spot_img
Home Blog Page 6747

ନୀଳଗିରି ବିଧାୟକଙ୍କ ଅଭ୍ୟାସଗତ ଦାଦାଗିରି, ଧମକପୂର୍ଣ୍ଣ ଅଡିଓ ଭାଇରାଲ୍…

ନୀଳଗିରି : ବିଜେପି ବିଧାୟକଙ୍କ ଦାଦାଗିରି  ।  ନୀଳଗିରି ବ୍ଲକ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାକୁ ଧମକ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ।  କେବଳ ଧମକ ନୁହଁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ବି କଲେ  ।  ବିଧାୟକ କହିଥିବା କଥାକୁ ନୀଳଗିରି ବ୍ଲକ ସହକାରୀ ଯନ୍ତ୍ରୀ ଶୁଣୁନଥିବାରୁ ଏଭଳି ଧମକ ସହ ଗାଳିଗୁଳଜ କରିଥିବା ଅଡିଓ ଏବେ ଭାଇରାଲ ହେଉଛି  ।

ବିଧାୟକ  ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ କଥା ମହଙ୍ଗା ପଡିବ ବୋଲି ଧମକ ଦେଇଛନ୍ତି । ଏନେଇ ବିଧାୟକ ସୁକାନ୍ତ ନାୟକଙ୍କୁ ନନ୍ଦିଘୋଷ ପ୍ରତିନିଧି ଯୋଗାଯୋଗ କରିବାକୁ ଚାହିଁଥିଲେ କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରିନି  । ଗତ କିଛି ଦିନ ପୂର୍ବରୁ ନୀଳଗିରିର ମହିଳା ତହସିଲଦାରଙ୍କୁ ବିଧାୟକ ସୁକାନ୍ତ ନାୟକ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ବିବାଦରେ ଛନ୍ଦି ହୋଇଥିଲେ ବିଧାୟକ  ।

ରାୟପୁର ପ୍ରବାସୀ ବସ୍ ଦୁର୍ଘଟଣା: ରାଜ୍ୟକୁ ଫେରିଲା ଦୁଇ ଶ୍ରମିକଙ୍କ ମୃତଦେହ…..

ବ୍ରହ୍ମପୁର: ଗଞ୍ଜାମ ପହଞ୍ଚିଲା ରାୟପୁର ପ୍ରବାସୀ ବସ ଦୁର୍ଘଟଣାରେ ମୃତକଙ୍କ ମରଶରୀର । ୩ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହ ଗଂଜାମ ପହଞ୍ଚିଛି । ମୃତକ ମାନଙ୍କ ମଧ୍ୟରେ ଆସିକା ଘଟକୁରି ଗାଁର ବିଶ୍ୱନାଥ ଗୌଡ଼ ଓ ଖଣ୍ଡଦେଉଳି ନୂଆଁଗାଁର ଯୁଧିଷ୍ଠିର ନାୟକ ଥିବା ବେଳେ, ଉଭୟଙ୍କ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆସିକା ବିଜୁପଟ୍ଟନାୟକ ଛକଠାରେ ମୃତଦେହ ପହଞ୍ଚିବା ପରେ ତହସିଲଦାର ଓ ବିଡିଓଙ୍କ ଉପସ୍ଥିତିରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏଥିସହ ମୃତଙ୍କ ପରିବାରକୁ ରେଡକ୍ରସରୁ ୧୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କର ସହାୟତା ପ୍ରଦାନ କରାଯାଇଛି । ସେପଟେ ଅନ୍ୟ ଶ୍ରମିକ ମାନେ ଦୁଇଟି ବସ ଯୋଗେ ଘରକୁ ପହଞ୍ଚିଛନ୍ତି । ବସରେ ଗଂଜାମ ଆସିକା, ଭଂଜନଗର, ବେଲଗୁଣ୍ଠା ଓ କୋଦଳା ଅଞ୍ଚଳର ଶ୍ରମିକ ଥିଲେ । ଗଂଜାମରୁ ସୁରତ ଯାଉଥିବା ପ୍ରବାସୀ ବସ ଗତକାଲି ରାୟପୁରର ଛେରିଖେଡ଼ି  ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ହେଇଥିଲା ।  ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଥିଲେ । ସେପଟେ ମୃତକଙ୍କ ପରିବାର ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କାର ଅନୁକଂପାମୂଳକ ସହାୟତା ରାଶି ଘୋଷଣା ସହ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚାଲିଗଲେ କେଶବାନନ୍ଦ ଭାରତୀ, ଦିନେ ସଂସଦକୁ ତା’ ଲକ୍ଷ୍ମଣରେଖା ଦେଖାଇଥିଲେ, ଜାଣନ୍ତୁ ପୁରା ପ୍ରସଙ୍ଗ…

