spot_img
Home Blog Page 6741

୪ ଦିନିଆ ଋଷ ଗସ୍ତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର

ନୂଆଦିଲ୍ଲୀ: ଚୀନ୍ ସହ ବିବାଦ ଲାଗି ରହିଥିବା ବେଳେ ୪ ଦିନିଆ ଋଷ ଗସ୍ତର ଯାଉଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ସେଠାରେ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ବୈଠକରେ ସାମିଲ ହେବେ । ମସ୍କୋ ଯିବା ପୂର୍ବରୁ ସେ ଇରାନରେ କିଛି ସମୟ ଅଟକିବେ ବୋଲି ଜଣାପଡିଛି । ସେଠାରେ ସେ ଇରାନ୍ ବିଦେଶ ମନ୍ତ୍ରୀ ଜଓ୍ୱାଦ୍‌ ଜରିଫଙ୍କୁ ଭେଟିପାରନ୍ତି । ମସ୍କୋରେ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ୍‌ ୟିଙ୍କ୍‌ ସହିତ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି । ମସ୍କୋରେ ଆୟୋଜିତ ଏସ୍‌ସିଓର ବିଦେଶ ମନ୍ତ୍ରୀଙ୍କ ସହ ବୈଠକରେ ସାମିଲ ହେବାକୁ ଯାଉଛନ୍ତି ଜୟଶଙ୍କର ।

ତେବେ ଗସ୍ତ ପୂର୍ବରୁ ଏଲଏସିରେ ସ୍ଥିତି ଗମ୍ଭୀର ଥିବା କହିଛନ୍ତି ବିଦେଶ ମନ୍ତ୍ରୀ । ବିବାଦ ସମାଧାନ ପାଇଁ ରାଜନୈତିକ ସ୍ତରରେ ଆଲୋଚନା ଚାଲିଥିବା ସେ କହିଛନ୍ତି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ପ୍ରତିପକ୍ଷ ଜେନେରାଲ ଓ୍ୱେଇ ଫେଙ୍ଗହିଙ୍କ ସହ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି ।

ସୂଚନାଯୋଗ୍ୟ, ଏବେ ପୁଣି ଭାରତ ଓ ଚୀନ୍ ମଧ୍ୟରେ ବିବାଦ ବଢ଼ିଛି । ୪୫ ବର୍ଷ ପରେ ପୂର୍ବ ଲଦାଖର ଏଲଏସିରେ ଗୁଳିମାଡ଼ ହୋଇଛି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ଚୀନ୍ ସେନା ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ତେବେ ଭାରତୀୟ ସେନା ପକ୍ଷରୁ ଓ୍ୱାର୍ଣ୍ଣିଂ ସଟ୍ ଫାୟାର କରାଯାଇଥିଲା । ଫଳରେ ଚୀନ୍ ସେନା ପଛକୁ ହଟିଥିବା ନେଇ ସୂଚନା ମିଳିଛି । ସେଠାରେ ଚୀନ୍ ସେନା ମଧ୍ୟ ଗୁଳିମାଡ଼ କରିଥିବା ଜଣାପଡିଛି । ଭାରତୀୟ ଯବାନ ଏହାର ମୁହଁତୋଡ୍ ଜବାବ ଦେଇଛନ୍ତି । ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ତେବେ ପୂରା ଘଟଣା ନେଇ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଛି ଚୀନ୍ ।

ସୋମବାର ବିଳମ୍ବିତ ରାତିରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି । ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ଓ୍ୱାର୍ଣ୍ଣିଂ ସଟ୍ ଚଳାଇଥିଲା । ଫଳରେ ପିଏଲଏ ପକ୍ଷରୁ ଏହାର ଜବାବ ଦିଆ ଯାଇଥିବା ଚୀନ୍ ପକ୍ଷରୁ କୁହାଯାଇଛି । ଭାରତ ପକ୍ଷରୁ ଦ୍ୱିପାକ୍ଷିକ ବୁଝାମଣାର ଉଲ୍ଲଂଘନ କରାଯାଇଥିବା ପିଏଲଏର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଝାଙ୍ଗ ସୁଇ ଅଭିଯୋଗ ଆଣିଛନ୍ତି ।

ଲଦାଖର ପେଙ୍ଗୋଙ୍ଗ ସୋ’ ନିକଟରେ ସେନପାଓ ପାହାଡ଼ ଉପରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି । ଏହାପରେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲଦାଖ ଏଲଏସିରେ ଅଧିକ ସଂଖ୍ୟକ ସେନା ମୁତୟନ କରାଯାଇଛି । କାଲା ଟପ୍, ହେଲମେଟ୍ ଟପ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଭାରତ କବ୍‌ଜା କରିବା ପରଠୁ ବ୍ୟତିବ୍ୟସ୍ତ ହୋଇପଡିଛି ଚୀନ୍ ।

ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ: ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳିମାଡ଼

