କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,କୋଭିଡ୍ ଯୋଦ୍ଧାଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମିତ ଦୁଇ ବିଧାୟକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଫୋନ୍ ଯୋଗେ ଆଜି ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଜୁଲାଇ ୬ ତାରିଖରେ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା । ସେହିଭଳି ସାଲେପୁର ବିଧାୟକଙ୍କ ଟେଷ୍ଟ୍ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା । ଉଭୟ ଏବେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ୍ ଯୋଦ୍ଧାଙ୍କ ସହ କଥା ହୋଇଛନ୍ତି । ସେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ ।  ମୁଖ୍ୟମନ୍ତ୍ରୀ କୋଭିଡ୍ ମୁକାବିଲା ଦିଗରେ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି । କୋଭିଡ୍ ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମିତଙ୍କ ସହ କଥା ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ସଂକ୍ରମିତଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସେମାନେ ସଠିକ ଭାବେ ସେବା ପାଉଛନ୍ତି ନା ନାହିଁ ତାହା ପଚାରି ବୁଝିଥିଲେ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କୋଭିଡ୍ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ଆଗରୁ ମଧ୍ୟ କଥା ହୋଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ କୋଭିଡ୍ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ନେବାକୁ କହିଥିଲେ ।

୨୦୨୧ ପୂର୍ବରୁ ଆସି ନ ପାରେ କରୋନା ଟିକା, ପଛକୁ ହଟିଲା ମନ୍ତ୍ରଣାଳୟ

 

Leave a Reply