spot_img
Home Blog Page 6769

ସୁନ୍ଦରଗଡ଼-ଯାଜପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ମୁକାବିଲା ପାଇଁ ମିଳିବ ସ୍ୱତନ୍ତ୍ର ଖର୍ଚ୍ଚ…

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପଶ୍ଚିମ ଓଡ଼ିଶା ପାଇଁ ରାଉରକେଲା ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଉରକେଲାରେ କୋଭିଡ୍‌ କେୟାର୍‌ ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି କରାଯିବ । ଏବେ ରାଉରକେଲାରେ ୭୦୦ କୋଭିଡ଼ କେୟାର ଶଯ୍ୟା ରହିଛି । ସହରର ବସ୍ତି ଓ ଜନଗହଳି ସ୍ଥାନରେ କରୋନା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । ଯାଜପୁର ଜିଲ୍ଲାରେ ମଧ୍ୟ ଆଉ ୨୫୦ କୋଭିଡ୍‌ ଶଯ୍ୟା ବଢ଼ାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର କୋଭିଡ୍‌ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । କୋଭିଡ୍‌ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳତାର ସହ କାମ କରୁଛି। କଟକ SCB ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର IGHରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର IGH ହସ୍‌ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ ଯୋଦ୍ଧା ମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲାରେ କୋଭିଡ୍‌ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା DMFରୁ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍‌ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆଉ CMRFରୁ ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରାଉରକେଲାର ବସ୍ତି ଅଞ୍ଚଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳ ଉପରେ ଅଧିକ ଫୋକସ୍‌ କରିବା ସହିତ ଘରକୁ ଘର ବୁଲି ପର୍ଯ୍ୟବେକ୍ଷଣ ଓ କଣ୍ଟେଟମେଣ୍ଟ ଜୋନ୍‌ରେ ଟେଷ୍ଟିଂ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଜିଲ୍ଲାରେ କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ୍‌ କେୟାର୍‌ ସେଣ୍ଟର ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଥିବାରୁ ମୁଖ୍ୟମନ୍ତ୍ରୀ ରାଉରକେଲା ଷ୍ଟିଲ ପ୍ଲାଣ୍ଟ, NTPC, MCL ଓ OCLକୁ ଧନ୍ୟବାଦ ଜଣାଇଥିଲେ।

ଯାଜପୁର ଜିଲ୍ଲାକୁ ଗତ କିଛି ଦିନ ମଧ୍ୟରେ ୨୬ ହଜାରରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଥିବାରୁ ଏବଂ ଆରୋଗ୍ୟ ହାରକୁ ୮୬.୫ ପ୍ରତିଶତରେ ପହଞ୍ଚାଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପ୍ରଶାସନ DMFରୁ କୋଭିଡ୍‌ ପରିଚାଳନା ପାଇଁ ୧୩.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଜିଲ୍ଲାପାଇଁ ୫ କୋଟି ଟଙ୍କା ମଞ୍ଜୁର ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହା ସହିତ ଜିଲ୍ଲାରେ କୋଭିଡ୍‌ ଚିକିତ୍ସା ପାଇଁ ଅଧିକ ୨୫୦ ଶଯ୍ୟା ବୃଦ୍ଧି କରିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଭିନ୍ନ କର୍ପୋରେଟ ଓ ଶିଳ୍ପ ସଂସ୍ଥା ସହଯୋଗରେ ଜିଲ୍ଲାରେ ଅଧିକ କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଅପରାଜିତା-ବୈଜୟନ୍ତ ମଞ୍ଜି ବୁଣିଛନ୍ତି, ସେହି ବାଟ ଦେଇ ଚାଲୁଛନ୍ତି ବିଜେପି ନେତା…!

ଭୁବନେଶ୍ୱର/ ବାଲେଶ୍ୱର: ଶସ୍ତା ଲୋକପ୍ରିୟତା ପାଇଁ କୋଭିଡ୍‌ କଟକଣାକୁ ପାଦରେ ଦଳିଦେଲେ ବିଜେପି ନେତା ଅଂଶୁମାନ ମହାନ୍ତି । ଭୋଗରାଇର ବିଜେପି ନେତା ଅଂଶୁମାନ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ବୈଜୟନ୍ତ ଓ ଅପରାଜିତା ମଞ୍ଜି ବୁଣିଥିଲେ । ଏବେ ସାରା ରାଜ୍ୟରେ ଉତ୍ପାତ କରୁଛନ୍ତି ଅମାନିଆ ବିଜେପି ନେତା । କୋଭିଡ୍‌ ନିୟମ ଓ ମୋଦିଙ୍କ ଆହ୍ୱାନ ଭୁଲି କରୁଛନ୍ତି ମେଳି । ସଂକଟ ସ୍ଥିତିରେ ବି ବିଜେପି ନେତା ଛାଡୁନାହାନ୍ତି ଶସ୍ତା ରାଜନୀତିର ମୋହ । ଅମାନିଆ ନେତାଙ୍କ ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବାଲେଶ୍ୱର ଭୋଗରାଇ ବ୍ଲକର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି । ପ୍ରତିବାଦ କରିବାରୁ ଓଲଟା ପୋଲିସ ଓ ପ୍ରଶାସନକୁ ଦେଖାଇଛନ୍ତି ନାଲିଆଖି ।

