spot_img
Home Blog Page 6767

ରାହୁଲଙ୍କୁ ଟାର୍ଗେଟ କଲେ ଶରଦ ପାଓ୍ୱାର, କହିଲେ ୧୯୬୨ ଯୁଦ୍ଧକୁ ମନେପକାଅ……

ଏନସିପି ମୁଖ୍ୟ ଶରଦ ପାଓ୍ୱାର ୧୯୬୨ର ଭାରତ-ଚୀନ ଯୁଦ୍ଧ କଥା ମନେ ପକାଇଛନ୍ତି । ଚେତାଇ ଦେଇଛନ୍ତି ଯେ ୧୯୬୨ ଯୁଦ୍ଧରେ ଭାରତର ଭୀଷଣ ଭାବେ ପରାଜୟ ହୋଇଥିଲା ତେଣୁ ଯୁଦ୍ଧକୁ ସମାଧାନ ଭାବେ ଦେଖିବାକୁ ଉଚିତ ନୁହେଁ । ଏଭଳି ମନ୍ତବ୍ୟ ରଖି ସେ ପରୋକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଜଟିଳ ହେବ ପରେ ଦେଶ ମଧ୍ୟରେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଖୋଜିବାରେ ବ୍ୟସ୍ତ ରହିଛନ୍ତି । ଚୀନ ଭାରତୀୟ ଜମିରେ ଧସେଇ ପଶିବାକୁ ଉଦ୍ୟମ କରିବା ପରେ ରାହୁଲ ପ୍ରଧାନମନ୍ତ୍ରୀ ମିଛ କହୁଥିବା ଓ ଚୀନ ଭାରତ ଜମି ଅକ୍ତିଆର କରିସାରିଥିବା ନେଇ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସତ କୁହନ୍ତି । ସମସ୍ତ ଦେଶ ଏକଜୁଟ ହୋଇ ଏହି ସମସ୍ୟାର ସମାଧାନ ଖାଜିବ  । ସେହିଭଳି ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାହୁଲ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଏନେଇ ଖୋଲି କରି ସତ କୁହନ୍ତୁ ବୋଲି ସେ ଅପିଲ କରିଥିଲେ ।  ତେବେ ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ ଭାରତ ଚୀନ ହାତରେ ନିଜ ଜମିକୁ ଟେକି ସାରିଛି । କେବଳ ରାହୁଲ ନୁହେଁ ସୋନିଆ ଗାନ୍ଧୀ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ ।

ଏହାପରେ ପାଓ୍ୱାର ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ ମୋତେ ଯୁଦ୍ଧ ନେଇ କୌଣସି ଆଶଙ୍କା ଦେଖାଯାଇ ନାହିଁ । ଗଲବାନରେ ଭାରତ ନିଜ ସୀମା ମଧ୍ୟରେ ରହି ଭିତ୍ତିଭୂମି କାର୍ଯ୍ୟ କରୁଥିଲା । ଆମେ ୧୯୬୨ ଯୁଦ୍ଧରେ କ’ଣ ଘଟିଥିଲା ତାହା ଆମେ ଭୁଲିବା ଉଚିତ୍ ନୁହେଁ । ଚୀନ ଭାରତର ୪୫ ହଜାର ହେକ୍ଟର ଜମି ଦଖଲ କରି ନେଇଥିଲା । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ମୋତେ ଜଣାନାହିଁ । ଚୀନ ଭାରତର ଜମି ଅଧିଗ୍ରହଣ କରିଛି କି ନାହିଁ ସେ ନେଇ ମୋ ପାଖରେ ସ୍ପଷ୍ଟତା ନାହିଁ । କିନ୍ତୁ ଯୁଦ୍ଧ ଉପରେ ବିଚାର କଲା ବେଳେ ଆମକୁ ଇତିହାସକୁ ମନେ ପକାଇବା ଉଚିତ୍ ।

 

ଜାଣନ୍ତୁ କଣ ଥିଲା କାଞ୍ଚି ବିଜୟର କାହାଣୀ

ଶ୍ରୀଜଗନ୍ନାଥ କେବଳ ଏକ ଦେବତା ନୁହନ୍ତି । ମନ୍ଦିର ଭିତରେ ବସିଥିବା ଦାରୁ ମୂରତି ନୁହନ୍ତି । ସେ ଏ ଜାତିର ସୁରକ୍ଷା କବଚ, ଏକଥା ବାରମ୍ବାର ପ୍ରମାଣିତ ହୋଇଛି । ଏ ଜାତିର ସ୍ୱାଭିମାନ ପ୍ରତି ଯେବେ ବି ଆଞ୍ଚ ଆସିଛି ସେ ନିଜେ ଖଣ୍ଡା ଧରିଛନ୍ତି । ଯୁଦ୍ଧରେ ଯୋଦ୍ଧା ସାଜି ଯୁଦ୍ଧ କରିଛନ୍ତି । ଲହୁ ଲୁହାଣ ହୋଇଛନ୍ତି । କିନ୍ତୁ ଏ ଜାତିର ଗରିମା ଆଉ ଐଶ୍ୱର୍ଯ୍ୟକୁ କ୍ଷୁର୍ଣ୍ଣ ହେବାକୁ ଦେଇନାହାନ୍ତି । ଓଡ଼ିଶାର ଘରେ ଘରେ କାଞ୍ଚି ବିଜୟ ଉପାଖ୍ୟାନ ବେଶ୍‌ ପରିଚିତ । ଏହି ଉପାଖ୍ୟାନ ପଛରେ କୈାଣସି ଐତିହାସିକ ଯୁକ୍ତି ବା ପ୍ରମାଣ ନାହିଁ ସତ । ଏହା ଏକ କିମ୍ବଦନ୍ତୀ ଓ ଲୋକକଥା । ତେବେ ଏହାର ସତ୍ୟାସତ୍ୟ ପରଖିବା ପାଇଁ କେବେ କୈାଣସି ଓଡ଼ିଆ ଚାହିଁନି । ବରଂ ବିଶ୍ୱାସର ଏକ ଭିତ୍ତି ଉପରେ ପଡ଼ିଛି ସଂସ୍କୃତି, ପରମ୍ପରା ଆଉ ସାମାଜିକ ଜୀବନ ଏବଂ ଧର୍ମୀୟ ଭାବଧାରା । ଏଇ ବିଶ୍ୱାସର ଫଳଶୃତି ହେଉଛି କାଞ୍ଚି ବିଜୟର କାହାଣୀ ।

