spot_img
Home Blog Page 6746

SSR Case: କାଲି ପୁଣି ପଚରାଉଚରା ପାଇଁ ରିୟାଙ୍କୁ NCBର ନୋଟିସ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲା ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି । ପୁଣି ଥରେ କାଲି ଜେରା ପାଇଁ ରିୟାଙ୍କୁ ସମନ କରିଛି NCB । କାଲି ମଧ୍ୟ ରିୟାଙ୍କୁ ଜେରା ରହିବ । ତେବେ ସୂତ୍ର ଅନୁସାରେ NCB ଆଜି ରିୟାଙ୍କୁ ଗିରଫ କରିନପାରେ ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ କନେକ୍ସନକୁ ନେଇ ତଦନ୍ତ କରୁଛି । ଡ୍ରଗ୍ସ ମାମଲାରେ ଏନସିବି ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି । ଆଉ ରିୟାଙ୍କୁ ଚାଲିଛି ଘନ ଘନ ଜେରା । ଏବେ ଏହି ମାମଲାରେ କାଲି ମଧ୍ୟ ରିୟାଙ୍କୁ ଏନସିବି ଜେରା କରିବ ।

ତେବେ, ଆଜି ଜେରା ବେଳେ ରିୟା କେତକ କଥାକୁ ମାନି ନେଇଥିବା ଜଣାପଡ଼ିଛି । ଏନସିବିର ପଚରାଉଚରାରେ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମାନିଛନ୍ତି ମାର୍ଚ୍ଚ ୧୭ରେ ସାମୁଏଲ ମିରାଣ୍ଡା ଡ୍ରଗ୍ସ ଆଣିବାକୁ ଜୈଦଙ୍କ ପାଖକୁ ଯାଇଥିଲେ । ଯାହା ବିଷୟରେ ଅବଗତ ଥିଲେ ରିୟା । ଏବଂ ସେ ସୌଭିକ ଡ୍ରଗ୍ସ ପେଡଲର ଜୈଦ ସହ ଡ୍ରଗ୍ସ କୋର୍ଡିନେସନ୍ କରିଥିଲେ ।

ଜେରା ବେଳେ ରିୟା କହିଛନ୍ତି- ଭାଇ ସୌଭିକଙ୍କ ଜରିଆରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ । ଏଥିସହ ରିୟା ମାର୍ଚ୍ଚ ୧୫ର ଚାଟକୁ ମାନିଛନ୍ତି । ସେଦିନ ଚାଟରେ ରିୟା ଓ ସୌଭିକ ଡ୍ରଗ୍ସ ନେଇ କଥା ହୋଇଥିଲେ । ଏପରିକି ଭାଇ ସୌଭିକଙ୍କ ଜରିଆରେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ବାସିତଙ୍କ ଠାରୁ ଡ୍ରଗ୍ସ କିଣୁଥିବା ରିୟା NCB ଆଗରେ ମାନିଛନ୍ତି । ଏହି ଡ୍ରଗ୍ସ ଆଙ୍ଗଲର ଖୁଲାସା ପରେ କେତେଜଣ ଡ୍ରଗ ପେଡଲର୍ସ ଙ୍କ ନାମ ଆସିଛି । ଯାହାର ଯାଞ୍ଚ କରୁଛି ଏନସିବି ।

ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ରିୟା ସମେତ କେତକ ଡ୍ରଗ ପେଡଲର୍ସଙ୍କ ଘରେ ରେଡ୍ ହୋଇଛି । ଏନସିବି ରିୟାଙ୍କ ଭାଇ ସୌଭିକଙ୍କ ସମେତ ମାମଲାରେ ଏଯାଏଁ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ସାମୁଏଲ, କରଣ, କୌଜାନ, ଦୀପେଶ ଓ ଜୈଦ ଅଛନ୍ତି । ଏବେ ଆଶଙ୍କା କରାଯାଉଛି ମାମଲାରେ ରିୟା ମଧ୍ୟ ଗିରଫ ହେବେ ।

