spot_img
Home Blog Page 6831

ଗଣମାଧ୍ୟମ ଓ ପୋଲିସକୁ ବିକାଶ ଦୁବେର ପତ୍ନୀଙ୍କ ଚେତାବନୀ, ସମସ୍ତେ ଦଣ୍ଡ ପାଇବେ…

କାନପୁର: ବିକାଶର ପତ୍ନୀଙ୍କ କଡ଼ା ଚେତାବନୀ । ପୋଲିସ ଓ ମିଡିଆକୁ ଦେଲେ ବଡ଼ ଚେତାବନୀ । କହିଲେ ବିକାଶର ଏଭଳି ସ୍ଥିତି ପାଇଁ ଯିଏ ଦାୟୀ ସେ ନିଶ୍ଚିତ ଦଣ୍ଡ ପାଇବ । ଆବଶ୍ୟକ ପଡ଼ିଲେ ନିଜେ ବନ୍ଧୁକ ଧରିବେ ।

Vikas Dubey କାନପୁରର ଭୌନ୍ତିରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନ୍‌କାଉଣ୍ଟର ହେବା ପରେ ଭୈରବ ଘାଟରେ ତାର ଅନ୍ତିମ ସଂସ୍କାର ଶେଷ ହୋଇଛି । ଏହି ଅବସରରେ ବିକାଶ ଦୁବେର ପତ୍ନୀ ମିଡିଆ ଏବଂ ପୋଲିସ ବିଭାଗକୁ ଚେତାବନୀ ଦେଇଛନ୍ତି ।

Vikas Dubey

ସେ କହିଛନ୍ତି ମିଡିଆ ବେଶି ରାଜନୀତି କରୁଛି । ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନ ଥିଲା ଯେ, ବିକାଶ ଦୁବେ କ’ଣ ହତ୍ୟାକରୀ ନୁହେଁ କି ? ଏହି ପ୍ରଶ୍ନର ଉତ୍ତରରେ ବିକାଶର ପତ୍ନୀ ରିଚା ଦୁବେ କହିଛନ୍ତି, ସେ ହତ୍ୟା କଲେ କି ନକଲେ ତମେ କହିବାକୁ କିଏ । ସ୍ୱାମୀଙ୍କ ଏଭଳି ଅବସ୍ଥା ପାଇଁ ଯିଏ ଦାୟୀ ସେ ନିଶ୍ଚୟ ଦଣ୍ଡ ପାଇବ । ଆବଶ୍ୟକ ପଡ଼ିଲେ ବନ୍ଧୁକ ମଧ୍ୟ ଧରିବି ।

ଏହା ପରେ ଗଣମାଧ୍ୟମ ଆହୁରି କିଛି ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ରିଚାଙ୍କ ବ୍ୟବହାର ପାଇଁ ସବୁ ଚୁପ୍‌ ରହିଥିଲେ । ରିଚା କହିଥିଲେ, ଗଣମାଧ୍ୟମ ପ୍ରଥମେ ନାଟ ଲଗାଉଛି, ପରେ ଏଠି ଆସି ସଫେଇ ଦେଉଛି

Vikas Dubey

କାନ୍ଦି କାନ୍ଦି ଚିତ୍କାର କରି ଗଣମାଧ୍ୟମ ଉପରେ ପ୍ରବଳ ରାଗ ସୁଝାଇଛନ୍ତି ରିଚା । ଏହା ସହ ରିଚା କହିଛନ୍ତି ଯଦି ମୋ ସ୍ୱାମୀ ଭୁଲ କରିଥିଲେ, ,ତେବେ ପୋଲିସ ଯାହା କଲା କ’ଣ ଠିକ୍‌ କଲା ?

Vikas Dubey

କରୋନା ସମୟରେ ସରପଞ୍ଚ କଲେ ମହିଳାଙ୍କୁ ନେଇ ମହାଯଜ୍ଞ, ଭାଙ୍ଗିଲେ କୋଭିଡ କଟକଣା ରୁଜୁ ହେଲା ମାମଲା

ଗଞ୍ଜାମ: କରୋନା କଟକଣାକୁ ଫୁ । କରୋନାକୁ ସମାପ୍ତ କରିବା ଆଳରେ ବିସ୍ତାର କରିବାର ବଡ଼ ପ୍ରୋତ୍ସାହନ । ରାଜ୍ୟରେ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ମାନ ନେଉଛନ୍ତି । ସଂକ୍ରମଣକୁ ନେଇ ଟିକେ ଅବହେଳା ବିପଦକୁ ହାତ ହଲେଇ ଡ଼ାକିବା । ସେଥିପାଇଁ ସାମାଜିକ ଦୂରତାଠୁ ଦୂରେଇ ରହିବା ପାଇଁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର ।