ରାଜାଶ୍ରୀ ପୁରୁଷୋତ୍ତମ ଦେବଙ୍କୁ ଯୁଦ୍ଧରେ ସହାୟକ ହେବା ପାଇଁ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ରାମ-କୃଷ୍ଣ ଦୁଇ ଭାଇ କଳା ଓ ଧଳା ଘୋଡ଼ାରେ ବସି ବାହାରିଥିଲେ କାଞ୍ଚି ଅଭିଯାନରେ। କି ପ୍ରଚଣ୍ଡ ଏ ବିଶ୍ୱାସର ଜୟଗାଥା । କି ଭୀଷଣ ଏ ଭଲପାଇବା। କି ଅବଦମିତ ଏ ଆସ୍ଥା ଆଉ କି ନିଚ୍ଛକ ଏ ଭରସା-ଜଗନ୍ନାଥଙ୍କ ଉପରେ । ଡାକିଲେ- ଓ କଲା ଭଳି ଠାକୁର। ମାନବୀୟ ଲୀଳା କରୁଛନ୍ତି ମର୍ତ୍ତ୍ୟ ବୈକୁଣ୍ଠ ପରମ ପାବନ ଶ୍ରୀକ୍ଷେତ୍ରରେ। ତାଙ୍କୁ ନେଇ ରହିଥିବା ଅସଂଖ୍ୟ କଥା ଓ କାହାଣୀ ମଧ୍ୟରୁ କାଞ୍ଚି ବିଜୟ ବା କାଞ୍ଚି ଅଭିଯାନ ଅନ୍ୟତମ । ଆଜି ଆପଣଙ୍କ ପାଇଁ କାଞ୍ଚି ଅଭିଯାନର କିଛି ରୋଚକ ଅଂଶ ।…

କୋଟି ଓଡ଼ିଆର ମଉଡ଼ମଣି ସେ, ଏ ଜାତିର ଆରାଧ୍ୟ ଠାକୁର, ନୀଳାଚଳ ପରଂବ୍ରହ୍ମ ସ୍ୱୟଂ ଶ୍ରୀଜଗନ୍ନାଥ । ଭାବ ଓ ଭକ୍ତିର ପୁଣ୍ୟତୋୟା ତାଙ୍କର ଆସ୍ଥାନ । କୋଟି ହୃଦୟର ସମ୍ମାନନୀୟ ପରମାତ୍ମା, ଭକ୍ତି ଓ ଶ୍ରଦ୍ଧାରେ ଯିଏ ପ୍ରତ୍ୟକ୍ଷ ଆବିର୍ଭୃତ ହୋଇଥାନ୍ତି ସେ ହେଉଛନ୍ତି ଦାରୁ ଦେବତା କାଳିଆଠାକୁର, ଶ୍ରୀଜଗନ୍ନାଥ । ବିଭିନ୍ନ ସମୟରେ ମହାପ୍ରଭୁଙ୍କ ବୃଦ୍ଦ।ନ୍ତ ଋଦ୍ଧିମନ୍ତ କରିଛି ଏ ଜାତିର ଐତିହାସିକ, ସାମାଜିକ ଓ ରାଜନୀତିକ ପୃଷ୍ଠଭୂମିକୁ । ମନ ପ୍ରାଣ ଦେଇ ଯିଏ ଡାକିଛି ତାକୁ ସାହା ହୋଇଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ । ସେ ଦାସିଆ ବାହୁରୀ ହେଉ କି ଭକ୍ତ ସାଲବେଗ । ରାଜା ହେଉଛି କି ରଙ୍କ ସମସ୍ତଙ୍କ ପାଖରେ ପହଞ୍ଚିଛି କାଳିଆର କରୁଣା ।

ଆଜକୁ ୬ ଶହ ବର୍ଷ ତଳର କଥା । ଚତୁର୍ଦ୍ଦଶ ଶତାବ୍ଦୀରେ ସୂର୍ଯ୍ୟବଂଶର ପ୍ରତିଷ୍ଠା ହୋଇଥିଲା। ରାଜା କପିଳେନ୍ଦ୍ର ଦେବ ତାଙ୍କର ପ୍ରବଳ ପ୍ରତାପୀ ସନୈ ସାମନ୍ତଙ୍କୁ ନେଇ ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିସାରିଥିଲେ । ମାଲବ, ଗୌଡ଼, ଦିଲ୍ଲୀ, କର୍ଣ୍ଣାଟକ ପ୍ରଭୃତି ଜୟ କରି ସୂର୍ଯ୍ୟବଂଶର ଟେକ ରଖିଥିଲେ । ତାଙ୍କୁ ସେତେବେଳେ ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧିରେ ଭୂଷିତ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଗଙ୍ଗାଠାରୁ ସେତୁବନ୍ଧ ଯାଏଁ ଜୟ କରି ଲକ୍ଷେ ରାଜାର ମଉଡ଼ମଣି ଆଖ୍ୟାଲାଭ କରିଥିଲେ। ତାଙ୍କ ପରେ ୧୪୬୫ ଖ୍ରୀଷ୍ଟାବ୍ଦରେ ତାଙ୍କ ୧୮ ବର୍ଷୀୟ ପୁତ୍ର ପ୍ରବଳ ପ୍ରତାପୀ ସୂର୍ଯ୍ୟବଂଶର ରାଜା ହେଲେ ପୁରୁଷୋତ୍ତମ ଦେବ । ୧୪୭୦ ବେଳକୁ ସେ ଦାକ୍ଷିଣାତ୍ୟ ରାଜ୍ୟ ଭ୍ରମଣରେ ବାହାରିଥିଲେ । ଏହି ସମୟରେ ସେ କାଞ୍ଚିରେ ପହଞ୍ଚିଲେ। ସେଠାରେ ପୁରୁଷୋତ୍ତମ ଦେବ  ତାଙ୍କର ଟେଣ୍ଟ ପକାଇବା ସହ, ପାର୍ଷଦ ମାନଙ୍କ ସହ ବିଚାର ବିମର୍ଷ କଲେ । ଇତି ମଧ୍ୟରେ କାଞ୍ଚି ରାଜା ସାଲ୍ୱ ନରସିଂହ ଦେବଙ୍କ କନ୍ୟା ତଥା ରାଜକୁମାରୀ ରୂପାମ୍ବିକା ବା ପଦ୍ମବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ଉଭୟଙ୍କୁ ପସନ୍ଦ କରିଥିଲେ। ଏହାପରେ କାଞ୍ଚି ରାଜାଙ୍କ ଅନୁରୋଧ ରକ୍ଷାକରି ରାଜପ୍ରସାଦକୁ ଯାଇଥିଲେ ପୁରୁଷୋତ୍ତମ ଦେବ । ସେଠାରେ ରାଜାଙ୍କ ଆଚରଣରେ କାଞ୍ଚି ରାଜା ପ୍ରଶନ୍ନ ହେବା ସହ ସାଲ୍ୱ ନରସିଂହ ଦେବ ନିଜ କନ୍ୟାଙ୍କୁ ପୁରୁଷୋତ୍ତମ ଦେବଙ୍କ ସହ ବିବାହ କରିବାକୁ ସ୍ଥିର କରିଥିଲେ । ଏହାପରେ ଉତ୍କଳ ମାଟିକୁ ଫେରିଆସିଥିଲେ ରାଜା ପୁରୁଷୋତ୍ତମ ଦେବ। ଏହି ସମୟ ମଧ୍ୟରେ କାଞ୍ଚି ରାଜା ନିଜର ଜଣେ ମନ୍ତ୍ରୀଙ୍କ ସହ ଐପଚାରିକ ବିବାହ ପତ୍ର ପ୍ରେରଣ କରିଥିଲେ। ମନ୍ତ୍ରୀଙ୍କୁ ରାଜା ପୁରୁଷୋତ୍ତମ ଦେବ ଅନ୍ୟନ୍ତ ସହୃଦୟତାର ସହ ଗ୍ରହଣ କରି ମାନ ସମ୍ମାନ ଦେଇଥିଲେ। ସେହି ସମୟରେ ମହାପ୍ରଭୁଙ୍କର ରଥଯାତ୍ରା ଆଗତ ପ୍ରାୟ ହୋଇଥିଲା। କାଞ୍ଚିରୁ ଆସିଥିବା ରାଜାଙ୍କ ପ୍ରତିନିଧି ତଥା ମନ୍ତ୍ରୀ ଜଣଙ୍କୁ ଉତ୍କଳ ମାଟିର ଆରାଧ୍ୟ ଦେବତାଙ୍କ ରଥଯାତ୍ରା ଦେଖିବାକୁ ରାଜା ପୁରୁଷୋତ୍ତମ ଦେବ ନିବେଦନ କରିଥିଲେ। ମନ୍ତ୍ରୀ ମଧ୍ୟ ଏହାକୁ ଗ୍ରହଣ କରି ଆଉ କିଛିଦିନ ଉତ୍କଳ ଭୂମିରେ ଅବସ୍ଥାନ କଲେ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ଭବ୍ୟ ଆଡ଼ମ୍ବରରେ ଓହ୍ଲାଇ ଆସିଥିଲେ କାଳିଆ ଠାକୁର। ଘଣ୍ଟ ଘଣ୍ଟା, ତୁରୀ ଭେରୀରେ ପ୍ରକମ୍ପିତ ହୋଇଥିଲା ଚତୁର୍ଦ୍ଦିଗ। ପହଣ୍ଡିରେ ଝୁଲି ଝୁଲି ଆସିଥିରେ ଚତୁର୍ଦ୍ଧାମୂରତି। ତେବେ ରଥଯାତ୍ରା ସମୟରେ ରାଜାଙ୍କର ପ୍ରମୁଖ ସେବା ଛେରାପହଁରା ଅନୁଷ୍ଠିତ ହୋଇଥିଲା। ରାଜା ପୁରୁଷୋତ୍ତମ ଦେବ ମହାପ୍ରଭୁଙ୍କର ରାଉତ ହୋଇଥିବାରୁ ତାଙ୍କର ଆଦ୍ୟ ସେବାକୁ ସେ ପରମ ଆନନ୍ଦ ଓ ସୌଭାଗରେ ସଞ୍ଚାଳନ କରିଥିଲେ। ମାତ୍ର ଏହାର ତତ୍ୱ ଓ ଇତିହାସ ସଂପର୍କରେ ନଜାଣି କାଞ୍ଚିରୁ ଆସିଥିବା ମନ୍ତ୍ରୀ ଜଣଙ୍କ ଭାବିଲେ ରାଜାଙ୍କ ପ୍ରତି ଏହା ସବୁଠାରୁ ବଡ଼ ଅପମାନ୍‌। ସେ ରାଜାଙ୍କୁ ଭୁଲ୍‌ ବୁଝିଥିଲେ । ତାଙ୍କୁ ଚଣ୍ଡାଳ ଭାବି ତତକ୍ଷଣାତ୍‌ ଫେରିଯାଇଥିଲେ ନିଜ ରାଜ୍ୟକୁ। କାଞ୍ଚିରେ ପହଞ୍ଚିବା ପରେ ସେଠାକାର ରାଜାଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇଥିଲେ ଏବଂ କହିଥିଲେ ପୁରୁଷୋତ୍ତମ ଦେବ ରାଜା ନୁହେଁ ବରଂ ଜଣେ ଚଣ୍ଡାଳ ଅଟନ୍ତି । କାଞ୍ଚି ରାଜା ମଧ୍ୟ ତାଙ୍କ ମନ୍ତ୍ରୀଙ୍କ କଥାରେ ବିଶ୍ୱାସ କରିଗଲେ । ଏବେ ପୁରୀ ରାଜାଙ୍କୁ ଚିଠି ଲେଖିଲେ ଯେ, ସେ ତାଙ୍କ ଝିଅ ପଦ୍ମାବତୀଙ୍କର ବିବାହ ପୁରୁଷୋତ୍ତମ ଦେବଙ୍କ ସହିତ କରାଇବାକୁ ଚାହାନ୍ତି ନାହିଁ । ଚିଠି ପଢିବା ପରେ ମର୍ମାହତ ହେଲେ ରାଜା ।

