spot_img
Home Blog Page 6848

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ

ଭୁବନେଶ୍ୱର: ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ ।  ୪୮ ଘଣ୍ଟା ଭିତରେ ହେବ ଘନୀଭୂତ । ଏହାର ପ୍ରଭାବରେ ଉତ୍ତର ଓଡିଶା ସମେତ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାତର ୪ ଦିନ ଧରି ଲାଗିରହିବ ବର୍ଷା । ଏହାସହ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଆସନ୍ତା ୧୨ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ପୁରୀ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେପଟେ କେନ୍ଦ୍ରୀୟ ଆରବସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ପୁଡୁଚେରୀ, ତାମିଲନାଡୁ ବର୍ଷା ଲାଗିରହିଛି । ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ରହିଛି। ବଙ୍ଗୋପସାଗରରେ ଘନୀଭୂତ ହେବାକୁ ଥିବା ଲଘୁଚାପ ମୌସୁମୀକୁ ଓଡିଶା ବାଟ କଢାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପ୍ରତିବର୍ଷ ଜୁନ୍‌ ପହିଲାରେ ଓଡ଼ିଶାରେ ମୌସୁମୀ ସ୍ୱାଭାବିକ ହୋଇଥାଏ। ଚଳିତ ବର୍ଷ ବାତ୍ୟା ନିସର୍ଖ ପ୍ରଭାବରେ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦେଶରେ ୨.୫ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୭ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଧାର୍ମିକ ସ୍ଥଳ ସହ ସପିଂ ମଲ୍ ଖୋଲୁଛି । ଦେଶ ଅନଲକ୍ ହେବା ସହ ବଢ଼ି ଚାଲିଛି କରୋନା ସଂକ୍ରମଣ । ରବିବାର ଦେଶରେ ୧୦ ହଜାର ୭୦୦ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଅତିକ୍ରମ କରିଛି । ଏଯାବତ୍ କରୋନାରେ ଦେଶରେ ୭ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୩୪ରେ ପହଞ୍ଚିଥିବା ବେଳେ ରବିବାର ୧୦ ହଜାର ୭୪୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ୫ ଦିନ ଭିତରେ ଦେଶରେ ୫୦ ହଜାର ସଂକ୍ରମଣ ମାମଲା ଆସିଛି । ଲଗାତାର ଶନିବାର ଓ ରବିବାର ୨ ଦିନ ଦେଶରେ ୧୦ ହଜାରରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସଂକ୍ରମଣ ଦେଶରେ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩ ହଜାର ୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିଭଳି ତାମିଲନାଡ଼ୁରୁ ୧୫୧୫, ଜମ୍ମୁ କଶ୍ମୀରରୁ ୬୨୦, ହରିୟାଣାରୁ ୪୯୬ ଓ ପଶ୍ଚିମବଙ୍ଗରୁ ୪୪୯ଟି ମାମଲା ଆସିଛି ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

କୌଣସି ଦୁଃଖଦ ଖବର ମନକୁ କଷ୍ଟ ଦେବେ, ଧୈର୍ଯ୍ୟ ରଖି କାମ କରନ୍ତୁ

ମେ ୮ , ୨୦୨୦ ମସିହା, ମେଷ ୨୬ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ପ୍ରତିପଦା ତିଥି, ଶୁକ୍ରବାର

ବିଶାଖା ନକ୍ଷତ୍ର, ସକାଳ ୮ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ, ଏହା ପରେ ଅନୁରାଧା ନକ୍ଷତ୍ର

ବିଛା ରାଶିରେ ଚନ୍ଦ୍ର ରହିବେ

ଆଜି ଯୋଗିନୀ ଦିନ ୧ଟା ପର୍ଯ୍ୟନ୍ତ ପୂର୍ବ ଦିଗରେ ଏବଂ ଦିନ ୧ଟା ପରେ ଉତ୍ତର-ବାୟବେ କୋଣରେ ରହିବେ

ଆଜି ଉତ୍ତରବାୟୁ କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର-କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ

ଘାତବାର-ବିଛା, ଧନୁ, ମୀନ ରାଶିର

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ

ଦିନ ୪ଟା ୨୫ ମିନିଟ୍‌ ଠାରୁ ସନ୍ଧ୍ୟା ୫ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୦ଟା ୩୦ ରୁ ଦିନ ୧୨ ଟା ପର୍ଯ୍ୟନ୍ତ