ଯେତେବଳେ କରୋନା ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ, ପଲିଟିକାଲ କାର୍ଯ୍ୟକ୍ରମ କେବଳ ସାମାଜିକ ଦୂରତାକୁ ରକ୍ଷା କରିବା ପାଇଁ ବନ୍ଦ ରହିଛି । ଏଇ ଭିତରେ କିନ୍ତୁ କିଛି ଅମାନବିକ ବ୍ୟକ୍ତି ବିଶେଷ କରୋନାକୁ ହାତ ହଲେଇ ଡ଼ାକିବାର ଦୁଃସାହସ କରିଚାଲିଛନ୍ତି । କରୋନା ବେଳେ କରୁଛନ୍ତି ମହାଯଜ୍ଞ । କରୋନା ସମୟରେ ସରକାରୀ ନିୟମକୁ ଖୋଲା ଉଲଘଂନ କରି  ଗ୍ରାମରେ ଯଜ୍ଞ କରିବା ଏବେ ମହଙ୍ଗା ପଡ଼ିଲା ନାଏବ ସରପଞ୍ଚଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗାଁରେ ।

ସୂଚନା ଅନୁଯାୟୀ, ପୋଲସରା ବ୍ଲକର ମର୍ଦ୍ଧରାଜପୁର ଗାଁରେ ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମହାଯଜ୍ଞ ପାଇଁ ସମାଗମ ହୋଇଥିଲେ । ସ୍ଥାନୀୟ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା । ଘଣ୍ଟ ମୃଦଙ୍ଗ ସହିତ ଶହଶହ ମହିଳା ମାନେ କଳସୀ ଯାତ୍ରା କରି ସାମାଜିକ ଦୂରୂତାକୁ ଭୁଲି ଯାଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଯାହାକୁ ନେଇ  ଉକ୍ତ ଗ୍ରାମର ଏକ ଯୁବକ ଏହି ଯଜ୍ଞ କୁ  ବିରୋଧ କରିଥିଲେ । କିନ୍ତୁ ଯଜ୍ଞରେ ଲିପ୍ତ ଥିପା ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିଲା । ଏନେଇ ପୋଲସରା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ସେପଟେ ଉକ୍ତ ଘଟଣା କୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରଲ୍ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ବି କୁମ୍ଭକର୍ଣ୍ଣ ନିଦରେ ଶୋଇଛି । ତେବେ ଗଞ୍ଜାମ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଥିବା ବେଳ ଆଜି କୋଭିଡ ନିୟମକୁ ଉଲଂଘନ ହୋଇଥିବା ଅଭିଯୋଗ ରେ ମାମଲା ରୁଜ୍ଜୁ କରାଯିବ ବୋଲ ବିଡିଓ ଶମ୍ଭୁନାଥ ନନ୍ଦି ସୂଚନା ଦେଇଛନ୍ତି ।

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା… ନିଜ ବଡ଼ ଭଉଣୀ ସରସ୍ୱତୀଙ୍କୁ ଟାଣିଲେ ବିବାଦ ଘେରକୁ…

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା । ନିଜ ବଡ଼ ଭଉଣୀଙ୍କ ସମଲିଙ୍ଗୀ ସଂପର୍କ ନେଇ ଆରୋପ ଲଗାଇଛନ୍ତି ଦୂତୀ । କହିଛନ୍ତି ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ ଅଛନ୍ତି । ସମଲିଙ୍ଗୀ ସଂପର୍କ ନେଇ ତାଙ୍କୁ ବିବାଦକୁ ଟାଣିଥିବା ସରସ୍ୱତୀ ଏବେ କେମିତି ସମଲିଙ୍ଗୀ ସଂପର୍କ ରଖିଛନ୍ତି ବୋଲି ଦୂତୀ ପ୍ରଶ୍ନ କରିବା ସହିତ ସମାଲୋଚନା କରିଛନ୍ତି ।

ତେବେ ଏନେଇ ଗତକାଲି ନିଜର ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ ଦୌଡରାଣୀ ଦୂତୀଚାନ୍ଦ । କିନ୍ତୁ ଫେସବୁକରେ ଦିଆଯାଇଥିବା ଏହି ପୋଷ୍ଟକୁ କିଛି ସମୟପେର ଡିଲିଟ କରିଦେଇଥିଲେ ଦୂତିଚାନ୍ଦ । କିନ୍ତୁ ନିଜ ହ୍ୱାଟସଆପ ଆକାଉଣ୍ଟର ଷ୍ଟାଟସ ମାଧ୍ୟମରେ ସୂଚନା ଦେଇଥିଲେ ଦୂତି । ତେବେ ସେ ଏହି ସମଲିଙ୍ଗୀ ସମ୍ପର୍କରେ ରହିଥିବାରୁ ତାଙ୍କ ଘରେ ଦୂତୀଙ୍କୁ ପୂରା ଦେଉନଥିବା ବେଳେ ବଡ଼ ଭଉଣୀ ସରସ୍ୱତୀଙ୍କ ଏହି ସମ୍ପର୍କ ବିଷୟରେ ଜାଣିବାପରେ ଘରଲୋକ କାହିଁକି ଚୁପ୍ ରହିଛିନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଦୂତୀଙ୍କ କହିବା ଅନୁସାରେ, ସରସ୍ୱତୀ ଯାହାଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ସେ ଦୀର୍ଘଦିନ ଧରି ଦୂତୀଙ୍କ ଘରେ ରହି ଆସୁଥିଲେ । ଏବଂ ଏନେଇ ଯେତେବେଳେ ଦୂତୀ ତାଙ୍କ ମାଆଙ୍କୁ ପଚାରିଥିଲେ ମାଆ ସେ ଝିଅ ସରସ୍ୱତୀଙ୍କ ଛାତ୍ରୀ ବୋଲି କହିବା ସହ ସେ ଏଠାରେ ରହି ଟ୍ରେନିଂ ନେଉଥିବା କହିଥିଲେ । କିନ୍ତୁ ପରେ ଦୂତୀ ତାଙ୍କ ପଡ଼ିଶା ଘର ଏବଂ ଗାଁ ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ସରସ୍ୱତୀଙ୍କର ସେହି ଝିଅ ସହ ସମଲିଙ୍ଗୀ ସମ୍ପର୍କ ଅଛି । ଏବଂ ସେ ଝିଅ ଘରେ ରହିବା ସହ ଘରର ବୋହୂ ଭଳି ସବୁ ପ୍ରକାର କାମ କରୁଛି ।