କେରଳ: କେଶବାନନନ୍ଦ ଭାରତୀ ଆଉ ନାହାଁନ୍ତି । ୭୯ ବର୍ଷ ବୟସରେ  କେରଳର ଏଦାନିର ମଠରେ ସେ ପ୍ରାଣତ୍ୟାଗ କରିଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ରୋଗରେ ନୁହେଁ ବରଂ ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଛି । ରବିବାର ଭୋର୍ ୩ଟା ୩୦ ମିନିଟରେ ସେ ପ୍ରାଣ ହରାଇଛନ୍ତି । ତେବେ କେଶବାନନ୍ଦ ଭାରତୀ କିଏ ?

କିଏ କେଶବାନନ୍ଦ ଭାରତୀ ?

ଦିନେ ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରି ଚର୍ଚ୍ଚାକୁ ଆସିଥିଲେ । ନ୍ୟାୟର ଅନ୍ତରାଳେ ସୁପ୍ରିମ୍ କୋର୍ଟର ଶୁଣାଣି କେବଳ ତାଙ୍କ ପାଇଁ ନୁହେଁ ବରଂ ଭାରତର ପ୍ରତିଟି ନାଗରିକ ପାଇଁ ବରଦାନ ହୋଇ ବର୍ଷିଥିଲା । ଯାହାଙ୍କ ଅଭିଯୋଗ ଆଧାରରେ ସୁପ୍ରିମ୍ କୋର୍ଟ ଟାଣିଥିଲା ସଂସଦ ପାଇଁ ଲକ୍ଷ୍ମଣରେଖା  ଓ କହିଥିଲେ ସଂସଦ ଲୋକ ପ୍ରତିନିଧିଙ୍କ ମେଳି  । ସବୁ ଆଇନ ପ୍ରଣୟନ ଓ ସଂଶୋଧନର ପୂର୍ଣ୍ଣ ଅଧିକାର ରହିଛି,ଏପରିକି ମୌଳିକ ଅଧିକାରରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ । ମାତ୍ର ଏହି ସୀମାହୀନ ପ୍ରଭୁତ୍ୱ ସମ୍ୱିଧାନର ମୂଳତତ୍ତ୍ୱକୁ ବଦଳାଇପାରିବ ନାହିଁ । ସମ୍ୱିଧାନର ବେସିକ୍ ଷ୍ଟ୍ରକଚରକୁ ପ୍ରଭାବିତ କରିବାର ଅଧିକାର ସଂସଦ ପାଖରେ ନାହିଁ । ଏପରିକି ସମ୍ୱିଧାନ ନିଜେ ମଧ୍ୟ ନିଜ ବେସିକ୍ ଷ୍ଟ୍ରକ୍ଚରକୁ ବଦଳାଇପାରିବେ ନାହିଁ । ତେବେ ଏଭଳି ନିଷ୍ପତ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି କୁହାଯାଏ । ଯାହା ପ୍ରମାଣ କରିଥିଲା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଭୁଲ ଭଟକାକୁ ଖୋଜି କାଢିବା ଓ ଲୋକ ପ୍ରତିନିଧିଙ୍କୁ ଠିକ ବାଟରେ ପରିଚାଳିତା କରିବା ଉଦ୍ଦେଶ୍ୟରେ ହିଁ ନ୍ୟାୟ ବ୍ୟବସ୍ଥା, ସ୍ଥାପିତ । ଏସବୁ ହୋଇଛି କେବଳ ଏକ ଅଭିଯୋଗ ଆଧାରରେ  । ଅଭିଯୋଗ ଆଣିଥିଲେ କେଶବାନନ୍ଦ ଭାରତୀ ।

କ’ଣ ଘଟିଥିଲା ?

