spot_img
Home Blog Page 6708

ବିକାଶ ଦୁବେ ଗିରଫ: କଂଗ୍ରେସ ମନେ ପକାଇଲା ଏମପି ଗୃହମନ୍ତ୍ରୀଙ୍କ କାନପୁର କନେକସନ୍

ଉତ୍ତରପ୍ରଦେଶ: ୫ ଲକ୍ଷ  ଟଙ୍କା ଇନାମୀ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମଦ୍ୟପ୍ରଦେଶର ଉଜ୍ଜୈନରୁ ଗିରଫ ହୋଇଛି । କାନପୁରରେ ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲ ବିକାଶ । ଫରିଦାବାରୁ ଫେରାର୍‌ ହୋଇ ଉଜ୍ଜୈନରୁ ଆତ୍ମଗୋପନ କରିଥିଲା । ଏବେ କଂଗ୍ରେସ ତରଫରୁ ଏହି ସରେଣ୍ଡର ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି । ୟୁପି କଂଗ୍ରେସ ପକ୍ଷରୁ ଏନେଇ ଟ୍ୱିଟ୍‌ କରାଯାଇଛି ।

ୟୁପି କଂଗ୍ରେସ ଗୁରୁବାର ଟ୍ୱିଟ୍ କରି ନରୋତ୍ତମ ମିଶ୍ର ଏବଂ କାନପୁର କନେକସନ୍ ଦର୍ଶାଇଛି । ଟ୍ୱିଟ୍‌ରେ କୁହାଯାଇଛି ଯେ, ନରୋତ୍ତମ ମିଶ୍ର ୟୁପି ପ୍ରଭାରୀ ଥିଲେ । ଏବଂ ଉଜ୍ଜୈନରୁ ମଧ୍ୟ । ଏବେ ନରୋତ୍ତମ ମିଶ୍ର ମଧ୍ୟପ୍ରଦେଶ ଗୃହମନ୍ତ୍ର ଅଛନ୍ତି ।

ୟୁପି କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି ଯେ, ଆପଣ କ୍ରନୋଲୋଜିକୁ ବୁଝନ୍ତୁ

ବିକାଶ ଦୁବେ ଉଜ୍ଜେନରୁ ଗିରଫ ହେଲେ

ନରୋତ୍ତମ ମିଶ୍ର ମଧ୍ୟପ୍ରଦେଶ ଗୃହମନ୍ତ୍ର ଅଛନ୍ତି

ନରୋତ୍ତମ ମିଶ୍ର ଉଜ୍ଜେନ୍ର ପ୍ରଭାରୀ ମଧ୍ୟ ଅଛନ୍ତି

ନରୋତ୍ତମ କାନପୁରରେ ନିର୍ବାଚନ ବେଳେ ପ୍ରଭାରୀ ଥିଲେ

ବିକାଶ ଦୁବେ କାନପୁର ବାସିନ୍ଦା

ଗୁରୁବାର ବିକାଶ ଦୁବେ ଗିରଫ ହେବା ପରେ ପ୍ରଥମେ ନରୋତ୍ତମ ମିଶ୍ରଙ୍କ ପ୍ରତିକ୍ରିୟା ସମ୍ନାକୁ ଆସିଥିଲା । ଆମ ପୋଲିସ କାହାକୁ ଛାଡ଼େନି, ବିକାଶକୁ ଗିରଫ କଲା ।   ମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ଦିଆଯାଇଛି । ନରୋତ୍ତମ ମିଶ୍ରଙ୍କ କହିବାନୁଯାୟୀ ଏମପି ପୋଲିସ ପୂର୍ବରୁ ହିଁ ହାଇ ଆଲର୍ଟରେ ଥିଲା ।

kanpur gangster vikas dubey: ସନ୍ନି ଦେୱଲଙ୍କ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ଥିଲା ବିକାଶ ଦୁବେ

ପଜିଟିଭ ଚିହ୍ନଟ ପରେ କର୍ମଚାରୀ ଅଭାବ: ଆସନ୍ତାକାଲି ଠାରୁ ବନ୍ଦ ରହିବ ଏମ୍ସ ଓପିଡି

ଭୁବନେଶ୍ୱର: ଶୁକ୍ରବାରଠାରୁ ବନ୍ଦ ହେବ ଏମସ୍‌ ଓପିଡି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଓପିଡି । ଭୁବନେଶ୍ୱରର ଡାକ୍ତର, ଷ୍ଟାପ କୋଭିଡ ପିଜେଟିଭି । ସେମାନଙ୍କ କଣ୍ଟକଟ ଟ୍ରେସିଂ ହୋଇଛି । ହସ୍ପିଟାଲର କର୍ମଚାରୀଙ୍କୁ କ୍ଵରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍ସକୁ ଆସିଥିବା ରୋଗୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଆବଶ୍ୟକୀୟ ଡାକ୍ତର ଓ ଷ୍ଟାପ ଅଭାବରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶିକା ଗୀତାଞ୍ଜଳି ପଦ୍ମନାଭନ ।

ଟେଲିମେଡି ସର୍ଭିସେସ ଜରିଆରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ ରୋଗୀ । ଆସନ୍ତାକାଲିଠାରୁ ଏମ୍ସ ପକ୍ଷରୁ ଅରମ୍ଭ ହେବ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ । ଆପ ମଧ୍ୟରେ ମଧ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିପାରିବେ ରୋଗୀ । କାଜୁଆଲିଟି, ଏମରଜେନ୍ସି ଓ ଡାଇଲେସିସ୍ ସେବା ଜାରି ରହିବ । ଡେ କେୟାର ଓ ରେଡ଼ିଓଥେରାପି ସେବା ମଧ୍ୟ ଜାରୀ ରହିବ । ଲାଇଫ ସେଭିଂ ଅପରେସନ ମଧ୍ୟ ଜାରି ରହିବ ।