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବଢିଲା ବିବାଦ । ୪୫ ବର୍ଷ ପରେ ପୂର୍ବ ଲଦାଖ ଏଲଏସିରେ ଗୁଳି ବିନିମୟ ହୋଇଛି । ତେବେ ଗୁଳିମାଡ଼ ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ସୀମା ପାର କରିବା ସହ ଗୁଳିମାଡ଼ କରିଥିବା ନେଇ ଚୀନ୍ ଅଭିଯୋଗ ଆଣିଛି । ଆଲୋଚନା ପାଇଁ ଉଦ୍ୟମ କରୁଥିବା ପିଏଲଏର ବର୍ଡର ପାଟ୍ରୋଲ ସୁରକ୍ଷାକର୍ମୀଙ୍କ ଉପରକୁ ୱାର୍ଣ୍ଣିଂ ସଟ୍ ଚଳାଇଥିବା ଚୀନ୍ ପକ୍ଷରୁ କୁହାଯାଇଛି । ଲଦାଖର ପେଙ୍ଗୋଙ୍ଗ ସୋ ନିକଟରେ ସେନପାଓ ପାହାଡ ଉପରେ ଉଭୟ ସେନା ମୁହାଁମୁହିଁ ହୋଇଛନ୍ତି ।

ଦୁଇ ଦେଶର ସୈନିକଙ୍କ ମଧ୍ୟରେ LAC ଦୀର୍ଘ ଦିନ ଧରି ରହିଆସିଥିଲା । ତେବେ ୧୯୭୫ ମସିହା ପରେ ସୀମାନ୍ତରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ଏହିପରି ଗୁଳି ବିନିମୟ ହୋଇଛି ।

ସୂତ୍ରରୁ ପ୍ରକାଶ ଯେ ଚୀନ୍‌ରୁ ଭାରତୀୟ ଅଞ୍ଚଳରେ ଗୁଳି ବିନିମୟ ହୋଇଥିଲା, ଏହା ପରେ ଭାରତରୁ ପ୍ରତିଶୋଧ ନିଆଯାଇଥିଲା। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦାବି କରାଯାଇଛି ।

ଦୁଅ ଶିଖରେ କବଜା ଚାହୁଁଛି ଚୀନ

ପିଏଲଏ ବିଷ୍ଟର୍ନ ଥିଏଟର କମାଣ୍ଡର ପ୍ରବକ୍ତା କର୍ନଲ ଝାଙ୍ଗ ଶୁଡଲୀ କହିଛନ୍ତି ଯେ, ଭାରତୀୟ ସେନାର ସୂଚନା ସ୍ପଷ୍ଟ କରିଛନ୍ତି ଯେ, ୱାର୍ନିଂ ସଫ୍ଟ ଫାୟାର କରାଯାଇଥିଲା । ଯେବେଠୁ ଭାରତୀୟ ସୈନ୍ୟ ବ୍ଲାକ ଟପ୍ ଏବଂ ହେଲମେଟ ଟପକୁ ନିଜ ନିୟନ୍ତ୍ରଣରେ ନେଇଛନ୍ତି, ସେଥିପାଇଁ ଚୀନ ସୈନ୍ୟ ସେହି ଶିଖରେ ନିୟନ୍ତ୍ରଣ ଆଣିବାକୁ ଆଗେଇ ଆସୁଛି । ତେଣୁ ସୀମାରେ ନିୟୋଜିତ ଯବାନ ମାନେ ସେବେଠୁ ସଜାଗ ଅଛନ୍ତି ।

ସୋମବାରରୁ ଚୀନ ସୈନ୍ୟଙ୍କ ଅଭ୍ୟାସ

LACରେ ଭାରତୀୟ ସୈନିକ ମାନଙ୍କ ସହ ଗମ୍ଭୀର ପରିସ୍ଥିତି ମଧ୍ୟରେ ଚୀନ ଜିୟାଂଙ୍ଗୁ ଏବଂ ହେୱଇ ପ୍ରାନ୍ତରେ ନିକଟରେ ଥିବା ସାମୁଦ୍ରିକ ଅଞ୍ଚଳରେ ସୋମବାର ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛି । ପୂର୍ବ କିଛି ଦିନ ହେବ ପେଙ୍ଗୋଗ ହ୍ରଦର ଦକ୍ଷିଣ ପାର୍ଶ୍ୱରଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ହିଂସା ସୃଷ୍ଟି ହୋଇଥିଲା । ଭାରତୀୟ ସେନାର ସୁରକ୍ଷାବଳ ଏବଂ କାର୍ଯ୍ୟକଳାପରେ ଚୀନ ସେନା ଚିନ୍ତାରେ ଅଛି । ଏହି ଗମ୍ଭୀର ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି ।

 

 

ଆଜି ଏହି ରାଶିର ବ୍ୟକ୍ତିଙ୍କର ନିଜର କିମ୍ବା ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ମନ ବିଚଳିତ ରହିବ…

