spot_img
Home Blog Page 6730

ଏନ୍‌ଏସ୍‌ଡିର ଦାୟିତ୍ୱ ନେବା ପରେ ପରେଶ୍ କହିଲେ, ଏହା ଅତ୍ୟନ୍ତ ମଜାଦାର ଆଉ…

ନୂଆଦିଲ୍ଲୀ: ନ୍ୟାସନାଲ୍‌ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତାଥା ବିଜେପି ନେତା ପରେଶ ରାୱଲ । ବିଜେପିର ପୂର୍ବତନ ଲୋକସଭା ସାଂସଦ ପରେଶ ରାଓ୍ୱଲ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ । ୨୦୧୭ ମସିହାରୁ ଏନଏସଡି ଏହି ଅଧ୍ୟକ୍ଷ ପଦ ଖାଲିପଡିଥିଲା । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ଅହମ୍ମଦାବାଦ ଇଷ୍ଟର ସାଂସଦ ଥିଲେ । ତାଙ୍କୁ ଆଗାମୀ ୪ ବର୍ଷ ପାଇଁ ଏନ୍‌ଏସ୍‌ଡିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ସଂସ୍କୃତି ମନ୍ତ୍ରୀ ପ୍ରହଲଦା ସିଂହ ପଟେଲ ଏନେଇ ଗୁରୁବାର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ନୂଆ ଦାୟିତ୍ୱ ପାଇବା ପରେ ପରେଶ କହିଛନ୍ତି ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଓ ମଜାଳିଆ ଦାୟିତ୍ୱ । ମତେ ଯେଉଁ ଦାୟିତ୍ୱ ଦିଆଯାଇଛି ମୁଁ ତାକୁ ସୂଚାର ରୂପେ ପାଳନ କରିବି ବୋଳି ପରେଶ କହିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ନିଜ ଟ୍ୱିଟ୍‌ରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଖ୍ୟାତ କଳାକାର ପରେଶ ରାଓ୍ୱଲଙ୍କ ଅନେକ ଅନେକ ଅଭିନନ୍ଦନ । ତାଙ୍କର ପ୍ରତିଭା ସାରା ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଦେଶର ଅନେକ କଳାକାର ଓ ଛାତ୍ରଛତ୍ରୀଙ୍କୁ ଅନେକ କିଛି ଶିଖିବାକୁ ମିଳିବ ବୋଲି ନିଜ ଟ୍ୱିଟ୍‌ରେ କହିଛନ୍ତି ମନ୍ତ୍ରୀ ।

ଗତ ତିନି ଦଶନ୍ଧି ଧରି ପରେଶ ଏହି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଛନ୍ତି । ଇଣ୍ଡଷ୍ଟ୍ରୀକୁ ସେ ଖୁବ୍‌ ଭଲ ଭାବେ ଚିହ୍ନି ପାରିଛନ୍ତି । ୧୯୯୪ ମସିହାରେ ସେ ଅନେକ ଜାତୀୟ ପୁରସ୍କାରର ବିଜେତା ହୋଇଛନ୍ତି । ଏହାସହ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବରେ ମଧ୍ୟ ସେ ଆଓାର୍ଡ ପାଇଛନ୍ତି । ୨୦୧୪ ମସିହାରେ ସେ ସବୁଠୁ ଉଚ୍ଚ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ ।

ରାଜଧାନୀରେ ଆଉ ୪୬୦ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ ଆଉ ୪୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୋଟିଏ ପଟେ ସାରା ରାଜ୍ୟାରେ କରୋନା ସଂକ୍ରମଣ ହୁହୁ ହୋଇବଢ଼ୁଥିବା ବେଳେ ଖୋର୍ଦ୍ଧାରେ ଜିଲ୍ଲାରେ ଅଧିକ ସଂକ୍ରମିତ ହେଉଥିବା ଦେଖାଯାଇଛି । ଆଜି ରାଜ୍ୟରେ ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।

ତେବେ ରାଜଧାନୀରୁ ଚିହ୍ନଟ ହୋଇଥିବା ୪୬୦ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୮୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୧୪ ହଜାର ୯୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୭୫୫ ଜଣ ସୁସ୍ଥ ହୋଇଛନ୍ତି ଓ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୫ ହଜାର ୧୩୦ଟି ମାମଲ ସକ୍ରିୟ ରହିଛି ।

ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି, ବିନା ଭକ୍ତରେ ହେବ ପୂଜାର୍ଚ୍ଚନା

ଗଞ୍ଜାମ: ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମୀ ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶୋଡ଼ଷ ପୂଜା ଉପଚାର । କରୋନା କଟକଣା ଭିତରେ ବିନା ଭକ୍ତରେ ମା’ଙ୍କ ଜଳାଭିଷେକ ହୋଇଥିବା ବେଳେ ଆରମ୍ଭ ହୋଇଛି ଗୁପ୍ତନୀତି ।

୪୬ ଦିନ ଯାଏ ଚାଲିବ ମା’ଙ୍କ ନିତୀକାନ୍ତି । ବିନା ଭକ୍ତ ଓ ସମାଜିକ ଦୂରତାରେ ପୂଜାର୍ଚ୍ଚନା । କରୋନା କଟକଣା ପାଇଁ ମନ୍ଦିର ଭକ୍ତ ଶୂନ୍ୟ ହୋଇଥିବା ବେଳେ ଫିକା ପଡିଛି ମା’ ତାରାତାରିଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । କେବଳ ସେବାୟତଙ୍କ ଦ୍ୱାରା ୧୦୮ ଗରା ସୁବାଷିତ ଜଳରେ ମା’ଙ୍କ ଜାଳାଭିଷେକ କରାଯାଇଛି ।

ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଶୋଡ଼ଷ ଉପଚାର ନୀତି ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ । ଚଳିତ ଥର ୪୬ ଦିନ ଧରି ଏହି ପୂଜାର୍ଚ୍ଚନା ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଦିନ ହୋମ, ଯଜ୍ଞ ସାଙ୍ଗକୁ ସତନ୍ତ୍ର ପୂଜା ଅନୁଷ୍ଠିତ ହେବ । ତେବେ କରୋନା କଟକଣାକୁ ନଜରରେ ରଖି ସମସ୍ତ ରିତିନୀତି ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ମନ୍ଦିର ସେବାୟତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ । ଦକ୍ଷିଣ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଏହି ପୂଜା କରୋନା କଟକଣା ପାଇଁ ଭକ୍ତ ଶୂନ୍ୟ ହୋଇଥିବା ବେଳେ କଟକଣା ହଟିଲେ ପୁଣି ଭକ୍ତମୟ ହେବ ମା’ଙ୍କ ପୀଠ ।

ପୁଣି ଲଘୁଚାପ, ୪ ଦିନ ଯାଏଁ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ଥିବା ବେଳେ ୧୩ଟି ସହର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ଟି ଜିଲ୍ଳାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଶଙ୍କା କରାଯାଇଛି । ସେହିପରି ଗୁରୁବାର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖାଯାଇଛି ।

୧୧ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରେ ଏବଂ ୧୨ ତାରିଖ ଦିନ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଆସନ୍ତା ୪ ଦିନ ପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ରାଜ୍ୟରେ ଆଉ ୨୭୦୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୨୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବଢ଼ୁଛି ସେହି ଅନୁପାତରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସରକାର । ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ଏକ ଲକ୍ଷ ୮ ହଜାର ୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୨୭୦୭ ସୁସ୍ଥଙ୍କ ମଧ୍ୟରେ ୪୧୧ ଜଣ କଟକରୁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୫୪ ଜଣ, ମୟୂରଭଞ୍ଜରୁ ୨୩୩, ଗଞ୍ଜାରୁ ୧୭୩, ନୟାଗଡ଼ରୁ ୧୫୨, ବରଗଡ଼ରୁ ୧୩୯, ପୁରୀରୁ ୧୩୨, ରାୟଗଡ଼ାରୁ ୧୦୧, ଛାରସୁଗୁଡ଼ାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ସମ୍ବଲପୁରୁ ୮୧, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡ଼ାରୁ ୬୬, ଢ଼େଙ୍କାନାଳରୁ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ୱରରୁ ୩୮, ସୁନ୍ଦରଗଡ଼ରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡ଼ାରୁ ୨୩,  କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭ ଓ ଦେଓଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