 

ମେଷ ରାଶି-

ଅଶ୍ୱିନୀ ନକ୍ଷତ୍ର-ଆପଣଙ୍କର ସକାରତ୍ମକ ଚିନ୍ତାଧାରା ଅନ୍ୟ ବ୍ୟକ୍ତିକୁ ପ୍ରଭାବିତ କରିବ

ଦ୍ୱିଜା ନକ୍ଷତ୍ର- ନିଜର ପ୍ରଫେସନକୁ ନେଇ ଚିନ୍ତା ବଢିବ

କୃତ୍ତିକାନକ୍ଷତ୍ର-ଆର୍ଥିକସ୍ଥିତିରେ ସୁଧାର ଆସିବ, ନିଜ କର୍ମକୁ ନେଇ ଖୁସି ରହିବ

ଆଜି ପକ୍ଷୀମାନଙ୍କୁ ମସୁର ଡାଲି ଖାଇବାକୁ ଦିଅନ୍ତୁ

ବୃଷ ରାଶି-

କୃତ୍ତିକା ନକ୍ଷତ୍ର- ଆପଣଙ୍କ ପାଇଁ କିଛି ପରିବର୍ତ୍ତନ ଆସିପାରେ ଯାହା କିଛି ନିଷ୍ପତ୍ତି ନେବା ପାଇଁ ବାଧ୍ୟ

ରୋହିଣୀ ନକ୍ଷତ୍ର – ଅନେକ ଦିନ ଧରି ପ୍ରତୀକ୍ଷା କରିଥିବା କିଛି ଖବରର ଶୁଭ ସୂଚନା ପାଇବେ

ମୃଗଶିରା- ମା’,ବାପାଙ୍କର ଆଶୀର୍ବାଦ୍‌ ପାଇବେ

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର-ନିଜର ବ୍ୟବସାୟ ଓ କର୍ମକୁ ନେଇ ଚିନ୍ତା ବଢିବ, ବୟସ୍କ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ

ଆଦ୍ରା ନକ୍ଷତ୍ର- ଘରେ ଖୁସିର ବାତାବରଣ ରହିବ, ନୂଆ କାମ ପାଇଁ ଯୋଜନା କରିବେ

ପୁନର୍ବସୁ ନକ୍ଷତ୍ର-କିଛି ଶୁଭ ଖବର ପାଇପାରନ୍ତି

ପିମ୍ପୁଡିକୁ କିଛି ବୁଟ ଡାଲି ଗୁଣ୍ଡ କିମ୍ବା ଚିନି ଖାଇବାକୁ ଦିଅନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର-ଅଟକିଥିବା କାର୍ଯ୍ୟ ସହଜରେ ହୋଇଯିବ

ପୁଷ୍ୟ। ନକ୍ଷତ୍ର- ନିଜ କାମକୁ ନେଇ ସନ୍ତୁଷ୍ଟ ହେବେ, ଗୁରୁଜନଙ୍କର ପରାମର୍ଶରେ ସଫଳତା ପାଇବେ

ଅଶ୍ଲେଷା ନକ୍ଷତ୍ର-ଦିନରେ ବିଶେଷ ଯତ୍ନଶୀଳ ହୋଇ ଚଳନ୍ତୁ

ନିଜ ପୂଜା ଘରେ ମହାଦେବଙ୍କ ନିକଟରେ କିଛି ମିଶ୍ରି ଭୋଗ ଲାଗି କରନ୍ତୁ

ସିଂହ ରାଶି-

ମଘାନକ୍ଷତ୍ର- ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ପିତା,ମାତାଙ୍କର ସହଯୋଗ ପାଇବେ

ପୂର୍ବା ଫାଲଗୁନୀ ନକ୍ଷତ୍ର- ନିଜର କାର୍ଯ୍ୟ ଓ ପରିବାରକୁ ନେଇ ଚିନ୍ତା ବଢିବ, ବନ୍ଧୁଙ୍କର ପରାମର୍ଶ ମନରେ ଆଘାତ ଦେବ