 

ଚିଠି ପାଇ ମର୍ମାହତ ଥିବା ରାଜା ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେୟସୀ ପଦ୍ମାବତୀଙ୍କର ସ୍ୱୟମ୍ବର ତତକ୍ଷଣାତ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି କାଞ୍ଚି ରାଜା । ଏପରିକି ବିଭିନ୍ନ ଜିଲ୍ଲାରୁ ରାଜା ମାନଙ୍କୁ ମଧ୍ୟ ସ୍ୱୟମ୍ବରକୁ ନିମନ୍ତ୍ରଣ କରାଯାଇସାରିଛି କେବଳ ପୁରୁଷୋତ୍ତମ ଦେବଙ୍କୁ ଛାଡ଼ି । ଏହା ଦେଖି ବେଶ୍‌ କ୍ରୋଧିତ ହେଲେ ରାଜା। ପ୍ରଥମତଃ ମହାପ୍ରଭୁଙ୍କର ସେବାକୁ ନେଇ କାଞ୍ଚି ରାଜା ତାଙ୍କୁ ଚଣ୍ଡାଳ କହିବା ଏ ଜାତି ପ୍ରତି ଥିଲା ବଡ଼ ଆକ୍ଷେପ । ଏବଂ ତାଙ୍କ ପ୍ରେୟସୀଙ୍କୁ ଅନ୍ୟତ୍ର ବିବାହର ମସୁଧା। ଏହାକୁ ନେଇ କାଞ୍ଚି ରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ ଉତ୍କଳର ବୀରବର ସୂର୍ଯ୍ୟ ବଂଶର ଦାୟାଦ ପୁରୁଷୋତ୍ତମ ଦେବ। ଏଥିରେ ଉଭୟ ରାଜା ପରସ୍ପର ମଧ୍ୟରେ ଗୋଟିଏ ସର୍ତ୍ତ ରଖିଥିଲେ। ସେ ସର୍ତ୍ତ ଥିଲା ଯେ, କାଞ୍ଚି ରାଜାଙ୍କ କୂଳ ଦେବତା ଥିଲେ ଗଣେଷ ଓ ପୁରୁଷୋତ୍ତମ ଦେବଙ୍କର ଶ୍ରୀଜଗନ୍ନାଥ। ଯିଏ ବି ଏ ଯୁଦ୍ଧରେ ପରାଜିତ ହେବେ ତାଙ୍କର କୂଳ ଦେବତା ଅନ୍ୟକୁ ସମର୍ପଣ କରିବେ । ଅର୍ଥାତ୍‌ ଯଦି କାଞ୍ଚି ରାଜା ପରାସ୍ତ ହେବେ ତେବେ ଶ୍ରୀଗଜାନନ ବା ଗଣେଷ ପୁରୀ ଆସିବେ ଏବଂ ଯଦି ପୁରୁଷୋତ୍ତମ ଦେବ ପରାସ୍ତ ହେବେ ତେବେ ମହାପ୍ରଭୁ କାଞ୍ଚିରେ ଗଣେଷଙ୍କ ପାଖରେ ବିଦ୍ୟମାନ ହେବେ। ଇତି ମଧ୍ୟରେ ଘମାଘୋଟ୍‌ ହୋଇଥିଲା ଯୁଦ୍ଧ। ପ୍ରଥମଥର ପୁରୁଷୋତ୍ତମ ଦେବଙ୍କ ଟେଣ୍ଟରେ ନିଆଁ ଲାଗିଯିବାକୁ ସେ ଅଧାରୁ ଫେରି ଆସିଥିଲେ। ପୁରୀରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ସାମ୍ନାରେ ଅଧିଆ ପଡ଼ିଥିଲେ। କହିଥିଲେ ମହାପ୍ରଭୁ ମୋର ପରାଜୟ ଅର୍ଥ ଏ ଜାତିର ପରାଜୟ ଏବଂ ଏ ମାଟିର ପରାଜୟ। ସର୍ବୋପରି ଆପଣଙ୍କର ପରାଜୟ। ଯୁଦ୍ଧରେ ବିଜୟ ହେବାକୁ ସାହାଯ୍ୟ ଲୋଡ଼ିଥିଲେ ରାଜା । ନିଜର ପରମଭକ୍ତ ତଥା ଆଦ୍ୟ ସେବକଙ୍କର ଏଭଳି ଗୁହାରି ଶୁଣିଥିରେ ସ୍ୱୟଂ ପରଂବ୍ରହ୍ନ। କହିଥିଲେ, ଯୁଦ୍ଧ କ୍ଷେତ୍ରକୁ ଯାଅ ଆମେ ବଡ଼ ଭାଇଙ୍କ ସହିତ ଗମନ କରିବୁ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଭିମୁଖେ ଗସ୍ତ କରିଥିଲେ। ମାଦଳା ପାଞ୍ଜି ବର୍ଣ୍ଣିତ ମାଣିକ-ଗଉଡୁଣୀ ଏବଂ ପୁରୁଷୋତ୍ତମ ଦାସଙ୍କ ସ୍ୱରଚିତ ‘କାଞ୍ଚିକାବେରୀ’ ପଦ୍ୟରେ ଏହା ଉଲ୍ଲେଖ ଥିବା ନେଇ ଗବେଷକଙ୍କ ମତ। ଦୁଇ ଭାଇ ଘୋଡ଼ାରେ ଚଢ଼ି କାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ବେଳେ, ଚିଲିକା ପରେ ପରେ ସେମାନଙ୍କୁ ଖୁବ୍‌ ଜୋରରେ ଭୋକ ହୋଇଥିଲା। ଏ ନେଇ ପୌରାଣିକ ମତବାଦ ସଂପର୍କରେ ମତ ଦିଅନ୍ତି ଗବେଷକ। ସେଠାରେ ଜଣେ ମହିଳା ମହାପ୍ରଭୁଙ୍କୁ ଦହି ପ୍ରଦାନ କରିଥିଲେ। ତାଙ୍କ ନାଁ ଥିଲା ମାଣିକ। ସେ ଯେତବେଳେ ତାଙ୍କ ଦହିର ପାଉଣା ମାଗନ୍ତେ ସେତେବେଳେ ମହାପ୍ରଭୁ ତାଙ୍କୁ ଏକ ସୁବର୍ଣ୍ଣ ମୁଦ୍ରିକା ଉପହାର ଦେଇଥିଲେ। କହିଥିଲେ, ପଛରେ ରାଜା ଆସୁଛନ୍ତି ତାଙ୍କୁ ଏହା ପ୍ରଦାନ କରିବ ଏବଂ ରାଜା ତୁମର ସବୁ ଅର୍ଥ ପରିଷୋଧ କରିବେ। ମାଣିକ ବାଟ ଚାହିଁ ଜଗି ରହିଥିଲା। ୨ ଭାଇ ଯିବାର କିଛି ସମୟ ପରେ ସୈନ୍ୟ ସାମନ୍ତଙ୍କୁ ଧରି ରାଜା ପୁରୁଷୋତ୍ତମ ଦେବ ଆସିଥିଲେ। ତାଙ୍କୁ ସାକ୍ଷାତ କରି ମାଣିକ ସବୁ କଥା କହିବା ସହ, ମହାପ୍ରଭୁ ଦେଇଥିବା ସୁବର୍ଣ୍ଣ ମୁଦ୍ରିକା ପ୍ରଦାନ କରିଥିଲେ। ମାତ୍ର ରାଜା ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତାହା ସୁବର୍ଣ୍ଣ ନୁହେଁ ବରଂ ପ୍ରଭୁଙ୍କର ହୀରକ ମୁଦ୍ରିକା ଥିଲା। ସେ ଅନୁଭବ କରିଥିଲେ ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ଆସିଛନ୍ତି ନିଜ ଭକ୍ତର ସହାୟତା କରିବା ପାଇଁ ଏ ଜାତିର ଟେକ ରଖିବା ପାଇଁ। ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ମାଣିକ ଉପରେ। ବିଜୟ ସୁନିଶ୍ଚିତ ଜାଣି ମାଣିକ ନାଁରେ ଏକ ଗାଁ ବସାଇଥିଲେ। ଯାହାର ନାଁ ଦେଇଥିଲେ ମାଣିକ ପାଟଣା। …

କାଞ୍ଚି ରାଜା ସାଲ୍ୱ ନରସିଂହଙ୍କୁ ଯୁଦ୍ଧରେ ପରାସ୍ତ କରିବା ସହ ବନ୍ଦୀ କରିଥିଲେ ରାଜା ପୁରୁଷୋତ୍ତମ ଦେବ। ରାଜା ଓ ରାଜକୁମାରୀ ପଦ୍ମାବତୀଙ୍କୁ ପରାସ୍ତା କରିବା ପରେ ଚଣ୍ଡାଳ ହାତରେ ବାହା ଦେବାକୁ ପଣ କରିଥିଲେ । ସେହି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ ଯେ, ଜଣେ ଚାଣ୍ଡାଳଙ୍କୁ ଦେଖି ବାହା କରାଇଦେବାକୁ। କିଛି ମାସ ବିତିବା ପରେ ଚାଲାକ୍‌ ମନ୍ତ୍ରୀ, ରଥଯାତ୍ରା ସମୟରେ ପୁରୀ ଗସ୍ତ କରୁଛନ୍ତି ଏବଂ ସେହି ସମୟରେ ସେ ପୁରୁଷୋତ୍ତମ ଦେବଙ୍କୁ ଛେରାପହଁରାରେ କହୁଛନ୍ତି ଯେ, ଆପଣଙ୍କର ଠାରୁ ଶ୍ରେଷ୍ଠ ଚଣ୍ଡାଳ ଆଉ କିଏ ହୋଇପାରେ। ତେଣୁ ରାଜକୁମାରୀଙ୍କୁ ଆପଣ ବିବାହ କରନ୍ତୁ । ଯେଉଁ କାଞ୍ଚିକୁ ଜିତିବା ରାଜାଙ୍କ ପକ୍ଷେ ସମ୍ଭବ ନଥିଲା କେବଳ ମହାପ୍ରଭୁଙ୍କ ଆଶୀଷ ବା କରୁଣା କାରଣରୁ ସେ ବିଜୟ ଲାଭ କରିପାରିଲେ। ଶ୍ରୀପଞ୍ଚମୀରେ ଠାକୁର କାଞ୍ଚିକାବେରୀ ବେଶ ହୁଅନ୍ତି । କାରଣ ଗଣେଷଙ୍କୁ କାଞ୍ଚିରୁ ଆଣି ରାଜା ପୁରୁଷୋତ୍ତମ ଦେବ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠା କରାଇଥିଲେ।

