spot_img
Home Blog Page 6716

ଦୃଷ୍ଟି ହଟାଇବାକୁ ସାମ୍ୱାଦିକ ସମ୍ମିଳନୀ କରୁଛି ବିଜେପି: ଲେନିନ୍

ଭୁବନେଶ୍ୱର:  ବିଜେପି ଭିତରେ ଅନ୍ତର୍ନ୍ଦ୍ୱନ୍ଦ୍ୱ ରହିଛି । ବିଜେପି ନେତାମାନଙ୍କ ଭିତରେ ଅବିଶ୍ୱାସର ବାତାବରଣ ଅଛି । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ବାରମ୍ବାର କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛନ୍ତି । BMC ମାମଲା ମଧ୍ୟ ରୁଜୁ କରିଛି । ବାବୁ ସିଂ ଅପରାଜିତାଙ୍କ ଫ୍ରାକ୍ସନର ନେତା। ସେସବୁକୁ ସୁରକ୍ଷା ଦେଇ ଦୃଷ୍ଟି ହଟାଇବା ପାଇଁ ଏପରି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

ରିଚାର୍ଜ ପ୍ଲାନ୍ ହେବ ମହଙ୍ଗା, ଦୁଇଗୁଣା ବଢିପାରେ ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ସ୍ମାର୍ଟଫୋନ୍ ୟୁଜର୍ସ ଅଛନ୍ତି । ତେବେ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଏକ ଖରାପ ଖବର ଆସିଛି । ସମସ୍ତ ଟେଲିକମ୍ କମ୍ପାନୀଗୁଡିକର ରିଚାର୍ଜ ପ୍ଲାନ୍ ପୁଣି ଥରେ ମହଙ୍ଗା ହୋଇପାରେ । କରୋନା ଭାଇରସ୍ ଲକଡାଉନ୍ ପାଇଁ କମ୍ପାନୀଗୁଡିକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଏବେ ଟାରିଫ ପ୍ଲାନ୍ ମହଙ୍ଗା କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରିଚାର୍ଜ ଯୋଜନାଗୁଡିକ ଆସନ୍ତା ୧୨ ରୁ ୧୮ ମାସ ମଧ୍ୟରେ ଦୁଇଗୁଣା ମହଙ୍ଗା ହୋଇପାରେ।

EY ରେ ଇମର୍ଜିଂ ମାର୍କେଟ ଟେକ୍ନୋଲୋଜି, ଏଡ୍ ଏଣ୍ଟରଟେନମେଣ୍ଟ ଏଣ୍ଡ ଟେଲିକମ୍ୟୁନିକେସନ ମୁଖ୍ୟ ପ୍ରଶାନ୍ତ ସିଂଘଲ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ଟାରିଫ ମହଙ୍ଗା ହେବା ଉଚିତ ନୁହେଁ, କିନ୍ତୁ କମ୍ପାନୀମାନେ କିଛି ସମୟ ମଧ୍ୟରେ ଏହି ପଦକ୍ଷେପ ନିଶ୍ଟିତ ଭାବରେ ନେବେ । ଏହା ମହଙ୍ଗା ହେବା ଆବଶ୍ୟକ। ତେଣୁ ଆସନ୍ତା ୬ ମାସ ମଧ୍ୟରେ ଟାରିଫ ବୃଦ୍ଧି ହେବା ଉଚିତ୍ ବୋଲି କହିଛନ୍ତି ପ୍ରଶାନ୍ତ ସିଂଘଲ ।

ପ୍ରଶାନ୍ତ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ହେତୁ ଏହି ଯୋଜନା ଗୁଡିକୁ ମହଙ୍ଗା କରିବା ଠିକ୍ ନୁହେଁ, କିନ୍ତୁ ଆସନ୍ତା ୧୨ ରୁ ୧୮ ଟ୍ୟାରିଫ ହାଇକ୍ ହୋଇପାରେ। ବଜାରରେ ତାଙ୍କ ସ୍ଥିତି ସ୍ଥିର କରିବା ପାଇଁ ସେମାନଙ୍କ ଲାଗି ଏହା ଜରୁରୀ ହୋଇପଡିଛି। ଟେଲିକମ୍ କମ୍ପାନୀଙ୍କ ତରଫରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ । ଗତ ବର୍ଷ ଡିସେମ୍ବର ମାସରେ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ଟାରିଫ ଯୋଜନା ମଧ୍ୟ ମହଙ୍ଗା ହୋଇଥିଲା। ଗତଥର ୪୦ ପ୍ରତିଶତ ପର୍ଯ୍ୟନ୍ତ ହାଇକ୍ ହୋଇଥିଲା।

ସଟଡାଉନରେ ବଡ଼ବିଲ୍: ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରଶାସନର ରୋକ୍

