spot_img
Home Blog Page 6709

ପିପୁଲ ଫର ସେବା ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଫିଟୁନି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । ଦିନ ଗଡ଼ିବା ସହ ଆଦିତ୍ୟଙ୍କ ମୃତ୍ୟୁ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଅଚାନକ  ସମାଜସେବୀ ତଥା ମୋଟିଭେଟରଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଚର୍ଚ୍ଚା ଲାଗି ରହିଛି । ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ  ଆସିଥିବା ବେଳେ ଏନେଇ ହତ୍ୟା ମାମଲା ରୁଜୁ କରିଛି ଜିଆରପି ।   ଆଦିତ୍ୟ କାର୍ଯ୍ୟ କରୁଥିବା ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ ଏତଲା ଆଧାରରେ ଜିଆରପି ଏହି ମାମଲା ରୁଜ୍ଜ କରିଛି ।

https://www.youtube.com/watch?v=AgdNRHKvxKg

ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ତାଙ୍କ ହାତ ଲେଖା ଡାଏରୀରେ ସ୍ପଷ୍ଟ ହୋଇଥିଲା । ଯଦିଓ ସେ ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି ବୋଲି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ପ୍ରଂଶସକ । ଆଜି ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଅଦିତ୍ୟଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଗତ ମଙ୍ଗଳବାର ଦିନ ସକାଳେ ରକ୍ତାକ୍ତ ଅବସ୍ଥାରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ମିଳିଥିଲା । ଫଳରେ ସୋମବାର ରାତିରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କ ମୃତ୍ୟୁ ନେଇ ନୂଆ ନୂଆ ସସପେନ୍ସ ଉପରୁ ପରଦା ଉଠିଥିଲା । ଯଦିଓ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ବିଶ୍ଳେଷଣ କରାଯାଇଥିଲା । ଗତକାଲି ତାଙ୍କ ସୁଇସାଇଡ୍ ନୋଟ୍ ଲୋକ ଲୋଚନକୁ ଆସିଥିବା ବେଳେ ଏବେ ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

(ଭୁବନେଶ୍ୱରରୁ ଅରୁଣ ସାହୁଙ୍କ ରିପୋର୍ଟ)

https://youtu.be/mAExwqox9M0

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁସଂଖ୍ୟ ୫୨କୁ ବୃଦ୍ଧି… ୫୭୭ ପଜିଟିଭ … କ୍ୱାରେଣ୍ଟାଇନରୁ ୪୧୬, ଲୋକାଲ୍ ୧୬୧… ଗଞ୍ଜାମରୁ ସର୍ବାଧିକ ୨୬୦… ୧୧ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁସଂଖ୍ୟ ୫୨କୁ ବୃଦ୍ଧି… ୫୭୭ ପଜିଟିଭ … କ୍ବାରେଣ୍ଟାଇନରୁ ୪୧୬, ଲୋକାଲ୍ ୧୬୧… ଗଞ୍ଜାମରୁ ସର୍ବାଧିକ ୨୬୦… ୧୧ହଜାର ଟପିଲା ସଂକ୍ରମିତ ସଂଖ୍ୟା …

ରାଜ୍ୟରୁ ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୧୬, ଲୋକାଲ୍ କେସ ୧୬୧

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଛି । ୨୨ଜିଲ୍ଲାରୁ ଆଉ ୫୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୧୬ ଓ ଲୋକାଲ୍ କେସ୍ ୧୬୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ୨୦୧କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୦ ପିଜିଟଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮ ଓ ବାଲେଶ୍ୱରରୁ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ ୧୭, ମୟୂରଭଞ୍ଜ ଓ କଟକରୁ ୧୪ଜଣ ଲେଖାଏଁ ପଜଟିଭ୍, ଯାଜପୁରରୁ ୯ ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, କୋରାପୁଟରୁ ୬, ପୁରୀ ଓ ବୈାଦ୍ଧରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୪, ସମ୍ବଲପୁର ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ, ଭଦ୍ରକରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ରାଜ୍ୟରେ ୩୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ରାଜ୍ୟରେ ୪୧୨୮ କରୋନା ଆକ୍ଟିଭ୍ କେସ୍ ରହିଛି ।

SRCଙ୍କ ନୂଆ ଗାଇଡଲାଇନ ପରେ କଡ଼ା ହେଲା କରୋନା କଟକଣା, ବାହାଘରରେ ବରଯାତ୍ରୀଙ୍କୁ ମନା

ଭୁବନେଶ୍ୱର: କରୋନା କଟକଣା ଲାଗୁ ହେବା ପରେ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ୍ ହେବା ପାଇଁ ସରକାର ନିୟମ କରିଛନ୍ତି । ଏହା ସତ୍ତ୍ୱେ ନିକଟରେ ଏକ ବିବାଦୀୟ ବିବାହ ଅନୁଷ୍ଠିତ ହୋଇଥିଲା । ଏଭଳି ଏକ ଘଟଣା ଗୋପାଳପୁରରେ ଦେଖିବାକୁ ମିଳିଥିଲା । ବିବାହରେ ଏକ ବଡ ହୋଟେଲ ମାଲିକଙ୍କ ପୁଅ ବଡ ପ୍ରୋସେସନରେ ବାହାରିଥିଲେ । ନିଜ ବିବାହରେ ନିଜେ କାର ଉପରେ ଛିଡା ହୋଇ ନାଚୁଥିଲେ । ଆଉ ତାଙ୍କ ସହ ବରଯାତ୍ରୀମାନେ ମଧ୍ୟ ସବୁ କରୋନା କଟକଣାର ଖୁଲମଖୁଲା ଉଲଂଘନ କରିଥିଲେ ।