ଡିଜେ ବଜାଇ ପଙ୍ଗପାଳ ହଟାଇବା ପାଇଁ ନିଷ୍ପତ୍ତି ନେଲା ଦିଲ୍ଲୀ ସରକାର

ପଙ୍ଗପାଳ ହଟାଇବା ପାଇଁ ଦିଲ୍ଲୀ ସରକାର ନୂଆ ଉପାୟ ଆପଣାଇଛନ୍ତି । ଡ୍ରମ ଓ ଡିଜେ ବଜାଇ ପଙ୍ଗପାଳଙ୍କୁ ହଟାଯିବ । ମିଳିଥିବା ସୂଚନା ଅନୁଯାୟୀ, ପଙ୍ଗପାଳର ଏକ ବଡ ଦଳ ପଲବଲ ମୁହାଁ ହୋଇଛନ୍ତି । ମାତ୍ର ଏକ ଛୋଟ ପଙ୍ଗପାଳ ଗୋଷ୍ଠୀ ଜସୋଲା ଓ ଭାଟି ଅଞ୍ଚଳ ଆଡକୁ ଯାଉଛନ୍ତି । ଏହା ଦିଲ୍ଲୀର ସୀମା ଅଞ୍ଚଳର । ଏନେଇ ସୂଚନା ମିଳି ସାରିବା ପରେ ଦିଲ୍ଲୀର ବିକାଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀକାଳୀନ ବୈଠକ ଡକାଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାୟୀ, ସୀମା ଅଞ୍ଚଳରେ ଡ୍ରମ ଓ ଡିଜେ ସହାୟତାରେ ଶଦ୍ଦ ସୃଷ୍ଟି କରଯିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି  । ସେହିଭଳି ଦକ୍ଷିଣ, ପୂର୍ବ ଓ ଦକ୍ଷିଣ-ପୂର୍ବ ଜିଲ୍ଲାଗୁଡିକୁ ଏନେଇ ପୂର୍ବ ପ୍ରସ୍ତୁତି ଶେଷ କରିବା ପାଇଁ କୁହାଯାଇଛି ।

ତେବେ ଏବେ ବାୟୁ ଦିଲ୍ଲୀର ଦକ୍ଷିଣ ଭାଗ ଆଡକୁ ପ୍ରଭାବିତ ହେଉଛି । ଏଣୁ ପଙ୍ଗପାଳମାନେ ସେହି ଦିଗରେ ଯାଉଛନ୍ତି । ବାୟୁ ପ୍ରବାହ ବଦଳିଲେ ପଙ୍ଗପାଳ ଦିଲ୍ଲୀ ସହର ମଧ୍ୟରେ ପଶିବାର ସମ୍ଭାବନା ରହିଛି । ସେହିଭଳି ନୋଏଡାରେ ମଧ୍ୟ ପଙ୍ଗପାଳ ଦେଖିବାକୁ ମିଳିଲେଣି । ଏଣୁ ନୋଏଡା ପାଇଁ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଓ କେନ୍ଦ୍ର ସରକାରଙ୍କ ସମ୍ପର୍କରେ ରହିବା ପାଇଁ କୁହାଯାଇଛି । ଗୁରୁଗ୍ରାମର ଅନେକ ସ୍ଥାନରେ ମଧ୍ୟ ପଙ୍ଗପାଳ ପହଞ୍ଚିଲେଣି । ଦିଲ୍ଲୀ ସରକାର ବିଶେଷ ଭାବେ ପ୍ରାଥମିକ ସ୍ତରରେ ଚାଷଜମିକୁ କିଭଳି ଭାବେ ପଙ୍ଗପାଳଙ୍କ କବଳରୁ ରକ୍ଷା କରାଯାଇପାରିବ ସେ ନେଇ ଧ୍ୟାନ ଦେଉଛି ।

କଟକଣା ଭିତରେ ରତ୍ନବେଦୀ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ସଟଡାଉନ୍ କଟକଣା ଭିତରେ ଚଳଚଞ୍ଚଳ ହେବ ଶ୍ରୀକ୍ଷେତ୍ର । ଜନ୍ମବେଦୀରୁ ରତ୍ନ ସିଂହାସନ ବାହୁଡ଼ି ଆସିବେ ମହାବାହୁ । ରଥଯାତ୍ରା ଭଳି କର୍ଫ୍ୟୁ ଭିତରେ ଗଡ଼ିବ ତିନି ରଥ । ଆସନ୍ତା ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା, ସୁନାବେଶ, ଅଧରନୀତି ଓ ନୀଳାଦ୍ରି ବିଜେ ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସମସ୍ତେ ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଦେଖିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩୦ ତାରିଖ ରାତି ୧୦ଟାରୁ ପୁରୀରେ କର୍ଫ୍ୟୁ ଲାଗୁ ହେବ । ଅତ୍ୟାବଶ୍ୟକୀୟ କାର୍ଯ୍ୟ ବ୍ୟତୀତ ଆଉ କିଛିକୁ ଅନୁମତି ପ୍ରଦାନ କରାଯିବ ନାହିଁ । ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ ରହିବ ।

ତେବେ, ପୁରୀ ସହରର ସମସ୍ତ ଲଜ ଓ ହୋଟେଲ ମାଲିକ ମାନେ ସହଯୋଗ କରିବା ସହ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଟେଲ ବୁକିଂ ନରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର, ମନ୍ଦିର, ମସଜିଦ ଆଦି ସମସ୍ତ ଜାଗାରେ ସର୍ଭେ କରାଯିବ । ସଦସ୍ୟଙ୍କ ତାଲିକା ନିଆଯିବ । ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ନିଜ ଘରେ ବାହାର ଲୋକଙ୍କୁ ରଖିଲେ ଆଇନ୍ ଅନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ କଟକଣା ଭିତରେ ଶୃଙ୍ଖଳାର ସହ ରଥଯାତ୍ରା ହୋଇଥିଲା । ସେବାୟତ ଓ ରଥଯାତ୍ରାରେ ନିୟୋଜିତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ଓ କର୍ମଚାରୀ ରଥଟଣାରେ ସାମିଲ୍ ହୋଇଥିଲେ । ଶୃଙ୍ଖଳିତ ଓ ଅଭୂତପୂର୍ବ ଭାବେ ଶ୍ରୀଗୁଣ୍ଡିଚା ଯାତ୍ରା ସମାପନ ହୋଇଥିବାରୁ ପୁରୀ ବାସୀଙ୍କୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଧନ୍ୟବାଦ ଜଣାଇଛନ୍ତି । ବାହୁଡ଼ାଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କୋଭିଡ୍ ନିୟମ ମାନି କରିବାକୁ ଜିଲ୍ଲାପାଳ କହିଛନ୍ତି ।

୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ

କାହିଁକି ରାଗିଲେ ପୁପୁଲ୍, ଜାଣନ୍ତୁ ପୁରା କାହାଣୀ…

ଭୁବନେଶ୍ୱର:  ସୁବ୍ରତ ଓ ପୁପୁଲ ଭଲ ବନ୍ଧୁ ଥିଲେ । ପ୍ରାୟ ବର୍ଷେ ହେବ ତାଙ୍କ ବନ୍ଧୁତା କଥା ଶୁଣୁଛି । ସମ୍ପର୍କ ଭଳ ଥିବା ସତ୍ତ୍ୱେ ଏଭଳି କାହିଁକି ହେଲା ମୋତେ ବିସ୍ତୃତ ଭାବେ ଜଣା ନାହିଁ । ମାତ୍ର ହଁ, ଗତ ୧୦ ଦିନ ହେବ ପୁଅ ଉଦାସ ରହିବା ସହ ଠିକ ଭାବେ ଖିଆ ପିଆ କରୁନଥିଲା । ସୁବ୍ରତଙ୍କ ମାଆ ନନ୍ଦିଘୋଷକୁ ପ୍ରତିକ୍ରିୟା ଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ସୁବ୍ରତଙ୍କ ପୋର୍ଟାଲ ପାଇଁ ଗଲା ବର୍ଷେ ହେବ କଣ୍ଟେଣ୍ଟ ଯୋଗାଉଥିବା ଓ ତାଙ୍କ ପୋର୍ଟାଲରେ ଲାଇଭ ଆସୁଥିବା ପୁପୁଲ ସୁବ୍ରତଙ୍କ ନାମରେ ମାନହାନୀ ମାମଲା ଦାୟର କରିଛନ୍ତି ।

 

ତେବେ ସମ୍ପୂର୍ଣ୍ଣ ଘଟଣା କ’ଣ?

ଆଲବମ୍ ହିରୋଇନ ଦୀପା ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ସାରା ଉଲିଉଡ ସାହାର୍ଯ୍ୟ କରିବାକୁ ଆଗଭର ହୋଇଥିଲା । ଏହି କ୍ରମରେ ତାଙ୍କ ଚିକିତ୍ସା ପାଇଁ ଅଭିନେତ୍ରୀ ପୁପୁଲ୍ ଭୂୟାଁ ମଧ୍ୟ କ୍ୟାମ୍ପେନ ଆରମ୍ଭ କରିଥିଲେ । ଆର୍ଥିକ ସହାୟତା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କରାଯାଇଥିଲା । ପୁପୁଲଙ୍କ କହିବା ଅନୁଯାୟୀ ସେ କାମ୍ପେନରେ ଲିଡ୍ ଦାୟିତ୍ୱରେ ଥିଲେ ଏବଂ ହ୍ୱାଟ୍ସ ଆପ୍ ଗ୍ରୁପ ଜରିଆରେ କାମ୍ପେନକୁ ଆଗକୁ ବଢାଯାଉଥିଲା । ତେବେ ଗ୍ରୁପରେ ତାଙ୍କର ଜଣେ ବନ୍ଧୁ , ସୁବ୍ରତ, ଯିଏ ଏକ ପୋର୍ଟାଲର ମାଲିକ ମଧ୍ୟ, ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଥିଲେ ଯେ ଏହି କ୍ୟାମ୍ପେନ ପାଇଁ କିଏ କେତେ ଟଙ୍କା ଦେଇଛନ୍ତି ସେ ନେଇ ଉଲ୍ଲେଖ କରନ୍ତୁ । ଏହି ଷ୍ଟାଟସ୍ ଦେଖିବା ପରେ ପୁପୁଲ ଏହାର ସ୍କ୍ରିନ୍ ସର୍ଟ ନେଇ ଗ୍ରୁପରେ ପକାଇ ସେ ଏଭଳି କରି ଭୁଲ କରିଥିବା ଲେଖିଥିଲେ । ଏହାପରେ ଗ୍ରୁପରେ ଥିବା ସଦସ୍ୟ ସୁବ୍ରତଙ୍କୁ ତାଙ୍କର ଏହି ପୋଷ୍ଟ ପାଇଁ ଭର୍ତ୍ସନା କରିବା ସହ ଗ୍ରୁପ ଆଡମିନଙ୍କୁ କହି ତାଙ୍କୁ ଗ୍ରୁପରୁ ବାହର କରିଥିଲେ । ପୁପୁଲଙ୍କ କହିବା ଅନୁଯାୟୀ ସୁବ୍ରତ ଏହାପରେ ତାଙ୍କ ଉପରେ ବ୍ୟକ୍ତିଗତ ଭାବେ ପ୍ରତିକ୍ରିୟାଶୀଳ ହୋଇ ଫେସବୁକରେ ତାଙ୍କ ବିରୋଧରେ ଏଡିଟ୍ ହୋଇଥିବ ପୋଷ୍ଟ ଛାଡିଥିଲେ ।

ତେବେ ସୁବ୍ରତ ଫେସବୁକରେ ପୋଷ୍ଟ କରିଥିବା ଫୋଟୋରେ ପୁପୁଲ ଦୀପା ସାହୁଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ଟଙ୍କାଟିଏ ମଧ୍ୟ ଦେଇ ନଥିବା ଜଣାଇବାକୁ ଚାହୁଁଥିଲେ ବୋଲି ପୁପୁଲ୍ ଅଭିଯୋଗ କରିଛନ୍ତି । ଏହି ମେସେନଜର୍ ସ୍କ୍ରିନ୍ ସର୍ଟରେ ପୁପୁଲ ଦୀପା ସାହୁଙ୍କ ପାଇଁ ଟଙ୍କା ଦେଇ ନଥିବା ଲେଖାଥିଲା । ତେବେ ଏସବୁ ଏଡିଟ୍ ହୋଇଛି ଓ ସୁବ୍ରତଙ୍କର ତାଙ୍କ ବିରୋଧରେ ଚକ୍ରାନ୍ତ ବୋଲି ପୁପୁଲ୍ କହିଛନ୍ତି । ସେହିଭଳି ତାଙ୍କ ପାଇଁ ସୁବ୍ରତ ଅପମାନଜନକ ଶଦ୍ଦ ବ୍ୟବହାର କରିବା ସହ ମୋବାଇଲ ନମ୍ୱରକୁ ସାର୍ବଜନୀନ କରିଥିବା ଅଭିଯୋଗ ମଧ୍ୟ ପୁପୁଲ ଆଣିଛନ୍ତି । ଏହାପରେ ସେ ଥାନାରେ ପହଞ୍ଚି ସୁବ୍ରତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏବେ ସୁବ୍ରତ ଅଟକ ରହିଛନ୍ତି ।

 

CBSE, ICSE ପରେ ବାତିଲ୍ ହେବ କି NEET ?