ତେବେ ଦୂତୀଙ୍କ ଅଭିଯୋଗ ଅନୁଯାଇ ଭଉଣୀର ଯଦି ସମଲିଙ୍ଗୀ ସମ୍ପର୍କରେ ଅଛନ୍ତି ତେବେ ତାଙ୍କୁ କାହିଁକି ଏହି ସମ୍ପର୍କ ପାଇଁ ବିରୋଧ କରୁଛନ୍ତି । ଏବଂ କାହିଁକି ତାଙ୍କୁ ଘରକୁ ଯିବାକୁ ଦେଉ ନାହାଁନ୍ତି ।

ହେଲିକପଟର ସଟ୍‌ କିପରି ଶିଖିଥିଲେ ସୁଶାନ୍ତ ସିଂ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଖୁବ କମ୍ ସମୟର‌ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଥିଲେ । ସୁଶାନ୍ତ ଏପରି କିଛି ଉତ୍କୃଷ୍ଟ ଚରିତ୍ରରେ ଅଭିନୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସର୍ବଦା ହୃଦୟରେ ରଖିବା ପାଇଁ ସହଜ ହେବ । ଏପରି ଏକ ଚରିତ୍ର ଥିଲା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚରିତ୍ର । ଯାହାକୁ ସୁଶାନ୍ତ ତାଙ୍କ ଅଭିନୟ ସହିତ ବଡ଼ ପରଦାରେ ଜୀବନ୍ତ କରିଥିଲେ ।

ସୁଶାନ୍ତ ଏହିପରି ଶିଖିଥିଲେ ହେଲିକପଟର ସଟ୍‌

ଏମଏସ ଧୋନି ଫିଲ୍ମ ପାଇଁ ସୁଶାନ୍ତ ବହୁତ ପ୍ରସ୍ତୁତି କରିଥିଲେ । ଧୋନିଙ୍କ ଅଙ୍ଗଭଙ୍ଗୀ ଠାରୁ ଆରମ୍ଭ କରି କ୍ରିକେଟ୍ ସଟ୍ ପର୍ଯ୍ୟନ୍ତ ସୁଶାନ୍ତ ସବୁକିଛି କରିଥିଲେ । ଧୋନିଙ୍କ ଆଇକନିକ ହେଲିକପ୍ଟର ସଟ ଖେଳିବାକୁ ମଧ୍ୟ ସୁଶାନ୍ତ ଶିଖିଥିଲେ । ଏହି ସଟ୍କୁ କିପରି ସେ ପୁରା ଜୀବନ୍ତ କରିପାରିବେ ସେନେଇ ସୁଶାନ୍ତ ବହୁତ ପ୍ରୟାସ କରିଛନ୍ତି । ବହୁ ଅଭ୍ୟାସ ପରେ ସୁଶାନ୍ତ ଶିଖିଲେ ଏହି ଆକନିକ ହେଲିକପଟର ସଟ୍‌ ।

https://www.instagram.com/p/CCLFKRIBbvc/?utm_source=ig_embed&utm_campaign=embed_video_watch_again

ସେ ଏହି ସଟକୁ ଫିଲ୍ମରେ ଏତେ ସୁନ୍ଦର ଭାବରେ ଅଭିନୟ କରିଥିଲେ ଯେ ସତେ ଯେପରି ଧୋନି ନିଜେ ସେହି ସଟକୁ ଫିଲ୍ମରେ ଖେଳୁଥିବାର ଲାଗୁଥିଲା । ଏବେ ସୁଶାନ୍ତଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ସୁଶାନ୍ତ ହେଲିକପଟର ସଟ ଖେଳିବା ଅଭ୍ୟାସ କରୁଛନ୍ତି । ସମସ୍ତେ ଭିଡିଓରେ ସୁଶାନ୍ତଙ୍କୁ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିଛି ।