ଆଜିର ପଞ୍ଚାଙ୍ଗ: ୦୮/୦୯/୨୦୨୦ ମଙ୍ଗଳବାର, ୧୪୨୮ସାଲ,୧୯୪୨ ଶକାବ୍ଦ,୨୦୭୭ ସମ୍ବତ୍, ସିଂହ ୨୪ଦିନ, ଆଶ୍ୱୀନ କୃଷ୍ଣ ୬ଷ୍ଠୀ ରାତ୍ରି ୧୨:୦୩ ଗତେ ୭ମୀ

– ମେଷ ଦିବା ୦୩: ୦୯ ଗତେ ବୃଷ

– ଦ୍ୱୀଜା ଦିବା ୦୮: ୨୫ ଗତେ କୃତ୍ତିକା ନକ୍ଷତ୍ର

– ଘାତ ଚନ୍ଦ୍ର – ମେଷ ଓ ବିଛା ରାଶିର

– ଘାତ ବାର – ମକର ରାଶିର

– ଯୋଗିନି – ପଶ୍ଚିମେ ରାତ୍ର ୧୨:୦୩ ଗତେ ବାୟବ୍ୟେ

– ପୁଷ୍କର ଦୋଷ – ୧ପାଦ, ରାତି ୦୮:୨୫ଗତେ ୨ପାଦ, ରାତି ‍୧୨:୦୩ଗତେ ୩ପାଦ

– ନିଷିଦ୍ଧ ଖାଦ୍ୟ – ନିମ୍ବ

– ଶୁଭ ସମୟ –

ଦିବା ୦୮:୪୧ ରୁ ୧୦:୩୦

ଦିବା ୧୨:୫୭ ରୁ ୦୧:୧୬

ଦିବା ୦୪:୨୧ ରୁ ୦୫:୦୩

ସଂଧ୍ୟା ୦୫:୫୨ ରୁ ୦୬:୩୮

ସଂଧ୍ୟା ୦୯:୦୦ ରୁ ୧୧:୨୦

– ଅଶୁଭ ସମୟ –

ପ୍ରାତଃ ୦୭:୦୮ ରୁ ୦୮:୪୦

ଦିବା ୦୧:୧୭ ରୁ ୦୪:୨୦

ମଙ୍ଗଳବାର-

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର – ଅଂଶୀଦାର ବ୍ୟବସାୟରେ ଲାଭବାନ ହେବେ ନାହିଁ ମାତ୍ର ଛଡସିମେଣ୍ଟ ଏବା ଗୃହନିର୍ମାଣ ବ୍ୟବସାୟରେ ଲାଭବସନ ହେବେ, ଦୁରଯାତ୍ରା ସଫଳ ରହିବ ।

ଦ୍ୱିଜା ନକ୍ଷତ୍ର – ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ମାତ୍ର କୌଣସି ପ୍ରକାର ଖଣ୍ଡିଆଖାବରା ହେବା କିମ୍ବା ପଡି ଗୋଡ ମୋଡିହେବା ଭଳି ପ୍ରଭାବ ରହିବ ।

କୃତ୍ତିକା ନକ୍ଷତ୍ର – ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ୱଭାବ ଭରା ରହିବ, ତେଣୁ ଦିନର ଅଧିକାଂଶ ସମୟ ନିରବ ରହିବା ଶୁଭ ।

ଶୁଭ ରଙ୍ଗ – ଲାଲ

– ଆଜି ସ୍ନାନପରେ ଐଶାନ୍ୟକୁ ମୁହଁକରି ଦେବୀ ତାରାଙ୍କର ଗାୟତ୍ରୀ ୨୭ଥର ଜପ କରନ୍ତୁ ଓ ମହୁ ଖାଆନ୍ତୁ ।

ବୃଷ ରାଶି –

କୃତ୍ତିକା ନକ୍ଷତ୍ର – ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ ରୋଜଗାର ନିମନ୍ତେ ସୁଯୋଗ ମିଳିବ  ।

ରୋହିଣି ନକ୍ଷତ୍ର – ନୂତନ ପ୍ରକଳ୍ପର ସନ୍ଧାନ ମିଳିବ, ମୋଟରଯାନ ଏବଂ କଳକାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ରୋଜଗାରର ବାଟ ଫିଟିବ ।

ମୃଗଶିରା ନକ୍ଷତ୍ର – ସୁଖଶାନ୍ତିରେ ସମୟ କଟିବ, କୌଣସି ପ୍ରକାର ପୁରୁଣା ରୋଗର ଉପଷମ ହେବ, ପିଲାମାନେ ଆଶା ଠାରୁ ଅଧିକ ଶୁଭଫଳ ପାଇବେ ।

ଶୁଭ ରଙ୍ଗ – ଧଳା

– ଗାୟତ୍ରୀ ମନ୍ତ୍ର ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ୯ଥର ଲେଖାଏଁ ଜପ କରନ୍ତୁ ।