୨୬ ବର୍ଷ ତଳେ ଠକି ନେଇଥିଲେ ୨,୨୧୨ ଟଙ୍କାର ଚେକ୍, ଏବେ ଦେଲେ ୫୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଭୁଲ୍ ଛୋଟ ହେଲେ ବି ଆଇନ୍ ଆଖିରେ ତାହା ସମାନ । ଏମିତି ଅନେକ ସମୟରେ ଛୋଟ ଛୋଟ ଭୁଲ୍ ଭାରି ପଡ଼ିଯାଏ । ଏମିତି ଏକ ମାମଲା ଦେଖିବାକୁ ମିଳିଛି ସୁପ୍ରିମକୋର୍ଟରେ । ଯେଉଁଠି ଜଣେ ବ୍ୟକ୍ତି ୨୬ ବର୍ଷେ ତଳେ ଅର୍ଥାତ୍ ୧୯୯୪ ମସିହାରେ ନକଲି ଖାତା ଖୋଲି ଚେକ୍ ଜରିଆରେ ୨୨୧୨.୫ ଟଙ୍କା ବାହାର କରିଥିଲେ । ଏବେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଦୌଡ଼ିବା ପରେ ବ୍ୟକ୍ତି ଜଣଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇବାକୁ ପଡ଼ିଛି । ସୁପ୍ରିମକୋର୍ଟ ଅପରାଧ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନେ ଭାବେ ୫ ଲକ୍ଷ ଟଙ୍କା ଓ ଅଭିଯୋଗକୁ ସେଟଲମେଣ୍ଟ ପାଇଁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ବ୍ୟକ୍ତି ଜଣଙ୍କ । ଅର୍ଥାତ୍ ୫୫ ଟଙ୍କା ଦେବା ପରେ ମୀମାଂସା ହୋଇଛି ମାମଲା ।

ପୂରା ମାମଲା କଣ ?

ମହେନ୍ଦ୍ର କୁମାର ଶାରଦା ନାମକ ବ୍ୟକ୍ତି ଓମ୍ ମାହେଶ୍ୱରୀଙ୍କ ମ୍ୟାନେଜର ଭାବେ ୧୯୯୨ ମସିହା ମେ ଯାଏଁ କାମ କରୁଥିଲେ । ସେତେବେଳେ ଓମ୍ ମାହେଶ୍ୱରୀ ଦିଲ୍ଲୀ ଷ୍ଟକ୍ ଏକ୍ସଚେଞ୍ଜର ସଦସ୍ୟ ଥିଲେ । ୧୯୯୭ରେ ମାହେଶ୍ୱରୀ ଦିଲ୍ଲୀରେ ଶାରଦାଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଅଭିଯୋଗ କରିଥିଲେ ତାଙ୍କ ମ୍ୟାନେଜର ବେଆଇନ୍ ଭାବେ ତାଙ୍କ ନାମରେ ଆକାଉଣ୍ଟ ଖୋଲିଛନ୍ତି । ତାପରେ ଚେକ୍ ଜରିଆରେ କମିଶନ ଓ ବ୍ରୋକରେଜ ପଇସା ବାହାର କରିଛନ୍ତି । ଶାରଦା ସେତେବେଳେ ୨୨୧୨ ଟଙ୍କା ୫୦ ପଇସା ବାହାର କରିଥିଲେ ।