ସୁଶାନ୍ତଙ୍କ ଅସାଧାରଣ ପରିଶ୍ରମ ହେତୁ ଏମଏସ ଧୋନି ଫିଲ୍ମ ଏକ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଥିଲେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅଭିନୟ ସବୁଆଡେ ପ୍ରଶଂସିତ ହୋଇଥିଲା । ତେବେ ସୁଶାନ୍ତ ସିଂତ ଆଉ ଏବେ ଆମ ଗ୍ରହଣରେ ନାହାନ୍ତି । ସୁଶାନ୍ତଙ୍କ ଫ୍ୟାନ ଅଭିନେତାଙ୍କ ଏପରି ଥ୍ରୋବ୍ୟାକ୍ ଭିଡିଓ ଦେଖିବା ସହ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଏହି ଫୋନରେ ରହିଛି ୨୪ଦିନ ଚାର୍ଜ ରଖିବାର କ୍ଷମତା ଏହାର ବିକ୍ରି କେବଳ…

ନୂଆଦିଲ୍ଲୀ: Poco ଶେଷରେ ଭାରତରେ ତାର ତୃତୀୟ ସ୍ମାର୍ଟଫୋନ୍ Poco M2 ପ୍ରୋ ଲଞ୍ଚ କରିଛି । କମ୍ପାନୀର ଏହି ଫୋନ୍ ହେଉଛି ମଧ୍ୟମ ଦର ବିଶିଷ୍ଟ ଫୋନ୍, ଯାହାର ପ୍ରାରମ୍ଭିକ ମୂଲ୍ୟ ରଖାଯାଇଛି ୧୩,୯୯୯ ଟଙ୍କା । ଏହି ଫୋନର ବିଶେସତ୍ୱ ହେଉଛି ଗ୍ରାହକମାନେ ଏଥିରେ ୪ ଟି କ୍ୟାମେରା ଏବଂ ୫ହଜାର mAh ବ୍ୟାଟେରୀ ପାଇବେ । ୫ଟି ହୋଲ ଡିସପ୍ଲେ ଥିବା ଏହି ଫୋନର ବିକ୍ରି କେବଳ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି, ଯାହାର ବିକ୍ରି ଜୁଲାଇ ୧୪ରେ ଦିନ ୧୨ ଟାରୁ ଆରମ୍ଭ ହେବ । ଆସନ୍ତୁ ଜାଣିବା ଏହି ନୂତନ ସ୍ମାର୍ଟଫୋନର ଫିଚର ଗୁଡ଼ିକ ବିଷୟରେ ।

ପୋକୋ M2 ପ୍ରୋ ୩ଟି ଭାରିଆଣ୍ଟରେ ପଠାଯାଇଛି, ଏଥିରେ 4GB + 64GB ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା, 6GB + 64GB ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଏବଂ 6GB + 128GB ଭାରିଆଣ୍ଟର ମୂଲ୍ୟ ୧୬,୯୯୯ଟଙ୍କା ରହିଛି ।
ପୋକୋ M2 ପ୍ରୋ ଫୋନରରେ ୬.୬୭-ଇଞ୍ଚ ଡିସପ୍ଲେ ରହିଛି, ଯାହା ଫୁଲ୍- HD + ରେଜୋଲେସନ (1080×2400 ପିକ୍ସେଲ) ରହିଛି । ଫୋନର ସୁରକ୍ଷା ପାଇଁ ଫୋନର ଆଗ, ପଛ ଏବଂ କ୍ୟାମେରାରେ ୫ଟି କାର୍ନିଙ୍ଗ ଗୋରିଲା ଗ୍ଲାସ ଦିଆଯାଇଛି । ପୋକୋର ଏହି ଫୋନ୍ ଆଣ୍ଡ୍ରୋଏଡ୍ ୧୦ରେ କାମ କରେ । ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୨୦ଜି ପ୍ରୋସେସର୍ ଦିଆଯାଇଛି । ଗ୍ରାହକମାନେ ଏହି ସ୍ମାର୍ଟଫୋନକୁ ବ୍ଲୁ, ଗ୍ରୀନ୍ ଏବଂ ବ୍ଲାକ୍ ରଙ୍ଗରେ କିଣିପାରିବେ ।

କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନରେ ୪୮ମେଗାପିକ୍ସେଲ କ୍ୱାଡ ପଛ କ୍ୟାମେରା ସେଟଅପ୍ ଅଛି । ଏହା ପଛରେ 48 ମେଗାପିକ୍ସେଲ ପ୍ରାଇମେରୀ ସେନସର, ୮ ମେଗାପିକ୍ସେଲ ୱାଇଡ ଆଙ୍ଗେଲ ସେନସର, ୫ ମେଗାପିକ୍ସେଲ ମାକ୍ରୋ ସେନସର ଏବଂ ୨ ମେଗାପିକ୍ସେଲ ଡେପଥ୍ ସେନସର ଅଛି । ଫୋନର କ୍ୟାମେରାରେ ପ୍ରୋ କଲର୍ ମୋଡ୍, ପ୍ରୋ ଭିଡିଓ ମୋଡ୍ ଏବଂ RAW ମୋଡ୍ ମଧ୍ୟ ଅଛି । ସେଲଫି ପାଇଁ M2 Pro ରେ ୧୬ ମେଗାପିକ୍ସେଲ ଇନ-ସ୍କ୍ରିନ୍ ଫ୍ରଣ୍ଟ କ୍ୟାମେରା ଅଛି, ଯାହାର ନାଇଟ୍ ମୋଡ୍ ମଧ୍ୟ ରହିଛି ।