ମିଥୁନ ରାଶି –

ମୃଗଶିରା ନକ୍ଷତ୍ର – ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ ।

ଆର୍ଦ୍ରା ନକ୍ଷତ୍ର – ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ ମିଳିବ ।

ପୂନର୍ବସୁ ନକ୍ଷତ୍ର – ଆଜି ନିଜର କିମ୍ବା ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ହିସାବଠୁ ଅଧିକ ଖର୍ଚ୍ଚ ହେବ, ମନ ବିଚଳିତ ରହିବ ।

ଶୁଭ ରଙ୍ଗ – ସବୁଜ

– ଓଁ ହଁ ହନୁମତେ ନମଃ ‍୧୦୮ଥର ଜପ କରନ୍ତୁ, କୁକୁରକୁ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ ।

ପୂଷ୍ୟା ନକ୍ଷତ୍ର – ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ ଓ ପିଲାଙ୍କର ପାଠପଢାରେ ନୂତନ ଜ୍ଞାନକୌଷଳ ଯୋଡି ହେବ, ମା’ ମାନେ ପିଲାଙ୍କୁ ନେଇ ଉତ୍ସାହିତ ରହିବେ ।

ଅଶ୍ଲେଷା ନକ୍ଷତ୍ର – ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ ମୁଦ୍ରଣ, ଆର୍ଥିକ କାରାବାର, ଜାଗାବାଡି ଗୃହନିର୍ମାଣ ଆଦି କର୍ମ ସହିତ ଜଡିତ ବ ୟକ୍ତି ବିଶେଷ ଆଶାତିତ ଫଳ ପାଇବେ ।

ଶୁଭ ରଙ୍ଗ – ହଳଦିଆ

– ସୂର୍ଯ୍ୟଙ୍କୁ ଲାଲଚନ୍ଦନ ଓ ଗୁଡ ମିଶାଇ ଓଁ ଘୃଣି ସୂର୍ଯ୍ୟାୟ କହି ୭ଥର ଜଳଅର୍ଘ୍ୟ ଦିଅନ୍ତୁ ।

ସିଂହ ରାଶି

ମଘା ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିବ ତେଣୁ  ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବା ସହିତ ମନ ସକରାତ୍ମକ ଓ ଶାନ୍ତ ରହିବ ।

ପୂର୍ବାଫାଲଗୁନି ନକ୍ଷତ୍ର – କୌଣସି ପ୍ରକାରେ ସୁଖଶାନ୍ତି କ୍ଷୁର୍ଣ୍ଣ ହେବ, ମନ ଦ୍ୱନ୍ଦ ମଧ୍ୟରେ ରହିବ, କାହା ସହିତ ମତାନ୍ତର ହେବ ତେଣୁ ଦୁନଭରି ନିରବ ରହିବେ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କୌଣସି ପ୍ରକାରର ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ପାଇବେ ମାତ୍ର ସନ୍ତାନ ମାନଙ୍କୁ ନେଇ ଚିନ୍ତିତ ରହିବେ ।

ଶୁଭରଙ୍ଗ – ସବୁଜ

– ନିଜର ଇଷ୍ଟଦେବ ସୂର୍ଯ୍ୟ ଭଗବାନଙ୍କୁ ତମ୍ବାପାପ୍ତରେ ଜଳ ଏବଂ ଗୁଡ ମିଶାଇ ଅର୍ଘ୍ୟ ଦିଅନ୍ତୁ ।

କନ୍ୟା ରାଶି –

ଉତ୍ତରାଫାଲଗୁନୀ ନକ୍ଷତ୍ର – କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ଓଁ ବିଷ୍ଣବେ ନମଃ ୫୪ଥର ଜପକରି ଦିନ ଆରମ୍ଭ କରିବେ ।

ହସ୍ତା ନକ୍ଷତ୍ର – ଅଚାନକ ଖୁସିଖବର ମିଳିବ, ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ, ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ।

ଚିତ୍ରା ନକ୍ଷତ୍ର – ମନ ଦୁର୍ବଳ ହୋଇ ସ୍ୱାସ୍ଥ୍ୟ ବିଗିଡିବ, ଚାକିରି ବ୍ୟବସାୟରେ  ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ, ମହିଳା ଦୁର୍ବଳତା ଅନୁଭବ କରିବେ ।

ଶୁଭ ରଙ୍ଗ – କଳା

– ସବୁଜ ପରିବା ଏବଂ ଶାଗ ବୃଷଭକୁ ନିଜ ହାତରେ ଖୁଆନ୍ତୁ ।

ତୁଳା ରାଶି –

ଚିତ୍ରା ନକ୍ଷତ୍ର – କୌଣସି ପ୍ରକାର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷରେ ଶାନ୍ତି ମିଳିବ, ଆୟରେ ବୃଦ୍ଧିହେବ ।