ହାଇକୋର୍ଟଙ୍କ ନିଷ୍ପତ୍ତି

ଶାରଦାଙ୍କ ଉପରେ ଠକେଇ ଓ ଜାଲିଆତି ଅଭିଯୋଗ ହୋଇଥିଲା । ପରେ ସେ ମାମଲାକୁ ସେଣ୍ଟଲମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଚଳିତବର୍ଷ ଜୁଲାଇ ମାସରେ ଦିଲ୍ଲୀ ହାଇକୋର୍ଟ ଶାରଦାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ ପାଇଁ ମନା କରି ଦେଇଥିଲେ । ହାଇକୋର୍ଟ କହିଥିଲେ ଏହି ଅଭିଯୋଗ ଗୁରୁତର ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଏହା ପରେ ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଅଭିଯୁକ୍ତ କହିଥିଲେ ସେ ୫୦ ଲକ୍ଷ ଟଙ୍କା ଦେଇ ମାମଲାକୁ ଶେଷ କରିବାକୁ ଚାହୁଁଛନ୍ତି । ଜଷ୍ଟିସ୍ ସଞ୍ଜୟଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଓକିଲଙ୍କୁ ପଚାରିଥିଲେ ଏହି ମାମଲା ଶେଷ ପାଇଁ ଓ ନ୍ୟାୟିକ ପ୍ରକ୍ରିୟ ପାଇଁ ୧୦ ବର୍ଷରୁ ଅଧିକ ସମୟ କାହିଁକି ଲାଗିଲା ? ନ୍ୟାୟିକ ସମୟ ବରବାଦ କରୁଥିବାରୁ କୋର୍ଟ ଶାରଦାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏବେ ସେପ୍ଟେମ୍ବର ୧୫ରେ ଶାରଦାଙ୍କ ତଥ୍ୟ ଶୁଣିବା ପରେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ ।

IPL 2020: ଆସିଲା ଆଇପିଏଲ୍ ସେଡ୍ୟୁଲ୍, ଜାଣନ୍ତୁ କେଉଁ ଦିନ କାହାକୁ ଭେଟିବ କିଏ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ୨୦୨୦ର ପୂରା ମ୍ୟାଚ୍ ସୂଚି ଜାରି ହୋଇଛି । ଆଇପିଏଲର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆବୁଧାବିରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଗତଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ତାପରେ ୨୦ ସେପ୍ଟେମ୍ବରକୁ ଦୁବାଇରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟଲ୍ସ ଓ କିଙ୍ଗ୍ସ ଇଲେଭନ ପଞ୍ଜାବ ।

ସୋମବାର ୨୧ ସେପ୍ଟେମ୍ବରକୁ ସନରାଇଜର୍ସ ହାଇଦରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ୨୨ ସେପ୍ଟେମ୍ବରକୁ ଶାରଜାହରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହେବ । ଦୁବାଇରେ ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ୍ ଖେଳାଯିବ । ଆବୁଧାବିରେ ୨୦ଟି ମ୍ୟାଚ୍ ଓ ଶାରଜାହରେ ୧୨ଟି ମ୍ୟାଚ୍ ଖେଳାଯିବ । IPL ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ କୁହାଯାଇଛି- ପ୍ଲେଅଫ୍ ଓ ଫାଇନାଲ୍ ମୁକାବିଲା କେଉଁଠି ହେବ ପରେ ନାଁ ଘୋଷଣା କରାଯିବ ।

୧୦ ନଭେମ୍ବରରେ ଫାଇନାଲ୍

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୫୩ ଦିନ ଯାଏ ଚାଲିବ । ଆଇପିଏଲର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୦ରେ ଖେଳାଯିବ । ଚଳିତଥର ଗୋଟିଏ ଦିନ ୨ଟି ମ୍ୟାଚ୍ ଖେଳାଯିବ । ତେବେ, ଏଥର ୩୦ ମିନଟ୍ ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବ । ଅପରାହ୍ଣ ୪ଟା ପରିବର୍ତ୍ତେ ୩ଟା ୩୦ରୁ ମ୍ୟାଚ ଆରମ୍ଭ ହେବ । ସେହିଭଳି ସନ୍ଧ୍ୟାର ମ୍ୟାଚ୍ ୭ଟା ୩୦ ପରିବର୍ତ୍ତେ ରାତି ୮ଟାରେ ଆରମ୍ଭ ହେବ ।

କରୋନା ପଜିଟିଭ୍ ଯୁବତୀଙ୍କୁ ଆମ୍ବୁଲାନ୍ସ ଚାଳକଙ୍କ ଦୁଷ୍କର୍ମ !

