spot_img
Home Blog Page 6740

ଚୀନ୍‌ର ଅଭିଯୋଗକୁ ଭାରତର ଖଣ୍ଡନ, ସୀମାରେ ଗୁଳି ଚଳାଇ ନାହିଁ ଭାରତୀୟ ସେନା

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ଗୁଳିବିନିମୟକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଗୁଳିବିନିମୟ ଘଟଣା ନେଇ ଚୀନ୍‌ ଭାରତକୁ ଦାୟୀ କରିବା ପରେ ଏନେି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ଭାରତୀୟ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ସୋମବାର ବିଳମ୍ବିତ ରାତିରେ ଭାରତ ପକ୍ଷରୁ ସୀମାରେ କୌଣସି ଗୁଳି ଚାଳନା କରାଯାଇ ନାହିଁ । ହେଲେ ଚୀନ୍‌ ସେନା ପକ୍ଷରୁ ନିୟମ ଉଲଂଘନ କରାଯାଇ ଗୁଳି ଚାଳନା କରାଯାଇଛି ।‌ ଚୀନ୍‌ ପକ୍ଷରୁ ବାରମ୍ବାର ଏଭଳି ନିୟମ ଉଲଂଘନ ହେଉଥିବା ମଧ୍ୟ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

ଚୀନ ସେନା କିଛି ରାଉଣ୍ଡ ଗୁଳି ଚଳାଇଛି । ଚୀନ କ୍ରମାଗତ ବୁଝାମଣା ଉଲ୍ଲଂଘନ କରୁଛି । ସେପ୍ଟେମ୍ବର ୭ରେ ଚୀନ ସେନା ଏଲଏସି ନିକଟକୁ ଆସିଥିଲା । ଭାରତୀୟ ସେନା ରୋକିବାରୁ ଫାଙ୍କା ଗୁଳି ଚଲାଇଥିଲା ଚୀନ୍ ସେନା । ଉସ୍‌କାଇବା ସତ୍ତ୍ୱେ ଭାରତୀୟ ସେନା ପକ୍ଷରୁ ସଞ୍ଜମତା ରକ୍ଷା କରାଯାଇଛି । ଏଲ୍‌ଏସିରେ ଶାନ୍ତି ପାଇଁ ଭାରତ ପ୍ରତିବଦ୍ଧ । ଯେକୌଣସି ମୂଲ୍ୟରେ ଦେଶର ଅଖଣ୍ଡତା ରକ୍ଷା କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।

୪୫ବର୍ଷ ପରେ ପୂର୍ବ ଲଦାଖ ଏଲ୍‌ଏସିରେ ଗୁଳିମାଡ଼ ହୋଇଛି । ପୂରା ଘଟଣା ନେଇ ଭାରତକୁ ବଦନାମ କରିବାକୁ ଚୀନ୍ ଉଦ୍ୟମ କରୁଛି । ସୋମବାର ବିଳମ୍ବିତ ରାତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିବା ସହ ଗୁଳିମାଡ଼ କରିଥିବା ଚୀନ୍‌ର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଚୀନ୍‌ ଆହୁରି ମଧ୍ୟ କହିଛି ଯେ, ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ଓ୍ୱାର୍ଣ୍ଣିଂ ସଟ୍ ଚଳାଇଥିଲା ଭାରତୀୟ ସେନା । ଫଳରେ ପିଏଲଏ ପକ୍ଷରୁ ଏହାର ଜବାବ ଦିଆ ଯାଇଛି । ଏହି ଘଟଣାକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି ।

ସୀମାରେ ଲଗାତର ଉତ୍ତେଜନା ପରେ ଭାରତ ପକ୍ଷରୁ ଏଲଏସିରେ ଅଧିକ ସଂଖ୍ୟକ ସେନା ମୁତୟନ କରାଯାଇଛି । କାଲା ଟପ୍, ହେଲମେଟ୍ ଟପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଭାରତ କବ୍‌ଜା କରିବା ପରଠୁ ଚୀନ୍ ବ୍ୟତିବ୍ୟସ୍ତ ହୋଇପଡିଛି ।