ସ୍ୱାତୀ ନକ୍ଷତ୍ର – କୌଣସି ଅତିତର ଯୋଜନାରେ ସଫଳ ହେବେ, କପଡା ବ୍ୟବସାୟ, ଜଳ ଏବଂ ମୃଦୁପାନିୟ ବ୍ୟବସାୟ, ଔଷଧ ବ୍ୟବସାୟରେ ଉର୍ଣ୍ଣତି ଆନୁଭୁତ ହେବ ।

ବିଶାଖା ନକ୍ଷତ୍ର – ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତର ପାଠପଢା ଚାକିତି କ୍ଷେତ୍ରରେ ଶୁଭ ଖବର ମିଳିବ ।

ଶୁଭ ରଙ୍ଗ – ଧଳା

କିଛି ହଳଦି ଘରର ମୁଖ୍ୟଦ୍ୱାରରେ ଛିଞ୍ଚନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତୁ ।

ବିଛା ରାଶି

ବିଶାଖା ନକ୍ଷତ୍ର – ମନର ଆଶା ପୁରଣ ହେବ, ଚେଷ୍ଟା କରୁଥିବା କାମଗୁଡିକରେ ସଫଳ ହେବେ ତେଣୁ ମାନସିକ ଶାନ୍ତି ପ୍ରାପ୍ତ ହେବ ।

ଅନୁରାଧା ନକ୍ଷତ୍ର – ଚାକିରିରେ ଶୁଭତ୍ୱ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ, ଶତୃଭୟ ଥିଲେ ପରିବର୍ତ୍ତନ ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ନିଷ୍ପତି ନେବାରେ ମନ ବିଚଳିତ ରହିବ ।

ଶୁଭ ରଙ୍ଗ – ଧଳା ଏବଂ ଲାଲ

– କାଉ,ଗାଇ ଓ ବୁଲା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବଯ ।

ଧନୁ ରାଶି

ମୂଳା ନକ୍ଷତ୍ର – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ସ୍ନାନସାରି ୨୭ ଥର ଓଁ ନମଃ ଶିବାୟ ପାଠ କରନ୍ତୁ ।

ଉତ୍ତରାଷାଢା ନକ୍ଷତ୍ର – ଶୁଦଭଦିନ  ବନ୍ଧୁପରିଜନର ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ ।

ଶୁଭ ରଙ୍ଗ – ଧଳା

– ସ୍ନାନପରେ ଠାକୁର ଗୃହରେ ଘିଅଦ୍ବିପ ଲଗାଇ ଗଣେଷଙ୍କର ଵାଳିଷା ପାଠ କରନ୍ତୁ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – କୌଣସି ପ୍ରକାରର ଧୋକା ମିଳିବ, ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ ।

ଶ୍ରବଣା ନକ୍ଷତ୍ର – ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ  ।

ଧନିଷ୍ଠା ନକ୍ଷତ୍ର – ଅନୁକୁଳ ସମୟ ରହିବ ଏବଂ ବାସନା ଅତର (ପଫ୍ୟୁମ୍) ବ୍ୟବହାର କରନ୍ତୁ ଶୁଭଫଳ ମିଳିବ ।

ଶୁଭ ରଙ୍ଗ – ସବୁଜ

– ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ  ।

ଶତଭିଷା ନକ୍ଷତ୍ର – ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ଶୁଭ ରଙ୍ଗ – କଳା

– ସ୍ନାନସାରି ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରିବେ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ ।

ଉତ୍ତରଭାଦ୍ର ନକ୍ଷତ୍ର – କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ ।

ରେବତୀ ନକ୍ଷତ୍ର – ପରିବାରରେ ଦାୟିତ୍ୱ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ ।

ଶୁଭ ରଙ୍ଗ – ସବୁଜ

– ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

 

ଗର୍ଗ ଜ୍ୟୋତିଷ – ଜ୍ୟୋତିରବିଦ୍ ଶ୍ରୀପତି ଆଚାର୍ଯ୍ୟ 

ନିଖୋଜ ଭାରତୀୟଙ୍କୁ ନେଇ ପ୍ରଶ୍ନ ପରେ ଚୀନର ଜବାବ, ଅରୁଣାଚଳ ଭାରତର ନୁହଁ ଆମର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରୁ ଚୀନ ସେନା ଦ୍ୱାରା ୫ ଜଣ ଭାରତୀୟଙ୍କୁ ଅପହରଣ ମାମଲା । କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ପ୍ରଶ୍ନକୁ ନେଇ କଡ଼ା ଜବାବ ଦେଇଛ ଚୀନ । ଅରୁଣାଚଳ ପ୍ରଦେଶ ଭାରତର ଅଂଶ ନୁହେଁ ବରଂ ଏହା ଚୀନର ଦକ୍ଷିଣ ତିବ୍ବତର ଅଂଶ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏନେଇ ଖବର ପ୍ରକାଶ ପାଇଛି । ଚୀନ ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର ଚାଓ ଲିଜିଏଙ୍ଗ କହିଛନ୍ତି- ଅରୁଣାଚଳ ପ୍ରଦେଶକୁ ଚୀନ କେବେ ମାନ୍ୟତା ଦେଇନାହିଁ । ଏହା ହେଉଛି ଦକ୍ଷିଣୀ ତିବ୍ବତର ଅଂଶ । ଆମକୁ ଭାରତୀୟ ସେନା ଓ ଉକ୍ତ ଅଞ୍ଚଳରୁ ୫ ଜଣ ଭାରତୀୟଙ୍କ ନିଖୋଜ ନେଇ ପ୍ରଶ୍ନ ଆସିଛି । ତେବେ, ଏହାକୁ ଆମ ପାଖରେ କୌଣସି ସୂଚନା ନାହିଁ ।