କୋଚି: ମହାମାରୀ କରୋନା କାୟା ମେଲାଇ ଚାଲିଥିବା ବେଳେ କେରଳରୁ ଆସିଛି ଲଜ୍ଜାଜନକ ଖବର । ଯେଉଁଠି ଜଣେ ୧୯ ବର୍ଷୀୟ କରୋନା ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଭିଡ୍ ସେଣ୍ଟରକୁ ନେବାବେଳେ ଖୋଦ୍ ଆମ୍ବୁଲାନ୍ସ ଚାଳକ ହିଁ ରେପ୍ କରିଛନ୍ତି । ଏହାପରେ ଡ୍ରାଇଭର ଜଣକ ଯୁବତୀଙ୍କୁ କୋଭିଡ୍ ସେଣ୍ଟରରେ ଛାଡ଼ି ପଳାଇଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପଟନମିଟ୍ଟାର ଅରମମୂଲାରେ ରହୁଥିବା ଜଣେ ଯୁବତୀ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ପରିବାର ଲୋକ ଆମ୍ବୁଲାନ୍ସ ଡାକିବା ପରେ ଯୁବତୀଙ୍କୁ ମେଡିକାଲ ପଠାଇଥିଲେ । ଯୁବତୀଙ୍କ ଅନୁସାରେ ପୂର୍ବରୁ ଆମ୍ବୁଲାନ୍ସରେ ଅନ୍ୟ ଜଣେ ରୋଗୀ ଥିଲେ । ତାପରେ ଆମ୍ବୁଲାନ୍ସ ଚାଳକ ଜଣଙ୍କ ଅନ୍ୟ ରୋଗୀଙ୍କୁ ଓହ୍ଲାଇ ଦେଇ ଏକ ନିଛାଟିଆ ରାସ୍ତାରେ ନେଇ ଯାଇଥିଲେ । ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଛାଡ଼ି ଦେଇଥିଲେ ।

କୋଭିଡ୍ ସେଣ୍ଟରରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଡାକ୍ତରଙ୍କୁ ସମସ୍ତ କଥା କହିଥିଲେ । ତାପରେ ପୋଲିସ ଅଭିଯୁକ୍ତ ଡାଇଭରଙ୍କୁ ଗିରଫ କରିଥିଲା । ଏବେ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ଯାଏଁ କେରଳରେ ୮୪ ହଜାର ୭୫୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୮୬୭ କେସ୍ ସକ୍ରିୟ ରହିଛି ।

Odisha Unlock 4: ଆସନ୍ତା ୧୨ରୁ ଓଡ଼ିଶାରୁ ଗଡ଼ିବ ଆଉ ୨ଟି ଟ୍ରେନ୍

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦେଶରେ ଆଉ ଅଧିକ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୨ରୁ ଦେଶର ବିଭିନ୍ନ ସ୍ଥାନକୁ ଆଉ ୪୦ ଯୋଡ଼ା ଅର୍ଥାତ୍ ୮୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ୧୦ ତାରିଖରୁ ବୁକିଂ ଆରମ୍ଭ ହେବ । ଅନଲକ୍ ପରେ ଆରମ୍ଭ ହୋଥିବା ଟ୍ରେନ୍ ସେବା ଭଳି ଏଥିରେ କେବଳ ପୂର୍ବରୁ ଟିକେଟ୍ ରିଜର୍ଭସେନ କରିଥିବା ଯାତ୍ରୀ ଯାତ୍ରା କରିପାରିବେ ।