୨୪ ଘଣ୍ଟା ନପୁରୁଣୁ ରାଜଧାନୀରେ ପୁଣି ଲୁଟ୍‌, ବ୍ୟଙ୍କ ସାମ୍ନାରୁ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ । ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଧରି ଆରମ୍‌ରେ ବୁଲୁଛନ୍ତି ଆଉ ଲୁଟ୍‌ କରୁଛନ୍ତି । ଲୁଟ୍‌ ସାଙ୍ଗକୁ ହତ୍ୟା ଧମକ, ବଟି ଆଦାୟ ସତେ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି । ମରଣାନ୍ତକ ଆକ୍ରମଣ, ଗୋଷ୍ଠି ସଂଘର୍ଷ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଭଳି ଘଟଣା ରାଜଧାନୀରେ ବାରମ୍ବାର ଘଟୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍‌ ଖବର ମଧ୍ୟ ରାଜଧାନୀବାସୀଙ୍କ ପାଇଁ ନିତିଦିନିଆ ଖବର ପାଲଟିଣାଣି ।

Bhubaneswar Loot

ସୋମବାର ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କ ଲୁଟ୍‌ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଇଣ୍ଠିଆନ୍ ଓଭରସିଜ୍‌ ବ୍ୟାଙ୍କ ସାମ୍ନାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌ । ଅପରାଧ ରୋକିବା ପାଇଁ ଦିନ ରାତି ୨୪ ଘଣ୍ଟରା ଚାରିଆଡ଼େ ପୋଲିସ ପ୍ରହରା ଦେଇଥାଏ । ଗଳିକନ୍ଦିରେ ବି ଦେଖିବାକୁ ମିଳଳେ ପିସିଆର୍‌ ଭ୍ୟାନ୍‌ । କମିଶନରେଟ୍‌ ପୋଲିସର ବିନା ଅନୁମତିରେ ଏଠାରେ କିିଛି ହୋଇପାରେନି । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି । ଦିନ ବେଳେ କମିଶନରେଟ୍‌ ପୋଲିସର ନାକ ତଳେ ହେଉଛି ଲୁଟ୍ ।

https://www.youtube.com/watch?v=0jcgibEOTuA&feature=youtu.be

ନଖରାସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ସମ୍ମୁଖରେ ଜଣେ ଗ୍ରାହକ ଟଙ୍କା ନେଇ ଯାଉଥିବା ବେଳେ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରୁ ଦୁର୍ବୃତ୍ତମାନେ ଗ୍ରାହକଙ୍କଠାରୁ ୫ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଗୋଟିଏ ବାଇକ୍‌ରେ ଆସି ଲୁଟେରାମାନେ ଟଙ୍କା ଝାମ୍ପି ନେଉଥିବାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଟଙ୍କା ଝାମ୍ପି ନୋ ପରେ ସେଠାରେ ଆଖି ପିଛୁଳାକେ ଲୁଟେରା ଉଭାନ୍‌ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥାଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଗୁରୁ ଦାୟିତ୍ୱ, ଶିବସେନାର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଶିବସେନା ମଙ୍ଗଳବାରକୁ ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛନ୍ତି । ଗତ କିଛି ହେବ କଙ୍ଗନା ରନୌତ ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ ମୁମ୍ବାଇକୁ ନେଇ ଶୀତଳ ଯୁଦ୍ଧ ଚାଲିଥିବାର ନଜର ଆସିଛି ।


ଶିବସେନା ମଙ୍ଗଳବାରକୁ ଏକ ବୟାନ୍ ଜାରି କରି କହିଛନ୍ତି କି, ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତି ଦିଆଯାଇଛି । ଏଥିରେ କୁହାଯାଇଛି କି ରାଉତଙ୍କ ବ୍ୟତୀତ ଲୋକସଭା ସଦସ୍ୟ ଅରବିନ୍ଦ ସାଓ୍ୱନ୍ତ ଏବଂ ଧୈର୍ଯ୍ୟଶୀଳ ମାନେ,ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ,ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ,ଅନିଲ ପରବ,ଗୁଲାବରାମ ପାଟିଲ,ବିଧାୟକ ସୁନିଲ ପ୍ରଭୁ ଏବଂ ପ୍ରତାପ ସରନାଇକ,ମୁମ୍ବାଇ ମେୟର କିଶୋରୀ ପେଡନେକର ଏବଂ ବରିଷ୍ଠ ନେତା ନୀଲମ ଗୋରହେଙ୍କୁ ଦଳର ମୁଖପାତ୍ର ଭାବରେ ଦାୟୀତ୍ୱ ଦିଆଯାଇଛି ।

