spot_img
Home Blog Page 6826

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସମସ୍ତ ମୃତକ ଗୋଟିଏ ଜିଲ୍ଲାର..

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମଳିଛି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି ୩ ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି ।  ଗଞ୍ଜାମ ଜିଲ୍ଲାରୁ ହିଁ ରାଜ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚିହ୍ନଟ କରାଯାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩୯ ରହିଛି ।

corona virus

ଅନ୍ୟପଟେ ରାଜ୍ୟରେ ରବିବାର ଆଉ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ, କଟକରୁ ୧୧, ଗଜପତି ୨୦, ଗଞ୍ଜାମରୁ ପୁଣି ୨୩୦, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାର ଦୁଇ, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରି ୩୬, ମୟୁରଭଞ୍ଜ ୧୪, ନୟାଗଡ଼ରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି । ଏହି ୩୮୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୬୭୭ଟି ମାମଲା ସକ୍ରିୟ ରହିଛି ।

ୱାନ୍ ଚାଇନା ପଲିସି ଉପରେ ଭାରତରେ ପ୍ରହାର ! ତାଇୱାନରେ ନିଯୁକ୍ତ ହେବେ ପ୍ରମୁଖ କୂଟନୀତିଜ୍ଞ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଟେନସନ ବର୍ତ୍ତମାନ ଧୀରେ ଧୀରେ ହ୍ରାସ ପାଉଛି । ଭାରତ ଏବଂ ଚୀନ୍‌ର ବାହିନୀ ବର୍ତ୍ତମାନ LAC ରୁ ପଛକୁ ଯାଉଛନ୍ତି। ଏଥି ସହିତ ଭାରତ ବର୍ତ୍ତମାନ କୂଟନୈତିକ ସ୍ତରରେ ଚୀନ୍‌କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ସୂଚନା ଅନୁଯାୟୀ, ତାଇୱାନ ପାଇଁ ଭାରତ ବର୍ତ୍ତମାନ ଜଣେ ବରିଷ୍ଠ କୂଟନୀତିଜ୍ଞ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି । ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ତାଇୱାନର ଦୂତ ଭାବରେ ଗୌରାଙ୍ଗଲାଲ ଦାସଙ୍କ ନିଯୁକ୍ତି ନିଶ୍ଚିତ ।

ଚୀନ୍ ଉପରେ ଚାପ ପକାଇବାକୁ ପ୍ରସ୍ତୁତି

ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଗୌରାଙ୍ଗଲାଲ ଦାସ ଯୁଗ୍ମ ସଚିବ (ଯୁକ୍ତରାଷ୍ଟ୍ର) ଅଛନ୍ତି । ତାଙ୍କ ନିଯୁକ୍ତିର ଏକ ଆନୁଷ୍ଠାନିକ ଘୋଷଣା ଶୀଘ୍ର ଆଶା କରାଯାଉଛି। କୁହାଯାଉଛି ଯେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଚାପ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଉଛି । ସାମ୍ପ୍ରତିକ ସମୟରେ, ଏହି ପ୍ରସଙ୍ଗରେ ତାଇୱାନ ଏବଂ ଚୀନ୍ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି ।

ତାଇପେରେ ଭାରତର କାର୍ଯ୍ୟାଳୟ

ୱାନ ଚାଇନା ନୀତି ଯୋଗୁଁ ତାଇୱାନ ସହ ଭାରତର କୌଣସି କୂଟନୈତିକ ସମ୍ପର୍କ ନାହିଁ । କେବଳ କୂଟନୈତିକ କାର୍ଯ୍ୟ ପାଇଁ ତାଇପେଇରେ ଭାରତର ଏକ କାର୍ଯ୍ୟାଳୟ ଅଛି । ଏହା ଇଣ୍ଡୋ-ତାଇପେ ଆସୋସିଏସନ ନାମରେ ପରିଚାଳିତ ଏବଂ ଗୌରାଙ୍ଗଲାଲ ଦାସ ଏହାର ନୂତନ ମହାନିର୍ଦ୍ଦେଶକ ହେବେ। ସେ ଶ୍ରୀଧରନ୍ ମଧୁସୂଦନଙ୍କ ସ୍ଥାନ ନେବେ। ଅନ୍ୟପକ୍ଷରେ ତାଇୱାନ ମଧ୍ୟ କୂଟନୈ.ତିକ ସ୍ତରରେ ପରିବର୍ତ୍ତନ ଆଣିଛି । ଭାରତରେ ତାଇୱାନର ନୂତନ ପ୍ରତିନିଧୀ ଭାବରେ ପୂର୍ବ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ମହାନିର୍ଦ୍ଦେଶକ ବଶୁଆନ୍ ଗେରଙ୍କୁ ନିଯୁକ୍ତ କରାଯାଇଛି। ସେ ତିଆନ୍ ଚୁଙ୍ଗ୍-କ୍ୱାଙ୍ଗଙ୍କ ସ୍ଥାନ ନେବେ ।

ଗୌରାଙ୍ଗଲାଲ ଦାସ କିଏ ?

