spot_img
Home Blog Page 6732

ସୁଧୁରୁନି ସ୍ଥିତି, ସୀମାନ୍ତରେ ଗର୍ଜନ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସୀମାରେ ବଢ଼ି ଚାଲିଛି ବିବାଦ । ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଦେଖାଯାଇଥିବା ସୀମା ଉତ୍ତେଜନା ଥମିବାର ନାଁ ଧରୁନି । ଚୀନ୍‌ ବାରମ୍ବାର ନିୟମ ଉଲଂଘନ କରୁଛି । ଗୋଟିଏ ପଟେ ସୀମା ବିବାଦ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ଚୀନ୍‌ ସେନା ସୁଧୁରିବାର ନାଁ ଧରୁନି । ସୀମାରେ ଅଧିକରୁ ଅଧିକ ସେନା ମୁତୟନ କରିବା ସହ ଯୁଦ୍ଧାସ୍ତ୍ର ମଧ୍ୟ ମୁତୟନ କରୁଛି ଚୀନ୍‌ । ଏହାର ପ୍ରତିବାଦରେ ଗୁରୁବାର, ଭାରତୀୟ ସେନା ସୀମାରେ ଶକ୍ତି ପ୍ରଦର୍ଶନ କରିଛି ।

Indian Air Force

ଭାରତୀୟ ବାୟୁସେନା ପକ୍ଷରୁ ସୀମାନ୍ତ ଅଞ୍ଚଳରେ ଏହାର ଯୁଦ୍ଧବିମାନକୁ ଉଡ଼ାଇ ଶକ୍ତି ପ୍ରଦର୍ଶନ କରାଯାଇଛି । ବାୟୁସେନାର ସୁଖୋଇ, ମିଗ୍‌ ଓ ପରିବହନକାରୀ ବିମାନ ବାରମ୍ବାର ସୀମା ନିକଟରେ ଉଡାଣ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଦୁଇ ଦେଶର ସେନା ପୁନର୍ବାର ସୀମା ନିକଟରେ ମୁହାଁମୁହିଁ ହୋଇଥିବାବେଳେ ଏହାକୁ ଦେଖି ବାୟୁସେନା ଏହାର ଯୁଦ୍ଧ ପ୍ରସ୍ତୁତିକୁ ଜୋରଦାର ପୂର୍ବକ ଏହି ଯୁଦ୍ଧବିମାନ ଉଡାଣ କରିଥିବା ଜଣାପଡ଼ିଛି ।

Indian Air Force

ପ୍ରାୟ ୧୫ ଘଣ୍ଟା ଧରି ବାୟୁସେନାର ଯୁଦ୍ଧବିମାନ ସୀମାରେ ଘୁରି ବୁଲିଥିଲେ । ଏହା ସହିତ ସୀମାରେ ମୁତୟନ ସୈନିକଙ୍କୁ ହାଇଆଲର୍ଟ ଜାରି କରାଯାଇଥିବା ସେନା ଅଧିକାରୀ କହିଛନ୍ତି । ସେପଟେ ଭାରତୀୟ ସେନା ଗୁରୁବାର ଫିଙ୍ଗର ଫୋରରେ ପହଞ୍ଚିଛନ୍ତି । ଏହି ସ୍ଥାନ ଚୀନ ସେନାର ଅତି ନିକଟରେ ଥିବା କୁହାଯାଉଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନା ପାଙ୍ଗୋଙ୍ଗ-ତସୋ ହ୍ରଦର ଦକ୍ଷିଣରେ ଥିବା ଶିଖର ଗୁରୁଙ୍ଗ୍‌ ହିଲ, ମାଗର ହିଲ, ମୁଖରପାରୀ, ରେଚିନ୍ ଲା’ରେ ନିଜ ଶିବିରରେ ତାର ଲଗାଇଛନ୍ତି ।

ଲୋନ ମୋରାଟୋରିଅମ: ୨ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶୁଣାଣି, ମଧ୍ୟବର୍ତ୍ତୀକାଳୀନ ଆଦେଶ ରହିବ ଜାରି

