spot_img
Home Blog Page 6735

ଚଳିତ ବର୍ଷ ମହାରାଷ୍ଟ୍ରରେ ଲାଗୁ ହେବନାହିଁ ‘ମରାଠା’ କୋଟା

0

ମୁମ୍ୱାଇ: ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା । ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ଆଡିମିସନ୍ ଏବଂ ଚାକିରି କ୍ଷେତ୍ରରେ ନିଯୁକ୍ତି ନେଇ ମରାଟ୍ଟା କୋଟା ଲାଗୁ ହେବନାହିଁ । ଏନେଇ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହିତ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ମାମଲାକୁ ଟ୍ରାନ୍ସଫର କରାଯାଇଛି । ଏବଂ ଖଣ୍ଡପିଠି ଗଠନ ନେଇ ମଧ୍ୟ କୁହାଯାଇଛି । ତେବେ ମାମଲାର ଶୁଣାଣି କରୁଥିବା ଜଷ୍ଟସି୍ ଏଲ୍ ନାଗେଶ୍ୱର ରାଓ କହିଛନ୍ତି ଯେ, ଏହି ନିର୍ଦ୍ଦେଶ ପୋଷ୍ଟ ଗ୍ରାଜୁଏସନରେ ଆଡିମିସନ ନେଇ ଲାଗୁ ହେବନାହିଁ ।

          ବହୁ ପୂର୍ବରୁ ଏହି ମାମଲା ନେଇ ମହାରାଷ୍ଟ୍ରରେ ବିବାଦରେ ଲାଗିରହିଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଚାଲିଆସିଛି । ମରାଟ୍ଟା ସମୁଦାୟ ନିଜ ପାଇଁ ଚାକିରି ଏବଂ ଉଚ୍ଚ ଶିକ୍ଷାରେ ଆଡମିସନ୍ ପାଇଁ ସଂରକ୍ଷଣ ଦାବି କରିଆସିଛି । ବହୁ ରାଜନୈତିକ ଦଳର ଏନେଇ ସମର୍ଥନ ମଧ୍ୟ ମିଳିଛି ।

No Maratha Quota For College Admissions, Jobs For Now: Supreme Court

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସାମାଜିକ ଏବଂ ଅର୍ଥନୈତିକ ପଛୁଆ ବର୍ଗ (SEBC) ଆଇନ 2018 ଅନୁଯାୟୀ ମରାଠାଙ୍କୁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୬ ପ୍ରତିଶତ ସଂରକ୍ଷଣ ଯୋଗାଇଦିଆଯାଇଥିଲା । ଯାହାକୁ ନେଇ ବମ୍ୱେ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ଏବଂ ବମ୍ୱେ ହାଇକୋର୍ଟଙ୍କ ଚାଲେଞ୍ଜ ଅନୁଯାୟୀ ମହରାଷ୍ଟ୍ର ସରକାର ସଂରକ୍ଷଣ ପ୍ରତିଶତକୁ ଶିକ୍ଷା କ୍ଷେତ୍ରରେ ୧୨ ପ୍ରତିଶତ ଏବଂ ନିଯୁକ୍ତି କ୍ଷେତ୍ରରେ ଏହାକୁ ୧୬ ପ୍ରତିଶତକୁ ହ୍ରାସ କରିଥିଲେ ।

କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା

ଏହାକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଥିଲା ଏବଂ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏବଂ ବୁଧବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସମେତ ପାଖାପାଖି ସମସ୍ତ ଦଳ ସଂରକ୍ଷଣକୁ ସମର୍ଥନ କରିଛନ୍ତି । ୨୦୧୮ରେ ଏହି ମାମଲାକୁ ନେଇ ମହାରାଷ୍ଟ୍ରର ୫ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ଯେଉଁଥିରେ ଏନସିପି, କଂଗ୍ରେସ ଓ ବିଜେପି ବିଧାୟକ ରହିଥିଲେ ।

କଟକଣା ଭିତରେ ଆରମ୍ଭ ହେବ DL ଓ LL ଟେଷ୍ଟ

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ୍‌ ଆବେଦନ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବ । ଦୁଇ ତିନି ଦିନ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି । କୋଭିଡ୍‌ ନିୟମ ପାଳନ ସହ DL ଓ LL ପାଇଁ ଟେଷ୍ଟ ମଧ୍ୟ ଆରମ୍ଭ ହେବ ।

କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ନିୟମ ମାନି ଦୈନିକ ସର୍ବାଧିକ ୨୦ ଜଣଙ୍କ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ପରିବହନ କମିଶନରଙ୍କୁ ପତ୍ର ଲେଖିଛି ସଡ଼କ ଓ ପରିବହନ ବିଭାଗ । ସରକାରଙ୍କ ଅନୁମତି ପରେ ଏନେଇ ତତ୍ପର ହୋଇଛି ବିଭାଗ । କିପରି କୋଭିଡ୍‌ କଟକଣା ପାଳନ ହେବ ସେନେଇ ବିଭାଗ କମିଶନରଙ୍କୁ ଚିଠି ଲେଖିଛି ।

ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା, ବାହାରେ ପାନ ଛେପ ନପକାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରିବହନ କମିଶନର ଖିୁବଶୀଘ୍ର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବେ ବୋଲି ସୂଚନା ମିଳିଛି । ଦିନକୁ କେତେ ଲୋକ ଆସିବେ, କିଭଳି ବୁକିଂ କରିବେ ସେ ନେଇ ମଧ୍ୟ ଜାରି କରିବେ ନିର୍ଦ୍ଦେଶାବଳୀ ।

ଅନ୍ୟପଟେ ଅଗଷ୍ଟ ୧୪ରେ ରାଜ୍ୟରେ ସମସ୍ତ ଆରଟିଓ କାର୍ଯ୍ୟାଳୟ ଖୋଲାଯାଇଥିଲା । ଏହାସହ ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ ଓ ସ୍ଲଟ୍‌ ବୁକିଂ ହେବ ବୋଲି କୁହାଯାଇଥିଲା । ମାର୍ଚ୍ଚ ମାସରେ କରୋନା କଟକଣା ପାଇଁ ବନ୍ଦ ଥିଲା ଆରଟିଓ କାର୍ଯ୍ୟାଳୟ ।

ବିଶେଷଜ୍ଞଙ୍କ ମତ ଅକ୍ଟୋବରରେ ପିକ୍‌ ଛୁଇଁବ କରୋନା, ଆଉ ତା’ପରେ…

ଭୁବନେଶ୍ୱର: ଦେଶରେ କରୋନା ମୃତ୍ୟୁ ହାର ଖୁବ୍ କମ ଥିବା ବେଳେ ପ୍ରଥମ ତିନିଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଓଡ଼ିଶା । ଆସାମ ଓ କେରଳ ପରେ ଓଡିଶା ତାଲିକାର ତୃତୀୟ ସ୍ଥାନରେ ରହିଛି । ଏହି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏହି ତିନି ରାଜ୍ୟରେ କରୋନା ମୃତ୍ୟୁହାର ଜାତୀୟ ହାର ତୁଳନାରେ ବେଶ୍ କମ ରହିଛି । ଜାତୀୟ ସ୍ତରରେ ମୃତ୍ୟୁହାର ୧ ଦଶମିକ ୭୦ ପ୍ରତିଶତ ଥିବା ବେଳେ ଓଡିଶାର ଏହି ହାର ଶୂନ ଦଶମିକ ୪୩ ପ୍ରତିଶତ । ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ବିରୋଧୀ ଲଢେଇରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତିକୁ ଏହା ଦର୍ଶାଉଛି ବୋଲି ଟ୍ୱିଟ୍‌ରେ କୁହାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଅଧିକ ଟେଷ୍ଟିଂ ହେଉଥିବାରୁ ପଜିଟିଭ୍‌ ସଂଖ୍ୟା ବଢ଼ୁଛି । ହେଲେ ଏଥିରେ ଭୟବିତ ହେବାର କାରଣ ନାହିଁ ।

ସେପଟେ ଅକ୍ଟୋବରରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କରୋନା ଏବେ ତାର ଆହୁରି କରାଳ ରୂପ ଦେଖାଇବ ପ୍ରତ୍ୟେକ ଦିନ ହଜାର ହଜାର ଟେଷ୍ଟିଂ କରାଯାଉଛି । ଯାହା ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର । ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନା ସ୍ଥିତି ବେଶ ଭଲ ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି । ସେହିପରି ଟେଷ୍ଟିଂ ବଢିଲେ ପଜିଟିଭ୍‌ ବଢ଼ିବ ଓ ଅକ୍ଟୋବର ମାସରେ କରୋନା ପିକ୍‌କୁ ଯାଇ କମିପାରେ ବୋଲି ପୂର୍ବନୁମାନ କରାଯାଇଛି ।