BJP Ansuman Mohantyରାସନକାର୍ଡ ଦୁର୍ନୀତି ଓ ୧୫ ଦଫା ଦାବି ନେଇ ପ୍ରତିବାଦ ବେଳେ, ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଥିଲେ ଅଂଶୁମାନ । କେବଳ ସାମାଜିକ ଦୂରତା ନୁହେଁ ବରଂ ବାରମ୍ବାର ମାକ୍ସ ନ ପିନ୍ଧି ଉଚ୍ଚ ପାଟିରେ କରୁଥିଲେ ଯୁକ୍ତି ତର୍କ । ପ୍ରଶାସନିକ ଅଧିକାରୀ ଓ ପୋଲିସ ସଚେତନ କରାଇବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଔଧତ ହୋଇଉଠୁଥିଲେ ଅଂଶୁମାନ । ଓଲଟି ପୋଲିସ କାହିକିଁ ଆସିଛନ୍ତି, ପୋଲିସକୁ କାହିଁକି ଚାର୍ଜ କରାଯାଉନି ବୋଲି ପ୍ରଶ୍ନ କରୁଥିଲେ । ସେପଟେ ଅଂଶୁମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଭୋଗରାଇ ପୋଲିସ ।

BJP Ansuman Mohanty

କରୋନା ପାଇଁ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ବୋଲି ଆରମ୍ଭରୁ କହିଆସୁଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତେ ନିୟମ ମାନିବାକୁ ଅପିଲ କରୁଛନ୍ତି । ମାତ୍ର ରାଜ୍ୟ ବିଜେପିରେ ଅମାନିଆ ନେତାଙ୍କ ତାଲିକା ବଢିବାରେ ଲାଗିଛି । ସେପଟେ କରୋନା ସଂକଟରେ ବିଜେପି ନେତାଙ୍କ ଦାୟିତ୍ୱ ହୀନତାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ । ରାଜନୈତିକ ମାଇଲେଜ୍‌ ପାଇଁ ବିଜେପି ନେତା ସଂକ୍ରମଣର ବିସ୍ଫୋରଣ କରିବାକୁ ପଛାଉନଥିବା ଅଭିଯୋଗ କରିଛନ୍ତି ।

BJP Ansuman Mohanty

କରୋନା ସଂକଟରେ ଅମାନିଆ ବିଜେପି ନେତାଙ୍କୁ ବଢୁଛି ତାଲିକା । ଅପରାଜିତା ଓ ବୈଜୟନ୍ତ ଆରମ୍ଭ କରିଥିବା ଶସ୍ତା ଲୋକପ୍ରିୟତା ରେସ୍‌ରେ ଯୋଡି ହେଉଛନ୍ତି ଜଣଙ୍କ ପରେ ଜଣେ ଅମାନିଆ । ତେବେ ଅପରାଜିତାଙ୍କ ଅମାନିଆ ପଣ ପାଇଁ ବିଏମ୍‌ସି ଫାଇନ୍‌ କରିଛି । ହେଲେ ଏଠି ଅଂଶୁମାନଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ଏନେଇ ଉଠିଛି ପ୍ରଶ୍ନ ।

କୋଭିଡ ମୁକାବିଲା ନେଇ ଗତ ୪ ମାସ ମଧ୍ୟରେ ଖର୍ଚ୍ଚ ହେଲାଣି ୧ହଜାର ୯୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସୂଚନା ।  କରୋନା କାଳରେ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନ ରକ୍ଷା । ଏଥି ନିମେନ୍ତ ରାଜ୍ୟରେ ଟିଏମ୍‌ସି ସେଣ୍ଟର ବା କ୍ୱାରେଣ୍ଟାଇନ୍ ସେଣ୍ଟର ନିର୍ମାଣ, କୋଭିଡ ଟେଷ୍ଟ ନିମନ୍ତେ ୧୯ଟି ଲ୍ୟାବ୍‌କୁ ଆସିଷ୍ଟାଣ୍ଟ ଯୋଗାଇବା, କୋଭିଡ ହସ୍ପିଟାଲ ନିର୍ମାଣ କରାଯିବ, କୋଭିଡ ହେଲ୍ଥ ସେଣ୍ଟର ଏବଂ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ରାଜକୋଷ ଅର୍ଥ ଖର୍ଚ୍ଚ ହୋଇଛି ।

ଏଥିସହ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ୮ ହଜାର ୨୩ ଜଣ ଡାକ୍ତର, ୮ ହଜାର ୨ଶହ ୨୯୬ ଷ୍ଟାଫ ନର୍ସ, ୪ ହଜାର ୧୪ ଆୟୁଷ ଡାକ୍ତର, ୮ହଜାର ୨୯୬ ଜଣ ଲାବ୍ରୋଟାରୀ ଟେକ୍ନିସିଆନ୍ ଓ ଫାର୍ମାସିଷ୍ଟ, ୧ଲକ୍ଷ ୩୫ହଜାର ୮୨୦ ଆଶା, ଅଙ୍ଗନଓ୍ୱାଡି ଓ ଅନ୍ୟାନ୍ୟ ଏନ୍ଏଚ୍ ଏନ୍ ସ୍ୱେଛାସେବୀ, ୧୧ହଜାର ୧୪୪ ଜଣ ଏମ୍‌ବିବିଏସ୍, ଆୟୁଷ ଓ ନର୍ସିଂ ଛାତ୍ର ସମେତ ଅନ୍ୟ କିଛି ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ନିୟୋଜିତ ଅଛନ୍ତି ।