0

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଲୋନ ମୋରାଟୋରିୟମ ମାମଲାରେ ଶୁଶାଣିକୁ ଆଉ ଦୁଇ ସପ୍ତାହ ପାଇଁ ସ୍ଥଗିତ କରି ରଖିଛନ୍ତି । କେନ୍ଦ୍ର ସରକାର ମାମଲାରେ ଶୁଣାଣିକୁ ଦୁଅ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଦାବି କରିଥିଲେ ଯାହାକୁ କୋର୍ଟ ସ୍ୱୀକାର କରିଛନ୍ତି । ଏହା ସହିତ କୋର୍ଟ କହିଛନ୍ତି ଯେ, ଅଗଷ୍ଟ ୩୧ ପର୍ଯ୍ୟନ୍ତ NPA ହୋଇନଥିବା ଲୋନ ଡିଫୋଲ୍ଡର ମାନଙ୍କୁ NPA ଘୋଷିତ ନକରିବାକୁ ଆଦେଶ ଜାରି ରହିବ ।  ମାମଲାର ପରବର୍ତ୍ତୀ ଶୁଣାଣି ୨୮ ସେପ୍ଟେମ୍ବରରେ ହେବ।

ସଲିସିଟର ଜେନେରାଲ ତିଷାର ମେହତା କହିଛନ୍ତି ଯେ, ଇଣ୍ଟ୍ରେଷ୍ଟ ଉପରେ ଇଣ୍ଟ୍ରେଷ୍ଟ ନେବା ବିଷୟରେ ଦୁଅ ତିନି ଥର ବୈଠକ ହୋଇଛି । ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ । ସେ କହିଛନ୍ତି ଯେ, ବ୍ୟାଙ୍କ ସହିତ ପରାମର୍ଶ କରିବା ଦ୍ୱାରା ବ୍ୟାଙ୍କ ଗୁରୁତ୍ୱ ଭୂମିକା ଗ୍ରହଣ କରିବ । IBA ତରଫରୁ ହରିଶ ସାଲୱେ କହିଛନ୍ତି ଯେ, ‘ସରକାର ଅନେକ ଗୁଡ଼ିଏ ସ୍ପଷ୍ଟ ନିଷ୍ପତ୍ତି ନେଇ ନାହାନ୍ତି, ଏକ ନୂତନ ପ୍ରସ୍ତାବ ଆସିଛି ଯାହାକୁ ପଞ୍ଜୀକୃତ କରାଯିବ ।’ ସେ ଆଉ ମଧ୍ୟ କହିଛନ୍ତି ଯେ, ‘ ନିୟମ ଗୁଡ଼ିକ ଲାଗୁ କରାଯିବ, ଷ୍ଟେଟ୍ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଲାଗୁ କରିଥିଲେ ।’

ଲାସୱେ କହିଛନ୍ତି, ବିଜୁଳି କ୍ଷେତ୍ରରେ ରାଜ୍ୟ ମାନଙ୍କୁ ନିଷ୍ପତ୍ତି ନେବାର ଅଛି । ଲକଡାଉନ ଶେଷ ହୋଇଯାଇଛି, ଏହାର କ୍ଷତି କିଏ ଉଠାଇବ, ସଂପୂର୍ଣ୍ଣ ଋଣ ବ୍ୟାଙ୍କ ଗୁଡ଼ିକ ଉପରେ ଲଦି ଦିଆଯାଇପାରିବ ନାହିଁ ।‘ ବରିଷ୍ଠ ଓକିଲ ସିଏ ସୁନ୍ଦରମ୍ ମୋରାଟୋରିୟମର ଅବଧି ୨ ସପ୍ତାହ ବଢ଼ାଇବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବ୍ୟାଙ୍କ କହୁଛି ଯେ, ମୋରାଟୋରିୟମ ଅବଧି ନାହିଁ ଏବଂ ସେ NPA ଘୋଷଣା କରିବେ ନାହିଁ । ଆପଣଙ୍କ ଦାୟିତ୍ୱ ଆରମ୍ଭ ହୋଇଯାଇଛି, ୬ ମାସ ଇଣ୍ଟ୍ରେଷ୍ଟ କୁ ଡେବିଟ କରାଯାଉଛି । ରାଜୀବ ଦତ୍ତ କହିଛନ୍ତି ଯେ, ଏହା ଏକ ଖୁସି ଖବର ଯେ, ସରକାର କର୍ପୋରେଟ ଋଣର ପୁନର୍ଗଠନ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏହା ମଧ୍ୟ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ସାଧାରଣ ଜନତା ଏହା ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌, ୭ ଜଣରୁ ଅଧିକ ଏକାଠି ରହିବାକୁ ମନା