ଉତ୍ତରା ଫାଲଗୁନୀ ନକ୍ଷତ୍ର-ମନର ଭାବନାକୁ ଜୀବନସାଥୀଙ୍କ ସହ ବାଣ୍ଟନ୍ତୁ, ମନରେ ଶାନ୍ତି ପାଇବେ

ମା’ଙ୍କୁ ପ୍ରଣାମ କରି ଦିନର କାମ ଆରମ୍ଭ କରନ୍ତୁ

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଇଛା ରଖୁଥିବା କାମୃକୁ ପୁରା କରିବାରେ ସକ୍ଷମ ରହିବେ

ହସ୍ତା ନକ୍ଷତ୍ର- ଋଣ ଦାତାଙ୍କର ଚାପ ଯୋଗୁ ମନ ଆହୁରି ଅଶାନ୍ତ ରହିବ

ଚିତ୍ରା ନକ୍ଷତ୍ର-  ଦିନଟି ସୁଖରେ କଟିବ

ପକ୍ଷୀଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ପାରିବାରିକ ସମସ୍ୟାର ସମାଧାନ ଅତି ସହଜରେ ହୋଇଯିବ

ସ୍ୱାତୀ ନକ୍ଷତ୍ର-ଦିନଟିରେ କିଛି ସମସ୍ୟା ଆସିପାରେ, ଶରୀର ପ୍ରତି ଧ୍ୟାନ ରଖନ୍ତୁ

ବିଶାଖା ନକ୍ଷତ୍ର- ପରିବାରର ସହଯ଼ୋଗ ଯୋଗୁ ଦିନଟି ଶୁଭ ରହିବ

ଭଗବାନ ଶ୍ରୀବିଷ୍ଣୁଙ୍କୁ ହଳଦିଆ ଫୁଲରେ ପୂଜା କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ର- ପରିବାରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶନୁସାରେ କାର୍ଯ୍ୟ କରନ୍ତୁ

ଅନୁରାଧା ନକ୍ଷତ୍ର- ସ୍ୱସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, କ୍ଷମାଶୀଳ ହେବା ଭଲ ଅଟେ

ଜ୍ୟୋଷ୍ଠା ନକ୍ଷତ୍ର- ନୂଆ କାମ ପାଇଁ ଶୁଭ ସମୟ ରହିଛି

ହନୁମାନଙ୍କୁ କଦଳୀ ଭୋଗ ଲଗାନ୍ତୁ

ଧନୁ ରାଶି-

ମୂଳାନକ୍ଷତ୍ର- କୌଣସି ଦୁଃଖଦ ଖବର ମନକୁ କଷ୍ଟ ଦେବେ, ଧୈର୍ଯ୍ୟ ରଖି କାମ କରନ୍ତୁ

ପୂର୍ବାଷାଢା ନକ୍ଷତ୍ର- କମ୍‌ ପରିଶ୍ରମରେ ବଡ ସଫଳତା ପାଇବେ

ଉତ୍ତରଷାଢା- ଧାମିକ କାର୍ଯ୍ୟରେ ସମୟ କଟିବ

ନିଜ ଠାକୁର ଘରେ ମହାଦେବଙ୍କୁ ୧୧ଟା ବେଲ ପତ୍ର ଅର୍ପଣ କରନ୍ତୁ

ମକର ରାଶି-

ଉତ୍ତରାଷାଢା ନକ୍ଷତ୍ର- କର୍ମକ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଯତ୍ନଶୀଳ ହୁଅନ୍ତୁ

ଶ୍ରବଣା ନକ୍ଷତ୍ର- ମନର ଭାବନାକୁ ନିଜ ଜୀବନସାଥୀଙ୍କୁ କହିବା ହିଁ ଉତ୍ତମ ରହିବ

ଧନିଷ୍ଠା ନକ୍ଷତ୍ର- ନିଜର କର୍ତ୍ତବ୍ୟନିଷ୍ଠା ଓ ନିଶ୍ୱାର୍ଥପର କାମ ପାଇଁ ପ୍ରଶଂସିତ ହେବେ

ବ୍ରାହ୍ମଣଙ୍କୁ କିଛି ଫଳ ଦାନ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- କିଛି ଜରୁରୀ କାମ ପାଇଁ ବ୍ୟସ୍ତତା ବଢିବ, ଧୈର୍ଯ୍ୟ ରଖନ୍ତୁ

