spot_img
Home Blog Page 6744

Y ଶ୍ରେଣୀ ସିକ୍ୟୁରିଟି ସହ ମୁମ୍ବାଇ ଆସିବେ କଙ୍ଗନା, ସଞ୍ଜୟ ରାଉତଙ୍କ ସହ ବିବାଦ ପରେ କେନ୍ଦ୍ର ସରକାର ଦେଲେ ସୁରକ୍ଷା

0

 

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ Y ବର୍ଗର ସୁରକ୍ଷା ମିଳିଛି ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟ କଙ୍ଗନାକୁ Y ଶ୍ରେଣୀ ସୁରକ୍ଷା ଦେଇଛି। ବାସ୍ତବରେ କଙ୍ଗନା ରଣାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହୋଇଥିଲା। ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ଆସିବାକୁ ପରାମର୍ଶ ଦେଇଥିଲେ । ଏହା ପରେ କଙ୍ଗନା ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଙ୍ଗନା ରାଣାୱତଙ୍କୁ Y ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସୁରକ୍ଷା ଅଧୀନରେ ୧୧ ଜଣ ପୋଲିସ ନିୟୋଜିତ ହେବେ । ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣ କମାଣ୍ଡୋ ଏବଂ ବାକି ପୋଲିସ୍ ରହିବେ ଏହାର ବିଜ୍ଞପ୍ତି କିଛି ସମୟ ମଧ୍ୟରେ ପ୍ରକାଶ ପାଇପାରେ | କୁହାଯାଉଛି ଯେ ସେପ୍ଟେମ୍ବର ୯ରେ ଯେତେବେଳେ କଙ୍ଗନା ମୁମ୍ବାଇରେ ପହଞ୍ଚିବେ, ସେତେବେଳେ ତାଙ୍କୁ Y ବର୍ଗର ସୁରକ୍ଷା ମିଳିବ।

Y ବର୍ଗର ସୁରକ୍ଷା ପାଇବା ପରେ କଙ୍ଗନା ରଣାୱତ କହିଛନ୍ତି ଯେ, ଏହା ଏକ ପ୍ରମାଣ ଯେ କୌଣସି ଦେଶପ୍ରେମୀର ସ୍ୱରକୁ କେହି ଚାପି ପାରିବେ ନାହିଁ ମୁଁ ଅମିତ ଶାହା ଜୀଙ୍କୁ ଧନ୍ୟବାଦ ଜଣାଉଛି । ପରିସ୍ଥିତି ଯେପରି ଅଛି ସେ ଚାହିଁଥିଲେ ମୋତେ କିଛି ଦିନ ପରେ ମୁମ୍ବାଇ ଆସିବାକୁ ପରାମର୍ଶ ଦେଇଥାନ୍ତେ, କିନ୍ତୁ ସେ ଭାରତର ଏକ ଝିଅର ମାନ ରକ୍ଷା କରି ମୋର ଆତ୍ମସମ୍ମାନ ରଖିଛନ୍ତି ।

ବାସ୍ତବରେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ରଣାୱତ ଆରମ୍ଭରୁ ତାଙ୍କ ସ୍ୱର ଉଚ୍ଚ କରିଛନ୍ତି । ବଲିଉଡ ମାଫିଆ, ନେପୋଟିଜମ୍ ଏବଂ ବର୍ତ୍ତମାନ ଡ୍ରଗ୍ସ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ କହିଛନ୍ତି । କଙ୍ଗନାଙ୍କ ଏହି ବିବୃତ୍ତି ହେତୁ ସେ ସେଲିବ୍ରିଟିଙ୍କ ଟାର୍ଗେଟରେ ଆସିଥିଲେ ଏବଂ କିଛି ରାଜନୈତିକ ଦଳ ସହ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଥିଲା ।

ଏହି ସଂପର୍କରେ କଙ୍ଗନା ରଣାୱତ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧର ବିଷୟ ଚର୍ଚ୍ଚାରେ ରହିଛି । ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ । କଙ୍ଗନା ଏହା ପରେ ମୁମ୍ବାଇ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ କଙ୍ଗନା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ସଞ୍ଜୟ ରାଉତର ଅର୍ଥ ମହାରାଷ୍ଟ୍ର ନୁହେଁ ।

