spot_img
Home Blog Page 6708

ଆଜି ପବିତ୍ର ମହାଳୟା ଶ୍ରାଦ୍ଧ, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ପରିବାର ବର୍ଗ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଶ୍ରାଦ୍ଧ । ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ ହୋଇଥାଏ । ମୁଖ୍ୟତଃ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷ ଦିବସ । ପିତୃପକ୍ଷ ଲୋକମାନଙ୍କର ଆତ୍ମାର ସଦଗତି କାମନା କରି ଆତ୍ମୀୟ ସ୍ୱଜନ ମାନେ ଆଜି ଶ୍ରାଦ୍ଧ ଦେଇଛନ୍ତି ।

ଆଜିର ଏହି ଦିନରେ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । ଏହି ପିଣ୍ଡଦାନ ଦ୍ୱାରା ପିତୃ ତଥା ମାତାଙ୍କ ସହ ତିନିପୁରୁଷ ଏପରିକି ମାମୁଁଘରର ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ ଓ ପୂଜନ କରାଯାଇଥାଏ । ବିଶ୍ୱାସ ଅଛି ଆଜିର ଦିନରେ ଶ୍ରାଦ୍ଧ, ପିଣ୍ଡଦାନ ତଥା ତର୍ପଣ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଵା ସହ ସେମାନେ ନିଜ ନିଜ ପରିବାରକୁ ଆଶ୍ରୀବାଦ ପ୍ରଦାନ କରିଥାନ୍ତି ବୋଲି କୁହାଯାଏ ।

ଗତ ପନ୍ଦରଦିନ ଧରି ପିତୃପକ୍ଷ ଚାଲିଥିବା ବେଳେ ଆଜି ହେଉଛି ଏହି ପକ୍ଷର ଅନ୍ତିମଦିନ । ପିତୃ ପୁରୁଷ ମାନଙ୍କ ମୃତ୍ୟୁ ତିଥି ଅନୁସାରେ ଏହି ପନ୍ଦରଦିନ ମଧ୍ୟରେ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି । ପିଣ୍ଡଦାନ ଓ ଶ୍ରାଦ୍ଧ ତଥା ତିଳତର୍ପଣର ବ୍ୟବସ୍ଥା କାଳ କାଳରୁ ଚାଲିଆସିଥିବା ବେଳେ ମହାଳୟା ଅବସରରେ ନିଜ ଘରେ ପଞ୍ଚପୁଷ୍କରିଣୀ ଓ ମହୋଦଧିରେ ପିଣ୍ଡଦାନ କରି ନିଜକୁ ଧନ୍ୟମନେ କରିଛନ୍ତି ।

 

 

ତେବେ ସାଧାରଣତଃ ପ୍ରତ୍ୟେକ ବର୍ଷ ପୁରୀ ଶ୍ରୀମନ୍ଦିର ବାଇଶିପାହାଚରେ ଶ୍ରାଦ୍ଧ ଦେବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ଆସିଥାନ୍ତି । ଯେହେତୁ କରୋନା ମହାମାରୀର କଟକଣା ରହିଛି ଏନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ମନା ଥିବା ବେଳେ ଶ୍ରାଦ୍ଧ ଦେବା ପାଇଁ ମଧ୍ୟ ବାରଣ କରାଯାଇଛି । ତେଣୁ ଲୋକମାନେ ନିଜ ନିଜ ଘରେ, ମହୋଦଧି ତଥା ତୀର୍ଥ ପୁଷ୍କରିଣୀରେ ଶ୍ରାଦ୍ଧ ପକାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ କରୋନା, ମୌସୁମୀ ଅଧିବେଶନର ପ୍ରଥମ ଦିନ ଯାଇଥିଲେ ସଂସଦ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଦୁର୍ବଳ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରୋନା ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

ରିପୋର୍ଟ ଆସିବା ପରେ ନୀତିନ ଗଡ଼କରୀ ଆଇସୋଲେସନରେ ଅଛନ୍ତି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସାବଧାନ ରହିବା ସହ ନିୟମ ପାଳନ କରିବାକୁ କହିଛନ୍ତି । ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନ ସେପ୍ଟେମ୍ବର ୧୪ରେ ସେ ସଂସଦ ଯାଇଥିଲେ ।