ବାକି ଫିଚର ବିଷୟରେ କହିବାକୁ ଗଲେ, ଫୋନକୁ ଅନଲକ୍ କରିବା ପାଇଁ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ୍ ସେନସର ଏବଂ AI ଫେସ୍ ଅନଲକ୍ ର ଫିଚର ମିଲିଥାଏ ।

ପାୱାର ପାଇଁ, ଫୋନରେ 5000mAh ବ୍ୟାଟେରୀ ଅଛି, ଯାହା 33W ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ସହ ଆସିଥାଏ । କମ୍ପାନୀ ଦାବି କରିଛି ଯେ ଏହା ୨୪ଦିନ ଷ୍ଟାଣ୍ଡବାଇ, ୧୯୩ ଘଣ୍ଟା ମ୍ୟୁଜିକ୍ + ହେଡସେଟ୍, ୧୧ ଘଣ୍ଟା PUBG ଏବଂ ୪୪ ଘଣ୍ଟା VoLTE କଲିଂ ସହିତ ଆସିଥାଏ ।

ଗଜବ ସ୍କାମ୍: ନକଲି SBI ବ୍ରାଂଚ୍ ଖୋଲିଦେଲେ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ପୁଅ !

ଚେନ୍ନାଇ: ଭାରତ ଅଜବ ଦେଶ  । ଭାରତୀୟ ଜୁଗାଡ କରିବାରେ ମାହିର । ନକଲି ମଦ,ନକଲି ଔଷଧଠାରୁ ଫେକ୍ ବ୍ୟାଙ୍କ୍ କଲ୍ କଥା ଶୁଣିଥିବେ । କିନ୍ତୁ କେବେ ଫେକ୍ ବ୍ୟାଙ୍କ୍ କଥା ଶୁଣିଛନ୍ତି କି ? ଯଦି ଶୁଣିନାହାନ୍ତି ତେବେ ସତର୍କ ହୋଇଯାନ୍ତୁ । ଆପଣଙ୍କ ପାଖ ପଡିଷାରେ ଥିବା ବ୍ୟାଙ୍କର ବ୍ରାଂଚ୍ ନକଲି ହୋଇଥାଇପାରେ । ଆମେ ଆପଣଙ୍କୁ ଡରାଉ ନାହୁଁ କିନ୍ତୁ ଟିକେ ଡରିଲେ କ୍ଷତି ବି କ’ଣ ? ହୁଏତ ଏମିତି ଡରିବା ଦ୍ୱାରା ଆପଣଙ୍କ ଝାଳବୁହା ଟଙ୍କା ଠକଙ୍କ ପକେଟକୁ ଯିବାରୁ ବଂଚିଯିବ । କାରଣ ତାମିଲନାଡୁ ପୋଲିସ ଏମତି ତିନି ଜଣ ଠକଙ୍କୁ ଗିରଫ କରିଛନ୍ତି ଯେଉଁମାନେ ଫୋନ୍ କଲ କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁନଥିଲେ । ସେମାନେ ଟିକେ ଆଗକୁ ବଢି ଫେକ୍ ବ୍ୟାଙ୍କ୍ ହିଁ ଖୋଲିଦେଇଥିଲେ । ବ୍ୟାଙ୍କ ନକଲି ଥିଲା କିନ୍ତୁ ଅସଲି ଟଙ୍କା କାରବାର ହେଉଥିଲା । ଗ୍ରାହକ ଅସଲି ଥିଲେ,ଟଙ୍କା ଅସଲି ଥିଲା କିନ୍ତୁ ବ୍ୟାଙ୍କ କେବଳ ବ୍ୟାଙ୍କ ଫେକ୍ ଥିଲା । ଏଥର ଚାଲନ୍ତୁ ଜାଣିବା ପୁରା ମାମଲା କେତେ ଗଡବଡ ଥିଲା ।