ବିନା ମାସ୍କରେ ସବୁ ନାଚୁଥିଲେ ଓ ସାମାଜିକ ଦୂରତାର ପାଳନ ମଧ୍ୟ କରିନଥିଲେ । ଅନ୍ୟ ପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସି ଯୋଗ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗୋପାଳପୁର ମେ ଫେୟାର ହୋଟେଲକୁ ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଗଞ୍ଜାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୋଭିଡ୍ କଟକଣା ଭୁଲି ପୁଅ ବାହାଘରକୁ ଏହି ହୋଟେଲରେ ଧୁମଧାମରେ କରିଥିଲେ । ଉତ୍ସବରେ ଶହ ଶହ ଲୋକ ସାମିଲ୍ ହୋଇଥିଲେ ଯାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା ।

ତେବେ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ନେଇ ଆହୁରି କଠୋର ହେଲେ ରାଜ୍ୟ ସରକାର । ଏଣିକି ବାହାଘରରେ ବରଯାତ୍ରୀକୁ ଅନୁମତି ମିଳିବନି । ସେହିଭଳି ପୋଲିସ ଅନୁମତି ପରେ ହିଁ ହୋଇପାରିବ ବିବାହ ଆୟୋଜନ । ସାମାଜିକ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଘଟଣାକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ବିବାହଘରରେ ସର୍ବାଧିକ ୫୦ଜଣଙ୍କ ଯୋଗଦାନକୁ ଅନୁମତି ଥିବା ବେଳେ ଏହାକୁ ସୁନିଶ୍ଚିତ କରିବେ ପୋଲିସ । ତେବେ କୌଣସି ବ୍ୟକ୍ତିଙ୍କ ଫ୍ଲୁ କିମ୍ବା ଶ୍ୱାସ ରୋଗ ଥିଲେ ବାହାଘରକୁ ଅନୁମତି ମିଳିବନି ବୋଲି କୁହାଯାଇଛି ।

ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: କାନପୁର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଶେଷରେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଉଜୈନରୁ ଗିରଫ କରିଛି । ସୂଚନାନୁସାରେ, ସେ ଉଜୈନର ମହାକଳ ମନ୍ଦିରରେ ସରେଣ୍ଡର କରିବାକୁ ଚାହୁଁଥିଲେ, କିନ୍ତୁ ଏହା ପୂର୍ବରୁ ପୋଲିସକି ସୂଚନା ମିଳି ଯାଇଥିଲା। ଗୋଟିଏ ଫଟୋରେ ବିକାଶ ଦୁବେ ମନ୍ଦିରରେ ବସିଥିବାର ନଜର ଆସିଛନ୍ତି। ଏବଂ ଏହାପରେ ପୋଲିସ ସୋଠାରେ ପହଞ୍ଚି ବିକାଶଙ୍କୁ ନେଇ ଯାଇଥିଲା । ମହାକଳ ମନ୍ଦିରର ସୁରକ୍ଷା କର୍ମୀ ହିଁ ପୋଲିସକୁ ସୂଚନା ଦେଇଥିଲେ । ପ୍ରାୟ ୧୦ଟି ରାଜ୍ୟର ପୋଲିସ ବିକାଶଙ୍କୁ ଖୋଜୁଥିଲା।

ବିକାଶର ଦୁଇ ସହଯୋଗୀଙ୍କ ଏନକାଉଣ୍ଟର

କାନପୁର ସୁଟଆଉଟର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ନିକଟତର ୨ସହଯୋଗୀଙ୍କ ଏନକାଉଣ୍ଟର କରିଛି ପୋଲିସ । ୨ ସହଯୋଗୀ ହେଲେ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଲା । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ ସେପଟେ ଇଟାୱାରୁ ରଣବୀର ଶୁକ୍ଲାକୁ ଗିରଫ କରାଯାଇଥିଲା । ଦୁହେଁ ପୋଲିସ କଷ୍ଟଡିରେ ଥିବା ବେଳେ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ୨ଜଣଙ୍କୁ ଏନକାଉଣ୍ଟର କରିଛି ।