ଭୁବନେଶ୍ୱର: ପାର୍ବଣ ପାଇଁ ମାର୍ଗଦର୍ଶିକା ଜାରି କଲେ ଏସ୍‌ଆର୍‌ସି । ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସହିତ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ପୂଜା ପାଇଁ ଏସ୍‌ଆର୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କମିଶନରେଟ୍ ପୋଲିସ ଅଞ୍ଚଳରେ ପୋଲିସ କମିଶନର ଅନୁମତି ଦେବେ ।

DURGA PUJA (2)

ତେବେ ବିଭିନ୍ନ ପୂଜା ପାର୍ବଣରେ ଭଗବାନଙ୍କ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ୍‌ ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ଖାଲି ସେତିକି ନୁହେଁ, ମଣ୍ଡପର ଚାରିପଟ ବନ୍ଦ ରହିବା ସହ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ଏସ୍ଆର୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । କୌଣସି ସମୟରେ ମଣ୍ଡପରେ ୭ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କର୍ତ୍ତା, ପୂଜକ ଓ ସହଯୋଗୀ କର୍ମଚାରୀଙ୍କୁ ମଣ୍ଡପକୁ ଯିବା ପାଇଁ ଅନୁମତି ଦିଆଯିବ ।

ମଣ୍ଡପ ଗୁଡ଼ିକରେ କୋଭିଡ୍‌ ନିୟମ ପାଳନ ବାଧ୍ୟତା ମୂଳକ । ଯଦି କେହି କୋଭିଡ୍‌ ନିୟମ ଉଲଂଘନ କରିବେ ତେବେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏସ୍‌ଆର୍‌ସି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି ସର୍ତ୍ତଗୁଡ଼ିକୁ ଆୟୋଜକମାନେ ମଧ୍ୟ ମାନିବାକୁ ବାଧ୍ୟ ।

ତେବେ ପୂଜା ସରିବା ପରେ ଭସାଣ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏମିତିକି ମଣ୍ଡପ ଗୁଡ଼ିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନୁମତି ମିଳିବନି । ସଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଲୋକ ଯୋଗଦେବାର ସମ୍ଭାବନା ରହିଥିବାରୁ ଏହାକୁ ଅନୁମତି ଦିଆଯିବ ନାହିଁ । ସେହିପରି ମୂର୍ତ୍ତି ବିସର୍ଜନ ବେଳେ କୃତ୍ରିମ ପୋଖରୀ ସୃଷ୍ଟି କରାଯାଇ ସେଥିରେ ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

୮୦ ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ, ରହିବନି ପାସେଞ୍ଜେର ବଗି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ଚାଲିବାକୁ ଥିବା ୮୦ ନୂଆ ପାସେଞ୍ଜର ଟ୍ରେନ୍‌ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଟିକେଟ ବୁକିଂ । ପୂର୍ବ ଘୋଷିତ ୨୩୦ ସ୍ପେସାଲ ଟ୍ରେନଠାରୁ ଏହା ଅଲଗା ବୁକିଂ କରିବାକୁ ପଡିବ ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍‌ଲକ୍‌ ୪ରେ ଟ୍ରେନ୍‌ ଚଳାଚଳ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଥିଲା ।

ପରେ ଗୁରୁବାରଠାରୁ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ଦେଶରେ ଚାଲିବାକୁ ଥିବା ପାସେଞ୍ଜର ଟ୍ରେନ ସଂଖ୍ୟା ୩୩୦କୁ ବୃଦ୍ଧି ପାଇଛି । ୧୨ ସେପ୍ଟେମ୍ବର ଠାରୁ ଦେଶରେ ୮୦ ନୂଆ ସ୍ପେସାଲ ଟ୍ରେନ ଚାଲିବ । ବିନା ଟିକେଟରେ ଯାତ୍ରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମସ୍ତ ଟ୍ରେନରୁ ପାସେଞ୍ଜର ବଗି ହଟାଇ ଦିଆଯାଇଛି । କେବେଳ ରିଜର୍ଭେସନ ବଗିରେ ହିଁ ଲୋକେ ଯାତ୍ରା କରିପାରିବେ ।