ତାମିଲନାଡୁର ପନରୁଟିରେ ତିନି ମାସ ତଳେ ତିନି ଜଣ ଠକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗୋଟିଏ ନକଲି ବ୍ୟାଙ୍କ ବ୍ରାଂଚ୍ ଖୋଲିଥିଲେ । ବ୍ୟାଙ୍କ ତିନି ମାସ ହେଲା ଚାଲୁଥିଲା । ଏହି ଫେକ୍ ବ୍ରାଚକୁ ଚଳାଉଥିବା ମାଷ୍ଟର ମାଇଣ୍ଡ୍ ଜଣେ ବେକାର ଯୁବକ । ଯାହାର ବାପା ଥିଲେ ବ୍ୟାଙ୍କ କର୍ମଚାରୀ । ୧୦ ବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଥିଲା । କମଲ ବାବୁ ନାମକ ଏହି ଠକଙ୍କ ମା’ ମଧ୍ୟ ବ୍ୟାଙ୍କ କର୍ମଚାରୀ । କମଲଙ୍କ ମା’ ଦୁଇ ବର୍ଷ ତଳେ ବ୍ୟାଙ୍କରୁ ଅବସର ନେଇଛନ୍ତି । ବେକାର ଥିବା କମଲଙ୍କ ମୁଣ୍ଡକୁ ତିନି ମାସ ତଳେ ନକଲି ବ୍ରାଂଚ୍ ଖୋଲିବା ଚିନ୍ତା ଆସିଥିଲା । ଏଥିପାଇଁ ସେ ଜଣେ ପ୍ରିଣ୍ଟରଙ୍କୁ ନିଜ ସାଥୀ କରିଥିଲେ । ପ୍ରିଣ୍ଟରଙ୍କ ପ୍ରିଣ୍ଟିଂ ପ୍ରେସରେ ବ୍ୟାଙ୍କର ସବୁ କାଗଜପତ୍ର ଛପା ଯାଉଥିଲା । ଦ୍ୱିତୀୟ ସାଥୀ ରବର ଷ୍ଟାମ୍ପ ବ୍ୟବସାୟୀ ଥିଲେ । ସେ ନକଲି ବ୍ୟାଙ୍କ ପାଇଁ ରବର ଷ୍ଟାମ୍ପ ଯୋଗାଉଥିଲେ ଯାହା ଅସଲି ଭଳି ଲାଗୁଥିଲା ।

ତିନି ଠକଙ୍କ ନକଲି ଏସବିଆଇ ବ୍ରାଂଚ୍ ତିନି ମାସ ଧରି ଭଲ ବ୍ୟବସାୟ କରୁଥିଲା । କିନ୍ତୁ ଜଣେ ଗ୍ରାହକଙ୍କ ପାଇଁ ସେମାନେ ଫସିଗଲେ । ଏହି ଗ୍ରାହକଙ୍କର ମନରେ ବ୍ୟାଙ୍କକୁ ନେଇ ସନ୍ଦେହ ହୋଇଥିଲା । ସେ ଏସମ୍ପର୍କରେ ଏସବିଆଇର ଆଉ ଗୋଟିଏ ସ୍ଥାନୀୟ ବ୍ରାଂଚର ମ୍ୟାନେଜରଙ୍କ ସହ କଥା ହୋଇଥିଲେ । ମ୍ୟାନେଜର ଜୋନାଲ ଅଫିସ ସହ କଥା ହେବା ପରେ ଜଣା ପଡିଥିଲା ଯେ, ସହରରେ ଦୁଇଟି ବ୍ରାଂଚ ରହିଛି । ତୃତୀୟ ବ୍ରାଂଚ୍ ହିଁ ନାହିଁ ।

ଏହାପରେ ଏସବିଆଇ ଅଧିକାରୀ ସେହି ନକଲି ବ୍ରାଂଚକୁ ଯାଇଥିଲେ । ସେମାନେ ବ୍ରାଂଚରେ ପହଞ୍ଚି ଏହାର ସେଟ୍ ଅପ୍ ଦେଖି ଚକିତ ହୋଇପଡିଥିଲେ । ବ୍ରାଂଚ୍ ନକଲି ଥିଲା କିନ୍ତୁ ସବୁକିଛି ଅସଲି ଲାଗୁଥିଲା । ଗୋଟିଏ ବ୍ୟାଙ୍କ ଯେମିତି ହେବା କଥା ତାହା ସେମିତି ଥିଲା । ଏହାପରେ ଏସବିଆଇ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ତଦନ୍ତ କରି ଏହି ମାମଲାରେ ମାଷ୍ଟରମାଇଣ୍ଡ୍ କମଲ ବାବୁ ସହିତ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ।

 

ଆଦିତ୍ୟ ମୃତ୍ୟୁ ମାମଲା: ପୋଲିସ ଜେରାରେ ସମ୍ମୁଖୀନ ହେବେ ପପୁ ଓ ବିକାଶ

ଭୁବନେଶ୍ୱର: ଭୁବନେଶ୍ୱରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେଥିପାଇଁ ସସପେନ୍ସ ମଧ୍ୟ ବଢିବାରେ ଲାଗିଛି । ମୃତ୍ୟୁକୁ ନେଇ ଅନେକ ରହସ୍ୟ ଧିରେ ଧିରେ ଖୋଲୁଛି । ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଡାଏରୀରୁ ନୋଟ ମିଳିବା ପରେ ମୃତ୍ୟୁର କାରଣକୁ ନେଇ ପିପୁଲ ଫର ସେବା ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମୁହାଁମୁହିଁ ହୋଇଛନ୍ତି ।

ତାଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରୁଛି ରେଳବାଇ ପୋଲିସ । ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଆଦ୍ୟତ୍ୟଙ୍କ କଲ୍ ଡିଟେଲ୍‌ ଯାଞ୍ଚ କରାଯାଉଛି । ସେପଟେ ଖୁବଶୀଘ୍ର ଥାନାରେ ହାଜର ହେବେ ଆଦିତ୍ୟଙ୍କ ଦୁଇ ସହଯୋଗୀ ତଥା ପିପୁଲ ଫର ସେବାର ସଦସ୍ୟ ପପୁ ଓ ବିକାଶ । ଏଥିପାଇଁ ସେମାନଙ୍କୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ସେବାଶ୍ରମର ଆର୍ଥିକ କାରବାରକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ଆଦିତ୍ୟଙ୍କ ଦୁଇ ବନ୍ଧୁଙ୍କୁ ଏବେ ଜିଆରପି ପଚରାଉଚୁରା କରୁଛି ।

ଜୁନ୍ ମାସ ୧ ତାରିଖରୁ ଜୁଲାଇ ମାସ ୬ ତାରିଖ ପର୍ଯ୍ୟନ୍ତ ସେ କାହା ସହ ଯୋଗାଯୋଗ କରିଥିଲେ ଓ କଣ କଥା ହୋଇଛନ୍ତି ସେହି ବିଷୟରେ ଜାଞ୍ଚ କରାଯାଉଛି । ତେବେ ଏଥିରେ ପପୁ ଓ ବିକାଶଙ୍କ କିଛି ଭୂମିକା ରହିଛି ବୋଲି ଆଶଙ୍କା କରାଯାଉଛି। ଅର୍ଥକୁ ନେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ପପୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଆଦିତ୍ୟଙ୍କର ସବୁଠାରୁ ନିକଟତର ବନ୍ଧୁ ବିକାଶ ଥିଲେ ଯିଏ କି ତାଙ୍କ ଗ୍ରୁପ୍ ର ମଧ୍ୟ ଜଣେ ସଦସ୍ୟ ଥିଲେ ।

ଆଦିଙ୍କ ମୃତ୍ୟୁ ପରେ ବିକାଶ ତାଙ୍କ ବୟାନରେ କହିଛନ୍ତି ଯେ, ଆଦି କୁଆଡେ ବାହା ହୋଇ ଭୁଲ କରିଛନ୍ତି ବୋଲି ତାଙ୍କୁ କହିଥିଲେ । କିନ୍ତୁ ଆଦିତ୍ୟଙ୍କ ପତ୍ନୀ ଏହି ସବୁ କଥାକୁ ଖଣ୍ଡନ କରିଛନ୍ତି । ଏହି ସବୁ ମନ୍ତବ୍ୟ ପାଇଁ ଘଟଣାରେ ନୂଆ ନୂଆ ପରିସ୍ଥିତି ସୃଷ୍ଟି ହେଉଛି । ସେଥିପାଇଁ ଜିଆରପି ଏବେ ଏହି ମାମଲା ନେଇ ତନାଘନା ଚଲାଇଛି । ଜିଆରପିର ସୂଚନା ଅନୁସାରେ ଖୁବ ଶୀଘ୍ର ଏହି ମାମଲା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ପିପୁଲ ଫର ସେବା ଅଭିଯୋଗ ଅନୁସାରେ ମାମଲା ରୁଜୁ କରାଯାଇଛି । ଏଥିପାଇଁ ପପୁ ଓ ବିକାଶଙ୍କୁ ହାଜର ହେବା ପାଇଁ ଜିଆରପି ନୋଟିସ୍ ଜାରି କରିବ ବୋଲି କହିଛନ୍ତି ।

(ଭୁବନେଶ୍ୱରରୁ ଅରୁଣ ସାହୁ)

ରାଜ୍ୟ ସହ ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, ଜାଣନ୍ତୁ କେଉଁ ସ୍ଥାନରୁ କେତେ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ସ୍ଥିତି କରୋନା ସଂକ୍ରମଣ ପାଇଁ ଜଟିଳ ହେବାରେ ଲାଗିଛି ।  ରାଜ୍ୟ ସହ ରାଜଧାନୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଚିନ୍ତା ବଢ଼ାଉଛି ଲୋକାଲ କଣ୍ଟାକ୍ଟ । କାରଣ ପୂର୍ବରୁ ଲୋକାଲ କଣ୍ଟାକ୍ଟ ସଂଖ୍ୟା କମ୍‌ ଥିବା ବେଳେ ଏବେ ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରୁ ୪୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି ।

ସେପଟେ ଯଦି ଦେଖିବା କରୋନା ସଂକ୍ରମଣ ତୁହାକୁ ତୁହା ବଢ଼ୁଥିବାରୁ ରାଜଧାନୀରେ ଚିନ୍ତାର କରାଣ ପାଲଟିଛି । ୩୮ ଜଣଙ୍କ ମଧ୍ୟରୁ ଲୋକାଲ କଣ୍ଟାକ୍ଟରେ ଆସିଥିବା ସଂକ୍ରମିତ ବ୍ୟକ୍ତି ମାନେ ହେଉଛନ୍ତି । କଳିଙ୍ଗ ବିହାରରୁ ୧, ପୋଖରିପୁଟ କାର୍ଗିଲ ବସ୍ତିରୁ ୧, ଭିମଟାଙ୍ଗି ଏଚ୍‌ବି କଲୋନୀରୁ ୧, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଙ୍ଗନଗରରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାର ହନୁମାନ ମନ୍ଦିର ପାଖରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଉ ଜଣେ ନୟାପଲିରୁ ଚିହ୍ନଟ ହୋଇଛନ୍ତି । ଏ ସମସ୍ତେ ସ୍ଥାନୀୟ କରୋନା ବ୍ୟକ୍ତିଙ୍କର କଣ୍ଟାକ୍ଟରେ ଆସିଛନ୍ତି ।

ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହେଲେ ୫୬୫

ଶନିବାର ରାଜ୍ୟରୁ ୫୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୮୪ ଜଣ ଚିହ୍ନଟ ହେବା ସହ ଓ ଲୋକାଲ୍ କେସ୍ ୧୮୬ଟି ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୫୭୦ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ନୂଆ ଆରୋଗ୍ୟ ସଂଖ୍ୟା ୫୬୫ ଥିବାବେଳେ ଆକ୍ଟିଭ କେସ୍ ୪୪୭୫ ରହିଛି ।

ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ… ମୋଟ ସଂଖ୍ୟା ୧୨ ହଜାର ୫ ଶହ ଟପିଲା

ବାହାରିନରୁ ଫେରୁଛନ୍ତି ୬୫ ଓଡ଼ିଆ, ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ

ଭୁବନେଶ୍ୱର: କରୋନା ଲକଡାଉନ୍ କାରଣରୁ ଉପସାଗରୀୟ ଦେଶ ବାହାରିନରେ ଫସିଥିବା ଓଡ଼ିଆକୁ ନେଇ ଆଜି ଏୟାର ଇଣ୍ଡିଆର ଏକ ବିଶେଷ ବିମାନ ଭୁବନେଶ୍ୱରରେ ପହଂଚିବ । ବାହାରିନ୍ ସମୟ ୧.୦୫ ମିନଟରେ ବିମାନ ସେଠାରୁ ଉଡାଣ ଭରି ଭୁବନେଶ୍ୱର ସ୍ଥିତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ଆଜି ରାତି ୧୦.୨୦ ମିନଟରେ ପହଂଚିବ ।

baharin
ବାହାରିନ୍ ବିମାନ ବନ୍ଦର ବାହାରେ ଓଡ଼ିଆ

ବିମାନ ପ୍ରଥମେ ନୂଆଦିଲ୍ଲୀରେ ଅବତରଣ କରିବ । ସେଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇ ଏହା ଭୁବନେଶ୍ୱର ଆସିବ । ବିମାନରେ ମୋଟ ୧୫୦ ଜଣ ଯାତ୍ରୀ ଯାତ୍ରା କରୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଓଡ଼ିଆ ବୋଲି ଜଣା ପଡିଛି ।  ବାହାରିନରୁ ଓଡ଼ିଆଙ୍କୁ ନେଇ ଆସୁଥିବା ଏହା ହେଉଛି ଦ୍ୱିତୀୟ ବିମାନ ।

ବନ୍ଦେ ଭାରତ ମିଶନ ଫେଜ୍-୪ କ୍ରମରେ ଏହି ବିମାନ ଆସୁଛି । ଏହି ଫେଜରେ ୧୪ ଉଡାଣରେ ବାହାରିନରୁ ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଅଣାଯିବ । ଯେଉଁ ଓଡ଼ିଆ ମାନେ ଆଗରୁ ନିଜ ଦେଶକୁ ଫେରି ପାରିନଥିଲେ ସେମାନେ ଚତୁର୍ଥ ପର୍ଯ୍ୟାୟରେ ନିଜ ଦେଶକୁ ଫେରି ପାରିବେ । ଅନ୍ୟପଟେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଯୋଗୁଁ ସେମାନେ ନିଜ ମାଟିକୁ ଫେରି ପାରିଛନ୍ତି ।

କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,କୋଭିଡ୍ ଯୋଦ୍ଧାଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଫୋନ୍ ଯୋଗେ ଆଜି ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଜୁଲାଇ ୬ ତାରିଖରେ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା । ସେହିଭଳି ସାଲେପୁର ବିଧାୟକଙ୍କ ଟେଷ୍ଟ୍ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ଉଭୟ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍ ଯୋଦ୍ଧାଙ୍କ ସହ କଥା ହୋଇଛନ୍ତି । ସେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ ।  ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା ଦିଗରେ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସହ କଥା ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ସଂକ୍ରମିତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସେମାନେ ସଠିକ ଭାବେ ସେବା ପାଉଛନ୍ତି ନା ନାହିଁ ତାହା ପଚାରି ବୁଝିଥିଲେ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କୋଭିଡ୍ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ଆଗରୁ ମଧ୍ୟ କଥା ହୋଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ନେବାକୁ କହିଥିଲେ ।

୨୦୨୧ ପୂର୍ବରୁ ଆସି ନ ପାରେ କରୋନା ଟିକା, ପଛକୁ ହଟିଲା ମନ୍ତ୍ରଣାଳୟ