ରାଜ୍ୟରେ କରୋନା ସୁସ୍ଥତା ଏକ ଲକ୍ଷ ଟପିଛି । ଏବେ ସରକାର କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତାକୁ ଅଧିକ ଫୋକସ୍‌ କରିଛନ୍ତି । କାରଣ ଜୀବନ ସହ ଜୀବିକାକୁ ପ୍ରାଧାନ୍ୟ ଦିଆଯାଉଛି ।

ମୁମ୍ବାଇରେ କଙ୍ଗନାଙ୍କ ଅଫିସ ଭାଙ୍ଗିବାରୁ ଶିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ଦାବି

ଶିମଲା: ହିମାଚଳର ଝିଅ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ଏବଂ ଶିବସେନା ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ମୁମ୍ବାଇର ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗି ଦେଇଛନ୍ତି । ଗତ ମଙ୍ଗଳବାରକୁ ଅବୈଧ ନିର୍ମାଣ ନୋଟିସ୍ ପଠାଇଥିଲା ବିଏମସି । ଏହାପରେ ବୁଧବାର ସକାଳେ ବିଏମସି ଟିମ୍ କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ତାଙ୍କ ଅଫିସ ଠାରେ ପହଞ୍ଚି ଭାଙ୍ଗିବା ଆରମ୍ଭ କରିଦେଲେ ।

ମୁମ୍ବାଇରେ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ଟ୍ୱିଟରରେ ଲୋକମାନେ ହିମାଚଳପ୍ରଦେଶର ଶିମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଭାଙ୍ଗିବାକୁ ଦାବି କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀଙ୍କ ଘର ନିର୍ମାଣ ଅବୈଧ ଅଟେ । ଏହାକୁ ମଧ୍ୟ ଭାଙ୍ଗି ଦିଆଯାଉ । ଏହି ପୋଷ୍ଟ ଶେୟାର କରି ୟୁଜର ଜୟରାମ ଠାକୁରଙ୍କୁ ଟ୍ୟାଗ୍ କରିଛନ୍ତି ଜଣେ ୟୁଜର । ତେବେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତି ହିମାଚଳପ୍ରଦେଶରେ ପ୍ରିୟଙ୍କାଙ୍କ ଘର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ  ଉକ୍ତ ଘରକୁ ନେଇ  ପ୍ରିୟଙ୍କାଙ୍କୁ ହାଇକୋର୍ଟରୁ ନୋଟିସ୍ ମଧ୍ୟ ମିଳିଥିଲା ।

ସୂଚନାଯୋଗ୍ୟ ପ୍ରିୟଙ୍କା ଗାନ୍ଧୀଙ୍କ ଘର ଶିମଲା ଠାରୁ ୧୩ କିଲୋମିଟର ଦୂରରେ ସମୂଦ୍ର ପତନଠାରୁ ୮ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ପ୍ରଥମେ ନିର୍ମାଣ ଶୈଳୀ ପସନ୍ଦ ନଆସିବାରୁ ଉକ୍ତ ଘରକୁ ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା ।