ଶତଭିଷା ନକ୍ଷତ୍ର- କୈାଣସି କାର୍ଯ୍ୟ କରିବା ପୂର୍ବରୁ ବଡମାନଙ୍କର ପରାମର୍ଶ ନିଅନ୍ତୁ

ପୂର୍ବାଭାଦ୍ରପଦ ନକ୍ଷତ୍ର- ପ୍ରେମ କରୁଥିଲେ ଦିନଟି ଭଲ ରହିଛି

ମା’ଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର- ସମାଜରେ ମାନସମ୍ମାନ ବଢିବ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳତା ପାଇଲେ ମଧ୍ୟ ଅର୍ଥ ବାଧା ରହିବ

ରେବତୀ ନକ୍ଷତ୍ର- ନୂଆ ବିଚାର ଓ କାର୍ଯ୍ୟରେ ସଫଳତା ପାଇବେ

ଭୋକିଲାକୁ ଖାଦ୍ୟ ଦିଅନ୍ତୁ ଆଜିର ଦିନରେ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫ 

ବଢ଼ୁଛି କରୋନା ସଂକ୍ରମଣ, ଅନଲକ୍ ହେଉଛି ଦେଶ

ନୂଆଦିଲ୍ଲୀ: ଲକଡାଉନ୍ ପରେ ଆଜିଠୁ ଦେଶରେ ଅନଲକ୍ ୧.୦ର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେଉଛି । ମାର୍ଚ୍ଚ ୨୫ରୁ ବନ୍ଦ ରହିଥିବା ଦେଶର ହଜାର ହଜାର ଧାର୍ମିକ ସ୍ଥଳ ଆଜିଠୁ ଖୋଲିବ । ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନ୍ୟ କେତକ ରାଜ୍ୟ ଜୁନ୍ ୩୦ ଯାଏଁ ରାଜ୍ୟରେ ଧାର୍ମିକ ସ୍ଥଳ ଓ ମଲ୍ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହେବ ନାହିଁ । ଧର୍ମସ୍ଥଳ ସହିତ ଆଜିଠୁ ହୋଟେଲ, ରେସ୍ତୋରାଁ ମଧ୍ୟ ଖୋଲିବ । କିନ୍ତୁ, ସେଥିପାଇଁ କିଛି ସର୍ତ୍ତ ରହିଛି ।

ଦେଶ ଅନଲକ୍ ହେଉଥିବା ବେଳେ କରୋନା ଗ୍ରାଫ୍ ବଢ଼ି ଚାଲିଛି । ରାଜଧାନୀ ଦିଲ୍ଲୀରେ ୨୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନଲକ୍ ୧.୦ କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବନାହିଁ । କଣ୍ଟେନମେଣ୍ଟ ଜୋନ୍ ପୂର୍ବ ଭଳି ଲକଡାଉନ୍ ମଧ୍ୟରେ ରହିବ । ଏହି ଅଞ୍ଚଳରେ ଜରୁରୀ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ନାହିଁ ।

କଣ୍ଟେନମେଣ୍ଟ ଜୋନରେ କୌଣସି ଧାର୍ମିକ ସ୍ଥଳ ଖୋଲିବ ନାହିଁ । ଏପରିକି ମଲ୍, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ମଧ୍ୟ ଅନୁମତି ନାହିଁ । ଦେଶ ଭିତରେ ଯାତାୟାତ ପାଇଁ କୌଣସି ପାସ୍ ଦରକାର ନାହିଁ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍‌ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ

ମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ପଠାଇଛନ୍ତି ।

ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।   ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।

 

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସହ ୪ ମହିଳା ଅଟକ

ସମ୍ୱଲପୁର: ସେକ୍ସ ରାକେଟର ପର୍ଦ୍ଦାଫାସ । ୩ଜଣ ଗ୍ରାହକ ଏବଂ  ରାଣୀ ମହୁମାଛି ସହ ୪ ମହିଳା ଅଟକ । ଧନୁପାଲୀ ଥାନା ଅନ୍ତର୍ଗତ ଭତରାରେ ଦୀର୍ଘ ଦିନରୁ ଚାଲିଥିବା ସେକ୍ସ ରେକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଧନୁପାଲୀ ପୋଲିସ l ଉକ୍ତ ଘଟଣାରେ ପୋଲିସ ରାଣୀମହୁମାଛି ସହ  ୩ପୁରୁଷ ଏବଂ ୪ଜଣ ମହିଳାଙ୍କୁ ଅଟକ ରଖିଛି l