23) China asks EU for help with supplies

ଏଥିସହିତ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ଔଷଧ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ବାବଦର ଖର୍ଚ୍ଚ ବାବଦରେ ରାଜ୍ୟ ମନ୍ତ୍ରୀ ପରିଷଦକୁ ଅବଗତ କରାଯାଇଥିଲା । ଆବଶ୍ୟକୀୟ ମେଡିକାଲ ଇକ୍ୟୁପମେଣ୍ଟ ଏବଂ ଔଷଧ ମହଜୁଦ କରିରଖାଯାଇଛି । ଏହି ୪ ମାସର କରୋନା ସମୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇଛି । ତାଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହଯୋଗ ଯୋଗାଇ ଦିଆଯାଇଛି । ଏଥିଲାଗି ବିଭିନ୍ନ ନିର୍ମାଣ ଶ୍ରମିକଙ୍କୁ ୧ହଜାର ୫୦୦ ଟଙ୍କା ଲେଖାଏଁ ଯୋଗାଇଦିଆଯାଇଥିଲା ।

Odisha Govt issues additional guidelines for management of TMCs ...

ଏଥିସହିତ ସଫଳତାର ସହ କ୍ୱାରେଣ୍ଟାଇନ୍ ପୂରା କରିଥିବା ୮ ଲକ୍ଷ ୮୦ ହଜାର ଲୋକଙ୍କୁ  ୨ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଦିଆଯାଇଥିଲା । ଏବଂ ସର୍ବପ୍ରଥମେ ବିଦେଶରୁ ଫେରି ସଫଳତାର ସହ କ୍ୱାରେଣ୍ଟାଇନ୍ ପୂରା କରିଥିବା ଲୋକଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି । ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ରାଶି ପ୍ରଦାନ କରାଯାଉଛି । ଆଶା କର୍ମୀଙ୍କୁ ୮ ପାଇଁ ଯୋଗାଇ ଦିଆଯାଉଥିବା ବେଳେ ଅଙ୍ଗନଓ୍ୱାଡି କର୍ମୀଙ୍କୁ ୩ ମାସ ପାଇଁ ଏହି ରାଶି ଯୋଗାଇଦିଆଯାଉଛି ।

27 contacts of Koraput case traced- The New Indian Express

            ତେବେ ବିଭିନ୍ନ ତାଲିମ ସତ୍ତ୍ୱେ ୮ ଜଣ କୋଭିଡ ଓ୍ୱାରିୟରଙ୍କ ମୃତ୍ୟୁ ଘଟିଲା । ସେମାନଙ୍କ ପରିବାରବର୍ଗ ଅବସର ଯାଏଁ ଯାହା ଦରମ ପାଇଁଥାନ୍ତେ ସେହି ଟଙ୍କା ଯୋଗାଇଦିଆଯିବ । ଏଥିସହିତ ଶେଷ୍ୟକୃତ୍ୟ ପାଇଁ ସରକାରଙ୍କ ପକ୍ଷରୁ ସାଢ଼େ ୭ ହଜାର ଟଙ୍କା ଯୋଗାଇଦିଆଯାଇଛି । ଏହି ଭଳି ଭାବେ କରୋନା ମୁକାବିଲା ଦିଗରେ ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।

ଏଯାବତ୍ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୪୦ କୋଟି ଖର୍ଚ୍ଚ ହେଲାଣି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୬୨୪କୋଟି, ବିଭିନ୍ନ କ୍ରିଟିକାଲ୍ ଇନ୍‌ର୍ଫାଷ୍ଟ୍ରକଚର ନିର୍ମାଣ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୮୭୫ କୋଟି ଖର୍ଚ୍ଚ ହୋଇସାରିଲାଣି । ବିଧାୟକମାନେ ମଧ୍ୟ ସେମାନଙ୍କ ଏମ୍ଏଲ୍‌ଏ ଲେଡ୍ ଫଣ୍ଡରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥାତ ସମୁଦାୟ ୭୩ କୋଟି ଟଙ୍କା ସେମାନେ ଦେଲେଣି ।