ସମ୍ୱିଧାନ କୁହେ , ଧାରା ୩୬୮ ଆଧାରରେ ସଂସଦ ସମ୍ୱିଧାନର ସଂଶୋଧନ କରିବ । ଏପରିକି ଭାରତୀୟ ନାଗରିକଙ୍କୁ ମିଳିଥିବା ମୌଳିକ ଅଧିକାରକୁ ମଧ୍ୟ ସଂଶୋଧନ କରିବାର କ୍ଷମତା ରହିଛି ସଂସଦ ପାଖରେ । ମୌଳିକ ଅଧିକାରକୁ ସଂଶୋଧନ କରିବାର ଅଧିକାର ଇନ୍ଦିରାଗାନ୍ଧୀଙ୍କ ୨୪ତମ ସମ୍ୱିଧାନ ସଂଶୋଧନ ଆଇନ ପରେ ସଂସଦକୁ ମିଳିଥିଲା । ପରେ ୨୫ ତମ ସଂଶୋଧନ ଆଇନରେ ନାଗରିକଙ୍କ ସମ୍ପତ୍ତିଗତ ଅଧିକାରକୁ ନାଗରିକମାନଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା । ଅର୍ଥାତ୍ ସରକାର ଚାହିଁଲେ ଭୂମି ସଂସ୍କାର ଆଣି ନାଗରିକଙ୍କଠାରୁ ସମ୍ପତ୍ତି ହାତେଇପାରିବେ । ସରକାର ଏହି ଆଇନ ଆଣିବା ପରେ କେରଳ ସରକାର ୨ଟି ଭୂମି ସଂସ୍କାର ଆଇନ ଆଣି ଅନେକ ଧାର୍ମିକ ସ୍ଥାନ ଅକ୍ତିଆର କରିବା ଉପରେ ଧ୍ୟାନ ଦେଲେ ।  ଏହାପରେ କେଶବାନନ୍ଦ ଭାରତୀଙ୍କ ଅଧିନରେ ଥିବା ମଠକୁ ମଧ୍ୟ ସରକାର ନିଜ ଅଧିନସ୍ଥ କରି ନେଇଥିଲେ । କେରଳ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କେଶବାନନ୍ଦ ଭାରତୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ।

କ’ଣ କହିଲେ ସୁପ୍ରିମକୋର୍ଟ ?

୧୯୭୨ ଅକ୍ଟୋବର ୧୩ରେ ପ୍ରଥମ ଥର ଟ୍ରାଏଲ ଆରମ୍ଭ ହୋଇଥିବା ବେଳେ ଶୁଣାଣି ଆସିଥିଲା ୧୯୭୩ ମାର୍ଚ୍ଚ ୨୩ । ସୁପ୍ରିମକୋର୍ଟ  କେରଳ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ ବୋଲି ଦର୍ଶାଇ କେଶବାନନ୍ଦ ଭାରତୀଙ୍କ ସପକ୍ଷରେ ଶୁଣାଣି କଲେ । ୧୩ ଜଣିଆ ଖଣ୍ଡପୀଠ ୭-୬ରେ ମତ ପୋଷଣ କରିଥିଲା । ଶୁଣାଣିରେ କୁହାଯାଇଥିଲା, ସମ୍ୱିଧାନର ଧାରା ୨୬ (ମୌଳିକ ଅଧିକାର) ଅନୁଯାୟୀ, ଧର୍ମୀୟ ଅନୁଷ୍ଠାନ ନିଜ ସମ୍ପତ୍ତି ଉପରେ ପ୍ରଭୂତ୍ୱ ଜାହିର କରିବାକୁ ସ୍ୱତନ୍ତ୍ର । କୌଣସି ସରକାର ଆଇନ ଆଣି ଏହାକୁ ପରିବର୍ତ୍ତନ କରି ପାରିବେ ନାହିଁ । ଏହା ସମ୍ୱିଧାନର ମୂଳତତ୍ତ୍ୱ (ବେସିକ୍ ଷ୍ଟ୍ରକଚର୍) ।  ଏହି ମୂଳତତ୍ତ୍ୱ – ସମାନତା, ସ୍ୱାଧୀନତା, ସଂଘୀୟ ବ୍ୟବସ୍ଥା ଓ ଧର୍ମ ନିରପେକ୍ଷତାର ସୁରକ୍ଷା କରେ । ଏଣୁ ଆଇନ ପ୍ରଣୟନ କରିବା ବେଳେ ସରକାର ଏସବୁର ଧ୍ୟାନ ରଖନ୍ତୁ । କୌଣସି ପରିସ୍ଥିତିରେ ମଧ୍ୟ ସରକାର ସମ୍ୱିଧାନର ବେସିକ୍ ଷ୍ଟ୍ରକଚର୍ ଅଫ୍ ଡକ୍ଟରାଇନକୁ ବଦଳାଇ ପାରିବେ ନାହିଁ । ମୌଳିକ ଅଧିକାରର ଉଦ୍ଦେଶ୍ୟ ହିଁ ସମ୍ୱିଧାନର ମୂଳତତ୍ତ୍ୱରୁ ଉତ୍ପନ୍ନ । ସେହିଭଳି କେଉଁଟି ବେସିକ୍ ଷ୍ଟ୍ରକଚର୍ ଓ କେଉଁଟି ନୁହେଁ, ତାହା ମଧ୍ୟ ସୁପ୍ରିମ୍ କୋର୍ଟ ନିର୍ଦ୍ଧାରଣ କରିବେ ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ… ଗିରଫ ହେବେ କି ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ… ଗିରଫ ହେବେ କି ରିୟା ଚକ୍ରବର୍ତ୍ତୀ