ଏହି ଭିଡିଓରେ କଙ୍ଗନା ରଣାୱତ କହିଛନ୍ତି ଯେ, ଦେଶରେ ମହିଳାଙ୍କ ସହିତ ଦୁଷ୍କର୍ମ ହେଉଛି, ସେମାନଙ୍କ ଉପରେ ଏସିଡ୍ ପକାଯାଉଛି, ସମାଜର ଚିନ୍ତାଧାରା ନିଚ୍ଚ ଥିବାରୁ ଏହି ସବୁ ଘଟଣା ଘଟେ । କଙ୍ଗନା ମଧ୍ୟ ସଞ୍ଜୟ ରାଉତଙ୍କୁ ଏହି ଚିନ୍ତାଧାରା ଦ୍ୱାରା ପ୍ରଭାବିତ ବୋଲି କହିଛନ୍ତି । କଙ୍ଗନା ସଞ୍ଜୟ ରାଉତଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ସେ ପ୍ରତ୍ୟେକ ମହିଳାଙ୍କୁ ଅପମାନିତ କରିଛନ୍ତି, ସେ ଦେଶର ଝିଅକୁ ଦୁର୍ବ୍ୟବହାର କରିଛନ୍ତି ।

କଙ୍ଗନା ରଣାୱତ ମଧ୍ୟ ପୁରୁଣା କଥା ମନେ ପକାଇ କହିଛନ୍ତି ଯେ, ଆମିର ଖାନ ଏବଂ ନସିରୁଦ୍ଦିନ ଶାହା କହିଥିଲେ ଯେ ସେମାନେ ଦେଶରେ ରହିବାକୁ ଭୟ କରୁଥିଲେ । ସେହି ବିବୃତ୍ତିକୁ ମନେ ପକାଇ କଙ୍ଗନା କୁହନ୍ତି- ଯେତେବେଳେ ଆମୀର ଖାନ ଏବଂ ନସିରୁଦ୍ଦିନ ଶାହା ଦେଶ ବିରୁଦ୍ଧରେ କହିଥିଲେ, ସେତେବେଳେ କେହି ସେମାନଙ୍କୁ ଦୁର୍ବ୍ୟବହାର କରିନଥିଲେ। କିନ୍ତୁ ଯେତେବେଳେ ମୁଁ ମୋର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅନୁସରଣ କଲି, ମୋତେ କାହିଁକି ଦୁର୍ବ୍ୟବହାର କରାଗଲା?

Sushant Singh Rajput Case: ମୃତ୍ୟୁର ଦିନେ ପୂର୍ବରୁ ଅମର ଆକବର ଆନ୍ଥୋନିଙ୍କ ପାଇଁ ଫଣ୍ଡ୍‌ ଟ୍ରାନ୍ସଫର କରିଥିଲେ ସୁଶାନ୍ତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର,ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ଯେତିକି କଷ୍ଟ ହୋଇଛି ସେତିକି ତାଙ୍କ ପୋଷା ଜୀବଙ୍କୁ ମଧ୍ୟ । ବାରମ୍ବାର ସୁଶାନ୍ତଙ୍କ ପୋଷା କୁକୁର ‘ଫଜ୍’ର ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଦୁଃଖି ଥିବା ନଜର ଆସିଛି । ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ଫଜ୍ ଯେତେବେଳେ ମୋବାଇଲରେ ସୁଶାନ୍ତଙ୍କ ଫଟୋ ଦେଖି ଦୁଃଖରେ ଗୋଟିଏ ସ୍ଥାନରେ ବସି ରହୁଥିଲା । ବାରମ୍ବାର ଏଣେତେଣେ ଖୋଜୁଥିଲା ଏବଂ ମୋବାଇଲରେ ସୁଶାନ୍ତଙ୍କ ଫଟୋ ଦେଖିବା ପରେ ଖାଉଥିଲା । ତେବେ କେବଳ ଫଜ୍ ନୁହେଁ ତା ବ୍ୟତୀତ ସୁଶାନ୍ତଙ୍କ ଫାର୍ମ ହାଉସରେ ଆଉ ତିନି କୁକୁର ଅଛନ୍ତି । ଯାହାଙ୍କ ନାମ ଅମର, ଆକବର, ଆନ୍ଥୋନି ।