କୋଭିଡ ପରିଚାଳନା ନେଇ ଭିନିଲ୍ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ଭିନିଲ୍ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟର କୋଭିଡ ପରିଚାଳନା ଓଏସ୍‌ଡି ଦାୟିତ୍ୱ । ପୂର୍ବରୁ ଓଡ଼ିଶା ମାଇନିଂ କର୍ପୋରେସନ୍‌ ନିର୍ଦ୍ଦେଶକଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ଭିନିଲ୍ । ଏଥିସହିତ ଜଳ ଉତ୍ସ ବିଭାଗର ଯୁଗ୍ମ ସଚିବ ଥିବା ଓଏଏସ୍‌ ଲାଲା ମନୋଜ କୁମାର ରୟଙ୍କୁ କଟକ ଉପ ଜିଲ୍ଲାପାଳଭାବେ ନିଯୁକ୍ତି । କଟକ ଉପ ଜିଲ୍ଲାପାଳ ଥିବା ଓଏଏସ୍‌ ଶୁଭ୍ରାଂଶୁ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଡେପୁଟୀ ସେକ୍ରେଟେରୀଭାବେ ନିଯୁକ୍ତି । ସେହିପରି ସାଧାରଣ ପ୍ରଶାସନ ଓ ପିଜି ଡିପାର୍ଟମୋଣ୍ଟାରେ କାର୍ଯ୍ୟରତ ଥିବା ଓଏଏଓ୍ ପ୍ରତାପ କୁମାର ବେଉରାଙ୍କୁ କଟକ ଉପ ଜିଲ୍ଲାପାଳଭାବେ ନିଯୁକ୍ତି ।

ଭୂତାଣୁର ଭୟ ମଧ୍ୟରେ ନିରନ୍ତରଭାବେ କରୋନା ଖବର ପ୍ରସାରଣ ନେଇ ନନ୍ଦିଘୋଷ ଟିଭି ସମ୍ୱର୍ଦ୍ଧିତ

ଭୁବନେଶ୍ୱର: ମହାମାରୀ ସମୟରେ ମାନବିକତାର ପରିଚୟ ଦେଇଛି ନନ୍ଦିଘୋଷ ଟିଭି । କରୋନା କାଳରେ କେବଳ ସାମ୍ୱାଦିକତା ମଧ୍ୟରେ ନିଜକୁ ସୀମିତ ନରଖି ସମାଜ ପ୍ରତି ଥିବା ତା’ ଦାୟିତ୍ୱକୁ ମଧ୍ୟ ନିର୍ବାହ କରିଛି । କରୋନା କଟକଣା ଗରିବ ଦିନ ମଜୁରିଆଙ୍କ ପାଇଁ କାଳ ସାଜିଥିଲା । ଲକଡାଉନ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ଖଟିଖିଆଙ୍କ ପକେଟକୁ ଆସୁନଥିଲା ଟଙ୍କା । ଠପ୍‌ ହୋଇପଡ଼ଥିଲା ଜନଜୀବନ ।

କରୋନା ବିପତ୍ତିରେ ଭିନ୍ନକ୍ଷମ ଏବଂ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ନିଜର ଦାୟିତ୍ୱବୋଧ ତୁଲାଇବା ପାଇଁ ଆରମ୍ଭ କରିଥିଲା ‘ଆପଣ ସହ ଆମେ’ ଅଭିଯାନ । ଆଉ ଏହି ଅଭିଯାନ କ୍ରମରେ ନିରାଶ୍ରୟ ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି ।  ବୃଦ୍ଧବୃଦ୍ଧା, ଅସହାୟ, ନିରାଶ୍ରୟ, ଅସୁସ୍ଥ ଶ୍ରମିକ ଓ ଅନାଥ ଆଶ୍ରମରେ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍

ନୟାପଲ୍ଲୀ ଏକାମ୍ରଭିଲ୍ଲା ବସ୍ତି, ଚିନ୍ତାମଣୀଶ୍ୱର, ଶବରସାହି, ଚନ୍ଦାପୋଖରୀ ଓ କଳ୍ପନାଛକ ଅଞ୍ଚଳରେ ଘରେ ଘରେ ଫସି ରହିଥିବା ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ନିକଟରେ ପହଞ୍ଚାଯାଇଥିଲା ରାସନ୍‌ । ଏଥସହିତ ଭୂତାଣୁର ଭୟ ମଧ୍ୟରେ ଲୋକେ ଘରେ ଲକ୍‌ଡାଉନ୍‌ରେ ଥିବା ବେଳେ ସାଧାରଣ ଜନତାଙ୍କୁ ନିରନ୍ତରଭାବେ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଆସୁଛି । ଗୁଜବ ଖବରର ଆତଙ୍କ ଭିତରେ ଲୋକଙ୍କ ପରସିଛି ସଠିକ୍‌ ଓ ସତ୍ୟ ଖବର । ପ୍ରଶାସନର କରୋନା ମୁକାବିଲା ଷ୍ଟ୍ରାଟେଜିକୁ ପହଞ୍ଚାଇଛି ଲୋକଙ୍କ ପାଖରେ ।

ଭୂତାଣୁର ଭୟକୁ ଭୂକ୍ଷେପ ନକରି ସାମ୍ୱାଦିକତାର ଧର୍ମ ଓ ସାମାଜିକ ଦାୟିତ୍ୱକୁ ତୁଲାଇ ଆସିଛି ନନ୍ଦିଘୋଷ ଟିଭି । ଆଉ ଚ୍ୟାନେଲ୍‌ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସଭ୍ୟ ସଭ୍ୟା ଥିବା ‘ଜୟ ଓଡ଼ିଶା’ ସାମାଜିକ ସଂଗଠନ ଚ୍ୟାନେଲର ଏଭଳି କାର୍ଯ୍ୟକୁ ସମ୍ୱର୍ଦ୍ଧିତ କରିଛନ୍ତି ।