ट्विटर पोस्ट @KirenRijiju: The Indian Army has already sent hotline message to the counterpart PLA establishment at the border point in Arunachal Pradesh. Response is awaited.

ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ଉପରୀ ସପବନସିରି ଜିଲ୍ଲାରୁ ୫ ଜଣଙ୍କୁ ‘ପିପୁଲ୍ସ ଲିବରେସନ୍ ଆର୍ମି’ (ପିଏଲଏ) ଦ୍ୱାରା ଅପହରଣ କରାଯାଇଥିବା କହିଛି । ଏହାକୁ ନେଇ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଲେଖିଥିଲେ ଭାରତୀୟ ସେନା ଚୀନର ଜବାବକୁ ଅପେକ୍ଷା କରିଛି ।

ବିଦ୍ୟାଶ୍ରୀ-ଚିନ୍ମୟୀ ମୁହାଁମୁହିଁ, ଉଭୟଙ୍କ ପକ୍ଷରୁ ଥାନାରେ ମାମଲା

ଭୁବନେଶ୍ୱର: ଚିନ୍ମୟୀଙ୍କ ଏତଲା ପରେ କାଉଣ୍ଟର କରିଛନ୍ତି ବିଦ୍ୟାଶ୍ରୀ । କହିଛନ୍ତି, ମୋ ସ୍ୱାମୀଙ୍କୁ ବ୍ଲାକମେଲ କରୁଥିଲେ ଚିନ୍ମୟୀ । ମୁଁ କାହାକୁ ସାଇକୋ ଲେଡି କହିନି ବୋଲି କହିଛନ୍ତି ମୃତ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚିନ୍ମୟୀ ମୋତେ ବାରମ୍ବାର ଧମକ ଦେଉଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ଓ ଫୋନ୍ କରି ମୋ ସ୍ୱାମୀଙ୍କୁ ଧମକ ଦେଉଥିଲେ । ପୂରା ଘଟଣାର ତଦନ୍ତ ହେବା ଦରକାର ।

ମୋ ଚରିତ୍ରକୁ ନେଇ ଚିନ୍ମୟୀ ଅନେକ କଥା କହିଛନ୍ତି ତାଙ୍କ ନାଁରେ ମୁଁ ଥାନାରେ ମାମଲା ରୁଜୁ କରିଛି ବୋଲି କହିଛନ୍ତି ବିଦ୍ୟାଶ୍ରୀ । ବ୍ଲାକମେଲ ପ୍ରସଙ୍ଗରେ ବିଦ୍ୟାଶ୍ରୀ କହିଛନ୍ତି, ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ଫୋନ ନାହିଁ, ପୋଲିସ ସିଜ୍ କରିଛି । ଏଣୁ ସେ କାହିଁକି ଚିନ୍ମୟୀଙ୍କୁ ଫୋନ କରି ବ୍ଲାକ ମେଲ୍ କଥା କହିବେ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ ।

ବାହଘର ନିର୍ବନ୍ଧ ବେଳକୁ ଯିଏଁ ବ୍ଲାକମେଲ କରୁଥିଲେ, ସେ ହଠାତ୍ ଚୁପ୍ କେମିତି ବସିପଡ଼ିଲେ ବୋଲି ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି । ତେବେ ମାମଲାର ସଠିକ୍ ତଦନ୍ତ ହେଲେ ପ୍ରକୃତ ହତ୍ୟାକାରୀର ଚେହେରା ସାମନାକୁ ଆସିବ ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

ICICI ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚର ଗିରଫ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଛି । ICICI ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନୀ ଭିଡିଓକନ୍ ଇଣ୍ଡଷ୍ଟ୍ରୀଜ୍ ଦ୍ୱାରା ଦୀପକ କୋଚ୍ଚରଙ୍କ କମ୍ପାନୀର ନିବେଶ ନେଇ ଯାଞ୍ଚ ଚାଲିଥିଲା । ଏହି ମାମଲାରେ ଇଡି ଅଧିକାରୀ ଦୀପକ କୋଚ୍ଚରଭ୍ରୁ ଜେରା କରିଥିଲେ । ପରେ ଦୀପଙ୍କୁ ଗିରଫ କରାଯାଇଛି ।