ନିକଟରେ ସୁଶାନ୍ତଙ୍କ ଲୋନାଓ୍ୱାଲା ଫାର୍ମହାଉସର କେୟାର ଟେକରଙ୍କ ବୟାନ୍ ସାମ୍ନାକୁ ଆସିଛି । କେୟାର ଟେକରଙ୍କ କହିବା ଅନୁଯାୟୀ ମୃତ୍ୟୁର ଦିନେ ପୂର୍ବରୁ ସୁଶାନ୍ତ ତାଙ୍କ ଫାର୍ମହାଉସରେ ରହୁଥିବା ତିନି କୁକୁର ଅମର,ଆକବର ଓ ଆନ୍ଥୋନି ପାଇଁ ଫଣ୍ଡ୍ ଟ୍ରାନ୍ସଫର କରିଥିଲେ । କେବଳ ସେତିକି ନୁହେଁ ସୁଶାନ୍ତ ଫାର୍ମ ହାଉସ ସିଫ୍ଟ ହୋଇ ଜୈବିକ ଚାଷ କରିବା ପାଇଁ ମଧ୍ୟ ଯୋଜନା କରୁଥିଲେ । କିନ୍ତୁ ହଠାତ ୧୪ ଜୁନକୁ ସୁଶାନ୍ତଙ୍କ ମୃତ୍ୟୁ ଖବର ଟିଭିରେ ପ୍ରସାରଣ ପରେ ଚମକି ପଡ଼ିଥିଲେ ବୋଲି କହିଛନ୍ତି ସୁଶାନ୍ତଙ୍କ କେୟାରଟେକର । ତେବେ ୨୦୧୮ରେ ଭଡ଼ାରେ ନେଇଥିବା ଫାର୍ମ ହାଉସକୁ ୨୦୧୯ରେ କିଣିବା ପାଇଁ ପ୍ଲାନ କରିଥିଲେ ସୁଶାନ୍ତ । ତେଣୁ ସେହି ସ୍ଥାନକୁ ସେହିଭଳି ନିର୍ମାଣ କରାଯାଉଥିଲା । ସୁଶାନ୍ତ ଅଧିକାଂଶ ସମୟରେ ସେଠାକୁ ବୁଲିବା ପାଇଁ ମଧ୍ୟ ଯାଆନ୍ତି । କିନ୍ତୁ ଇଉରୋପ ଟ୍ରିପ ପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାରୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ  ସେଠାକୁ ଯାଇ ନଥିଲେ । ୨୦୨୦ରେ ଏଗ୍ରିମେଣ୍ଟ ଶେଷ ହୋଇଥାନ୍ତା । କିନ୍ତୁ ଜୁନ୍ ଏବଂ ଜୁଲାଇ ମାସର ଭଡ଼ା ସୁଶାନ୍ତ ପୂର୍ବରୁ ଦେଇ ଦେଇଥିଲେ ।

 

 

View this post on Instagram

 

Dad with Fudge ❤️

A post shared by Shweta Singh kirti (@shwetasinghkirti) on


ଖବର ଅନୁଯାୟୀ ମାର୍ଚ୍ଚ  ଫାର୍ମ ହାଉସରେ ଦୁଇ ତିନି ମାସ ରହିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଏଭଳି ହୋଇପାରିଲା ନାହିଁ । ରିୟା ଏବଂ ତାଙ୍କ ବାପାଙ୍କ ଜନ୍ମଦିନ ମଧ୍ୟ ସେଠାରେ ପାଳନ ହେଉଥିଲା । ଶେଷ ଥର ପାଇଁ ଫେବୃୟାରୀ ଶେଷ ସପ୍ତାହରେ ସୁଶାନ୍ତ ସେଠାକୁ ଯାଇଥିଲେ । ତାଙ୍କ ସହିତ ଦୀପେଶ୍ ସାଓ୍ୱନ୍ତ,ସିଦ୍ଧାର୍ଥ ପିଠାନୀ,ନୀରଜ ଏବଂ କେଶବ ଯାଇଥିଲେ ।
ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ନିକଟରେ ରହୁଥିବା ଫଜକୁ ତାଙ୍କ ଘର ଲୋକ ସାଙ୍ଗରେ ନେଇ ଯାଇଛନ୍ତି ।

