spot_img
Home Blog Page 6729

ଗ୍ରାଇଣ୍ଡର ମଗରେ ଫସିଗଲା ଢ଼ମଣା, ଦୀର୍ଘ ଏକ ଘଣ୍ଟାପରେ ଉଦ୍ଧାର କଲା ସ୍ନେକ୍‌ ହେଲ୍ପଲାଇନ୍‌

ଅନୁଗୁଳ: ସଫଳ ହେଲା ଅପରେସନ ଢମଣା । ମିକ୍ସଚର ଗ୍ରାଇଣ୍ଡର ମଗରେ ଫସିଥିବା ଢ଼ମଣା ସାପ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଦୀର୍ଘ ଏକ ଘଣ୍ଟାର ଅପରେସନ ସଫଳ ହୋଇଛି । ସାପଟିର ଲମ୍ବ ହେଉଛି ୫ ଫୁଟ । ଏକ କଟର ମେସିନ ଦ୍ୱାରା ଗ୍ରାଇଣ୍ଡର ମଗକୁ କଟାଯାଇ ସେଥିରୁ ସାପଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପ ଦେହରେ ଲାଗିଥିବା ଆଘାତକୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଆଜି ସ୍ଥାନୀୟ ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ  ଚିକିତ୍ସା ପାଇଁ ନିଆଯିବ । ଏନେଇ ସ୍ଥାନୀୟ ବନ ବିଭାଗକୁ ଆଗୁଆ ସୂଚନା ମଧ୍ୟ ଦିଆ ସରିଛି । ସାପଟି ସୁସ୍ଥ ହେବା ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦିଆଯିବ । ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବଗଡ଼ିଆ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ନିରାକାର ମହାପାତ୍ରଙ୍କ ଘରେ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଲା । ଶବ୍ଦ ମଝିରେ ମଝିରେ ଶୁଣା ଯାଉଥିଲେ ଏବଂ ପୁଣି ବନ୍ଦ ହେଇଯାଉଥିଲା । ନିରାକାର ଟର୍ଚ୍ଚ ଲାଇଟ ଧରି ଦେଖିବା ପରେ ଜାଣିଥିଲେ ଅଗଣାରେ ଏକ ପରିତ୍ୟକ୍ତ ମିକ୍ସଚର-ଗ୍ରାଇଣ୍ଡର ମଗରେ ଏକ ବଡ଼ ସାପ ଫସି ଯାଇଛି । ତେବେ ଭୟଭୀତ ହୋଇ ନିରାକାର ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ସାପ ଢ଼ମଣା ସାପ ବୋଲି ଚିହ୍ନଟ କରିଥିଲେ । ସାପ ଫସିଯିବା ଫଳରେ ତାର ପେଟ ପାଖରେ ଚମଡା ଏବଂ ମାଂସ କଟିଥିବା ଦେଖିଥିଲେ ।

ସାପକୁ କିପରି ବାହର କରାଯିବ ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ପରାମର୍ଶ କରି ତାଙ୍କୁ ସାପ ର ଭିଡ଼ିଓ ପଠେଇଥିଲେ । ଷ୍ଟିଲ ପାତ୍ର ଟିକୁ ଯତ୍ନରେ କାଟି ବାହାର କରିବା, ଏବଂ ସାପ ଦେହରେ ଥିବା କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ କରି ଜୀବାଣୁ ସଂକ୍ରମଣ ରୋକିବା ପାଇଁ ବେଟାଡିନ୍ ଲଗେଇବା ପାଇଁ ଶୁଭେନ୍ଦୁ ପରାମର୍ଶ ଦେଇଥିଲେ । ଏହାପରେ ସାପଟିକୁ ଉଦ୍ଧାର କରାଯାଇଥିଲା ।