କମେଡ଼ି ଆକ୍ଟର ବଦିବେଲ ବାଲାଜୀଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଆକ୍ଟର ଏବଂ କମେଡିଆନ ବଦିବେଲ ବାଲାଜୀଙ୍କର ୪୫ ବର୍ଷ ବୟସରେ କାର୍ଡ଼ିଆକ ଅରେଷ୍ଟରେ ମୃତ୍ୟୁ ହୋଇଛି । ମିମିକ୍ରି ଏବଂ କମେଡ଼ି ପାଇଁ ସେ ବେଶ୍ ଜଣାଶୁଣା । ତାଙ୍କୁ କାର୍ଡ଼ିଆକ ଅରେଷ୍ଟ ଆସିବା ପରେ ଚେନ୍ନାଇର ଏକ ପ୍ରସିଦ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପରିବାର ସମେତ ପ୍ରଶଂସକ ଏବଂ ବନ୍ଧୁ ଖୁବ ମର୍ମାହତ ହୋଇଛନ୍ତି । ଗତ ୧୫ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଧିକ ଅର୍ଥ ଯୋଗୁଁ ଗୁରୁବାର ସକାଳେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


ଗଣମାଧ୍ୟମର ଖବର ଅନୁସାରେ କାର୍ଡ଼ିଆକ ଅରେଷ୍ଟ ଆସିବା ପରେ ତାଙ୍କ ଶରୀର ପାରାଲାଇଜ ହୋଇଯାଇଥିଲା । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାଲାଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଲକଡାଉନ ସମୟରେ ଆକ୍ଟରଙ୍କୁ ଖୁବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
ବାଲାଜୀ ଏକାଧିକ ତାମିଲ ଫିଲ୍ମରେ ନଜର ଆସିଛନ୍ତି ।

ମାଓବାଦୀଙ୍କ ଆକ୍ରମଣରେ ସହିଦ ଯବାନଙ୍କ ପରିବାରରେ ଶୋକର ଛାୟା

ଭୁବନେଶ୍ୱର: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଥିଲେ ୨ଏସଓଜି ଯବାନ । ସହିଦ ଏସଓଜି ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ପହଞ୍ଚି ସହିଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସହିଦ ୨ ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ।

Sahid Family

ଅନୁଗୁଳ ଜିଲ୍ଲା ରାଜକିଶୋରନଗରର ଅଙ୍ଗପଡାର ଦେବାଶିଷ ସେଠୀ । ଚଳିତ ମାସ ୧୬ ତାରିଖରେ ନୂଆଖାଇବା ପାଇଁ ଛୁଟିରେ ଘରକୁ ଆସିବେ ବୋଲି ସେ କହିଥିଲେ । ହେଲେ ହଠାତ୍‌ ଏହି ଖବର ଶୁଣି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ସେ ଥିଲେ ଘରର ବଡ଼ ପୁଅ । ତାଙ୍କରି ରୋଜଗାରରେ ପରିବାର ଚଳେ । ତାଙ୍କର ୨ ସାନ ଭାଇ ଓ ଜଣେ ସାନ ଭଉଣୀକୁ ନେଇ ପରିବାର । ତାଙ୍କ ବିୟୋଗରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି । କାନ୍ଧବୋବାଳିରେ ଫାଟି ପଡୁଛି ପରିବେଶ । ଗାଁରେ ଏକ ପ୍ରକାର ଶୋକ ଛାୟା ଖେଳିଯାଇଛି ।

Sahid Family

ଅନ୍ୟଜଣେ ସହିଦ ଏସଓଜି ଯବାନ ହେଉଛନ୍ତି ସୁଧିର କୁମାର ଟୁଡୁ । ବାରିପଦା ସାନଭଦୁଆ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁଙ୍କର ସେ ଥିଲେ ବଡ଼ପୁଅ । ସେ ଅବିବାହିତ ଥିଲେ । ସାନଭାଇ ଘରୋଇ ଗାଡ଼ିରେ ଡ୍ରାଇଭର ଅଛନ୍ତି । ବଡ଼ଭାଇର ସହିଦ ଖବର ପାଇ ମା’ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ତାଙ୍କ ଆଖିର ଲୁହ ଭାଷାରେ ପ୍ରକାଶ କରିବା କଷ୍ଟ । ଆଗାମୀ ଦୁର୍ଗାପୂଜାରେ ଘରକୁ ଆସିବେ ବୋଲି ଫୋନ୍‌ରେ କହିଥିଲେ ସୁଧିର । ହେଲେ ପୂଜା ପୂର୍ବରୁ ଆସିଲା ମରଶରୀର । ନିଜର ବିଧବା ରୋଗୀଣା ମାଆ ସାନ ଭାଇ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ: ଦୋକାନ ଓ କାର୍‌ ଜାଳିଲେ ଉତ୍ତ୍ୟକ୍ତ