Odisha Corona Updates: ୩୮୬୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୩୮୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି କରୋନା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଚାଇନ କେନ୍ଦ୍ରରୁ ୨୨୭୮ଓ ଲୋକାଲ୍ କେସ ୧୫୮୩ ରହିଛି । ୩୦ ଜିଲ୍ଲାରୁ ସୋମବାର ୩୮୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଅନଗୁଳରୁ ୧୨୦, ବାଲେଶ୍ୱରରୁ ୧୦୫, ବରଗଡ଼ ୧୭୬, ଭଦ୍ରକ ୭୪, ବଲାଙ୍ଗିରରୁ ୭୫, ବୌଦ୍ଧ୨୨, କଟକ ୩୬୮, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୭୪, ଗଜପତିରୁ ୧୪, ଗଞ୍ଜାମରୁ ୯୧, ଜଗତସିଂହପୁରରୁ ୮୬, ଯାଜପୁରରୁ ୨୮୫, ଝାରସୁଗୁଡ଼ାରୁ ୧୯୯, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୮୩, କେନ୍ଦୁଝରରୁ ୬୬, କୋରାପୁଟରୁ ୮୬, ମାଲକାନଗିରିରୁ ୩୩, ମୟୁରଭଞ୍ଜରୁ ୧୨୨, ନବରଙ୍ଗପୁରରୁ ୪୪, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୪୮, ପୁରୀରୁ ୨୦୦, ରାୟଗଡ଼ାରୁ ୧୫୩, ସମ୍ୱଲପୁରରୁ ୭୭, ସୋନପୁରରୁ ୧୧୭ ଓ ସନ୍ଦରଗଡ଼ରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ସହ ରାଜ୍ୟରେ ୨୫୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୩୦୯୧୯ ସକ୍ରିୟ ମାମଲା ରହିଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୭୮୮୯୨ରେ ପହଞ୍ଚିଛି ।

ନୂଆ ଶିକ୍ଷାନୀତି ନେଇ ରାଜ୍ୟପାଳଙ୍କ ସମ୍ମିଳନୀ, ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

0

ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତିକୁ ନେଇ ଚର୍ଚ୍ଚା । ଭିଡିଓ କନଫରେସିଂ ମାଧ୍ୟମରେ ଶିକ୍ଷାନୀତି ୨୦୨୦ ଉପରେ ଚାଲିଛି ଆଲୋଚନା । ରାଜ୍ୟପାଳଙ୍କ ଆୟୋଜିତ ଏହି ସମ୍ମିଳନୀରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ସମସ୍ତ ରାଜ୍ୟର ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟର କୂଳପତି ସାମିଲ ହୋଇଛନ୍ତି ।

ଦେଶରେ ଲାଗୁ ହୋଇଥିବା ନୂଆ ଶିକ୍ଷାନୀତି ଉପରେ ଏଥିରେ ଆଲୋଚନା ହେଉଛି । ଦେଶରେ ୩୪ ବର୍ଷ ପରେ ଆସିଛି ନୂଆ ଶିକ୍ଷା ନୀତି । ରାଷ୍ଟ୍ରୀୟ ଶିକ୍ଷା ନୀତି ନିର୍ମାଣରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯୋଗଦାନ ରହିବ ଗୁରୁତ୍ୱପୂର୍ଣ୍ଣ । ଯୁବପିଢୀଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ ହେବ ନୂଆ ଶିକ୍ଷାନୀତି । ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ । ପ୍ରାକ୍ଟିକାଲ ଶିକ୍ଷାକୁ ବେଶ ଗୁରୁତ୍ୱ ଦିଆଯିବ । ନୂଆଶିକ୍ଷା ନୀତିରେ ପ୍ରାକ୍ଟିକାଲିଟି, ପରଫରମାନ୍ସ, କ୍ରିଟିକାଲ ଆନାଲିସିସ୍ ଓ ଆସେସମେଣ୍ଟକୁ ଗୁରତ୍ୱ ଦିଆଯିବ । ଏହା ଆତ୍ମନିର୍ଭର ଭାରତ ଗଠନ ଗଢିବାରେ ସହାୟକ ହେବ ବୋଲି କହିଛନ୍ତି ମୋଦି ।