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା, କରୋନା ସଂକ୍ରମଣରେ ଏବେ ଲାଗିବ ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଗଞ୍ଜାମରେ କରୋନା ପ୍ରତିଦିନ ରେକର୍ଡ଼ କରୁଥିଲା । ଏବେ ଗଞ୍ଜାମର ସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ କିଛି ଦିନ ହେବ ଗଞ୍ଜାମକୁ ପଛରେ ପକାଇ ଏବେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଏବେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏବେ ଭୁବନେଶ୍ୱରରେ କରୋନା ସଂକ୍ରମଣରେ ଲାଗିବ ବ୍ରେକ୍ । ନିୟନ୍ତ୍ରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ବିଏମସି ।

ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ୱରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ଟି ରାପିଡ୍‌ ରେସ୍‌ପନ୍‌ସ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ବସ୍ତି ଏବଂ ଅନ୍ୟ ଅଞ୍ଚଳରେ ଅଧିକ ହେଲଥ ସ୍କ୍ରିନିଂ କରିବେ । କରୋନା ସନ୍ଦେହ ହେଲେ ରାଜଧାନୀ ଲୋକ ୧୯୨୯କୁ କଲ୍‌ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କ ଘରୁ ବିଏମ୍‌ସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କୁ ଭିଡିଓ ଜରିଆରେ ପରାମର୍ଶ ଦେବାର ପ୍ରସ୍ତାବ ରହିଛି । ରାଜଧାନୀରେ କରୋନା ରୋଗୀସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ବୃଦ୍ଧି କରାଯିବ ।

ହୋଲଡିଂ ଟ୍ୟାକ୍ସ ଦେବା ପାଇଁ ବ୍ୟସ୍ତ ହୁଅନ୍ତୁନି, ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା

ଭୁବନେଶ୍ୱର: ଅକ୍ଟୋବର ୩୧ ଯାଏଁ ବଢିଲା ହୋଲଡିଂ ଟିକସ ରିହାତି ସୀମା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟିକସ ଉପରେ ରିହାତି ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ରିହାତି ଅବଧି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଥିବା ବେଳେ, ବର୍ତ୍ତମାନ ଏହାକୁ ପୁଣିଥରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଇଛି । ତେବେ ରିହାତି ଶତକଡା ୧୦ ପ୍ରତିଶତରୁ ବୃଦ୍ଧି ନକରିବାକୁ ମଧ୍ୟ ନିର୍ଦେଶ ରହିଛି ।

ସାଧାରଣତଃ ବିଭିନ୍ନ ପୌରସଂସ୍ଥା ଲୋକଙ୍କ ଠାରୁ ଆଦାୟ କରୁଥିବା ବିଭିନ୍ନ ଟିକସ କ୍ଷେତ୍ରରେ ଏହି ରିହାତି ଦେଇଥାନ୍ତି । ଫଳରେ ଏକକାଳୀନ ବାର୍ଷିକ ଟିକସ ପୈଠ କଲେ ଲୋକଙ୍କୁ ଏହି ସୁବିଧା ଉପଲବ୍ଧ ହେବ । ରାଜ୍ୟର ସମସ୍ତ ପୌରସଂସ୍ଥା ମୁଖ୍ୟତଃ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ଏହି ରହାତି ଦେଇଥାନ୍ତି । ଏପ୍ରିଲ ମାସରୁ ଜୁନ୍ ମାସ ମଧ୍ୟରେ ବର୍ଷକର ଟିକସ ପ୍ରଦାନ କଲେ ଏହି ରିହାତି ମିଳିଥାଏ । ଏହି ରିହାତି ଅବଧି ବୃଦ୍ଧି ଫଳରେ ଲୋକେ ଟିକସ ପଇଠ କରିବାକୁ ଆଗେଇ ଆସିବା ସହ ରାଜସ୍ୱ ଆଦାୟ ମଧ୍ୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

