spot_img
Home Blog Page 6790

ଚୀନ୍ ଏବଂ ପାକିସ୍ତାନକୁ ଟକ୍କର ଦେବା ପାଇଁ ଋଷ ଭାରତକୁ ଦେବ ଏହି ବିନାଶକାରୀ ଅସ୍ତ୍ର

ଗାଲଓ୍ୱାନ ଘାଟିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହେବା ପରେ ଭାରତ ଏବଂ ଚୀନ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସୀମାରେ ପାକିସ୍ତାନ ଏବଂ ଚୀନ୍‌ର ଏଭଳି କାର୍ଯ୍ୟକୁ ଜବାବ ଦେବା ପାଇଁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନର ଅତ୍ୟଧିକ ଆବଶ୍ୟକତା ରହିଛି । ଏହି ଆହ୍ୱାନର ମୁକାବିଲା ପାଇଁ ଭାରତୀୟ ବାୟୁସେନା ଋଷ ଠାରୁ ୨୧ ଟି ନୂଆ ମିଗ୍ -୨୯ ଏବଂ ୧୨ ଟି ସୁଖୋଇ -୩୦ ଏମକେଆଇ କିଣିବା ପାଇଁ ପ୍ରସ୍ତାବ ପଠାଇଛି । ଏହି ସମୟରେ ଋଷ କହିଛିଯେ ଭାରତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିମାନ ଗୁଡ଼ିକୁ ଯଥାଶୀଘ୍ର ଭାରତକୁ ହସ୍ତାନ୍ତର କରାଯିବ ।

ଋଷ ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଏହି ଚୁକ୍ତି ପାଇଁ ମସ୍କୋ ସମ୍ପୂର୍ଣ୍ଣ ପ୍ରସ୍ତୁତ । କୁହାଯାଉଛି ଋଷ ଆଜିକାଲି ମିଗ୍ -୨୯  ଯୁଦ୍ଧ ବିମାନକୁ ଆଧୁନିକୀକରଣ କରି ଆଗଠାରୁ ଆହୁରି ଅଧିକ ଶକ୍ତିଶାଳୀ କରସାରିଛି । ଥରେ ଏହି ବିମାନଗୁଡ଼ିକର ଆଧୁନିକୀକରଣ ପ୍ରକ୍ରିୟା ସମାପ୍ତ ହୋଇଗଲେ, ଏହି ବିମାନଗୁଡ଼ିକ ଚତୁର୍ଥ ପିଢ଼ିର ଯୁଦ୍ଧ ବିମାନ ସହିତ ସମାନ ହୋଇଯିବ ।

ଆଧୁନିକୀକରଣ ପରେ, ମିଗ୍ -୨୯ ବିମାନ ଋଷ ଏବଂ ବିଦେଶରୁ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ଅତି ଦ୍ରୁତ ଏବଂ ଉଚ୍ଚ ଉଚ୍ଚତାରେ ଉଡ଼ିବାରେ ସକ୍ଷମ ହେବ । କେବଳ ଏତିକି ନୁହେଁ, ଏହି ବିମାନ ଶତ୍ରୁମାନଙ୍କୁ ଚିହ୍ନିବାରେ ଅଧିକ ପ୍ରଭାବଶାଳୀ ହେବ । ଆଧୁନିକ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ବିମାନଗୁଡ଼ିକ ଆସନ୍ତା ୪୦ ବର୍ଷ ପାଇଁ ଭାରତୀୟ ବାୟୁସେନାରେ ସେବା କରିବାକୁ ସମର୍ଥ ହେବେ ।