ନୂତନ ଶିକ୍ଷା ନୀତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ନୀତି ପ୍ରସ୍ତୁତ କରିବା ସମୟରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରାଯାଇଥିଲା । ତେଣୁ ଏହି ନୀତିକୁ ସମସ୍ତେ ଆପଣେଇ ପାରିବେ । ବର୍ତ୍ତମାନ ଦେଶରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା କରାଯାଉଛି । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକବିଂଶ ଶତାବ୍ଦୀର ଭାରତ ଗଠନ କରିବାକୁ ଯାଉଛି ।

 

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନରେ ଆଉ ଜଣେ ଗିରଫ, ଆଜି ଅପରାହ୍ନରେ ରିୟାଙ୍କ ଗିରଫଦାରି ନେଇ ବଢିଲା ଚର୍ଚ୍ଚା

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ କନେକ୍ସନ୍ ନେଇ ଏନସିବିର ତନାଘନା । ପୁଣି ରିୟାଙ୍କୁ ଜେରା କରୁଛି ଏନସିବି । ରିୟାଙ୍କ ପାଇଁ ଝୁଲୁଛି ଗିରଫଦାରୀ ଖଣ୍ଡା । ଅପରାହ୍ନ ୩ଟା ପରେ ରିୟାଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଉଛି । ରିୟାଙ୍କୁ ଭାଇ ସୌଭିକ, ମିରାଣ୍ଡା, ଦୀପକଙ୍କ ସହ ସାମନାସାମନି ଜେରା କରିପାରେ ଏନସିବି । ଡ୍ରଗ୍‌ସ ଲିଙ୍କ ନେଇ ରିୟାଙ୍କୁ ପଚରାଉଚରା କରାଯାଉଛି ।

ସେପଟେ ଡ୍ରଗ୍‌ସ ଡିଲର ଜୈଦ, ସାମୁଏଲ ମିରାଣ୍ଡା, ସୌଭିକଙ୍କର ମେଡିକାଲ ଟେଷ୍ଟ କରାଯାଇଛି । ଗତକାଲି ୬ଘଣ୍ଟା ଜେରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରିୟା ମୁହଁ ଖୋଲିଥିଲେ। ମାର୍ଚ୍ଚ ୧୭ରେ ସାମୁଏଲ୍ ମିରାଣ୍ଡା ଡ୍ରଗ୍‌ସ ଆଣିବାକୁ ଜୈଦଙ୍କ ନିକଟକୁ ଯାଇଥିଲେ । ଏସଂପର୍କରେ ରିୟା ଜାଣିଥିଲେ । କେବଳ ସେତିକି ନୁହେଁ, ରିୟା ଓ ସୌଭିକ ଡ୍ରଗ୍‌ସ ଡିଲରଙ୍କ ସହ ଡ୍ରଗ୍‌ସ ପାଇଁ କୋଅର୍ଡିନେସନ୍ କରୁଥିବା ମାନିଛନ୍ତି । ଭାଇ ସୌଭିକଙ୍କ ଦ୍ବାରା ସୁଶାନ୍ତଙ୍କ ପାଇଁ ରିୟା ଡ୍ରଗ୍‌ସ ମଗାଉଥିଲେ ।