ପୁରୀରୁ ଅହମଦାବାଦକୁ ଟ୍ରେନ୍ ସପ୍ତାହକୁ ଗୋଟିଏ ଦିନ ଚାଲିବ । ସେହିଭଳି ଅହମଦାବାଦରୁ ପୁରୀକୁ ଟ୍ରେନ୍ ସପ୍ତାହକୁ ଥରେ ଆସିବ । ପୁରୀରୁ ଟ୍ରେନ୍ ବୁଧବାର ଛାଡ଼ିବ । ସେହିଭଳି ଅହମଦାବାଦରୁ ପୁରୀ ଆସିବାକୁ ଥିବା ଟ୍ରେନ୍ ଶୁକ୍ରବାର ଛାଡ଼ିବ । ଦୁର୍ଗ-ପୁରୀ ମଧ୍ୟରେ ପ୍ରତିଦିନ ଟ୍ରେନ୍ ଚାଲିବ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଅନଲକିଂର ପ୍ରଥମ ପର୍ଯ୍ୟାୟରେ ମେ ୧୨ ତାରିଖରୁ ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନକୁ ପରୀକ୍ଷାମୂଳକ ଭାବେ ଦେଶରେ ଚାଲିବାକୁ ଅନୁମତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ଆଉ ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଜୁନ୍ ୧ ତାରିଖରୁ ଆରମ୍ଭ କରିଥିଲେ । ଏବେ ଦେଶରେ ମୋଟ ୨୩୦ଟି ଟ୍ରେନ୍ ଚାଲୁଥିବା ବେଳେ ଆସନ୍ତା ୧୨ରୁ ଆଉ ୪୦ ଯୋଡ଼ା ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛି ଭାରତୀୟ ରେଳବାଇ ।

ଖୋର୍ଦ୍ଧାରେ କରୋନା କାବୁ ପାଇଁ ଗଞ୍ଜାମ ରଣନୀତି

ଭୁବନେଶ୍ୱର: ଖୋର୍ଦ୍ଧାରେ କରୋନା ମୁକାବିଲା ପାଇଁ ନୂଆ ରଣନୀତି ଆପଣେଇବେ ସରକାର । ଖୋର୍ଦ୍ଧାରେ ଅଣାୟତ୍ତ କରୋନା ସ୍ଥିତିରେ ରୋକ ଲଗାଇବାକୁ ଲାଗୁ ହେବ ଗଞ୍ଜାମ ରଣନୀତି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ରଣନୀତି ସଫଳ ହେବା ପରେ ଗଞ୍ଜାମ୍ ଜିଲ୍ଲା କରୋନା ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି ।

ଯେହେତୁ ଭୁବନେଶ୍ୱରରେ ବଡ଼ ବଡ଼ କାର୍ଯ୍ୟାଳୟ ସହ ବିମାନବନ୍ଦର, ରେଳ ଷ୍ଟେସନ ରହିଛି । ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରାଯିବ । କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ଵତନ୍ତ୍ର କୋଭିଡ୍ ନିୟନ୍ତ୍ରଣ ଦାୟିତ୍ଵରେ ଆସିଥିବା ଆଇଏଏସ୍ ଅଧିକାରୀ ବିଶାଲ ସିଂ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଆପଣାଯିବ ନୂଆ ଷ୍ଟ୍ରାଟେଜି ।

ଅଧିକରୁ ଅଧିକ ଟେଷ୍ଟିଂ ସହ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରାଯିବ । ମହିଳା ଶିଶୁ ଓ ବୟସ୍କଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସର୍କିଟ ହାଉସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଗଞ୍ଜାମରୁ ଆସିଥିବା ଦୁଇଜଣ IASଙ୍କ ସହ ଭୁବନେଶ୍ବର, ବାଲିପାଟଣା ଓ ବାଲିଅନ୍ତାର ବିଡିଓ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ପାଇଁ ଗଞ୍ଜାମ ଷ୍ଟ୍ରାଟେଜି, କାବୁ ହେବ କରୋନା ସଂକ୍ରମଣ

ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ୍  ଚୁହ୍ନଟ ହୋଇଛନ୍ତି । ଅର୍ଜୁନ କପୁର ତାଙ୍କର କରୋନା ଟେଷ୍ଟ କରିଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କୁ ଏହି ସୂଚନା ସେୟାର କରିଛନ୍ତି । ଅଭିନେତା ଲେଖିଛନ୍ତି ଯେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

https://www.instagram.com/p/CEydxJNp3mB/?utm_source=ig_embed

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୋର ସମସ୍ତଙ୍କୁ ଜଣାଇବା ମୋର ଦାୟିତ୍ୱ ଅଟେ ଯେ ମୋର କରୋନା ପରୀକ୍ଷା ପଜିଟିଭ ଆସିଛି । ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଏବଂ ମୋର ଶରୀର କରୋନାର କୌଣସି ଲକ୍ଷଣ ଦେଖାଦେଇନାହିଁ । ମୁଁ ଡାକ୍ତର ଏବଂ ପ୍ରଶାସନର ପରାମର୍ଶ ଅନୁଯାୟୀ ନିଜକୁ ଆଇସୋଲେସନରେ ରଖିଛି । ଆପଣଙ୍କ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଆଗୁଆ ଧନ୍ୟବାଦ ଦେଉଛି । ମୁଁ ସମସ୍ତଙ୍କୁ ମୋର ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାଉଥିବି । ପୂର୍ବରୁ ଏପରି ସମୟ ନଥିଲା, ଅସାଧାରଣ ସମୟ ଆସିଛି । ମୋର ବିଶ୍ୱାସ ଯେ ସମଗ୍ର ମାନବିକତା ଯୁଦ୍ଧରେ ଲଢ଼ିବେ ଏବଂ ଯୁଦ୍ଧରେ ଜିତିବେ ।

ଅର୍ଜୁନ କପୁରଙ୍କ ଇନଷ୍ଟା ପୋଷ୍ଟ

ଦେଶରେ କରୋନା ଭାଇରସ ଯେପରି ବଢ଼ିବାରେ ଲାଗିଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି  । ଭାରତରେ ପ୍ରତିଦିନ ୮୦,୦୦୦ ରୁ ଅଧିକ କରୋନାକ ମାମଲା ସାମ୍ନାକୁ ଆସୁଛି । ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । ଇଣ୍ଡଷ୍ଟ୍ରିର ଅନେକ ତାରକା କୋଭିଡ ୯ ପଜିଟିଭ୍ ବୋଲି ଜଣାପଡିଛି । ଏହି ତାଲିକାରେ ଏକ ନୂତନ ନାମ ଯୋଡା ଯାଇଛି   ଏହା ହେଉଛି ଅଭିନେତା ଅର୍ଜୁନ କପୁରଙ୍କ ନାମ |

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦରେ ଆସିଛି ଟ୍ୱିଷ୍ଟ । ଜୁଲାଇ ୧୬ରୁ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ଗତକାଲି ସାମ୍ନାକୁ ଆସିବା ପରେ ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି ।

୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ତାଙ୍କ ସହ ସମ୍ପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ।

ବର୍ଷା ଅନେକ ସମୟରେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ସେପଟେ ମାମଲା ଉପର କୋର୍ଟରେ ଚାଲିଛି । ଆମ ପାଖକୁ ଆସିଲେ ବୁଝିବୁ ବୋଲି କହିଛନ୍ତି ମହିଳା କମିଶନର ।

ଆଜି NCBର ଘନଘନ ପ୍ରଶ୍ନର ସାମ୍ନା କରିବେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ ପ୍ରଥମେ ଏନସିବି ତାଙ୍କୁ ଡକାଇଲା ଏବଂ ବର୍ତ୍ତମାନ ତାଙ୍କ ଏଜେନ୍ସି ସହିତ ପଚରାଉଚରା ବେଳେ ରିୟା ଡ୍ରଗ୍ ବିବାଦରେ ଫସି ରହିଛନ୍ତି । ତେବେ ଆଜି ରିୟାଙ୍କୁ ଗିରଫ କରାଯିବ କି ନାହିଁ ବୋଲି ପ୍ରଶ୍ନ ଉଠିଛି ? ସୌଭିକ ପରେ ଚକ୍ରବର୍ତ୍ତୀ ପରିବାରରେ ଆଉ ଏକ ଗିରଫ ହେବ କି ?

ରିୟାଙ୍କୁ ଗିରଫ କରାଯିବ କି?