ଦୀପକଙ୍କ ବିରୋଧରେ ଇଡି ଭିଡିଓକୋନ ଇଣ୍ଡଷ୍ଟ୍ରୀଜକୁ ଦିଆଯାଇଥିବା ଋଣର ଦୂରୁପଯୋଗ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଦୀପକଙ୍କ ବିରୋଧରେ ଏନେଇ ଠୋସ୍ ପ୍ରମାଣ ମିଳିବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା ପାଇଁ ଡାକିଥିଲେ । ଆଉ ଯେତେବେଳେ ସେ ଦେଣନେଣ ନେଇ ଠିକ୍ ସୂଚନା ଦେଇପାରିଲେନି ତ ତାଙ୍କୁ ଇଡି ଗିରଫ କଲା ।

ଅଭିଯୋଗ ହେଉଛି ଦୀପକ କୋଚ୍ଚରଙ୍କ କମ୍ପାନୀ ରିନ୍ୟୁଏବଲ୍ସ ୨୦୧୨ରେ ୬୪ କୋଟି ଟଙ୍କା ଭିଡିଓକନ୍ ଗ୍ରୁପ୍ ଓ ୩୨୫ କୋଟି ମ୍ୟାଟିକ୍ସ ଫର୍ଟିଲାଇଜର ଦ୍ୱାରା ନିବେଶ କରିଥିଲା । ଏହି ନିବେଶ ICICI ବ୍ୟାଙ୍କରୁ ଋଣ ନେବା ପରେ ହିଁ କରାଯାଇଥିଲା । ଆଗାମୀ ଦିନରେ ଚନ୍ଦା କୋଚ୍ଚରଙ୍କ ପାଇଁ ଅଡ଼ୁଆ ବଢ଼ିପାରେ । କାରଣ ତଦନ୍ତକାରୀ ସଂସ୍ଥା ଭିଡିଓକନ୍ ମ୍ୟାଟିକ୍ସ ବ୍ୟତୀତ ଅନ୍ୟ କମ୍ପାନୀଙ୍କ ଦେଣନେଣର ଯାଞ୍ଚ କରୁଛି । ଚନ୍ଦା କୋଚ୍ଚର ICICI ବ୍ୟାଙ୍କର ମୁଖ୍ୟ ଥିବାବେଳେ ଦିଆଯାଇଥିବା ସମସ୍ତ କମ୍ପାନୀ ଲୋନର ଯାଞ୍ଚ କରିପାରେ ଇଡି । ଏହା ପୂର୍ବରୁ ଇଡି ଚନ୍ଦାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଥିଲା ।

Corona Update: ସୁସ୍ଥ ହେଲେ ଆଉ ୩୦୩୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ହଜାର ୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥତା ସଂଖ୍ୟା ରାଜ୍ୟରେ ୯୯ ହଜାର ୩୯୮ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସଂକ୍ରମଣ ହାରରେ ଆଗରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ଜଣ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରୁ ୨୪୨, ବାରଗଡ଼ରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡ଼ାରୁ ୧୩୯, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୯୭ ଜଣ ଲେଖାଏଁ, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡ଼ାରୁ ୮୦, ଯାଜପୁର ଓ କୋରାପୁଟରୁ ୭୯, ଝାରସୁଗୁଡ଼ା ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଢେଙ୍କାନାଳ ୫୬, ଅନୁଗୁଳ ୪୯, ବଲାଙ୍ଗିର ୪୬, ଭଦ୍ରକ ୪୨, କନ୍ଧମାଳ ଓ ସୋନପୁରରୁ ୪୦ ଜଣ ଲେଖାଏଁ, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬, କଳାହାଣ୍ଡି ୨୩, ବୌଦ୍ଧ ୨୧, ନୂଆପଡ଼ା ୧୨ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୨୭ ହଜାର ୮୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୯ ହଜାର ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୨୭ ହଜାର ୮୮୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୫ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ସୂଚନା ଦେଇଛି ।

ଟ୍ରାଫିକ୍ ଜାମ କଲା କୁମ୍ଭୀର, ତା’ ପରେ କ’ଣ ହେଲା ଜାଣନ୍ତୁ…

କାନପୁର: କାନପୁର ଗଙ୍ଗା ବ୍ୟାରେଜ୍ ‌ଉପରେ ସେତେବେଳେ ଚହଳ ପଡ଼ିଗଲା ଯେତେବେଳେ ରାସ୍ତା ଉପରେ ଅଚାନକ ଦେଖାଦେଲା ଏକ ବିରାଟକାୟ କୁମ୍ଭୀର । ସୂଚନା ମୁତାବକ ଗତ ରବିବାରକୁ ସେଠାରେ ରାସ୍ତା ଉପରକୁ ହଠାତ୍‌ ଏକ କୁମ୍ଭୀର ଚାଲି ଆସିଲା ଏବଂ ସେହି ସ୍ଥାନରୁ ଆଉ ହଟିଲା ନାହିଁ । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟତ ଠପ୍ ‌ହୋଇଗଲା । ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ଉକ୍ତ କୁମ୍ଭୀରର ଭିଡ଼ିଓ ସୁଟ୍‌କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସଡ଼କ ପାର କରିବା ପରେ କୁମ୍ଭୀର ଏକ ପ୍ରାଚୀର ଉପରେ ଚଢୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି ।

ବାସ୍ତବରେ ପ୍ରଚୁର ବର୍ଷା ଯୋଗୁଁ ପାଣି ଉପରକୁ ଉଠି ଆସିଥିଲା । ହୁଏତ ସେଥିପାଇଁ କୁମ୍ଭୀର ଭାସି ଆସି ନଦୀ କୂଳରେ ଲାଗିଥିଲା । ଯାହାପରେ ସେ ରାସ୍ତା ଭୁଲିଯାଇ ସଡ଼କ ଉପରକୁ ଚାଲି ଆସିଥିଲା । ସକାଳେ ଭିଡ଼ିଓ ଭାଇରାଲ ହେବାମାତ୍ରେ ବନବିଭାଗ ପୋଲିସର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । କୁମ୍ଭୀରକୁ ଖୁବ ଖୋଜିବା ପରେ ତାକୁ ପାଇଲେ ନାହିଁ ।

ଅସହାୟତାର ସୁଯୋଗ ନେଇ ୧୨ ବର୍ଷର ନାବାଳିକାକୁ ଅପହରଣ ପାଇଁ ହୋଇଥିଲା ଡିଲ୍

ଆସିକା: ରାତାରାତି କୋଟିପତି ହେବାର ନିଶାରେ ହିତାହିତ ଜ୍ଞାନ ଭୁଲିଛି ମଣିଷ । ନରବଳି ଦେଇ ତନ୍ତ୍ରସାଧନା କରି ଧନୀ ହେବାର ଲକ୍ଷ୍ୟ ଆଜି ସଜାଇଛି ଅପରାଧି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଚଷା ପିତଳ ଗାଁରେ ନରବଳି ଉଦ୍ୟମ । ସୂଚନା ଅନୁସାରେ ସେହି ଗାଁର କିଛି ଲୋକଙ୍କ ସହିତ ପାଖ ଗାଁର କିଛି ଲୋକ ଓ ଜଣେ ଗୁଣିଆ ନାବାଳିକାଙ୍କୁ ଅପହରଣ କରି ନରବଳି ଦେବାକୁ ଯୋଜନା କରିଥିଲେ । ଏ ନେଇ କଥାବାର୍ତ୍ତା ମଧ୍ୟ ଚାଲିଥିଲା । ସମ୍ପୃକ୍ତ ନାବାଳିକାଙ୍କ ପରିବାରକୁ ୩୦ ହଜାର ଟଙ୍କା ଯାଚିଥିଲେ ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ତରାଇ । ପରିବାର ଲୋକ ଏଥିରେ ରାଜି ନହେବାରୁ ନାବାଳିକାଙ୍କ ଭାଇଙ୍କୁ ମାଡ଼ମାରିଥିଲେ ଅଭିଯୁକ୍ତ । ୧୨ ବର୍ଷର ଝିଅକୁ ଅପହରଣ ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକ ପହଞ୍ଚିଯିବାରୁ ନାବାଳିକା କୌଶଳକ୍ରମେ ଖସିଆସିଥିଲା ।

ଘଟଣା ସମ୍ପର୍କରେ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି ସମାଧାନ ନହେବାରୁ, ନାବାଳିକାଙ୍କ ଭାଇ, ଥାନାରେ ଅଭିଯୋଗ ଦେବା ପରେ ୪୪୬/୨୦ରେ ମାମଲା ରୁଜୁ କରି, ଚିତ୍ରସେନଙ୍କ ସମେତ ସେହି ଗାଁର ପଞ୍ଚାନନ ଗୌଡ଼ ଓ ଅମୀୟ କୁମାର ସ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଖଣ୍ଡା, କାତି ଓ ଗୋଟିଏ ବାଇତ୍ ଜବତ କରାଯାଇଛି । ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିଲେ ବି ଗୁଣିଆ ସମେତ ୫ ଜଣ ଏବେବି ଫେରାର ଅଛନ୍ତି ।

ଗୁଣିଆ ଧରାପଡ଼ିଲେ ଏମାନଙ୍କର ଅପରାଧିକ ସାମ୍ରାଜ୍ୟର ଖୋଳତାଡ଼ ସମ୍ଭବପର ହେବ । ଗରିବୀର ସୁଯୋଗନେଇ ଅଭିଯୁକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ଗାଁ ଲୋକେ କହିଛନ୍ତି । ୨୦୧୩ର ହିଟଚହଣ୍ଟ ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଦାବି ମଧ୍ୟ ହେଉଛି ।

ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