ଭାରତ ମିଗ୍‌-୨୯ ସହ ଆହୁରି ୧୨ଟି ସୁଖୋଇ -୩୦ ଏମ୍‌କେଆଇ ବିମାନ କିଣିବାକୁ ଯାଉଛି । ଭାରତର ସୁଖୋଇ ବିମାନଗୁଡ଼ିକକୁ ଚଳିତ ବର୍ଷ ଜାନୁଆରୀରେ ବ୍ରାହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ସଜିତ କରାଯାଇଥିଲା । ସୁଖୋଇ -30 ବିମାନଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି । ଏହି ବିମାନଗୁଡ଼ିକ ଭାରତ ଏବଂ ଋଷ ମଧ୍ୟରେ ବନ୍ଧୁତ୍ୱର ଏକ ବଡ଼ ପ୍ରତୀକ ଭାବରେ ବିବେଚନା କରାଯାଏ । ୧୦ ରୁ ୧୫ ବର୍ଷ ମଧ୍ୟରେ ଭାରତ ସୁଖୋଇ -30   ଯୁଦ୍ଧ ବିମାନ ପାଇଁ ଅନେକ ଥର ଅର୍ଡର ଦେଇଥିଲା |

ଆରୋଗ୍ୟହାରରେ ଓଡ଼ିଶାର ରେକର୍ଡ, ଦିନକରେ ସୁସ୍ଥ ହେଲେ ୨୩୭ ସଂକ୍ରମିତ

ଭୁବନେଶ୍ୱର: ଜିତୁଛି ଓଡ଼ିଶା, ହାରୁଛି କରୋନା । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସୁସ୍ଥ ହେବାରେ ଲାଗିଛନ୍ତି କରୋନା ସଂକ୍ରମିତ । ଜାତୀୟ ହାରଠୁ ଓଡ଼ିଶାରେ ସୁସ୍ଥ ହାର ଅଧିକ ରହିଛି । ଗୋଟିଏ ଦିନରେ ଆଜି ସର୍ବାଧିକ ୨୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି କଟକରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, ଭଦ୍ରକ ଓ ମୟୂରଭଞ୍ଜରୁ ୯ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଓ ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଭଲ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮୫୬ରେ ପହଞ୍ଚିଛି । ଆଜି ୨୩୭ ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ୫୩୪କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୩୨୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି । ୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ବାହାଘର କଥା ଉଠିଲେ ସୁଶାନ୍ତ ଦେଉଥିଲେ ଏମିତି କଛି ଉତ୍ତର, ଭାଇରାଲ ହେଲା ଭିଡିଓ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ବନ୍ଧୁ ଏବଂ ଫ୍ୟାନ୍‌ଙ୍କ ଉପରେ ଗଭୀର ଝଟକା ଲାଗିଛି । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁ ପରେ  ଶ୍ରଦ୍ଧାଞ୍ଜଳିର ସୁଅ ଛୁଟୁଛି ।  ସୁଶାନ୍ତଙ୍କ କଠିନ ପରିଶ୍ରମ ଏବଂ ଟିଭିରୁ ବଲିଉଡକୁ ଯାତ୍ରାକୁ ମନେ ପକାଇ ଫ୍ୟାନ୍ ଭାବପ୍ରବଣ ହୋଇପଡିଛନ୍ତି । ଏବେ ଆରପାରିରେ ସୁଶାନ୍ତ କିନ୍ତୁ ତାଙ୍କର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି କୁହାଯାଉଛି ଯେତେବେଳେ ସେ ଶେଷ ଥର ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାର ସଦସ୍ୟ ତାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରିଥିଲେ ।

ସୁଶାନ୍ତଙ୍କ ବାହାଘରକୁ ନେଇ ଏହି ଭିଡ଼ିଓରେ ପରିବାର ଲୋକେ ସୁଶାନ୍ତଙ୍କୁ ଥଟା କରୁଥିବା ନଜର ଆସିଛି । ସୁଶାନ୍ତଙ୍କୁ ମଝିରେ ବସାଇ ତାଙ୍କ ଚାରିପଟେ ତାଙ୍କ ପରିବାର ଲୋକେ ବସି ମଜା କରୁଥିବା ଏହି ଭିଡ଼ିଓରେ ଦେଖାଯାଇଛି ।

https://www.facebook.com/SwagBihari/videos/968034473654161/

ଭିଡିଓରେ ପରିବାରର ଜଣେ ମହିଳା ସୁଶାନ୍ତଙ୍କୁ ତାଙ୍କ ବାହାଘରକୁ  ସମସ୍ତଙ୍କୁ ଡାକିବେ କି ନାହିଁ ପଚାରୁଛନ୍ତି ଏବଂ ଏହାର ଉତ୍ତରରେ ସୁଶାନ୍ତ ପ୍ରଥମେ ଝିଅଟେ ଖୋଜ ବୋଲି ହସି ହସି କହୁଛନ୍ତି ।  ମହିଳା ଜଣକ ତାଙ୍କୁ ପଚାରୁଛନ୍ତି ଯେ, ସେ ଗାଁ ଝିଅକୁ ବାହା ହେବେ କି ? ସୁଶାନ୍ତଙ୍କ ଉତ୍ତର ଥିଲା, ‘କାହିଁକି ନୁହେଁ’  । ଏହି ସମୟରେ ସୁଶାନ୍ତଙ୍କୁ ଦାନ୍ତକାଠୀରେ ଦାନ୍ତ ଘଷୁଥିବା ଦେଖିବାକୁ ମିଳିଥିଲା । ଗାଁ ଘର ଅଗଣାରେ ବସି ଗାଁ ଲୋକଙ୍କ ସହ ଏତେ ସାଦାସିଧା ଭାବେ କଥା ହେବାର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତବର୍ଷ ଗାଁକୁ ଆସିଥିବା ବେଳେ ସୁଶାନ୍ତଙ୍କ ଏହି ଭିଡ଼ିଓକୁ କେହି ଜଣେ ସୁଟ୍ କରିଥିଲେ ।

ସୁଶାନ୍ତ ନଭେମ୍ବରରେ ବିବାହ କରିବାର ଥିଲା ।  ନିକଟରେ ରିୟା ଚକ୍ରବର୍ତ୍ତୀ ପୋଲିସକୁ ଜେରା ବେଳେ ସେ ଓ ସୁଶାନ୍ତ ବିବାହ କରିବାକୁ ଯାଉଥିଲେ ବୋଲି କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ୨ ପଞ୍ଚାୟତ ଜାତୀୟସ୍ତରରେ ପୁରସ୍କୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଏବଂ ଶେରଗଡ଼ ବ୍ଲକର ୨ ପଞ୍ଚାୟତ ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଶେରଗଡ଼ ବ୍ଲକର ଅଲାରିଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ଶାସନଆମ୍ବଗାଁ ପଞ୍ଚାୟତକୁ ମିଳିଥି ପୁରସ୍କାର । କେନ୍ଦ୍ର ସରକାର ଉକ୍ତ ବ୍ଲକ ଓ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଦେଇଛନ୍ତି ।

ପୁସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଉତ୍ତମ ସେବା ଯୋଗାଇବାରେ ଏହା ସହାୟକ ହୋଇପାରିବ । ପଞ୍ଚାୟତକୁ କ୍ଷମତା ହସ୍ତାନ୍ତରୀକରଣ କରିବା ନେଇ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରର ୪ଜଣଙ୍କୁ କରୋନା

ମୁମ୍ବାଇ: କରୋନା ଭାଇରସ୍ ସରାଦେଶରେ ହାହାକାର ସୃଷ୍ଟି କରିଛି । ଏହି ମାହାମାରୀ ଆଗରେ ସମସ୍ତେ ହାର ମାନୁଛନ୍ତି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କୁ କବଳିତ କରିଛି କରୋନା ମାହାମାରୀ । ବର୍ତ୍ତମାନ ଏହି ମହାମାରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାରରେ ପହଞ୍ଚିଛି । ତାଙ୍କ ବଡ଼ ଭାଇ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଶ୍‌ ଗାଙ୍ଗୁଲି କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ସ୍ନେହାଶିଶଙ୍କ ପତ୍ନୀ ତଥା ସୌରଭ ଗାଙ୍ଗୁଲିଙ୍କ ଭାଉଜ ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ହେଲେ ଏନେଇ କୌଣସି ଗାଙ୍ଗୁଲିଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟି କରଣ ଦିଆଯାଇ ନାହିଁ ।

ଗତ ସପ୍ତାହରେ ଶାଶୁ ଓ ଶ୍ୱଶୁରଙ୍କୁ ଆକ୍ରାନ୍ତ କରିଥିଲା କରୋନା

ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ସ୍ନେହାସିଶଙ୍କ ଶାଶୁ ଏବଂ ଶ୍ୱଶୁର ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ପରିବାରର ଚାରି ଜଣ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ ଏବଂ ପରେ ସମସ୍ତଙ୍କ ଠାରେ କୋଭିଡ୍-୧୯ର ଲକ୍ଷଣ ଦେଖାଯାଇଥିଲା । ସେମାନେ ଅନ୍ୟ ଘରେ ରହୁଥିଲେ । ଯାହା ଗାଙ୍ଗୁଲିଙ୍କ ପୈତୃକ ଘର ନଥିଲା । ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଚାରିଜଣଙ୍କୁ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଛି ।

ଭୟଙ୍କର ରୂପ ନେଉଛି କରୋନା… ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ବିଶ୍ୱବ୍ୟାପୀ ବଢିଚାଲିଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । କିଛି ଦେଶରେ ଧିରେ ଧିରେ କରୋନା ଭୂତାଣୁ ନିଷ୍କ୍ରିୟ ହେଉଥିବାବେଳେ ବିଶ୍ୱବ୍ୟାପୀ ଏହାର ପ୍ରଭାବ ବଢିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି ଏବେ ଅଧିକରୁ ଅଧିକ ମୃତ୍ୟୁ ସଂଖ୍ୟା ମଧ୍ୟ ଆସୁଛି, ଆଉ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱବ୍ୟାପୀ ବଢିଚାଲିଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ବିଶ୍ୱ ସ୍ତରରେ ବଢୁଛି କରୋନା ପ୍ରକୋପ । କିଛି ଦେଶରେ ଧିରେ ଧିରେ କରୋନା ଭୂତାଣୁ ନିଷ୍କ୍ରିୟ ହେଉଥିବାବେଳେ ବିଶ୍ୱବ୍ୟାପୀ ଏହାର ପ୍ରଭାବ ବଢିବାରେ ଲାଗିଛି ।

ତେଣୁ ଏବେ ସାରା ବିଶ୍ୱରେ କରୋନାର ପ୍ରଭାବ ଢେର ଅଧିକ ରହିଛି । ସ୍ଥିତି ଏଭଳି ହୋଇଛି ଏବେ ଅଧିକରୁ ଅଧିକ ମୃତ୍ୟୁ ସଂଖ୍ୟା ମଧ୍ୟ ଆସୁଛି, ଆଉ ଏହାକୁ ନେଇ ଚିନ୍ତା ଜାହିର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । WHO ମୁଖ୍ୟ କହିଛନ୍ତି ଯେ, ଏବେ କରୋନା ବେକାବୁ ସ୍ଥିତିରେ ରହିଛି । ସମ୍ବେଦନଶୀଳ ଭାବେ ଏହାର ମୁକାବିଲା କରିବା ଉଚିତ୍ । ବିଭିନ୍ନ ଦେଶକୁ ଏବେ ଅର୍ଥନୈତିକ ଚିନ୍ତା ଘାରିଛି । ତେଣୁ ଲକଡାଉନ ଉଠାଯାଇଥିବାରୁ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସରକାର ଏ ନେଇ ସଜାଗ ରହିବା ଆବଶ୍ୟକ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଏବେ ମଧ୍ୟ ପୂର୍ବ ଓ ଦକ୍ଷିଣ ଏସିଆରେ କରୋନାର ପ୍ରଭାବ ବଢିବାରେ ଲାଗିଛି । ତେଣୁ ଲୋକେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି କହିଛନ୍ତି WHO ମୁଖ୍ୟ । ୩ ମାସ ପୂର୍ବରୁ କରୋନା ଭୂତାଣୁକୁ ବିଶ୍ୱ ମହାମାରୀ ରୂପେ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ୩ ମାସ ପରେ ମଧ୍ୟ କରୋନା ପ୍ରକୋପ କମିବାର ନା ନେଉନି । ଅନେକ ଦେଶରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଲକଡାଉନ ପାଇଁ ସଂକ୍ରମଣ ଅଧିକ ମାତ୍ରାରେ ବଢିବାରେ ଲାଗିଛି ।

 

କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି ।  ସେଥିରୁ ୧୯ଟି ସଂକ୍ରମଣ ମାମଲା ରାଜଧାନୀରୁ । ୪ ସଂକ୍ରମିତ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ୧୫ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ସୂଚନା ଦେଇଛି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି । ହୋମ୍ କ୍ୱାରେଣ୍ଟାଇନରେ ଥିବା ୪ ସଂକ୍ରମିତ ରେଲୱେ ଷ୍ଟାଫ୍ ନିକଟରେ ଦିଲ୍ଲୀରୁ ଫେରିଥିଲେ । ସେମାନଙ୍କ ବୟସ ହେଉଛି ୪୩, ୪୪, ୫୫, ୩୨ ବର୍ଷ ସମସ୍ତେ ପୁରୁଷ ।

୧୫ଟି ସ୍ଥାନୀୟ ସଂକ୍ରମଣ ମଧ୍ୟରୁ ଜଣେ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କ କର୍ମଚାରୀ । ତାଙ୍କ ବୟସ ୫୧ ବର୍ଷ ବୋଲି ସୂଚନା ମିଳିଛି । ସେ କୋଭିଡ ୧୯ ପଜିଟିଭ ସୂଚନା ଆସିବା ପରେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ବିଭାଗକୁ ସିଲ୍ କରାଯାଇଛି । ଅନ୍ୟପଟେ ଏକ ଘରୋଇ ହସ୍ପିଟାଲର ଆଉ ୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ପୂର୍ବରୁ ହସ୍ପିଟାଲର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ… ଗଞ୍ଜାମରୁ ସର୍ବାଧିକ ୫୭ ପଜିଟିଭ୍

ଡୁମଡୁମା ସୁବାଷ ନଗର ବସ୍ତିରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ । ଯିଏ କି ଦିଲ୍ଲୀରୁ ଫେରିଥିଲେ । ସେହିଭଳି ଲକ୍ଷ୍ମୀ ବଜାର ବସ୍ତିର ୯ ବର୍ଷର ବାଳକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସୂର୍ଯ୍ୟ ପରାଗ କାରଣରୁ ବଢିବ ମହାମାରୀ ? ଦେଶ ଉପରେ ସୂର୍ଯ୍ୟ ପରାଗର କ’ଣ ରହିବ ପ୍ରଭାବ..ଜାଣନ୍ତୁ

ଜୁନ୍ ୨୧ର ସୂର୍ଯ୍ୟ ପରାଗ ବେଳର ସଂଯୋଗ ବିଗତ ବହୁ ଦଶନ୍ଧି ପରେ ପଡ଼ିଛି । ଯେଉଁଠାରେ ୬ଟି ଗ୍ରହ ଏହି ସମୟରେ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଏହା ଗ୍ରହମାନଙ୍କର ଗତି ପଥକୁ ସମ୍ପୂର୍ଣ୍ଣ ଓଲଟାଇଦେବ ଏବଂ ଗ୍ରହମାନଙ୍କର ମଣିଷ ଜୀବନ ଉପରେ କୁପ୍ରଭାବ ପକାଇବ । ଯାହାକୁ ପଣ୍ଡିତମାନେ ଅଶୁଭ ମାନୁଛନ୍ତି । ଗ୍ରହମାନଙ୍କର ଏପରି ଚଳନ କାରଣରୁ ପ୍ରାକୃତିକ ବିତ୍ପତି ହେବା ସହ କରୋନା ମହାମାରୀ ସମୟରେ ଏଭଳି ସଂଯୋଗ ଅଗଷ୍ଟ ମାସ ସୁଦ୍ଧା ଏହି ମହାମାରୀକୁ ବଢାଇବାର ସନ୍ଦେହ କରାଯାଉଛି । ଶନିଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଏଭଳି ଆଶଙ୍କା କରାଯାଉଛି । ଯଦିଓ ସେପ୍ଟମ୍ବର ମାସ ସୁଧା କେତୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ସ୍ଥିତିରେ କିଛି ସୁଧାର ଆସିବ ଏବଂ ଲୋକେ ସବୁ ପ୍ରକାର ସଂକ୍ରଣରୁ ମୁକ୍ତ ହେବାର ସମ୍ଭାବନା ରହିଛି ।