ନୂଆଦିଲ୍ଲୀ: ସଂକ୍ରମଣରେ କେମିତି ହେବ ପରୀକ୍ଷା ? ସିବିଏସଇ ଓ ଆଇସିଏସ୍ଇ ପରେ ବାତିଲ୍ ହେବ କି ନିଟ୍ ଓ ଜେଇଇ ପରୀକ୍ଷା ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ବାରମ୍ବାର ବିବାଦ ମଧ୍ୟରେ ରହି ଆସୁଥିବା ପ୍ରିମିୟର ଏଣ୍ଟ୍ରାନ୍ସ ଏକଜାମ୍ ‘ନିଟ୍’ ଚଳିତ ବର୍ଷ ହୋଇନପାରେ । ଅନେକ ଛାତ୍ରଛାତ୍ରୀ ମଧ୍ୟ କରୋନା ସଂକ୍ରମଣ ଭିତରେ ନିଟ୍ ନହେବା ନେଇ ସୋସିଆଲ୍ ମିଡିଆରେ ଦାବି ଉପସ୍ଥାପନ କରିଛନ୍ତି ।

ବିଭିନ୍ନ ବୋର୍ଡ ଏକଜାମ୍ ବାତିଲ୍ ପରେ NEET ବାତିଲ୍ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତାମିଲାନାଡ଼ୁ ହେଲଥ ଡେଭଲପମେଣ୍ଟ ଆସୋସିଏସନର ସଭାପତି ସର୍ଗୁନମ କହିଛନ୍ତି- NEET ଏ ବର୍ଷ ନୁହଁ, ସବୁ ବର୍ଷ ପାଇଁ ରଦ୍ଦ ହେଉ ।.

ସେହିପରି ଚଳିତବର୍ଷ NEET ବନ୍ଦ ସପକ୍ଷରେ ଅଛନ୍ତି ଡକ୍ଟର ଆସୋସିଏସନ ଫର୍ ସୋସିଆଲ୍ ଇକ୍ୱାଲିଟିର ଡକ୍ଟର ରବୀନ୍ଦ୍ରନାଥ । ଚଳିତବର୍ଷ NEETକୁ ବାଦ୍ ଦିଆଯିବା ଦରକାର । ନାମଲେଖା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯିବା ଦରକାର । କେବଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର କିଛି ମେକାନିଜିମ୍ କରନ୍ତୁ । ରାଜ୍ୟ ନିଜ ହିସାବରେ ସିଟ୍ ଆବଣ୍ଟନ କରିବାକୁ ସେ କହିଛନ୍ତି ।

ଏହାରି ଭିତରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ପ୍ରଦାନ କରିଛନ୍ତି । ଏଣିକି ନ୍ୟାସନାଲ ଟେଷ୍ଟ ଆପ୍ ‘ଅଭ୍ୟାସ’ ହିନ୍ଦୀ ମଡ୍ୟୁଲରେ କାର୍ଯ୍ୟ କରିବ । ଜେଇଇ ମେନ୍ ଓ ନିଟ୍ ଆଶାୟୀ ଏହି ଆପ୍ ମାଧ୍ୟମରେ ଅନଲାଇନ୍ ମକ୍ ଟେଷ୍ଟରେ ମୋବାଇଲରେ ଭାଗ ନେଇପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଚୀନକୁ ଯବାବ ଦେବାକୁ ଲଦାଖରେ ଭାରତ ମୁତ୍ତୟନ କଲା ଏୟାର ଡିଫେନ୍ସ ସିଷ୍ଟମ,ଡ୍ରାଗନ ବିମାନକୁ ଉଡାଇବା ପାଇଁ ପ୍ରସ୍ତୁତ ମିଶାଇଲ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଏବେ ସେଠାରେ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରିଛି । ସେନା ସୂତ୍ରରୁ ପ୍ରକାଶ ଯେ,ଚୀନ ପଟୁ କୌଣସି ପ୍ରକାର ବାୟୁସୀମା ଉଲ୍ଲଘଂନର ଉତ୍ତର ଦେବାକୁ ଉଭୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରାଯାଇଛି ।

ଗତକିଛି ଦିନ ଧରି ଚୀନର ଲଢୁଆ ବିମାନ ଭାରତୀୟ ସୀମାଠାରୁ ୧୦ କିଲୋମିଟର ଦୂରରେ ଉଡୁଛନ୍ତି । ଏହାର ଯବାବ ଦେବାକୁ ଭାରତ ଖୁବଶୀଘ୍ର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ମୁତ୍ତୟନ କରିବ । ଏଲଏସିରେ ଲଢୁଆ ବିମାନ ଓ ମିଶାଇଲ ସିଷ୍ଟମ ମୁତ୍ତୟନର ଅର୍ଥ ହେଉଛି ଚୀନର ଗତିବିଧି ଉପରେ ନଜର ରଖିବା ।

ଏହି ସବୁ କ୍ଷେତ୍ରରେ ଚୀନ୍ ହେଲିକପ୍ଟର ଉଡାଣ ଭରୁଛନ୍ତି

ଚୀନ୍ ହେଲିକପ୍ଟର ସବ ସେକ୍ଟର ନର୍ଥ (ଦୌଲତ ବେଗ୍ ଓଲ୍ଡି ସେକ୍ଟର),ଗଲବାନ ଘାଟି ପାଖ ପେଟ୍ରୋଲିଂ ପଏଣ୍ଟ୍ ୧୭ ଓ ୧୭ ଓ ସହିତ ଅନ୍ୟ ସମସ୍ତ ବିବାଦୀୟ କ୍ଷେତ୍ରରେ ଉଡାଣ ଭରୁଛନ୍ତି । ସେମାନେ ଭାରତୀୟ ସୀମା ନିକଟରେ ବାରମ୍ବାର ଉଡୁଥିବା ଲକ୍ଷ୍ୟ କରାଯାଉଛି

ଭାରତ କ’ଣ କରୁଛି ?

chinuk

ଭାରତୀୟ ସେନା ଓ ବାୟୁସେନା ଚୀନକୁ ଯବାବ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଲଢୁଆ ବିମାନ ଓ ଡ୍ରୋନକୁ ଏଲଏସି ନିକଟକୁ ନିଆଯାଇଛି । ଅଧିକ ଉଚ୍ଚତାରେ ଯେଭଳି ମିଶାଇଲ କାମ କରିବ ସେଥିପାଇଁ ମିଶାଇଲରେ କିଛି ପରିବର୍ତ୍ତନ ଅଣାଯାଉଛି । ଏହା ସହ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ସକ୍ରିୟ ରହିଛି ।

ମେ’ ମାସରୁ ମୁତ୍ତୟନ ହୋଇଛି ସୁଖୋଇ

sukhoi war plane

ଗତ ମାସ ଆରମ୍ଭରେ ଯେତେବେଳେ ଚୀନ୍ ସେନା ଭାରତୀୟ ଅଂଚଳ ଭିତରକୁ ଅନୁପ୍ରବେଶ କଲା,ସେବେଠାରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମକେଆଇ ପୂର୍ବ ଲଦାଖରେ ମୁତ୍ତୟନ ଅଛି । ଏଲଏସିର ନିଜ ପଟରେ ଚୀନ୍ ଅନେକ ନିର୍ମାଣ କାର୍ଯ୍ୟ କରିଛି ।

ପୋଖରୀ କାର୍ଯ୍ୟାଦେଶ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ

ଜୟପୁର: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । ପୋଖରୀ କାର୍ଯ୍ୟାଦେଶ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ସରପଞ୍ଚ ଧରା ପଡ଼ିଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ସରପଞ୍ଚ ରଇଲା ମାଝିଙ୍କୁ ଭିଜିଲାନ୍ସ ଗିରଫ କରିଛି । ସରପଞ୍ଚ ପୋଖରୀ କାର୍ଯ୍ୟାଦେଶ ପାଇଁ ଗଙ୍ଗାଧର ସାଆଣ୍ଟାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ମୁତାବକ ସରପଞ୍ଚ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଗିରଫ ସରପଞ୍ଚଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗତକାଲି ମାଲକାନଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଅକ୍ଷୟ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଜମିଜମା ମାମଲାରେ ୧୪୪ ଧାରା ପ୍ରତ୍ୟାହାର କରିବା ପାଇଁ କିରାଣି ଲାଞ୍ଚ ନେଉଥିଲେ ।

୧୪୪ ଧାରା ଉଚ୍ଛେଦ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ

ଭାରତୀୟ ଆଇଟି କମ୍ପାନୀର କଳା କାରନାମା: ଅଶ୍ଲିଳ ଭିଡିଓ,ମେସେଜ୍ ଜରିଆର ନେତାଙ୍କୁ କରୁଥିଲା ବ୍ଲାକମେଲ୍ !

ୱାସିଂଟନ: ଏକ ଭାରତୀୟ ଆଇଟି କମ୍ପାନୀ  ବେଆଇନ ଭାବେ ଗୁଇନ୍ଦା କାର୍ଯ୍ୟକଳାପ କରୁଥିବା ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ପ୍ରକାଶ କରିଛି । ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ୟୁରୋପଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବିଭିନ୍ନ ଦେଶର ବଡ ବଡ ଉଦ୍ୟୋଗପତି ଓ ନେତାଙ୍କର ତଥ୍ୟ ସଂଗ୍ରହ କରିବା ପାଇଁ ଏହି ଭାରତୀୟ ଆଇଟି କମ୍ପାନୀ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ସବୁଠାରୁ ସମ୍ୱେଦନଶୀଳ କଥା ଏହା ଯେ ଅଶ୍ଲୀଳ ମେସଜ୍ ଫରଓ୍ୱାଡ କରି ଏଭଳି କରାଯାଉଛି । ତେବେ କମ୍ପାନୀର ତଥ୍ୟ ସବୁବେଳେ ଗୋପନୀୟ  ରହୁଥିବା ହେତୁ ଭାରତୀୟ ଆଇଟି କମ୍ପାନୀ ଉଚ୍ଚସ୍ତରୀୟ ପଦବୀରେ ଥିବା କର୍ମଚାରୀଙ୍କୁ ଟାର୍ଗେଟ କରୁଛି । ତେବେ ଅଦ୍ୟାବଧି ଆମେରିକାର ପ୍ରାଇଭେଟ୍ ଇକୁଇଟିର କେକେଆର୍ ଓ ମଡି ବାଁଟର୍ସ ଭଳି କମ୍ପାନୀର ଗୁଇନ୍ଦା ରିପୋର୍ଟ ସାର୍ବଜାନୀନ ହୋଇ ସାରିଲାଣି ବୋଲି ଆମେରିକାର ସିଟିଜେନ ଲ୍ୟାବ ରିସର୍ଚ୍ଚ ସଂସ୍ଥା ଆରୋପ ଆଣିଛି ।

ସମାଚାର ଏଜେନ୍ସି ରଏଟର ମୁତାବକ, ଏହି କମ୍ପାନୀର ନାମ ବେଲ୍ ଟ୍ରକ୍ସ ଓ ଏହା ପଶ୍ଚିମ ଦିଲ୍ଲୀର ଅବସ୍ଥିତ । ସୁମିତ ଗୁପ୍ତା ଏହାର ମାଲିକ । ସୁମିତ କେଉଁ ସଂସ୍ଥା କିମ୍ୱା ବ୍ୟକ୍ତି ପାଇଁ କାମ କରୁଛନ୍ତି ତାହା କହିବାକୁ ସିଧାସଳଖ ଭାବେ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୫ରେ ସୁନିତ ଆମେରିକାରେ ହ୍ୟାକିଂ ଆରୋପରେ ଫସିଥିଲେ । ଏହାପରେ ୨୦୧୭ରେ ସେ ଆମେରିକା ଛାଡି ନିଜ ଘରକୁ ଫେରିଥିଲେ । ତେବେ ଏବେ ତାଙ୍କ ଉପରେ ଲାଗୁଥିବା ଆରୋପ ଉପରେ ସଫେଇ ଦେଇ ସେ କହିଛନ୍ତି ଯେ ସେ ଏଭଳି କରିନାହାନ୍ତି ଓ କୌଣସି ଏଜେନ୍ସି ସହ ସେ ସମ୍ପର୍କରେ ନାହାନ୍ତି । ତେବେ ଆମେରିକା ଏହି ଗୁଇନ୍ଦା କାର୍ଯ୍ୟକଳାପକୁ ଧରିବା ପାଇଁ ଦୁଇ ବର୍ଷ ହେବ କାମ କରୁଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବେଲ୍ ଟ୍ରୋକ୍ସ କମ୍ପାନୀ ଆଫ୍ରିକାର ନ୍ୟାୟପାଳିକା ଅଧିକାରୀ, ମେକ୍ସିକୋର ନେତା, ଫ୍ରାନ୍ସର ଓକିଲ ଓ ଆମେରିକା ବହୁ ଉଦ୍ୟୋଗପତିଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ କରୁଥିଲା ।

 

ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଶ୍ରମିକ

ସୁବର୍ଣ୍ଣପୁର: ଲକଡାଉନ୍ ପରେ ହାତ ବାନ୍ଧି ବସିଥିଲା ଶ୍ରମିକ । ଆସ୍ତେ ଆସ୍ତେ ଲକଡାଉନ୍ ଖୋଲିବା ସହ ଆରମ୍ଭ ହେଲା ନିର୍ମାଣ କାମ । ଏହାର ସୁଯୋଗ ନେଇ ଠିକାଦାର ଶ୍ରମିକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ନିର୍ଯାତନା ସହି ନପାରି ଶେଷରେ ଚାଲି ଚାଲି ଘରକୁ ଫେରୁଛନ୍ତି ୧୭ ଜଣ ଶ୍ରମିକ ।

ସୁବର୍ଣ୍ଣପୁର ଜିଲ୍ଲା ବାଇଗନଜୁରୀ ଗାଁରେ କୋଠା ନିର୍ମାଣ ପାଇଁ ଶ୍ରମିକଙ୍କୁ ଜୈନିକ ଠିକାଦାର ଆଣିଥିଲେ । ହେଲେ ଚୁକ୍ତି ମୁତାବକ ଶ୍ରମିକମାନଙ୍କୁ ଖାଇବାକୁ ଠିକ୍ ଭାବେ ନ ଦେବା ସହ ପାଉଣା ଦେଇନଥିଲେ । ଏମିତି କି ଗାଳି କରିବା ସହ ନାନା ନିର୍ଯାତନା ଦେଇଥିବା ଶ୍ରମିକ ଅଭିଯୋଗ କରିଛନ୍ତି ।ଶେଷରେ ଶ୍ରମିକମାନେ ବାଧ୍ୟ ହୋଇ ସୁବର୍ଣ୍ଣପୁରରୁ ଚାଲି ଚାଲି ବାହାରିଛନ୍ତି ଗଞ୍ଜାମ ଜିଲ୍ଲାର ଅଳସୁ ଗାଁକୁ । ସଂକ୍ରମଣ ସମୟରେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।