ଅନ୍ୟପଟେ ରେଳବାଇ ପକ୍ଷରୁ ଆହୁରି ମଧ୍ୟ ଏକ ଭଲ ପଦକ୍ଷେପ ନିଆଯାଇଛି । ଏଣିକି ଓ୍ୱେଟିଂ ତାଲିକାରେ ଅଧିକ ସଂଖ୍ୟାର ଲୋକ ରହିଲେ କ୍ଲୋନ୍‌ ଟ୍ରେନ୍‌ର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କ୍ଲୋନ୍‌ ଟ୍ରେନ୍‌ ହେଉଛି ଏମିତି ଏକ ବ୍ୟବସ୍ଥା ଯାହା ଦ୍ୱାରା ଓ୍ୱେଟିଂ ତାଲିକାରେ ଥିବା ଯାତ୍ରୀଙ୍କ ଟିକେଟ୍‌ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି । ଗୋଟିଏ ରୁଟ୍‌ରେ ଯାଉଥିବା ଟ୍ରେନ୍‌ରେ ଯଦି ଟିକେଟ୍‌ ଶେଷ ହୋଇଯାଏ ଏବଂ ଓ୍ୱେଟିଂ ତାଲିକାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଯାଏ । ତେବେ ଉକ୍ତ ଯାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ ଆଉ ଏକ ଟ୍ରେନ୍‌ ସେହି ରୁଟ୍‌ରେ ଗଡ଼ିବ । ମୁଖ୍ୟ ଟ୍ରେନ୍‌ର ଠିକ୍‌ ଏକ ଘଣ୍ଟା ପରେ ଏହି ଟ୍ରେନ୍‌ ଚଳାଚଳ କରାଯିବ । ଯାହାଦ୍ୱାରା ଅନେକ ଯାତ୍ରୀ ଉପକୃତ ହୋଇପାରିବେ ।

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ: ସଂପୃକ୍ତ ଗଣମାଧ୍ୟମ ସଂସ୍ଥାକୁ ନୋଟିସ୍ କଲା ଶିଶୁ ସୁରକ୍ଷା କମିଶନ…

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ପାଇଁ ଅଡ଼ୁଆ ବଢିଛି । ଘଟଣାକୁ ଚପାଇବା ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ତଥା ପରିଚାଳନା ନିର୍ଦେଶିକାଙ୍କ ବିରୋଧରେ ନୋଟିସ ଜାରି ହୋଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ ଜାରି କରିଛନ୍ତି ।

୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଘଟଣାର ନିରପେକ୍ଷ ଓ ତ୍ୱରିତ ତଦନ୍ତ କରିବାକୁ କମିଶନ ପକ୍ଷରୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପୁଣି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନ ନିର୍ଦ୍ଦେଶ  ଦେଇଛନ୍ତି ।

 

କମିଶନଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାର ଏମ୍‌ଡି, ପୋଲିସ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଛି । ପୀଡ଼ିତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ଓ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନାବାଳିକାଙ୍କ ଓକିଲ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କୁ ଭେଟିଛନ୍ତି  ।

କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଖପ୍ପା ହେଲେ ରାଜ୍ୟପାଳ କୋଶ୍ୟାରୀ, କେନ୍ଦ୍ର ସରକାରଙ୍କୁ ପଠାଇବେ ରିପୋର୍ଟ

ମୁମ୍ବାଇ: ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ମାମଲା ଭିନ୍ନ ମୋଡ଼ ନେଲାଣି । ଏହି ମାମଲାରେ ଏବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ବୟାନ ସାମ୍ନାକୁ ଆସିଛି । ସେ ଏହା ବାବଦରେ  ଅଜେୟ ମେହତାଙ୍କ ସହିତ ଆଲୋଚନା କରିଛନ୍ତି । ମୁମ୍ବାଇ ବିଏମସିର ଏଭଳି ପଦକ୍ଷେପରେ ଖପା ହୋଇ ଯାଇଛନ୍ତି ରାଜ୍ୟପାଳ । ସୂଚନା ମୁତାବକ ସେ ଏହାକୁ ନେଇ କେନ୍ଦ୍ରକୁ ଏକ  ରିପୋର୍ଟ  ପଠାଇବେ ।