ଗୁରୁବାର ‘ଜୟ ଓଡ଼ିଶା’ ସାମାଜିକ ସଂଗଠନର କିଛି କର୍ମକର୍ତ୍ତା ଚ୍ୟାନେଲ କାର୍ଯ୍ୟାଳୟରେ ପହଞ୍ଚି ଏଡିଟର୍‌ ଇନ୍‌ ଚିଫ୍‌ ଶିଶିର ଭଟ୍ଟମିଶ୍ର ଓ ଇନ୍‌ପୁଟ୍ ହେଡ୍‌ ଅଜିତ୍ ଦାସଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି ।

ତେବେ କରୋନା କାଳରେ ଜୟ ଓଡ଼ିଶା ସଂଗଠନ ମଧ୍ୟ ନିଜ ସାମାଜିକ ଦାୟିତ୍ୱକୁ ବେଶ୍ ସୂଚାରୁ ରୂପେ ତୁଲାଇଛି । କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବା କଥା ହେଉ କି ବରିଷ୍ଠ ନାଗରିକଙ୍କ ଘରେ ଔଷଧ ପହଞ୍ଚାଇଦେବା, ରକ୍ତଦାନ ଶିବର ଆୟୋଜନ କରିବା ଓ ରଜରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ପୋଡ଼ ପିଠା ପ୍ରଦାନ କରିବା ଭଳି କାର୍ଯ୍ୟ କରିଛି ସଂଗଠନ ।

ଆଜିର ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଜୟ ଓଡ଼ିଶା ସଂଗଠନର ବିବେକ ପାଣ୍ଡ, ଅର୍ପିତା ପ୍ରିୟଦର୍ଶିନୀ, ରାଜା ନିର୍ମାଲ୍ୟ, ଶୁଭଙ୍କର ବେହେରା ଉପସ୍ଥିତ ଥିଲେ ।

ଫେସବୁକ୍ ଇନଷ୍ଟାଗ୍ରାମ ଡିଲିଟ କରିବା ପାଇଁ ଯବନାଙ୍କୁ ସେନାର ଆଦେଶ

ନୂଆଦିଲ୍ଲୀ:  ଭାରତୀୟ ସେନାଙ୍କ ଅଧିକୀରୀ ଏବଂ ସୈନିକମାନଙ୍କୁ ଫେସବୁକ୍-ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ, ଅନ୍ୟ ୮୯ ଟି ଆପ୍ ର ଏକ ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ଯାହା ମୋବାଇଲରୁ ଅନଇନଷ୍ଟଲ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ ଏହି ଆପ ଗୁଡିକୁ ଅନଇନଷ୍ଟଲ କରିବାକୁ କୁହାଯାଇଛି । ସେନାର ସମ୍ବେଦନଶୀଳ ତଥ୍ୟ ଲିକ୍ ହେବା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁମାନଙ୍କ ମୋବାଇଲରେ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ଏହି ୮୯ ଟି ଆପ୍ ରହିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ, ଏହି ଆପ୍ ମାଧ୍ୟମରେ ଚୀନ୍ ଏବଂ ପାକିସ୍ଥାନ ଭାରତୀୟ ଅଧିକାରୀ ଓ ସେନାଙ୍କ ଉପରେ ଅନଲାଇନ୍ ନଜର ରଖୁଥିବା ଘଟଣା ବୃଦ୍ଧି ହେତୁ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ସେନା ନିଜ ଷ୍ଟାଫମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ଅଫିସିଆଲ୍ କାର୍ଯ୍ୟ ପାଇଁ ହ୍ୱାଟସ୍ ଆପ୍ ବ୍ୟବହାର କରାଯିବା ଅନୁଚିତ୍ । ଗୁରୁତ୍ୱପୂର୍ଣ୍ଣ ପଦବୀରେ ଉପସ୍ଥିତ ଥିବା ସେନା ଅଧିକାରୀଙ୍କୁ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିବାକୁ କୁହାଯାଇଥିଲା। ବିଗତ ବର୍ଷଗୁଡିକରେ ଏମିତି ମାମଲା ଆସିଥିଲା ଯେବେ ପାକିସ୍ତାନୀ ଏଜେଣ୍ଟମାନେ ‘ମହିଳା’ ଭାବେ ହନି ଟ୍ରାପ ମାଧ୍ୟମରେ ସୈନିକଙ୍କୁ ଫସାଇ  ଗୁପ୍ତ ତଥ୍ୟ ହାସଲ କରୁଥିଲେ ।

ଆଦେଶ ଅନୁଯାୟୀ, ଗୋପନୀୟ ସୂଚନା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ନୌସେନା ତା’ର ସମସ୍ତ ସୈନିକଙ୍କୁ ଫେସବୁକ୍ ବ୍ୟବହାର କରିବାକୁ ମନା କରିଛି ।  ଏଥିସହ ନୌସେନା ଘାଟିକୁ ସ୍ମାର୍ଟ ଫୋନ୍ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଗତ ଡିସେମ୍ବର ମାସରେ ନୌସେନାରେ ନିଆଯାଇଥିଲା। ଏଯାଏଁ ଭାରତୀୟ ସେନା ନିଜ କର୍ମଚାରୀମାନଙ୍କୁ କିଛି ପ୍ରତିବନ୍ଧକ ସହିତ ଫେସବୁକ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ୟୁନିଫର୍ମରେ ଫଟୋ ପୋଷ୍ଟ ନକରିବାକୁ ଆଦେଶ ଦିଆଯାଇଥିଲା । ଏବଂ ନିଜ ୟୁନିଟ୍ ର ଲୋକେସନ ପ୍ରକାଶ ନକରିବା ପାଇଁ ପ୍ରତିବନ୍ଧକ ଥିଲା । ହେଲେ ଏବେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ମନା କରାଯାଇଛି । ରିପୋର୍ଟ ଅନୁସାରେ ଗୋପନୀୟ ତଥା ସମ୍ବେଦନଶୀଳ ସୂଚନା ପୋଷ୍ଟ କରିଥିବାରୁ ସେନାର ଅନେକ ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

kanpur gangster vikas dubey: ସନ୍ନି ଦେୱଲଙ୍କ ଏହି ଫିଲ୍ମ ଦ୍ୱାରା ପ୍ରଭାବିତ ଥିଲା ବିକାଶ ଦୁବେ

ନୂଆଦିଲ୍ଲୀ: କାନପୁର ଗ୍ୟାଙ୍ଗଷ୍ଟର ତଥା ୮ ପୋଲିସଙ୍କ ହତ୍ୟାକାରୀ ବିକାଶ ଦୁବେ ଗୁରୁବାର ଦିନ ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିରରୁ ଗିରଫ ହୋଇଛି । ପୋଲିସ ହାତରେ ଧରା ପଡିବା ବେଳେ ମଧ୍ୟ ବିକାଶ ମୁହଁରେ ସେଇ ପୁରୁଣା ଦମ୍ଭ ଥିଲା । ମୁଁ କାନପୁର ବାଲା ବିକାଶ ଦୁବେ ବୋଲି ପୋଲିସକୁ ସେ କହୁଥିଲା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅପରାଧିର ପାପ ମହାକାଳଙ୍କ ଦର୍ଶନ ଦ୍ୱାରା ଧୋଇଯିବନି ବୋଲି କହିଛନ୍ତି । ତେବେ ବିକାଶକୁ ନେଇ ଏବେ ନୂଆ ନୂଆ ତଥ୍ୟ ଆସୁଛି । ନୂଆ ତଥ୍ୟ ଅନୁସାରେ ବିକାଶ ଦୁବେ ବଲିଉଡ୍ ଅଭିନେତା ସନ୍ନି ଦେୱଲଙ୍କ ଜବରଦସ୍ତ ଫ୍ୟାନ୍ ଥିଲା ।ବିକାଶ ସନ୍ନି ଦେଓଲଙ୍କ ଗୋଟିଏ ଫିଲ୍ମ ଦ୍ୱାର ଅଧିକ ପ୍ରଭାବିତ ହୋଇଥିଲା ।  ସେହି ଫିଲ୍ମକୁ ସେ ୧୦୦ ଥରରୁ ଅଧିକ ଦେଖିଥିଲା ।

ସନ୍ନି ଦେଓଲଙ୍କ ଏହି ଫିଲ୍ମକୁ ଶହେ ଥରରୁ ଅଧିକ ଦେଖିଥିଲା ବିକାଶ

ବିକାଶ ସନ୍ନି ଦେୱଲଙ୍କ ଅର୍ଜୁନ ପଣ୍ଡିତ ଫିଲ୍ମ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା । ୧୯୯୯ ମସିହାରେ ଆସିଥିବା ଫିଲ୍ମ ଅର୍ଜୁନ ପଣ୍ଡିତ ବିକାଶର ସବୁଠୁ ପସନ୍ଦର ଫିଲ୍ମ ଥିଲା । ଏହି ଫିଲ୍ମ ଦ୍ୱାରା ପ୍ରେରିତ ହୋଇ ସେ ବିକାଶ ପଣ୍ଡିତ ବନିଥିଲା । ଖାଲି ଏତିକି ନୁହେଁ ରାଜନୈତିକ ଦଳ ଓ  ପୋଲିସ ବିଭାଗରେ ସେ ‘ବିକାଶ ପଣ୍ଡିତ୍’ ଭାବେ ପରିଚିତ ଥିଲା ।

arjun

ବିକାଶ ସମ୍ବନ୍ଧରେ ଏଭଳି ସୂଚନା ଜଣେ ସ୍ଥାନୀୟ ସାମ୍ବାଦିକ ନାମ ଗୋପନ ରଖିବା ସର୍ତ୍ତରେ ଦେଇଛନ୍ତି । ସାମ୍ବାଦିକଙ୍କ ଅନୁସାରେ ବିକାଶକୁ କେହି ଯଦି ବିକାଶ ପଣ୍ଡିତ କହି ଡାକୁଥିଲା ତେବେ ସେ ବହୁତ ଖୁସୀ ହେଉଥିଲା ।  ସନ୍ନି ଦେୱଲଙ୍କ ଫିଲ୍ମରେ ଅର୍ଜୁନ(ସନ୍ନି) ଜଣେ ଘଟଣାକ୍ରମରେ ଅପରାଧ ଦୁନିଆରେ ପ୍ରବେଶ କରିଥାଏ । ଅପରାଧ ଦୁନିଆରେ ଅର୍ଜୁନ ପଣ୍ଡିତ ବଡ ନାମ ଭାବେ ଉଭା ହୁଏ ।