ଗତକାଲି ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେର ଏନକାଉଣ୍ଟର କରିଥିଲା ପୋଲିସ । ସେପଟେ ବିକାଶକୁ କାବୁ କରିବାକୁ ପୋଲିସ ଚର୍ଚ୍ଚ ଅପରେସନ ଜୋରଦାର କରିଥିଲା । ଫରିଦାବାଦର ଏକ ଗେଷ୍ଟହାଉସରେ ଲୁଚିଥିବା ଖବର ପାଇଁ ଗତକାଲି ସାଧା ପୋଷାକଧାରୀ ପୋଲିସ ଛାପା ମଧ୍ୟ ମାରିଥିଲେ । ହେଲେ ବିକାଶକୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ସେପଟେ ସିସିଟିଭି ଫୁଟେଜରେ ବିକାଶ ସେଠାରେ ଥିବା କଥା ସ୍ପଷ୍ଟ ହୋଇଥିଲା । କାନପୁରରେ ୮ ପୋଲିସଙ୍କୁ ମାରିଥିବା ବିକାଶ ଦୁବେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଟପରେ ଥିଲା ।

ଯେ ପର୍ଯ୍ୟନ୍ତ ଏହି ୫ଟି ରହସ୍ୟ ବିଷୟରେ ଜଣା ନ ପଡ଼ିଛି ସେପର୍ଯ୍ୟନ୍ତ ଔଷଧ ଅସମ୍ଭବ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ତାହାର ଲଢେଇ ଜାରି ରଖିଛି । ଏବେ ସୁଦ୍ଧା ଏକ କୋଟିରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇଛନ୍ତି । ଏଥି ସହିତ ଏହି ରୋଗରେ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଟିକା କିମ୍ବା ଏହାର କୌଣସି ଔଷଧ ମିଳିପାରି ନାହିଁ।

ଏହି ଭାଇରସ୍ ଆସିବାର ୬ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି କରୋନା ବିଷୟରେ ଏପରି କିଛି ରହସ୍ୟ ଅଛି, ଯାହା ବିଷୟରେ କେହି ଏପର୍ଯ୍ୟନ୍ତ ଜାଣିନାହାଁନ୍ତି । ସାଇନସ୍ ଚେନେରାଲ ନେଚର ବିଶ୍ୱର ବୈଜ୍ଞାନିକମାନଙ୍କୁ ଦର୍ଶାଇ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଏହି ମହାମାରୀ ବିଷୟରେ ୫ ଟି ରହସ୍ୟ ଉଲ୍ଲେଖ କରାଯାଇଛି, ଯାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।  ତେଣୁ କୁହାଯାଉଛି, ଯେ ପର୍ଯ୍ୟନ୍ତ ଏହି ୫ଟି ପ୍ରଶ୍ନର ଉତ୍ତର ନମିଳିଛି, ଏହି ଭୂତାଣୁ ପାଇଁ ଏକ ପ୍ରଭାବୀ ସମାଧାନ ବାହାର କରିବା ଅସମ୍ଭବ ।

ଏହି ଭାଇରସ୍ କେଉଁଠୁ ଆସିଲା?

ଏହି ମାରାତ୍ମକ ଭାଇରସ୍ କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରହସ୍ୟ ଅଟେ । ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୈଜ୍ଞାନିକମାନେ କୌଣସି ବି ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି ଯେ, ଏହି ଭାଇରସ୍  କେବେ, କେଉଁଠୁ ଏବଂ କେମିତି ଜନ୍ମ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହା ବାଦୁଡ଼ିଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଛି । ଏହା ପଛର କାରଣ RATG 13 କୁ ଦର୍ଶାଯାଇଛି ଯାହା ବାଦୁଡ଼ିମାନଙ୍କ ଠାରେ ମିଳିଥାଏ । ତଥାପି, କେତେକ ବୈଜ୍ଞାନିକ ଏହି ଦାବିକୁ ଗ୍ରହଣ କରି ନାହାଁନ୍ତି ଏବଂ ସେମାନେ ଦାବି କରିଥାନ୍ତି ଯେ ଯଦି ଏହା ହୋଇଥାନ୍ତା, ତେବେ ମଣିଷ ଏବଂ ବାଦୁଡ଼ିଙ୍କ ଜିନୋମରେ ଚାରି ପ୍ରତିଶତ ପାର୍ଥକ୍ୟ ରହି ନଥାନ୍ତା ଯିଏ ଏହି ଭାଇରସ୍ ପାଇଁ ଦାୟୀ ଅଟେ ।

ମଣିଷ ଶରୀରରେ ଭାଇରସ୍ ବିରୁଦ୍ଧରେ ପ୍ରତିକ୍ରିୟା କାହିଁକି ଭିନ୍ନ ?

କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ମଧ୍ୟରେ ଏହା ଦେଖାଯାଇଛି ଯେ, ସମାନ ବୟସ ଏବଂ ସମାନ କ୍ଷମତା ପରେ ମଧ୍ୟ ଏହି ଭାଇରସର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭିନ୍ନ ହୋଇଥାଏ । ଏହା ଏପର୍ଯ୍ୟନ୍ତର ଏକ ଅବୁଝା ଅଧ୍ୟାୟ କି ଏପରି କାହିଁକି ହେଉଛି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି ଭାଇରସ୍ ବିରୁଦ୍ଧରେ ବିଭିନ୍ନ ଶରୀରର ପ୍ରତିକ୍ରିୟା ପରସ୍ପରଠାରୁ ଭିନ୍ନ କାହିଁକି ? କରୋନା ସଂକ୍ରମଣରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଇଟାଲୀ ଏବଂ ସ୍ପେନର ୪୦୦୦ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏଥିରେ ଗୋଟିଏ କିମ୍ବା ଦୁଇଟି ଅତିରିକ୍ତ ଜିନ୍ ରହିପାରେ ।

ଭାଇରସ ବିପକ୍ଷରେ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିବ ପ୍ରତିରୋଧକ କ୍ଷମତା ?

ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରି ନାହାଁନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀର ଶରୀର କେତେ ଦିନ ପର୍ଯ୍ୟନ୍ତ ଭାଇରସ୍ ବିରୁଧରେ କେତେ ସମୟ ପର୍ଯ୍ୟନ୍ତ ପ୍ରତିରୋଧକ ଶକ୍ତି ରହିବ । ଭାଇରସ୍  ଜନିତ ଅନ୍ୟ ରୋଗରେ, ଏହି କ୍ଷମତା ଶରୀରରେ କିଛି ମାସ ପର୍ଯ୍ୟନ୍ତ ରହିଥାଏ । ତେଣୁ, ଅନୁସନ୍ଧାନ ମାଧ୍ୟମରେ ବୈଜ୍ଞାନିକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀରେ ଉତ୍ପାଦିତ ଆଣ୍ଟିବଡିଜ କେତେ ସମୟ ପର୍ଯ୍ୟନ୍ତ ଏହି ରୋଗରୁ ଶରୀରକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିପାରିବ ।

ଭାଇରସ୍ କେଉଁଠି କମ୍ ଆଉ କେଉଁଠି ଅଧିକ ମାରାତ୍ମକ କାହିଁକି ?

ଦୁନିଆର ଅନେକ ଦେଶରେ ଏହି ଭାଇରସ୍ ତାର ଅତ୍ୟନ୍ତ ଭୟଙ୍କର ରୂପ ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କେତେକ ଦେଶରେ ଏହାର ପ୍ରଭାବ କମ୍ ଏପର୍ଯ୍ୟନ୍ତ କମ୍ ରହିଛି । ଏହାର କାରଣ ପାଇଁ ବୈଜ୍ଞାନିକମାନେ ଏହି ଭାଇରସର କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଅଞ୍ଚଳ ଅନୁଯାୟୀ ଭାଇରସ୍ ପରିବର୍ତ୍ତନକୁ ଜାଣିବାକୁ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି।

କେତେ ଦିନ ଭିତରେ ଏହି ଟିକା ପ୍ରସ୍ତୁତ ହେବ ?

କରୋନା ଭାଇରସ୍ ଟିକା ବିଷୟରେ ଅନେକ ଦାବି ହୋଇଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାଁନ୍ତି କେତେ ଦିନ ପର୍ଯ୍ୟନ୍ତ ଏହି ଟିକା ମିଳି ପାଇବ । କରୋନା ଟିକା ବିକଶିତ କରିବା ପାଇଁ ପ୍ରାୟ ୨୦୦ଟି ପ୍ରକଳ୍ପ ଚେଷ୍ଟା ଚଲାଛି | ସେଥିମଧ୍ୟରୁ ୨୦ଟି ପ୍ରକଳ୍ପ ମାନବ ପରୀକ୍ଷା ସ୍ତରରେ ପହଞ୍ଚିଛି । ପରୀକ୍ଷିତ ସମସ୍ତ ଟିକାଗୁଡ଼ିକରେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂଚାଇ ଦେଉଛନ୍ତି ଯେ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିବାରେ ଏହା ପ୍ରଭାବଶାଳୀ, କିନ୍ତୁ ଏହି ଟିକା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରୁ ନାହିଁ ।

ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍… ପ୍ରାୟ ୭ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ୨ଶହ ଟିମ୍

ଗଞ୍ଜାମ: ପ୍ରତି ଦିନ ଗଞ୍ଜାମରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ଜିଲ୍ଲାର ୧୬ ଏନଏସିରେ କଟକଣା ଲାଗୁ ହେବ । ଏଥିସହ ୫ଟି ବ୍ଲକ ହେଡକ୍ୱାର୍ଟର ଧରାକୋଟ, ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ ମଧ୍ୟ ସମ୍ପୂର୍ଣ୍ଣ ସଟଡାଉନ୍ କରାଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ।

୨୦୦ଟି ସ୍ୱାସ୍ଥ୍ୟଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହି ସମୟରେ କୌଣସି ଲକ୍ଷଣ ନଲୁଚାଇବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ କରାଯିବ । ସଟଡାଉନରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି । କ୍ଷୀର ଗାଡ଼ି, ହସପିଟାଲ ସେବା ଓ ମେଡିସିନ୍ ଷ୍ଟୋର ଖୋଲା ରହିବ । ତେବେ ସାଧାରଣ ଲୋକଙ୍କ ପାଇଁ ସହରାଞ୍ଚଳର ସମସ୍ତ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିବ । ସେପଟେ ଗଞ୍ଜାମ ସହ ଖୋର୍ଦ୍ଧା ଓ ନୟାଗଡ଼ର ସୀମା ସିଲ୍ କରାଯାଇଛି ।