ବଡ଼ବିଲ: ସଂପୂର୍ଣ୍ଣ ସଟଡାଉନ୍ ହେଲା ବଡ଼ବିଲ । ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି ପ୍ରଶାସନର ରୋକ୍ । ସେପଟେ ହୋଟେଲରେ ରହୁଥିବା ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହେବା ପରେ ହୋଟେଲକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପ୍ରଶାସନ । ଅନ୍ୟପଟେ କୋଭିଡ୍ କଟକଣା ଉଲଂଘନ ଯୋଗୁଁ ଗୃହସ୍ଥି ରିଏଲ ବଜାରକୁ ମଧ୍ୟ ସିଲ୍ କରିଦିଆଯାଇଛି ।

ଗତକାଲି ବଡ଼ବିଲରେ ୧୧ ଜଣ ଲୋକାଲ ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବଡ଼ବିଲ ପୌରାଂଚଳକୁ ସପ୍ତାହେ ପାଇଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ୍ ବଳବତର ରହିବ । ତେବେ ଏହି ସଟଡାଉନ ସମୟରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ୍ ବ୍ୟତୀତ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ୍ ଇତ୍ୟାଦି ବନ୍ଦ ରହିଛି । ତେଣୁ ଗତକାଲି ରାତିରେ ବଡ଼ବିଲ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇ ଲୋକଙ୍କୁ ସଟଡାଉନ୍ ନିୟମ ମାନିବାକୁ ଅପିଲ କରାଯାଇଥିଲା ।

ଆଜି ଠାରୁ ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଲଗାଯାଇଛି ପ୍ରଶାସନ । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ତେବେ ସଟଡାଉନ୍ ସମୟରେ ପେଟ୍ରୋଲ ପମ୍ପ୍ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ଇତ୍ୟାଦି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ଫ୍ୟାକ୍ଟ୍ରି ଓ ଖଣି ଚାଲୁ ରହିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ  ସଟଡାଉନ୍ ସମୟରେ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଜନସାଧାରଣ ସମସ୍ୟାକୁ ଦୃଷ୍ଟିରେ ରଖି ରାସନ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଁଚାଇବା ପାଇଁ ହୋମ୍ ଡେଲିଭରୀର ବ୍ୟବସ୍ଥା କରାଯାଇଛି ।

ସେପଟେ ରବିବାର ବଡ଼ବିଲରେ ୧୧ ଜଣ ଲୋକାଲ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଆଉ ଜଣେ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ବ୍ୟକ୍ତି ଏକ ଘରୋଇ କମ୍ପାନୀ(ଜେଏସଡବ୍ଲୁ)ର କର୍ମଚାରୀ । ତାଙ୍କ ଘର ଉତ୍‌ତର ପ୍ରଦେଶର ବରେଲୀରେ ହୋଇଥିବା ବେଳେ, ସେ ଗତ ୪ ତାରିଖରେ କର୍ଣ୍ଣାଟକାରୁ ଭୁବନେଶ୍ୱର ଦେଇ ବଡ଼ବିଲକୁ ଆସିବା ପରେ ଆଧାର ରିଜେନ୍ସୀ ହୋଟେଲରେ ରହୁଥିଲେ । ହୋଟେଲ ମ୍ୟାନେଜରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଚିହ୍ନଟ ଏହି ବ୍ୟକ୍ତି ବଡ଼ବିଲ ଆସିବା ପୂର୍ବରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ (ସମ୍ ହସ୍ପିଟାଲ)ରେ କୋଭିଡ୍ ଟେଷ୍ଟ ପାଇଁ ନମୂନା ଦେଇ ଆସିଥିଲେ । ଗତକାଲି ସଂଧ୍ୟାରେ ସେ ପଜିଟିଭ୍ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ କେନ୍ଦୁଝର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ହୋଟେଲକୁ ସିଲ୍ କରାଯାଇଥିଲା । ସେହିପରି ସଂପୃକ୍ତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା । ହୋଟେଲର ୧୮ ଜଣ କର୍ମଚାରୀଙ୍କ ସମେତ ମୋଟ ୩୦ଜଣଙ୍କୁ ଟ୍ରେସିଂ କରାଯାଇ ସେମାନଙ୍କର ସ୍ୱାବ୍ ପରୀକ୍ଷା ପାଇଁ ଆଜି ନମୂନା ସଂଗ୍ରହ କରାଯାଇଛି । (ବଡ଼ବିଲରୁ ରିପୋର୍ଟର ଦିପକ କୁମାର ସତପଥୀ)