ଡ୍ରଗ୍‌ସ ଲିଙ୍କ ମାମଲାରେ ମୁମ୍ବାଇରୁ ଅନୁଜ କେଶଓ୍ବାନୀ ନାମକ ଜଣେ ଡ୍ରଗ୍‌ସ ଡିଲରଙ୍କୁ ଗିରଫ କରାଯାଇଛି । କାଇଜେନ୍ ଇବ୍ରାହିମଙ୍କୁ ପଚରାଉଚରା ବେଳେ ତାଙ୍କ ନାଁ ସାମନାକୁ ଆସିଥିଲା । ତାଙ୍କ ନିକଟରୁ ଡ୍ରଗ୍‌ସ ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଅନୁଜଙ୍କ ଗିରଫଦାରୀ ପରେ ଡ୍ରଗ୍‌ସ ମାମଲାର କମର୍ସିଆଲ୍ ଆଙ୍ଗଲ ନେଇ ଯାଞ୍ଚ କରାଯିବ ।

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: ଦେଶରେ ୨୪ ଘଣ୍ଟାରେ ୯୦ ହଜାର ୮୦୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୯୦ହଜାର ୮୦୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ଲକ୍ଷ ୪ହଜାର ୬୧୪କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ ୮ଲକ୍ଷ ୮୨ହଜାର ୫୪୨ ଥିବା ବେଲେ ସୁସ୍ଥ ହେଲେଣି ୩୨ଲକ୍ଷ ୫୦ହଜାର ୪୨୯ଜଣ ।

ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୭୧ହଜାର ୬୪୨କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୭ହଜାର ୨୧୨ ସଂକ୍ରମିତ ହୋଇଥିବା ବେଲେ ମୃତ୍ୟୁସଂଖ୍ୟା ୨୬ହଜାର ୬୦୪ରେ ପହଞ୍ଚିଛି । ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେକାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୩ଲକ୍ଷ ୯୮ହଜାର ୫୫୧ ୟୁପିରେ ୨ଲକ୍ଷ ୬୬ହଜାର ୨୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ , ଓଡିଶା ଓ ଗୁଜରାଟରେ ଲକ୍ଷେରୁ ଅଧିକ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଋଷର କରୋନା ଭ୍ୟାକସିନ୍‌ର ଯୋଗାଣ ଓ ଉତ୍ପାଦନ ନେଇ ଭାରତ ଓ ଋଷ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲେୟ କୁଶାଦେବ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୧୧ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ୍ ଲଞ୍ଚ କରିଥିଲେ ।

ଲେସେଣ୍ଟ ଜର୍ଣ୍ଣାଲ ଅନୁସାରେ ପ୍ରାରମ୍ଭିକ ଟ୍ରାଏଲରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଋଷ ଗସ୍ତ ବେଳେ ଟିକା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଋଷ ନିଜ ଦେଶର ନାଗରିକଙ୍କୁ ଚଳିତ ସପ୍ତାହଠାରୁ ସ୍ପୁଟନିକ-ଭି ଉପଲବ୍ଧ କରିବାକୁ ଯାଉଛି ।

ସାକାର ହେଲା ସ୍ୱପ୍ନ: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା 4G ସେବା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀ ଦେଖିଲେ ଆଉ ଏକ ନୂଆ ସକାଳ । ଆରମ୍ଭ ହେଲା 4G ସେବା । ପୋଲିସର କଡା ସୁରକ୍ଷା ମଧ୍ୟରେ ଦୀର୍ଘ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସ୍ୱପ୍ନ ସାକାର ହେଲା। ହାନ୍ତାଳଗୁଡା, ପିପଲପଦର, ଯନ୍ତାପାଇ ଏବଂ ଦାରଲାବେଡାରେ ଆରମ୍ଭ ହେଲା ମୋବାଇଲ ସେବା।

ଏଥିରେ ଉପକୃତ ହେବେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ । ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଲୋକେ ମୋବାଇଲ ଥିଲେ ମଧ୍ୟ କଥା ହେବା ପାଇଁ ଚିତ୍ରକୋଣ୍ଡା ଆସିବାକୁ ପଡ଼ୁଥିଲା । ମାଓବାଦୀଙ୍କ ନାଲି ଆଖି ଯୋଗୁଁ ମୋବାଇଲ ଯୋଗାଯୋଗ ପାଇଁ ଲୋକଙ୍କୁ କୌଣସି ସୁବିଧା ନଥିଲା । ବିଭିନ୍ନ ସ୍ଥାନରେ ଏନେଇ ମାଓବାଦୀ ଫତୱା ଜାରି କରିଥିବା ନଜିର ରହିଛି ।