ନୀତିନ ଗଡ଼କରୀ କହିଛନ୍ତି- ଗତକାଲି ମୋତେ ଦୁର୍ବଳା ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଚେକଅପ୍ କରିଥିଲି, ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଆପଣମାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଯୋଗୁଁ ଠିକ୍ ଅନୁଭବ କରୁଛି । କରୋନାର ଭୟାବହତା ଭିତରେ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏବେ ଯାଏଁ ୩୦ରୁ ଅଧିକ ସାଂସଦଙ୍କ ନମୁନା କରୋନା ପଜିଟିଭ୍ ଆସିଛି ।

ଏହା ପୂର୍ବରୁ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏମ୍ସରେ ପୁଣି ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୧୮ ତାରିଖରେ ଶାହ କୋଭିଡ୍ ମୁକ୍ତ ହେବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ୧୨ ଦିନ ମେଡିକାଲରେ ରହିବା ପରେ ଅଗଷ୍ଟ ୩୧ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

ନୂତନ ସଂସଦ ଭବନର ନିର୍ମାଣ କରିବ ଟାଟା ପ୍ରୋଜେକ୍ଟ ଲିମିଟେଡ୍, ଖର୍ଚ୍ଚ ହେବ ୮୬୧.୯୦ କୋଟି ଟଙ୍କା

ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟସ୍ ଲିମିଟେଡ୍ ନୂତନ ସଂସଦ ଭବନର ନିର୍ମାଣ କରିବ । ୮୬୧.୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସଂସଦ ଭବନ । ବିଡିଂ ଜରିଆରେ ହୋଇଥିବା ଚୟନରେ ୮୬୧.୯୦ ଟଙ୍କା ଖର୍ଚ୍ଚ ସହ ଟାଟା ପ୍ରୋଜେକ୍ଟକୁ ମିଳିଛି ସଂସଦ ଭବନ ନିର୍ମାଣ କାର୍ଯ୍ୟ । କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ବୁଧବାର ବିଡ୍ ଖୋଲିଥିଲା । ଯେଉଁଥିରେ ଟାଟା ପ୍ରୋଜେକ୍ଟ ୮୬୧.୯୦ କୋଟି ଟଙ୍କା ବିଡ୍ କରିଥିବା ବେଳେ ଲାର୍ସନ ଓ ଟୁବ୍ରୋ ଲିମିଟେଡ୍ ୮୬୫ କୋଟି ଟଙ୍କା ବିଡ୍ କରିଥିଲା ।

ନୂଆଦିଲ୍ଲୀରେ ନୂଆ ସଂସଦ ଭବନରେ କେନ୍ଦ୍ରୀୟ ଭିଷ୍ଟାର ପୁନଃବିକାଶ କରିବା ପାଇଁ ମୋଦି ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ । ମିଳିଥିବା ସୂଚନା ଅନୁସାରେ ସଂସଦର ମୌସୁମୀ ଅଧିବେଶନ ସରିବା ପରେ ନୂଆ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Tata Projects Limited To Build New Parliament Building Rs 861.90 Crore

ଗତ ମାସରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ବିଡ୍ କରିବାକୁ ସରକାର ମୁମ୍ବାଇର ତିନୋଟି କମ୍ପାନୀ- ଲାର୍ସନ ଏଣ୍ଡ ଟୁବ୍ରୋ, ଟାଟା ପ୍ରୋଜେକ୍ଟ ଓ ଶାପୁରଜୀ ପଲୋନଜି ଏଣ୍ଡ କମ୍ପାନୀର ଏକ ଛୋଟ ତାଲିକା ପ୍ରସ୍ତୁତ କରିଥିଲେ ।

ଡ୍ରଗ୍‌ସ କାରବାର ନେଇ ବଲିଉଡ୍‌ ଦୁଇ ଫାଳ, ଜୟା-ଜୟା ମଧ୍ୟରେ ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ: ବଲିଉଡରେ ଆରମ୍ଭ ହୋଇଛି ଥାଳି ରାଜନୀତି । କାହା ଥାଳିରେ କଣା ହୋଇଛି ତାକୁ ନେଇ ସଂସଦଠୁ ଆରମ୍ଭ କରି ବଲିଉଡରେ ଜାରି ରହିଛି ବୟାନ ବାଜି । ବିଜେପି ସାଂସଦ ରବି କିଶନ ବଲିଉଡ୍‌ରେ ଡ୍ରଗ୍‌ସ କାରବାର ବଢୁଥିବା ନେଇ ବୟାନ ପରେ ସମାଜବାର୍ଦି ପାର୍ଟି ସାଂସଦ ଜୟା ବଚ୍ଚନ ଏହାକୁ ବିରୋଧ କରିବା ସହ ଯେଉଁ ଥାଳିରେ ଖାଉଛ ସେହି ଥାଳିରେ କ’ଣା କରୁଛ ବୋଲି କହିଛନ୍ତି ।