ରାଜ୍ୟରେ ପ୍ରଥମ: ନୀଳଗିରି ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ବାଲେଶ୍ୱର: ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨ଦିନ ତଳେ ନୀଳଗିରି ବରହମପୁରଠାରେ ବିଧାୟକ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଆଜି ତାଙ୍କର ରିପୋର୍ଟ ପଜିଟିଭ ବାହାରିଛି । ବିଧାୟକଙ୍କୁ ଚିକିତ୍ସା ପାଇଁ ଜ୍ୟୋତି କୋଭିଡ ହସ୍ପିଟାଲକୁ ଆଣିବାର ବ୍ୟବସ୍ଥା କରୁଛି ପ୍ରଶାସନ। ସମସ୍ତ ଗାଇଡ଼ଲାଇନ ଅନୁସାରେ ବିଧାୟକଙ୍କୁ ଚିକିତ୍ସା କରାଯିବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି । ଜଣେ ଜନପ୍ରତିନିଧି ଭାବେ ବିଧାୟକ ବିଭିନ୍ନ ସ୍ଥାନ ବୁଲିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସମସ୍ତ ଗାଇଡ଼ଲାଇନ ଫଲୋ କରାଯିବ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ମୋଟ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍‌, ଓ ୧୧ ଜଣ ଲୋକାଲ୍ କଣ୍ଟାକରୁ ସଂକ୍ରମିତ ହୋଇଛନ୍ତି ।

୨୦୨୧ ପୂର୍ବରୁ ଆସି ନ ପାରେ କରୋନା ଟିକା, ପଛକୁ ହଟିଲା ମନ୍ତ୍ରଣାଳୟ

India and China Tension: କାମଦେଲା ଭାରତ ଚାପ,ଦେଢ କିଲୋମିଟର ପଛକୁ ହଟିଲା ଚୀନ୍ !

ନୂଆଦିଲ୍ଲୀ: ଲଦାଖରେ ଭାରତର କଡା ଆଭିମୁଖ୍ୟ ଚୀନକୁ ମୁଣ୍ଡନୋଇଁବାକୁ ବାଧ୍ୟ କରିଛି । ଚୀନ ତା’ର ଆକ୍ରାମକ ଆଭିମୁଖ୍ୟରେ ପରିବର୍ତ୍ତନ କରି ଗଲବାନ ଘାଟିରୁ ଦେଢ କିଲୋମିଟର ପଛକୁ ଫେରିବାକୁ ରାଜି ହୋଇଛି । ଏହା ସହ ଗଲବାନ ଘାଟିକୁ ବଫର ଜୋନ୍ ଭାବେ ଗ୍ରହଣ କରିବାକୁ ଚୀନ ରାଜି ହୋଇଛି ।

ଚୀନ ପଦକ୍ଷେପ ଦ୍ୱାର ଉତ୍ତେଜନା ହ୍ରାସ ପାଇବ କି ?

ବିଶେଷଜ୍ଞ ଏହାକୁ ଉତ୍ତଜେନା ହ୍ରାସ କରିବା ପାଇଁ ପ୍ରଥମ ପଦକ୍ଷେପ ବୋଲି ମାନୁଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଏଥିରେ ୪୦ରୁ ୧୦୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିବା କୁହାଯାଉଛି । ଲଦାଖର ଗଲବାନ ଘାଟିରେ ଚୀନ ସୈନିକ ଡିସଏନଗେଜମେଣ୍ଟ୍ ପ୍ରକ୍ରିୟା କ୍ରମରେ ପାଖାପାଖି ୧.୫ କିଲୋମିଟର ପଛକୁ ହଟିଛନ୍ତି । ଏହା ସହ ଚୀନ୍ ସୈନିକ ନିଜ କ୍ୟାମ୍ପକୁ ପଛକୁ ହଟାଇ ନେଇଥିବା ମଧ୍ୟ ଜଣା ପଡିଛି । ତେବେ ଏନେଇ ସେନା ପକ୍ଷରୁ ଆଧିକାରିକ ଭାବେ କୌଣସି ପ୍ରକ୍ରିୟା ଆସିନାହିଁ ।