ଗୌରାଙ୍ଗଲାଲ ଦାସ ୧୯୯୯ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା ସହିତ ଜଡିତ । ସେ ୨୦୦୧ ରୁ ୨୦୦୦୪ ମଧ୍ୟରେ ବେଜିଂରେ ରହିଥିଲେ । ଦାସ ୨୦୦୬ ରେ ପ୍ରଥମ ସଚିବ (ରାଜନୈତିକ) ଭାବରେ ଫେରିଥିଲେ ଏବଂ ୨୦୦୯ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ବୈଦେଶିକ ବ୍ୟାପାର ପରିଚାଳନା କରୁଥିବା ଡେପୁଟି ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସରେ ପରାମର୍ଶଦାତା (ରାଜନୈତିକ) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୁନ୍ ୨୦୧୭ରେ ଆମେରିକା ଗସ୍ତ ସମୟରେ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ରାଜ୍ୟରେ ଆଉ ୫୯୫ ନୂଆ ମାମଲା, ୨୦୧ ସ୍ଥାନୀୟ ଲୋକ ଆକ୍ରାନ୍ତ ! ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ, କଟକରୁ ୧୧, ଗଜପତି ୨୦, ଗଞ୍ଜାମରୁ ପୁଣି ୨୩୦, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାର ଦୁଇ, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରି ୩୬, ମୟୁରଭଞ୍ଜ ୧୪, ନୟାଗଡ଼ରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି । ଏହି ୩୮୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୬୭୭ଟି ମାମଲା ସକ୍ରିୟ ରହିଛି ।

ରାଜ୍ୟରେ ଆଉ ୫୯୫ ନୂଆ ମାମଲା, ୨୦୧ ସ୍ଥାନୀୟ ଲୋକ ଆକ୍ରାନ୍ତ ! ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ୫୯୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗିରରୁ ଜଣେ, କଟକରୁ ୧୧, ଗଜପତି ୨୦, ଗଞ୍ଜାମରୁ ପୁଣି ୨୩୦, ଜଗତସିଂହପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାର ଦୁଇ, କେନ୍ଦୁଝରର ୩, ଖୋର୍ଦ୍ଧାର ୭୬, କୋରାପୁଟର ୪୪, ମାଲକାନଗିରି ୩୬, ମୟୁରଭଞ୍ଜ ୧୪, ନୟାଗଡ଼ରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ପୁଣି ୩୮୮ ଜଣ ସୁସ୍ଥ ହୋଇଥିବା ଖବର ମଧ୍ୟ ରହିଛି । ଏହି ୩୮୮ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୬୭୭ଟି ମାମଲା ସକ୍ରିୟ ରହିଛି ।

ବଢ଼ୁଛି ସଂକ୍ରମଣ, ୩ ଦିନ ପାଇଁ ବନ୍ଦ ହେଲା ଓପିଡି…

ରାଉରକେଲା: ଷ୍ଟିଲ୍‌ ସିଟି ରାଉରକେଲାରେ ବଢୁଛି କରୋନା ସଂକ୍ରମଣ । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବନ୍ଦ ହେବ ରାଉରକେଲା ସରକାରୀ ଚିକିତ୍ସାଳୟର ଓପିଡି । ଆସନ୍ତା ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ଓପିଡି ଵନ୍ଦ ରହିବ ବୋଲି ସ୍ଥିର କରାଯାଇଛି । ଏନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦେଶାନାମା ମଧ୍ୟ ଜାରି ହୋଇଛି ।

Rourkela OPD Closed

ଓପିଡି ବନ୍ଦ ରହିଲେ ବି ଜରୁରୀକାଳୀନ ସେଵା ଖୋଲା ରହିବ ବୋଲି ଚିକିତ୍ସାଳୟ ପଷରୁ ସୂଚନା ଦିଆଯାଇଛି । ଚିକିତ୍ସାଳୟର ୧୦ରୁ ଅଧିକ କର୍ମଚାରୀ ଓ ଡାକ୍ତର ହୋମ କ୍ୱାରେଣ୍ଟାଇନରେ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ରାଉରକେଲା ସରକାରୀ ଚିକିତ୍ସାଳୟ ନିର୍ଦେଶକ କହିଛନ୍ତି ।