ଦୁର୍ନୀତିଗ୍ରସ୍ତଙ୍କ ବିରାେଧରେ କାର୍ଯ୍ୟାନୁଷ୍ଠାନ : ୨ ଆଇପିଏସ୍ ଅଧିକାରୀ ନିଲମ୍ୱିତ

0

ଲକ୍ଷ୍ମୌ: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଦୁର୍ନୀତି ମାମଲାରେ ୨ ଜଣ ଆଇପିଏସ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମହୋବା ପୋଲିସ ଅଧିକାରୀ ମଣିଲାଲ ପଟିଦାରଙ୍କୁ ତତ୍କାଳ ନିଲମ୍ୱିନ ନେଇ ଆଦେଶ ଜାରି କରିଛନ୍ତି । ପାଟିଦାର ପରିବହନରେ ନିଯୁକ୍ତ ଗାଡ଼ିଗୁଡ଼ିକୁ ଚଳାଇବା ପାଇଁ ବେଆଇନ ଭାବେ ଟଙ୍କା ଦାବି କରିଥିଲେ । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତିମାମଲାରେ ୨ ଜଣ ଆଇପିଏସ୍ ଅଫିସରଙ୍କୁ ନିଲମ୍ୱିତ କରିଛନ୍ତି । ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଏସ୍ଏସପି ଅଭିଷେକ ଦୀକ୍ଷିତଙ୍କୁ ମଧ୍ୟ ସସପେଣ୍ଡ କରିଛନ୍ତି । ଅଭିଷେକ ଅପରାଧ ରୋକିବାରେ ଅସମର୍ଥ ହୋଇଥିବା ବେଳେ ତାଙ୍କ ବିରୋଧରେ ଦୁର୍ନୀତି କରିଥିବା ନେଇ ଗୁରୁତର ଅଭିଯୋଗ ମଧ୍ୟ ରହିଛି । ଏହା ସହିତ ପ୍ରଶାସନ ଓ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ ମାନିନଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଗତ ୧୭ ଜୁନ୍‌ରେ ପିଲିଭିତରୁ ତାଙ୍କ ବଦଳି ହୋଇଥିଲା । ଏବଂ ପ୍ରୟାଗରାଜରେ ତାଙ୍କୁ ଏସ୍ଏସପି ଭାବେ ନିଯୁକ୍ତି ମିଳିଥିଲା ।

भ्रष्टाचार , Corruption, मणिलाल पाटीदार , Manilal Patidar

ପୋଲିସ ଅଧିକ୍ଷକ ମଣିଲାଲ ପାଟିଦାରଙ୍କୁ ତତ୍କାଳ ପଦବୀରୁ ହଟାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ କୁମାର ଶ୍ରୀବାସ୍ତବଙ୍କୁ ମହୋବାର ଦାୟିତ୍ୱ ଦିଆଯାଇଛି ।

ଏଣିକି କଲ୍ ଭେରିଫାଇ କରିବ ଗୁଗୁଲ

ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ- ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଭାଙ୍ଗିଦେବା ପରେ ତାଙ୍କର ଦୃଢ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା । କଙ୍ଗନା ଏକ ଭିଡ଼ିଓ ଜାରି କରି କହିଛନ୍ତି କି ଫିଲ୍ମ ମାଫିଆଙ୍କ ସହିତ ମିଶି ମୋ ଘର ଭାଙ୍ଗି ପ୍ରତିଶୋଧ ନେଇଛ ବୋଲି ଭାବୁଛ? ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ । ଏହା ସମୟର ଚକ । ମନେ ରଖ, ସବୁବେଳେ ସମାନ ରହେ ନାହିଁ ।

କେବଳ ସେତିକି ନୁହେଁ ଭିଡ଼ିଓରେ କଙ୍ଗନା ଏହା ମଧ୍ୟ କହିଛନ୍ତି କି , ମୋତେ ଲାଗୁଛି ତୁମେ ମୋ ଉପରେ ଖୁବ ଦୟା କରିଛ । କାରଣ କାଶ୍ମୀର ପଣ୍ଡିତମାନେ କେଉଁ ପରିସ୍ଥିତି   ସାମ୍ନା କରିଥିଲେ ତାହା ତ ମୁଁ ଜାଣିଥିଲି, କିନ୍ତୁ ଆଜି ନିଜେ ଅନୁଭବ କଲି । ଆଜି ମୁଁ ସାରା ଦେଶକୁ କଥା ଦେଉଛି କି କେବଳ ଅଯୋଧ୍ୟା ଉପରେ ନୁହେଁ ବରଂ କାଶ୍ମୀର ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରିବି । ଏହା ମାଧ୍ୟମରେ ଦେଶବାସୀଙ୍କୁ ଜାଗ୍ରତ କରିବେ ବୋଲି କଙ୍ଗନା ବୟାନରେ ଉଲ୍ଲେଖ କରିଛନ୍ତି । ଭିଡ଼ିଓ ଶେଷ କରିବା ସମୟରେ କଙ୍ଗନା ଜୟ ହିନ୍ଦ୍-ଜୟ ମହାରାଷ୍ଟ୍ର କହିଥିବାର ନଜର ଆସିଛି । କଙ୍ଗନାଙ୍କ ଉକ୍ତ ଭିଡ଼ିଓକୁ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି ।

ସୂଚନାଯୋଗ୍ୟ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବିବାଦ ପରେ ବୁଧବାରକୁ ମୁମ୍ବାଇ ବିଏମସି କଙ୍ଗନାଙ୍କ ୪୮ କୋଟିର ଅଫିସକୁ ଭାଙ୍ଗି ଦେଇଛି । ଏହାର ଭିଡ଼ିଓ କଙ୍ଗନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ବିରୋଧରେ ବିଏମସି ପକ୍ଷରୁ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସିଧାସଳଖ ଏଭଳି ମନ୍ତବ୍ୟ ଦେଇନଥିଲେ ମଧ୍ୟ ବିଏମ୍‌ସିର ଏହି ପଦକ୍ଷେପକୁ ସମର୍ଥନ କରୁନାହାନ୍ତି ଶିବସେନା ସହ ମେଣ୍ଟ ସରକାରରେ ଭାଗିଦାର ଥିବା  ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ୱାର । ସେ କହିଛନ୍ତି ବିଏମ୍‌ସି ଏଭଳି ଆଚରଣ ଦେଖାଇବା ଜରୁରୀ ନଥିଲା । ଶରଦ ପାଓ୍ୱାରଙ୍କ ପୂର୍ବରୁ ଅନେକ ଶିବସେନା ସମର୍ଥକ ମଧ୍ୟ ବିଏମ୍‌ସିର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି । ମୁମ୍ବାଇରେ ଅନେକ ଘର ଏଭଳି ବେଆଇନ୍‌ ଭାବେ ନିର୍ମାଣ କରାଯାଇଛି । ତେବେ କେବଳ କଙ୍ଗନାଙ୍କ ଘର ଭାଙ୍ଗିବା ପାଇଁ କାହିଁକି ପ୍ରାଥମିକତା ଦିଆଗଲା ।

ସୂଚନାଯୋଗ୍ୟ, କଙ୍ଗନାଙ୍କ ମୁମ୍ବାଇସ୍ଥିତ କାର୍ଯ୍ୟାଳୟକୁ ଅଚାନକ ବେଆଇନ୍‌ ବୋଲି ଦର୍ଶାଇ ବିଏମ୍‌ସି ପକ୍ଷରୁ ଭଙ୍ଗାଯାଇଛି । କାର୍ଯ୍ୟାଳୟ ବାହାରୁ ଓ ଭିତରେ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଇଛି ।

Kangna With Sarad Pawar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ନିଜ ସ୍ୱର ତୀକ୍ଷ୍ନ କରିଥିଲେ । ସେ ଅନେକ ବଡ଼ ବଡ଼ ବଲିଉଡ୍‌ ତାରକାଙ୍କୁ ବିବାଦ ଭିତରକୁ ଟାଣିଥିଲେ । ଏହାସହ ବଲିଉଡ୍‌ରେ ବିଭିନ୍ନ କାଳାକାରନାମା ତଥା ଡ୍ରଗ୍ସ କାରବାର ଚାଲିଥିବା ନେଇ ପର୍ଦ୍ଦାଫାସ୍‌ କରିବାକୁ ଚେଷ୍ଟା କରିଥିଲେ । ମୁମ୍ବାଇ ସହର ଏବଂ ବଲିଉଡ୍‌ ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ୱ ଭଳି ଯୋଡ଼ିହୋଇ ରହିଥିବା ବେଳେ ଏହାରି ମଧ୍ୟରେ ଶିବ ସେନା ନେତା ସଞ୍ଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବାକଯୁଦ୍ଧ ।

Kangna With Sarad Pawar

ପରେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ । ଯାହାକୁ ନାପସନ୍ଦ କରିଥିଲେ ଶିବସେନା ନେତା ସଂଜୟ ରାଉତ ।  ଏହାପରେ ମହାରାଷ୍ଟ୍ର ସରକାର ପକ୍ଷରୁ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ବିଏମ୍‌ସି କଙ୍ଗନାଙ୍କ କାର୍ଯ୍ୟାଳୟକୁ ବେଆଇନ୍‌ ନିର୍ମାଣ ବୋଲି ଦର୍ଶାଇ ଭାଙ୍ଗିବାକୁ ନୋଟିସ୍‌ ଦେଇଥିଲା । ନୋଟିସ ଦେବାର ୨୪ ଘଣ୍ଟା ଭିତରେ ଯଦି କଙ୍ଗନା କୌଣସି ଉତ୍ତର ନରଖନ୍ତି ତେବେ ଘର ଭଙ୍ଗାଯିବ ବୋଲି ବିଏମ୍‌ସି କହିଥିଲା । ତେବେ କଙ୍ଗନା ଟ୍ୱିଟରରେ ବାରମ୍ବାର ଟ୍ୱିଟ୍‌ କରିବା ସହ ସେ ହିମାଚଳ ପ୍ରଦେଶରୁ ମୁମ୍ବାଇ ଆସୁଥିବା ବେଳେ ତାଙ୍କ ଘର ଭାଙ୍ଗି ଦେଇଥିଲା ବିଏମ୍‌ସି । ଏହାସହ କଙ୍ଗନା ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଶିବସେନା ପକ୍ଷରୁ କଳାପତାକା ଦେଖାଯାଇଥିଲା ।

https://www.youtube.com/watch?v=lVE880rM1to

ଏହି ତମାମ ଘଟଣାକୁ ନେଇ ଏବେ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କୁ ଅନେକ ତାତ୍ସଲ୍ୟ ସହିବାକୁ ପଡ଼ୁଛି । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ଅନ୍ୟପଟେ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନା ରହିତାଦେଶ ପାଇଁ ଅପିଲ କରିଥିଲେ ।

ଏଣିକି କଲ୍ ଭେରିଫାଇ କରିବ ଗୁଗୁଲ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ ‘ଗୁଗୁଲ’ ଆଣିଛି ନୂଆ ଫିଚର । କମ୍ପାନୀର ସଦ୍ୟ ଘୋଷଣା ଅନୁଯାୟୀ ‘ଗୁଗୁଲ’ ପକ୍ଷରୁ ଏକ ନୂଆ ଫିଚର ଆରମ୍ଭ କରାଯାଇଛି । ଯାହା ସହାୟତାରେ ଏଣିକି ଆପଣଙ୍କୁ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବ ଗୁଗୁଲର verified calls ଫିଚର । ଏହା ଦ୍ୱାରା ଆପଣଙ୍କୁ କିଏ କଲ୍ କରୁଛି ଆପଣ ତାହା ଜାଣିପାରିବେ । ପୂର୍ବରୁ ଏହା ଜାଣିବା ପାଇଁ ମୋବାଇଲ ୟୁଜର୍ସ ଟ୍ରୁକଲର ଆପ୍ ବ୍ୟବହାର କରୁଥିଲେ  ।

Google's Verified Calls will show caller's name, logo, reason for calling

ତେବେ ଗ୍ରାହକ ଚାହିଁଲେ ଟ୍ରୁକଲର ବଦଳରେ ଏହି ଆପ୍ ବ୍ୟବହାର କରିପାରିବେ । ଭାରତ ସମେତ ସାରା ବିଶ୍ୱରେ ଫେକ୍ କଲ୍ ମାଧ୍ୟମରେ ଠକେଇ ହେଉଥିବା ଦେଖିବାକୁ ମିଳିଛି । ଏହି ଫିଚର ବ୍ୟବହାର ଦ୍ୱାରା ଲୋକେ ଏଭଳି କଲ୍ ସମ୍ପର୍କରେ ଅବଗତ ହୋଇପାରିବେ । ଏବଂ ଠକେଇକୁ ମଧ୍ୟ ରୋକାଯାଇପାରିବ ବୋଲି କମ୍ପାନୀ ଆଶାବାଦୀ । ଏହି ଫିଚର ଭାରତ ସମେତ ସ୍ପେନ୍, ବ୍ରାଜିଲ, ମେକ୍ସିକୋ ଏବଂ ୟୁଏସରେ ଆରମ୍ଭ କରାଯିବ  । ତେବେ ଏଯାଏଁ କେବେଳ ଟ୍ରୁକଲର ଆପ୍‌ରେ ହିଁ ଏହି ସବୁ ସୁବିଧା ରହିଛି । ତେବେ ଏହାର ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକ ପଡ଼ିବନାହିଁ । ତେବେ ଗୁଗୁଲର ପାଇଲଟ ପୋଗ୍ରାମ ଅନୁଯାୟୀ ଏହି ଫିଚରର ଫଳାଫଳ ବହୁତ ଭଲ ରହିଥିବା ବେଳେ ବ୍ୟବହାରକାରୀଙ୍କୁ ଏହାର ଭଲ ଫଳ ମିଳିବ ।

ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ଆଗରେ ଗରିବ ଥିଲେ ଆମେରିକା,ବ୍ରିଟେନ୍

ଗୁଗୁଲ ପିକ୍ସଲ ମୋବାଇଲ ସମେତ ଅନ୍ୟ ଆଣ୍ଡ୍ରୋଏଡ୍ ଫୋନ୍‌ରେ ଗୁଗୁଲ ଫୋନ୍ ଆପ୍ by default ଡାଏଲର କାମ କରେ । ଏହି ସବୁ ଫୋନରେ ନୂଆ ଫିଚର ଆସନ୍ତା ଅପଡେଟ୍ ସହିତ ଉପଲବ୍ଧ ହେବ । ଯଦି ଆପଣଙ୍କ ଫୋନରେ ‘ଗୁଗୁଲ ଫୋନ୍’ ଆପ୍ ଇନ୍‌ଷ୍ଟଲ ହୋଇନାହିଁ ତେବେ ଗୁଗୁଲ ପ୍ଳେ ଷ୍ଟୋର୍‌ରୁ ମଧ୍ୟ ଏହାକୁ ଇନ୍‌ଷ୍ଟଲ କରାଯାଇପାରିବ । ତେବେ ଗୁଗୁଲର ଏହି ନୂଆ ଫିଚର ବ୍ୟବହାରୀକାରୀଙ୍କୁ ବିଜନେସ୍ କଲ୍ କରାଯାଉଥିବାର କାରଣ ମଧ୍ୟ କହିବ । ଏହି ଫିଚର ‘ଟ୍ରୁ-କଲର’ରେ ମଧ୍ୟ ଉପଲବ୍ଧ ନାହିଁ ।

          ସୂଚନା ଯୋଗ୍ୟ ପୂର୍ବରୁ ଟ୍ରୁ କଲର ଆପ୍ ଦ୍ୱାରା ୟୁଜରଙ୍କ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଗୁଗୁଲର ଏହି ଫିଚର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିବ ।

ଟିଭି ଅଭିନେତ୍ରୀ ଶ୍ରାବଣୀଙ୍କ ଆତ୍ମହତ୍ୟା, ପ୍ରେମିକ ନାମରେ ଅଭିଯୋଗ ଦାଖଲ

ମୁମ୍ବାଇ: ଗତକାଲି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ କଳାକାର ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ଭେଙ୍କଟେଶଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି ଜେପିଙ୍କୁ ଖୁବ ମନେ ପକାଇ ଥିବାର ନଜର ଆସିଥିଲା । ଜେପିଙ୍କ ବିୟୋଗ ଏକ ପ୍ରକାର ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟକା ଦେଇଥିବା ବେଳେ ବୁଧବାରକୁ ଟେଲି ଅଭିନେତ୍ରୀ ଶ୍ରାବଣୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।


ଖବର ଅନୁସାରେ ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡପଲ୍ଲୀ ମଙ୍ଗଳବାର ରାତି ୮ଟାରେ ଆତ୍ମହତ୍ୟା କରିଛନ୍ତି । ସୂଚନାଯୋଗ୍ୟ ମୌନରାଗମ,ମନସୁମମତା ଭଳି ଧାରାବାହିକରେ ନଜର ଆସିଥିଲେ ଶ୍ରାବଣୀ । ଚଳିତ ଦିନ ମାନଙ୍କରେ ଶ୍ରାବଣୀ ମନସୁମମତାରେ ନଜର ଆସୁଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଶ୍ରାବଣୀଙ୍କ ମୃତ ଶରୀର ହାଇଦ୍ରାବାଦର ମଧୁରନଗରରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି । ବାଥରୁମ ଛାତରେ ଝୁଲି ରହିଥିଲା ଶ୍ରାବଣୀଙ୍କ ମୃତ ଶରୀର । ପୋଲିସ ଉକ୍ତ ମାମଲାର ତଦନ୍ତ ଆରମ୍ଭ କରି ସାରିଛି । ଶ୍ରାବଣୀଙ୍କ ଶରୀରରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଅଭିନେତ୍ରୀଙ୍କ ପରିବାର ତାଙ୍କ ବଏଫ୍ରେଣ୍ଡ ବରାଜ୍ ରେଡ୍ଡୀଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ପ୍ୟାନ କାର୍ଡ଼ରେ ଏହି ଭୁଲ ଥିଲେ ଭରିବାକୁ ପଡ଼ିବ ୧୦ ହଜାର ଟଙ୍କା