ସୂଚନା ଅନୁଯାୟୀ କଙ୍ଗନା ରନୌତ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଶୀତଳ ଯୁଦ୍ଧ ଚାଲୁ ଥିବାର ନଜର ଆସିଛି । ଯେଉଁଥିରେ ମୁମ୍ବାଇରେ ଏବେ ରହିବା ଅସୁରକ୍ଷିତ ଏବଂ ଏହା ପାକିସ୍ତାନ ଅଧିକୃତ ଅଞ୍ଚଳ ବୋଲି ମନେ ହେଉଛି ବୋଲି କଙ୍ଗନା ତାଙ୍କ ବୟାନରେ କହିଥିଲେ । ଯେଉଁଥିରେ ସଞ୍ଜୟ ବୟାନ ଦେଇଥିଲେ କି ଯଦି ମୁମ୍ବାଇ ଅସୁରକ୍ଷିତ ଲାଗୁଛି ତେବେ ଏଠାକୁ ଆସନାହିଁ । କେବଳ ସେତିକି ନୁହେଁ ଏହିଭଳି ଏକାଧିକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳୁଛି । ଗତକାଲି ସଞ୍ଜୟ ରାଉତ କଙ୍ଗନାଙ୍କୁ ନଟି ଗର୍ଲ ମଧ୍ୟ କହିଥିବା ନଜର ଆସିଛି ।

ବର୍ଷା ପରେ ବୁଢ଼ୁଛି ତାତି ! ବିଗୁଡ଼ୁଛି ପାଣିପାଗ, ୩୭.୫ ଡିଗ୍ରୀ ଛୁଇଁଲାଣି ତାପମାତ୍ରା

ଭୁବନେଶ୍ୱର: ବର୍ଷା ପରେ ଏବେ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ସକାଳ ପାଉ ପାଉ ଖରା ଦେଖିବାକୁ ମିଳୁଛି । ସତେ ଯେମିତି ଆଗକୁ ଆହୁରି ଅଧିକ ଖରା ହେବ ବୋଲି ସତର୍କ ସୂଚନା ଦେଉଛି ।

କିଛି ଦିନ ପୂର୍ବେ ଅଧା ରାଜ୍ୟ ବନ୍ୟା ଜଳରେ ଉବୁଟୁବୁ ହେଉଥିବା ବେଳେ ଏବେ ପ୍ରବଳ ଖରାର ସାମ୍ନା କରୁଛି । ବର୍ଷା ଦିନରେ ପ୍ରବଳ ତାତି । ସେପ୍ଟେମ୍ବର ମାସ ହେଲେ ସୁଦ୍ଧା ଏପ୍ରିଲ ମାସର ତାତି ଅନୁଭୂତ ହେଉଛି ।

Hit Wave

ଘରୁ ବାହାରିଲେ ଟାଇଁ ଟାଇଁ ଖରା, ଘର ଭିତରେ ରହିବା ବି ମୁସ୍କିଲ ହୋଇପଡୁଛି । ରାଜ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହେବା ସହ ବିଗିଡିଯାଇଛି ପାଣିପାଗର ମିଜାଜ୍‌ । ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଥିବା ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଲିଛି । ୧୧ଟି ସ୍ଥାନରେ ତାପମାତ୍ରା ୩୫.୦ ଡିଗ୍ରୀ ସେଲସିଅସ ଓ ତାଠାରୁ ଅଧିକ ଥିବା ରେକର୍ଡ କରାଯାଇଛି । ସବୁଠୁ ଉତପ୍ତ ସହର ପାଲିଟଛି ପାରଳାଖେମୁଣ୍ଡି । ପାରଳାଖେମୁଣ୍ଡିରେ ତାପମାତ୍ରା ୩୭.୫ ଡିଗ୍ରୀ ସେଲସିଅସ ଥିବା ରେକର୍ଡ ହୋଇଛି । ସେହିଭଳି ରାୟଗଡ଼ାରେ ୩୫ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୩୬.୫, ଚାନ୍ଦବାଲି ଓ ଅନୁଗୁଳରେ ୩୬.୧, କଟକ ଓ ବୌଦ୍ଧରେ ୩୬ ଡିଗ୍ରୀ, ଭୁବେନଶ୍ୱରରେ ୩୫.୫, ସମ୍ବଲପୁର ଓ ଟିଟିଲାଗଡ଼ରେ ୩୫.୨ ଓ ନୟାଗଡ଼ରେ ୩୫ଡିଗ୍ରୀ ସେଲସିଅସ ତାପମାତ୍ରା ରହିଛି ।