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ପ୍ରଥମଥର ପାଇଁ ଦିନକରେ ୯୦ ହଜାରୁ ଅଧିକ ପଜିଟିଭ ମାମଲା

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ପ୍ରଥମଥର ପାଇଁ ଦିନକରେ ୯୦ ହଜାରୁ ଅଧିକ ପଜିଟିଭ ମାମଲା

ରାଜ୍ୟରେ ବଢୁଛି ଟେଷ୍ଟିଂ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୩୦ ଜିଲ୍ଲାରୁ ଆଉ ୩୮୧୦ ପଜିଟିଭ ଚିହ୍ନଟ

ରାଜ୍ୟରେ ବଢୁଛି ଟେଷ୍ଟିଂ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୩୦ ଜିଲ୍ଲାରୁ ଆଉ ୩୮୧୦ ପଜିଟିଭ ଚିହ୍ନଟ

Odisha Corona Updates: ୩୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ…..

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୨୨୮୬ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଚିହ୍ନଟ ହୋଇଛନ୍ତି । ରବିବାର ୩୦ ଜିଲ୍ଲାରୁ ୩୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ  ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଅନଗୁଳରୁ ୭୩, ବାଲେଶ୍ୱରରୁ ୧୨୦, ବରଗଡ଼ ୩୯୬, ଭଦ୍ରକ ୧୦୭, ବଲାଙ୍ଗିରରୁ ୪୩, ବୌଦ୍ଧ ୨୯, କଟକ ୩୨୨, ଦେବଗଡ଼ରୁ ୭, ଢେଙ୍କାନାଳରୁ ୫୧, ଗଜପତିରୁ ୨୦, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୦୫, କେନ୍ଦୁଝରରୁ ୮୪, କୋରାପୁଟରୁ ୮୪, ମାଲକାନଗିରିରୁ ୩୭, ମୟୁରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ୬୨, ନୂଆପଡ଼ାରୁ ୯୩, ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧, ସମ୍ୱଲପୁରରୁ ୮୩, ସୋନପୁରରୁ ୧୦୬ ଓ ସନ୍ଦରଗଡ଼ରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ସହ ରାଜ୍ୟରେ ୩୪୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୯୩୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ  ୨୯୬୫୮ ସକ୍ରିୟ ମାମଲା ରହିଛି । ଆଜିର ସଂଖ୍ୟାକୁ ମିଶାଇ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ରେ ପହଞ୍ଚିଛି ।

ଟେଷ୍ଟିଂ ଉପରେ ଜୋରଦାର ଫୋକସ୍: ଗୋଟିଏ ଦିନରେ ରାଜ୍ୟରେ ୫୦ ହଜାର ୩୯୩ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣହୀନ ହେବା ପରେ ରାଜ୍ୟ ସରକାରଙ୍କ ଫୋକସ୍ ଏବେ ଟେଷ୍ଟିଂ ଉପରେ ରହିଛି । ସରକାର ଚେଷ୍ଟା କରୁଛନ୍ତି ଯେତେ ଅଧିକ ସମ୍ଭବ ଟେଷ୍ଟିଂ କିଭଳି ଭାବେ କରାଯାଇପାରିବ । ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୦ ହଜାର  ୩୯୩ଟି ଟେଷ୍ଟିଂ ହୋଇଛି । ସେମଧ୍ୟରେ ୪୧ ହଜାର ୪୫୧ଟି ଆଣ୍ଟିଜେନ୍ ଟେଷ୍ଟିଂ କରାଯାଇଛି ।

ସେହିପରି ୭ ହଜାର ୯ ଶହ ୪୮ଟି ଆରଟିପିସିଆର ଓ ୧୪୮ ଟ୍ରୁନାଟ ଟେଷ୍ଟ ହୋଇଛି । ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ସବୁଠାରୁ ଅଧିକ ରହିବା ସତ୍ତ୍ୱେ ମଧ୍ୟ ସରକାର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଟେଷ୍ଟିଂ ଉପରେ ଧ୍ୟାନ ଦେଉଛନ୍ତି ।  ତେବେ ଆଜି ଗଂଜାମରେ ସର୍ବାଧିକ ୬ ହଜାର ୮୫ଟି ନମୁନା ପରୀକ୍ଷଣ ହୋଇଛି ।

