spot_img
Home Blog Page 6705

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କଲା କେନ୍ଦ୍ର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଲାଗି ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ଗ୍ରହଣ କରିଛି । ସୋମବାର ବିହାର ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ପଠାଇଥିଲେ । ବୁଧବାର ଦିନ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଏକ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା, ଯେଉଁଥିରେ ସଲିସିଟର ଜେନେରାଲ ତୁଷାର ମେହେତା ମଧ୍ୟ କେନ୍ଦ୍ର ପକ୍ଷରୁ ଉପସ୍ଥିତ ଥିଲେ। SG କହିଛନ୍ତି ଯେ ବିହାରର ସିବିଆଇ ତଦନ୍ତର ସୁପାରିଶକୁ କେନ୍ଦ୍ର ଗ୍ରହଣ କରିଛି ଏବଂ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ।

ଶୁଣାଣି କାଳରେ ସୁଶାନ୍ତଙ୍କ ପିତାଙ୍କ ଓକିଲ ମୁମ୍ବାଇ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ମୁମ୍ବାଇ ପୋଲିସ ପ୍ରମାଣକୁ ନଷ୍ଟ କରୁଥିବା ଅଭିଯୋଗ ଉତ୍ତରରେ ମହାରାଷ୍ଟ୍ର ସରକାରଙ୍କ ଓକିଲ ବିହାର ପୋଲିସର ଏହି ମାମଲା ତଦନ୍ତ ଅଧିକାର ନାହିଁ ବୋଲି କହିଥିଲେ । ଶୁଣାଣି କରୁଥିବା ବିଚାରପତି କହିଥିଲେ ଯେ, ଯେହେତୁ ମାମଲାକୁ ବିହାର ସରକାର ନିଜ ତରଫରୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ତେଣୁ ସବୁ ପକ୍ଷ ଏଥିରେ ସହଯୋଗ କରନ୍ତୁ ।

 

ଭିଜିଲାନ୍ସ ଜାଲରେ ପୁରୀ ଜଙ୍ଗଲ ବିଭାଗର ଏସିଏଫ ପ୍ରଶାନ୍ତ କୁମାର ସ୍ୱାଇଁ

ପୁରୀ: ଭିଜିଲାନ୍ସ ଜାଲରେ ଜଙ୍ଗଲ ବିଭାଗ ଅଧିକାରୀ । ପୁରୀ  ସହକାରୀ ବନ ସଂରକ୍ଷକ-ଏସିଏଫ୍ (Assitant Conservator Of Forest) ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍‌ସ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ପୁରୀ ଅଫିସ ଓ ଭଡ଼ାଘର ସହ ବାଲିଅନ୍ତା ପୈତୃକ ଗୃହ, ଢେଙ୍କାନାଳ ଶ୍ୱଶୁର ଘରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ମହାଭୋଇ ଶାସନ ବାସଭବନରେ ମଧ୍ୟ ରେଡ୍ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍‌ସ । ଚଢ଼ାଉ ବେଳେ ଗୁରୁତ୍ୱପୂର୍ବ କାଗଜପତ୍ର ସହ ସୁନା ଗହଣା ଏବଂ ଟଙ୍କା ଜବତ କରିଛନ୍ତି ।

ସନ୍ଧ୍ୟା ସୁଦ୍ଧା ତାଙ୍କ ବିରୋଧରେ ଆସିଥିବା ଆୟ ବର୍ହିଭୂତ ସମ୍ପତ୍ତିର ଆକଳନ କରାଯିବ । କାର୍ଯ୍ୟରେ ଯୋଗ ଦେବା ସମୟରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେ କେଉଁ କେଉଁ କାର୍ଯ୍ୟ କରିଛନ୍ତି ଏବଂ କେତେ ପରିମାଣରେ ଟଙ୍କା ସେ ରଖିଛନ୍ତି ତାହା ଆକଳନ କରାଯିବ । ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନର ମଧ୍ୟ ମୂଲ୍ୟ ଆକଳନ କରାଯାଉଛି ।