ସେପଟେ ବୁର୍ଲା ସହର ମଧ୍ୟ ୪୮ଘଣ୍ଟା ପାଇଁ ସଟଡାଉନ । ସଂକ୍ରମଣ ରୋକିବାକୁ ନିଆଯାଇଛି ପଦକ୍ଷେପ । ବୁର୍ଲାର ପିସି ବ୍ରିଜ୍ ଛକଠାରୁ ଆରମ୍ଭ କରି ଗୋଲଗୁଣ୍ଡା ପର୍ଯ୍ୟନ୍ତ ସମ୍ପୂର୍ଣ ଭାବରେ ବନ୍ଦ ହୋଇଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା ହୋଇଛି । କେବଳ ବୁର୍ଲା ଭୀମସାର ସମେତ କିଛି ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସମସ୍ତ ପ୍ରକାର ସେବା ପ୍ରାୟତଃ ବନ୍ଦ ରହିଛି।

ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ

ବୁର୍ଲା ଫାଣ୍ଡି ଛକ, ପିଜି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲେଗୁ ପଡା, ଗୁରୁଦ୍ୱାର କଲୋନୀ, କଣ୍ଟ୍ରାକ୍ଟର କଲୋନୀ, ଗାନ୍ଧୀ ପଡା, ଭକ୍ତି ମଣ୍ଡପ ଆଦି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ନିଆଯାଇଛି। ସଟ ଡାଉନ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ କହିଛି । ଏପରିକି ଯାତାୟତ ଉପରେ ମଧ୍ୟ ଲାଗିଛି କଟକଣା । ଆଗରୁ VSSUT କଲୋନୀ ସଟ ଡାଉନ କରାଯାଇଛି ।

(ନନ୍ଦିଘୋଷ ବ୍ୟୁରୋ ରିପୋର୍ଟ)

ଏହି ଅନ୍ଧବିଶ୍ୱାସର ଶିକାର ହୋଇଥିଲେ ସଞ୍ଜିବ କୁମାର, ଆଜୀବନ କରିନଥିଲେ ବିବାହ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜିବ କୁମାର ଏମିତି ଅଭିନେତାଙ୍କ ମଧ୍ୟରୁ ଜଣେ ଯିଏ ନିଜ ରଠିନ ପରିଶ୍ରମ ଦ୍ୱାରା ଇଣ୍ଡଷ୍ଟ୍ରିରେ ଅନେକ ପ୍ରତିଷ୍ଠା ହାସଲ କରିଛନ୍ତି । ୧୯୩୮ ମସିହା ଜୁଲାଇ ମାସରେ ଗୁଜୁରାଟ ସୁରଟରେ ସଞ୍ଜୀବଙ୍କ ଜନ୍ମ ହୋଇଥିଲା । ଜଣେ ଭଲ କଳାକାର ହେବା ସହ ସେ ବହୁତ ଭଲ ବ୍ୟକ୍ତି ଥିଲେ। “ଶୋଲେ” ଫିଲ୍ମରେ ଠାକୁରଙ୍କ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେହି ଫିଲ୍ମରେ ତାଙ୍କ ଚରିତ୍ର ଅମର ହୋଇ ରହିଗଲା ।

ଫିଲ୍ମ “ନୟା ଦିନ ନୟି ରାତରେ” ସେ ୯ଟି ଭୂମିକାରେ ଅଭିନୟ କରିଥିଲେ । “କୋଶିଶ” ଫିଲ୍ମରେ ସେ ମୁକ ବଧିର ବ୍ୟକ୍ତିର ଅଭିନୟ କରି ବେଶ ଚର୍ଚ୍ଚାରେ ଥିଲେ । କାରଣ ତାଙ୍କ ଅଭିନୟ ଅତୁଳନୀୟ ଥିଲା । ଆଜି ଲୋକପ୍ରିୟ ଅଭିନେତା ସଞ୍ଜିବଙ୍କ ଜନ୍ମ ବାର୍ଷିକ । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ ।

ସଞ୍ଜିବଙ୍କ ରିୟଲ ନାଁ ଜେଠଲାଲ ଜରିୱାଲା ଥିଲା । କିନ୍ତୁ ଇଣ୍ଡଷ୍ଟ୍ରି ସହ ଦର୍ଶକଙ୍କ ମଧ୍ୟରେ ସେ ସଞ୍ଜିବ କୁମାରଙ୍କ ନାଁରେ ପରିଚିତ ଥିଲେ । ଖୁବ କମ ଲୋକେ ଜାଣିଛନ୍ତି ଯେ, ସଞ୍ଜିବ କୁମାର କେବେ ବିବାହ କରିନଥିଲେ । ହେଲେ ସେ ଅନେକ ଥର ପ୍ରେମରେ ପଡିଥିଲେ । ସଞ୍ଜିବ କୁମାରଙ୍କୁ ବଲିଉଡର ପ୍ରଥମ ରିୟଲ ଲାଇଫ୍ ବ୍ୟାଚଲର ମଧ୍ୟ କୁହାଯାଏ । ଯାହା ଆଜିକାଲି ସଲମାନ ଖାନଙ୍କୁ କୁହନ୍ତି ।