ସେହିପରି କେନ୍ଦ୍ରାପଡ଼ାରେ ୪ ହଜାର ୧୭, କେନ୍ଦୁଝରରେ ୩ ହଜାର ୮୭୧, ମୟୂରଭଂଜରେ ୩ ହଜାର ୫୮୭ ଏବଂ କଟକ ଏସସିବିରେ ୨୩ ଶହ ୯୫ ନମୁନା ପରୀକ୍ଷଣ ହୋଇଛି । ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଏବେ ଦ୍ରୁତ ଗତିରେ ଆଗଉଛି । ରାଜ୍ୟର ପ୍ରମୁଖ କରୋନା ସଂକ୍ରମିତ ଜିଲ୍ଲାରେ ସରକାରଙ୍କ ଫୋକସ୍ ବଢୁଛି ।

India Corona Updates: ସ୍ଥିତି ସଙ୍ଗୀନ, ଶେଷ ୨୪ ଘଣ୍ଟାରେ ୧,୦୬୫ ଜୀବନ ଗଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସାରା ଦେଶରେ ସ୍ଥିତି ଗମ୍ଭୀର । ପ୍ରତିଦିନ କରୋନା ନିଜ ରେକର୍ଡ଼ ନିଜେ ଭାଙ୍ଗୁଛି । ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୯୦ହଜାର ୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୧ଲକ୍ଷ ୧୩ହଜାର ୮୧୨ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି  ୮ ଲକ୍ଷ ୬୨ହଜାର ୩୨୦ । କରୋନାରୁ ସୁସ୍ଥ ହେଲେଣି ୩୧ଲକ୍ଷ ୮୦ହଜାର ୮୬୬ଜଣ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୦ହଜାର ୬୨୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ୮ଲକ୍ଷ ୮୩ହଜାର ୮୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ହଜାର ୨୭୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାଯଥାକ୍ରମେ ୪ହଜାର ୩୪୭ ଓ ୭ହଜାର ୭୫୧ । କର୍ଣ୍ଣାଟକରେ ୩ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଲେ ୟୁପିରେ ୨ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେକାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ରିୟାଙ୍କ ପାଇଁ ବଢୁଛି ବିପଦ, ଡ୍ରଗ୍ସ୍ ଲିଙ୍କରେ ଆଜି ବି ଜେରା….

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମତ୍ୟୁ ମାମଲାରେ ଧିରେ ଧିରେ ରିୟାଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି । ସୌଭିକ୍ ଚକ୍ରବର୍ତ୍ତୀ ଓ ସାମୁଏଲ ମିରାଣ୍ଡାଙ୍କ ଗିରଫ ପରେ ରିୟାଙ୍କ ଗିରଫ ନେଇ ସଙ୍କେତ ଦେଇଛି ଏନସିବି । ଏନସିବି ଅଧିକାରୀଙ୍କ କହିବା ଅନୁଯାୟୀ, ଡ୍ରଗ୍ସ ଲିଙ୍କ ମାମଲାରେ ଅଧିକ ଖୋଳତାଡ ପାଇଁ ରିୟାଙ୍କୁ ଜେରା କରାଯିବ । ଆବଶ୍ୟକ ପଡିଲେ ରିୟା ଚକ୍ରବର୍ତ୍ତୀଙ୍କୁ ବି ଗିରଫ କରାଯିବ ବୋଲି ନାର୍କୋଟିସ୍ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଡ୍ରଗ୍ସ ଲିଙ୍କରେ ଏନସିବି ଆଉ ଜଣକୁ ଗିରଫ କରିଛି । ମମଲାରେ ସୁଶାନ୍ତଙ୍କ ଷ୍ଟାଫ୍ ଦିପେଶ ସାଓ୍ବନ୍ତଙ୍କୁ ଉଠାଇ ନେଇ ଯାଇଛି ନାର୍କୋଟିସ୍ ବ୍ୟୁରୋ । ପୂର୍ବ ଡ୍ରଗ୍ସ କନେକସନ ନେଇ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡାଙ୍କ ଗରିଫ କରିଥିବା ବେଳେ ଏବେ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଏନସିବି । ସେପ୍ଟେମ୍ବର ୭ ତାରିଖ ଯାଏ ଡ୍ରଗ୍ସ ଲିଙ୍କର ତନାଘନା କରିବ ନାର୍କୋଟିସ୍ ବ୍ୟୁରୋ । ସେପଟେ ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟ୍ ରେ ପହଁଚି ମୃତ୍ୟୁର ଆକ୍ସନ ରିକ୍ରିଏଟ କରିଥିବା ବେଳେ ରିୟାରୁ ଜେରା କରି ଅନେକ ପ୍ରଶ୍ନ କରିଛି