ବିକାଶ ଉପରେ ଏହି ଫିଲ୍ମର ପ୍ରଭାବ ଏମିତି ଥିଲା ଯେ, ସେ ସେହି ଫିଲ୍ମକୁ ଅନେକ ଥର ଦେଖିଥିଲା । ଏପରିକି ସେ ନିଜ ଶିକାରଙ୍କ ସାମ୍ନାରେ ପଣ୍ଡିତ ଭାବେ ପରିଚିତ ହେବାକୁ ଭଲ ପାଉଥିଲା । ଜୁନ୍ ୩ ତାରିଖ ଦିନ ବିକାଶ କାନପୁରର ବିକାରୁ ଗାଁରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ତାକୁ ସୂଚନା ଦେଇଥିବା ଅଭିଯୋଗରେ ଦୁଇ ଜଣ ପୋଲିସ ଅଧିକାରୀ ଗିରଫ ମଧ୍ୟ ହୋଇଛନ୍ତି ।

bikash arrest

ଫୁଲ ଦୋକାନୀ ବିକାଶକୁ ଚିହ୍ନି ପାରିଲେ

ମହାକାଳ ମନ୍ଦିର ଆଗରେ ଗୁରୁବାର ଦିନ ଟହଲ ମାରୁଥିବା ବେଳେ ବିକାଶକୁ ଜଣେ ଫୁଲ ଦୋକାନୀ ଚିହ୍ନି ପାରିଥିଲେ । ବିକାଶକୁ ଚିହ୍ନିବା ପରେ ସେଠାରେ ଥିବା ପୋଲିସକୁ ସେ ସୂଚନା ଦେଇଥିଲେ । ବିକାଶକୁ ପୋଲିସ ଧରିବା ବେଳେ ସେ ପୋଲିସ ସହ ଧସ୍ତାଧସ୍ତି କରିଥିଲା ।

ବିକାଶର ସ୍ତ୍ରୀ ମୋବାଇଲରେ ଦେଖୁଥିଲା ଏନକାଉଣ୍ଟର ଲାଇଭ୍

ବିକାରୁ ଗାଁରେ ହୋଇଥିବା ଏନକାଉଣ୍ଟରର ଲାଇଭ୍ ବିକାଶର ସ୍ତ୍ରୀ ମୋବାଇଲରେ ଦେଖୁଥିଲା । କାରଣ ଗାଁରେ ଲାଗିଥିବା ସିସିଟିଭି ତା’ ମୋବାଇଲ ସହ ଯୋଡି ହୋଇଥିଲା । ମୋବାଇଲରୁ ପୋଲିସର ଉପସ୍ଥିତି ଦେଖି ବିକାଶକୁ ତା’ ପତ୍ନୀ ଗୁଳି ଚଳାଇବାକୁ ସୂଚନା ଦେଉଥିଲା । ବିକାଶର ପତ୍ନୀ ଏବେ ପୋଲିସ ହେପାଜତରେ ଅଛି ।

ସ୍କୁଲ ଖୋଲିବା ପରେ ସିଲାବସ ନେଇ ନିଆଯିବ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା କାରଣରୁ ସ୍କୁଲ କଲେଜ ସବୁ ବନ୍ଦ । ଦିନ ବଢିବା ସହ ଅଣଆୟତ ହେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ କେମିତି ପାଠ ପଢିବେ ପିଲା କେବେ ଖୋଲିବ ସ୍କୁଲ ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଏନେଇ ପିଲାଙ୍କ ପାଠ ପଢାନେଇ ଅଭିଭାବକଙ୍କ ଚିନ୍ତା ବିଢିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ମତାମତ ରଖିଛନ୍ତି ।

କେବେ ଖୋଲିବ ସ୍କୁଲ, କଣ ରହିବ ସିଲାବସ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । CBSE ଯାହା ନିଷ୍ପତ୍ତି ନେଇଛି, ତା’ ଉପରେ ବିଚାର କରାଯିବ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ୍ ଖୋଲିବା ଦିନକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଖାଲି ୩୦ ପ୍ରତିଶତ ନୁହେଁ, ସିଲାବସ୍‌ରେ ଅଧିକ ହ୍ରାସ ହୋଇପାରେ। ଯେହେତୁ ସ୍କୁଲ୍ ଖୋଲିନି, ତେଣୁ ଏ ବାବଦରେ ଏବେଠୁ କହିବା ଠିକ୍ ହେବନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେପଟେ ଶିକ୍ଷାବିତ କହିଛନ୍ତି, CBSE ଭଳି ରାଜ୍ୟ ସରକାର ବି କୋର୍ସ କମାନ୍ତୁ। ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ମଧ୍ୟ ଏହା ସପକ୍ଷରେ ମତ ରଖିଛି  ।

(ଭୁବନେଶ୍ୱରରୁ ପ୍ରିୟପ୍ରିତମ ମହାନ୍ତି)

ସୁଶାନ୍ତ ସିଂ ରାଜପୁତ ମାମଲା: ସନ୍ଦୀପ ସିଂ ଓ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଏହି ଅଭିନେତା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବାବଦରେ ପୋଲିସ ଏଯାଏଁ ୩୦ ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଛି। କିନ୍ତୁ ସୁଶାନ୍ତଙ୍କ ଏଭଳି ପଦକ୍ଷେପର କାରଣ ଜଣା ପଡି ନାହିଁ। ଏହି କାରଣରୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ କିଛି ବଲିଉଡ ଏବଂ ଟିଭି ତାରକା ଏହି ମାମଲାର ସମାଧାନ ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଶେଖର ସୁମନ, କଙ୍ଗନା ରାନାୱତ, ରୂପା ଗାଙ୍ଗୁଲି ଏବଂ ରତନ ରାଜପୁତଙ୍କ ଭଳି ତାରକାଙ୍କ ପରେ ଏବେ ଟିଭି ଅଭିନେତା ତରୁଣ ଖନ୍ନା ମଧ୍ୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଚାହୁଁଛନ୍ତି । ନିକଟରେ ତରୁଣ ଏକ ଭିଡିଓ ପୋଷ୍ଟ କରି ସୁଶାନ୍ତଙ୍କ ସାଙ୍ଗମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ, ଯେଉଁମାନେ ତାଙ୍କ ସହିତ ଅତି ନିକଟତର ଥିଲେ।