Rourkela OPD Closed

ଆରଜିଏଚ୍‌ ଉପରେ ସୁନ୍ଦରଗଡ଼ ତଥା ଆଖପାଖ ଜିଲ୍ଲା ଓ ଝାଡ଼ଖଣ୍ଡ ରାଜ୍ୟର କିଛି ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ରାଉରକେଲା ସରକାରୀ ଚିକିତ୍ସାଳୟ ଓପିଡି ବନ୍ଦ କରାଯାଇଥିବାରୁ ଏହାକୁ ଅନକେ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ରୋଗୀ ହଇରାଣ ହେଵେ ବୋଲି ଅଭିଯୋଗ ହୋଇଛି ।

ଅନ୍ୟପଟେ ରାଉରକେଲା ସହରରେ ଦୁଇ ଦିନିଆ ସଟଡାଉନ୍‌ର ଆଜି ଦ୍ୱିତୀୟ ଦିନ । ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନ୍‌ସିପ୍‌ ଓ କଲୁଙ୍ଗା ଶିଳ୍ପାଞ୍ଚଳ ଅଞ୍ଚଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସଟ୍‌ଡାଉନ୍‌ ପାଇଁ ରାଉରକେଲା ସହରର ଵିଭିନ୍ନ ସ୍ଥାନରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିବା ବେଳେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

barbil shutdown

ସେହିପରି ଵିରମିତ୍ରପୁର ପୌରପରିଷଦ ଅଞ୍ଚଳରେ ତିନି ଦିନିଆ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ସୁନ୍ଦରଗଡ଼ ପୌରପରିଷଦ ଅଞ୍ଚଳରେ ଦୁଇ ଦିନିଆ ସଟ୍‌ଡାଉନର ଆଜି ଦ୍ୱିତୀୟ ଦିନ । ସଟ୍‌ଡାଉନ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିଥିବାବେଳେ ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିଛି । ରାସନ ଦୋକାନ ଓ ମିଲ୍କ ବୁଥ ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ସଟ୍‌ଡାଉନ୍‌କୁ ରାଉରକେଲା ସହରବାସୀ ସ୍ବାଗତ କରିଛନ୍ତି ।

ଗଞ୍ଜାମରେ ଆଉ ୮ଟି କୋଭିଡ୍‌ ହସ୍ପିଟାଲ୍‌, ରହିବ ଏହି ସବୁ ସୁବିଧା…

ବ୍ରହ୍ମପୁର: ଗଞ୍ଜାମରେ ପ୍ରତିଷ୍ଠା ହେବ ଆଉ ୮ଟି କୋଭିଡ୍‌ ହସ୍ପିଟାଲ୍‌ । ୫ଟି କୋଭିଡ୍‌ କେୟାର ସେଣ୍ଟର ଓ ୩ଟି ଡେଡିକେଟେଡ୍‌ କୋଭିଡ୍‌ ହେଲ୍ଥ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଛି । ଏହି ୮ଟି ହସ୍ପିଟାଲରେ ୧୧୫୦ଟି ବେଡ୍‌ ରହିବ ।

Ganjam Collector

CCCରେ ୯୦୦ ଓ DCHCରେ ୨୫୦ଟି ବେଡ୍‌ ରହିବ । ଅନ୍ୟପଟେ ଆସିକା, ସାନଖେମୁଣ୍ଡି, ପାତ୍ରପୁର ଓ ବ୍ରହ୍ମପୁରରେ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି କୁହାଯାଇଛି । 

ଏହି କୋଭିଡ୍‌ ହସ୍ପିଟାଲ  ଗୁଡ଼ିକରେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ରହିବ । ଏହାସହ ଏଠାରେ କାର୍ଯ୍ୟରତ ସମସ୍ତ ସ୍ୱସ୍ଥ୍ୟ କର୍ମୀ ଓ ଡାକ୍ତର ମାନଙ୍କ ପାଇଁ କୋଭିଡ୍‌-୧୯ ନିୟମାବଳୀ ଅନୁସାରେ ସବୁ ପ୍ରକାରର କିଟ୍‌ ଉପଲବ୍ଧ କରାଯିବ । ଏହି କିଟ୍‌କୁ ସେମାନେ ବ୍ୟବହାର କରିବା ବାଧ୍ୟତା ମୂଳକ ରହିଛି ।

ଏମିତିିକି ସେମାନଙ୍କ କାର୍ଯ୍ୟ ଅବଧି ଶେଷ ହେବା ପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ ବୋଲି କୁହାଯାଇଛି । ଏ ନେଇ ଜିଲ୍ଲାପାଳ ମଧ୍ୟ ଚିଠି ଲେଖି ସୂଚନା ଦେଇଛନ୍ତି ।