ସୂଚନାଯୋଗ୍ୟ କଙ୍ଗନା ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ସୋସିଆଲ ମିଡଆରେ ଉଭୟଙ୍କୁ ନେଇ ଖୁବ ଆଲୋଚନା ପର୍ୟ୍ୟାଲୋଚନା ହେଉଛି । କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ ଅଞ୍ଚଳ ପିଓକେ ସହିତ ତୁଳନା କରିବା ପରେ କଙ୍ଗନାଙ୍କ ନାମରେ ଦେଶଦ୍ରୋହୀ ଅଭିଯୋଗ ହୋଇଛି । ଗତକାଲି କୋର୍ଟରେ ପହଞିବା ପାଇଁ କଙ୍ଗନାଙ୍କୁ ନୋଟିସ୍ ଦିଆଗଲା । କିନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗତକାଲି ସକାଳେ କଙ୍ଗନାଙ୍କ ଅଫିସ ଠାରେ ପହଞ୍ଚିଲା ବିଏମସି । ଏହା ସହିତ ତାଙ୍କ ୪୮ କୋଟି ଟଙ୍କାର  କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଲାଗିଲା ବୁଲଡୋଜର । ପରେ କୋର୍ଟର ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକୁ ସ୍ଥଗିତ ରଖାଗଲା ।

ସୂଚନାଯୋଗ୍ୟ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ କଙ୍ଗନା ବାରମ୍ବାର ନିଜର ବୟାନ୍ ଦେଇଛନ୍ତି । ବଲିଉଡରେ ନେପୋଟିଜିମ ଚାଲିଥିବା ସେ ବୟାନରେ କହିଛନ୍ତି । ଯାହା ପରଠାରୁ ସଞ୍ଜୟ ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ନଜର ଆସିଛି

India Corona Updates: ରୋଜ୍ ଭାଙ୍ଗୁଛି ରେର୍କଡ, ମୃତ୍ୟୁ ସଂଖ୍ୟା ୬୫ ହଜାର ପାର୍…..

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଛି କରୋନା ସଂକ୍ରମଣ । ୨୪ଘଣ୍ଟାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୯୫ହଜାର ୭୩୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ଶହ ୭୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ଲକ୍ଷ ୬୫ହଜାର ୮୬୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ୯୧ଲକ୍ଷ୯ହଜାର ୧୮ । ସେହିଭଳି ସୁସ୍ଥ ହେଲେଣି ୩୪ଲକ୍ଷ ୭୧ହଜାର ୭୮୪ଜଣ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା  ୭୫ ହଜାର ୬୨କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୬୭ହଜାର ୩୪୯ଜଣ କରୋନା ସଂକ୍ରମିତ ଥିବା ବେଳେ ୨୭ହଜାର ୭୮୭ଜଣଙ୍କର ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୫ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୪ହଜାର ୬୩୪ରେ ପହଞ୍ଚିଛି । ତାମିଲନାଡୁ ଓ କର୍ଣ୍ଣାଟକରେ ୪ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ୟୁପି ଓ ଦିଲ୍ଲୀରେ ୨ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସଂକ୍ରମଣ କ୍ଷେତ୍ରରେ ଦେଶର ୫ଟି ରାଜ୍ୟ ପ୍ରମୁଖ ରହି ଆସୁଛନ୍ତି । ଏହି ୫ଟି ରାଜ୍ୟ ସମୁଦାୟ ସଂକ୍ରମଣର ୬୦ ପ୍ରତିଶତ ବହନ କରୁଛନ୍ତି । ଏମାନେ ହେଲେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ । ସମୁଦାୟ ସଂକ୍ରମିତଙ୍କର ୨୧.୭ ପ୍ରତିଶତ ମହାରାଷ୍ଟ୍ରର ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ସଂକ୍ରମିତଙ୍କ ସଂଖ୍ୟା ୧୧.୮ ପ୍ରତିଶତ ରହିଛି ।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନବୀନଙ୍କ ସହଯୋଗ ଲୋଡ଼ିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…..