ସଂସଦରେ ଜୟାଙ୍କ ଏହି ବୟାନ ପରେ ଚାରି ଆଡେ ଖାଲି ଥାଳି ଚର୍ଚ୍ଚା । ସୋସିଆଲ ମିଡିଆରେ ଜୟାଙ୍କୁ ତୀବ୍ର ନିନ୍ଦା କରାଯିବା ପରେ ମୁମ୍ବାଇରେ ତାଙ୍କ ବାସଭବନ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜୟାଙ୍କର ଏହି ବୟାନକୁ ଶିବସେନା ସମର୍ଥନ କରିଥିବା ବେଳେ କଙ୍ଗନା ରାଣାଓ୍ୱତ ତୀବ୍ର ନିନ୍ଦା କରିଛନ୍ତି । ରବି କିଶନଙ୍କ ବୟାନକୁ କଙ୍ଗନା ଖୋଲା ଖୋଲି ସମର୍ଥନ କରିଛନ୍ତି ।

Jaya Bachan

ସେପଟେ ଜୟା ପ୍ରଦା ମଧ୍ୟ ରବି କିଶନକୁ ସମର୍ଥନ କରିଛନ୍ତି । ଦେଶର ଯୁବପୀଢିଙ୍କୁ ଡ୍ରଗ୍‌ସ ଠାରୁ ବଞ୍ଚାଇବାକୁ ପଡିବ । ଏଥିପାଇଁ ଦେଶର ସବୁ କ୍ଷେତ୍ରରେ ସ୍ୱରଉତ୍ତୋଳନ ହେବା ଦରକାର ବୋଲି ସେ କହିଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜୟା ବଚ୍ଚନ ରାଜନୀତି କରୁଛନ୍ତି ବୋଲି ଜୟା ପ୍ରଦା ସିଧାସଳଖ ଟାର୍ଗେଟ କରିଛନ୍ତି ।

ନିର୍ବାଚନ ପୂର୍ବରୁ ନିଜର ଅପରାଧିକ ପୃଷ୍ଠଭୂମି ନେଇ ଅବଗତ କରାଇବେ ପ୍ରାର୍ଥୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନିଜର ଅପରାଧିକ ପୃଷ୍ଠଭୂମି ନେଇ ଅବଗତ କରାଇବେ ପ୍ରାର୍ଥୀ । ଏନେଇ ଭାରତ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପରିବର୍ତ୍ତିତ ନିର୍ଦ୍ଦେଶାନୁସାରା ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ଅପରାଧପ୍ରବଣ ପୃଷ୍ଠଭୂମି ସମ୍ପର୍କରେ ଛାପା ଓ ବୈଦୁତିକ ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରାଇବେ ।

ପ୍ରଥମ ପର୍ଯ୍ୟାୟ ପ୍ରଚାରପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରି ଦିନ ମଧ୍ୟରେ କରାଇବେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ କରିପାରିବେ । ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ପ୍ରଚାରର ଶେଷଦିନ ମଧ୍ୟରେ ଅର୍ଥାତ୍ ଭୋଟ୍ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ ।

ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ସମ୍ପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି ।