କଳାହାଣ୍ଡି ସୀମାରେ ମାଓ ମୁକାବିଲାରେ ସହିଦ୍ ଯବାନଙ୍କୁ ଶେଷ ବିଦାୟ

ବାରିପଦା: ଗାଁ ଖାଲି ଉଠୁଛି ପଡ଼ୁଛି । ଲୋକଙ୍କ ଆଖିରେ ଧାର ଧାର ଲୁହ । ହାତରେ ଜାତୀୟ ପତାକା ଏବଂ ମୁହଁରେ ଅମର ରହେର ସ୍ଳୋଗାନ । କାରଣ ଗାଁକୁ ଲେଉଟିଛି ଗାଁର ବୀର ପୁଅ । ଶତ୍ରୁକୁ ପରାସ୍ତ କରି ଲେଉଟିଛି ଗାଁକୁ । ହେଲେ ସେ ପୁରା ନିସ୍ତବ୍ଦ । ନିସ୍ତବ୍ଦ ଏଥିପାଇଁ ବୀର ପୁଅ ଦେଶ ମାଆ ପାଇଁ ସହିଦ ହୋଇଛି । ଜୀବନ ଦେଇ ଜିତ ହାସଲ କରିଛି  । ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଧୀର କୁମାର ଟୁଡୁଙ୍କ ମରଶରୀର ।

ମୟୂରଭଞ୍ଜ ସାନଭାଦୁଅରେ ସହିଦଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ ସ୍ୱାଗତ କରିଛନ୍ତି ସ୍ଥାନୀୟଲୋକେ । ଗାଁ ଶ୍ମଶାନରେ ମର୍ଯ୍ୟାଦାର ସହ ତାଙ୍କ ଶେଷକୃତ୍ୟ କରାଯିବ । ସୋରଡ଼ା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ଵୁଢାନ ମୁର୍ମୁ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସେପଟେ ଅନୁଗୁଳର ସହିଦ ଯବାନ ଦେବାଶିଷ ସେଠୀଙ୍କ ସରିଛି ଶେଷକୃତ୍ୟ । ଜନ୍ମମାଟି ରାଜକିଶୋରନଗର ବ୍ଲକର ଅଙ୍ଗପଡା ଠାରେ ଗାର୍ଡ ଅଫ୍ ଅନର ଦେବା ସହ ଶେଷକୃତ୍ୟ କରାଯାଇଛି । ବୀରପୁତ୍ରକୁ ହରାଇ ସାରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଦେଶମାତୃକାର ସେବା ପାଇଁ ଗର୍ବ ଅନୁଭବ କରୁଛି ଜନ୍ମମାଟି । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ସିର୍କି ଜଙ୍ଗଲରେ ଗୁଳିବିନିମୟରେ ୫ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ଜଣ ଏସ୍ଓଜି ଯବାନ ସହିଦ ହୋଇଥିଲେ । ସହିଦ ହୋଇଥିବା ୨ ଜଣ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଓ ଅନୁଗୁଳର ଦେବାଶିଷ ସେଠୀ ।

ICMRର ସେରୋ ସର୍ଭେରେ ବଡ଼ ଖୁଲାସା, ମେ ସୁଦ୍ଧା ୬୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ିବାରେ ଲାଗିଛି । କରୋନା ମହାମାରୀ ପ୍ରତିଦିନ ଏକ ନୂଆ ରେକର୍ଡ ସୃଷ୍ଟି କରିବା ବ୍ୟସ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ୯୬,୦୦୦ ରୁ ଅଧିକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନା ମାମଲାର ମୋଟ ସଂଖ୍ୟା ଦେଶରେ ୪୫ ଲକ୍ଷ ଅତିକ୍ରମ କରିଛି । ଏହି ସମୟରେ, ସେପଟେ କରୋନା ପାଇଁ ୭୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଭାରତରେ ପ୍ରାୟ ୯.୪ ଲକ୍ଷ କରୋନା ମାମଲା ସକ୍ରିୟ ଅଛି ଏବଂ ୩୫.୩ ଲକ୍ଷ କରୋନା ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇଛନ୍ତି । ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଥମିବାର ନାମ ନେଉନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ କେସ୍ ରାଜଧାନୀର ସମସ୍ତ ରେକର୍ଡ ଭାଙ୍ଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୩୦୮ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଦିଲ୍ଲୀରେ ଏତେଗୁଡ଼ିଏ ମାମଲା ଆସିଛି । ଏହା ସହ ଦିଲ୍ଲୀର ମୋଟ କରୋନା ମାମଲା ୨.୦୫ ଲକ୍ଷ ଅତିକ୍ରମ କରିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ ୨୫ ହଜାର ମାମଲା ସକ୍ରିୟ ଅଛି ।

ମେ ମାସ ସୁଦ୍ଧା ୬୪ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିଲେ !

ଆଇସିଏମଆର କିଛି ଦିନ ପୂର୍ବରୁ ଏକ ଜାତୀୟ ସେରୋଲୋଜିକାଲ୍ ସର୍ଭେ କରିଥିଲା । ଯାହାର ଫଳାଫଳ  ଏବେ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଛି । ଯେ ମେ ମାସ ଆରମ୍ଭ ସୁଦ୍ଧା ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଦ୍ୱାରା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ପ୍ରତିଶତରେ ଏହାକୁ ଦେଖିଲେ ଏହା ୦.୭୩ ପ୍ରତିଶତ ବୟସ୍କଙ୍କ କରୋନା ଦ୍ୱାରା ସଂକ୍ରମିତ ହେବାର ବିଷୟ । ଯଦି ଏହା ଅନ୍ୟ କଥାରେ କୁହାଯାଏ, CERO ସର୍ଭେ ଅନୁଯାୟୀ ଆରଟି- PCR ରୁ ଏକ ନିଶ୍ଚିତ କରୋନା ମାମଲା ବାହାରୁଥିଲାବେଳେ ସେହି ସମୟରେ ମେ ମାସରେ ୮୨ ରୁ ୧୩୦ ଟି କରୋନା ସଂକ୍ରମଣ ମାମଲା ଆସୁଥିଲା ।

LACରେ ହୋଇପାରେ ଯୁଦ୍ଧ, ଭାରତ ସୀମାରେ ଏକଜୁଟ କଲା ଏଭଳି ଭୟଙ୍କର ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଗତକାଲି ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ । ରାଫେଲ ହେଉଛି ସବୁଠାରୁ ଶକ୍ତିଶାଳୀ ଯୁଦ୍ଧବିମାନ । ସେପଟେ ବାୟୁସେନାରେ ରାଫେଲ ସାମିଲ ହେବା ପରେ ଆଜି ସୀମାରେ ଚୀନର ଉତପାତ ବଢ଼ିଛି । ସୀମାରେ ପୁଣି ନିଜର ରଙ୍ଗ ଦେଖାଇବା ଆରମ୍ବ କରିଛି ଚୀନ୍‌ । ସୀମା ବିବାଦକୁ ଟାଳିବା ପାଇଁ ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ସେହି ସମୟରେ ଚୀନ୍ ଭାରତ ସହ କଥାବାର୍ତ୍ତା କରୁଥିବା ବେଳେ ପେଙ୍ଗୋଙ୍ଗରେ ଚୀନ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଲାଗୁଛି ଯେମିତି ଚୀନ ପୁରା ଯୁଦ୍ଧର କରିବା ପାଇଁ ପ୍ରସ୍ତୁତ ହେଉଛି । ଏହା ଦେଖି ଭାରତୀୟ ସେନା ବର୍ତ୍ତମାନ LAC ରେ ୧୫୫ ମିଲିମିଟର ହ୍ୱାଇଜର୍ କ୍ଷେପଣାସ୍ତ୍ର ନିୟୋଜନ କରିବା ଆରମ୍ଭ କରିଛି ।

ବୋଫର୍ସ ତୋପ ନିୟୋଜନ ଭାରତୀୟ ସେନା ପାଇଁ ଏକ ପ୍ରମୁଖ ପଦକ୍ଷେପ ହୋଇଛି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଚୀନ୍ ଅନୁପ୍ରବେଶ ଉଦ୍ୟମରୁ ତିଳେମାତ୍ର ହଟୁନାହିଁ । ଯଦି ଦେଖିବା ତେବେ ଏବେ ୪୦ ହଜାର ଭାରତୀୟ ସୈନିକ LAC ରେ ନିୟୋଜିତ ହୋଇଛନ୍ତି । ବାୟୁସେନା ମଧ୍ୟ ପ୍ରସ୍ତୁତ ଏବଂ ବର୍ତ୍ତମାନ ହ୍ୱାଇଜର୍ ତୋପ ମଧ୍ୟ ସୀମାରେ ମୁତୟନ କରାଯାଇଛି । ଯଦି ଚୀନ୍ ମଧ୍ୟ ଛୋଟ ଭୁଲ କରେ, ତେବେ ତାହାର ବଡ଼ ପରିଣାପ ଚୀନକୁ ଦେବାକୁ ପଡ଼ିବ ।

ଭାରତୀୟ ସୈନିକମାନେ ବର୍ତ୍ତମାନ ପେଙ୍ଗୋଙ୍ଗରେ ୪ ରେ ପହଞ୍ଚିଛନ୍ତି । ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉଚ୍ଚତା ସ୍ଥାନରେ ସୈନିକମାନେ ପୁରା ତୟାର ରହିଛନ୍ତି । ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଚୀନ୍‌ର ଅସ୍ଥିରତା ବୃଦ୍ଧି ପାଇଛି । ଯଦିଓ ଚୀନ୍ ନିଜର ଯବାନ, ଯାନବାହାନ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି, କିନ୍ତୁ ଭାରତ ମଧ୍ୟ ଉଚିତ ଜବାବ ଦେବା ପାଇଁ ପୁରା ତୟାର ରହିଛି । ଭାରତୀୟ ସୈନିକମାନେ ଉଚ୍ଚତାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ସବୁବେଳେ ନଜର ରଖିଛନ୍ତି ।

ଅଧା ରାସ୍ତାରେ ଘାଟିକୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଅନୁଗୁଳ: ଅନୁଗୁଳ ବଡକେରା ନିକଟରେ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ । ବୁର୍ଲାରୁ ଏକ ନାଇଟକୋଚ୍ ବସ୍‌ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଭୋର ସମୟରେ ବସଟି ରାସ୍ତା ତଳକୁ ଖସି ପଡିବାରୁ ଦୁର୍ଘଟଣା ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରୁ ବସ ଡ୍ରାଇଭର ଫେରାର ହୋଇଯାଇଛି। ବସରେ ଅଧିକାଂଶ ଯାତ୍ରୀ ମହିଳା ଓ ଛୋଟ ଶିଶୁ ଥିଲେ । ଘଟଣାସ୍ଥଳରେ ଅନୁଗୁଳ ପୋଲିସ ପହଁଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ବାଇଶିପଡା ପୋଲ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ମହାଲିକପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ । ମୃତକ ହେଲେ ପ୍ରଦତ୍ତ ଭୋକ୍ତା । ବିଳମ୍ବିତ ରାତିରେ ପଂଚାୟତ କାର୍ଯ୍ୟାଳୟ ରୁ କାମ ସାରି ନିଜ ଘର ପୁରୁଣାକଟକକୁ ଫେରୁଥିବା ବେଳେ ସେ ପୋଲ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କରୋନା ଟିକା ନେଇ ଚୀନରୁ ଆସିଲା ଖୁସି ଖବର: ଡିସେମ୍ୱର ସୁଦ୍ଧା ବଜାରରେ ହେବ ଉପଲବ୍ଧ

ବେଜିଂ: କରୋନା ଭାଇରସର ଭ୍ୟାକ୍ସିନ୍ ନେଇ ଚୀନରୁ ଆସିଛି ଆଶ୍ୱସ୍ତିକର ଖବର । ଗ୍ଳୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଟିକା ନିର୍ମାଣକାରୀ କମ୍ପାନୀ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଭ୍ୟାକ୍ସିନ୍ ସାଧାରଣ ଲୋକଙ୍କ ପାଇଁ ଡିସେମ୍ୱର ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ । ଯାହାର ଦାମ୍ ରହିଛି ୧୦୦୦ୟୁଆନ୍ ଅର୍ଥାତ ୧୦ ହଜାର ୭୮୦ଟଙ୍କା । ତେବେ ବଜାରକୁ ଆସିବା ପରେ ଏହାର ଦାମ୍ ଅହୁରି କମିବ ।