ସଞ୍ଜିବ ବାସ୍ତବ ଜୀବନରେ ଏକ ଅଦ୍ଭୁତ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ । ତାଙ୍କର ଏହି ଅନ୍ଧବିଶ୍ୱାସ ଥିଲା ଯେ ପରିବାରର ବଡ ପୁଅ ୧୦ ବର୍ଷ ବୟସ ହେବା ପରେ ପିତାଙ୍କର ମୃତ୍ୟୁ ହୋଇଥାଏ । ସଞ୍ଜିବଙ୍କ ଜେଜେବାପା, ବାପା ଏବଂ ଭାଇଙ୍କ ସହ ଏହା ହୋଇସାରିଥିଲା । ସଞ୍ଜିବ ତାଙ୍କ ଦିବ୍ୟାଙ୍ଗ ଭାଇଙ୍କ ପୁଅକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ ଏବଂ ପୁଅଙ୍କୁ ଦଶ ବର୍ଷ ବୟସ ହେବା ପରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା। ସେଥିପାଇଁ ତାଙ୍କର ଏହି ଚିନ୍ତାଧାରା କେବେ ବଦଳିନଥିଲା । ଏହି କାରଣ ପାଇଁ ସେ ଜୀବନ ସାରା ବିବାହ କରିନଥିଲେ ।

ଏସିଆ କପ୍ ବାତିଲ ପରେ T20 ଏବଂ IPL ହେବ କି ନାହିଁ ଜାଣନ୍ତୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ଭାବନା ବୃଦ୍ଧି ପାଇଛି । ଯଦିଓ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଏପର୍ଯ୍ୟନ୍ତ ଆଇପିଏଲ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ । କିନ୍ତୁ ଯଦି ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅନୁସାରେ ଆଇପିଏଲ ହେବା ନେଇ ସମ୍ଭାବନା ବଢିଛି । ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ବାତିଲ କରାଯାଇଛି । ସେହି ଭଳି ଅକ୍ଟୋବର – ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିହା T20 ବିଶ୍ୱକପ୍‌ରେ ସଙ୍କଟ ଦେଖାଦେଇଛି ।

ସୌରଭ ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ବାତିଲ କରାଯାଇଛି । ସେ କହିଛନ୍ତି ଯେ ମୁଁ ଭାବୁଛି ଆଇସିସି ଟି -20 ବିଶ୍ୱକପ ମଧ୍ୟ ବାତିଲ ହେବ, କାରଣ ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସମସ୍ତ ଦେଶ ଆଇସିସିରୁ ନିର୍ଦ୍ଦେଶ ଲୋଡିଛନ୍ତି । ଏବଂ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ହେବାକୁ ମଧ୍ୟ ସମୟ ଲାଗେ । ଏହାସହ ଜୁଲାଇ ମଧ୍ୟଭାଗ ସୁଦ୍ଧା ଟି -20 ବିଶ୍ୱକପ ହେବାକି ନାହିଁ ତାହା ସ୍ପଷ୍ଟ ହେବ ।

ଟି-20 ବିଶ୍ୱକପ ପାଇବାକୁ ଚେଷ୍ଟା କରୁଛି

ବିସିସିଆଇ ସଭାପତି କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ଟି-20 ବିଶ୍ୱକପ ହେବାର ଅଛି । ଏବଂ ଆଇସିସି ଟି-20 ବିଶ୍ୱକପ କରିବାକୁ ଚେଷ୍ଟା କରୁଛି । କାରଣ ଏହା ତାଙ୍କୁ ବହୁତ ରାଜସ୍ୱ ଦେଇଥାଏ । ଆଇସିସିରୁ ନିର୍ଦ୍ଦେଶ ନ ପାଇବା ପର୍ଯ୍ୟନ୍ତ ଆମେ ଆଇପିଏଲ ବିଷୟରେ କିଛି କହିପାରୁନାହୁଁ ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଡିସେମ୍ବରରେ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ଖେଳିବାକୁ ଅଛି । ଏସିଆ କପ୍ ବାତିଲ ହୋଇଯାଛି, କିନ୍ତୁ ପରବର୍ତ୍ତୀ ସମୟରେ କ’ଣ ହେବ ମୁଁ କହିପାରିବି ନାହିଁ ।

ଯଦି ଟି -20 ବିଶ୍ୱକପ ବାତିଲ ହୁଏ ତେବେ ..?

ଯଦି ଆଇସିସି ଘୋଷଣା କରେ ଯେ ଚଳିତ ବର୍ଷର ଟି -20 ବିଶ୍ୱକପ ବାତିଲ ହୋଇଛି, ତେବେ ଆଇପିଏଲର ୱିଣ୍ଡୋ କ’ଣ ରହିବ, କଣ ଆପଣ ଆଇପିଏଲ ପାଇଁ ଚେଷ୍ଟା କରିବେ ..? ଏହାର ଜବାବରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ଭାବୁଛି ଆଇସିସି ଟି -20 ବିଶ୍ୱକପ ମଧ୍ୟ ବାତିଲ ହେବ, କାରଣ ସମସ୍ତ ଦେଶ ଟୁର୍ଣ୍ଣାମେଣ୍ଟ ବିଷୟରେ ଆଇସିସିରୁ ନିର୍ଦ୍ଦେଶ ମାଗୁଛନ୍ତି । ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ସମୟ ଲାଗେ । ଜୁଲାଇ ମଧ୍ୟଭାଗରେ ସ୍ପଷ୍ଟ ହେବ ଯେ, ଟି -20 ବିଶ୍ୱକପ ହେବ କି ନାହିଁ ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଆଇପିଏଲକୁ ନେଇ ଆମର ପ୍ରୟାସ ଜାରି ରହିଛି । ଭାରତ ପାଇଁ ଆଇପିଏଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ଆମେ ଭାରତରେ ଏହାକୁ କରିବାକୁ ଚେଷ୍ଟା କରିବୁ । ଗାଙ୍ଗୁଲି କହିଛନ୍ତି ଯେ ୪ରୁ ୫ଭେନ୍ୟୁ ଆମେ ଏହାକୁ ସଂଗଠିତ କରିପାରିବୁ । କିନ୍ତୁ ଯଦି ଏହା ନହୁଏ ତେବେ ଆମେ ଏହାକୁ ଭାରତ ବଦଳରେ ଅନ୍ୟସ୍ଥାନରେ କରିବାକୁ ଚିନ୍ତା କରିବୁ । ସମସ୍ତ ବିକଳ୍ପ ଆମ ପାଇଁ ଖୋଲା ଅଛି ।.

ଏବଂ ପରବର୍ତ୍ତି ପ୍ରଶ୍ନରେ ତାଙ୍କୁ ପଚରା ଯାଇଥିଲା, ଭାରତ ବାହାରେ କେଉଁ ଦେଶରେ ଏହା ସଂଗଠିତ ହୋଇପାରିବ, ଗାଙ୍ଗୁଲି କହିଛନ୍ତି ଯେ ଶ୍ରୀଲଙ୍କାରେ କରୋନା ମାମଲା କମ୍ ଅଛି । ଦୁବାଇରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ବୋର୍ଡରେ ଏହା ଆଲୋଚନା ହୋଇନାହିଁ।

ଏଠାରେ ଦରମା ପାଇଁ ଦେହର ସଉଦା କରିବାକୁ ପଡ଼ିଥାଏ ଦଲାଲଙ୍କ ପାଖରେ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦିଲ୍ଲୀଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ବୁନ୍ଦେଲଖଣ୍ଡର ଚିତ୍ରକୁଟରେ ଏହା ହେଉଛି ନର୍କ । ଯେଉଁଠାରେ ଗରିବଙ୍କ ନାବାଳିକା ଝିଅମାନେ ଖଣିରେ କାମ କରିବାକୁ ବାଧ୍ୟ ହୁନ୍ତି । ମଜୁରୀ ପାଇବାକୁ ହେଲେ ଏହି ଝିଅମାନଙ୍କୁ କଣ୍ଟ୍ରାକ୍ଟରଙ୍କ ପାଖରେ ତାଙ୍କ ଦେହକୁ ଦାହ କରିବାକୁ ପଡ଼ିଥାଏ ।  କରୋନା ସଙ୍କଟ ସମୟରେ ଚିତ୍ରକୁଟ ଖଣିରେ ନାବାଳିକାଙ୍କ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଛି । ଏକ ବିଶେଷ ରିପୋର୍ଟରୁ ଜଣାପଡିଛି ଯେ ନାବାଳିକାମାନେ ଖଣିରେ ଯୌନ ଶୋଷଣର ଶିକାର ହେଉଛନ୍ତି ।

ଏଠାରେ ଏହି ଝିଅ ମାନଙ୍କର ବୟସ କଣ୍ଢେଇ ସହିତ ଖେଳିବାର । ଖାତା-କଲମ ସହିତ ବିଦ୍ୟାଳୟକୁ ଯିବାର, କିନ୍ତୁ ଦାରିଦ୍ର୍ୟତା ଏବଂ ଅସହାୟତା ସେମାନଙ୍କ ପିଲାଦିନରେ ଭରି ଦେଇଛି ଅସରନ୍ତି ଦୁଃଖ । ପରିବାର ପ୍ରତିପୋଷଣ ଦାୟିତ୍ୱ ତାଙ୍କ କାନ୍ଧରେ ଲଦି ହୋଇପଡ଼ିଛି । ୧୨-୧୪ ବର୍ଷର ଝିଅମାନେ ଖଣିରେ କାମ କରିବାକୁ ଯାଆନ୍ତି, ଯେଉଁଠାରେ ସେମାନଙ୍କ ଶରୀର ଦୁଇଶହରୁ ତିନି ଶହ ଟଙ୍କା ପାଇଁ ବିକ୍ରୀ ହୋଇଥାଏ । କରଭିରେ ରହୁଥିବା ସୌମ୍ୟା କୁହନ୍ତି, ଯଦି ଆମେ ଯାଇ କାମ ଖୋଜୁ, ସେତେବେଳେ ସେମାନେ କୁହନ୍ତି ତୁମ ଦେହ ଆମକୁ ଦିଅ ଆମେ ତୁମକୁ କାମ ଦେବୁ ।