ନିଜ ଘରେ ରହି ପେଟ ପାଟଣା ପାଇଁ ଏଭଳି କାର୍ଯ୍ୟ କରୁଥିବା ରାଣୀ ମହୁମାଛି ନିଜେ କହୁଛି l ତେବେ ବିଭିନ୍ନ ସ୍ଥାନରୁ ଝିଅ ଏବଂ ପୁଅ ଆସି କିଛି ସମୟ ବିତାଇବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ ବୋଲି ସେ ସଫେଇଦେଇଛି  lଘଟଣା ସ୍ଥଳରୁ ଗର୍ଭ ନିରୋଧକ ବଟିକା, ଇଞ୍ଜେକ୍ସନ, ବ୍ୟବହୃତ ଏବଂ ଅବ୍ୟବହୃତ କୋଣ୍ଡୋମ ,କିଛି ଅନ୍ତବସ୍ତ୍ର ସହ ଅନ୍ୟାନ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଛି l

 

ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ରାଉରକେଲା: ବିଚରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃର୍ତ୍ତ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ରାଉରକେଲା ସହରରେ ଘଟିଛି ଏହି ନୃଶଂସ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ପ୍ଲାଣ୍ଟସାଇଟ୍‌ ଥାନା ରେଲଓ୍ୱେ କଲୋନୀ ଅଞ୍ଚଳର ।

ଯୁବକଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ର।ଧୀନ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ପରେ ପରିସ୍ଥିତି ଏବେ ସ୍ୱାଭାବିକ ରହିଛି । ସେପଟେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପ୍ଲାଣ୍ଟସାଇଟ୍‌ ପୋଲିସ ।

ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମଧ୍ୟପ୍ରଦେଶ ରାଜନୀତିର ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନିକଟ ଅତୀତରେ ହାତ ଛାଡ଼ି ପଦ୍ମ ଧରିଥିବା ଏହି ନେତା ନିଜ ରାଜନୈତିକ ଅଭିମୁଖ୍ୟକୁ ନେଇ ପୁଣି ଚର୍ଚ୍ଚାରେ । ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ବିଜେପିକୁ ହଟାଇ ସସପେନ୍ସ ସୃଷ୍ଟି କରିଛନ୍ତି । ବିଜେପି ପରିବର୍ତ୍ତେ ନିଜକୁ ଜଣେ ପବ୍ଲିକ୍ ସର୍ଭେଣ୍ଟ ଓ ଜଣେ କ୍ରିକେଟ ଉତ୍ସାହି ଭାବେ ଦର୍ଶାଇଛନ୍ତି ।

ଏଭଳି କରିବା ପରେ ରାଜେନୖତିକ ମହଲରେ ଆରମ୍ଭ ହୋଇଛି ଅଙ୍କକଷା । ବିଜେପି ଭିତରେ କଂଗ୍ରେସ ଫେରନ୍ତା ଏହି ନେତାଙ୍କ ସ୍ଥିତି ନେଇ ଏବେ ନାନା କଳ୍ପନାଜଳ୍ପନା । ମାମା(ଶିବରାଜ ସିଂହ ଚୈହାନ)ଙ୍କ ସହ ମହାରାଜଙ୍କ ସମ୍ପର୍କ ମଧ୍ୟ ଏବେ ପ୍ରଶ୍ନ ଘେରରେ ।

ତେବେ ଜ୍ୟୋତିରାଦିତ୍ୟଙ୍କ ଟ୍ୱିଟ୍‌ର ଆକ୍ଟିଭିଟିକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ କଂଗ୍ରେସକୁ ନିଜ ଟ୍ୱିଟ୍ର ହ୍ୟାଣ୍ଡେଲ୍‌ରୁ ହଟାଇ ଚର୍ଚ୍ଚାରେ ରହିଥିଲେ । ବିଜେପିରେ ସାମିଲ ହେବା ପୂର୍ବରୁ ଏଭଳି କରିଥିଲେ ଜ୍ୟୋତିରାଦିତ୍ୟ ।

ତେବେ ଏଭଳି କଳ୍ପନାଜଳ୍ପନାର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିରାଦିତ୍ୟା । ଏକ ଟ୍ୱିଟ୍ କରି ସେ ଉଲ୍ଲେଖ କରିଛନ୍ତି, ମିଛ ଖବର ସତ ଖବର ଠାରୁ ଅଧିକ ଶୀଘ୍ର ବ୍ୟାପେ । ତେବେ ସିଧାସଳଖ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ବିଜେପିକୁ ହଟାଇବାକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।