ଚକୋଲେଟ୍‌ ଲୋଭ ଦେଖାଇ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ଟ୍ୟୁସନ୍‌ ସାର୍‌ ! ଆଉ ତା’ପରେ…

ରାୟଗଡ଼ା: ରାଜ୍ୟରେ ବଢ଼ି ଚାଲିଛି ନାବାଳିକା ଦୁଷ୍କର୍ମ ଘଟଣା । ଏହାରି ମଧ୍ୟରେ ପୁଣି ଏକ କଳଙ୍କିତ ଗୁରୁଙ୍କ ଚରିତ୍ର ସାମ୍ନାକୁ ଆସିଛି । ଗୁରୁ-ଶିଷ୍ୟ ସଂପର୍କରେ ଲାଗିଛି କଳଙ୍କ । ଜଣେ ୬ ବର୍ଷର ନାବାଳିକାଙ୍କୁ ଟ୍ୟୁସନ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲାରୁ ।

Minor rape In Raygadaରାୟଗଡା ଜିଲ୍ଲା ପୁଟାସିଂ ଥାନା ଜଲତାରର ଏଭଳି ଲଜ୍ୟା ଜନକ ଘଟଣା ଘଟିଛି । ଏନେଇ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଅଭିଯୁକ୍ତ ଟ୍ୟୁସନ୍‌ ସାରଙ୍କୁ ପୋଲିସ ଅଟକ ରଖିଛି ।

Minor rape In Raygada

ନାବାଳିକାଙ୍କୁ ଚକୋଲେଟର ପ୍ରଲୋଭନ ଦେଖାଇ ଟ୍ୟୁସନ୍‌ ଶିକ୍ଷକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କ ମା’ ପ୍ରଥମେ ସନ୍ଦେହ କରିଥିଲେ । ପରେ ଝିଅକୁ ପଚରାଉଚରା କରିବାରୁ ଝିଅ ଶିକ୍ଷକ‌ଙ୍କ କଳାକାର୍‌ନାମା କଥା କହିଥିଲା । ଏହା ପରେ ସାମ୍ନାକୁ ଆସିଥିଲା ଶିକ୍ଷକଙ୍କ କଳିଙ୍କିତ ଚେହେରା ।

Minor rape In Raygada

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଇଛି ପୋଲିସ । ତେବେ ଏଭଳି କଳଙ୍କିତ ଶିକ୍ଷକଙ୍କୁ କଠୋଦ ଦଣ୍ଡ ମିଳିବା ଉଚିତ୍‌ ବୋଲି ପରିବାର ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ରାଜନୈତିକ ହିଂସାକାଣ୍ଡ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ: ରାଜନୈତିକ ହିଂସାକାଣ୍ଡ । ରାଜନୈତିକ ଶତ୍ରୁତାକୁ ନେଇ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରୁ ।

ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କଣାସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଗୋଷ୍ଠୀର କିଛି ଲୋକ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଏଥିରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

Kanasଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଚେଷ୍ଟା କରିଥିଲା । 

Kanas

ଫଳରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୪ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରରେ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କରୋନା ପଜିଟିଭ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଆଇସୋଲେସନ ୱାର୍ଟରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ମୁମ୍ବାଇର ନାନାବତୀ ହସ୍ପିଟାଲ ଏକ ବୟାନ ଜାରି କରି କହିଛି ଯେ, ଅମିତାଭଙ୍କର କରୋନା ଜୀବାଣୁଙ୍କର ଲକ୍ଷଣ ସାମାନ୍ୟ ରହିଛି ଏବଂ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି । ଅମିତାଭ ବଚ୍ଚନ ହସ୍ପିଟାଲ ପ୍ରଶାସନକୁ କହିଛନ୍ତି ଯେ ସେ ଟ୍ୱିଟର ମାଧ୍ୟମରେ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପ୍ରଦାନ କରିବେ ।

ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ, ଉଭୟ ଅମିତାଭ ଏବଂ ଅଭିଷେକଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି । ଯେତେବେଳେ ସେମାନଙ୍କର ରାରିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ସେତେବେଳେ ଉଭୟେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଥିଲେ । ଏହା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜେଶ ତୋପେ କହିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ ଏବଂ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ଜୁଲାଇ ୧୧ ରେ, ଅର୍ଥାତ୍ ଶନିବାର ବିଳମ୍ବିତ ରାତିରେ ବିଗ୍ ବି ଟ୍ୱିଟର ମାଧ୍ୟମରେ ତାଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ଅମିତାଭ ବଚ୍ଚନ ଏକ ଟୁଇଟରେ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଏହା ପରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ମୋର ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ମଧ୍ୟ କରୋନା ପରୀକ୍ଷା କରିଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି ।