ନୂଆଦିଲ୍ଲୀ: ବିମାନ ବନ୍ଦରରେ ପହଞ୍ଚିବାରେ କଙ୍ଗନାକୁ ନେଇ ହାଇଡ୍ରାମା ଦେଖା ଦେଇଛି । ଶିବସେନାର ଧମକ ଓ କେନ୍ଦ୍ର ସରକାରଙ୍କର କଙ୍ଗନାଙ୍କୁ y+ ସୁରକ୍ଷା ପରେ କଙ୍ଗନାଙ୍କୁ ନେଇ ଆଲୋଚନା ଜୋର ଧରିଛି । ମୁମ୍ୱାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ୟପକ୍ଷରେ କର୍ଣ୍ଣି ସେନା ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକମାନେ ମଧ୍ୟ ଏକାଠି ହୋଇଥିବା ବେଳେ କଳା ପତାକା ଧରି ଛିଡା ହୋଇଥିଲେ ଶିବସୈନିକ ।

ଶିବସେନାର କର୍ମୀ ଓ କିଛି ନେତା ଏକାଠି ହୋଇ କଙ୍ଗନାଙ୍କୁ ବିରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ କଙ୍ଗନାଙ୍କୁ ସୁରକ୍ଷା ଦେବାର ନିଷ୍ପତ୍ତିକୁ ମଧ୍ୟ ବିରୋଧ କରୁଥିଲେ । ତେବେ କଙ୍ଗନାଙ୍କ ସମର୍ଥନରେ ଉପସ୍ଥିତ ଥିବା ଲୋକେ ଓ ଶିବସେନାଙ୍କ କର୍ମୀ ମୁହାଁମୁହିଁ ହୋଇଥିବା ନେଇ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ୱାଇ ନଆସିବା ପାଇଁ ଚେତାଇ ଦେବା ପରେ କଙ୍ଗନା ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ । ସଞ୍ଜୟ ରାଉତଙ୍କୁ ମନ୍ତବ୍ୟକୁ କାଉଣ୍ଟର କରିବା ପାଇଁ ସେ ମୁମ୍ୱାଇ ଆସି ଶିବସେନାକୁ ଚ୍ୟାଲେଞ୍ଜ କରିଛନ୍ତି । କଡା ସୁରକ୍ଷା ଘେରରେ କଙ୍ଗନା ନିଜ ଘରେ ପହଂଚିଛନ୍ତି କିନ୍ତୁ ରାଜନୀତି ସରିନାହିଁ । ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।




ମୋଗଲ ସମ୍ରାଟ ଆକବରଙ୍କ ସମୟରେ ରାଜସ୍ୱ ୧୭.୫ ମିଲିୟନ ପାଉଣ୍ଡକୁ ପହଞ୍ଚି ଯାଇଥିଲା । ସେହି ସମୟରେ ଗ୍ଲୋବାଲ ଜିଡିପିରେ ଭାରତର ଅଂଶ ୨୫.୯ ପ୍ରତିଶତ ଥିଲା । କିନ୍ତୁ ଇଂରେଜ ଶାସନ ପରେ ଏଥିରେ ହ୍ରାସ ଘଟିବାକୁ ଲାଗିଲା । ଏହି ସମସ୍ୟା ୧୯୭୦ ପର୍ଯ୍ୟନ୍ତ ଲାଗି ରହିଲା । ପରେ ୧୯୯୧ରେ ଭାରତରେ ଜିଡିପିରେ ସୁଧାର ଆସିଲା ।








ସେହିବର୍ଷ ହିଁ ଆମ ଭିତରେ ପ୍ରେମ ସମ୍ପର୍କର ଶୁଭାରମ୍ଭ ହୋଇଥିଲା । ଧିରେ ଧିରେ ଆମ ସମ୍ପର୍କ ଆହୁରି ଗାଢ଼ ହୋଇଥିଲା । ତେବେ ବିବାହ ପରେ ତୁମେ ମୋ ସହ କଥାବାର୍ତ୍ତା କମାଇ ଦେଇଥିଲ । ଏପରିକି ତୁମେ ବାପଘରକୁ ଗଲେ ମୋତେ ଫୋନ୍ କରିବାକୁ ଭୂଲି ଯାଉଥିଲ । ମୁଁ ଅନେକ ସମୟରେ ତୁମ ସହ କଥା ହେବାକୁ ପାଗଳ ହୋଇଯାଉଥିଲି । କିଛିଦିନ ପରେ ମୋ ସହ ଫିଲ୍ମରେ କାମ କରିବାକୁ ବି ତୁମ ପରିବାର ବାରଣ କଲେ । ତେବେ ବର୍ଷେ ପରେ ଆମେ ଏକାଠି କାମ କଲେ, ହେଲେ ତୁମ ବ୍ୟବହାରରେ କିନ୍ତୁ କୌଣସି ପରିବର୍ତ୍ତନ ଆସିଲା ନାହିଁ ।