୨୪ ଘଣ୍ଟାରେ ୭୫ ହଜାର ୮୦୯ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିରେ ନାହିଁ ସୁଧାର । ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା । ୨୪ ଘଣ୍ଟାରେ ୭୫ ହଜାର ୮୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧ ଶହ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିିଟଭ୍ ସଂଖ୍ୟା ୪୨ଲକ୍ଷ ୮୦ହଜାର ୪୨୩କୁ ବୃଦ୍ଧି ହୋଇଛି । ଏବେ ଆକ୍ଟିଭ୍ କେସ୍ ୮ଲକ୍ଷ ୮୩ହଜାର ୬୯୭ ଥିବା ବେଳେ ସୁସ୍ଥ ହେଲେଣି ୩୩ଲକ୍ଷ ୨୩ ହଜାର ୯୫୧ଜଣ । କରୋନାରେ ଦେଶରେ ବର୍ତ୍ତମାନ ସୁଦ୍ଧା ୭୨ ହଜାର ୭୭୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୨୩ହଜାର ୬୪୧ ପଜିଟିଭ୍ ଥିବା ବେଳେ ୨୭ହଜାର ୨୭ଜଣଙ୍କ ମୃତ୍ୟୁ ହେଲାଣି । ଆନ୍ଧ୍ରପ୍ରଦେଶରେ ୫ ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୪ହଜାର ୪୮୭ରେ ପହଞ୍ଚିଛି । ତାମିଲନାଡୁ ଓ କର୍ଣ୍ଣାଟକରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିିଟଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୭ହଜାର ୯୨୮ ଓ ୬ହଜାର ୫୩୪ । ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ଟପିଥିବା ବେଳେ ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେଖାଏଁ କେରାନା ସଂକ୍ରମିତ ଚିହ୍ନଟ ହେଲେଣି ।

ରାଜ୍ୟରେ ପୁଣି କରୋନା ନେଲା ଜୀବନ, ପୁରୀରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ମଙ୍ଗଳବାର ପୁଣି ନୂଆ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ରାୟଗଡା ଓ ମୟୂରଭଞ୍ଜରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର, କଟକ, କନ୍ଧମାଳ ଓ ସୋନପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ପୁଣି ୩୪୯୦ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୪୯୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଚାଇନ ସେଣ୍ଟରରୁ ୨୦୯୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୩୮୨ରେ ପହଞ୍ଚିଥିବା ବେଳେ ସେଥିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୯,୩୯୮ ଜଣ । ଏବେ ମୋଟ ୩୧,୩୬୨ ମାମଲା ସକ୍ରିୟ ରହିଛି । ରାଜ୍ୟରେ ଗଞ୍ଜାମ ପରେ ଏବେ ଖୋର୍ଦ୍ଧାର ସ୍ଥିତି ଗମ୍ଭୀର ରହିଛି । ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏବେ ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ।

୩୪୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଅନଗୁଳରୁ ୩୮, ବାଲେଶ୍ୱରରୁ ୯୨, ବରଗଡ଼ ୮୧, ଭଦ୍ରକ ୮୯, ବଲାଙ୍ଗିରରୁ ୧୧୦, ବୌଦ୍ଧ ୨୫, କଟକ ୩୭୬, ଦେବଗଡ଼ରୁ ୨୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୩, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡ଼ାରୁ ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୫୫, ଖୋର୍ଦ୍ଧା ୫୩୫, କୋରାପୁଟରୁ ୯୩, ମାଲକାନଗିରିରୁ ୨୨, ମୟୁରଭଞ୍ଜରୁ ୨୦୭, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୧୦୨, ପୁରୀରୁ ୨୧୭, ରାୟଗଡ଼ାରୁ ୨୦୬, ସମ୍ୱଲପୁରରୁ ୮୩, ସୋନପୁରରୁ ୧୦୭ ଓ ସନ୍ଦରଗଡ଼ରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚୋରାଚାଲାଣ ବେଳେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ୍ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରୁ ୧୦୦କେଜି ୫୦୦ଗ୍ରାମ୍ ଗଞେଇ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ମାଫିଆକୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁସାରେ ବାହାର ଜିଲ୍ଲାର କିଛି ଗଞେଇ ମାଫିଆଙ୍କୁ ଗଞେଇ ଯୋଗାଇବାକୁ ବାଲିଗୁଡ଼ା ଥାନା ଅଞ୍ଚଳର ଚିତ୍ରସେନ ନାୟକ ନାମକ ଜଣେ ଗଞ୍ଜେଇ ମାଫିଆ ନାଡ଼ାପାଟାଙ୍ଘ ନିକଟସ୍ଥ ରାସ୍ତା କଡ଼ ଜଙ୍ଗଲରେ ଡାଳ ପତ୍ର ଘୋଡ଼ାଇ ୧୦୦କେଜି ୫୦୦ଗ୍ରାମ୍ ଗଞେଇ ଲୁଚେଇ ରଖବା ସହ ଗାଡ଼ି ଅପେକ୍ଷାରେ ଥିଲା ।