ଏପର୍ଯ୍ୟନ୍ତ ସରଜମିନ୍ ତଦନ୍ତ ହୋଇନାହିଁ

LADAKH

ତେବେ ଏପର୍ଯ୍ୟନ୍ତ ଫିଜିକାଲ ଭେରିଫିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି ।  ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଚୀନ୍ ସୈନିକ ପଛକୁ ହଟିଥିବା ଆମେ ଜାଣିଛୁ କିନ୍ତୁ ସେମାନେ କେତେ ପଛକୁ ଫେରିଛନ୍ତି ସେ ନେଇ  ସରଜମିନ୍ ତଦନ୍ତ ହୋଇନାହିଁ । ସରଜମିନ ନୀରିକ୍ଷଣ ପରେ ଚୀନ୍ ସେନା କେତେ ପଛକୁ ହଟିଛି ତାହା ଜଣା ପଡିବ । ସରଜମିନ ତଦନ୍ତକୁ ତିନି ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଚୀନ୍ ସେନା ନିଜ ଟେଣ୍ଟ୍ ହଟାଇବା ପରେ ଡ୍ରୋନ୍ ଦ୍ୱାରା ଏହାର ଫଟୋ ନିଆଯିବ । ତା’ପରେ ଭାରତୀୟ ସୈନିକ ଉକ୍ତ ସ୍ଥାନକୁ ଯାଇ ସତରେ ଚୀନ୍ ହଟିଛି କି ନାହିଁ ତାର ସରଜମିନ ତଦନ୍ତ କରିବେ । ଏଥିପାଇଁ ତିନି ଦିନ ସମୟ ଲାଗିବ । ଭେରିଫିକେସନ୍ ହେବା ପରେ ଦ୍ୱିତୀୟ ପଦକ୍ଷେପ ନିଆଯିବ ।

ଚୀନ ପୁଣି ଧୋକା ଦେଉ ନାହିଁ  ତ?

INDIAN ARMY

 

ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ଅନୁସାରେ ଗତ କିଛି ଦିନ ଧରି ଗଲବାନ ଘାଟିରେ ପାଗ ଖରାପ ରହିଛି । ଗଲବାନ ନଦୀରେ ବନ୍ୟା ଆସିଛି । ଏମିତିରେ ଚୀନ୍ ଆଲୋଚନା ଆଧାରରେ ତା’ର ସୈନିକଙ୍କୁ ପଛକୁ ହଟିବାକୁ କହିଛି କି ପାଗ ଯୋଗୁ ପଛକୁ ହଟିବାକୁ ବାଧ୍ୟ ହୋଇଛି ତାହା କହିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମୋଦି ଲେହ ଗସ୍ତରେ ଯାଇଥିଲେ

modi in leh

ଜୁଲାଇ ୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତରେ ଯାଇଥିଲେ । ସେଠାରେ ସେ ସୈନିକଙ୍କୁ ସମ୍ବୋଧନ କରି ଚୀନର ନାମ ନନେଇ ଡ୍ରାଗନର ବିସ୍ତାରବାଦୀ ନୀତିକୁ କଠୋର ସମାଲୋଚନା କରିଥିଲେ । ବିସ୍ତାରବାଦୀ ନୀତିର ବର୍ତ୍ତମାନ ସମୟରେ କୌଣସି ସ୍ଥାନ ନାହିଁ ବୋଲି ସେ କହିଥିଲେ । ବିସ୍ତାରବାଦୀ ନୀତି ବିଶ୍ୱଶାନ୍ତି ପାଇଁ ବିପଜ୍ଜନକ ବୋଲି ସେ କହିଥିଲେ ।

ରାଜ୍ୟରେ ୧ଲକ୍ଷ ଟେଷ୍ଟିଂ ପୂରା କଲା ଆରଏମ୍‌ଆରସି: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ଟେଷ୍ଟିଂ ଦିଗରେ ମାଇଲ୍ ଖୁଣ୍ଟ ଛୁଇଁଲା ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (RMRC) ଭୁବନେଶ୍ୱର । ଦେଶର ଏହି ପ୍ରମୁଖ ଭୂତାଣୁ ପରୀକ୍ଷଣ କେନ୍ଦ୍ର ରାଜ୍ୟରେ ଏକାକୀ ୧ ଲକ୍ଷ କୋଭିଡ ଟେଷ୍ଟିଂ କରିପାରିଛି । ଗତ ସାଢ଼େ ୩ ମାସର ଏହି ସୀମିତ ସମୟ ମଧ୍ୟରେ ଏହି ମାଇଲ୍‌ଖୁଣ୍ଟ ଛୁଇଁପାରିଛି ଆଇସିଏମ୍‌ଆର ।  ଏଥିସହିତ ୨ ହଜାର ୩ଶହ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇପାରିଛନ୍ତି ।

ଏଥିସହିତ ସାରା ଦେଶର କରୋନା ଟେଷ୍ଟିଂ ଲ୍ୟାବ୍‌ମାନଙ୍କ ମଧ୍ୟରେ ଟପ୍‌ ୩ଟି ଲ୍ୟାବ୍‌ ମଧ୍ୟରେ ସ୍ଥାନିତ ହୋଇପାରିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇସିଏମ୍‌ର ଶାକା ଆରଏମ୍‌ଆରସି ଭୁବନେଶ୍ୱରକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏଭଳି କୋଭିଡ ପରୀକ୍ଷର କରୋନା ମୁକାବିଲା ଦିଗରେ ଓଡ଼ିଶାକୁ ସୁଦୃଢ଼ କରିପାରିଛି ।