LAC Issue: ସରିଲା ସର୍ବଦଳୀୟ ବୈଠକ, କାଲି ରାଜ୍ୟସଭାରେ ବିବୃତି ରଖିବେ ରାଜନାଥ

ନୂଆଦିଲ୍ଲୀ: ସୀମାରେ ଟେନସନ୍ । ଦିଲ୍ଲୀରେ ଘନ ଘନ ବୈଠକ । ଗଲବାନ ପରେ ପ୍ୟାଙ୍ଗୋଗ୍ । ଭାରତୀୟ ସୀମରେ ଅନୁପ୍ରବେଶ ପାଇଁ ଚୀନ ସେନାର ବାରମ୍ବାର ଉଦ୍ୟମ ପରେ ଆଜି ଦିଲ୍ଲୀରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ଭାରତ-ଚୀନ ସମ୍ପର୍କ ନେଇ ଆଲୋଚନା ହୋଇଛି । ସୀମା ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ଦିନ ୧୨ଟାରେ ରାଜ୍ୟସଭାରେ ବିବୃତି ରଖିବେ ।

Rajnath Singh To Give Statement Tomorrow In Rajya Sabha Over LAC Issue

ସଂସଦର ମୌସୁମୀ ଅଧିବେଶନର ଆସନ୍ତାକାଲି ଚତୁର୍ଥ କାର୍ଯ୍ୟ ଦିବସ । ରାଜ୍ୟସଭା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ବସୁଛି । ତା ପରେ ଦିନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲୁଛି ଲୋକସଭା । ଆଜି ବସିଥିବା ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ରାଜନାଥ ସିଂହ, ପୀୟୁଷ ଗୋଏଲ, ପ୍ରହଲ୍ଲାଦ ଯୋଶୀ, ଥାବରଚନ୍ଦ ଗେହଲଟ, ଅର୍ଜୁନ୍ ମେଘବାଲ ଓ ବି ମୁରଲୀଧନଙ୍କ ସମେତ ବିପକ୍ଷ ଦଳରୁ ଆନନ୍ଦ ଶର୍ମା, ଗୁଲାମ ନବି ଆଜାଦ ଉପସ୍ଥିତ ଥିଲେ ।

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସୁସ୍ଥତା, ୨୪ ଘଣ୍ଟାରେ ୪ ହଜାର ୧୨୧ ଜଣ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ଲଢ଼େଇ । ଭୂତାଣୁକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୬୨ ହଜାର ୯୨୦ ଜଣ କରୋନାରେ ସଂକ୍ରମିତ ହେଲେଣି । ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ସହ ରାଜ୍ୟରେ ସୁସ୍ଥତା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୪ ହଜାର ୧୨୧ ଜଣ ସୁସ୍ଥ ହେବା ସହ ନୂଆ ରେକର୍ଡ କରିଛି ଓଡ଼ିଶା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡ଼ାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ଼ ୧୮୧, ଢେଙ୍କାନାଳ ୧୫୦, ମୟୂରଭଞ୍ଜ ୧୨୬, ସୋନପୁର ୧୨୨, କୋରାପୁଟ ୧୧୯, ବାଲେଶ୍ୱର ଓ ବଲାଙ୍ଗିର ୧୦୮, ଗଞ୍ଜାମ ୧୦୩, ଜଗତସିହଂପୁର ୯୭, କେନ୍ଦୁଝର ୮୩, ବୌଦ୍ଧ ୭୬, କେନ୍ଦ୍ରାପଡ଼ା ୭୫, କନ୍ଧମାଳ ୬୯, ଝାରସୁଗୁଡ଼ା ୬୬, ସୁନ୍ଦରଗଡ଼ ୬୪, ଭଦ୍ରକ ୬୨, ରାୟଗଡ଼ା ୬୧, ସମ୍ବଲପୁର ୬୦, ନୟାଗଡ଼ ୫୬, କଳାହାଣ୍ଡି ୫୧, ଗଜପତି ୨୯, ଦେବଗଡ଼ ଓ ନବରଙ୍ଗପୁର ୨୪ ଓ ମାଲକାନଗିରିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି ।