କିନ୍ତୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା, ପୋଲିସର ସୁରକ୍ଷା ଯୋଗୁଁ ଆଜି ସ୍ୱାଭିମାନ ଅଞ୍ଚଳବାସୀ ଦେଖିଲେ ଆଉ ଏକ ନୂଆ ସକାଳ । ପୂର୍ବରୁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ ପରେ ରାସ୍ତା କାମକୁ ଜୋରଦାର କରି ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗର ସୁବିଧା କରିପାରିଥିଲେ । ଆଉ ଏବେ ଟେଲିକମ୍ ର ସୁବିଧା କରି ଆଉ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି ।

ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତ, ଋଷର ଭ୍ୟାକସିନ୍‌ ଯୋଗାଣ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଋଷର କରୋନା ଭ୍ୟାକସିନ୍‌ର ଯୋଗାଣ ଓ ଉତ୍ପାଦନ ନେଇ ଭାରତ ଓ ଋଷ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲେୟ କୁଶାଦେବ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୧୧ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ୍ ଲଞ୍ଚ କରିଥିଲେ ।

ଲେସେଣ୍ଟ ଜର୍ଣ୍ଣାଲ ଅନୁସାରେ ପ୍ରାରମ୍ଭିକ ଟ୍ରାଏଲରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଋଷ ଗସ୍ତ ବେଳେ ଟିକା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଋଷ ନିଜ ଦେଶର ନାଗରିକଙ୍କୁ ଚଳିତ ସପ୍ତାହଠାରୁ ସ୍ପୁଟନିକ-ଭି ଉପଲବ୍ଧ କରିବାକୁ ଯାଉଛି ।

ଋଷର ନ୍ୟୁଜ୍ ଏଜେନ୍ସି TASS ରୁଷିଆ ଏକାଡେମୀ ଅଫ୍ ସାଇନ୍ସରେ ଡେପୁଟି ନିର୍ଦ୍ଦେଶକ ଡେନିସ୍ ଲୋଗୁନୋଭ କହିଛନ୍ତି ଯେ, ‘ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ପରେ ସ୍ପୁଟନିକ୍- ଭି ଟିକା ବ୍ୟାପକ ବ୍ୟବହାର ପାଇଁ ମୁକ୍ତ କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକା ପରୀକ୍ଷା ଆରମ୍ଭ କରିବାକୁ ଯାଉଛି ଏବଂ ଆମେ ଶୀଘ୍ର ଏହାର ଅନୁମତି ପାଇବୁ।’

ରିପୋର୍ଟ ଅନୁଯାୟୀ, ସାଧାରଣ ଲୋକଙ୍କୁ ଟିକା ଯୋଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି ବୋଲି ସେ କହିଛନ୍ତି। ନାଗରିକ ବ୍ୟବହାର ପାଇଁ ବ୍ୟାଚ୍ ଟିକା ୧୦ ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ । ଏହା ପରେ ଜନସାଧାରଣଙ୍କ ନିକଟରେ ଏହି ଟିକା ପ୍ରୟୋଗ ଆରମ୍ଭ ହେବ।

ସୂଚନା ଅନୁଯାୟୀ, ଏହି ଟିକା ଆଡେନୋଭାଇରସ୍ ପାଇଁ ଆଧାର ଭାବରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ସହଯୋଗରେ ମସ୍କୋର ଗାମାଲା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଟୀକାକରଣର ଦୁଇଟି ପରୀକ୍ଷା ଚଳିତ ବର୍ଷ ଜୁନ୍-ଜୁଲାଇରେ କରାଯାଇଥିଲା ଏବଂ ଏଥିରେ ୭୬ ଜଣ ଅଂଶଗ୍ରହଣ କରିଥିଲେ। ଏହାର ଫଳାଫଳରେ  ୧୦୦ ପ୍ରତିଶତ ଆଣ୍ଟିବଡି ବିକଶିତ କରାଯାଇଥିଲା ।