ଅନୁଗୁଳ: ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ତୁମୁଳକାଣ୍ଡ । ଦୋକାନ ଘର ଏବଂ କାର୍‌କୁ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ । ଛେଣ୍ଡିପଦା ଥାନା ୬୩ ନମ୍ୱର ରାଜ୍ୟ ରାଜପଥର ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଘଟିଥିଲା ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଏକ ଦୋକାନ ଘର ଏବଂ କାରକୁ ପୋଡ଼ି ଦେଇଥିଲେ । ଏଥିସହିତ କ୍ଷତିପୂରଣ ଦାବିରେ ମୃତକଙ୍କ ଶବକୁ ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ୱର ରାଜ୍ୟରାଜପଥରେ ରଖି ରାସ୍ତା ଅବରୋଧ କରିଥିଲେ । ମୃତକ ଜଣକ ହେଲେ ଗୋପିନାଥପୁର ଗ୍ରାମର ଛାଲୁ ବେହେରା ।

ଘଟଣା ଅନୁଯାୟୀ ଗୋପିନାଥପୁର ଗ୍ରାମର ଛାଲୁ ବେହେରା ପାଣି ଆଣିବା ପାଇଁ ରାସ୍ତା ପାରି ହେଉଥିବା ବେଳେ  ଛେଣ୍ତିପଦାରୁ ଅନୁଗୋଳ ଅଭିମୁଖେ ଯାଉଥିବା ସ୍କୁଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ବୃଦ୍ଧଙ୍କର ମୁଣ୍ଡଫାଟିଯିବା ସହିତ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ‍ ଦୁର୍ଘଟଣା ଘଟାଇଥିବା ସ୍କୁଟିଟି ସ୍ଥାନୀୟ ଏକ ଦୋକାନିର ହୋଇଥିବା ସନ୍ଦେହ କରି ଦୋକାନକୁ ପୋଡ଼ି ଦେବା ସହିତ କ୍ଷତିପୂରଣ ଦାବି ରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଛେଣ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟ ରାଜପଥ ଉତ୍ୟକ୍ତ ଲୋକମାନେ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିବା ସହିତ ସମ୍ପୁର୍ଣ୍ଣ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭୟଙ୍କର ବିସ୍ଫୋରଣ ପରେ ପୁଣି ବୈରୁଟରେ ଭୟାବହ ଅଗ୍ନିକାଣ୍ଡ

ବୈରୁଟ: ଲେବାନନର ରାଜଧାନୀ ବୈରୁଟରେ ଗତ କିଛି ଦିନ ପୂର୍ବରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଗୋଟିଏ ପଟେ ଭୟଙ୍କର ବିସ୍ଫୋରଣର କରାଳ ରୂପ ମନରୁ ଲିଭିନଥିବା ବେଳେ ପୁଣି ସାମ୍ନାକୁ ସେହିଭଳି ଏକ ଖବର ଆସିଛି। ଖବର ଅନୁଯାୟୀ ବୈରୁଟର ଏକ ବନ୍ଦର ନିକଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଚାରିଆଡ଼େ କଳା ବାଦଲର ଧୂଆଁ । ନିଆଁର ଭୟାବହତା ଯଥେଷ୍ଟ ଅଧିକ । ଖବର ଅନୁଯାୟୀ ଫାୟରବ୍ରିଗେଡ଼ର ଏକାଧିକ ଗାଡ଼ି ନିଆଁକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଘଟଣା ପରେ ସେଠାରେ ଚହଳ ସୃଷ୍ଟି ହୋଇଛି । ବଞ୍ଚିବା ପାଇଁ ଲୋକ ସେଠାରୁ ଏଣେତେଣେ ଦୌଡ଼ିବାକୁ ଲାଗୁଛନ୍ତି । ସୋସିଆଲ ମିଡିଆରେ ଏହାକୁ ନେଇ ଏକାଧିକ ଭିଡ଼ିଓ ସାମ୍ନାକୁ ଆସୁଛି ।