୪ ହଜାର ୧୨୧ ଜଣ ସୁସ୍ଥ ହେବା ସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୩୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୮୬ଟି କେସ୍ ସ୍ଥାନୀୟ ସଂକ୍ରମଣ । ଅନ୍ୟପଟେ ବିଏମସିରୁ ଗତ ୨୪ ଘଣ୍ଟାରେ ୪୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ବିଏମସି ଅଞ୍ଚଳରେ ଏଯାବତ୍ ୧୭ ହଜାର ୨୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୬୯୪ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ୪ ହଜାର ୫୨୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଗ୍ରାମାଞ୍ଚଳ ଅର୍ଥନୀତିକୁ ନବୀନଙ୍କ ଗୁରୁତ୍ୱ, ବିଭିନ୍ନ ଜୀବିକା ପ୍ରକଳ୍ପକୁ ଯୋଗାଇ ଦିଆଯିବା ପାଣ୍ଠି, ସମସ୍ତ ଜିଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର,୧୬ ।୯(ବ୍ୟୁରୋ)-  ଗ୍ରାମାଞ୍ଚଳରେ ବ୍ୟାପକ ହେବ ଅର୍ଥନୈତିକ କାର୍ଯ୍ୟକ୍ରମ । କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଉଦ୍ଧାର କରାଯିବ ଗ୍ରାମାଞ୍ଚଳକୁ । ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟରପ୍ଲାନ, ଏହାକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚସ୍ତରୀୟ  ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ  ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ । ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱାରୋପ ପ୍ରଦାନ କରାଯାଇଛି । ଏଥିପାଇଁ ଘୋଷିତ ହୋଇଥିବା ସହାୟତା ରାଶିକୁ ଠିକ୍ ଭାବେ ବିନିଯୋଗ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।  

ବିଶେଷ କରି ଚାଷୀ, ମିଶନ ଶକ୍ତିର ମା ମାନେ, MSME ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶର  ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି – ୨୩ ପ୍ରତିଶତ  ରହିଛି । ତେଣୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ହଜାରରେ ପହଞ୍ଚିଥିବାରୁ  ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ବାସ୍ଥ୍ୟକମୀ ମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନଦନ ଜଣାଇଛନ୍ତି।

ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ୱର କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ୱର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ  ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି  ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏହି  ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ୱର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ଏହି ବୈଠକରେ  ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, mortality rate କମ୍ ଥିବା ସୂଚନା ଦେଇଥିଲେ ।   ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବୈଠକକୁ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ସଞ୍ଚାଳନ କରିଥିଲେ ।

ନଭେମ୍ବର ସୁଦ୍ଧା ଦେଶରେ ଉପଲବ୍ଧ ହୋଇପାରେ ଋଷ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଭାରତରେ ମିଳିବ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନ୍ । ୧୦ କୋଟି ଟିକା ବିକ୍ରି ପାଇଁ ଋଷର ଭ୍ୟାକ୍ସିନ୍ ନିର୍ମତା ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଭାରତର ଡକ୍ଟର ରେଡ୍ଡିଜ୍ ଲ୍ୟାବ ସହ ଚୁକ୍ତି କରିଛି । ଏହି ଟିକା ଦେଶରେ ନଭେମ୍ବର ମାସ ସୁଦ୍ଧା ଉପଲବ୍ଧ ହୋଇପାରେ । ଏହି ଖବର ପରେ ବିଏସଇ (BSE)ରେ ଡକ୍ଟର ରେଡ୍ଡିଜର ସେୟାର ୧୮୧ ଟଙ୍କା ବୃଦ୍ଧି ପାଇ ୪୬୨୪.୪୫ ଅଙ୍କରେ ପହଞ୍ଚିଛି ।

Russian Corona Vaccine Arrive India November Agreement Dr Reddy Share Rise

ଖବର ଅନୁସାରେ ଭାରତରେ ଋଷି ଟିକା ସ୍ପୁଟନିକ ଭିର କ୍ଲିନିକାଲ୍ ଟ୍ରାଏଲ୍ ଓ ବିତରଣ ପାଇଁ ଋଷ ବୁଝାମଣା କରିଛି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡିଜ୍ ଲ୍ୟାବ ସହ ଚୁକ୍ତି ସ୍ୱାକ୍ଷର କରିଛି ଋଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) । ଚୁକ୍ତି ଅନୁସାରେ ଋଷର କମ୍ପାନୀ ଭାରତର ଡକ୍ଟର ରେଡ୍ଡିଜକୁ ୧୦ କୋଟି ଟିକା ଯୋଗାଇ ଦେବ ।

