Ocean Region from Strait of Malacca last month. It was constantly tracked by Indian Navy warships deployed in the region. The vessel returned to China few days ago after being under constant watch of Indian Navy vessels. pic.twitter.com/z7AoRna5N1
— ANI (@ANI) September 17, 2020
ଭାରତ ମହାସାଗରରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆମେରିକା ମାଲଦ୍ୱିପ ସହିତ ପ୍ରତିରକ୍ଷା ସହଯୋଗକୁ ନେଇ ଚୁକ୍ତି କରିଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ତରଫରୁ ଏହି ଘୋଷଣା କରାଯାଇଛି । ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନର ଉପସ୍ଥିତି ବଢିବା ପରେ ଏହାର ମୁକାବିଲା ପାଇଁ ଭାରତ ସହ ଆମେରିକା ଚୁକ୍ତି କରିଛି ।

ଭାରତ ମହାସାଗରରେ ଚୀନକୁ ଘେରିବା ପାଇଁ ଯଆମେରିକା,ଜାପାନ,ଅଷ୍ଟ୍ରେଲିଆ ଓ ଆମେରିକା ଏକାଠି ହୋଇଛନ୍ତି । ଚୀନର ବିସ୍ତାରବାଦୀ ନୀତି ଓ ମୁକ୍ର ତଥା ଅବାଧ ବାଣିଜ୍ୟ ପାଇଁ ଉଭୟ ଭାରତ ଓ ଜାପାନ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ଗାଁକୁ ଭରସା ବାଉଁଶ ପୋଲ: ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର
ମୟୂରଭଞ୍ଜ: ସରକରୀ ଯୋଜନାରୁ ବଞ୍ଚିତ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଡଙ୍ଗାଡିହା ଗ୍ରାମବାସୀ । ଗାଁକୁ ଯିବା ପାଇଁ ଭଳ ରାସ୍ତା ଖଣ୍ଡେ ନଥିବା ବେଳେ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛି । ଆଉ ବର୍ଷା ଦିନ କଥା ନକହିବା ଭଲ । ସାଳନ୍ଦି ନଦୀ ଉପରେ ବାଉଁଶ ପୋଲ ଏମାନଙ୍କ ପାଇଁ ସାହା ଓ ଭରସା ।

ଗାଁକୁ ଭରସା ବାଉଁଶ ପୋଲ । ବିପଦସଂକୁଳ ଅବସ୍ଥାରେ ହେଉଛନ୍ତି ନଦୀ ପାର । ଅଭିଯୋଗ କଲେ ମିଳୁନି କୌଣସି ସୁଫଳ । ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଭରା ନଦୀ ତା’ ଉପରେ ବାଉଁଶ ପୋଲ । ଆଉ ଏହି ବାଉଁଶ ପୋଲ, ଦୁଇଟି ଗାଁର ୧୧୦ଟି ପରିବାରର ଯୋଗାଯୋଗର ମାଧ୍ୟମ । ଛୋଟ ପିଲା କି ବୟଷ୍କ ସମସ୍ତଙ୍କୁ ଭରଷା ଏହି ପୋଲ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ର ଡଙ୍ଗାଡିହା ଗାଁର ସାଳନ୍ଦି ନଦୀ ଉପରେ ଏହି ପୋଲ ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି ଗାଁ ଲୋକେ । ଆଉ ବର୍ଷା ଦିନ କଥା ନକହିବା ଭଲ । ବର୍ଷା ଦିନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି ଗାଁ ।
ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ଏଭଳି ଅସୁବିଧା ଲାଗି ରହିଥିବା ବେଳେ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିବା ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯେୋଗ କରିଛନ୍ତି ଲୋକେ ।