ସୂଚନାଯୋଗ୍ୟ ଅଗଷ୍ଟରେ ବୈରୁଟରେ ଭୀଷଣ ବିସ୍ଫୋଟ ହୋଇଥିଲା । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୪ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ପ୍ରାୟ ୩ ଲକ୍ଷ ଲୋକ ବାସହୀନ ହୋଇଥିଲେ । ଆଉ ପ୍ରାୟ ୩ ବିଲିୟନ ଡଲାରର କ୍ଷୟକ୍ଷତି କରିଥିଲା ଏହି ବିସ୍ଫୋରଣ । ଏଥିରୁ ଅନୁମାନ କରାଯାଇପାରେ ଏହି ବିସ୍ଫୋରଣରେ ଅଧା ସହର ବରବାଦ ହୋଇଥିଲା ।

‘Kangana Ranaut ଏପିସୋଡ ଶେଷ, ଆମ ପାଖରେ ଆହୁରି ବି କାମ ଅଛି’- ସଞ୍ଜୟ ରାଉତ

ମୁମ୍ବାଇ: ବିଏମସି ମୁମ୍ବାଇର ପାଲି ହିଲରେ ଥିବା କଙ୍ଗନା ରାନୌତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ଶିବସେନା ବର୍ତ୍ତମାନ ନିରବତା ବଜାୟ ରଖିଛି। କଙ୍ଗନା ସହ ଜଡିତ କୌଣସି ପ୍ରସଙ୍ଗକୁ ପ୍ରାଥମିକତା ନଦେବାକୁ ଶିବସେନା ନିଷ୍ପତ୍ତି ନେଇଛି । ଏହି ସମୟରେ ଶିବସେନା ମୁଖପାତ୍ର ତଥା କଙ୍ଗନାଙ୍କ ବାକ୍ ଯୁଦ୍ଧର ମୁଖ୍ୟ ଚରିତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ଶିବସେନା ପାଇଁ କଙ୍ଗନାଙ୍କ ଏପିସୋଡ୍ ସମାପ୍ତ ହୋଇଛି। ଏଥିସହିତ ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ କଙ୍ଗନା କାର୍ଯ୍ୟାଳୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କେହି ବି ରାଗି ନାହାଁନ୍ତି।

ଗୁରୁବାର ଦିନ ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ରାଉତ ଗଣମାଧ୍ୟମ ସହ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ସମୟରେ ଗଣମାଧ୍ୟମ ତାଙ୍କୁ କଙ୍ଗନା ରାନୌତ ବିଷୟରେ ପ୍ରଶ୍ନ କରିଥିବାବେଳେ ରାଉତ କହିଛନ୍ତି ଯେ, ଆମେ ସେହି ସମସ୍ୟାକୁ ଭୁଲି ଯାଇଛୁ ଏବଂ କଙ୍ଗନା ରାନୌତଙ୍କ ଏପିସୋଡ୍ ଆମ ପାଇଁ ଶେଷ ହୋଇଯାଇଛି । ଆମେ ବର୍ତ୍ତମାନ ଆମର ଦୈନନ୍ଦିନ, ସରକାରୀ ଏବଂ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛୁ । ଉଦ୍ଧବ ଠାକରେ ଏବଂ ତାଙ୍କ ମଧ୍ୟରେ କଣ ଘଟିଲା ସେନେଇ ପ୍ରଶ୍ନ ଉପରେ ରାଉତ କହିଛନ୍ତି ଯେ ଦଳ ସହ ଜଡିତ କାର୍ଯ୍ୟ ସମ୍ପର୍କରେ ମୁଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ।

