ନୂଆଦିଲ୍ଲୀ: ଦିଲ୍ଲୀର ତିମାରପୁରରେ ଜଣେ ୧୫ ବର୍ଷୀୟ ଯୁବକ ତା’ ଜେଜେବାପାଙ୍କ ବ୍ୟାଙ୍କ୍ ଖାତାରୁ ତାଙ୍କ ଅଜାଣତରେ ତାଙ୍କ ଆଖିରେ ଧୂଳି ଦେଇ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରି ଦେଇଛି । ତେବେ ଏକ ଅନଲାଇନ ଓ୍ୱାଲେଟରେ ଟଙ୍କା ଟ୍ରାନ୍ସଫର ହୋଇଛି । ଗତ ସୋମବାରକୁ ଦିଲ୍ଲୀ ପୋଲିସ ଏହି ମାମଲାର ଖୁଲାସା କରିଛନ୍ତି । ଟଙ୍କା ବାବଦରେ ଜାଣିବା ପରେ ଯୁବକର ଜେଜେବାପା ପୋଲିସରେ ଅଭିଯୋଗ ଦାଖଲ କଲେ । ଯାହାପରେ ତଦନ୍ତ ଆରମ୍ଭ କଲା ପୋଲିସ୍ । ଅବଶ୍ୟ ଉକ୍ତ PUBG ଖେଳାଳୀ ଉପର ପର୍ଯ୍ୟାୟକୁ ପହଞ୍ଚି ନଥିଲା । ପବଜୀର ଉଚ୍ଚ ସ୍ତରରେ ପହଞ୍ଚିବା ପୂର୍ବରୁ ତା ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା ।
ମିଡିଆ ରିପୋର୍ଟ ଅନୁସାରେ ଯୁବକର ଜେଜେବାପା ଉକ୍ତ ମାମଲାରେ ଅଭିଯୋଗ ଉଠାଇ ନେଇଥିବାରୁ ଯୁବକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସୂଚନାଯୋଗ୍ୟ ୮ ଜୁନକୁ ବୟସ୍କଙ୍କ ମୋବାଇଲକୁ ଏକ ମେସେଜ ଆସିଲା,ଯେଉଁଥିରୁ ୨,୫୦୦ ଟଙ୍କା ଡେବିଟ୍ ହୋଇଥିବାର ଲେଖା ଯାଇଥିଲା । ଏହି ଡେବିଟ ହେବା ପରେ ତାଙ୍କ ଖାତାରେ ରହିଲା ମାତ୍ର ୨୭୫ ଟଙ୍କା । ଯେତେବେଳେ ସେ ଆକାଉଣ୍ଟ ଚେକ୍ କଲେ ତେବେ ଜଣାପଡ଼ିଲା କି ଗତ ଦୁଇ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ପେଟିଏମକୁ ୨ ଲକ୍ଷ ୩୪ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଛି । ୧ ସେପ୍ଟେମ୍ବରକୁ ଦିଲ୍ଲୀ ପୋଲିସ ଜିଲ୍ଲା ସାଇବର ଶାଖାକୁ ସ୍ଥାନାନ୍ତର କରିଛି । ଡିସିପିଙ୍କ କହିବାନୁଯାୟୀ ସେମାନେ ପେଟିଏମ ଆକାଉଣ୍ଟ ହୋଲଡରଙ୍କ ସହିତ ଯୋଗାଯୋଗ କରିଥିଲେ । ଯେଉଁଥିରେ ତାଙ୍କ ନାବାଳକ ବନ୍ଧୁ ତାଙ୍କଠାରୁ ପେଟିଏମ ଆଇଡି ଏବଂ ପାସଓ୍ୱର୍ଡ଼ ଉଧାର ନେବାପାଇଁ କହିଥିଲା । ତଦନ୍ତ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଲା ।









ଖବର ଅନୁଯାୟୀ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଋଷିଆ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ ଭି । ଟିକାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତ ହୋଇଥିବା ବେଳେ ଲୋକଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ । ଏହାର କ୍ଲିନିକାଲ ଟ୍ରାଏଲ ଭାରତ ସମେତ ବିଭିନ୍ନ ଦେଶରେ ଆରମ୍ଭ ହେବାକୁ ଯାଉଛି । ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ ଏହାକୁ ନେଇ ସୂଚନା ଦେଇଛନ୍ତି ।