ସୂଚନା ଯୋଗ୍ୟ, କରୋନା ମୁକାବିଲାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କୋଭିଡ ଟେଷ୍ଟିଂ । ଏହାଦ୍ୱାରା ସଂକ୍ରମିତଙ୍କ ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା କରାଯାଇପାରିବ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏଣୁ ପୂର୍ବରୁ ରାଜ୍ୟସରକାରଙ୍କ ପକ୍ଷରୁ କୋଭିଡ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦେଇଆସୁଛନ୍ତି । ଏଥିନିମନ୍ତେ ପୂର୍ବରୁ କେବଳ ଆରଆଏମ୍‌ଆରସିରେ କୋଭିଡ ଟେଷ୍ଟିଂ ହେଉଥିବା ବେଳେ ରାଜ୍ୟ ଅନ୍ୟ ମେଡିକାଲ ଏବଂ ପ୍ରାଇଭେଟ୍ ମେଡିକାଲରେ ମଧ୍ୟ କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ତେବେ ଏଯାବତ୍‌ ରାଜ୍ୟର ମୋଟ ୨ଲକ୍ଷ ୯୭ ହଜାର କୋଭିଡ ଟେଷ୍ଟିଂ ହୋଇଥିବା ବେଳେ କେବଳ ଆରଏମ୍ଆରସି ଭୁବନେଶ୍ୱରରେ ୧ଲକ୍ଷ କୋଭିଡ ଟେଷ୍ଟିଂ ହୋଇପାରିଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

କେବେ ପର୍ଯ୍ୟଟକଙ୍କୁ ଜଳଖିଆ ବିକୁଥିଲେ ଧୀରୁଭାଇ ଅମ୍ବାନୀ, ଜାଣନ୍ତୁ ତାଙ୍କ ଜୀବନର କିଛି ଏମିତି ଜଣା ଅଜଣା କଥା…

 ଗୁଜୁରାଟର ଏକ ଛୋଟ ସହରରୁ ଆସିଥିବା ଧୀରବାଇ ଅମ୍ବାନୀଙ୍କ ବିଷୟରେ କିଏ ବା ନଜାଣେ । ଜଣେ ସଫଳ ଶିଳ୍ପପତି ଭାବେ ସେ କେବଳ ଦେଶରେ ନୁହେଁ ବିଦେସରେ ମଧ୍ୟ ଖୁବ ପରିଚିତ । ତାଙ୍କ ଦ୍ୱାରା ଆରମ୍ଭ ଏହି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଶ୍ୱର ଏକ ଅଗ୍ରଣୀ କମ୍ପାନୀ ହୋଇପାରିଛି । ତାଙ୍କର ସଫଳତାର କାହାଣୀ ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥାଏ ଆଜି ତଥା ଜୁଲାଇ ହେଉଛି ଧୀରଭାଇ ଅମ୍ବାନୀଙ୍କ ମୃତ୍ୟୁ ବାର୍ଷିକୀ, ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଜଣା ଅଜଣା କଥା ।

ତାଙ୍କର ସମ୍ପୂର୍ଣ୍ଣ ନାମ ଧୀରଜଲାଲ ହିରାଚାନ୍ଦ ଅମ୍ବାନୀ ଧିରୁଭାଇ ୨୮ ଡିସେମ୍ବର ୧୯୩୨ରେ ଗୁଜୁରାଟ ଜୁନାଗଡ ସହର ନିକଟ ଚୋରୱାଡର ଏକ ବୈଷ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ସ୍କୁଲ ଶିକ୍ଷକ ଥିଲେ । ସେ ନିକଟସ୍ଥ ଗିରନାର ପାହାଡକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଜଳଖିଆ ବିକ୍ରୟ କରି ପ୍ରଥମେ ତାଙ୍କର ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ ସେ କେବଳ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ ଏବଂ ପ୍ରମାଣ କରିଥିଲେ ଯେ ଜଣେ ଶୀର୍ଷ ଉଦ୍ୟୋଗୀ ହେବା ପାଇଁ ବଡ ପରିଚାଳନା ଡିଗ୍ରୀ ନେବା ଆବଶ୍ୟକ ନଥାଏ

ସେ ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ୧୯୫୫ରେ ବିଦେଶ ଯାଇଥିଲେ । ସେ ତାଙ୍କ ଭାଇ ରାମଣିକଲାଲଙ୍କ ସହ କାମ କରିବାକୁ ୟେମେନର ସହର ଅଦନକୁ ଯାଇଥିଲେ । ଅଦନରେ ସେ ପେଟ୍ରୋଲ ପମ୍ପରେ ଆସିଷ୍ଟାଣ୍ଟ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟ କରିଥିଲେ ଏବଂ ସେତେବେଳେ ତାଙ୍କ ଦରମା ମାସକୁ ମାତ୍ର ୩୦୦ ଟଙ୍କା ଥିଲା। କିଛି ସମୟ ପରେ ସେ ଭାରତକୁ ଫେରି ଗିରନାରର ପାହଡ଼ରେ ସେ ତୀର୍ଥଯାତ୍ରୀଙ୍କୁ ଜଳଖିଆ ବିକ୍ରି କରିବା ଆରମ୍ଭ କଲେ ।