ବର୍ତ୍ତମାନ ଏନସିଆଇର ସୂତ୍ରରୁ ଜଣାଯାଇଛି ଯେ, ରିୟାଙ୍କୁ ପଚରାଉଚରା ବେଳେ କ୍ରସ ଏଗଜାମିନେସନ ମଧ୍ୟ କରାଯିବ । ବର୍ତ୍ତମାନ ସୌଭିକ୍, ଦୀପେଶ ଏବଂ ସାମୁଏଲ୍ ମଧ୍ୟ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି । ଏପରି ପରିସ୍ଥିତିରେ, ଏନସିବି ସମସ୍ତଙ୍କୁ ପ୍ରଶ୍ନ କରିବ ସୂଚନା ଅନୁଯାୟୀ , ରିୟା ମଧ୍ୟ ସମସ୍ତଙ୍କ ସହ ବସି ପଚରାଉଚରାରେ ସାମିଲ ହୋଇପାରନ୍ତି । ଏପରି ପରିସ୍ଥିତିରେ, ଦେଖିବାକୁ ବାକି ରହିଲା ଯେ, କିଏ କାହା ବୟାନରେ ଅଟଳ ରହୁଛି ଏବଂ ପରସ୍ପର ସହିତ ବୟାନ ଗୁଡ଼ିକ କେତେ ମେଳ ଖାଉଛି ।

ଦୀପେଶଙ୍କ ବୟାନ ରିୟାଙ୍କ ପୋଲକୁ ଖୋଲି ଦେଇଛି କି?

ରିୟାଙ୍କୁ ଗିରଫ କରାଯିବ କି ନାହିଁ ତାହା ଏହି କ୍ରସ ଏଗଜାମିନେସନ ଉପରେ ନିର୍ଭର କରିବ। ଏହି ସମୟରେ ରିୟାଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରାଯାଉଛି ଯେହେତୁ ଦୀପେଶ ଅଭିନେତ୍ରୀଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି, ରିୟାଙ୍କ ବିରୋଧରେ ଏନସିବି ମାମଲା ବହୁତ ଶକ୍ତିଶାଳୀ ହୋଇଛି । ବର୍ତ୍ତମାନ ସେହି ସମସ୍ତ ପ୍ରମାଣ ରିୟାଙ୍କ ସମ୍ମୁଖରେ ରଖାଯିବ, ସମାନ ପ୍ରମାଣ ଆଧାରରେ, ସେମାନଙ୍କୁ ପ୍ରଶ୍ନ ପଚରାଯିବ । ଏପରି ପରିସ୍ଥିତିରେ, ସେମାନେ ବର୍ତ୍ତମାନ କେତେ ସଠିକ୍ ଉତ୍ତର ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଗଣଦୁଷ୍କର୍ମ ନେଇ କମିଶନରେଟ ପୋଲିସକୁ କମିଶନ ରିପୋର୍ଟ ମାଗିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟା ନେଇ କମିଶନଙ୍କୁ ତଥ୍ୟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନକୁ ମଧ୍ୟ ଅନୁଧ୍ୟାନ ପାଇଁ କିମଶନ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକା ଗଣଦୁଷ୍କର୍ମରେ ପୋଲିସ ଓ ଗଣମାଧ୍ୟମ ସଂସ୍ଥା କର୍ମଚାରୀଙ୍କ ସମ୍ପୃକ୍ତିକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିନ୍ଦା କରିଛନ୍ତି । ସେପଟେ ମହିଳା କମିଶନର କହିଛନ୍ତି, ଡିସିପିଙ୍କୁ ରିପୋର୍ଟ ମଗାଯାଇଛି ।

ପ୍ରାୟ ୨ମାସ ତଳେ ଲକଡାଉନ୍ ସମୟରେ ଭୁବନେଶ୍ୱରରେ ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରାଯାଇଥିଲା । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ପରେ ପୋଲିସ୍ ଆରମ୍ଭ କରିଛି ତନାଘନା । ଅଗଷ୍ଟ ୩୦ ତାରିଖରେ ମାମଲା ରୁଜୁ ସହ ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଥିଲେ ।