spot_img
Home Blog Page 6838

+୩ର ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ବସୁଛି ଜରୁରୀ ବୈଠକ

ଭୁବନେଶ୍ୱର: କରୋନା କାଳରେ ସବୁ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତିରେ ବିଭିନ୍ନ ପିଲାଙ୍କ ପାଠ ପଢାରେ ବିଭିନ୍ ସମସ୍ୟା ମଧ୍ୟ ଦେଖାଦେଇଛି । ଦୀର୍ଘ ୩ମାସ ହେବ କଲେଜ ବନ୍ଦ ଥିବାରୁ ବିଭିନ୍ନ ପରୀକ୍ଷା ଉପରେ ପ୍ରଭାବ ପଡ଼ିଛି । ଏବଂ +୩ ଶେଷ ସେମିଷ୍ଟାର କିଭିଳି ହେବ କିମ୍ବା କିପରି ପିଲାଙ୍କୁ ଉତ୍ତିର୍ଣ୍ଣ କରାଯିବ ସେନେଇ ଚିନ୍ତା ଦେଖା ଦେଇଥିଲା ।

ତେଣୁ  ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ । ଭିଡିଓ କନଫରେନସିଂ ଜରିଆରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସମସ୍ତ ସ୍ୱୟଂଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସହ ଏନେଇ ଆଲୋଚନା କରିବେ । ସକାଳ ୧୧ଟାରୁ ଦିନ ୨ଟା ଯାଏଁ ବୈଠକ ଚାଲିବ ।

ବୈଠକରେ ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବ। ପୂର୍ବରୁ ବିଭାଗ ପକ୍ଷରୁ ଯ଼ୁକ୍ତ ତିନି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡି ଅନ୍ୟ ସେମିଷ୍ଟାର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।

ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଆଡକୁ ମୁହାଁଉଛି

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା। ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୦ହଜାର ଟପିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତତୀୟାଂଶ ପଜିଟିଭ ଜୁନ୍‌ ମାସରେ ଚିହ୍ନଟ କରାଯାଇଛି । ଜୁନ୍‌ ପହିଲା ପରଠାରୁ ଦେଶରେ ପ୍ରାୟ ୯୦ ହଜାର ନୂଆ ମାମଲା ସାମନାକୁ ଆସିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଆଡକୁ ମୁହାଁଉଛି ।

ଗତକାଲି ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୯୪ହଜାର ପାର ହୋଇଛି । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୩ ହଜାର ୪ଶହ ଟପିଛି। କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଉପରେ ରହିଥିବା ବେଳେ ୧୮ଶହରୁ ଅଧିକ ଜୀବନ ନେଇଛି କରୋନା ।

ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ କେଜିରୱାଲ । ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ଏକ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ସେହିପରି ଚେନ୍ନାଇରେ ବି ବିଗୁଡୁଛି କରୋନା ସ୍ଥିତି ।

ସୋପିଆଁରେ ଲଗାତାର ତିନି ଥର ଏନକାଉଣ୍ଟର

ସୋପିଆଁ: ଜମ୍ମୁକଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ ବଡ଼ଗାମ ଜିଲ୍ଲା ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ ସେଠାରେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଏବେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଜାରି ରହିଛି ।

ବୁଧବାର ସୋପିଆଁ ସୁଗୁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ୪ଦିନ ଭିତରେ ସୋପିଆଁରେ ତିନି ଥର ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ଆତଙ୍କୀଙ୍କ ମୃତ୍ୟୁ ହେଲାଣି । ସିଆରପିଏଫ୍‌, ରାଷ୍ଟ୍ରୀୟ ରାଇଫଲ ଓ ଏସଓଜିର ମିଳିତ ଅପରେସନରେ ସୋପିଆଁରେ ସର୍ଚ୍ଚ ଅପରେସନ୍‌ ହୋଇଥିଲା।

ଡିକିରେ ଚାମ୍ବର କରି ନେଇ ଯାଉଥିଲେ ଟଙ୍କା ବଣ୍ଡଲ

ମହାସମୁନ୍ଦ: କାର୍‌ ଭିତରୁ ମିଳିଲା ୧କୋଟି ୧୩ ଲକ୍ଷ ଟଙ୍କା । ଡ଼ିକିରେ ଚାମ୍ବର କରି ବଣ୍ଡଲ ବଣ୍ଡଲ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ପେଲିସ । ଏହି ଟଙ୍କା ଚାଲାଣ ବେଳେ ପୋଲିସ ଧରିବା ସହ ଟଙ୍କା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି । ଟଙ୍କା ଚାଲାଣ  ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ସୁନା ଓ ରୂପା ବ୍ୟବସାୟୀ ପ୍ରତୀକ ଛାବରିଆ ଓ ତାର ଡ୍ରାଇଭର ସୁରୋନ୍ଦ୍ର ସୋନା । ଡିକିରେ ଚାମ୍ବର କରି ହଜାରେ, ୫ଶହ ଓ ୨ହଜାର ଟଙ୍କିଆ ନୋଟ୍‌ ବଣ୍ଡଲ ଭର୍ତ୍ତି କରାଯାଇଥିଲା ।

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ପୋଲିସ ଗାଡ଼ି ଯାଞ୍ଚ ବେଳେ କୋଟିଏ ୧୨ଲକ୍ଷ ୯୯ହଜାର ଟଙ୍କା ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ମହାସମୁନ୍ଦ ଏସପି ପ୍ରଫୁଲ୍ଲ ଠାକୁର ସୂଚନା ଦେଇଛନ୍ତି।

କାର୍‌ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା… ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି

କାର୍‌ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା… ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି

ମୌସୁମୀ ବର୍ଷାରେ ଭଜିବ ପହିଲି ରଜ

ଭୁବନେଶ୍ୱର: ୨୪ ଘଣ୍ଟାରେ ଓଡ଼ିଶା ଛଇଁବ ମୌସୁମୀ । ଫଳରେ ଚଳିତବର୍ଷ ମୌସୁମୀ ବର୍ଷାରେ ଭିଜିବ ରଜ । ହେଲେ ମୌସୁମୀ ପୂର୍ବରୁ ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ।

ଫଳରେ ୧୨ ଯାଏଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ  ୮ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରୁକୁ ନଯିବାକୁ ବାରଣ କରାଯାଇଛି ।

ଏହି ରାଶିର ଲୋକଙ୍କର ବଢିପାରେ କର୍ମ ଓ ଅର୍ଥ ଚିନ୍ତା… ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌୧୧, ୨୦୨୦ ମସିହା, ଗୁରୁବାର

୧୪୨୭ସାଲ୍‌, ୧୯୪୨ଶକାଦ୍ଦଃ, ୨୦୮୮ ସମ୍ବତ୍‌,

ଆଷାଢ କୃଷ୍ଣପକ୍ଷ ଷଷ୍ଠୀ,ରାତି ୯ ଟା ୧୧ ପରେ ୭ ମିନିଟ୍

ବୃଷ ୨୯ ଦିନ

ଚନ୍ଦ୍ର ରହିବେ କୁମ୍ଭ ରାଶିରେ

ଧନିଷ୍ଠା ନକ୍ଷତ୍ର ଦିନ ୪ ଟା ୩୫ ପରେ ଶତଭିଷା ନକ୍ଷତ୍ର

ଘାତଚନ୍ଦ୍ର – ମିଥୁନ,ମୀନ ରାଶିର

ଘାତବାର – ତୁଳା ଓ କୁମ୍ଭ ରାଶିର

ଯୋଗିନୀ ରହିବେ ପଶ୍ଚିମେ ରାତି ୯ ଟା ୧୧ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ବାୟବ୍ୟ କୋଣରେ