“କୌସଟି ଜିନ୍ଦେଗୀ କି”, “ ଆରମ୍ଭ” ଭଳି ଟିଭି ଶୋ’ରେ ଅଭିନୟ କରିଥିବା ତରୁଣ ଖନ୍ନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ତଦନ୍ତ ଦାବି ନକରିବା ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହା ସହିତ ସେ ସନ୍ଦୀପ ସିଂ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ଏହି ଭିଡିଓରେ ତରୁଣ ଖନ୍ନା କହିଛନ୍ତି ଯେ, ସେ ଟେଲିଭିଜନର ଜଣେ ଛୋଟ ଅଭିନେତା ଏବଂ ବହୁ ବର୍ଷ ଧରି ସେ ଛୋଟ ପରଦାରେ କାମ କରିଆସୁଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସେ ଚୁପ୍ ରହିପାରୁନାହାନ୍ତି । ସେ କହିଛନ୍ତି ଯେ, ସୁଶାନ୍ତ ଡିପ୍ରେସନରେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି । ହେଲେ ସେ ଜାଣିବାକୁ ଚାହୁଛନ୍ତି ଡିପ୍ରେସନର କାରଣ କ’ଣ ଥିଲା? ସୁଶାନ୍ତ ଏକ ସୁପରହିଟ୍ ସିରିଏଲ୍ ରେ କାମ କରିଥିଲେ ଯାହାକି ବହୁ ବର୍ଷ ଧରି ଭାରତର ଟେଲିଭିଜନରେ ଏକ ନମ୍ବର ଥିଲା ।

ସେ ‘କାୟ ପୋ ଛେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦୁଃଖିତ ଉଦାସ ଥିଲେ କି ନା ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକରେ କାମ କରି ସେଠାରେ ଖୁସି ନଥିଲେ? ନା ତାଙ୍କର ଶେଷ ଚଳଚ୍ଚିତ୍ର ‘ଛିଚୋରେ’ ୧୫୦ କୋଟି ଟଙ୍କାର ରେକର୍ଡ କରିଛି, ସେ ନେଇ ସେ ଦୁଃଖିତ ଥିଲେ? ମୁକେଶ ଛାବ୍ରା ମୁମ୍ବାଇର ସବୁଠାରୁ ବଡ କାଷ୍ଟିଂ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ।

ଯେତେବେଳେ ସେ ଏକ ଚଳଚ୍ଚିତ୍ର ନିର୍ମାଣ କରନ୍ତି, ସେତେବେଳେ ସେ ସୁଶାନ୍ତଙ୍କୁ ନିଜ ଫିଲ୍ମରେ ହିରୋ ଭାବେ କାଷ୍ଟ କରନ୍ତି । ମୁକେଶ ଛାବ୍ରା ହୁମା କ୍ୟୁରେଶି, ନୱାଜୁଦ୍ଦିନ ସିଦ୍ଦିକି, ସୁଶାନ୍ତ ସିଂ ରାଜପୁତ, ଅମିତ ସାଧ, ରାଜକୁମାର ରାଓଙ୍କ ବ୍ୟତୀତ ଅନେକ ବଡ କଳାକାରଙ୍କୁ ଲାଇମଲାଇଟରେ ଆଣିବାରେ ସାହାଯ୍ୟ କରିଛନ୍ତି ମୁକେଶ । ଯେଉଁ ବ୍ୟକ୍ତି ଜୀବନରେ କୌଣସି ଅସୁବିଧା ନଥିଲା, ସେ ଆତ୍ମହତ୍ୟା କାହିଁକି କରିବ ?

ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲ୍ସ ମଧ୍ୟ ଦର୍ଶାଇଛନ୍ତି ତରୁଣ । ସେ କୋଟି କୋଟି ଟଙ୍କା ଦାନ କରୁଥିଲେ । ସୁଶାନ୍ତଙ୍କ ପାଖେ ଅର୍ଥର ଅଭାବ ନଥିଲା। ସୁଶାନ୍ତ ଛୋଟ ପରଦାର କଳାକାରଙ୍କ ପାଇଁ ଆଶାର କିରଣ ଥିଲେ । ସୁଶାନ୍ତଙ୍କ ଭଳି ସେମାନେ ସମସ୍ତେ କାମ କରିବାକୁ ଚାହୁଁଥିଲେ । ସେମାନଙ୍କ ପାଇଁ ସୁଶାନ୍ତ କୌଣସି ହିରୋଠୁ କମ ନଥିଲେ । ଏବେ ତାଙ୍କ ହିରୋକୁ ମାରିଦିଆଯାଇଛି ।

ସେମାନଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜାଣିବାର ଅଧିକାର ଅଛି । ସେ ସୁଶାନ୍ତଙ୍କୁ ଦୁଇ ତିନିଥର ଜିମରେ ଭେଟିଥିଲେ । ଯଦିଓ ସେ ସୁଶାନ୍ତଙ୍କୁ ଅତି ନିକଟରୁ ଜାଣି ନଥିଲେ ହେଲେ ସେ ତାଙ୍କୁ ବହୁତ ପସନ୍ଦ କରୁଥିଲେ । ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂ ଏକ ସାକ୍ଷାତକାରରେ ଅନେକ କଥା କହିଛନ୍ତି । ସେ ସମସ୍ତଙ୍କୁ ଏକ କ୍ଲିନ୍ ଚିଟ୍ ଦେଇଥିଲେ ।