ରାଜ୍ୟରେ ଆଉ ୯ଜଣଙ୍କ ଜୀବନ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ୯ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସବୁଥର ପରି ଗଞ୍ଜାମରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୪୨ ବର୍ଷୀୟ ପୁରୁଷ, ୫୨ ବର୍ଷୀୟ ମହିଳା, ୫୯ ବର୍ଷୀୟ ପୁରୁଷ, ୫୯ବର୍ଷୀୟ ପୁରୁଷ, ୫୩ ବର୍ଷୀୟ ପୁରୁଷ, ୬୩ ବର୍ଷୀୟ ପୁରୁଷ ଅଛନ୍ତି । ଏ ସମସ୍ତେ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ସେହିପରି ସୁନ୍ଦରଗଡ଼ରୁ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ମଧୂମେହ ରୋଗରେ ଆକ୍ରାନ୍ତ ଥିଲେ । ଗଜପତିରୁ ୨୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।  କେଉଁଝରରୁ ୨୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଯିଏକି ପୂର୍ବରୁ ମଧୂମେହ ଟାଇପ ୧ ରେ ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧାରୁ ୮୦ ବର୍ଷୀୟ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି ।

ସେହିପରି ରାଜ୍ୟରେ ଆଜି ୨୮ଜିଲ୍ଲାରୁ ଆଉ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩୩୭ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୫, ଲୋକାଲ୍ କେସ୍ ୫୨୨ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୦୧, ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮ କରୋନା ପଜିଟିଭ୍ ଚିହ୍ନଟ । ଏଥିସହ ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୯ହଜାର ୧୮କୁ ବୃଦ୍ଧି ହୋଇଛି । ସୁସ୍ଥ ହେଲେଣି ୨୪ହଜାର ୪୮୨ଜଣ ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡ଼ରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୩୭, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡ଼ ୬୦, ପୁରୀରୁ ୭୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୭୨, ସୋନପୁରରୁ ୩ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧୪୨୬୭ ଆକ୍ଟିଭ କେସ ରହିଛି ।

ରାଜ୍ୟରେ ଦିନକରେ ୧୩୩୭ ପଜିଟିଭ… ୩୯ ହଜାର ଟପିଲା ସଂକ୍ରମିତ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୨୮ଜିଲ୍ଲାରୁ ଆଉ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩୩୭ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧୫, ଲୋକାଲ୍ କେସ୍ ୫୨୨ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୦୧, ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮ କରୋନା ପଜିଟିଭ୍ ଚିହ୍ନଟ ।

ଏଥିସହ ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୯ହଜାର ୧୮କୁ ବୃଦ୍ଧି ହୋଇଛି । ସୁସ୍ଥ ହେଲେଣି ୨୪ହଜାର ୪୮୨ଜଣ ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱରରୁ ୩୧, ବରଗଡ଼ରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ୧୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୩୭, କୋରାପୁଟରୁ ୩୧, ମାଲକାନଗିରିରୁ ୩୮, ମୟୁରଭଞ୍ଜରୁ ୧୫, ନବରଙ୍ଗପୁରରୁ ୭, ନୟାଗଡ଼ ୬୦, ପୁରୀରୁ ୭୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୭୨, ସୋନପୁରରୁ ୩ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧୪୨୬୭ ଆକ୍ଟିଭ କେସ ରହିଛି । ଏଥିସହ ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି ।

ରାମ ମନ୍ଦିର ଭୂମି ପୂଜା : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିରେ କଲୋ ଶ୍ରୀରାମଙ୍କ ଆରାଧନା

ପୁରୀ: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନକୁ ନେଇ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ  କରିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଶ୍ରୀସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସେ ତିଆରି କରିଥିବା ବାଲୁକାକଳାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତୀକୁ ସ୍ଥାନ ଦିଆଯାଇଛି  । ଏହାସହ ଭବ୍ୟ ମନ୍ଦିରର ପ୍ରତିକୃତି ମଧ୍ୟ ବାଲୁକା ସାହାର୍ଯ୍ୟରେ ସେ ନିର୍ମାଣ କରିଛନ୍ତି। ୫ ଫୁଟ ଉଚ୍ଚତା ରହିଛି ଏହି ବାଲୁକାକଳାଟି ଅତି ସୁନ୍ଦର ଦିଶୁଥିବା ବେଳେ ଖୁବ ମନମୁଗ୍ଧକର ହୋଇଛି ।

ଜଣାଇ ରଖୁଛୁ ଯେ, ଭବ୍ୟ  ରାମ ମନ୍ଦିର ନିର୍ମାଣ ପାଇଁ ଆଜି ହେବ ଭୂମି ପୂଜନ ।  ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । ଆଜି ଦେଶ ତଥା ବିଦେଶରେ ଉତ୍ସବର ମାହୋଲ ରହିଛି । ଦେଶ ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟ ଉଜ୍ଜ୍ୱଳ ହୋଇଥିଲା, ଏହା ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୨ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ।

ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଉଛି। ଅଯୋଧ୍ୟା ଧାମରେ ​​୩୫,୧୦୦୦ ଦୀପ ଜଳା ଯାଇଛି। ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ରାମନଗରୀରେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ବିନା କାର୍ଡରେ ମଧ୍ୟ ସହରକୁ ଯିବାକୁ ଅନୁମତି ମିଳୁନାହିଁ । ସୋମବାର ଠାରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ପାର, ୨୪ ଘଣ୍ଟାରେ ୮୫୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୫୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୫୭ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୯ଲକ୍ଷ ୮ହଜାର ୨୫୫କୁ ବୃଦ୍ଧି ପାଇଛି । ଏହାମଧ୍ୟରୁ ୫ଲକ୍ଷ ୮୬ ହଜାର ୨୪୪ ଆକ୍ଟିଭ୍ କେସ ରହିଥିବା ବେଳେ ୧୨ଲକ୍ଷରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିପରି କରୋନା ମୃତ୍ୟୁ ୩୯ ହଜାର ପାର ହୋଇଛି ।

ଦେଶରେ ରିକଭରୀ ରେଟ ବର୍ତ୍ତମାନ ୬୭.୧୯ ପ୍ରତିଶତ ରହିଛି । ଅନ୍ୟପଟେ ପଜିଟିଭିଟି ରେଟ୍ ୮.୪୭ ପ୍ରତିଶତ ରହିଛି । ଅର୍ଥାତ ଦେଶରେ ଗୋଟିଏ ଦିନରେ ଯେତିକି ସାମ୍ପୁଲ ଟେଷ୍ଟିଂ ହୋଇଛି । ଏଥିମଧ୍ୟରୁ ୮.୪୭ ପ୍ରତିଶତ ପଜିଟିଭ ଆସିଛି । ଯଦି ଟେଷ୍ଟିଂ କଥା କହିବା ଅଗଷ୍ଟ ୪ ତାରିଖରେ ଦେଶରେ ମୋଟ ୬,୧୯,୬୫୨ ସାମ୍ପୁଲ ଟେଷ୍ଟ କରାଯାଇଛି । ଅନ୍ୟପଟେ ଏଯାବତ ଦେଶରେ ୨,୧୪,୮୪,୪୦୨ ସାମ୍ପୁଲ ଟେଷ୍ଟି ହୋଇଛି ।

ଜଣାଇ ରଖୁଛୁ ଯେ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ ଯେ, ଭାରତରେ ୨ କୋଟି ଟେଷ୍ଟି ହୋଇଛି । ପୂର୍ବ ସପ୍ତାହର ପଜିଟିଭିଟି ରେଟ୍ ୧୧ ପ୍ରତିଶତ ରହିଥିଲା । ଏମିତିରେ ମୋଟ ସଂଖ୍ୟା ଆଧାରରେ ଭାରତର ପଡିଟିଭିଟି ରେଟ୍ ୮.୮୯ ପ୍ରତିଶତ ରହିଛି । ୨୮ ରାଜ୍ୟ ଏମିତି ରହିଛି ଯେଉଁଛି ପ୍ରତିଦିନ ୧୪୦ ମିଲିୟନ ଟେଷ୍ଟ ହେଉଛି । ଦେଶରେ ଏବେ ୫ ଲକ୍ଷ ୮୬ ହଜାର ଆକ୍ଟିଭ କେସ ରହିଛି । ଲକଡାଉନ ପରେ ମୃତ୍ୟୁ ସଂଖ୍ୟା ଏବେ କମି ୨.୧୦ ପ୍ରତିଶତ ରହିଛି । କୋଭିଡରେ ୬୮ ପ୍ରତିଶତ ପୁରୁଷ ଏବଂ ୩୨ ପ୍ରତିଶତ ମହିଲା ସାମିଲ ରହିଛନ୍ତି ।

 

ପାରିବାରିକ କଳହର କରୁଣ ପରିଣତି… ବଲାଙ୍ଗୀରରେ ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ବଲାଙ୍ଗୀର: ବଲାଙ୍ଗୀର ସହରର ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା। ମଦ୍ୟପ ସ୍ୱାମୀର ମରଣାନ୍ତକ ଆକ୍ରମଣରେ ୯ମାସ ଗର୍ଭବତୀ ଥିବା ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦିନୀ ବାରିକ । ଅଭିଯୁକ୍ତ ସ୍ୱାମୀ ମୋତିଲାଲ ବାରିକ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା  । ପରେ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଛି । ମୋତିଲାଲ ପ୍ରତିଦିନ ରାତିରେ ମଦ ପିଇ ଘରେ ମାରପିଟ କରୁଥିଲା । ତେବେ ଗତ କାଲି ବିଳମ୍ବିତ ରାତିରେ ମଦ ପିଇ ମୋତିଲାଲ ଘର ବାହାରେ ଆନନ୍ଦିନୀକୁ ପ୍ରବଳ ମାଡ ମାରିଥିଲା । ପରେ ଘର ଭିତରକୁ ନେଇ ତଂଟି ଚିପି ହତ୍ୟା କରିଥିବା ସୂଚନା ମିଲିଛି ।

https://www.facebook.com/NandighoshaTV/videos/341812670146952/

ଗର୍ଭବତୀ ଥିବା ସମୟରେ ମହିଳାଙ୍କର ଅଧିକ ଯତ୍ନ ନିଆଯାଏ ବା ଅଧିକ ଧ୍ୟାନ ରଖିବାକୁ କୁହାଯାଏ, ହେଲେ ଏଭଳି ଅବସ୍ଥାରେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ମାରି ହତ୍ୟା କରିଛି । ଏଭଳି ଏକ ନିନ୍ଦନୀୟ ଘଟଣା ବଲାଙ୍ଗିରରେ ଘଟିଛି । ପ୍ରତିଦିନ ମଦ ପିଇ ମୋତିଲାଲ ଘରକୁ ବିଳମ୍ବିତ ରାତିରେ ଫେରୁଥିଲା । ତେବେ ଗତ କାଲି ରାତିରେ ଅଧିକ ମଦ ପିଇ ମୋତିଲାଲ ଘରକୁ ଫେରିଥିଲା । ମୋତିଲାଲର ସ୍ତ୍ରୀ ୯ ମାସର ଗର୍ଭବତୀ ଥିଲେ । ପ୍ରତ୍ୟେକ ଦିନ ଭଳି ଗତ କାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ମୋତିଲାଲ ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହା ପରେ ଘର ଭିତରକୁ ନେଇ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ଗର୍ଭାବସ୍ଥାରେ ଥାଇ ମଧ୍ୟ ସ୍ତ୍ରୀକୁ ମାରିବାକୁ ପଛାଇନଥିଲା ନୃଶଂସ ସ୍ୱାମୀ । ଆଖପାଖରେ ଥିବା ପଡୋଶୀ ରାତିରେ ଉଭୟଙ୍କ ଚିତ୍କାର ଶୁଣୁଥିଲେ । ହେଲେ ଏଭଳି ଅମାନସିକ ଭାବେ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ମାରିଦେବ ତାହା କେହି ଭାବିନଥିଲେ । ଏନେଇ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ।

ଧୋତୀ କୁର୍ତ୍ତା ପିନ୍ଧି ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଅଭିମୂଖେ ଯାତ୍ରା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅଯୋଧ୍ୟା: ଆଜି ସକାଳ ୯ଟା ୩୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ  ଅଯୋଧ୍ୟାକୁ ରାମ ମନ୍ଦିର ଭୂମି ପୂଜାନ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଏୟାର ଇଣ୍ଡିଆ ବିମାନ ମାଧ୍ୟମରେ ଲକ୍ଷ୍ନୌରେ ପହଞ୍ଚିବେ ଏବଂ ପରେ ହେଲିକପ୍ଟର ସାହାଯ୍ୟରେ ସେଠାରୁ ଅଯୋଧ୍ୟାରେ ପହଞ୍ଚିବେ। ଆଜିର କାର୍ଯ୍ୟକ୍ରମ ପାଇଁ ପିଏମ ମୋଦୀ ଏକ ସ୍ୱତନ୍ତ୍ର ଧୋତି କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ। ସେ ସାଫ୍ରନ୍ ରଙ୍ଗର କୁର୍ତ୍ତା ଏବଂ ଧୋତି ପିନ୍ଧିଛନ୍ତି ଏବଂ ଏହାର ଏକ ଚିତ୍ର ନିଜ ଟ୍ୱିଟରରେ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ତିନି ଘଣ୍ଟା ରହିବେ

ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ମୋଟ ୩ ଘଣ୍ଟା ବିତାଇବେ। ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହନୁମାନଗଢ଼ୀରେ ପୂଜା କରିବେ। ବାସ୍ତବରେ, ବିଶ୍ୱାସ କରାଯାଏ ଯେ ଭଗବାନ ହନୁମାନଙ୍କ ଆଶୀର୍ବାଦ ବିନା ଭଗବାନ ରାମଙ୍କର କୌଣସି କାର୍ଯ୍ୟ ଆରମ୍ଭ ହୁଏ ନାହିଁ | ଏହି କାରଣରୁ ପିଏମ ମୋଦୀ ପ୍ରଥମେ ଭଗବାନ ହନୁମାନଙ୍କୁ ପୂଜା କରିବେ ଏବଂ ପରେ ଭୁମି ପୂଜନକୁ ଯିବେ।

ଭୁମି ପୂଜନ ପାଇଁ ଶୁଭ ସମୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫ରେ ମଧ୍ୟାହ୍ନ ୧୨ଟା ସମୟରେ ରାମ ଜନ୍ମ ଭୂମି ପରିସରରେ ପହଞ୍ଚିବେ। ଏହାପରେ ସେ ୧୦ ମିନିଟରେ ରାମଲଲ୍ଲା ବିରାଜମାନଙ୍କୁ ପୂଜା କରିବେ। ଏହା ପରେ, ସେ ଅପରାହ୍ନ ୧୨ଟା ୪୪ ଏବଂ ୧୫ ସେକେଣ୍ଡରେ ମନ୍ଦିରର ମୂଳଦୁଆ ସ୍ଥାପନ କରିବେ ।

ରାମ ମନ୍ଦିର ଭୂମି ପୂଜା ପାଇଁ ରହିଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ ୩୨ ସେକେଣ୍ଡ କାହିଁକି ରହିଛି ସ୍ୱତନ୍ତ୍ର

ଅଯୋଧ୍ୟା: ଆଜି ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜା ହେବାକୁ ଯାଉଛି। ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୁମି ପୂଜନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ। ତାଙ୍କ ବ୍ୟତୀତ ଭୁମି ପୂଜନରେ ପ୍ରାୟ ୧୭୦ ଜଣ ବିଶିଷ୍ଟ ଅତିଥି ଯୋଗଦେବେ। ଭୁମି ପୂଜନ ସ୍ୱତନ୍ତ୍ର ମୁହୂରତରେ କରାଯିବ | ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ ଅଞ୍ଚଳର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କ ଅନୁଯାୟୀ ବୁଧବାର ସକାଳ ୧୧.୪୦ ପରେ ପରବର୍ତ୍ତୀ ୩୨ ସେକେଣ୍ଡ ଅତ୍ୟନ୍ତ ଶୁଭ ଅଟେ। ଏହି ଶୁଭ ମୁହୂର୍ତ୍ତରେ ଭୁମି ପୂଜନଙ୍କ କାର୍ଯ୍ୟ କରାଯିବ।

ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଯେ, ଏହି ମନ୍ଦିରର କେବଳ ପୁନଃନିର୍ମାଣ ହେଉନାହିଁ ବରଂ ଦେଶର ଚେତନାର ପୁନଃପ୍ରତିଷ୍ଠା ଅଟେ । ସେ କହିଛନ୍ତି ଯେ ଶତାବ୍ଦୀ ଧରି ବିଦେଶୀମାନେ ଆମ ଦେଶ ଉପରେ ଆକ୍ରମଣ କରିଆସୁଛନ୍ତି, ସେହି ଆକ୍ରମଣର ପରିମାର୍ଜନ କରିବା ଦୃତ ଗତିରେ ଆରମ୍ଭ ହେଉଛି । ଜଣାଇ ରଖୁଛୁ ଯେ, ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜଙ୍କୁ ଶ୍ରୀ ରାମ ଜନ୍ମ ଭୂମି ତୀର୍ଥ ଅଞ୍ଚଳର କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେ ଶ୍ରୀ ରାମ ଜନମଭୋମୀ ତୀର୍ଥ କ୍ଷେତ୍ରର ମୁଖ୍ୟ ଅଭିଭାବକ ଅଟନ୍ତି ।

ଭୁମିପୂଜନ ବିଷୟରେ ମହନ୍ତ ଗିରି ମହାରାଜ କହିଛନ୍ତି ଯେ, ଅଗଷ୍ଟ ରେ ଶ୍ରୀ ରାମ ମନ୍ଦିର ନିର୍ମାଣର ମୂଳଦୁଆ ୧୧ଟା ୪୦ ମିନିଟ ପରେ ଠିକ ୩୨ ସେକେଣ୍ଡ ଭିତରେ ହେବ । ସେ କହିଥିଲେ ଯେ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପାଇଁ ତାଙ୍କୁ ଦୁଇଟି ଶୁଭ ସମୟ ଦିଆଯାଇଛି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଦ୍ୱାରା ଦିଆଯାଇଥିବା ଦୁଇଟି ଶୁଭ ସମୟର ଅତି ସୁନ୍ଦର ବ୍ୟବହାର କରିଛନ୍ତି ଏବଂ ଜୁଲାଇ ୨୯ ରେ ରାଫେଲ ପହଞ୍ଚିଥିଲା । ବର୍ତ୍ତମାନ ଅଗଷ୍ଟ ରେ ରାମ ମନ୍ଦିରର ମୂଳଦୁଆ ହେବାକୁ ଯାଉଛି।

ଶୁଭ ସମୟ ବିଷୟରେ ମହନ୍ତ କହିଛନ୍ତି ଯେ, ପ୍ରତ୍ୟେକ ଶୁଭ ସମୟର ୧୬ ଭାଗ ରହିଛି ଏବଂ ଏହି ୧୬ ଭାଗରେ ୧୫ ଟି ଅଂଶ ଅତ୍ୟନ୍ତ ଶୁଦ୍ଧ, ଯେଉଁଥିରେ ଏହି ୩୨ ସେକେଣ୍ଡ ରହିଛି ଏବଂ ଏହି ୩୨ ସେକେଣ୍ଡରେ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ପ୍ରାୟ ୧୧ଟା ସମୟରେ ଅଯୋଧ୍ୟାକୁ ଆସିବେ, ହନୁମାନଗଢୀ ମନ୍ଦିରକୁ ଆସି ପ୍ରାର୍ଥନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଦୁଇ ଘଣ୍ଟା ଅଯୋଧ୍ୟାରେ ରହିବେ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୯ଟା ୩୦ ସମୟରେ ଦିଲ୍ଲୀ ଛାଡିବେ । ଲକ୍ଷ୍ନୌରେ ପହଞ୍ଚିବା ପରେ ସେ ହେଲିକପ୍ଟର ଯୋଗେ ଅଯୋଧ୍ୟାରେ ପହଞ୍ଚି ପୂଜାରେ ଯୋଗଦେବେ ।

ବୁର୍ଲା ଭିମସାରରେ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ବୁର୍ଲା ଭିମସାରରେ ଆଜିଠୁ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା । ବୁର୍ଲା ରକ୍ତଭଣ୍ଡାରରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭ ଉଦଘାଟନ ହେବ । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ । ସମଗ୍ର ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ ବୋଲାଉଥିବା ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲିଲେ ଅନେକ କରୋନା ରୋଗୀ ଲାଭବାନ ହେବେ । ପୂର୍ବରୁ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ସହ ଚିକିତ୍ସାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅପରପକ୍ଷରେ ଆଜି ଠାରୁ ୧୫ ଦିନ ପାଇଁ ବନ୍ଦ ହେଲା ଭୀମସାର ଓପିଡ଼ି। ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରୁ ୧୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଭାଗକୁ ବନ୍ଦ କରିଦିଆଯାଇଛି। ତେବେ ମେଡ଼ିସିନ ବିଭାଗକୁ ଜରୁରୀକାଳୀନ ଏମରଜେନ୍ସି ବିଭାଗ କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏହି ଡାକ୍ତରମାନଙ୍କ କଣ୍ଟାକ୍ତ ଟ୍ରେସିଂ କରାଯିବ। ଏଵଂ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୂର୍ବରୁ ଭୀମସରକୁ ୨ଟି ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ସଟ ଡାଉନ କରାଯାଇଥିଲା। ଏହା ସହିତ ଭୀମସାରର କ୍ୟାନ୍ସର ୱାର୍ଡକୁ ଆଜି ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।