ଭୁବନେଶ୍ୱର: ବିଜେଡିର ସହାୟତା ଲୋଡ଼ିଲା ନୀତୀଶ ସରକାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ, ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି । ଚଳିତ ରାଜ୍ୟସଭା ଅଧିବେଶନ ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେଉଛି । ଏଥରର ଅଧିବେଶନରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ସଂପ୍ରତି ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ପୁଣି ଥରେ ନାମାଙ୍କନ ଦାଖଲ କରିଛନ୍ତି ।

ଏଭଳି ସ୍ଥଳେ ଏନଡିଏ ସମର୍ଥିତ ଏହି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ପାଇଁ ଆଗକୁ ଆସିଛନ୍ତି ନିତୀଶ । ବିଗତ ଦିନରେ ନବୀନ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶକୁ ସମର୍ଥନ କରିସାରିଛନ୍ତି । ଏଣୁ ପୁଣି ଥରେ ସମର୍ଥନ ଆଶାରେ ନବୀନଙ୍କୁ ମିଳିଛି ନୀତୀଶଙ୍କ ଅନୁରୋଧ । ଫୋନ୍ ଯୋଗେ ବାର୍ତ୍ତାଳାପ କରି ସେ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି ।

ତେବେ ସଦ୍ୟ ସମାପ୍ତ ନିର୍ବାଚନ ପରେ ରାଜ୍ୟସଭାରେ ଏନଡିଏର ସଂଖ୍ୟା ବଳ ବଢିଛି । ରାଜ୍ୟସଭାରେ ବିଜେପି ନେତୃତ୍ୱଧୀନ ଏନଡିଏର ୧୦୧ ଜଣ ସଦସ୍ୟ ରହିଥିବା ହେତୁ ଉପାଧ୍ୟକ୍ଷ ନିର୍ବାଚନରେ  ହରିବଂଶଙ୍କ ବିଜୟର ଆଶା ଅଧିକ ଉଜ୍ଜିବୀତ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱରେ ଥିବା ଏନଡିଏର ୬୫ ଜଣ ସଂସଦରେ ରହିଥିବା ସତ୍ତ୍ୱେ ମଧ୍ୟ ଏନଡିଏ ପ୍ରାର୍ଥୀ ଚୟନ କରି ନିର୍ବାଚନକୁ ଆସିବ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।

 

Odisha Corona Updates: ଟ୍ୱିନ୍ ସିଟି ହେଲା ହଟସ୍ପଟ୍, ପୁରୀରେ ବି ସ୍ଥିତି ଅଣାୟତ୍ତ

ଭୁବନେଶ୍ୱର: ରାଜ୍ୟରେ ଶେଷ ୨୪ ଘଣ୍ଟାରେ ୩୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ ରାଜ୍ୟରେ ବଢୁଥିବା ସଂକ୍ରମଣର ପରମ୍ପରା ଆଜି ମଧ୍ୟ ଦେଖିବାକୁ ମିଳୁଛି । ଗତକାଲିର ସଂକ୍ରମଣର ସଂଖ୍ୟା ଥିଲା ୩୭୪୮ । ତେବେ ଆଜି ସଂକ୍ରମଣ କାଲି ତୁଳନାରେ ବଢିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩୧୫ ରହିଥିବା ବେଳେ ୧୬୭୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ କିଛିଦିନ ହେବ ଖୋର୍ଦ୍ଧା ସଂକ୍ରମଣ ତାଲିକାରେ ଶୀର୍ଷରେ ରହି ଆସୁଛି । ଆଜି ମଧ୍ୟ ୬୮୭ ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ୨ୟ ସ୍ଥାନରେ ରହିଛି କଟକ ଜିଲ୍ଲା । କଟକ ଜିଲ୍ଲାରୁ ୩୯୨ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳରୁ ୧୧୪, ବାଲେଶ୍ୱରରୁ ୭୪, ବରଗଡରୁ ୧୬୯, ଭଦ୍ରକରୁ ୮୨, ବଲାଙ୍ଗିରରୁ ୧୮୦, ବୌଦ୍ଧରୁ ୪୧, ଦେଓଗଡ଼ରୁ ୧୮, ଢେଙ୍କାନାଳରୁ ୧୦୧, ଗଜପତିରୁ ୧୮, ଗଞ୍ଜାମକୁ ୯୫, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୧୪୮, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୪, କନ୍ଧମାଳରୁ ୫୭, କେନ୍ଦ୍ରପଡ଼ାରୁ ୧୪୭, କେନ୍ଦୁଝର ୮୧, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୪୮, ନୂଆପଡ଼ାରୁ ୯୬, ପୁରୀ ୩୩୨, ରାୟଗଡ଼ାରୁ ୫୮, ସମ୍ୱଲପୁରରୁ ୧୦୪, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଟ୍ୱିନ୍ ସିଟରେ ସଂକ୍ରମଣ ବଢିବା ପରେ ରାଜ୍ୟ ସରକାର ସ୍ୱତନ୍ତ୍ର ପରିଚାଳନାଗତ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଅର୍ଥାତ୍ ଗଞ୍ଜାମ ମଡେଲରେ ଏବେ ଭୁବନେଶ୍ୱର-କଟକକୁ ସ୍ପେଶାଲ୍ ଫୋକସ୍ ଦିଆଯିବ । ରାଜଧାନୀ ସଂକ୍ରମଣର ମାତ୍ରା ଏବେ ବେକାବୁ ହେବାକୁ ବସିଲାଣି । ବିଏମସି, ସିଏମସି ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଏବେ ସଂକ୍ରମଣ ରୋକିବା ଉପରେ ରହିବ । ସେହିଭଳି ଟ୍ୱିନ୍ ସିଟିର ଆଢୁଆଳରେ ପୁରୀରେ ସଂକ୍ରମଣ ବଢୁଥିଲେ ମଧ୍ୟ ଏ ପ୍ରତି ପ୍ରଶାସନର ତୀକ୍ଷ୍ଣ ଦୃଷ୍ଟି ଯାଇପାରିନାହିଁ । ପୁରୀରେ ଏବେ ଦୈନିକ ସାଢେ ତିନି ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଲୋକସଂଖ୍ୟା ଦୃଷ୍ଟିରୁ ପୁରୀ ଏକ ଛୋଟ ସହର ହୋଇଥିବା ହେତୁ ସଂକ୍ରମିତଙ୍କ ସଂଖ୍ୟା ଆସନ୍ତା ଦିନମାନଙ୍କରେ କ୍ଷୀପ୍ର ବେଗରେ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଏଯାବତ୍ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟେଷ୍ଟିଂ ହୋଇସାରିଛି ।  ସେହିଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୧୮୨ ହୋଇଥିବା ବେଳେ ୧ ଲକ୍ଷ ୫ ହଜାର ୨୯୫ ଜଣ ସୁସ୍ଥ ହୋଇସାରିଲେଣି । ଅନ୍ୟପକ୍ଷରେ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧ ।