8 Ways to Thank Frontline Workers | United Way Worldwide

            ତେବେ ଗତ ୪ ମାସ ହେଲେ ବିଭିନ୍ନ କ୍ଷେତ୍ରରେ କରୋନା ମୁକାବିଲା କରୁଥିବା ଫ୍ରଣ୍ଟ ଲାଇନ୍ କରୋନା  ଯୋଦ୍ଧା ନିରନ୍ତରଭାବେ କାମ କଲେଣି । ସେମାନଙ୍କୁ ବିଶ୍ରାମ ଦେବାକୁ ପଡ଼ିବ । ଏଥିସହିତ କରୋନ ନୂଆ ଚିକିତ୍ସା ପଦ୍ଧତି ଅର୍ଥାତ ପ୍ଳାଜ୍‌ମା ଥେରାପି ଭଳି ପଦ୍ଧତିକୁ କିଭଳି ଆପଣାଇବା ମଧ୍ୟ ଆମ ପାଇଁ ଏକ ଚ୍ୟାଲେଞ୍ଜ । ତେବେ ପୂର୍ବରୁ ଏହା ଭୁବନେଶ୍ୱର ଓ ଗଞ୍ଜାମ ଓ ଆରମ୍ଭ ହୋଇସାରିଥିବା ବେଳେ ରାଉରକେଲା ଆଇଜିଏଚ୍‌ରେ ମଧ୍ୟ ଲାଗୁ କରାଯିବାକୁ ମନ୍ତ୍ରୀ ପରିଷଦରେ ନିଷ୍ପତ୍ତି ହୋଇଛି ।

ଏଥିରେ ମେଡିକାଲ ଖର୍ଚ୍ଚ, ମେଡିକାଲ ଇକ୍ୟୁପମେଣ୍ଟ ବାବଦକୁ ସମସ୍ତ ଖର୍ଚ୍ଚ କରାଯିବ । ଏଥିରେ କୌଣସି ସାଲିସ କରାଯିବ ନାହିଁ । ବିଭିନ୍ନ ଜାଗରେ ପ୍ରବାସୀ ଶ୍ରମିକ ଆସି ଅଛନ୍ତି ସେମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯିବାକୁ ଗୁରତ୍ୱ ଦିଆଯାଇଛି ।

 ସାମାଜିକ ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇବି । ଗ୍ରାମାଞ୍ଚଳରେ ନିଯୁକ୍ତିକୁ ମଧ୍ୟ ସରକାରଙ୍କ ପ୍ରାଧାନ୍ୟ    । ଏଥସହି ଚାଷ, ଉଦ୍ୟନକୃଷି, ପଶୁପାଳନ , ମାଛ ଚାଷ ଆଦି କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ । ଆଗରୁ ଏଥିଲାଗି ଓସିଏଫ୍ ୪୦୦ ରୁ ୨୦୦୦ କୋଟିକୁ ବୃଦ୍ଧି କରାଯାଇଛି । କ୍ୟାପିଟାଲ ଏକ୍ସପେଣ୍ଡଚେର ମଧ୍ୟ ନନ୍ ପ୍ରାୟୋରଟି ସେକ୍ଟରେ ବାରଣ କରାଯିବ  । ସାଧାରଣ ଜନତାଙ୍କ ଦିଆଯାଉଥିବା ବିଭିନ୍ନ ସେବା କୋରିୟର ମାଧ୍ୟମରେ ଡିଜିଟାଲ ମାଧ୍ୟମରେ ଏବଂ ସିଏସ୍ଇ ମାଧ୍ୟମରେ ଯୋଗାଇଦିଆଯିବ । । ୫୫ ପ୍ରତିଶତ ସେବା ଅନଲାଇନ୍ ହୋଇସାରିଲାଣି । ୨ ଅକ୍ଟୋବର ସୁଦ୍ଧା ସମସ୍ତ ସେବାକୁ ଅନଲାଇନ୍ କିମ୍ୱା କୋରିୟର ମାଧ୍ୟମରେ ଯୋଗାଇଦିଆଯିବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଯାହା ଆର୍ତିକ ସ୍ଥିତି ରହିଛି ଆମକୁ କେନ୍ଦ୍ରୀୟ ଅନୁଦାନ କମିବ ।

କରୋନା ମୁକାବିଲା ରାଜ୍ୟ ସରକାର କାମ୍ପା ଓ  ଓମ୍ୱାସଡି ପାଣ୍ଠିରୁ ଋଣ କରିବେ । ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି କରିଥିବା ଆର୍ଥିକ କଟକଣା ଜାରି ରହିବ । ତେବେ ଏ ଯାବତ୍ ରାଜ୍ୟ ସରକାର ମୋଟ ୧ ହଜାର କୋଟି ଟଙ୍କା ଋଣ କରିସାରିଛନ୍ତି । ଆଗକୁ ଆବଶ୍ୟକତା ଅନୁସାରେ ଋଣ କରାଯିବ । ୩ ପ୍ରତିଶତ ସୁଧରେ ରାଜ୍ୟ ସରକାର ଏହି ଟଙ୍କା ପାଇପାରିବେ ।

ରାଜ୍ୟରେ ଆଉ ୪୪୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ଆକ୍ରାନ୍ତ ସଂଖ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ସୁସ୍ଥ ହାର ବଢ଼ୁଥିବାରୁ ରାଜ୍ୟବାସୀଙ୍କୁ ଆସ୍ୱସ୍ତୀ ମିଳୁଛି ।