Reliance Dhirubhai Ambani

ଏହାର ପାଞ୍ଚ ବର୍ଷ ମଧ୍ୟରେ ସେ ୧୯୬୦ରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଚମ୍ପକଲାଲ ଦମାନୀଙ୍କ ସହ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟାଳୟ ମୁମ୍ବାଇର ମସଜିଦ ବନ୍ଦର ଅଞ୍ଚଳର ନରସିନାଥନ୍ ଛକରେ ୩୫୦ ବର୍ଗଫୁଟର ଏକ କୋଠରୀରେ ଥିଲା ଏଥିରେ ଦୁଇଟି ଟେବୁଲ୍, ଟି ଚେୟାର ଏବଂ ଟେଲିଫୋନ୍ ଥିଲା ସେ ଏହି ବ୍ୟବସାୟକୁ ମାତ୍ର ୫୦ ହଜାର ଟଙ୍କା ଏବଂ ଦୁଇ ସହାୟକଙ୍କ ସହିତ ଆରମ୍ଭ କରିଥିଲେ ଆଜି କେବଳ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜି ୧୧ ଲକ୍ଷ କୋଟିରୁ ଅଧିକ ହୋଇଛି । ତାଙ୍କ କମ୍ପାନୀର ନାମ ଅନେକ ଥର ବଦଳିଛି ମଧ୍ୟ ।

ଏହା ପୂର୍ବରୁ ଏହାର ନାମ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ରଖାଯାଇଥିଲା ଯାହା ରିଲାଏନ୍ସ ଟେକ୍ସଟାଇଲ୍ ପ୍ରାଇଭେଟ ଲିମିଟେଡ୍ ଏବଂ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ବଦଳିଥିଲା । ଧୀରୁଭାଇ ନାଇଲନ୍ ଆମଦାନୀ କରିବା ଆରମ୍ଭ କଲେ, ଯାହା ତାଙ୍କୁ ପ୍ରାୟ ୩୦୦ ପ୍ରତିଶତ ଲାଭ ଦେଇଥିଲା ୧୯୯୬ ରେ, ରିଲାଏନ୍ସ ଭାରତର ପ୍ରଥମ ଘରୋଇ କମ୍ପାନୀ ହେଲା ଯାହାକି S&P ପରି ଆନ୍ତର୍ଜାତୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ଦ୍ୱାରା ରେଟିଂ ଆରମ୍ଭ କରିଥିଲା

ଧୀରୁଭାଇଙ୍କୁ ଦୁଇଥର ବ୍ରେନ୍ ଷ୍ଟ୍ରୋକ ଆସିଥିଲା । ୧୯୮୬ ରେ ପ୍ରଥମ ଥର ଏବଂ ୨୪ ଜୁନ୍ ୨୦୦୨ ରେ ଦ୍ୱିତୀୟ ଥର ବ୍ରେନ ଷ୍ଟ୍ରୋକ ଆସିଥିଲା । ଏବଂ ଜୁଲାଇ ୨୦୦୨ରେ ତାଙ୍କର ଦେହାନ୍ତ ହୋଇଥିଲା । ହିନ୍ଦୀ ଚଳଚ୍ଚିତ୍ରଗୁରୁଧୀରୁଭାଇ ଅମ୍ବାନୀଙ୍କ ଜୀବନୀରୁ ପ୍ରେରିତ ହୋଇଛି ।

ଚୀନ୍ ପାଇଁ ଡୋଭାଲ୍‌ଙ୍କ ରଣନୀତି: ପଛକୁ ଫେରିବ ଚୀନ ସେନା !

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ- ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି । ତିନିମାସ ଧରି ଚାଲିଥିବା ଏହି ବିବାଦରେ ଭାରତ ଡ୍ରାଗନକୁ କୁଟନୈତିକ, ଅର୍ଥନୈତିକ ଏବଂ ସାମରିକ ସ୍ତରରେ କଡ଼ା ଜବାବ ଦେଇଛି । ଏହା ସତ୍ତ୍ୱେ ଚୀନ୍ ନିଜ ଅଭ୍ୟାସରୁ ନିବୃତ୍ତି ହୋଇନି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ୟାର ସମାଧାନ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ନିଯୁକ୍ତ କରିପାରନ୍ତି । ନିଜ ସୁଚିନ୍ତିତ ଯୋଜନା ବଳରେ ଅନେକ ଥର ପାକିସ୍ତାନକୁ ପରାସ୍ତ କରିଥିବା ଡୋଭାଲ ବର୍ତ୍ତମାନ ଡ୍ରାଗନ୍‌କୁ କିପରି ମାତ୍‌ ଦେବ ସେ ନେଇ ସମସ୍ତଙ୍କ ନଜର ।