 

Rafale Induction Ceremony : ସର୍ବଧର୍ମ ପୂଜା ପରେ ସେନାରେ ସାମିଲ ହେଲା ରାଫେଲ୍

ହରିୟାଣା: ରାଫେଲ୍ ବାୟୁସେନାରେ ସାମିଲ ହୋଇଛି । ଅମ୍ୱାଲା ଏୟାରବେସରେ ରାଫେଲକୁ ବିଦ୍ଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରେ ସେନା ମୁଖ୍ୟ ବିପିନ୍ ରାୱତ୍ ମଧ୍ୟ ଉପସ୍ଥିତି ଥିଲେ । ରାଫେଲକୁ ଭାରତୀୟ ସେନାରେ ମିଶ୍ରଣ ପୂର୍ବରୁ ଏକ ସର୍ବଧର୍ମ ପୂଜାର ଆୟୋଜନ ମଧ୍ୟ ହୋଇଥିଲା ।

ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସର୍ବାଗ୍ରେ ରଖିବା ନେଇ ସବୁ ଧର୍ମଗୁରୁ ପ୍ରାଥମିକତା ଦେଇଛନ୍ତି । ତେବେ ସର୍ବଧର୍ମ ପୂଜା ସରିବା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ ଓ ଭାରତବର୍ଷର ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ଫ୍ରାନ୍ସ ସରକାରଙ୍କ ସହ ୩୬ ରାଫେଲ ଆଣିବା ପାଇଁ ଚୁକ୍ତି କରିଛନ୍ତି । ଏବେ ପ୍ରଥମ ପର୍ଯ୍ୟାୟରେ ଦେଶ ୫ଟି ରେଫେଲ୍ ଆଣିଛି । ରାଫେଲ୍ ଏକ କ୍ଷୀପ୍ର ବେଗରେ ଗତି କରିପାରୁଥିବା ଏକ ଲଢୁଆ ବିମାନ । ଭାରତର ସାମରିକ ଶକ୍ତି ବଢାଇବାରେ ଏହା ସହାୟକ ହେବ ବୋଲି ଦେଶ ଆଶାବାଦୀ ରହିଛି ।