ତରୁଣ ଖାନ୍ନା କହିଛନ୍ତି ଯେ, କେହି ସୁଶାନ୍ତଙ୍କ ସତ୍ୟତାକୁ ନେଇ କଥା ହେବାକୁ ଚାହୁଁନାହାନ୍ତି । କିନ୍ତୁ ଯେତେବେଳେ ତାଙ୍କ ଘରେ ବସୁଥିଲେ ଏବଂ ତାଙ୍କ ଟଙ୍କା ରେ ଖାଉଥିଲେ ସେତେବେଳେ ସେ ତାଙ୍କର ସମର୍ଥକ ଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି । ସେ ସମସ୍ତଙ୍କୁ ସନ୍ଦୀପ ସିଂଙ୍କ ସାକ୍ଷାତକାରକୁ ଦେଖିବାକୁ କହିଥିଲେ । ସୁଶାନ୍ତଙ୍କୁ ତିଆରି କରିବାରେ ଯେମିତି ସନ୍ଦୀପଙ୍କ ହାତ ରହିଛି ସେହିଭଳି ସେ କଥାବାର୍ତ୍ତା କରିଛନ୍ତି । ଏହା ସହ ତରୁଣ କହିଛନ୍ତି ଯେ, ଆରେ ଭାଇ ତୁମେ କିଏ?

https://www.instagram.com/tv/CCT2wwqpXdB/?utm_source=ig_embed

ଏହା ସହ ସେ ବଡ ବଡ ଷ୍ଟାରମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଶାହରୁଖ ଖାନ, ସଲମାନ ଖାନ୍, ରଣବୀର ସିଂହ, ରଣବୀର କପୁର, ଏମାନେ ସବୁ କଣ ପାଇଁ ଚୁପ ଅଛନ୍ତି ବୋଲି କହିଛନ୍ତି ତରୁଣ । ଏମାନେ ମଧ୍ୟ ସିବିଆଇ ଯାଞ୍ଚର ଦାବି କରିପାରିବେ ହେଲେ ସମସ୍ତେ ଚୁପ୍ ଅଛନ୍ତି । ସୁଶାନ୍ତଙ୍କର ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନଥିଲେ କିମ୍ବା ସେ କୌଣସି ବଡ ନିର୍ଦ୍ଦେଶକ ବା ପ୍ରଯୋଜକଙ୍କ ପୁଅ ଥିଲେ । ସେଥିପାଇଁ ତାଙ୍କ ବିଷୟରେ କେହି ଇଣ୍ଡଷ୍ଟ୍ରିରେ କଥା ହେଉନାହାନ୍ତି । ଏହା ସହ ଭିଡିଓରେ ତରୁଣ ଶେଖର ସୁମନ୍ ଓ ଶେଖର କପୁରଙ୍କୁ ରିୟଲ ହିରୋ ବୋଲି କହିଛନ୍ତି । କାରଣ ଏମାନେ ସୁଶାନ୍ତଙ୍କ ମୃତ୍ୟୁ ପରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ଦେଶରେ ଗତ ୨୪ଘଣ୍ଟାରେ ୨୫ହଜାର ନୂଆ ମାମଲା ବଢାଇଲା ଚିନ୍ତା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗୁଛି । ଆଜି ପ୍ରଥମ ଥର ପାଇଁ ୨୪ଘଣ୍ଟାରେ ୨୫ ହଜାର ପାଖାପାଖି କରୋନା ମାମଲା ସାମ୍ନାକୁ ଆସିଛି । ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ୭ଲକ୍ଷ ପାଖରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୨୪ହଜାର ୮୭୯ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୮୭ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୬୭ହଜାର ୨୯୬କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୨ଲକ୍ଷ ୬୯ହଜାର ୭୮୯ ।

ଏହାସହ ଦେଶରେ ୪ଲକ୍ଷ ୭୬ହଜାର ୩୭୮ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୧ହଜାର ୧୨୯ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ୨ଲକ୍ଷ ୨୩ହଜାର ୭୨୪ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୪୪୮ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁରେ ଲକ୍ଷେ ୨୨ହଜାର ୩୫୦ ସଂକ୍ରମିତ ହୋଇଥିବା ବେଳେ ୧୭ଶହ ଜଣଙ୍କ ମୃତ୍ୟୁ ହୋଇଛି  । ଦିଲ୍ଲୀରେ ଲକ୍ଷେ ୪୮ଶହ ୬୪ସଂକ୍ରମିତ ହୋଇଥିବା ବେଳେ ୩୨ଶହ ୧୩ଜଣ ପ୍ରାଣ ହରାଇଛନ୍ତି ।

ବିଶ୍ୱର ତୃତୀୟ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଭାରତ

କରୋନା ସଂକ୍ରମିତଙ୍କ ହିସାବରେ ଭାରତ ହେଉଛି ବିଶ୍ୱର ୩ୟ ସବୁଠୁ ବେଶୀ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ଭାରତ । ଯଦି ଆମେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ମାମଲା ଏବଂ ମୃତ୍ୟୁ ସଂଖ୍ୟାର ହିସାବ କରିବା ତେବେ ଭାରତର ସ୍ଥିତି ବହିତ ଭଲ ଅଛି । ଭାରତରୁ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି ।

ପାରିବାରିକ ଅଶାନ୍ତି ନା ଟଙ୍କା ? ଆଦିତ୍ୟଙ୍କ ମୃତ୍ୟୁ ପଛର କାରଣ କ’ଣ ?