ଅଳ୍ପକେ ବର୍ତ୍ତିଗଲା ମାଆ, ଆଖି ବୁଜିଦେଲା ଝିଅ

ନୂଆପଡ଼ା: ମାଆ ଆାଗରେ ଆଖି ବୁଜିଦେଲା ଝିଅ । ଦୁର୍ଘଟଣାରେ ଆରପାରିକୁ ଚାଲିଗଲା ୮ ବର୍ଷର ଅଲିଅଳି । ଖଡ଼ିଆଳ ସଦର ଦେଇ ନୂଆପଡାକୁ ସଂଯୋଗ ରାସ୍ତାର ବୋଡେନ୍‌ ଛକଠାରେ ଘଟିଥିବା ଦୁର୍ଘଟଣାରେ ମାଆା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଝିଅଟିର ମୃତ୍ୟୁ ଘଟିଛି । ଖଡ଼ିଆଳ ଥାନା ବାଦି ଗାଁର ଦିବ୍ୟସିଂହ ଖଂପରିଆ ବାଇକ୍‌ରେ ଓ ତାଙ୍କ ସ୍ତ୍ରୀ ସ୍କୁଟିରେ ନିଜ ଝିଅ ବୈଷ୍ଣବୀ ଖଂପରିଆକୁ ବସାଇ ନିଜ ଗାଁକୁ ଯାଉଥିଲେ। ଏହି ସମୟରେ ନୂଆପଡା ପଟୁ ଆସୁଥିବା ଟ୍ରକଟି ଓଭରଟେକ୍‌ କରି ଗଲାବେଳେ ସ୍କୁଟି ସହ ଧକ୍କା ହୋଇଥିଲା ।  ଝିଅଟି ଟ୍ରକର ଚକା ତଳେ ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ଓ ପୋଲିସ ବିଭାଗ ପହଞ୍ଚି ମୃତ ଝିଅକୁ ଉଦ୍ଧାର କରିଥିଲେ।

 

ମଧ୍ୟପ୍ରଦେଶର ମେଡିକାଲରେ ଅମାନବୀୟ ଆଚରଣ: ବିଲ୍‌ ଦେଇନପାରିବାରୁ ବନ୍ଧା ହେଲେ ବୃଦ୍ଧ

ମଧ୍ୟପ୍ରଦେଶର: ବିଲ୍ ଦେଇନପାରିବାରୁ ବନ୍ଧା ହୋଇଛନ୍ତି ବୃଦ୍ଧ । ମେଡିକାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ପଡ଼ିଛନ୍ତି ୮୦ ବର୍ଷୀୟ ବୃଦ୍ଧ । ସାଜାପୁରର ଏକ ମେଡିକାଲ ବେଡ୍‌ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସାଜାପୁର ଜିଲ୍ଲାପାଳ ଘଟଣାସ୍ଥଳକୁ ତଦନ୍ତ ପାଇଁ ଗୋଟିଏ ଟିମ୍‌ ପଠାଇଛନ୍ତି ।

ଏବଂ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।   ଅପରପକ୍ଷରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈହାନ । ଦୋଷୀଙ୍କୁ କ୍ଷମାଦିଆଯିବନାହିଁ, ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଘଟଣାନୁଯାୟୀ, ସପ୍ତାହ ଆରମ୍ଭରେ ବୃଦ୍ଧ ଜଣଙ୍କ ପେଟ ଜନିତ ସମସ୍ୟା ଯୋଗୁଁ ଜିଲ୍ଲାର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ପରିବାର ସଦସ୍ୟ ବୃଦ୍ଧଙ୍କ ଚିକିତ୍ସା ବାବଦକୁ ହୋଇଥିବା ପୂରା ଖର୍ଚ୍ଚ ପଇଠ କରିବାକୁ ଅସମର୍ଥ ହୋଇଥିଲେ । ବୃଦ୍ଧଙ୍କ ବଡ଼ ଝିଅ ଯଥା ସମ୍ଭବ ଅର୍ଥ ପଇଠ କରିବା ସହ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ମେଡିକାଲ କର୍ତ୍ତୃପକ୍ଷ ।