China-India ties poised for an 'orbital jump,' says Doval - The Hindu

ଚିତପଟାଙ୍ଗ୍‌ ମାରିବ ଚୀନ୍‌

ପ୍ରାପ୍ତ ସୂଚନା ଅନୁଯାୟୀ, ସରକାର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଦ୍ୱାରା ସମସ୍ୟାର ସମାଧାନ କରିବାକୁ ଚିନ୍ତା କରୁଛନ୍ତି । ଅଜିତ ଡୋଭାଲ ଏବଂ ଚାଇନାରେ ଥିବା ପ୍ରତିପକ୍ଷ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହେବ। ୱାଙ୍ଗ ୟି ବର୍ତ୍ତମାନ ଚୀନର ବୈଦେଶୀକ ମନ୍ତ୍ରୀ ତଥା ଷ୍ଟେଟ୍‌ କାଉନସିଲ୍‌ର ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପଦର ଶକ୍ତି ବୈଦେଶିକ ମନ୍ତ୍ରୀ ଅପେକ୍ଷା ଅଧିକ। । ଭାରତ ସରକାର ବିଶ୍ୱାସ କରନ୍ତି ଏଭଳି କରି ଚୀନ୍ ସେନାକୁ ପଛକୁ ଫେରିବାକୁ ପ୍ରବର୍ତ୍ତାଯାଇପାରେ ତଥା ସମସ୍ୟାର ସମାଧାନ କରାଯାଇପାରେ ।

China's military tightens secrecy rules as PLA steps up exchanges ...

ଲଦାଖ ସଙ୍କଟ ଉପରେ ଡୋଭାଲ ପୂର୍ବରୁ ଆକ୍ଟିଭ ଅଛନ୍ତି । ଏବଂ ଚୀନ୍‌ର ପ୍ରତ୍ୟେକ କାର୍ଯ୍ୟ ଉପରେ ମଧ୍ୟ ସେ ନଜର ରଖିଛନ୍ତି। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ହଠାତ୍ ଲଦାଖ ଯିବା ଯୋଜନା ଡୋଭାଲଙ୍କ ରଣନୀତିର ଏକ ଅଂଶ ଥିଲା। ଡୋଭାଲଙ୍କ ଯୋଜନା ହେତୁ କେହି ଏହା ଜାଣି ନ ଥିଲେ। ଅନ୍ୟପକ୍ଷରେ, ଚାଇନାର ଅନୁପ୍ରବେଶ ଉଦ୍ୟମ ପରେ ଭାରତ ଆକ୍ରମଣାତ୍ମକ ଭାବରେ ପ୍ରତିକ୍ରିୟା ଦେଇଥିବାରୁ ଏହାକୁ ଡୋଭାଲଙ୍କ ରଣନୀତି ମଧ୍ୟ କୁହାଯାଏ।

Exclusive: NSA Ajit Doval warned 7 years ago on China, Pakistan ...

ବ୍ୟାକ୍ ଚ୍ୟାନେଲ୍ ବାର୍ତ୍ତାଳାପ

ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଓ ମନ୍ତ୍ରୀସ୍ତରୀୟ ଆଲୋଚନା ଚାଲିଛି । ଏଭଳି ସ୍ଥିତିରେ ଏହାକୁ ଆହୁରି ଉଚ୍ଚସ୍ତରକୁ ନେବାକୁ ଚାହୁଁଛି ଭାରତ । ୨୦୧୭ ସୁଦ୍ଧା ଚାଇନାର ବୈଦେଶିକ ମନ୍ତ୍ରୀ ଏବଂ ଷ୍ଟେଟ୍ କାଉନସିଲର ଭାବେ ଭିନ୍ନ ଭିନ୍ନ ଲୋକ ଥିଲେ। କିନ୍ତୁ 2018 ପରେ, ଉଭୟ ପୋଷ୍ଟରେ କେବଳ ଜଣେ ବ୍ୟକ୍ତି ଅଛନ୍ତି | 2017 ରେ, ଯେତେବେଳେ ଡୋକଲାମ ବିବାଦ ହୋଇଥିଲା ସେତେବେଳେ ୟାଙ୍ଗ ଜିଏଚି ରାଜ୍ୟ ପରାମର୍ଶଦାତା ଥିଲେ। ଚୀନ୍ ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରତିନିଧୀ କରିଥିଲା।

https://nandighoshatv.com/bubonic-plague-new-chinese-virus/

ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ… ମୃତ୍ୟୁ ସଂଖ୍ୟା ୩୮ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଜିଲ୍ଲାରୁ ୪୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଆଜି ଦୁଇ ମୃତକଙ୍କୁ ମିଶାଇଲେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି ।