वैक्सीन पर चीन ने दी खुशखबरी, दिसंबर तक आ जाएगी बाजार में

            ଚୀନର ଜାତୀୟ ଫାର୍ମାସିଟୁକାଲ୍ ଗ୍ରୁପ୍ ସିନୋଫାର୍ମର ଚେୟାରମ୍ୟାନ୍ ଲିୟୁ ଜିଙ୍ଗଜେନ୍ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ କ୍ଳିନିକାଲ୍ ଟ୍ରାଏଲ ପୂରା ହେବା ପରେ ଏହାର ମାର୍କେଟିଂର ସମୀକ୍ଷା କରାଯିବ । ଲିୟୁ ପକ୍ଷରୁ କୁହାଯାଇଛି ଯେ, ଏହାର ୨ ଡୋଜର ଦାମ୍ ୧୦୦୦ ୟୁଆନ୍ ରହିଛି । ତେବେ ଏହି ଟିକାକୁ ଚୀନର ସବୁ ନାଗରିକଙ୍କୁ ଦିଆଯିବ ନାହିଁ  ।

वैक्सीन पर चीन ने दी खुशखबरी, दिसंबर तक आ जाएगी बाजार में

            ଲିୟୁ ଜିଙ୍ଗଜେନଙ୍କ ପରାମର୍ଶ ହେଉଛି ଛାତ୍ର ଏବଂ ଯେଉଁମାନେ ସହରରେ ରହୁଛନ୍ତି ସେମାନଙ୍କୁ ଏହି ଟିକା ନେବାର ଆବଶ୍ୟକତା ରହିଛି । କମ୍ ଜନସଂଖ୍ୟା ବିଶିଷ୍ଟ ଗାଁ ଲୋକଙ୍କୁ ଏହି ଟିକା ନେବାର କୌଣସି ଆବଶ୍ୟକତା ନାହିଁ । ବେଜିଂ ଓ ଉହାନରେ ସିନୋଫାର୍ମ ପକ୍ଷରୁ ୨ ଭିନ୍ନ ଭିନ୍ନ ଭ୍ୟାକ୍ସିନ୍ ଦିଆଯାଉଛି । ତୃତୀୟ ଚରଣ କ୍ଳିନିକାଲ୍ ଟ୍ରାଏଲ ପାଇଁ ଭ୍ୟାକ୍ସିନକୁ ଜୁନ ମାସରେ ୟୁଏଇକୁ ପଠାଇଦିଆଯାଇଛି ।

वैक्सीन पर चीन ने दी खुशखबरी, दिसंबर तक आ जाएगी बाजार में

            ତେବେ ଇତିମଧ୍ୟରେ ଲିୟୁ ମଧ୍ୟ ଭ୍ୟାକ୍ସିନର ୨ ଡୋଜ୍ ସେ ଖୋଦ୍ ମଧ୍ୟ ନେଇଛନ୍ତି । ଲିୟୁ କହିଛନ୍ତି ଯେ, ଏହାର କୌଣସି ସାଇଡଇଫେକ୍ଟ  ଦେଖିବାକୁ ମିଳିନାହିଁ । ବେଜିଂରେ ଭ୍ୟାକ୍ସିନର ୧୨ କୋଟି ଡୋଜ୍ ପ୍ରସ୍ତୁତ କରାଯାଉଛି । ଏହା ପୂର୍ବରୁ ସିନୋଫାର୍ମ କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ଯେ ଇମ୍ୟୁନ୍ ରେସପନ୍ସ ଟ୍ରାଏଲରେ ଏହାର ଭଲ ଫଳାଫଳ ଦେଖିବାକୁ ମିଳିଛି ।

କଙ୍ଗନାଙ୍କୁ ସାକ୍ଷାତ କଲେ ଅଠବାଲେ: କହିଲେ, ରାଜନୀତିରେ ସାମିଲ ହେଲେ ସ୍ୱାଗତ କରିବ BJP ଓ RPI

ମୁମ୍ୱାଇ: ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଏବଂ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ମଧ୍ୟରେ ଜାରି ଘମାସାନ ମଧ୍ୟରେ ଗୁରୁବାର କଙ୍ଗନାଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠବାଲେ । ସେ କଙ୍ଗନାଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ରାଜନୀତିକୁ ଆସିଲେ ତାଙ୍କୁ ଉଭୟ ବିଜେପି ଓ ଆରପିଆଇ ସ୍ୱାଗତ କରିବ ବୋଲି କହିଛନ୍ତି ଅଠାବଲେ । ଅପରପକ୍ଷରେ କଙ୍ଗନା କହିଛନ୍ତି ଯେ, ତାଙ୍କର ରାଜନୀତିରେ ରୁଚି ନାହିଁ । କିନ୍ତୁ ସମାଜରେ ଏକତା ବଜାୟ ରଖିବାରେ ରୁଚି । ନିଜର ଆଗାମୀ ଫିଲ୍ମରେ ସେ ଦଳିତ ଭୂମିକାରେ ନଜର ଆସିବେ ଏବଂ ଜାତି ବ୍ୟବସ୍ଥା ସମାପ୍ତ କରିବାକୁ ମଧ୍ୟ କଥା ହୋଇଛନ୍ତି ।

ଦୀର୍ଘ ସମୟର ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଠବାଲେ କହିଛନ୍ତି ଯେ, କଙ୍ଗନା ରାଜନୀତିରେ ଯୋଗଦେବାକୁ ମନା କରିଦେଇଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହୁଁଛନ୍ତି । ରାଜନୀତିରେ ଯୋଡ଼ି ହେବା ନେଇ ତାଙ୍କ କୌଣସି ଇଚ୍ଛାନାହିଁ । କିନ୍ତୁ ସେ ଯଦି ବିଜେପି କିମ୍ୱା ଆରପିଆଇ ଯୋଗଦେବାକୁ ଚାହିଁଲେ ଆମେ ତାଙ୍କୁ ସ୍ୱାଗତ କରିବୁ ।

ପ୍ରଧାନମନ୍ତ୍ରୀ ମୋଦି ଓ ଆବେଙ୍କ ଫୋନ ଯୋଗେ କଥାବାର୍ତ୍ତା: ସେନା ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାପାନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେ ଫୋନ୍ ଯୋଗେ କଥା ହୋଇଛନ୍ତି । ସ୍ୱତନ୍ତ୍ର ରଣକୌଶଳର ଉନ୍ନତିକରଣ ଓ ଦୁଇ ପକ୍ଷ ମଧ୍ୟରେ ବୈଶ୍ୱିକ ଭାଗିଦାରୀ ଆଦି ଦ୍ୱି ପାକ୍ଷିକ ସମ୍ପର୍କ ମାଧ୍ୟମରେ ହାସଲ କରାଯାଇଥିବା ପ୍ରମୁଖ ସଫଳତା ବୋଲି ଗୁରୁବାର ଦିନ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି। ଅପରପକ୍ଷରେ ଦୁଇ ଦେଶର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସିଞ୍ଜୋ ଆବେଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ଦେଶ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ବୁଝାମଣାକୁ ମଧ୍ୟ ସ୍ୱାଗତ କରିଛନ୍ତି । ଏବଂ ଭାରତ-ଜାପାନ ବିଶେଷ ରଣନୀତି ଅନୁଯାୟୀ ମୁମ୍ୱାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି  । ଏତଦ୍ ବ୍ୟତୀତ ଦୁଇ ନେତା ଭାରତୀୟ ସଶସ୍ତ୍ର ବଳ ଏବଂ ଜାପାନର ଆତ୍ମରକ୍ଷା ବଳ ମଧ୍ୟରେ ହୋଇଥିବା ବୁଝାମଣାକୁ ମଧ୍ୟ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୩୦ ମିନିଟ୍‌ କଥାବାର୍ତ୍ତା ସମୟରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆବେ କରିଥିବା ଇସ୍ତଫା ଘୋଷଣା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିସହିତ ଜାପାନରେ ନେତୃତ୍ୱ ପରିବର୍ତ୍ତନ ହେଲେ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହେବନାହିଁ ବୋଲି ଦୁଇ ନେତା ସ୍ପଷ୍ଟ କରିଛନ୍ତି ।