ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ସ୍କୁଲ୍ ଫି ଆଦାୟକୁ ସ୍ଥଗିତ କରିବା କିମ୍ୱା ଫି’ କରିବା ନେଇ ମୋରଟାରିୟମ୍ ପିରିୟଡ୍ ପ୍ରଦାନ କରାଯିବା ନେଇ ବିଭିନ୍ନ ରାଜ୍ୟର ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି । ଏନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ତେବେ ଶୁକ୍ରବାର ଜଷ୍ଟିସ୍ ଏସ୍ଏ ବୋବଡେ, ଆର୍ ସୁବାସ ରେଡ୍ଡୀ ଓ ଏଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।

ଶୁକ୍ରବାରର ଏହି ଶୁଣାଣି ପରେ ସ୍କୁଲ ଫି’ ବୃଦ୍ଧି, ଓ ମୋରଟାରିୟମ୍ ପିରିୟଡ୍ ସମ୍ପର୍କିତ ଅଭିଯୋଗକୁ ସମ୍ପୃକ୍ତ ରାଜ୍ୟ ହାଇକୋର୍ଟରେ ଉଠାଯିବାର ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ ପକ୍ଷରୁ କୁହାଯାଇଛି । କରୋନା କାରଣରୁ ଭିନ୍ନ ଭିନ୍ନ ରାଜ୍ୟରେ ପରିସ୍ଥିତି ଭିନ୍ନ ଭିନ୍ନ ରହିଛି । ଏଣୁ ସେଠାକାର ପରିସ୍ଥିତି ଉପରେ ହିଁ ଆଧାର କରି ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରିବ ।

ଆଡଭୋକେଟ୍ ବାଲାଜୀ ଶ୍ରୀନିବାସନ୍ ଓ କେ. ମୟଙ୍କ କହିଛନ୍ତି ଯେ, ପଞ୍ଜାବ ଓ ହରିୟାଣା ସରକାର ସ୍କୁଲ ଫି’ ବୃଦ୍ଧି ନେଇ ସ୍କୁଲମାନଙ୍କୁ ଅନୁମତି ଦେଇଥିବା କୋର୍ଟଙ୍କୁ ଅବଗତ କରାଇଥିଲେ । ଏହା ପରେ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ସେ ଏହି ସ୍ତରରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି । ଆବେଦନକର୍ତ୍ତା ଆବେଦନ ପ୍ରତ୍ୟାହାର କରି ସମ୍ପୃକ୍ତ ରାଜ୍ୟର ହାଇକୋର୍ଟରେ ଆବେଦନ କରିପାରିବେ ।













ତେବେ ଏବେ ସାରା ଦେଶରେ କରୋନା ସଂକ୍ରମଣ ସର୍ବକାଳୀନ ସର୍ବାଧିକ ସ୍ତରରେ ରହୁଥିବା ହେତୁ ସ୍ୱାଭାବିକ ପରୀକ୍ଷା ପରିଚାଳନା କରିବା ସମ୍ଭବପର ହୋଇ ପାରିନଥିଲା। ଏଣୁ ସିଆଇଏସସିଇ ବାଧ୍ୟ ହୋଇ ଚଳିତ ବର୍ଷ ସ୍ୱତନ୍ତ୍ର ମାର୍କିଂ ସ୍କିମରେ ପରୀକ୍ଷା ପତ୍ରର ମୂଲ୍ୟାଙ୍କନ କରିଛି। ପୂର୍ବ ପରୀକ୍ଷାର ଫଳାଫଳକୁ ଆକଳନକୁ ନିଆଯାଇଥିବା ବେଳେ ପରୀକ୍ଷାର୍ଥୀର ସର୍ବାଧିକ ତିନୋଟି ମାର୍କ ଥିବା ପେପରର ମାର୍କର ହାରାହାରିକୁ ହିସାବକୁ ନିଆଯାଇ ମୂଲ୍ୟାଙ୍କନ କରାଯାଇଛି। ତେବେ ଏଭଳି ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନେକ ଛାତ୍ରଛାତ୍ରୀ ଏଭଳି ମୂଲ୍ୟାଙ୍କନକୁ ବିରୋଧ କରିଥିବା ବେଳେ ଅନେକ ସମର୍ଥନ କରିଛନ୍ତି।