ତେବେ ଆଜି ୪୪୦ ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାର ୮୩, ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭ ଏବଂ ଝାରସୁଗୁଡ଼ାରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି କେନ୍ଦୁଝରରୁ ୧୨, ନବରଙ୍ଗପୁରରୁ ୧୨, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁରରୁ ୯, ଅନଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, ସୁନ୍ଦରଗଡ଼ରୁ ୬, ବଲାଙ୍ଗିରରୁ ୫, ସମ୍ବଲପୁରରୁ ୫ ଓ ନୟାଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜିର ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୧୩୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଆରମ୍ଭ ହେଲା କୋଭାକ୍ସିନ୍‌ର ମାନବ ପରୀକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ହ୍ୟୁମାନ୍‌ ଟ୍ରାଏଲ୍‌ । ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଆରମ୍ଭ ହେଇଯାଇଛି କୋଭାକ୍ସିନ୍‌ର ମାନବ ପରୀକ୍ଷଣ । ହ୍ୟୁମାନ୍‌ ଟ୍ରାଏଲ୍‌ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କର ସ୍କ୍ରିନିଂ ପରେ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ କିଛି ଜଣଙ୍କ ସ୍କ୍ରିନିଂ ସରିବା ପରେ ହ୍ୟୁମାନ୍‌ ଟ୍ରାଏଲ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବଛାଯାଇଛି । ସେହି ଯୋଗ୍ୟ ବ୍ୟକ୍ତି ମାନଙ୍କ ଶରୀରରେ କୋଭାକ୍ସିନ ପରୀକ୍ଷା କରାଯାଇଛି । ୨ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ଦିଆଯିବ । କାହା ଉପରେ କିପରି ପ୍ରଭାବ ପଡୁଛି ତାହା ପରୀକ୍ଷା କରିବେ ସ୍ୱତନ୍ତ୍ର ଡାକ୍ତରୀ ଦଳ ।

SUM INAUGURATION

୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହି ପରୀକ୍ଷା କରାଯିବ । ତେବେ ସେମାନଙ୍କର କୋଭିଡ୍‌ ବା ଡାଏବେଟିସ୍‌ ଭଳି ଅନ୍ୟ ରୋଗ ନଥିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି । ହାଇଦ୍ରାବାଦର ଭାରତ ବାୟୋଟେକ୍‌, ଆଇସିଏମଆର୍‌ ଓ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଏହି କରୋନା ଟିକାକୁ ବିକଶିତ କରାଯାଇଛି ।

covaxin

ତେବେ ଏହା କେତେ ଉପଯୋଗୀ ହେବ, ତାହା ହ୍ୟୁମାନ ଟ୍ରାଏଲରୁ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । ହ୍ୟୁମାନ୍‌ ଟ୍ରାଏଲ ପାଇଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଦେଶରେ ମୋଟ୍‌ ୧୨ଟି ଲ୍ୟାବ୍‌ରେ କୋଭାକ୍ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ କରାଯିବା ପାଇଁ ସ୍ଥିର କରାଯାଇଛି । ସେଥିମଧ୍ୟରୁ ସମ୍‌ ହସ୍ପିଟାଲରେ ଥିବା ଲ୍ୟାବ୍‌ ଅନ୍ୟତମ ।

ତେବେ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଅନ୍ୟପଟେ ଖୁବ୍‌ଶୀଘ୍ର କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି ।

ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇପାରେ ଆଇପିଏଲ,ଏହି ସମୟରେ ଆରମ୍ଭ ହେବ ମ୍ୟାଚ୍…

0

ନୂଆଦିଲ୍ଲୀ: ଏସିଆ କପ୍ ଏବଂ ଟି -୨୦ ବିଶ୍ୱକପ୍ ୨୦୨୦ ରଦ୍ଦ ହେବା ପରେ, ଆଇପିଏଲ୍ ୨୦୨୦ ଅନୁଷ୍ଠିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ବିଶ୍ୱର ଏହି ସର୍ବବୃହତ୍ତ କ୍ରିକେଟ୍ ଲିଗ୍ କେବେ ଆରମ୍ଭ ହେବ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ଖୁବ୍ ଶୀଘ୍ର ମିଳିପାରିବ, କିନ୍ତୁ  ଏହାର ଭିତରେ ଖବର ଆସୁଛି ଯେ, ଆଇପିଏଲ୍ ୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇପାରେ | ପୂର୍ବରୁ ଶୁଣାଯାଉଥିଲା ଯେ, ଏହି ଟୁର୍ଣ୍ଣାମେଣ୍ଟ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ଏବେ କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇପାରିବ ।

IPL 2020 : Dubai Sports City head says, 'we are keeping ourselves ...

କେଉଁ ସମୟରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବ?

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ଗୁଡ଼ିକ ସନ୍ଧ୍ୟା ୭.୩୦ ରୁ ଆରମ୍ଭ ହେବ । ଭାରତରେ ଏହି ମ୍ୟାଚ୍ ଗୁଡିକ ରାତି ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ରେ ଟସ୍ ହେଉଥିଲା । କିନ୍ତୁ ଏଥର ଆଇପିଏଲ ୟୁଏଇରେ ହୋଇପାରେ, ଯେଉଁଥିପାଇଁ ମ୍ୟାଚର ସମୟ ବଦଳୁଛି  ।

Dubai, Dharmasala, Ahmedabad 3 options for India's training camp ...