ମୃତକଙ୍କ ମଧ୍ୟରୁ ଜଣେ ୭୭ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୬୪ ବର୍ଷୀୟ ବ୍ୟକ୍ତି ଥିଲେ । ୭୭ ବର୍ଷୀୟ ପୁରୁଷ ଗଞ୍ଜାମର ବୋଲି ଜଣାପଡିଛି । କୋଭିଡ୍ ବ୍ୟତୀତ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୬୪ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

ଆଜି ୪୫୬ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୩୦୯ ଓ ଲୋକାଲ୍ କେସ ୧୪୭ ଆସିଛି । ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୫୨୬ କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଇଛନ୍ତି । କିଛି ଦିନ ହେବ ନିୟମିତ ଭାବରେ ରାଜ୍ୟରେ କରୋନା ମୃତ୍ୟୁ ହୋଇଚାଲିଛି ।

85 new positives found in cuttack

ଗତକାଲି ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ଜଣେ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଥିଲେ । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ।

ବିଜେପିର ମିଡିଆ ମୁଖ୍ୟଙ୍କୁ ଦିଆଗଲା ପ୍ରିୟଙ୍କାଙ୍କ ବଙ୍ଗଳା

ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଦିଆଗଲା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବଙ୍ଗଳା । ଭାଜପା ନ୍ୟାସନାଲ ମିଡିଆ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଅନିଲ ବାଲୁନିଙ୍କୁ ଏହି ବଙ୍ଗଳା ଦିଆଯାଇଛି । ଏନେଇ ରବିବାର କେନ୍ଦ୍ର ହାଉସିଂ ଓ ଆର୍ବାନ ବ୍ୟାପାର ମନ୍ତ୍ରାଳୟର ପକ୍ଷରୁ ସୂଚନା ଦିଆଯାଇଛି ।

BJP Media Cell chief Anil Baluni allotted Priyanka Gandhi's Lodhi ...

ସୂଚନା ଯୋଗ୍ୟ ଯେ, ବଙ୍ଗଳା ଖାଲି କରିବା ନେଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଜୁଲାଇ ପହିଲା ନୋଟିସ୍ କରାଯାଇଛି । ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ କରାଯାଇଛି । ୧୯୯୭ରୁ ପ୍ରିୟଙ୍କା ୩୫ ଲୋଧି ଇଷ୍ଟ ବଙ୍ଗଳାରେ ବଙ୍ଗଳାରେ ରହିଆସିଛନ୍ତି । ପୂର୍ବରୁ ତାଙ୍କ ଠାରୁ ଏସ୍‌ପିଜି ସିକ୍ୟୁରିଟି ହଟାଯାଇଥିବା ବେଳେ ଏବେ ତାଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।

Priyanka Gandhi Vadra से आखिर क्यों कराया गया ...

ତେବେ ରାଜ୍ୟସଭା ସାଂସଦ ଅନୀଲ ବାଲୁନିଙ୍କ ଏହି ଅନୁରୋଧ କରିବା କ୍ରମେ ତାଙ୍କୁ ଏହି ବଙ୍ଗଳା ଦିଆଯାଇଛି । ସେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବଙ୍ଗଳା ନେଇ ଅନୁରୋଧ କରିଥିଲେ । ଶ୍ରୀ ବାଲୁନି କ୍ୟାନସରରେ ଆକ୍ରାନ୍ତ ହୋଇଥିବା ବେଳେ ଗତ କିଛି ଦିନ ଧରି ଚିକିତ୍ସିତ ହୋଇଥିଲେ । ସେ ଏବେ ସୁସ୍ଥ ହୋଇସାରିଥିଲେ ସୁଦ୍ଧା ବହୁ ସତର୍କତା ଅବଲମ୍ୱନ କରିବାକୁ ପଡ଼ୁଛି । ସେ ବର୍ତ୍ତମାନ ରହୁଥିବା ବଙ୍ଗଳାରେ ସେହି ସବୁ ସୁବିଧା ନଥିବାରୁ ସେ ଏହି ବଙ୍ଗଳା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ କ୍ରମେ ଶ୍ରୀ ବାଲୁନିଙ୍କୁ ଏହି ବଙ୍ଗଳା ଦିଆଯାଇଛି । ତେବେ ପ୍ରିୟଙ୍କା ବଙ୍ଗଳା ଖାଲି କଲା ପରେ ସେ ସେଠାରେ  ବସବାସ କରିବେ ବୋଲି ସୂଚନା ରହିଛି ।

କଂଗ୍ରେସ ନେତା ପ୍ରିୟଙ୍କାଙ୍କୁ ଘର ଖାଲି କରିବା ପାଇଁ ନୋଟିସ