ଦେହ ଆଉ ଦଲାଲ ବଦଳରେ କାମ ପାଇଁ ସଉଦା ହୁଏ । ଆମେ ବାଧ୍ୟ ହୋଇ ଏମିତି କାମ କରିଥାଉ । ତଥାପ କାମ ସରିଲାପରେ ଆମକୁ ଟଙ୍କା ମିଳିନଥାଏ । ଏହି ଗାଁର ନିରୀହ ଝିଅ ମାନେ ପାହାଡ଼ ଖଣିରୁ ପଥର ଉଠାଇବାକୁ ଯାଇଥାନ୍ତି । ଯେଉଁ ବୟସରେ ହାତରେ ବହି ଖାତା ରହିବା କଥା ସେହି ହାତରେ ପଥର ଉଠାଇବାକୁ ପଡିଥାଏ । ଯଦି ଏନେଇ କୌଣସି କଥା କହିଦେବୁ ଝିଅ ମାନେ କହିଥାନ୍ତି ତେବେ ପାହାଡ଼ରୁ ତଳକୁ ଫିଙ୍ଗିଦେବାର ଧମ ମିଳିଥାଏ ।

ସୌମ୍ୟା କୁହନ୍ତି, ‘ତାଙ୍କ ନାଁ ଆମେ କହିବୁନି, ନାଁ କହିବୁ ତ ମରିବୁ, । ଏହି କାରଣରୁ ଆମେ ନାମ ଜାଣିନାହୁଁ । ଯଦି ଏଭଳି କାମ କରିବ ତେବେ ତୁମକୁ ଆଗକୁ କାମ ମିଳିବ ନହଲେ କାମ ମିଳିବ ନାହିଁ ବୋଲି କଣ୍ଟ୍ରାକ୍ଟର ଦଲାଲ କହିଥାନ୍ତି । ଏଭଳି କହି ଧମକ ଦେଇଥାନ୍ତି ଠିକାଦର । ଏଭଳି କାମ କରିବାକୁ ତାଙ୍କୁ ବାଧ୍ୟ କରାଯାଏ । ଯଦି ସେମାନେ ଯିବା ପାଇଁ ମନା କରନ୍ତି ତେବେ ପାହାଡ଼ରୁ ତଳକୁ ଫିଙ୍ଗିଦେବାର ଧମକ ଦିଆଯାଇଥାଏ ।

ଚିତ୍ରକୁଟ ପାହାଡ ଉପରେ ପ୍ରାୟ ୫୦ରୁ ଅଧିକ କ୍ରସର ରହିଛି । ଅନାହାର ଏବଂ ବେରୋଜଗାରର ସମ୍ମୁଖୀନ ହେଉଥିବା ଲୋକେ ଏହି କ୍ରସରରେ କାମ କରିଥାନ୍ତି । କହିବାକୁ ଗଲେ ସେଠାରେ ଥିବା ଲୋକେ ପୁରା କ୍ରସର ଉପରେ ନିର୍ଭର କରିଥାନ୍ତି । ଯାହାଫଳରେ ଏମାନେ ଲୋକଙ୍କ ବିରୁଦ୍ଧରେ କିଛି କହିବାକୁ ଡ଼ରନ୍ତି ।

ଅନେକ ଦିନର ଅନୁସନ୍ଧାନରେ ଗୋଣ୍ଡା ଗାଁକୁ ଆସିଥିଲେ ଏକ ଅନୁସନ୍ଧାନ ଟିମ । ସେଠାରେ ମହିଳାମାନେ ଏତେ ଡରି ଯାଇଥିଲେ ଯେ ସେମାନେ ତାଙ୍କ ସହ କଥାବାର୍ତ୍ତା କରିବାକୁ କେହି ଚାହୁଁ ନାହୁଁନଥିଲେ । ନିଷ୍ଠୁରତାର ଏହି ଘୃଣ୍ୟ କାଣ୍ଡ ଉପରେ ଆତଙ୍କର ଛାଇ ହୋଇ ରହିଛି । ଯେଉଁଥି ପାଇଁ ଅନେକ ମାଆ ଏବଂ ଝିଅର ସମ୍ପର୍କ ଏଠି ତଳିତଳାନ୍ତ ହୋଇପଡ଼ୁଛି ।