Russia Ship 50 Million Coronavirus Vaccine Sputnik V Doses Brazil

RDIF ସିଇଓ କିରିଲଙ୍କ ଅନୁସାରେ ଭାରତରେ ଟ୍ରାଏଲ ସଫଳ ହେଲେ ଭ୍ୟାକ୍ସିନ୍ ନଭେମ୍ବର ସୁଦ୍ଧା ଉପଲବ୍ଧ ହେବ । ଡକ୍ଟର ରେଡ୍ଡିଜ୍ ଋଷରେ ୨୫ ବର୍ଷ ଧରି କାରବାର କରୁଛି । କମ୍ପାନୀ ଦାବି କରିଛି ସ୍ପୁଟନିକ ଭି ଭାରତରେ କରୋନା ବିରୋଧୀ ଲଢ଼େଇରେ ସହାୟକ ହେବ । ଭ୍ୟାକ୍ସିନର ପ୍ରାୟ ୨୫୦ କ୍ଲିନିକାଲ ଟ୍ରାଏଲ କରାଯାଇଥିବା ବେଳେ ଫଳ ଭଲ ରହିଥିବା କମ୍ପାନୀ କହିଛି ।

ଭାରତରେ ହେବ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

Russia Ship 50 Million Coronavirus Vaccine Sputnik V Doses Brazil

ଡକ୍ଟର ରେଡ୍ଡିଜ୍ ମ୍ୟାନେଜିଂ ଡାଇରେକ୍ଟର ଜିବି ପ୍ରସାଦ କହିଛନ୍ତି, ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଛି । ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ସୂଚନାଯୋଗ୍ୟ ଋଷ ଅଗଷ୍ଟ ୧୧ ତାରିଖରେ ଦୁନିଆର ପ୍ରଥମ କରୋନା ଭ୍ୟାକ୍ସିନ୍ ଲଞ୍ଚ କରିଥିଲା ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରବିବାର ହେବ ବଡ଼ ଖୁଲାସା, ହତ୍ୟା ନା ଆତ୍ମହତ୍ୟା ? ଏମ୍‌ସ୍‌ ଡାକ୍ତର ଖୋଲିବେ ଗୁମର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରବିବାର ହେବ ବଡ଼ ଖୁଲାସା । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ସେନେଇ ଆସନ୍ତା ରବିବାର AIIMS‌ର ଡାକ୍ତରୀ ବିଶେଷଜ୍ଞ ଦଳ ଘୋଷଣା କରିବେ । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ଦିନଠାରୁ ଫ୍ୟାନ୍‌ମାନେ ଏବଂ ସୁଶାନ୍ତଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ରିପୋର୍ଟକୁ  ଚାହିଁ ରହିଛନ୍ତି । କାରଣ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହେବ ଦିନଠାରୁ ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।

ଗୋଟିଏ ପଟେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ-ଇଡି-ଏନ୍‌ସିବି ତଦନ୍ତ କରୁଥିବା ବେଳେ ଏଯାଏଁ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ।

ତେବେ ଆସନ୍ତା ରବିବାର ଏହି ଘଟଣାର ଖୁଲାସା କରିବେ AIIMSର‌ ଡାକ୍ତରୀ ବିଶେଷଜ୍ଞ ଦଳ । ବାସ୍ତବରେ, AIIMS ର ବିଶେଷଜ୍ଞ ଦଳ ରବିବାର ଦିନ ନିଷ୍ପତ୍ତି ନେବେ ଯେ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ଏହା ପରେ, AIIMS ର ଏହି ସ୍ୱତନ୍ତ୍ର ପ୍ୟାନେଲର କାର୍ଯ୍ୟ ସମାପ୍ତ ହେବ ।

ରବିବାର ଦିନ AIIMS ଫୋରେନସିକ୍ ବିଶେଷଜ୍ଞ ଡ.ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ଡାକ୍ତରଙ୍କ ପ୍ୟାନେଲ୍ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସରା ପରୀକ୍ଷା ରିପୋର୍ଟ ଉପରେ ଆଲୋଚନା କରିବ ଏହି ପ୍ୟାନେଲ । ଏହାପରେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ପ୍ୟାନେଲ ଶେଷ ମତାମତ ଦେବ । ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂ ରାଜପୁତଙ୍କ ଭିସରା ରିପୋର୍ଟକୁ ପୁନଃ ଯାଞ୍ଚ କରିଥିବା ଫୋରେନସିକ୍ ବିଶେଷଜ୍ଞମାନେ ଶୁକ୍ରବାର ସୁଦ୍ଧା AIIMS ଡାକ୍ତରଙ୍କ ନିକଟରେ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ ।