spot_img
Home Blog Page 6707

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ଉପ ସଭାପତି ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । କଟକର ପୀଠାପୁର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ଆଇପିଏସ ଅଶୋକ ସାହୁ ଚାକିରୀ ସ୍ୱେଛକୃତ ଅବସର ନେଇ ବିଜେପିରେ ଯୋଗ ଦେଇଥିଲେ । ଆସାମର ଅତିରିକ୍ତ ପୋଲିସ ଡିଜି ଭାବେ ସେ କାର୍ଯ୍ୟ କରିଥିଲେ ।
ଦଳରେ ବିଭିନ୍ନ ସାଂଗଠନକି ପଦବୀରେ ରହିବା ପରେ ସେ ରାଜ୍ୟ ଶାଖାର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ।

୨୦୦୯ରେ ସେ କନ୍ଧମାଳରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୧୪ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଇଛା ପ୍ରକାଶ କରିଥିଲେ । କିନ୍ତୁ ଦଳ ତାଙ୍କ ସ୍ଥାନରେ ରୁଦ୍ରମାଧବ ରାୟଙ୍କୁ ଟିକେଟ୍ ଦେଇଥିଲା । ତେବେ ରୁଦ୍ରମାଧବ ନିର୍ବାଚନ ଜିତି ପାରିନଥିଲେ ।ଏହା ପରେ ଅଶୋକ ସାହୁ ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ସୋସିଆଲ ମିଡିଆରେ ସେ ମୋଦି ମ୍ୟାଜିକ୍ କାହିଁକି ଓଡ଼ିଶାରେ କାମ କରୁନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ବିଜେପିର ତତ୍କାଳୀନ ରାଜ୍ୟ ସଭାପତି କେ.ଭି ସିଂଦେଓଙ୍କ ସହ ଏହାକୁ ନେଇ ତାଙ୍କର ବାକଯୁଦ୍ଧ ମଧ୍ୟ ଚାଲିଥିଲା । କେଭି ବଲାଙ୍ଗିରର ରାଜା ହୋଇ ପାରନ୍ତି କିନ୍ତୁ ମୁଁ ତାଙ୍କ ସେବକ ନୁହେଁ ବୋଲି କହି ସେତେବେଳେ ଅଶୋକ ନିଜ ଦଳର ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ । ଏମିତିକି ସେ ଏହି ପ୍ରସଙ୍ଗକୁ ନେଇ ଜାତୀୟ ନେତୃତ୍ୱ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ

ଆକାଶ ଦାସନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବୃଦ୍ଧାଶ୍ରମର ବରିଷ୍ଠ, ପିଲା ବି କାଟିଲେ କେକ୍

ଭୁବନେଶ୍ୱର: ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଛୋଟ ପିଲା ଓ ନିରାଶ୍ରୟ ବରିଷ୍ଠ ନାଗରିକ । ଏକ ନିଆରା ଢ଼ଙ୍ଗରେ ପାଳିତ ହୋଇଛି ଆକାଶଙ୍କ ଜନ୍ମଦିନ । ଅଭିନେତାରୁ ରାଜନେତା ପାଲିଟିଥିବା ଆକାଶ ଦାସନାୟକଙ୍କୁ ଦିବ୍ୟଜ୍ୟୋତି ସେବାଶ୍ରମ ଓ ଆଶାକିରଣ ଓଲ୍ଡଏଜ୍ ହୋମ୍‌ର ଅନ୍ତେବାସୀ ଜଣାଇଛନ୍ତି ଜନ୍ମଦିନର ଅଭିନନ୍ଦନ । ୩୯ ବର୍ଷରେ ପାଦ ଥାପିଥିବା ଆକାଶ ମଧ୍ୟ  ଭିଡିଓ କଲ ମାଧ୍ୟମରେ ଶୁଭେଚ୍ଛାକୁ ସାଦରେ ଗ୍ରହଣ କରିଛନ୍ତି ।

ଲକ୍‌ଡାଉନ୍‌ ତଥା କରୋନା ମହାମାରୀ ସମୟରେ ଅନେକ କଟକଣା ଦେଇ ଗତି କରିବାକୁ ପଡ଼ୁଛି । ସମସ୍ତଙ୍କ ମନରେ ମହାମାରୀ କରୋନା ସଂକ୍ରମଣର ଭୟ ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ଏକାଠି ହୋଇ ଜନ୍ମ ଦିନ ପାଳନ କରିବା ତ କାଠିକର ପାଠ । ତେଣୁ ସେବାଶ୍ରମ ଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଆକାଶଙ୍କୁ ।

ଆଉ ଆକାଶ ମଧ୍ୟ ସମସ୍ତଙ୍କୁ ଭଲ ପାଇବା ଦେବା ସହ ଧନ୍ୟବାଜ ଜଣାଇଛନ୍ତି । ଭିନ୍ନ ଭିନ୍ନ ସେବାଶ୍ରମରେ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କ ଦ୍ୱାରା ପାଳନ କରାଯାଇଥିବା ଜନ୍ମ ଦିନକୁ ମୋବାଇଲରେ ଭିଡିଓ କଲିଂ ମାଧ୍ୟମରେ ଆକାଶ ବେଶ୍‌ ଉପଭୋଗ କରିଛନ୍ତି । ଏହି ସେବାଶ୍ରମ ଗୁଡ଼ିକ ମଧ୍ୟରେ ରହିଛି ଦିବ୍ୟଜ୍ୟୋତି ସେବାଶ୍ରମ ତଥା ବାଳାଶ୍ରମ ଓ ଆଶା କିରଣ ଓଲ୍ଡଏଜ୍ ହୋମ୍ ।

୪ ପ୍ରଭାବିତ ଜିଲ୍ଲାରେ କେନ୍ଦ୍ରୀୟ ଟିମର କ୍ଷୟକ୍ଷତି ଆକଳନ, ଆଜି ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରୁଛି ଟିମ୍

ଭୁବନେଶ୍ୱର: ବନ୍ୟା ବିଭୀଷିକାର ଚାଲିଛି ହିସାବ କିତାବ । କେତେ ଭାଙ୍ଗିଛି କେତେ ଭାସିଛି ତାର ଆକଳନ କରୁଛି କେନ୍ଦ୍ରୀୟ ପ୍ରତିନିଧି ଦଳ । ୨ଟି ଭାଗରେ ବିଭକ୍ତ ହୋଇ ପ୍ରଭାବିତ ୪ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ଆକଳନ କରୁଛି ଟିମ୍ । ଟିମରେ ଅର୍ଥ, କୃଷି, ଜଳ ସମ୍ପଦ, ପରିବହନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସଦସ୍ୟ ସାମିଲ ଅଛନ୍ତି ।

ଯାଜପୁରର ସର୍ବାଧିକ କ୍ଷତିଗ୍ରସ୍ତ ବରୀ,ବିଂଝାରପୁର ଓ ଦଶରଥପୁରରେ ବନ୍ୟା ବିପନ୍ନଙ୍କୁ ଭେଟିଛି ଟିମ୍ । ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ କେନ୍ଦ୍ରୀୟ ଟିମ ସାଙ୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲୁଛନ୍ତି । ଅନୁଧ୍ୟାନ ପରେ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସହ ଟିମ ଆଲୋଚନା କରିବ ।

ଏହାପରେ ଟିମ ଆଜି ଦିଲ୍ଲୀ ଫେରିଯାଇ ରିର୍ପୋଟ ଦେବ । ଗତକାଲି ଟିମ୍ ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ତିହିଡ଼ି ବ୍ଲକ ବୁଲି ସ୍ଥିତି ଅନୁଧ୍ୟାନ କରିଛି । ସେହିପରି ଆଉ ଏକ ଟିମ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଛି ।

ପ୍ଲାଜମା ଥେରାପିରେ ୧୦୦୦ରୁ ଅଧିକ ସୁସ୍ଥ, କରୋନା ଚିକିତ୍ସା କ୍ଷେତ୍ରରେ ରେକର୍ଡ କରୁଛି ଓଡ଼ିଶା

ଭୁବନେଶ୍ୱର: ସାରା ବିଶ୍ୱ କରୋନା ଟିକା ପଛରେ ପଡ଼ିଥିବା ବେଳେ ରାଜ୍ୟରେ ପ୍ଲାଜମା ଥେରାପି ବଞ୍ଚାଉଛି ଗୁରୁତର ରୋଗୀଙ୍କ ଜୀବନ । ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପି ପ୍ରଦାନ କରି କରୋନା ଚିକିତ୍ସା କ୍ଷେତ୍ରେରେ ମାଇଲଖୁଣ୍ଟ କରିଚି ଓଡ଼ିଶା ।

ସେହିପରି କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟର ପ୍ରମୁଖ ସରକାରୀ ହସପିଟାଲ ଏବଂ ପ୍ରାଇଭେଟ କୋଭିଡ ମେଡିକାଲ ମାନଙ୍କରେ ପ୍ଲାଜମା ମହଜୁଦ ରହିଛି । କରୋନାରୁ ସୁସ୍ଥ ଆକ୍ରାନ୍ତ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ ପାଇଁ ଆଗେଇ ଆସୁଥିବାରୁ ପ୍ଲାଜମା ବ୍ୟାଙ୍କ ଗୁଡିକରେ ପ୍ଲାଜମାର ଅଭାବ ନାହିଁ ।

ଏଣୁ ପ୍ଲାଜମା ଦାତାଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ କେବଳ ଓଡ଼ିଶା ପୋଲିସର ୨ଶହ କର୍ମଚାରୀ ପ୍ଲାଜମା ଦାନ କରିଥିବା ଡିଜିପି ଟ୍ୱିଟ କରି କହିଛନ୍ତି ।

ସ୍ୱାମୀ ନିର୍ଯତନାର ଶିକାର ମହିଳାଙ୍କ ମୃତ୍ୟ, ପୋଲିସର ତଦନ୍ତ ଜାରି

0

ବଣାଇ: ବଣାଇ ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ବର୍ଷ ଶିଶୁପୁତ୍ର ଗୁରୁତର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ ଗୋବିନ୍ଦପୁର ଗ୍ରାମର ଡମ୍ବରୁ କିଷାନଙ୍କ କନ୍ତସରା ଗ୍ରାମର ଅଷ୍ଟମି କିଷାନଙ୍କ ସହ ଅଢେଇ ବର୍ଷ ପୂର୍ବେ ବିବାହ ହୋଇଥିଲା । ଆଜି ସକାଳୁ ମାଆ ପୁଅ ନଉଠିବାରୁ ପରିବାର ଲୋକଙ୍କ ସନ୍ଦେହଜାତ ହୋଇଥିଲା ।

ଦେଖିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା । ଶିଶୁକୁ ଗୁରୁତର ଅବସ୍ଥାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍ୱାମୀ ଡମ୍ବରୁ ଗତକାଲି ରାତିରେ ସ୍ତ୍ରୀ ଅଷ୍ଟମିକୁ ମାରଧର କରିଥିବା ସୂଚନା ମିଲିଛି । ଏହି ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଶାଶୁ ଘରେ ସବୁବେଳେ ଝିଅକୁ ଦେଉଥିଲେ ନିର୍ଯାତନା ।

ରାସ୍ତା ଉପରେ ପଡ଼ିଛି ନବଜାତର କଟାମୁଣ୍ଡ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାସ୍ତା ଉପରେ ପଡିଛି ଏକ ନବଜାତର କଟାମୁଣ୍ଡ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗୁରୁବାର ସକାଳେ ରାସ୍ତା ଉପରେ କଟାମୁଣ୍ଡ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ତେବେ ରାସ୍ତା ଉପରକୁ ମୁଣ୍ଡଟି କେମିତି ଆସିଲା ତାହା ଜଣା ପଡି ନାହିଁ ।

ତେବେ ସୂଚନା ଅନୁସାରେ ଶିଶୁର ଶରୀରକୁ କୁକୁର ଖାଇ ଦେଇଥିବା ଜଣାପଡିଛି । ପାଖରେ ଏକ ନର୍ସିଂହୋମ ରହିଛି । ତେଣୁ କାହାର ମୃତ ଶିଶୁ ଜନ୍ମ ପରେ ଡ଼ଷ୍ଟବିନରେ ଶିଶୁଟିକୁ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

 

ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତୁ ଜାଣିବା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିବସ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଗ୍ରହଣ କରିଥିଲେ । ମୋଦି ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ସୁଅ ଛୁଟିଛି । ସୋସିଆଲ ମିଡିଆ ଖୋଲିବା ମାତ୍ରେ କେବଳ ମୋଦିଙ୍କ ପାଇଁ ଶୁଭେଚ୍ଛା ବାର୍ତ୍ତା ।

କୋଟି କୋଟି ଲୋକ ମୋଦିଙ୍କୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌-ଟ୍ୱିଟର ଭଳି ଲୋକପ୍ରିୟ ସୋସିଆଲ ସାଇଟ୍‌ ଆଜି ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାରେ ଭରି ହୋଇଯାଇଛି ।

modi

ନରେନ୍ଦ୍ର ମୋଦି କିଶୋରବସ୍ଥାରୁ ନିଜ ଘର ଛାଡ଼ି ଏକ ଆଶ୍ରମରେ ରହୁଥିଲେ । ପରେ ପରେ ସେ ଆଶ୍ରମରେ ହିଁ ରହି ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ । ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ ।

ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ । ସେ ୨୦୧୪ ଲୋକସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ବାରାଣାସୀ ଓ ଭଦୋଦରାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା ।

୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ ।

ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ନରେନ୍ଦ୍ର ମୋଦି ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହୁଥିବା ସୈନିକ ମାନଙ୍କୁ ସେବା ଯୋଗାଉଥିଲେ । ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ ।

ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ

ନୂଆଦିଲ୍ଲୀ: ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ ମିଳିଛି । ଏହି ବିଲ୍‌ ଗୃହୀତ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମିଳିଛି ଅଧିକ କ୍ଷମତା । ଏହାଫଳରେ ଦେଶରେ ରହିଥିବା ଅର୍ବାନ୍‌ ​କୋ-ଅପରେଟିଭ୍‌ ବ୍ୟାଙ୍କଗୁଡିକ ଏଣିକି ରିଜର୍ଭ ବ୍ୟାଙ୍କର ନିରୀକ୍ଷଣରେ ରହିବେ । ଏଥିପାଇଁ ସରକାରଙ୍କୁ ଗତ ମୌସୁମୀ ଅଧିବେଶନରେ ଜୁନ୍‌ ୨୬ରେ ଆଣିଥିବା ଅଧ୍ୟାଦେଶକୁ ହଟାଇବାକୁ ପଡିଛି । ‌​‌

ଲୋକସଭାରେ ନୂଆ ସଂଶୋଧିତ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ । ସ୍ୱୀକୃତି ମିଳିବା ପରେ ଏହା ଆଇନରେ ପରିଣତ ହେବ। ଏହି ବିଲ୍‌ କୌଣସି ମୋରାଟୋରିୟମ୍‌ ଲାଗୁ ବିନା ଏକ ବ୍ୟାଙ୍କର ପୁନର୍ଗଠନ ଏବଂ ମିଶ୍ରଣ ପାଇଁ ଆର୍‌ବିଆଇକୁ କ୍ଷମତା ପ୍ରଦାନ କରୁଛି ।

ବିଲ୍‌ ଗୃହୀତ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଏହି ବିଲ୍‌ ଦେଶରେ ରହିଥିବା ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ କରିବା ସହ ଜମାକାରୀଙ୍କ ଅର୍ଥର ସୁରକ୍ଷା କରିବ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିବସ, ଦେଖନ୍ତୁ ତାଙ୍କୁ ଜୀବନର କିଛି ସ୍ମୃତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିବସ । ଏ ଅବସରରେ ଆଜି ଠାରୁ ୨୦ ସେପ୍ଟେମ୍ବର ଯାଏ ସେବା ସପ୍ତାହ ପାଳୁଛି ବିଜେପି । ସେପଟେ ମୋଦିଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଳୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ଓ ନିଚ୍ଛକ ବାଲୁକା କଳାକୃତି ନିର୍ମାଣ କରି, ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ ।

ତେବେ ଆମେ ଆପଣଙ୍କୁ ନରେନ୍ଦ୍ର ମୋଦିଙ୍କ କିଛି ପୁରୁଣା ଅଣଦେଖା ଫୋଟଚିତ୍ର ଦେଖାଇବୁ, ଯାହା ଦେଖିବା ପରେ ଜାଣି ପାରିବେ କେତେ କଷ୍ଟ ଭରା ଜୀବନ ଥିଲା ନରେନ୍ଦ୍ର ମୋଦିଙ୍କ  ।

ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଜଣେ ନେତାଙ୍କ ବିଷୟରେ କହିବୁ, ସେହି ନେତା ଜଣଙ୍କ ନା କେବଳ ଭାରତରେ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହୋଇ ସାରିଛନ୍ତି । ଆମେ କହୁଛୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ।  ନରେନ୍ଦ୍ର ମୋଦିଙ୍କ କିଛି ପୁରୁଣା ଫୋଟଚିତ୍ର ଦେଖାଇବୁ, ଯେଉଁଥିରୁ ଜଣାପଡୁଛି ନରେନ୍ଦ୍ର ମୋଦିଙ୍କ ଜୀବନ କେତେ ସଂଘର୍ଷ ପୂର୍ଣ୍ଣ ଥିଲା । ଆପଣମାନେ ନରେନ୍ଦ୍ର ମୋଦିଙ୍କ ଅନେକ ଫୋଟଚିତ୍ର ଦେଖିଥିବେ କିନ୍ତୁ ଇଣ୍ଟରନେଟରେ ଆଜିକାଲି ଅନେକ ଫୋଟ ଭାଇରଲ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ କିଛି ଫୋଟଚିତ୍ର ।

ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ ପିଲାବେଳର ଫୋଟଚିତ୍ର, ପିଲାବେଳେ ନରେନ୍ଦ୍ର ମୋଦି କେତେ ଶାନ୍ତସିଷ୍ଟ ଦେଖା ଯାଉଥିଲେ ।

ଆଜି ମଧ୍ୟ ନରେନ୍ଦ୍ର ମୋଦିଙ୍କ ଯେତେବେଳେ ଭାଷଣ ଦିଅନ୍ତି, ତାଙ୍କ ଭାଷଣ ଶୁଣିବା ପାଇଁ କିଛି ଲୋକ ନିଜ କାର୍ଯ୍ୟରୁ ବିରତି ନେଇନ୍ତି । ସମସ୍ତେ ଜାଣନ୍ତି ମୋଦି, ଆର.ଏସ୍.ଏସ୍.ର ସଦ୍ୟସ ରହି ସାରିଛନ୍ତି । ଏହି ପୁରୁଣା ଫୋଟଚିତ୍ରଟି ସେହି ସମୟର ଅଟେ, ଯେଉଁ ସମୟରେ ମୋଦି ଆର.ଏସ୍.ଏସ୍.ର ସଦ୍ୟସ ଥିଲେ । ଫୋଟଚିତ୍ରରେ ଆପଣ ଦେଖି ପାରୁଥିବେ; ମୋଦି ଷ୍ଟେଜରେ ଠିଆ ହୋଇ ଭାଷଣ ଦେଉଛନ୍ତି । ବର୍ତ୍ତମାନ ଆପଣ ଜାଣି ପାରୁଥିବେ, ମୋଦିଙ୍କୁ ଏତେ ଭଲ ଭାଷଣ ଦେବା କେଉଁଠୁ ଶିଖିଲେ ?

ଏହି ଫୋଟଚିତ୍ରରେ ବିଜେପିର ବରିଷ୍ଠ ନେତା ଲାଳକୃଷ୍ଣ ଆଡ଼ଭାଣି ଓ ମୋଦି ଏକ ସାଥିରେ ଦେଖା ଯାଉଛନ୍ତି । କିନ୍ତୁ ସେହି ସମୟରେ ମୋଦିଙ୍କୁ ଦେଶର ଜନତା ଜାଣିନଥିଲେ ଏବଂ ନା କେହି ସେହି ସମୟରେ ଜାଣିଥିଲେ ଆଗକୁ ଯାଇ ଏହି ମନୁଷ୍ୟ (ମୋଦୀ) ନା କେବଳ ଭାରତରେ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହୋଇଯିବ ।


ଦେଖନ୍ତୁ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ଫୋଟଚିତ୍ର । ଏହି ଚିତ୍ରଟି ବହୁତ ପୁରୁଣା ଅଟେ । ଏହି ଚିତ୍ରରେ ମୋଦି ବହୁତ ଯୁବକ ଦେଖା ଯାଉଛନ୍ତି । ଏହି ଫୋଟଚିତ୍ରରୁ ମୋଦି ତଳେ ବସି ଭୋଜନ କରୁଥିବା ନଜର ଆସୁଛନ୍ତି ।


ଏହି ଚିତ୍ରରେ ମୋଦି ଏକ ବାଇକରେ ବସି ଥିବା ନଜର ଆସୁଛନ୍ତି । ଚିତ୍ରଟିରେ ମୋଦି ଏକ ବେଳାଭୂମିରେ ଗାଡ଼ି ଉପରେ ବସିଥିବାର ଦେଖିବାକୁ ମିଳିଛି ।

 

ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜ ସ୍ୱତନ୍ତ୍ର ଢ଼ଙ୍ଗରେ ସେ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର, ସୁନ୍ଦର ଓ ନିଚ୍ଛକ ବାଲୁକା କଳାକୃତି ପ୍ରସ୍ତୁତକରି ସୁଦର୍ଶନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନର ସହ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ମୋଦିଙ୍କ ଜନ୍ମ ଦିନ ଅବସରରେ ଆଜି ଠାରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରୁଛି ବିଜେପି ।