୨୧ଜୁନରେ ମିଥୁନ ରାଶିରେ ଲାଗିବାକୁ ଯାଉଛି ସୂର୍ଯ୍ୟ ପରାଗ । ଏହି ସମୟରେ କେତକ ଗ୍ରହ ତାଙ୍କ ଗତିପଥର ବିପରୀତ ଦିଗରେ ଗତି କରିବ । ତେଣୁ ପରାଗ ସମୟରେ ଭଗବାନଙ୍କୁ ସ୍ମରଣ କରିବା ସହ ସମ୍ବନ୍ଧିତ ଗ୍ରହର ମନ୍ତ୍ର ଜପ କରନ୍ତୁ । ଗ୍ରହଣର ସମୟ ଜୁନ ୨୧ରେ ୧୦.୨୦ ସୁଦ୍ଧା ଆରମ୍ଭ ହେବା ସହ ୧୨.୧୭ରେ ମଧ୍ୟ ସୂର୍ଯ୍ୟ ପରାଗ ଏବଂ ୨.୨୦ରେ ମୋକ୍ଷ ହେବ । ତେବେ କେତୁ ୩ ସେପ୍ଟମ୍ବର ସୁଦ୍ଧା ରାଶି ପରିବର୍ତ୍ତ କରି ଧନୁ ରାଶିରୁ ବିଛା ରାଶିକୁ ପ୍ରବେଶ କରିବ ଯାହା ଫଳରେ ସ୍ଥିତରେ ସାମାନ୍ୟ ସୁଧାର ଆସିବା ସହ ସେପ୍ଟେମ୍ବର ୨୮ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରେ ।

ସାବଧାନ

ମିଥୁନ ରାଶିରେ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଅଶୁଭ କୁହାଯାଉଛି । ଏବଂ ମଙ୍ଗଳଙ୍କ ଜଳୀୟ ରାଶି ମୀନରେ ରହିବାଟା ମଧ୍ୟ ଶୁଭ ଧରା ଯାଉନାହିଁ । ତେଣୁ ଏହି ଗ୍ରହଣରେ ବଡ଼ ବଡ଼ ପ୍ରାକୃତିକ ବିତ୍ପତିର ଶଙ୍କେତ ମିଳିଥାଏ । ଯେମିତି କି ଅଧିକ ବର୍ଷା, ଘୁର୍ଣ୍ଣିଝଡ଼, ମହାମାରୀ ଭଳି ରୋଗ ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ତେବେ ଗ୍ରହଣ ଲାଗୁଥିବା ସମୟରେ ଭଗବାନଙ୍କ ପ୍ରତିମା ମଧ୍ୟ ଦେଖିବା ଅଶୁଭ ହୋଇଥାଏ । ରାହୁ ଏବଂ କେତୁ ଦୁଇଟିଯାକ ଅଶୁଭ ଗ୍ରହ । ଯେହେତୁ ଏହି ପରାଗ ରାହୁ ଗ୍ରାସ ଦ୍ୱାରା ପ୍ରତି ଫଳନ ହୁଏ ତେଣୁ ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ପିଡ଼ିତ କରିବ ତେଣୁ ଏହି ସୂର୍ଯ୍ୟ ପରାଗ ଅନ୍ୟ ପରାଗ ଠାରୁ ଭିନ୍ନ ଅଟେ ।

ରବିବାର ସୂର୍ଯ୍ୟ ପରାଗ, ଜାଣନ୍ତୁ କେତେବେଳେ କରିବେ ପାକ ତ୍ୟାଗ …

ଭୁବନେଶ୍ୱର: ସୂର୍ଯ୍ୟକୁ ୭୨ ପ୍ରତିଶତ ଘୋଡାଇବ ଚନ୍ଦ୍ର । ଚାରିପଟେ ନିଆଁ ବଳୟ ସୃଷ୍ଟିହେବ । ଯାହାକୁ ଖାଲି ଆଖିରେ ଦେଖିଲେ ବିପଦ ବୋଲି କୁହାଯାଉଛି । ଆଫ୍ରିକା, ଉତ୍ତର-ପୂର୍ବ ୟୁରୋପ ଓ ଏସିଆ ମହାଦେଶର କିଛି ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ତେବେ ପୂର୍ଣ୍ଣ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦେଖାଯିବ । ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରାୟ ଏକ ମିନିଟ୍‌ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । କରୋନ କଟକଣା ପାଇଁ ଏଥର ପରାଗ ଦେଖିବାକୁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଳାନେଟାରିୟମ୍‌ ।

୨୧ ତାରିଖରେ ହେବ ବଳୟ ସୂର୍ଯ୍ୟ ପରାଗ । ଏକ ସରଳରେଖାରେ ରହିବେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ । ଆଫ୍ରିକା, ୟୁରୋପ ଏବଂ ଏସିଆରେ ଦେଖାଯିବ ଏହି ପରାଗ । ଉତ୍ତର ଭାରତର ହରିୟାଣା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ୨୭୦ କିଲୋମିଟର ପରିଧିରେ ଏହା ଦୃଶ୍ୟମାନ ହେବ । କିନ୍ତୁ ଓଡ଼ିଶାରେ ଏହାର ଆଂଶିକ ଦୃଶ୍ୟମାନ ହେବ । ସୁନ୍ଦରଗଡରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟକୁ ଘୋଡାଇବ ଚନ୍ଦ୍ର । ସେହିପରି ମାଲକାନଗିରିରେ ୬୧ ପ୍ରତିଶତ ଏବଂ ଭୁବନେଶ୍ୱରରେ ୬୫ ସୂର୍ଯ୍ୟକୁ ଢାଙ୍କିବ ଚନ୍ଦ୍ର । ସାରା ଦେଶରେ ପରାଗ ସକାଳ ୧୦ ଟା ୨୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଟା ୨୦ ରେ ସର୍ବମୋକ୍ଷ ହେବ ।

ତେବେ ସୂର୍ଯ୍ୟ ପରାଗ ନେଇ ଗ୍ରହ ଚଳନ ଉପରେ ଆକଳନ କରିଛନ୍ତି ଜ୍ୟୋତିର୍ବିତ୍‌ । ୨୧ ତାରିଖ ଦିନ ଗୋଟିଏ ରାଶିରେ ବୁଧ, ଚନ୍ଦ୍ର, ରାହୁ ଏବଂ ରବି ରହିବେ । ଏମାନଙ୍କ ଉପରେ ମଙ୍ଗଳଙ୍କର ଦୃଷ୍ଟି ରହିବ । ତେଣୁ ୨୦ ତାରିଖ ରାତି ୧୦ ଟା ୩୮ରୁ ପାକ ତ୍ୟାଗ ଏବଂ ଦେବ ପୂଜା ବାରଣ କରାଯାଇଛି । ୨୧ ତାରିଖ ସକାଳ ୧୦ ଟା ୩୮ ରୁ ଦିନ ୨ଟା ୯ ମିନିଟ ପର୍ଯ୍ୟନ୍ତ ପରାଗର ପ୍ରଭାବ ରହୁଥିବାରୁ ଏହି ସମୟରେ ଅନ୍ନ ଏବଂ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । ପରାଗ ବାୟୁ ତତ୍ତ୍ଵରେ ସଂଗଠିତ ହେଉଥିବାରୁ ବାୟୁ ଏବଂ ଜଳ ଦ୍ଵାରା ସଂଚାଳିତ ରୋଗ ତଥା ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରାକୃତିକ ବିପର୍ଯୟକୁ ଏଡାଇ ଦିଆଯାଇ ପାରିବନି ବୋଲି ଆକଳନ କରିଛନ୍ତି ଜ୍ୟୋତିଷ ।

ବର୍ତ୍ତମାନ ପୃଥିବୀ ଠାରୁ ଚନ୍ଦ୍ର ୪ ଲକ୍ଷ ୫ ହଜାର କିଲୋମିଟର ଦୂରରେ ରହିଛି । ତେଣୁ ତାହା ଆମକୁ ଛୋଟ ଦେଖାଯାଉଛି । ଏହି ସମୟରେ ଏହା ସୂର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ଢାଙ୍କି ପାରୁନଥିବାରୁ ବଳୟ ସୂର୍ଯ୍ୟ ପରାଗ ଅନୁଷ୍ଠିତ ହେବ ।

ବନ୍ଧୁକ ନେଇ ଯାଉଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ୍

ଜମ୍ମୁ: ଭାରତ-ଚୀନ୍ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ପାକିସ୍ତାନ ଭାରତ ସୀମା ଭିତରକୁ ଅସ୍ତ୍ର ଚାଲଣର ଷଡ଼ଯନ୍ତ୍ର କରୁଛି । ଡ୍ରୋନ୍ ଦ୍ୱାରା ଭାରତୀୟ ସୀମା ମଧ୍ୟକୁ ପାକିସ୍ତାନ ବନ୍ଧୁକ ପଠାଉଥିବାର ଜଣା ପଡିଛି । ବିଏସଏଫ୍ ଏହିଭଳି ଏକ ଡ୍ରୋନକୁ ଗୁଳି କରି ଖସାଇଛି ।

ଜମ୍ମୁ-କାଶ୍ମୀରର କଠୁଆର ପନସାର ଅଂଚଳରେ ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ବିଏସଏଫ୍ ଠାବ କରିଥିଲା । ତୁରନ୍ତ ବିଏସଏଫ୍ ଏହାକୁ ଗୁଳି କରି ଖସାଇଥିଲା । ଡ୍ରୋନ୍ ତଳକୁ ପଡିବା ପରେ ସେଥିରେ ବନ୍ଧୁକ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।

ଡ୍ରୋନରୁ ମିଳିଥିବା ବନ୍ଧୁକ ଆମେରିକା ତିଆରି ବୋଲି ଜଣା ପଡିଛି । କୌଣସି ଆତଙ୍କବାଦୀ ପାଖକୁ ଡ୍ରୋନ୍ ଦ୍ୱାରା ବନ୍ଧୁକ ପଠାଇବା ପାଇଁ ଉଦ୍ୟମ ହେଉଥିଲା ବୋଲି ବିଏସଏଫ୍ ସନ୍ଦେହ କରୁଛି ।

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଏହାର କୌଣସି ସ୍ଲିପର ଏଜେଣ୍ଟ ପାଖକୁ ଏଭଳି ବନ୍ଧୁକ ସପ୍ଲାଏ କରୁଥିବା ସନ୍ଦେହ କରାଯାଉଛି । ଆତଙ୍କବାଦୀ ଲଂଚପ୍ୟାଡ୍ ଧ୍ୱଂସ ହେବା ପରେ ଆଇଏସଆଇ ଅସ୍ତ୍ରଶସ୍ତ୍ର ସପ୍ଲାଏ ପାଇଁ ଡ୍ରୋନର ସାହାଯ୍ୟ ନେଉଥିବା କୁହଯାଉଛି । ଡ୍ରୋନ୍ ପାକିସ୍ତାନର କେଉଁ ଅଂଚଳରୁ ଆସିଥିଲା ତା’ର ଖୋଳତାଡ୍ ଚାଲିଛି ।