Weed Seized

ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗଞ୍ଜେଇ ସହ ମାଫିଆ ଚିତ୍ରସେନ ନାୟକକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ । ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ବନ୍ଧୁକ ଧରି ଆରମ୍‌ରେ ବୁଲୁଛନ୍ତି ଆଉ ଲୁଟ୍‌ କରୁଛନ୍ତି । ଲୁଟ୍‌ ସାଙ୍ଗକୁ ହତ୍ୟା ଧମକ, ବଟି ଆଦାୟ ସତେ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି । ମରଣାନ୍ତକ ଆକ୍ରମଣ, ଗୋଷ୍ଠି ସଂଘର୍ଷ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବା ଭଳି ଘଟଣା ରାଜଧାନୀରେ ବାରମ୍ବାର ଘଟୁଥିବା ଦେଖାଯାଇଛି ।

ତେବେ ସେହିଭଳି ଏକ ଘଟଣା ସୋମବାର ରାତିରେ ପୁଣି ଘଟିଛି । କିଛି ଦୁର୍ବୃତ୍ତ ଭୁବନେଶ୍ୱର ଗୌତମ ନଗର ରେଳୱେ ବସ୍ତିରେ ନିଜର ଆତଙ୍କରାଜ ଦେଖାଇଛନ୍ତି । ୨ ଜଣଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୩ ଜଣ ଦୁବୁର୍ତ୍ତ । ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ର କରି ଏଭଳି ରକ୍ତପାତ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ଜଣ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ମଣ୍ଟୁ ମହାନ୍ତି ଓ ରାଜକିଶୋର ରାୟ । ଖବରପାଇ ଘଟଣାସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିଭଳି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ଉନ୍ମତ୍ତ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାରୁ ଉତ୍ତେଜିତ ହୋଇ ପଡୋଶୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ଭୁବନେଣଶ୍ୱରର ଭରତପୁର ବସ୍ତିର ଏଭଳି ଘଟଣା ଘଟିଛି । ଗୁଳିମାଡ଼ରେ କୁଞ୍ଜବିହାରୀ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କ ହାତରେ ୨ ରାଉଣ୍ଡ ଗୁଳି ବାଜିଛି । ଆହତଙ୍କୁ ପ୍ରଥମେ ଘରୋଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରେ ପୋଲିସ ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଗୁଳିମାଡ଼ରେ ବ୍ୟବହୃତ ବନ୍ଧୁକ ଜବତ ମଧ୍ୟ କରାଯାଇଛି । ଅଶ୍ୱିନୀଙ୍କ କୋଭିଡ୍‌ ଟେଷ୍ଟ ପରେ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି । ଏଥିସହ ବନ୍ଧୁକ ଲାଇସେନ୍ସ ପ୍ରାପ୍ତ ନା ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରୋଗୀଙ୍କୁ ଛାଡ଼ି ଫେରୁଥିବା ବେଳେ ଓଲଟିଲା ଆମ୍ବୁଲାନ୍ସ, ୩ ଗୁରୁତର

ଖୋର୍ଦ୍ଧା/ ଗଞ୍ଜାମ: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରହ୍ମପୁର ଉପଖଣ୍ଡ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ନେଇ କଟକ ମେଡିକାଲ ଯାଇଥିଲା । ସେଠାରୁ ଫେରୁଥିବା ବେଳେ ବାଲୁଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି ।

Ambulance Accident

ସେହିଭଳି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବହୁକାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଚାକୁଣ୍ଡା ଗାଁର କାର୍ତ୍ତିକ ନାୟକ । ସୂଚନା ଅନୁସାରେ କାର୍ତ୍ତିକ କିଛି ଗୋରୁ ଗାଈ ଧରି ରାତି ୩ଟା ବେଳେ ନିକଟସ୍ଥ ଗାଁକୁ ଯାଉଥିଲେ । ୫୯ ନମ୍ବର ଜାତୀୟ ରାଜପଥ ବହୁକାପାଲି ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସୋରଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।