ଅନ୍ୟପଟେ ଏହି ମାମଲାରେ କଙ୍ଗନା ବିଏମସି ବିରୋଧରେ ଦେଇଥିବା ଆବେଦନର ଆଜି ଶୁଣାଣି ହେବାର ଥିଲା, ଯାହାକୁ ହାଇକୋର୍ଟ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲକୁ କହିଛନ୍ତି ଯେ, ସେ ଆବେଦନକୁ ଖୁବଶୀଘ୍ର ଦେଇଛନ୍ତି ଏବଂ ଏହାକୁ ସମୟ ନେଇ ଭଲ ଭାବରେ ଦାଖଲ କରିବା ପାଇଁ କୁହାଯାଇଛି । ଶୁଣାଣି ଘୁଞ୍ଚିବା ପରେ କଙ୍ଗନା ନିଜ ଅଫିସ ଦେଖିବା ପାଇଁ ପହଞ୍ଚିଥିଲେ । ଅଫିସର ଅବସ୍ଥା ଦେଖି କଙ୍ଗନା ଖିୁବ ଦୁଃଖିତ ହୋଇଥିଲେ ।

ଅଫିସର ଅବସ୍ଥା ଦେଖି ଦୁଃଖି ହୋଇଥିଲେ କଙ୍ଗନା

କଙ୍ଗନା ବୁଧବାର ମୁମ୍ବାଇ ପହଞ୍ଚିବା ପରେ ଗୁରୁବାର ପ୍ରଥମଥର ଘରୁ ବାହାରି ସିଧା ନିଜ ଅଫିସରେ ପହଞ୍ଚିଥିଲେ । ସେଠି ଅଫିସର ଅବସ୍ଥା ଦେଖି କଙ୍ଗନା ଖୁବ ଦୁଃଖିତ ହୋଇଥିଲେ । କଙ୍ଗନାଙ୍କ ଗାଡ଼ି ଯେତେବେଳେ ଅଫିସ ପହଞ୍ଚିଥିଲା, ପ୍ରଥମେ ତାଙ୍କ ଭଉଣୀ ରଙ୍ଗୋଲୀ ଗାଡ଼ିରୁ ବାହାରି ଅଫିସ ଭିତରକୁ ଯାଇଥିଲେ । ଅନ୍ୟପଟେ କଙ୍ଗନା କିଛି ସମୟ ପାଇଁ ଗାଡ଼ିରେ ବସି ଅଫିସର ଭଗ୍ନାବଶେଷକୁ ଚାହିଁ ରହିଥିଲେ । ଏହାପରେ କଙ୍ଗନା ଗାଡ଼ିରୁ ଓହ୍ଲାଇ ସିଧା ଅଫିସ ଭିତରକୁ ଯାଇଥିଲେ । ଅଫିସର ଭଗ୍ନାବଶେଷ ଗୁଡ଼ିକୁ ଦେଖି କଙ୍ଗନାଙ୍କ ଖୁବ ନିରାଶ ହୋଇଥିଲେ । ପ୍ରାୟ ୧୫-୨୦ ମିନିଟ ସେଠାରେ ରହିବା ପରେ କଙ୍ଗନା କାହା ସହ କଥା ନହୋଇ ନିଜ ଗାଡ଼ିରେ ବସି ସିଧା ନିଜ ଘର ଅଭିମୂଖେ ଯାଇଥିଲେ ।

କୋର୍ଟ ଆବେଦନ ଉପରେ ଶୁଣାଣି ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି

ବିଏମସି ତାଙ୍କ ଅଫିସ ଭାଙ୍ଗିବା ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହେବାରଥିଲା । ତେବେ କୋର୍ଟ ଶୁଣାଣିକୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କୁ ଏହି ଆବେଦନରେ ଅନେକ ସଂଶୋଧନ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ତୁମେ ଶୀଘ୍ର ଆବେଦନ କରିଛ । ଏହାକୁ ଦାଖଲ କରିବା ପାଇଁ କିଛି ସମୟ ନିଅ | ପୁନର୍ବାର ଭଲ ଭାବରେ ଏହାକୁ ଫାଇଲ୍ କରନ୍ତୁ । ୨୨ ତାରିଖ ପରେ ଏହାର ଶୁଣାଣି କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୨ ସେପ୍ଟେମ୍ବର ସୁଦ୍ଧା ଅଫିସରେ କିଛି ଭାଙ୍ଗାରୁଜା କରାଯିବ ନାହିଁ କିମ୍ବା ଭଗ୍ନାବଶେଷ ଯୋଡ଼ାଯିବ  ନାହିଁ । କାର୍ଯ୍ୟାଳୟର ବିଦ୍ୟୁତ୍ ଏବଂ ଜଳ ପାଇପଲାଇନ କଟାଯାଇଛି ।