ପୁଷ୍କର ଦୋଷ – ରାତି ୯ ଟା ୧୧ ପରେ ୧ ପାଦ

ଶୁଭ ସମୟ

ସକାଳ ୯ ଟା ୩୪ ରୁ ଦିନ ୧୧ ଟା ୨୦

ସନ୍ଧ୍ୟା ୭ ଟା ୦୫ ରୁ ରାତି ୯ ଟା ୧୫

ଅଶୁଭ ସମୟ

ଦିନ ୧ ଟା ୨୫ ରୁ ସନ୍ଧ୍ୟା ୬ ଟା ୨୧

ରାତି ୧୧ ଟା ୪୬ ରୁ ରାତି ୧ ଟା ୦୭

ମେଷ ରାଶି

ଅଶ୍ୱିନୀ- ଚାକିରୀ କିମ୍ବା ବ୍ୟବସାୟରେ ଭୁଲ୍‌ ବୁଝାମଣା ରହିବ

ଦ୍ୱିଜା- ମନ ଅସ୍ଥିର ରହିବ, କିଛି ବି ଭୁଲ୍‌ ହୋଇପାରେ, ସତର୍କ ରୁହନ୍ତୁ

କୃତ୍ତିକା- ଦାୟିତ୍ୱ ବଢିବ, ପରିବାରରେ ଆନନ୍ଦ ରହିବ

ଶ୍ରୀବିଷ୍ଣୁଙ୍କୁ ସ୍ମରଣ କରି ଦିନ ଆରମ୍ଭ କରନ୍ତୁ

ବୃଷ ରାଶି

କୃତ୍ତିକା – କୈାଣସି ଦିଗରୁ କର୍ମ ସଂପର୍କରେ ଶୁଭ ସୂଚନା ପାଇବେ

ରୋହିଣୀ- ସକାଳୁ ସ୍ନ।ନ ସାରି ଗୁରୁଜନଙ୍କର ଆର୍ଶିବାଦ୍‌ ନିଅନ୍ତୁ

ମୃଗଶିରା- ପିତାମାତଙ୍କର ସ୍ୱାସ୍ଥ୍ୟ ଚିନ୍ତା ରହିବ

କୁକୁରକୁ ପେଟପୁରା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଅର୍ଥ ଚିନ୍ତା ଦୁର ହେବ, କୈାଣସି ସ୍ଥାନରୁ ଅର୍ଥ ମିଳିପାରେ

ଆର୍ଦ୍ରା- କର୍ମକ୍ଷେତ୍ର ସ୍ଥିତିରେ ସୁଧାର ଆସିପାରେ, ସରକାରୀ ସହାୟତା ପାଇବେ

ପୁନର୍ବସୁ- କିଛି ଚିନି ଲାଲ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ, ମନମୁତାବକ ଫଳ ପାଇବେ

ହଳଦିଆ ବସ୍ତ୍ର ପରିଧାନ କରନ୍ତୁ, ମନରେ ଶାନ୍ତି ପାଇବେ

କର୍କଟ ରାଶି

ପୁନର୍ବସୁ- କୈାଣସି ଦୃଷ୍ଟିବୀନ ବ୍ୟକ୍ତିକୁ ଅଟା ଓ ଚିନି ଦିଅନ୍ତୁ

ପୁଷ୍ୟ।- ଭୁଲ୍‌ ନିଷ୍ପତ୍ତିର ଶିକାର ହେବେ, ଜଗି ରଖି ଚଳନ୍ତୁ

ଅଶ୍ଳେଷା- ଦିନଟି ଭଲ ରହିବ ନାହିଁ, ମା’ଦୁର୍ଗାଙ୍କୁ ସ୍ମରଣ କରି ଦିନ କାଟିବେ

ଘରେ ସୋରିଷ ତେଲର ଦୀପ ଜାଳନ୍ତୁ

ସିଂହ ରାଶି

ମଘା- ଯାହା ବି ଇଛା ରହିଥିବ, ତାହା ନିଶ୍ଚୟ ପୂରଣ ହେବ

ପୂର୍ବା ଫାଲଗୁନି- ଅଚାନକ ଖୁସି ଖବର ପାଇବେ,ମନର ଆଶା ପୁରଣ ହେବ

ଉତ୍ତରାଫାଲଗୁନି- କୈାଣସି ସମସ୍ୟାରୁ ମୁକ୍ତି ପାଇପାରନ୍ତି

ତମ୍ବା ପାତ୍ରରେ ଜଳ ରଖି ଆଜି ଦିନରେ ପିଅନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ବ୍ୟବସାୟରେ ଲାଭ ହେବ, ଦିନଟି ଭଲରେ ମଧ୍ୟ କଟିବ

ହସ୍ତା- କୈାଣସି ଶାନ୍ତି ପରିବେଶରେ ଦିନଟିକୁ କାଟନ୍ତୁ

ଚିତ୍ରା- ପୁଞ୍ଜି ନିବେଶରୁ ଲାଭ ହେବ

ଘରେ ସମସ୍ତଙ୍କୁ ମିଠା ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା – କୈାଣସି ଯୋଜନାରେ ସଫଳତା ପାଇବେ, ପାରିବାରିକ ଶାନ୍ତି ମିଳିବ

ସ୍ୱାତୀ- ପିଲାମାନଙ୍କୁ ନୂତନ କର୍ମ ନିଯୁକ୍ତିର ଖବର ମିଳିପାରେ

ବିଶାଖା- କର୍ମ, ଅର୍ଥ ଚିନ୍ତା ବଢିପାରେ, ଘରୁ ବାହାରିବା ବେଳେ ମହୁ ଖାଇ ବାହାରନ୍ତୁ

ରୁଟିରେ ସୋରିଷ ତେଲ ମାରି କୁକୁରକୁ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ପରିବାରରେ କିମ୍ବା ବନ୍ଧୁବାନ୍ଧବରେ କାହାର ଦେହ ଖରାପ ରହିପାରେ

ଅନୁରାଧା- କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ବିବାଦୀୟ ହୋଇପଡିବେ

ଜ୍ୟୋଷ୍ଠା- କୈାଣସି ଯୋଜନାକୁ ସଫଳତା ଦେଇପାରନ୍ତି

ଓଁ ତାରା ଦେବୀ ନମଃ ୨୭ ଥର ଜପ କରନ୍ତୁ

ଧନୁ ରାଶି

ମୂଳା- ମନର ଆଶା ପୂରଣ ହେବ ନାହିଁ,ମାନସିକ ଅଶାନ୍ତି ବଢିଚାଲିବ

ପୂର୍ବାଷାଢା- କିଛି ହଳଦିଆ ମିଠା ଛୋଟ ପିଲାଙ୍କୁ ଦିଅନ୍ତୁ, ଅଟକିଥିବା କାମ ପୂରଣ ହେବ

ଉତ୍ତରାଷାଢା- ଖର୍ଚ୍ଚ ବଢିବା ଯୋଗୁଁ ମନ ଅଶାନ୍ତି ରହିବ

ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର ରାଶି

ଉତ୍ତରାଷାଢା – କାହାଠାରୁ ଧୋକା ମିଳିପାରେ,ମନ ଚିନ୍ତାଗ୍ରସ୍ତ ରହିବ

ଶ୍ରବଣା- ଆଜି ଦିନରେ ଲୁଣ ଖାଇବେ ନାହିଁ

ଧନିଷ୍ଠା- ପ୍ରତିକୁଳ ସମୟ ରହିବ,କାହାଠାରୁ ଧୋକା ଖାଇପାରନ୍ତି

୨୭ ଥର ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ, ରିଷ୍ଟ ଖଣ୍ଡନ ହେବ

କୁମ୍ଭ ରାଶି

ଧନିଷ୍ଠା- ଯାହା ବି ଉଦ୍ୟମ କରିବେ ସେଥିରେ ବାଧା ରହିବ, ରିଷ୍ଟ ଖଣ୍ଡନ ହେବ

ଶତଭିଷା- କଳା ରଙ୍ଗର କିଛି ବି ବ୍ୟବହାର କରନ୍ତୁ ନାହିଁ, କିଛି ଖାଦ୍ୟ ଭୋକିଲାକୁ ଦିଅନ୍ତୁ

ପୂର୍ବଭାଦ୍ରପଦ- ଶୁଭ ଦିନଟିଏ ରହିବ,ଚେଷ୍ଟା ଅନୁଯାୟୀ ଫଳ ପାଇବେ

ହନୁମାନଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- କିଛି ଅଟା ଦିବ୍ୟାଙ୍ଗକୁ ଦାନ କରନ୍ତୁ

ଉତ୍ତରଭାଦ୍ରପଦ- ଅର୍ଥର ଅଭାବ ଯୋଗୁଁ ମନ ଅଶାନ୍ତ ରହିବ

ରେବତୀ- ଗୁରୁଜନଙ୍କର ଆର୍ଶିବାଦ୍‌ ନେଇ କାର୍ଯ୍ୟ କରନ୍ତୁ

କିଛି ବାସନା ଅତର ବ୍ୟବହାର କରନ୍ତୁ

ଗର୍ଗ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଯୋଗାଯୋଗ ନମ୍ବର- 943838903

ମହାଭାରତ ଯୁଦ୍ଧ ବେଳେ କ’ଣପାଇଁ ପ୍ରତିଦିନ ବାଦମ ଖାଉଥିଲେ ଭଗବାନ ଶ୍ରୀକୃଷ୍ଣ ? ଜାଣନ୍ତୁ

ମହାଭାରତ ଯୁଦ୍ଧ ଶେଷ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତେବେଳେର କିଛି ଘଟଣା ଏବେ ବି ରହସ୍ୟ ହୋଇରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହିଛି । ୧୮ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବହୁ ଯୋଦ୍ଧା ଧର୍ମ ଅଧର୍ମ ନାଁରେ ଭାଗ ନେଇଥିଲେ । ଭଗବାନ ଶ୍ରୀକୃଷ୍ଣ ଏହି ମହାଯୁଦ୍ଧରେ ଏଭଳି ଅନେକ ଲୀଳା ରଚିଛନ୍ତି ଯାହା ଆଜି ବି ରହସ୍ୟ ହୋଇରହିଯାଇଛି ।

ସେମିତି ହିଁ ଏକ ଲୀଳା ହେଉଛି ଯୁଦ୍ଧ ଦିନମାନଙ୍କରେ ପ୍ରତିଦିନ ସକାଳେ ବାଦାମ୍‌ ଖାଇବା । ଏହି ରହସ୍ୟକୁ କେବଳ ଜଣେ ହିଁ ବ୍ୟକ୍ତି ଜଣାଥିଲେ ସେ ହେଉଛନ୍ତି ଉଡୁପି ରାଜା । ତେବେ ଆସନ୍ତୁ ଜାଣିବା କ’ଣ ରହିଥିଲା ଏହାର କାରଣ ।

ପ୍ରଚଳିତ କଥା ଅନୁସାରେ ଯେତେବେଳେ ମହାଭାରତ ଯୁଦ୍ଧର ଘୋଷଣା ହୋଇଥିଲା ସେତେବେଳେ ସମସ୍ତ ରାଜ୍ୟର ରାଜା ନିଜ ଇଚ୍ଛା ଅନୁଯାୟୀ କୌରବ ଏବଂ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ରାଜା ଥିଲେ ଯିଏ କୌଣସି ପକ୍ଷରେ ସାମିଲ ହୋଇନଥିଲେ, ସେ ହେଉଛନ୍ତି ଉଡୁପି ରାଜା ।

କିନ୍ତୁ ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ ଉଡୁପି । କିନ୍ତୁ ପ୍ରତିଦିନ ସେ କେତେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଥିଲେ  । କାହିଁକି ନା ପ୍ରତିଦିନ କେହି ନା କେହି ଯୋଦ୍ଧା ଶହୀଦ ହେଉଥିଲେ । ଯଦି ଖାଦ୍ୟ କମ୍‌ ହେଲା ଯୋଦ୍ଧା ଭୋକରେ ରହିବେ ଓ ଖାଦ୍ୟ ଅଧିକ ହେଲେ ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବ । ଶ୍ରୀକୃଷ୍ଣ ଉଡ଼ୁପିଙ୍କ ସମସ୍ୟାକୁ ବୁଝିଥିଲେ ଏବଂ ଏହାର ସମାଧାନ ବାହାର କରିଥିଲେ । ସେ କହିଥିଲେ ମୁଁ ଯେଉଁଦିନ ଯେତେଟି ବାଦାମ ଖାଇବି ସେତେ ହଜାର ସୈନିକଙ୍କ ମୃତ୍ୟୁ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ରହସ୍ୟ ଉଡୁପି ରାଜାଙ୍କ ବ୍ୟତିତ ଅନ୍ୟ କେହି ଜାଣିନଥିଲେ ।