ୟୁଏଇରେ ହେବ ଆଇପିଏଲ୍

ଆଇପିଏଲ ପରିଚାଳନା ପରିଷଦର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସୋମବାର ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏଥର  ଭାରତ ବାହାରେ ଅର୍ଥାତ ୟୁଏଇରେ ଆଇପିଏଲ୍‌ ଅନୁଷ୍ଠିତ ହେବ । ଭାରତରେ କ୍ରମାଗତ ଭାବେ କରୋନା ଭୂତାଣୁର ବିସ୍ତାର ହେତୁ ଏହି ନିଷ୍ପତ୍ତି ନିଆଯାଉଛି।

IPL 2020: UAE to host IPL 13, Governing Council to meet within a ...

ବ୍ରିଜେଶ ପଟେଲ କହିଛନ୍ତି ଯେ, ଆଇପିଏଲ ପରିଚାଳନା ପରିଷଦ ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ ବୈଠକ କରିବାକୁ ଯାଉଛି ଏବଂ ଟୁର୍ଣ୍ଣାମେଣ୍ଟର ତାରିଖ, କାର୍ଯ୍ୟସୂଚୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନିଆଯାଇପାରେ । ବ୍ରିଜେଶ ପଟେଲ କହିଛନ୍ତି ଯେ, ଭାରତ ସରକାରଙ୍କ ଅନୁମୋଦନ ପରେ ଆଇପିଏଲ ୨୦୨୦ କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ବାତିଲ୍, ବଦଳିଲା ୨୦୨୩ ବିଶ୍ୱକପ୍ କାର୍ଯ୍ୟକ୍ରମ

ଏଥର ଭଙ୍ଗାଯିବନି ଲକ୍‌ଡାଉନ୍‌ରେ ଟଣା ହୋଇଥିବା ରଥ, ରହିବ ସଂଗ୍ରାହଳୟରେ..!

ପୁରୀ: ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇସାରିଛି । ଆଉ ନିୟମ ଅଉଛି ରଥଯାତ୍ରା ସରିବା ପରେ ରଥ ଭଙ୍ଗା ପର୍ବ ଆରମ୍ଭ ହୋଇଥାଏ । ହେଲେ ଏଥର ତିନି ରଥ ଭଙ୍ଗାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏନେଇ ପୂରୀ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷର ତିନି ରଥକୁ ସଂଗ୍ରାହଳୟରେ ରଖାଯିବ । ଜଗନ୍ନାଥ ବଲ୍ଲଭ ପରିସରରେ ଏହି ରଥଗୁଡ଼ିକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ସ୍ଥାନ ପ୍ରସ୍ତୁତ କରାଯାଉଛି ।

ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ପ୍ରସ୍ତୁତ କରାଯାଇଛି, ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଛି ।

ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଂଗାଯିବ । ଭଂଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ । ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷୀତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ ।

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ଏନେଇ ନିଷ୍ପତି ନେବାକୁ ସ୍ଥିର ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବିଶେଷ କରି ଏକ ଟେକ୍ନିକାଲ ଟିମ୍‌ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ,ଲାଏ ଡିଟେକ୍ସନ ଟେଷ୍ଟ ଦାବି କଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୁତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ଆଦିତ୍ୟଙ୍କ ମୃତ୍ୟୁକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ପଷ୍ଟିକରଣ ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ସିସିଟିଭିରେ କଏଦ ହୋଇଥିବା ଆଦିତ୍ୟଙ୍କ ଶେଷ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଘରୁ ବାହାରି ଲିଙ୍ଗରାଜ ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଉଥିବାର ଭିଡିଓ ଏବେ ରେଲଓ୍ୱେ ପୋଲିସର ହସ୍ତଗତ ହୋଇଛି । ଏହି ସିସିଟିଭିର ଦୃଶ୍ୟ ହେଉଛି ସନ୍ଧ୍ୟା ୭ଟା ୪୮ ମିନିଟ ସମୟର । ଦୃଶ୍ୟରେ ଆଦିତ୍ୟ ଚାଲିକି ଯାଉଥିବା ଦେଖିବାକୁ ମିଳିଛି ।

ଅଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ କଡ଼ରୁ ମିଳିବା ପରେ ଘଟଣାରେ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । କେତେବେଳେ ତାଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେଉଥିବା ବେଳେ ଆଉ କେତେବେଳେ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି କୁହାଯାଉଛି । କେତେବେଳେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରାଯାଉଥିବା ବେଳେ ଆଉ କେତେବେଳେ ତାଙ୍କ ସାଙ୍ଗମାନଙ୍କ ପ୍ରତି ସନ୍ଦେହ ବଢ଼ୁଛି ।

ଡାଇରୀରେ ପ୍ରଥମ ଚାରି ପୃଷ୍ଠା ଆଦିତ୍ୟଙ୍କ ହାତ ଲେଖା‌ ରହଇଥିବା ବେଳେ ପରେ ଶେଷ ଦୁଇ ପୃଷ୍ଠା ପତ୍ନୀ ବିଦ୍ୟାଶ୍ରୀଙ୍କର ହାତ ଲେଖା ବୋଲି ଜଣାପଡ଼ିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଥିଲା ଯେ, ଆଦିତ୍ୟଙ୍କ ଡାଏରୀରେ କାହିଁ ବିଦ୍ୟାଶ୍ରୀ ଲେଖିଥିଲେ । ପ୍ରଥମରୁ କାହିଁକି ଏହି କଥାକୁ ଲୁଚେଇ ରଖାଯାଇଥିଲା ।

ତେବେ ଏହାରି ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି । ହେଲେ ଏଯ଼ାଏଁ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟୁନି । ଗୋଟେପଟେ ହ୍ୟାଣ୍ଡରାଇଟିଂ ବ୍ୟୁରୋରେ ହସ୍ତାକ୍ଷର ଯ଼ାଞ୍ଚ ହେଉଥିବା ବେଳେ ଏବେ ଲାଏ ଡିଟେକ୍ସନ ହେଉ ବୋଲି ଦାବି କରିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ।  ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶଙ୍କର  ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଦାବି କରିଛନ୍ତି ବିଦ୍ୟାଶ୍ରୀ । ଏହା ସହ ସେ କହିଛନ୍ତି ଯେ, ମୋର ମଧ୍ୟ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଉ । ଫଳରେ କିଏ ସତ କହୁଛି ତାହା ଜଣା ପଡିଯିବ ।

(ଭୁବନେଶ୍ୱରରୁ ଅରୁଣ ସାହୁ)

ରାଜଧାନୀରେ ଚର୍ଚ୍ଚା, କେନାଲରୁ ମାଛ ଧରୁଥିବା ବେଳେ ଜାଲରେ ପଡ଼ିଲା ପୁଳା ପୁଳା ଟଙ୍କା !

ଭୁବନେଶ୍ୱର: କେନାଲ ବନ୍ଧରୁ ମିଳିଲା ପୁଳା ପୁଳା ଟଙ୍କା । ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ପ୍ରତ୍ୟେକ ଦିନ ସେହି କେନାଲ ବନ୍ଧକୁ ଯାଆନ୍ତି, ହେଲେ ଗୋଟିଏ ଦିନ ଅଚାନକ ତାଙ୍କ ଜାଲରେ ମାଛ ବଦଳରେ ପଡ଼ିଲା ଏକ ବଡ଼ ବ୍ୟାଗ୍ । ଆଉ ସେହି ବ୍ୟଗ୍‌ରେ ଥିଲା ପୁଳା ପୁଳା ଟଙ୍କା ।‌ Canal Currency  କଥାରେ ଅଛି ଯାହା ଭାଗ୍ୟରେ ଥିବ ତାହା କେହି ଛଡ଼ାଇ ନେଇପାରିବେ ନାହିଁ । ଆଉ ଯାହା ଭାଗ୍ୟରେ ନଥିବ ତାକୁ ଯେତେ ଚେଷ୍ଟା କଲେ ବି ପାଇ ହେବ ନାହିଁ । ଆଉ ଯାହା ତମ ଭାଗ୍ୟରେ ପାଇବାକୁ ନାହିଁ ତାହା ହାତ ପାହାନ୍ତାରେ ଥିଲେ ମଧ୍ୟ ଆଖି ପିଛୁଳାକେ ଖସିଯିବ ।

ଠିକ୍‌ ସେମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଭୁବନେଶ୍ୱର ବ୍ଲକ ଅଧିନସ୍ଥ ମରିଚିଆ ଗ୍ରାମରେ । ଏହି ଗାଁର ତ୍ରିଲୋଚନ ରାଉତ ନାମକ ଜଣେ ମତ୍ସ୍ୟଜୀବୀ ସବୁଦିନ ପରି ପୁରୀ ମୁଖ୍ୟ କେନାଲର ମରିଚିଆ ସାଇଫନ ଛକକୁ ମାଛ ମାରିବା ପାଇଁ ଆସିଥିଲେ । ବୁଧବାର ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ମାଛ ବଦଳରେ ଏକ ବିରାଟକାୟ ବ୍ୟାଗ୍‌ ଲାଗିଥିଲା ।

Canal Currency

ତେବେ ସେ କୂଳକୁ ବ୍ୟାଗ୍‌ଟିକୁ ଆଣି ଦେଖନ୍ତି, ସେ ବ୍ୟାଗରେ ବିଡ଼ା ବିଡ଼ା ଟଙ୍କା ଅଛି । ସବୁଠାରୁ ବଡ଼ କଥା ହେଲା ଏତେ ଟଙ୍କା ପାଇମଧ୍ୟ ତାଙ୍କ ମନରେ ଟିକେ ବି ଖୁସି ନଥିଲା । କାରଣ ସେହି ସବୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଥିଲା । ଆଉ ନୋଟ୍‌ ଗୁଡ଼ିକ ସବୁ ପୁରୁଣା ଟଙ୍କା ଥିଲା । ଏଥିପାଇଁ କୁହାଯାଏ ଯେ, ଯାହା ଭାଗ୍ୟରେ ନଥିବା ତହା ହାତ ପାହାନ୍ତାରେ ଥିଲେ ବି ହାତକୁ ଆସିବନି ।

Canal Currency

କେନାଲରୁ ଟଙ୍କା ବ୍ୟାଗ୍‌ ମିଳିଥିବା ଖବର ଚାରିଆଡ଼େ ଦ୍ରୁତ ବେଗରେ ବ୍ୟାପିଯାଇଥିଲା । ଆଉ ଲୋକମାନେ ଧାଇଁ ଆସିଥିଲେ ଏହି ଟଙ୍କା ବ୍ୟାଗ୍‌ ଦେଖିବାକୁ । ମାତ୍ର କେଇ ମୂହୁର୍ତ୍ତକ ମଧ୍ୟରେ ସେଠାରେ ଜମିଥିଲା ଲୋକଙ୍କ ଭିଡ଼ ।

Canal Currency

ଏତେ ପରିମାଣର ପୁରୁଣା ଟଙ୍କାକୁ କିଏ ରଖିଥିଲା ଲୁଚାଇ ? କେଉଁଠୁ ଆସିଲା ଏହି ଟଙ୍କା ? ଏହା ନିଶ୍ଚିତ ଭାବେ କାହାର କଳା ଧନ ହୋଇଥିବ ! ଏଭଳି ନାନା ପ୍ରଶ୍ନ ଉଙ୍କି ମାରିଲା ଗାଁ ଲୋକଙ୍କ ମନରେ । ବ୍ୟାଗ୍‌ରୁ ମିଳିଥିବା ଟଙ୍କା ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଆମେରିକାରେ ବ୍ୟାନ୍ ହୋଇପାରେ ଟିକ୍‌ଟକ୍: ଆପ୍‌କୁ କିଣିପାରନ୍ତି ଆମେରିକୀୟ ନିବେଷକ

ଓ୍ୱାସିଂଟନ୍: ସର୍ଟ ଭିଡିଓ ସେୟାରିଂ ଆପ୍ ଟିକ୍ ଟକ୍ ଭାରତରେ ବେନ୍ ହୋଇସାରିଛି । ଆମେରିକାରେ ମଧ୍ୟ ଏହି ଆପକୁ ନେଇ କଠୋର ମନୋଭାବ ପୋଷଣ କରିଛି । ଏବଂ ଖୁବ୍‌ଶୀଘ୍ର ଏହା ବେନ୍ କରାଯାଇପାରେ । ତେବେ ଏହି ଆପର ବ୍ୟବହାରକାରୀ ଭାରତ ଏବଂ ଆମେରିକାରେ ଅଧିକ ଅଛନ୍ତି । ଏଭଳି ସମୟରେ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସ ଏହାର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆମେରିକୀୟ ନିବେଷକ ଟିକଟକ୍‌ କିଣିବା ପାଇଁ ବିକଳ୍ପ ଖୋଜୁଛନ୍ତି । ଯେଉଁମାନଙ୍କ ଟିକଟକ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସରେ ଭଲ ଅଂଶଧନ ରହିଛି ।

TikTok plans to withdraw from Hong Kong, may face US ban - CNET

ବାଇଟ୍ ଡ୍ୟାନ୍ସ ସିଇଓ କିଛି ସମୟ ପୂର୍ବରୁ କହିଥିଲେ ଯେ, ଏହି ଆପର ସର୍ବୋତ୍ତମ ଭବିଷ୍ୟତ ପାଇଁ ଆମେ ଏହାକୁ ବିକ୍ରୟ କରିବାକୁ ପ୍ରସ୍ତୁତ ଅଛୁ ।  ସୂଚନା ମୁତାବକ, ଏହି ବିଷୟରେ ଜାଣିଥିବା କିଛି ଲୋକଙ୍କୁ ଉଲ୍ଲେଖ କରି କହିଛନ୍ତି, ‘ବାଇଟ୍ ଡ୍ୟାନ୍ସ ଆମେରିକୀୟ ନିବେଶକମାନେ ଟିକ୍‌ଟକ୍‌ର ଅଧିକାଂଶ ଅଂଶଧନ କିଣିବା ପାଇଁ କମ୍ପାନୀର ଶୀର୍ଷ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରୁଛନ୍ତି ।

Top TikTok Users in the USA who have made it Big on the Platform ...

ଯଦି ଏହା ଘଟେ, ଅର୍ଥାତ୍ ଜଣେ ଆମେରିକୀୟ ନିବେଶକ ଟିକଟକ୍ କିଣନ୍ତି, ତେବେ ଏହି କ୍ଷେତ୍ରରେ ଏହି ଆପ୍ ଭାରତକୁ ଫେରିବା ପାଇଁ ରାସ୍ତା ସହଜ ହୋଇପାରେ | ଯଦି ଆମେରିକୀୟ ନିବେଶକମାନେ ଅଧିକରୁ ଅଧିକ ଅଂଶଧନ କିଣନ୍ତି, ତେବେ ଆମେରିକାରେ, ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ  ।

ନୋରା ଫତେହିଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ, କହିଲେ ଆମେ ବାହା ହେବାକୁ ଯାଉଛୁ ! ଦେଖନ୍ତୁ ଭିଡିଓ…

ଯୁକ୍ତରାଷ୍ଟ୍ରରେ ଏହି ଆପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ଭୋଟ୍ ଚାଲିଛି ଏବଂ ଅଧିକାଂଶ ପ୍ରତିନିଧି ଏହାକୁ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ ଅନୁଯାୟୀ ନିଷେଧ କରିବା ସପକ୍ଷରେ ମତ ଦେଇଛନ୍ତି ।