ନୂଆଦିଲ୍ଲୀ: ପ୍ୟାନ କାର୍ଡ଼ର ଆବଶ୍ୟକତା ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଙ୍ଗ ସମୟରେ ଆପଣଙ୍କ ଆଧାର ଓ ପ୍ୟାନ ଲିଙ୍କ୍ ହେବା ଆବଶ୍ୟକ । ଆୟକର ବିଭାଗ ଅନୁସାରେ ବ୍ୟାଙ୍କ ଡ୍ରାଫ୍ଟର ନଗଦ କ୍ରୟ, ପେ ଅର୍ଡ଼ର ବା ଦିନକୁ ୫୦ ହଜାର ଟଙ୍କା ବା ତା’ ଠାରୁ ଅଧିକ ବ୍ୟାଙ୍କର୍ସ ଚେକ୍ ପାଇଁ ପ୍ୟାନ କାର୍ଡ଼ ପୈଠ କରିବାକୁ ପଡ଼େ ।

ଯଦି କାହା ନିକଟରେ ଦୁଇଟି ପ୍ୟାନ କାର୍ଡ଼ ଥାଏ, ତେବେ ତା’ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁସାରେ ଉକ୍ତ ବ୍ୟକ୍ତି ଉପରେ ୧୦ ହଜାର ଟଙ୍କାର ଜୋରିମନା ପଡ଼ିପାରେ ।

ଦୁଇଟି କାର୍ଡ ଥିଲେ ଗୋଟିିଏ କେମିତି ସରେଣ୍ଡର କରିବେ ?

ଏଥିପାଇଁ ପ୍ରଥମେ ଏନଏସଡିଏଲ ଓ୍ୱେବସାଇଟରେ ଲିଙ୍କ ଉପରେ କ୍ଲିକ କରନ୍ତୁ । ଏଥିରେ ନିଜ ସୂଚନା ଦିଅନ୍ତୁ । ତାକୁ ସବମିଟ୍ କରିବା ପରେ ଏକ ନୂଆ ପୃଷ୍ଠା ଆସିବ । ଫର୍ମ ଭରିବା ପରେ ଏକ ଟୋକନ ନମ୍ବର ଦେଖାଯିବ । ଏହି ଟୋକନ ନମ୍ବର ଆପଣଙ୍କ ମେଲ ଆଇଡିକୁ ପଠାଯିବ । ସେହି ପୃଷ୍ଠାର ଉପର ଭାଗରେ ଇ-ସାଇନ ଜରିଆରେ ସ୍କାନ ଇମେଜ ସବମିଟ କରିବାର ବିକଳ୍ପ ଥାଏ । ଏହାପରେ ନିଜ ବ୍ୟକ୍ତିଗତ ସୂଚନା ଏବଂ ଅନ୍ୟ ତଥ୍ୟ ପୂରଣ କରନ୍ତୁ । ସରେଣ୍ଡର କରିବାକୁ ଚାହୁଁଥିବା ପ୍ୟାନ କାର୍ଡ଼ ବିଷୟରେ ଦ୍ୱିତୀୟ ପୃଷ୍ଠାରେ ସୂଚନା ଦିଅନ୍ତୁ ।

ସୂଚନାଯୋଗ୍ୟ ପ୍ୟାନ କାର୍ଡ଼ ବିଭିନ୍ନ ପ୍ରକାରର ଅର୍ଥନୈତିକ କାରବାର ପାଇଁ ବ୍ୟବହାର ହୁଏ । ଇନକମ ଟ୍ୟାକ୍ସ ଭରିବା, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଟ୍ୟାକ୍ସେବଲ ସାଲାରୀ ରିସିଭ୍ କରିବା,ଜମି କିଣାବିକା ଆଦିରେ ଆବଶ୍ୟକ ପଡ଼େ ।