ଭୁବନେଶ୍ୱର: ପିପୁଲ ଫର ସେବା ତରଫରୁ ରେଳବାଇ ଥାନାରେ ସମାଜସେବୀ ଆଦିତ୍ୟ ଦାଶଙ୍କୁ ହତ୍ୟା କରାଯାଇଛି ବୋଲି ଏତଲା ଦାଏର କରାଯାଇଛି । ସଂଗଠନର ସଭାପତି ପ୍ରୀତମ ମିଶ୍ର ଏତଲା ଦାଏର କରିଛନ୍ତି । ଏହାରି ଭିତରେ ଆସିଛି ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଆଦିତ୍ୟଙ୍କ ମୃତ୍ୟୁ ମୁଣ୍ଡରେ ଶକ୍ତ ଆଘାତ କାରଣରୁ ହୋଇଛି ବୋଲି କୁହାଯାଇଛି ।

ଆଦିତ୍ୟଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସମାଜ ସେବା କରୁଥିବା ପିପୁଲ ଫର ସେବାର କର୍ମକର୍ତ୍ତା ତାଙ୍କୁ ହତ୍ୟା କରାଯାଇଛି ବୋଲି କହୁଛନ୍ତି । ଏହା ସହ ଯଦି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ତେବେ ଏଥିପାଇଁ ତାଙ୍କ ଉପରେ ଯିଏ ଚାପ ପକାଇଛି ତାକୁ ଖୋଜି ବାହାର କରାଯାଉ ବୋଲି ସେବାର କର୍ମକର୍ତ୍ତା କହୁଛନ୍ତି ।

ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ କହିବାକୁ ଯଦି ବିଶ୍ୱାସ କରାଯାଏ ତେବେ ପ୍ରଥମ ପ୍ରଶ୍ନ ଆଦିତ୍ୟଙ୍କ ପାରିବାରିକ ସମସ୍ୟାକୁ ନେଇ ଉଠୁଛି । ବାହାଘର ପରେ ଆଦିତ୍ୟଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା ବୋଲି ସେମାନେ ଦାବି କରୁଛନ୍ତି ।

aditya

ବାହା ହୋଇ ଭୂଲା କରିଛି !

ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କ ଦାବି ହେଉଛି ଯେ, ବାହାଘର ପରଠାରୁ ସେ ମାନସିକ ଚାପରେ ଥିଲେ । ଆଶ୍ରମକୁ ବେସି ଆସୁନଥିଲେ କିମ୍ବା ସାମାଜିକ କାମରେ ଅଧିକ ସମୟ ବ୍ୟୟ କରୁନଥିଲେ । ନନ୍ଦିଘୋଷ ଟିଭିକୁ ଜିଆରପି ଥାନା ପରିସରରେ ଦେଇଥିବା ସାକ୍ଷାତକାରରେ ବିକାଶ ପୁଣିଥରେ ନିଜ କଥାକୁ ଦୋହରାଇଛନ୍ତି । ବିକାଶ କହିଛନ୍ତି, ଆଦିତ୍ୟ ତାଙ୍କୁ ବାହା ହୋଇ ଭୁଲ କରିଛି ବୋଲି କହିଥିଲେ । ବାହା ହେଲା ପରେ କ୍ଷମତା ଜଣକ ହାତରୁ ଆଉ ଜଣକ ହାତକୁ ଚାଲିଯାଏ ବୋଲି ଆଦିତ୍ୟ କୁଆଡେ ବିକାଶଙ୍କୁ କହିଥିଲେ । ବିକାଶଙ୍କ କହିବା ହେଲା,ଆଦିତ୍ୟ ବାହାଘରରେ ସନ୍ତୁଷ୍ଟ ନଥିଲେ । ଯଦି ପାରିବାରିକ ଅଶାନ୍ତି ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ତେବେ ତା’ର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ପପୁ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, ଆଦିତ୍ୟଙ୍କ ପାଇଁ ଟଙ୍କା ପଇସା ବଡ କଥା ନଥିଲା । ଟଙ୍କାକୁ ନେଇ ସେ ମାନସିକ ଚାପରେ ନଥିଲେ । ଅର୍ଥ ପାଇଁ ଆଦିତ୍ୟ ଆତ୍ମହତ୍ୟା କରିଥିବା କଥାକୁ ବିକାଶ ମଧ୍ୟ ମାନିବାକୁ ପ୍ରସ୍ତୁତ ନାହାନ୍ତି । ଆଦିତ୍ୟ ଚାକିରି କରୁଥିଲେ ଓ ୟୁଟ୍ୟୁବରୁ ମାସିକ କିଛି ଅର୍ଥ ରୋଜଗାର କରୁଥିଲେ ବୋଲି ବିକାଶ କହିଛନ୍ତି ।

ବିକାଶ ପପୁ,କିଏ ?

ବୁଧବାର ଦିନ ଆଦିତ୍ୟଙ୍କର ତଥାକଥିତ ଡାଏରୀରେ ମଧ୍ୟ ପପୁ ଓ ବିକାଶଙ୍କ କଥା ଉଲ୍ଲେଖ ଥିଲା । ଯେଉଁଥିରେ ଆଦିତ୍ୟ ଲେଖିଛନ୍ତି ଯେ, ପପୁ  ୫୦ ହଜାର ଟଙ୍କା ଓ ବିକାଶ ୭୦ ହଜାର ଟଙ୍କା ନେଇଛନ୍ତି । ଏହା ସହ ସେ ପପୁଙ୍କୁ ଚେୟାରମ୍ୟାନ୍ ଓ ବିକାଶଙ୍କୁ ଟ୍ରେଜରର କରିବାକୁ ଡାଏରୀରେ ଲେଖିଥିଲେ ।

(ଭୁବନେଶ୍ୱରରୁ ଶକ୍ତିଧର ରାଜଗୁରୁଙ୍କ ରିପୋର୍ଟ)